
ବର୍ତ୍ତମାନ ସୋସିଆଲ ମିଡିଆରେ ସଞ୍ଜୟ ରାଉତଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ କେନ୍ଦ୍ରରେ ବିଜେପି ସରକାର ଉପରେ ଅଭିଯୋଗ ଆଣିଛନ୍ତି ଯେ ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ ରାମ ଜନ୍ମଭୂମି ଠାରୁ ୪ କିଲୋମିଟର ଦୂରରେ କରା ଯାଇଛି। ଯେଉଁ ସ୍ଥାନରେ ମନ୍ଦିର ନିର୍ମାଣ କରା ଯିବାର ନିର୍ଣୟ ହୋଇଥିଲା ସେଠାରେ ମନ୍ଦିର ନିର୍ମିତ ହୋଇ ନାହିଁ।
ଭାଇରାଲ ଭିଡିଓରେ ସେ କହୁଛନ୍ତି, “ଯାଇ ଦେଖନ୍ତୁ ମନ୍ଦିର ସେଠାରେ ନିର୍ମାଣ ହୋଇଛି କି ନାହିଁ। ଯେଉଁ ସ୍ଥାନରେ ମନ୍ଦିର ନିର୍ମାଣ କରା ଯିବା ନିର୍ଣୟ ହୋଇଥିଲା ସେଠାରେ ତାହା ନିର୍ମିତ ହୋଇନାହିଁ। ମନ୍ଦିର ସେଠାରୁ ୪ କିଲୋମିତିର ଦୂରରେ ନିର୍ମାଣ ହୋଇଛି ଯେଉଁଟା କେହି ବି ନିର୍ମାଣ କରିବାର ସକ୍ଷମ ହୋଇଥାନ୍ତା। ସେହି ବିବାଦୀୟ ସ୍ଥାନରେ ମନ୍ଦିର ନିର୍ମାଣ ହୋଇ ନାହିଁ। ସେହି ସ୍ଥାନ ସେପରି ଅଛି।”
ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ବାବରୀ ମସଜିଦ ସ୍ଥାନରେ ମନ୍ଦିର ନିର୍ମାଣ ହୋଇନାହିଁ। ମନ୍ଦିର ସେଠାରୁ ୪ କିମି ଦୂରତାରେ ନିର୍ମିତ ହୋଇଛି। ଜଣେ ଉପଭୋକ୍ତା ଲେଖିଛନ୍ତି, “ରଡ଼ି ପ୍ରବଳ ତୋ ଛାଡ଼ୁଥିଲେ ମନ୍ଦୀର ତୋ ବାବ୍ରୀ ମସଜିଦ ଭିତରେ କରିବା ପାଇଁ ଏ କଣ ବାବ୍ରି ମସଜିତ୍ ଠାରୁ 4.km ଦୂରରେ ମନ୍ଦିର ଅନ୍ଧଭକ୍ତ ଙ୍କ ସହିତ ତୋ ମୟ ମୟ ହୋଇଗୋଲା“
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଜାଣିବାକୁ ଚେଷ୍ଟା କରିଲୁ ଯେ କ’ଣ ସଞ୍ଜୟ ରାଉତ ପ୍ରକୃତରେ ରାମ ମନ୍ଦିର ନିର୍ମାଣ ସ୍ଥାନକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଏପରି କିଛି କହିଛନ୍ତି? ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ୧୬ ଜାନୁଆରୀରେ ଲାଇଭ୍ ହିନ୍ଦୁସ୍ତାନର ୟୁଟ୍ୟୁବ ଚ୍ୟାନାଲରେ ଏକ ଭିଡିଓ ପ୍ରସାରିତ ହେଇଥିବା ମିଳିଲା।
ଏହି ଭିଡିଓରେ ସଞ୍ଜୟ ରାଉତଙ୍କର ସମାନ ଭାଷଣ ଆପଣ ମାନେ ଦେଖି ପାରିବେ। ଏହା ସହିତ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନାଭିସ ମଧ୍ୟ ନିଜ ମନ୍ତବ୍ୟ ରଖି କହିଛନ୍ତି, “ମୋର ଜୀବନରେ ଏହା ମୁଁ ମାନି ଆସିଛି ଯେ ମୁଁ ମୂର୍ଖ ମାନଙ୍କୁ ଉତ୍ତର ଦିଏ ନାହିଁ। କିନ୍ତୁ ମୁଁ ଏହା ନିଶ୍ଚିତ ଭାବରେ କହିବି ଯେ ଏପରି ହିନ୍ଦୁ ମାନଙ୍କର ଅପମାନ କରିବା ଛାଡି ଦିଅନ୍ତୁ। ରାମ ଜନ୍ମଭୂମି ଆନ୍ଦୋଳନରେ ଆପଣଙ୍କର କୌଣସି ଯୋଗଦାନ ରହି ନାହିଁ। ଏପରି ମନ୍ତବ୍ୟ ରଖି କୋଟି କୋଟି ହିନ୍ଦୁଙ୍କର ଆସଥାକୁ ଆଘାତ କରିବା କାମ ଯେଉଁଟା ଉଦ୍ଧବ ଠାକ୍ରେଙ୍କ ସେନା କରୁଛି ତାହା ଭୁଲ ଅଟେ।“
ଏହା ପରେ ଆମେ ଗୁଗୁଲ ମ୍ୟାପରେ ମନ୍ଦିରର ଅବସ୍ଥାନ ଖୋଜିଲୁ। ନିମ୍ନରେ ଥିବା ମ୍ୟାପର ସ୍କ୍ରିନଶଟକୁ ନିକଟରୁ ଦେଖିବା ପରେ ଆମେ ଜାଣିବାକୁ ପାଇଲୁ ଯେ ମସଜିଦର ନାମ ବାବର ମସଜିଦ ବୋଲି ଲେଖା ଯାଇଛି, ବାବରୀ ମସଜିଦ ନୁହେଁ। ଯେତେବେଳେ ଆମେ ଗୁଗୁଲ ମ୍ୟାପରେ ବାବର ମସଜିଦ ସର୍ଚ୍ଚ କରିଲୁ ସେତେବେଳେ ଆମେ ଶ୍ରୀ ସୀତାରାମ ବିର୍ଲା ମନ୍ଦିର ପାଇଲୁ। ଏହି ମନ୍ଦିର ନିକଟରେ କେହି ଜଣେ ବାବ୍ରି ମସଜିଦର ଏକ ଫଟୋ ଦେଇଛନ୍ତି ଯାହାକୁ ବାବର ମସଜିଦ୍ ଭାବରେ ବ୍ୟାଖ୍ୟା କରାଯାଇଛି।

