ଲକ୍ଷ୍ନୌରେ ଜଣେ ମହିଳାଙ୍କ ଆତ୍ମଦାହ ଉଦ୍ୟମ କରିବାର ପୁରୁଣା ଭିଡିଓକୁ ନିକଟରେ ଘଟିଥିବା ଘଟଣା ଦାବି ସହିତ ସେୟାର କରା ଯାଉଛି।

ହୃଦୟ ବିଚଳିତ କରି ଦେବା ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ଆତ୍ମଦାହ କରିବାର ଉଦ୍ୟମ କରିଛନ୍ତି। ତାଙ୍କ ଶରୀରରେ ନିଆଁ ଲାଗିଲା ପରେ ନିକଟରେ ଥିବା ପୁଲିସ ଅଧିକାରୀ ମାନେ ତାଙ୍କୁ ଉଦ୍ଧାର କରୁଛନ୍ତି। ଭିଡିଓକୁ ଏପରି ସେୟାର କରା ଯାଉଛି ଯେପରି କି ଏହା ନିକଟରେ ଘଟିଥିବା ଏକ ଘଟଣା। ଏହା ଉତ୍ତରପ୍ରଦେଶର ଲକ୍ଷ୍ନୌରେର ଘଟଣା ବୋଲି କୁହା ଯାଇଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା […]

Continue Reading

ଭୂମିକମ୍ପ ସମୟରେ ଚୀନର ଏକ ଚିକିତ୍ସାଳୟର ଭିଡିଓକୁ ମିଆଁମାର ଦେଶର ଘଟଣା ଦାବି ସହିତ ସେୟାର କରା ଯାଉଛି।

ମିଆଁମାରରେ ୭.୭ ତୀବ୍ରତାର ଭୂମିକମ୍ପ ଆସିବା ଫଳରେ ତାହାର ଝଟକା ପଡ଼ୋଶୀ ଦେଶ ଥାଇଲ୍ୟାଣ୍ଡ ଏବଂ ଚୀନରେ ମଧ୍ୟ ଅନୁଭୂତ ହୋଇଥିଲା। ଏହି ଘଟଣା ସହିତ ଜଡିତ ବିଭିନ୍ନ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ପ୍ରସଙ୍ଗରେ, ଏକ ହସ୍ପିଟାଲ ୱାର୍ଡରେ ଦୁଇଜଣ ନର୍ସଙ୍କ ସିସି ଟିଭି ଫୁଟେଜ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଇଛି ଯେ ଜଣେ ନର୍ସ ଏକ ଶିଶୁକୁ ସୁରକ୍ଷା ଦେବା ପାଇଁ ଆଣ୍ଠୁ ମାଡ଼ି ବସିଛନ୍ତି ଯେତେବେଳେ ଅନ୍ୟ […]

Continue Reading

ଇଣ୍ଡୋନେସିଆର ଏକ ପାର୍କର ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗରେ ଭାରତରେ ମସଜିଦ ଭଙ୍ଗା ଯାଉଥିବା ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି।

ସୋସିଆଲ ମିଡିଆରେ ଏକ ସବୁଜ ମସଜିଦ ପରି ଏକ ଗଠନକୁ ବୁଲଡୋଜର ସାହାଯ୍ୟରେ ଭାଙ୍ଗି ଦିଆଯାଉଥିବାର ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓକୁ ଏପରି ସେୟାର କରା ଯାଉଛି ଯେଉଁପରି ଏହା ଭାରତରେ ଗୋଟିଏ ମସଜିଦ ଭଙ୍ଗା ଯାଉଥିବା ବୋଲି ଜଣା ପଡ଼ୁଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗ ସହିତ ସେୟାର କରା ଯାଉଥିବା ଜଣା ପଡ଼ିଛି। ପ୍ରକୃତରେ ଏହା ଇଣ୍ଡୋନେସିଆର ଏକ ମନୋରଞ୍ଜନ ପାର୍କର ଭିଡିଓ, ଯାହାକୁ ନିୟମ […]

