
ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାରେ ଲୋକ ମାନେ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଥିଲା। ଦେଶ ସାରା ଅନେକ ସ୍ଥାନରେ ଲୋକ ମାନେ ପୂଜା କରିବା ସହିତ ର୍ୟାଳି ମଧ୍ୟ କରିଥିଲେ। କିନ୍ତୁ ଏହି ସବୁ ମଧ୍ୟରେ ସୋସିଆଲ ମିଡିଆରେ ଅନେକ ମିଥ୍ୟା ଫୋଟୋ ଏବଂ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି।
ଏପରି ଏକ ପୋଷ୍ଟରେ ଦୁବଇରେ ଅବସ୍ଥିତ ଭୁର୍ଜ ଖାଲିଫାରେ ପ୍ରଭୁ ରାମଙ୍କର ଫୋଟୋ ପ୍ରଦର୍ଶନ କରା ଯାଇଥିବା ଏକ ଫୋଟୋ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ପ୍ରାଣ ପ୍ରତିଷ୍ଠା ଅବସରରେ ଭୁର୍ଜ ଖାଲିଫାରେ ପ୍ରଭୁ ରାମଙ୍କର ସମ୍ମାନରେ ଲେଜର ଶୋ ଆୟୋଜିତ କରା ଯାଇଥିଲା।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଏକ ଏଡିଟ୍ ହୋଇଥିବା ଫୋଟୋ ଅଟେ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “ଦୁବାଇ, ବୁର୍ଜ-ଖଲିଫା ର ମନୋରମ ଦୃଶ୍ଯ ପ୍ରଭୁ ଶ୍ରୀରାମ ଙ୍କ ସମ୍ମାନ ରେ laser show.“

Facebook | Archive
ଏପରି ଅନ୍ୟ ଏକ ଫୋଟୋ ସମାନ ଦାବି ସହିତ ମଧ୍ୟ ଭାଇରାଲ ହେଉଛି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ଆମେ ପ୍ରଥମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ୍ଚ କରିଲୁ। କିନ୍ତୁ ଆମକୁ ବୁର୍ଜ ଖାଲିଫାରେ ପ୍ରାଣ ପ୍ରତିଷ୍ଠା ଅବସରରେ ପ୍ରଭୁ ରାମଙ୍କ ଫୋଟୋ ପ୍ରଦର୍ଶନ ନେଇ କୌଣସି ସୂଚନା ମିଳିଲା ନାହିଁ।
ଭୁର୍ଜ ଖାଲିଫାର ଅଫିସିଆଲ ଫେସବୁକ ପେଜରେ ମଧ୍ୟ ଆମକୁ ପ୍ରଭୁ ରାମଙ୍କର ଫୋଟୋ ପ୍ରଦର୍ଶନ ହୋଇଥିବା କୌଣସି ପୋଷ୍ଟ ମିଳିଲା ନାହିଁ। ଏହି ପେଜରେ ଶେଷ ପୋଷ୍ଟ ୧ ଅକ୍ଟୋବର ୨୦୨୩ ରେ ଚୀନର ୭୪ ତମ ଜାତୀୟ ଦିବସ ଅବସରରେ ଭୁର୍ଜ ଖାଲିଫାରେ ପତାକା ପ୍ରଦର୍ଶନର ଅଟେ।
ଏହା ପରେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ବୁର୍ଜ ଖାଲିଫାର ସମାନ ଫୋଟୋ ଏକ ୱେବସାଇଟରେ ୨୮ ଡିସେମ୍ବର ୨୦୧୫ ମସିହାରେ ଅପ୍ଲୋଡ ହେଇଥିବା ମିଳିଲା। ଏହି ଫୋଟୋ ସହିତ କୁହା ଯାଇକ୍ଜୋ ଯେ ଏହା ରାତ୍ରି ସମୟରେ ବୁର୍ଜ ଖାଲିଫାର ଏକ ଫୋଟୋ ଅଟେ। ସମାନ ଫୋଟୋ ଆମକୁ ଅନ୍ୟ ଏକ ୱେବସାଇଟରେ ମଧ୍ୟ ପ୍ରକାଶିତ ହେଇଥିବା ମିଳିଲା।

ନିମ୍ନରେ ଆପଣ ମାନେ ଦୁଇଟି ଫୋଟୋର ତୁଳନା ଦେଖି ପାରିବେ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଅସଲି ଫୋଟୋକୁ ଏଡିଟ୍ କରି ସେଥିରେ ପ୍ରଭୁ ରାମଙ୍କର ଫୋଟୋ ଯୋଡା ଯାଇଛି। ଅସଲି ଫୋଟୋ ୨୦୧୫ ମସିହାର ଅଟେ ଯେଉଁଥିରେ ପ୍ରଭୁ ରାମଙ୍କର ଫୋଟୋ ଦେଖିବାକୁ ମିଳି ନାହିଁ।

Title:କ’ଣ ଅଯୋଧ୍ୟାରେ ଶ୍ରୀ ରାମଙ୍କର ପ୍ରାଣ ପ୍ରତିଷ୍ଠା ଅବସରରେ ଭୁର୍ଜ ଖାଲିଫାରେ ତାଙ୍କର ଫୋଟୋ ପ୍ରଦର୍ଶନ କରା ଯାଇଛି? ଜାଣନ୍ତୁ ସତ୍ୟ।
Written By: Siddharth SahuResult: Altered