ଆମେ ଜାଣିବାକୁ ପାଇଲୁ ଯେ ଶ୍ରୀ ରାମ ଜନ୍ମଭୂମି ଏହି ସ୍ଥାନରେ ନାହିଁ, ଏଠାରୁ ୭୫୦ ମିଟର ଦୂରରେ ଅବସ୍ଥିତ। ନିମ୍ନରେ ଥିବା ଗୁଗୁଲ ଆର୍ଥର ସ୍କ୍ରିନଶଟରୁ ଏହା ସ୍ପଷ୍ଟ ହେଉଛି।

ଗୁଗୁଲ ଆର୍ଥ ପ୍ରୋ ବ୍ୟବହାର କରି ରାମ ଜନ୍ମଭୂମି ମନ୍ଦିରର ପୁରୁଣା ଉପଗ୍ରହ ଫୋଟୋ ଯାଞ୍ଚ କରିଲୁ। ଆମକୁ ୨୦୧୧ ମସିହାର ଏକ ଫୋଟୋ ମିଳିଲା ଯାହାକୁ ଆପଣ ମାନେ ନିମ୍ନରେ ଦେଖି ପାରିବେ।

ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାରକରି ସର୍ଚ୍ଚ କରିବା ପରେ ଆମେ ବାବରୀ ମସଜିଦ ଧ୍ଵଂସ ହେବା ପୂର୍ବର କିଛି ଭିଡିଓ ଏବଂ ଫୋଟୋ ପାଇଲୁ। ୧୯୯୨ ରେ କିଛି ସାକ୍ଷୀଙ୍କ ଦ୍ଵାରା ବାବରୀ ମସଜିଦ ବିଷୟରେ ଏକ ମିଡିଆ କଭରେଜ୍ ପାଇଲୁ।
ଏହି ଭିଡିଓରେ ଆମେ ମସଜିଦ ଧ୍ୱଂସ କରିବା ପରେ ତାରକାବୁମି ନିକଟରେ ଏକ ଗର୍ତ୍ତ ଦେଖିପାରିବା। ୨୦୧୧ ରୁ ୨୦୨୦ ପର୍ଯ୍ୟନ୍ତ ରାମ ଜନ୍ମଭୂମିର ଉପଗ୍ରହ ଚିତ୍ରରେ ଆମେ ଏହି ଗର୍ତ୍ତକୁ ସ୍ପଷ୍ଟ ଭାବରେ ଦେଖିପାରିଲୁ।