Continue Reading

୨୦୧୯ ରେ ପାକିସ୍ତାନୀଙ୍କ ଦ୍ୱାରା ଟିଭି ଭାଙ୍ଗୁଥିବା ଭିଡିଓକୁ ୨୦୨୫ ଚାମ୍ପିୟନ୍ସ ଟ୍ରଫିରେ ଭାରତ ପାଖରେ ପରାଜିତ ହେବା ପର ଦୃଶ୍ୟ ଦାବି ସହିତ ସେୟାର କରାଯାଉଛି।

ଚଳିତ ଆଇସିସି ଚାମ୍ପିୟନ୍ସ ଟ୍ରଫି ପ୍ରତିଯୋଗୀତାରେ ଭରତ ପାକିସ୍ତାନକୁ ପରାଜିତ କରି ସେମି-ଫାଇନାଲ୍ ରେ ନିଜ ସ୍ଥାନକୁ ଦୃଢ କରିଛି। ବିରାଟ କୋହଳୀଙ୍କର ଶତକୀୟ ଇନିଂସ ପ୍ରଶଂଶନୀୟ ଅଟେ। ତେବେ, ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ କିଛି ଲୋକ ଟିଭି ତଳେ କଛାଡ଼ି ଭାଙ୍ଗୁଥିବା ନଜର ଆସୁଛନ୍ତି। ଦାବି କରା ଯାଉଛି ଯେ ୨୦୨୫ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଭାରତ ଠାରୁ ପରାଜିତ ହେବା ପରେ ପାକିସ୍ତାନୀ ପ୍ରଶଂଶକ […]

Continue Reading

ଉତ୍ତରାଖଣ୍ଡର ଦେବିଧୁରମନ୍ଦିରର ରୀତିନୀତି ର ପୁରୁଣା ଭିଡିଓକୁ ମହାକୁମ୍ଭରେ ସାମ୍ପ୍ରଦାୟିକ ଦଙ୍ଗା ଦାବି ସହିତ ସେୟାର କରା ଯାଉଛି।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କିଛି ଲୋକ ପରସ୍ପର ଉପରେ ପଥର ପିଙ୍ଗୁଥିବା ନଜର ଆସିଛନ୍ତି। ଅନେକ ଗେରୁଆ ବସ୍ତ୍ର, ଧଳା ପୋଷାକ ଏବଂ ଆଖ-ପାଖରେ ଥିବା କୋଠା ଗୁଡ଼ିକ ଦେଖିବା ପରେ ଏପରି ବ୍ଯତୀତ ହେଉଛି ଯେ ଏହା କୌଣସି ଧର୍ମଶାଳର ଘଟଣା।  ଦାବି କରା ଯାଉଛି ଯେ ଏହି ଭିଡିଓ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭ ମେଳାର ଘଟଣା ଅଟେ। ଭିଡିଓ ସେୟାର କରି ଏପରି କୁହା ଯାଉଛି […]

Continue Reading

ମନାଲୀର ଏକ ପୁରୁଣା ଟ୍ରାଫିକ୍ ଜାମ୍ ର ଫୋଟୋକୁ ବିନା ସଠିକ୍ ପ୍ରସଙ୍ଗ ସହିତ ସେୟାର କରା ଯାଉଛି।

ଡିସେମ୍ବର ଶେଷ ସପ୍ତାହରେ ଅନେକ ଲୋକ ଛୁଟି ପାଳିବା ପାଇଁ ନିଜ ସାଙ୍ଗ ଏବଂ ସହପରିବାର ଲୋକଙ୍କ ସହିତ ବୁଲିବାକୁ ଯାଇଥାନ୍ତି। ଏହି ସମୟର୍ରେ ସୋସିଆଲ ମିଡିଆରେ ଏକ ପାହାଡ଼ି ଘାଟି ରାସ୍ତାରେ ଟ୍ରାଫିକ୍ ଜାମ୍ ହୋଇଥିବାର ଫୋଟୋ ଭାଇରାଲ ହେବାରେ ଲାଗିଛି। ଏହି ଫୋଟୋଏପରି ସେୟାର କରା ଯାଉଛ ଯେ ଏହା ସମ୍ପ୍ରତ୍ତି ସମୟର ଫୋଟୋ ଅଟେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଫୋଟୋ ପୁରୁଣା ଅଟେ ଯାହାକୁ ବିନା ସଠିକ୍ […]

