
ବାଂଲାଦେଶର ଜମାତ-ଏ-ଇସଲାମି ନାମକ ଏକ ସଂଗଠନର ଚିଠି ସୋସିଆଲ ମିଡିଆରେ ଭାଇଆଲ ହେଉଛି। ଚିତିରେ ସଂଗଠନ ଯନ୍ତର ମନ୍ତରରେ ସିଜେପିକୁ ସମର୍ଥନ କରୁଥିବା ନେଇ ଉଲ୍ଲେଖ କରା ଯାଇଛି। ଏହା ନେଇ ସିଜେପି ବିରୋଧୀ ମାନେ ସୋସିଆଲ ମିଡିଆରେ ସମାନ ଚିଠି ସେୟାର କରି ଦାବି କରୁଛନ୍ତି ଯେ ସିଜେପି କୁ ବାଂଲାଦେଶରୁ ସମର୍ଥନ ମିଳୁଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହା AI ବ୍ୟବହାର କରି ସୃଷ୍ଟି ହୋଇଥିବା ଏକ ଚିଠି। ବାଂଲାଦେଶର ଜମାତ-ଏ-ଇସଲାମି ସଂଗଠନ ଏପରି କୌଣସି ଚିଠି ଜାରି କରି ନାହିଁ କିମ୍ବା ସିଜେପି କୁ ସମର୍ଥନ ଦେଇ ନାହିଁ।

