
ନିକଟରେ, ସୋସିଆଲ ମିଡିଆରେ ଏକ ବିଶାଳ ଭିଡ଼ର ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଭିଡିଓ ସେୟାର କରି ୟୁଜର ମାନେ ଦାବି କରୁଛନ୍ତି ଯେ ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପିର ବିଜୟ ପରେ ବହୁ ସଂଖ୍ୟକ ମୁସଲିମ ଲୋକ ପଶ୍ଚିମବଙ୍ଗ ଛାଡି ଯାଉଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ବାଂଲାଦେଶର ଏକ ପୁରୁଣା ଭିଡିଓକୁ ପଶ୍ଚିମବଙ୍ଗରେ ବିଜେପି ନିର୍ବାଚନ ଜିତିବା ପରେ ମୁସ୍ଲିମ ମାନେ ପଳାୟନ କରୁଥିବା ଦାବି ସହିତ ସେୟାର କରା ଯାଉଛି।
ଆମ ଅନୁସନ୍ଧାନ:
ଆମ ଅନୁଅନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ୧୨ ଜାନୁଆରୀ ୨୦୨୬ ରେ ଏକ ଫେସବୁକ ପେଜରେ ପୋଷ୍ଟ ହେଇଥିବା ମିଳିଲା। କ୍ୟାପ୍ସନ ଅନୁଯାୟୀ, ବହୁ ସଂଖ୍ୟକ ଲୋକ ଡଙ୍ଗାରେ ଚଢୁଛନ୍ତି।
ଅନ୍ୟ ଏକ ଫେସବୁକ୍ ପେଜରେ ସମାନ ଭିଡିଓ ଅପଲୋଡ୍ କରାଯାଇଥିଲା ଯାହା ଅନୁଯାୟୀ ଭିଡିଓରେ ଚାରମୋନାଇ ମହଫିଲ ପରେ ଲୋକମାନେ ଏକ ବଡ଼ ଡଙ୍ଗାରେ ଚଢ଼ିଥିବା ଦେଖାଯାଉଛି।

ଏହା ଉଲ୍ଲେଖନୀୟ ଯେ ଚାରମୋନାଇ ମହଫିଲ ବାଂଲାଦେଶର ସବୁଠାରୁ ବଡ଼ ବାର୍ଷିକ ଇସଲାମିକ ସମାବେଶ (ୱାଜ୍ ମହଫିଲ) ମଧ୍ୟରୁ ଗୋଟିଏ, ଯାହା ବରିଶାଲର ଚାରମୋନାଇ ଦରବାର ସରିଫରେ ଅନୁଷ୍ଠିତ ହୁଏ।
ଚାରମୋଣାଇ ଲଞ୍ଚ ଘାଟ କୁ ଆପଣ ମାନେ ଗୁଗୁଲ ମ୍ୟାପ୍ସରେ ଏଠାରେ ଦେଖି ପାରିବେ।
ସମାନ ଅବସରର ଅନ୍ୟ ଏକ ଭିଡିଓ ଆମକୁ ୟୁଟ୍ଯୂବ ରେ ଅପ୍ଲୋଡ ହେଇଥିବା ମିଳିଲା। ଆପଣ ମାନେ ତାହା ନିମ୍ନରେ ଦେଖିପାରିବେ।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏହା ବାଂଲାଦେଶର ଚାରମୋନାଇ ମହଫିଲର ଏକ ପୁରୁଣା ଭିଡିଓ ଯାହାକୁ ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ସହିତ ଯୋଡ଼ି ସେୟାର କରା ଯାଉଛି।

