ପୁରୁଣା ଭିଡିଓକୁ ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପର ଘଟଣା ଦାବି ସହିତ ସେୟାର କରା ଯାଉଛି।

Missing Context Political

୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଭାରତୀୟ ଜନତା ପାର୍ଟିର ବିଜୟ ପରେ, ରାଜ୍ୟବ୍ୟାପୀ ଅନେକ ହିଂସା ଘଟଣା ରିପୋର୍ଟ ହୋଇଛି। ଏହି ସମ୍ପର୍କରେ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ନିଆଁରେ ପୋଡ଼ିଯାଇଥିବା ଏକ ଦୋକାନ ଦେଖିବାକୁ ମିଳୁଛି। ଭିଡିଓଟି ବଙ୍ଗଳାରେ ନିର୍ବାଚନ ପରବର୍ତ୍ତୀ ହିଂସାକୁ ଦର୍ଶାଉଛି ବୋଲି ଦାବି କରି ସେୟାର କରା ଯାଉଛି।

ଏହି ଭିଡିଓକୁ ଏପରି ଦର୍ଶାଅ ଯାଇହି ଯେପରିକି ପଶ୍ଚିମବଙ୍ଗରେ ବିଜେପି ଶାସନ ଆସିବା ପରେ ସେଠାରେ ହିଂସା ଜୋର ଧରିଛି। କିନତି ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭିଡିଓଟିକୁ ବିନା ସଠିକ୍ ପ୍ରସଙ୍ଗ ସହିତ ସେୟାର କରା ଯାଉଛି। ଏହା ଏକ ପୁରୁଣା ଭିଡିଓ ଯାହାର 

ବେଙ୍ଗଲ ନିର୍ବାଚନ ସହିତ କୌଣସି ସମ୍ପର୍କ ନାହିଁ। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ‘ତାନିଆ ଡ୍ୟାମ୍‘ ନାମକ ଏକ ଫେସବୁକ୍ ପ୍ରୋଫାଇଲରେ ଭାଇରାଲ୍ ଭିଡିଓ ଦେଖିବାକୁ ମିଳିଲା। ଭିଡିଓଟି ମାର୍ଚ୍ଚ ୪ ତାରିଖରେ ସେଠାରେ ପୋଷ୍ଟ କରାଯାଇଥିଲା। ଏହା ସ୍ପଷ୍ଟ ଭାବରେ ପ୍ରତିପାଦିତ କରେ ଯେ ଭିଡିଓଟି ନିର୍ବାଚନ ପରେ ଘଟିଥିବା ହିଂସାକୁ ଦର୍ଶାଉ ନାହିଁ। ପୋଷ୍ଟର କ୍ୟାପସନରେ କୁହାଯାଇଛି ଯେ ଏହା ମଧ୍ୟମଗ୍ରାମ ଷ୍ଟେସନ ନିକଟରେ ଘଟିଥିବା ଏକ ବଡ଼ ଅଗ୍ନିକାଣ୍ଡକୁ ଦର୍ଶାଉଛି।

ଅଧିକ ସର୍ଚ୍ଚ କରିବା ପରେ ଆମକୁ ୪ ମାର୍ଚ୍ଚ ୨୦୨୬ ରେ ଏବିପି ଆନନ୍ଦା ନାମକ ଅଫିସିଆଲ ୟୁଟ୍ୟୁବ ଚ୍ୟାନାଲରେ ଏହି ଘଟଣା ଜଡ଼ିତ ଏକ ରିପୋର୍ଟ ମିଳିଲା। 

ଭିଡିଓର ୨.୫୪ ମିନିଟ ସମୟରେ ଅଲଗା କ୍ୟାମେରା ଏଙ୍ଗଲ ରୁ ନିଆ ଯାଇଥିବା ଭିଡିଓ ପାଇଲୁ ଯାହା ଭାଇରାଲ ଭିଡିଓ ସହିତ ମେଳ ଖାଉଥିଲା। ଏହା ସ୍ପଷ୍ଟ କରୁଛି ଯେ ଭାଇରାଲ୍ ଭିଡିଓଟି ମଧ୍ୟମଗ୍ରାମ ରେଳ ଷ୍ଟେସନ ସଂଲଗ୍ନ ଅଞ୍ଚଳରେ ଏକ ଅଗ୍ନିକାଣ୍ଡ ଘଟଣାକୁ ଦର୍ଶାଉଛି। 

ଆମେ ଭାଇରାଲ୍ ଭିଡିଓ ଏବଂ ଆମକୁ ମିଳିଥିବା ଭିଡିଓର ବିଶ୍ଳେଷଣ କରିଛୁ। ଏହା ସ୍ପଷ୍ଟ କରୁଛି ଯେ ଭିଡିଓଟି ସାମ୍ପ୍ରତିକ ନୁହେଁ; ବରଂ ଏହା ପରଗନାର ମଧ୍ୟମଗ୍ରାମ ରେଳ ଷ୍ଟେସନ ନିକଟରେ ଏକ ରନ୍ଧନ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ସହିତ ଜଡିତ ଏକ ଘଟଣାକୁ ଦର୍ଶାଉ

ଆନନ୍ଦବଜାର ଅନଲାଇନ୍‌ରେ ମାର୍ଚ୍ଚ ୪, ୨୦୨୬ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, “ମଧ୍ୟମଗ୍ରାମ ରେଳ ଷ୍ଟେସନ ନିକଟରେ ଏକ ଭୟଙ୍କର ଅଗ୍ନିକାଣ୍ଡରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିଲେ। ଉତ୍ତର ୨୪ ପରଗନାର ସବୁଠାରୁ ବ୍ୟସ୍ତବହୁଳ ରେଳ ଷ୍ଟେସନ ମଧ୍ୟରୁ ଗୋଟିଏ ନିକଟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଏକ ଦୋକାନରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଏହି ଘଟଣା ଘଟିଥିଲା।”

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗ ସହିତ ସେୟାର କରା ଯାଉଛି। ଏହା ଏକ ପୁରୁଣା ଭିଡିଓ ଯାହାର ବେଙ୍ଗଲ ନିର୍ବାଚନ ସହିତ କୌଣସି ସମ୍ପର୍କ ନାହିଁ। 

Result Stamp

Title: ପୁରୁଣା ଭିଡିଓକୁ ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପର ଘଟଣା ଦାବି ସହିତ ସେୟାର କରା ଯାଉଛି।

Fact Check By: Siddharth Sahu

Result: Missing Context

Leave a Reply

Your email address will not be published. Required fields are marked *