Facebook | Archive
ଆମ ଅନୁସନ୍ଧାନ:
ଆମର ତଦନ୍ତ ଆରମ୍ଭରେ, ଆମେ ବାଂଲାଦେଶର ଜମାତ-ଏ-ଇସଲାମିର ସରକାରୀ ୱେବସାଇଟ୍ ଏବଂ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଘୋଷଣା ଖୋଜିଥିଲୁ। ତଥାପି, ଆମେ କୌଣସି ସ୍ଥାନରେ ଏପରି କୌଣସି ଘୋଷଣା ପାଇଲୁ ନାହିଁ।
ବାଂଲାଦେଶ ଜମାତ-ଏ-ଇସଲାମିର ଅଫିସିଆଲ୍ X ହ୍ୟାଣ୍ଡେଲରେ, ଜୁଲାଇ ୨୧, ୨୦୨୬ ରେ ଏକ ଟ୍ୱିଟ୍ ପୋଷ୍ଟ କରାଯାଇଥିଲା, ଯେଉଁଥିରେ କୁହାଯାଇଥିଲା ଯେ ଚିଠିଟି ନକଲି, ପ୍ରତାରଣାମୂଳକ ଏବଂ ଏହା ବାଂଲାଦେଶ ଜମାତ-ଏ-ଇସଲାମିରୁ ଆସିନାହିଁ।
ଟ୍ୱିଟରେ ଲେଖାଯାଇଛି, “ବାଂଲାଦେଶ ଜମାତ-ଏ-ଇସଲାମି ସୋସିଆଲ ମିଡିଆରେ ପ୍ରସାରିତ ନକଲି ଚିଠିକୁ ନିନ୍ଦା କରୁଛି; କ୍ଷତିକାରକ ପ୍ରଚାରକୁ ତୁରନ୍ତ ବନ୍ଦ କରିବାକୁ ଦାବି କରୁଛି।
ବାଂଲାଦେଶ ଜମାତ-ଏ-ଇସଲାମିର ସହାୟକ ମହାସଚିବ ଏବଂ ଦଳର କେନ୍ଦ୍ରୀୟ ଗଣମାଧ୍ୟମ ଏବଂ ପ୍ରଚାର ବ୍ୟାପାର ସଚିବ ଆଡଭୋକେଟ୍ ଆହସୁଲ ମହବୁବ ଜୁବୈର ୨୧ ଜୁଲାଇ, ୨୦୨୬ ରେ ଭାରତରେ ଚାଲିଥିବା ଛାତ୍ର ଆନ୍ଦୋଳନ ସମ୍ପର୍କରେ ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ଏକ ନକଲି ଚିଠିର ନିନ୍ଦା କରି ନିମ୍ନଲିଖିତ ବିବୃତ୍ତି ଜାରି କରିଛନ୍ତି।
“ବାଂଲାଦେଶ ଜମାତ-ଏ-ଇସଲାମି ଗମ୍ଭୀର ଚିନ୍ତାର ସହିତ ଉଲ୍ଲେଖ କରିଛି ଯେ ଏହି ଦଳକୁ ମିଥ୍ୟା ଭାବରେ ଦାୟୀ କରି “ଭାରତରେ ଚାଲିଥିବା ଆନ୍ଦୋଳନର ନେତୃତ୍ୱ ନେଉଥିବା ସାହସୀ ଛାତ୍ରମାନଙ୍କୁ” ସମ୍ବୋଧିତ ଏକ ନକଲି ଚିଠି ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବ୍ୟାପକ ଭାବରେ ପ୍ରସାରିତ ହେଉଛି, ବିଶେଷକରି ଭାରତ ଭିତରେ। ଆମେ ସ୍ପଷ୍ଟ ଭାବରେ କହୁଛୁ ଯେ ଏହି ଚିଠି ନକଲି ଏବଂ ବାଂଲାଦେଶ ଜମାତ-ଏ-ଇସଲାମିରୁ ଉତ୍ପନ୍ନ ନୁହେଁ।
ପ୍ରସାରିତ ଡକ୍ୟୁମେଣ୍ଟର ସରସ ଯାଞ୍ଚ ଏହାକୁ ନକଲି ବୋଲି ପ୍ରକାଶ କରେ। ଡକ୍ୟୁମେଣ୍ଟଟି ନିଜ ଲେଟରହେଡରେ ଆମ ଦଳର ନାମ ଭୁଲ ଭାବରେ ଲେଖାଯାଇଛି, ଯାହା କୌଣସି ପ୍ରାମାଣିକ ଜମାତ-ଏ-ଇସଲାମି ପତ୍ରରେ ଏକ ଅସମ୍ଭବ ତ୍ରୁଟି। ଏଥିରେ ଆମର ସରକାରୀ, ପଞ୍ଜିକୃତ ଠିକଣା ନାହିଁ ଏବଂ ଏଥିରେ କୌଣସି ରେଫରେନ୍ସ ନମ୍ବର ନାହିଁ, ଯାହା ଏହି ଦଳ ଦ୍ୱାରା ଜାରି କରାଯାଇଥିବା ପ୍ରତ୍ୟେକ ସରକାରୀ ଯୋଗାଯୋଗରେ ବାଧ୍ୟତାମୂଳକ। ଏହାର ସାମଗ୍ରିକ ଫର୍ମାଟ୍ ଏବଂ ପ୍ୟାଡ୍ ଡିଜାଇନ୍ ମଧ୍ୟ ବାଂଲାଦେଶ ଜମାତ-ଏ-ଇସ୍ଲାମି ଦ୍ୱାରା ବ୍ୟବହୃତ ପ୍ରାମାଣିକ ଲେଟରହେଡ୍ ସହିତ ମେଳ ଖାଉନାହିଁ।
କୌଣସି ଦେଶର ଘରୋଇ କିମ୍ବା ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନକରିବା ବାଂଲାଦେଶ ଜମାତ-ଏ-ଇସ୍ଲାମିର ଦୀର୍ଘକାଳୀନ ଏବଂ ଦୃଢ଼ ନୀତି। ଏହି ନୀତି ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ବ୍ୟାପାରରେ ଆମର ଆଚରଣର ମୂଳଦୁଆ, ଏବଂ ଆମେ କେବେ ବି ଏଥିରୁ ବିଚ୍ୟୁତ ହୋଇନାହୁଁ। ତେଣୁ, ଜାଲ ଚିଠିରେ ଉଲ୍ଲେଖ କରାଯାଇଥିବା ସ୍ଥିତି ଆମର ପ୍ରତିଷ୍ଠିତ ନୀତି ସହିତ ସମ୍ପୂର୍ଣ୍ଣ ଅସଙ୍ଗତ।”
ଏହା ବ୍ୟତୀତ, ଭାଇରାଲ ଚିଠିରେ ଆମେ ଅନେକ ଅସଙ୍ଗତି ଦେଖିଲୁ। ଭାଇରାଲ ଚିଠିର ଲୋଗୋରେ ବାଂଲାଦେଶର ସ୍ପେଲିଂ ଭୁଲ ଭାବରେ “ବାଂଲାଦେଶେ” ଲେଖାଯାଇଛି। ଚିଠିରେ ଥିବା “ସାହସୀ” ଶବ୍ଦଟି ମଧ୍ୟ ବିକୃତ ହୋଇଛି।

ଚିଠିରେ ବ୍ୟବହୃତ ଲୋଗୋ ବାଂଲାଦେଶ ଜମାତ-ଏ-ଇସଲାମିର ସରକାରୀ ଲୋଗୋ ସହିତ ମେଳ ଖାଉନାହିଁ।

ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏହା AI ବ୍ୟବହାର କରି ସୃଷ୍ଟି ହୋଇଥିବା ଏକ ଚିଠି। ବାଂଲାଦେଶର ଜମାତ-ଏ-ଇସଲାମି ସଂଗଠନ ଏପରି କୌଣସି ଚିଠି ଜାରି କରି ନାହିଁ କିମ୍ବା ସିଜେପି କୁ ସମର୍ଥନ ଦେଇ ନାହିଁ।