ଏହି ଗର୍ତ୍ତ ସାମ୍ନାରେ ପ୍ରଭୁ ରାମଙ୍କର ଏକ ପ୍ରତିମା ରଖାଯାଇଛି। ନିମ୍ନରେ ୨୦୧୧ ରୁ ୨୦୨୩ ପର୍ଯ୍ୟନ୍ତ ଏକ ଟାଇମ୍ ଲାପ୍ ଭିଡିଓ ଦିଆଯାଇଛି | ରାମ ମନ୍ଦିର ନିର୍ମାଣ ଆରମ୍ଭ ନହେବା ପର୍ଯ୍ୟନ୍ତ ଆମେ ଏହି ଗର୍ତ୍ତ ଦେଖିପାରିବା।
ଏକ ରିପୋର୍ଟରେ ଆମେ ବାବ୍ରି ମସଜିଦର ଏକ ପୁରୁଣା ଫୋଟୋ ମଧ୍ୟ ପାଇଛୁ | ଏହି ଫୋଟୋ ଆମେ ଚର୍ଚ୍ଚ ଏବଂ ଏହାର ଚାରିପାଖରେ ଅନେକ ସ୍ଥାନ ଦେଖିପାରିବା।

ଯେତେବେଳେ ଆମେ ଏହି ପ୍ରତିଛବିକୁ ୨୦୧୧ ର ସାଟେଲାଇଟ୍ ପ୍ରତିଛବି ସହିତ ତୁଳନା କରିଲୁ, ଆମେ ଦେଖିପାରୁଲୁ ଯେ ଯେଉଁ ଜମିରେ ମସଜିଦ ଛିଡା ହୋଇଛି ସେହି ସମାନ ସ୍ଥାନରେ ବର୍ତ୍ତମାନ ମନ୍ଦିର ନିର୍ମାଣ କରାଯାଛି।

ଆମେ ଅଯୋଧ୍ୟାର ସ୍ଥାନୀୟ ସାମ୍ବାଦିକ ବନଭୀରଙ୍କ ସହିତ ଯୋଗାଯୋଗ କରିଲୁ। ସେ କହିଛନ୍ତି ଯେ ରାମ ମନ୍ଦିରର ନିର୍ମାଣ ବିବାଦୀୟ ସ୍ଥାନରେ କରାଯାଉଛି। ମାନଚିତ୍ରରେ ‘ବାବୁର ମସଜିଦ୍’ ଭାବରେ ପ୍ରଦର୍ଶିତ ହୋଇଥିବା ସ୍ଥାନ ହେଉଛି ରହମାନିଆ ନାମକ ଏକ ଛୋଟ ପରିତ୍ୟକ୍ତ ଦର୍ଗା। ସେ କହିଛନ୍ତି ଯେ ସେଠାରେ କେହି ଜଣେ ବାବ୍ରି ମସଜିଦର ଛବି ଅପଡେଟ୍ କରି ଗୁଗୁଲ୍ ମ୍ୟାପ୍ସରେ ଏହାର ନାମ ବଦଳାଇ ଦେଇଛି।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ରାମ ମନ୍ଦିରର ନିର୍ମାଣ ସେହି ସ୍ଥାନରେ ହୋଇଛି ଯେଉଁଠାରେ ବାବରୀ ମସଜିଦ ଥିଲା। ବାବରୀ ମସଜିଦ ବିବାଦୀୟ ସ୍ଥାନରୁ ୪ କିଲୋମିଟର ଦୂରରେ ରାମ ମନ୍ଦିର ନିର୍ମାଣ ଦାବି ମିଥ୍ୟା ଅଟେ।

Title:କ’ଣ ଅଯୋଧ୍ୟାରେ ରାମ ମନ୍ଦିରର ରାମଜନ୍ମଭୂମି ଠାରୁ ୪ କିଲୋମିଟର ଦୂରରେ ନିର୍ମାଣ କରା ଯାଇଛି? ଜାଣନ୍ତୁ ସତ୍ୟ।
Written By: Siddharth SahuResult: False
