
ଭାରତରେ ନାଗରିକତ୍ୱ ସଂଶୋଧନ ଅଧିନିୟମ (CAA) ଲାଗୁ ହେବାର ଘୋଷଣା ପରେ ସୋସିଆଲ ମିଡିଆରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କର ଏକ ଟୁଇଟର ସ୍କ୍ରିନସଟ ଭାଇରାଲ ହେବାରେ ଲାଗିଛି। ଟୁଇଟରେ ଲେଖାଯାଇଛି ଯେ ଭାରତରେ ନିର୍ଯାତିତ ମୁସଲମାନମାନଙ୍କୁ ପାକିସ୍ତାନୀ ନାଗରିକତ୍ୱ ଦିଆଯିବ। ଏଥିରେ ଏହା ମଧ୍ୟ ଦାବି କରା ଯାଇଛି ଯେ ବର୍ତ୍ତମାନ ଭାରତୀୟ CAA ର ଜବାବରେ ପାକିସ୍ତାନ ସରକାର ମଧ୍ୟ ସମାନ ଆଇନ ଆଣିବାକୁ ଯାଉଛନ୍ତି ଯାହା କେବଳ ଭାରତୀୟ ମୁସଲମାନମାନଙ୍କ ପାଇଁ ଲାଗୁ ହେବ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ପାକିସ୍ତାନରେ ସିଏଏ ଲାଗୁ କରା ଯାଉ ନାହିଁ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କ ନାମରେ ଭାଇରାଲ ହେଉଥିବା ଟୁଇଟ ଫେକ୍ ଅଟେ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଟୁଇଟର ସ୍କ୍ରିନଶଟ୍ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଆମର ସଂପୂର୍ଣ୍ଣ ସମର୍ଥମ। ନେଇଯାଅ ସବୁ ମୁସଲିମ କୁ ଏଠି ସେମାନେ ଆସନ୍ତି“

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କର ଟୁଇଟର ହେଣ୍ଡେଲ ସର୍ଚ୍ଚ କରିଲୁ। କିନ୍ତୁ ତାଙ୍କର ଅଫିସିଆଲ ଟୁଇଟର ହେଣ୍ଡେଲରେ ଆମକୁ ଏପରି କୌଣସି ତ୍ଵେତ ମିଳିଲା ନାହିଁ। ତାଙ୍କ ଏକାଉଣ୍ଟରୁ ଶେଷ ଟୁଇଟ ୧୬ ମାର୍ଚ୍ଚର ଥିଲା। ସେ ପ୍ରଧାନମନ୍ତ୍ରୀ ନିଯୁକ୍ତି ହେବା ପରେ ସାଉଦୀ ପ୍ରିନ୍ସ ମହମ୍ମଦ ବିନ ସଲମାନ ତାଙ୍କୁ ଅଭିନନ୍ଦନ ଜଣାଇ ଥିବା ରୁ ସେ ତାଙ୍କ କୃତଜ୍ଞତା ଜଣାଇ ଥିଲେ। ଏହା ସହିତ ଦୁଇ ମସଜିଦର କଷ୍ଟୋଡିଆନ୍, ତାହାର ମହାରାଜା ରାଜା ସଲମାନ ବିନ୍ ଅବଦୁଲ୍ ଅଜିଜ୍ ଙ୍କ ସ୍ୱାସ୍ଥ୍ୟ ତଥା କଲ୍ୟାଣ ପାଇଁ ହୃଦୟରୁ ଶୁଭେଚ୍ଛା ଏବଂ ପ୍ରାର୍ଥନା ଜଣାଇଛନ୍ତି।

ଆମେ ପାକିଆସ୍ତାନର ନ୍ୟୁଜ୍ ମଧ୍ୟ ସର୍ଚ୍ଚ କରିଲୁ କିନ୍ତୁ ଆମକୁ ସେଠାରେ ସିଏଏ ଲାଗୁ ହେବା ନେଇ କୌଣସି ଗଣମାଧ୍ୟମ ରିପୋର୍ଟ ମିଳିଲା ନାହିଁ। ଏହା ପରେ ଆମେ ପାକିସ୍ତାନର ଜଣେ ସାମ୍ବାଦିକଙ୍କ ସହିତ ଯୋଗାଯୋଗ କରିଲୁ। ସେ ଆମକୁ ସୂଚନା ଦେଲେ ଯେ, “ପାକିସ୍ତାନରେ ସିଏଏ ଲାଗୁ ହେବା ଖବର କେବଳ ଏକ ଗୁଜବ ଅଟେ। ଏଠାରେ ଏପରି କୌଣସି ନିୟମ ଲାଗୁ ହେଇ ନାହିଁ କିମ୍ବା ଲାଗୁ କରିବା ନେଇ ଚର୍ଚ୍ଚା ମଧ୍ୟ ହେଉ ନାହିଁ।“
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ପାକିସ୍ତାନରେ ସିଏଏ ଲାଗୁ ହେବା ଖବର କେବଳ ଏକ ଗୁଜବ ଅଟେ। ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଏକ ନକଲି ଟୁଇଟର ଏକାଉଣ୍ଟରୁ ସିଏଏ ଲାଗୁ ହେବା ଖବର ଟୁଇଟ କରା ଯାଇଛି।

Title:କ’ଣ ପାକିସ୍ତାନ ପ୍ରଧାନମନ୍ତ୍ରୀ ଟୁଇଟ ମାଧ୍ୟମରେ ସୂଚିତ କରିଛନ୍ତି ଯେ ପାକିସ୍ତାନରେ ସିଏଏ ଲାଗୁ କରା ଯିବ? ଜାଣନ୍ତୁ ସତ୍ୟତା।
Fact Check By: Siddharth SahuResult: False