Continue Reading

କ’ଣ ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀ ନିର୍ବାଚନ ସମୟରେ ବାଲଟ୍ ପେପର ବ୍ୟବହାର କରିବା ସମର୍ଥନ କରୁଛନ୍ତି? ଜାଣନ୍ତୁ ସତ୍ୟତା।

ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ କହୁଛନ୍ତି, “ନିର୍ବାଚନ ସମୟରେ ଅଧିକାଂଶ ଶିକ୍ଷିତ ଦେଶ ମଧ୍ୟ ବାଲଟ୍ ପେପରରେ ନାମ ପଢ଼ନ୍ତି ଏବଂ ଭୋଟ ଦିଅନ୍ତି, ଏପରିକି ଆମେରିକାରେ ମଧ୍ୟ।” ଏହି ଭିଡିଓକୁ ଏପରି ସେୟାର କରା ଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ଦିନେ ଇଭିଏମ୍ ବିରୋଧରେ ଥିଲେ କିନ୍ତୁ ଏବେ ନିର୍ବାଚନ ଜିତିବା ପାଇଁ ସେ ଏହି ମେସିନ୍ ବ୍ୟବହାର ଜାରି ରଖିବାକୁ ଚାହୁଁଛନ୍ତି। […]

Continue Reading

କ’ଣ ଗୋଟିଏ ସଭାରେ ରାହୁଲ ଗାନ୍ଧୀ ଭଗବାନ ରାମଙ୍କର ପ୍ରତିମୂର୍ତି ନେବା ପାଇଁ ଅସ୍ଵୀକାର କରିଛନ୍ତି? ଜାଣନ୍ତୁ ସତ୍ୟତା। 

ରାହୁଲ ଗାନ୍ଧୀଙ୍କର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ରାହୁଲ ଗାନ୍ଧୀ କିଛି ନେତାଙ୍କ ସହିତ ମଞ୍ଚ ଉପରେ ଚିଡ଼ା ହୋଇଥିବା ସମୟରେ କିଛି ଲୋକେ ତାଙ୍କୁ ଫୁଲମାଳ ଏବଂ ଅନ୍ୟାନ୍ୟ ଉପହାର ଦେଉଛନ୍ତି।  ସେହି ସମୟରେ ସେଠାରେ ଜଣେ ବ୍ୟକ୍ତି ଗୋଟିଏ ଭଗବାନଙ୍କର ପ୍ରତିମୂର୍ତି ଧରି ଛିଡା ହୋଇଛନ୍ତି। ଭାଇରାଲ ଭିଡିଓରେ ଜଣା ପଡୁଛି ଯେ ରାହୁଲ ଗାନ୍ଧୀ ଭଗବାନଙ୍କ ପ୍ରତିମୂର୍ତି ନେବାରେ ଅସ୍ଵୀକାର କରୁଛନ୍ତି ଏବଂ […]

Continue Reading

ମହାରାଷ୍ଟ୍ରର ନାଶିକ ରେ ଆଜାନଙ୍କ ସମୟରେ ଭଜନ-କୀର୍ତ୍ତନ ଉପରେ ସମ୍ପ୍ରତ୍ତି ସମୟରେ ପ୍ରତିବନ୍ଧକ ଲଗା ଯାଇଛି କି?

ଜଣେ ପୋଲିସ ଅଧିକାରୀଙ୍କ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଉଛି ଯେଉଁଥିରେ ସେ କହୁଛନ୍ତି ଯେ ସକାଳ ୫ ଟାରେ, ଅପରାହ୍ନରେ ୩.୧୫, ସନ୍ଧ୍ୟାରେ ୫.୧୫ ଏବଂ ୬.୩୦ ଏବଂ ରାତିରେ ୮.୩୦, ଏହିପରି ପାଞ୍ଚଟି ଆଜାନ୍ ସମୟ ୧୫ ମିନିଟ୍ ପୂର୍ବରୁ ଏବଂ ୧୫ ମିନିଟ୍ ପରେ ଏବଂ ପ୍ରଦର୍ଶନ କରିବାର ହିନ୍ଦୁଙ୍କୁ ଅଧିକାର ନାହିଁ। ମସଜିଦର ୧୦୦ ମିଟର ବ୍ୟାସାର୍ଦ୍ଧରେ ଯେକୌଣସି ଭଜନ, କୀର୍ତ୍ତନ କିମ୍ବା ହନୁମାନ ଚଲିସା ପାଠ କରିବା ଅନୁମତି ନାହିଁ।  […]

