ବାଂଲାଦେଶରେ ରେଷ୍ଟୁରାଣ୍ଟରେ ନିଆଁ ଲଗାଇବାର ଭିଡିଓ ଏହାକୁ ମନ୍ଦିର ବୋଲି ମିଥ୍ୟା ଦାବି ସହିତ ଭାଇରାଲ ହେଉଛି।

False Social

ଶେଖ୍ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଅଗଷ୍ଟ ୫ ରେ ଦେଶ ଛାଡି ପଳାଇବା ପରେ ବାଂଲାଦେଶରେ ବିଶୃଙ୍ଖଳା ଓ ହିଂସା ବ୍ୟାପିଗଲା। ଏହି ସମୟରେ ଏକ କୋଠାରେ ନିଆଁ ଲାଗିବାର ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଉଛି। ଭାଇରାଲ ଭିଡିଓ ସହିତ ଦାବି କରାଯାଉଛି ଯେ ବାଂଲାଦେଶରେ ଚାଲିଥିବା ହିଂସା ମଧ୍ୟରେ ଏକ ହିନ୍ଦୁ ମନ୍ଦିର ଜଳିଯାଇଛି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ନିଆଁ ଲାଗିଥିବା ବିଲଡିଙ୍ଗ ହେଉକ୍ଭି ଏକ ରେଷ୍ଟୁରାଣ୍ଟ। ଏହା ଏକ ହିନ୍ଦୁ ମନ୍ଦିର ହୋଇଥିବା ଦାବି ମିଥ୍ୟା ଅଟେ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ଦାବି କରା ଯାଇଛି ଯେ ବାଂଲାଦେଶର ହିଂସାରେ ସେଠିକାର ଲୋକମାନେ ହିନ୍ଦୁ ମନ୍ଦିର ଜାଲି ଦେଇଛନ୍ତି। ଜଣେ ସୋସିଆଲ ମିଡିଆ ବ୍ୟବହାରକରି ଲେଖିଛନ୍ତି, “ଯିଏ ଏବେ ବି ଆଜିର ବାଂଲାଦେଶ ସମସ୍ୟା କୁ ଏକ ରାଜନୀତିକ ସମସ୍ୟା ବୋଲି ଭାବୁଚି, ସେ ହୁଏ ତ ନିର୍ବୋଧ କିମ୍ବା ଛଦ୍ମବେଶୀ Jihadi ।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓର କିଛି ସ୍କ୍ରିନଶଟ୍ ନେଲୁ। ଏହା ପରେ ଆମେ ପ୍ରତ୍ଯେକ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଏକ ନ୍ୟୁଜ୍ ରିପୋର୍ଟ ରେ ଭାଇରାଲ ଭିଡିଓର କିଛି ଫୋଟୋ ପ୍ରକାଶିତ ହେଇଥିବା ମିଳିଲା। 

ରିପୋର୍ଟ ଅନୁଯାୟୀ, ଶେଖ୍ ହସିନାଙ୍କ ଦେଶ ପଳାୟନ ପରେ ବାଂଲାଦେଶୀ ଲୋକମାନେ ଅନେକ ସ୍ଥାନରେ ଭଙ୍ଗାରୁଜା ଏବଂ ନିଆଁ ଲଗାଇଥିଲେ। ଏହି ଖବରରେ କୌଣସି ମନ୍ଦିରରେ ନିଆଁ ଲାଗିଥିବାର ଉଲ୍ଲେଖ କରା ଯାଇ ନାହିଁ। 

Archive

ଆମକୁ ଭାଇରାଲ ଭିଡିଓ କିଜ୍ଚି ଫୋଟୋ ଜଣେ ସାମ୍ବାଦିକ ଏଚ୍.ବି ରୀତାଙ୍କର ଫେସବୁକ ଏକାଉଣ୍ଟରେ ପାଇଲୁ ଯେଉଁଥିରେ ଏହି ଘଟଣା ବିଷୟରେ ପୁରା ସୂଚନା ଦିଆ ଯାଇଛି। ଏଚ୍.ବି ରୀତାଙ୍କର କହିବା ଅନୁଯାୟୀ, ଜଳୁଥିବା ବିଲଡିଙ୍ଗ କୌଣସି ହିନ୍ଦୁ ମନ୍ଦିର ନୁହେଁ ବରଂ ବାଗଲାଦେଶର ସତଖିରା ଅଞ୍ଚଲରେ ସ୍ଥିତ ରାଜ ପ୍ରସାଦ କଫି ନାମକ ରେଷ୍ଟୁରାଣ୍ଟ ଥିଲା। 

https://www.facebook.com/ritzs.hun/posts/pfbid027c5X6Ct7J7G4B5dyZ7edvGHG5osvKtoQmBAMxWfhZzZ9fp8LQRNakTKx9h7WQJbel

Archive

ଆଜମେର ପତ୍ରିକା ରିପୋର୍ଟ ଅନୁଯାୟୀ, ବାଂଲାଦେଶରେ ମନ୍ଦିର ଉପରେ ଆକ୍ରମଣ ନାମରେ ମିଥ୍ୟା ଖବର ବିସ୍ତାର କରା ଯାଉଛି। ଏହି ଖବରରେ ସୂଚନା ଦିଆ ଯାଇଛି କେଉଁପରି ରାଜ ପ୍ରସାଦ କଫି ଶପ୍ ରେ ଲାଗିଥିବା ନିଆଁକୁ ମନ୍ଦିର ଦାବି କରା ଯାଉଛି। ଏହି ରେଷ୍ଟୁରାଣ୍ଟର ମାଲିକ ହେଉଛନ୍ତି କାଜି ଅସଦୁଜ୍ଜାମା ଶାହଜାଦାର ଅଟେ। 

ତା’ପରେ ଆମେ ସେହି ସ୍ଥାନର ଅବସ୍ଥାନ ଜାଣିବା ପାଇଁ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ ଏବଂ ୩ ଜାନୁଆରୀରେ ୟୁଟ୍ୟୁବରେ ଏକ ଭିଡିଓ ପାଇଲୁ। କୁହାଯାଇଥିଲା ଯେ ସେହି ସ୍ଥାନର ନାମ ହେଉଛି ରାଜ ପ୍ୟାଲେସ୍ କଫି ଦୋକାନ ଏବଂ ରେଷ୍ଟୁରାଣ୍ଟ|

ନିମ୍ନରେ ଆପଣ ମାନେ ଭାଇରାଲ ଭିଡିଓରେ ଥିବା ବିଲଡିଙ୍ଗ ଏବଂ ବାଂଲାଦେଶରେ ଅବସ୍ଥିତ ରାଜ ପ୍ୟାଲେସ ରେଷ୍ଟୁରାଣ୍ଟର ଫୋଟୋ ମଧ୍ୟରେ ତୁଳନା ଦେଖି ପାରିବେ। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଭାଇରାଲ ଭିଡିଓରେ ନିଆଁ ଲାଗିଥିବା ବିଲଡିଙ୍ଗ କୌଣସି ହିନ୍ଦୁ ମନ୍ଦିର ନୁହେଁ, ଏହା ହେଉଛି ରାଜ ପ୍ୟାଲେସ ନାମକ ଏକ ହୋଟେଲ। 

Avatar

Title:ବାଂଲାଦେଶରେ ରେଷ୍ଟୁରାଣ୍ଟରେ ନିଆଁ ଲଗାଇବାର ଭିଡିଓ ଏହାକୁ ମନ୍ଦିର ବୋଲି ମିଥ୍ୟା ଦାବି ସହିତ ଭାଇରାଲ ହେଉଛି।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *