ଉତ୍ତରପ୍ରଦେଶର ହାର୍ଡୋଇ ସହରର ଏକ ଘଟଣାର ଭିଡିଓକୁ ରାଜସ୍ଥାନର ଦୁଷ୍କର୍ମ ଘଟଣା ସହିତ ଯୋଡ଼ି ସେୟାର କରା ଯାଉଛି।

Misleading Social

ରାଜସ୍ଥାନର ଶ୍ରୀଗଙ୍ଗାନଗରରେ, ଜଣେ ୧୩ ବର୍ଷୀୟା ନାବାଳିକାକୁ ଅପହରଣ କରାଯାଇ ସହରର ବିଭିନ୍ନ ହୋଟେଲରେ ପାଞ୍ଚ ଦିନ ଧରି ଗଣଦୁଷ୍କର୍ମ କରାଯାଇଥିଲା। ଏପର୍ଯ୍ୟନ୍ତ ୩୨ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୧୪ ଜଣଙ୍କୁ ଗିରଫ କରାଯାଇଛି। ଏହି ପ୍ରସଙ୍ଗରେ, ହସ୍ପିଟାଲ ବେଡ୍‌ରେ ଥିବା ଜଣେ ଯୁବତୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। 

ଭାଇରାଲ ଭିଡିଓରେ ଦୁଇଟି କ୍ଲିପ୍‌ର ଏକ କୋଲାଜ୍ ରହିଛି। ଏକ ଅସ୍ପଷ୍ଟ ଭିଡିଓରେ, ଜଣେ ଯୁବତୀ କହୁଛନ୍ତି ଯେ ତାଙ୍କ ମୃତ୍ୟୁ ପରେ ପୋଲିସ ସମେତ ସମସ୍ତଙ୍କୁ ଏଥିରେ ସାମିଲ କରାଯିବ। ଭିଡିଓରେ ଥିବା ଅନ୍ୟ ଏକ କ୍ଲିପ୍‌ରେ ଜଣେ ପୁରୁଷ ଏବଂ ଜଣେ ମହିଳା ହସ୍ପିଟାଲ ବେଡ୍‌ରେ ଥିବା ଜଣେ ଯୁବତୀଙ୍କୁ ସାନ୍ତ୍ୱନା ଦେଉଥିବା ଦେଖାଯାଇଛି। ଭିଡିଓଟିକୁ ସେୟାର କରି, ୟୁଜର୍ସମାନେ ଦାବି କରିଛନ୍ତି ଯେ ଏଥିରେ ଶ୍ରୀଗଙ୍ଗାନଗର ବଳାତ୍କାର ପୀଡିତାଙ୍କୁ ଦର୍ଶାଯାଇଛି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକର ବୋଲି ଜାଣିବାକୁ ପାଇଲା। ଏହି ଭିଡିଓ ଉତ୍ତରପ୍ରଦେଶର ହାର୍ଡୋଇ ସହରର ଘଟଣା। ଏହାର ରାଜସ୍ଥାନର ଶ୍ରୀଗଙ୍ଗନଗର ଦୁଷ୍କର୍ମ ପୀଡ଼ିତା ସହିତ କୌଣସି ସମ୍ପର୍କ ନାହିଁ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ରାଜସ୍ଥାନ ର ଶ୍ରିଗଙ୍ଗାନଗର ରେ ୧୩ ବର୍ଷ ର ନାବାଳିକା ଝିଅଟି ଅଟୋ ରେ ଯିବା ସମୟରେ ଅଟୋ ବାଲା କିଛି ଟଙ୍କା ପାଇଁ ଝିଅଟିକୁ ଟେକି ଦେଲା ରାକ୍ଷସ ମାନଙ୍କୁ, ଝିଅଟି କୁ ନେଇ ହୋଟେଲ ରେ ରଖି ତାହା ସହିତ ପାଞ୍ଚ ଦିନ ଧରି ୩୨ ଜଣ ନର ରାକ୍ଷସ ଗଣ ଦୁଷ୍କର୍ମ କରିଛନ୍ତି।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଦୈନିକ ଭାସ୍କରରେ ପ୍ରକାଶିତ ଏକ ରିପୋର୍ଟ ମିଳିଲା ଯେଉଁଥିରେ ଭାଇରାଲ ଭିଡିଓର କ୍ଲିପ୍ ପରି ଏକ କ୍ଲିପ୍ ଥିଲା। ରିପୋର୍ଟ ଅନୁସାରେ, ଉତ୍ତର ପ୍ରଦେଶର ହାର୍ଡୋଇର ବିଲଗ୍ରାମ ଅଞ୍ଚଳରେ ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।

ଅଧିକ ସର୍ଚ୍ଚ କରିବା ପରେ ଆମକୁ ୪ ଜୁଲାଇ, ୨୦୨୬ ରେ ରାଜସ୍ଥାନ ପୋଲିସର ଅଫିସିଆଲ୍ X ହ୍ୟାଣ୍ଡେଲରେ ଏକ ଟ୍ୱିଟ୍ ମିଳିଲା। ଟ୍ୱିଟ୍ ରେ ଭାଇରାଲ୍ ଭିଡିଓରେ ଥିବା ଝିଅଟିର ଏକ ଅସ୍ପଷ୍ଟ ଭିଡିଓ ଥିଲା, ଯେଉଁଥିରେ ଲେଖାଯାଇଥିଲା ଯେ ତାଙ୍କ ମୃତ୍ୟୁ ପରେ ପୋଲିସ ସମେତ ସମସ୍ତଙ୍କୁ ଏଥିରେ ସାମିଲ କରାଯିବ। ରାଜସ୍ଥାନ ପୋଲିସ ସ୍ପଷ୍ଟ କରିଛି ଯେ ଭିଡିଓରେ ଶ୍ରୀ ଗଙ୍ଗାନଗରର ବଳାତ୍କାର ପୀଡିତାଙ୍କୁ ଦେଖାଯାଉନାହିଁ। ଘଟଣାଟି ଉତ୍ତର ପ୍ରଦେଶର ହାର୍ଡୋଇର।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରେ ଭାଇରାଲ ଦାବି ବିଭ୍ରାନ୍ତକର ପ୍ରମାଣିତ ହେଇଛି। ଏହି ଭିଡିଓ ଉତ୍ତରପ୍ରଦେଶର ହାର୍ଡୋଇ ସହରର ଘଟଣା। ଏହାର ରାଜସ୍ଥାନର ଶ୍ରୀଗଙ୍ଗନଗର ଦୁଷ୍କର୍ମ ପୀଡ଼ିତା ସହିତ କୌଣସି ସମ୍ପର୍କ ନାହିଁ। 

Result Stamp

Title: ଉତ୍ତରପ୍ରଦେଶର ହାର୍ଡୋଇ ସହରର ଏକ ଘଟଣାର ଭିଡିଓକୁ ରାଜସ୍ଥାନର ଦୁଷ୍କର୍ମ ଘଟଣା ସହିତ ଯୋଡ଼ି ସେୟାର କରା ଯାଉଛି।

Fact Check By: Siddharth Sahu

Result: Misleading

Leave a Reply

Your email address will not be published. Required fields are marked *