Continue Reading

ଗୁଜରାତର ଖେଡା ସହରରେ ଗର୍ବା ଉତ୍ସବ ବେଳେ ପଥର ଫିଙ୍ଗା ଅଭିଯୁକ୍ତଙ୍କୁ ପୋଲିସ ମାରୁଥିବା ଭିଡିଓ ୨୦୨୨ ମସିହାର ଅଟେ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ପୋଲିସ ମାନେ କିଛି ଯୁବକଙ୍କୁ ରାସ୍ତା ମଝିରେ ଏକ ଖୁଣ୍ଟରେ ବାନ୍ଧି ବାଡ଼ିରେ ମାରୁଛନ୍ତି। ସେ ଯୁବକ ମାନେ ପୋଲିସକୁ କ୍ଷମା ମାଗୁଥିବା ମଧ୍ୟ ଶୁଣିବାକୁ ମିଳିଛି। ଦାବି କରା ଯାଉଛି ଯେ ଗୁଜରାତର ଖେଡ଼ା ସହରରେ ମହିଳା ମାନେ ଗର୍ବା ନୃତ୍ୟ କରୁଥିବା ବେଳେ ମୁସ୍ଲିମ ସମ୍ପ୍ରଦାୟର କିଛି ଯୁବକ ତାଙ୍କ ଉପରେ ପଥର ଫିଙ୍ଗିଥିଲେ। ଏହି ଘଟଣାରେ ଅନେକ ହିନ୍ଦୁ ମହିଳା […]

Continue Reading

ରାସ୍ତା ଯାଞ୍ଚ କରୁଥିବା ଯମଙ୍କର ଭିଡିଓ କର୍ଣ୍ଣାଟକାର ଅଟେ, ଗୁଜରାଟର ନୁହେଁ।

ସୋସିଆଲ ମିଡିଆରେ ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବ୍ୟକ୍ତି ଯମରାଜଙ୍କ ପୋଷାକରେ ଏବଂ ଚିତ୍ରଗୁପ୍ତଙ୍କ ପୋଷାକରେ ଅନ୍ୟ ଜଣେ ବ୍ୟକ୍ତି ଜଟିଳ ରାସ୍ତା ଯାଞ୍ଚ କରୁଛନ୍ତି। ଏହି ଭିଡିଓରେ ଅନ୍ୟ ଅନେକ ଲୋକ ଭୂତ ଡ୍ରେସ ପିନ୍ଧିଥିବାର ନଜର ଆସିଛନ୍ତି। ଭିଡିଓ ସେୟାର କରି ଦାବି ହେଉଛି ଯେ ଏହି ଭିଡିଓ ଗୁଜରାଟର ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ଫାଇଲ ଯେ ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗ ସହିତ […]

Continue Reading

କଙ୍ଗନା ରାନାୱତଏବଂ ଶଶୀ ଥରୁରଙ୍କର ପୁରୁଣା ସେଲ୍ଫିକୁ ୨୦୨୪ ଲୋକସଭା ନିର୍ବାଚନ ପର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି। 

୨୦୨୪ ନିର୍ବାଚନରେ ​​ବିଜେପି ଏବଂ ଏନଡିଏ ମିଳିତ ଦଳ ବିଜୟୀ ହୋଇ ସରକାର ଗଠନ କରିଛନ୍ତି। ହିମାଚଳ ପ୍ରଦେଶର ମାଣ୍ଡିରୁ ବିଜେପି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସେଲିବ୍ରିଟି କଙ୍ଗନା ରାନାୱତ ଏହି ନିର୍ବାଚନମଣ୍ଡଳୀରୁ ଜିତିଛନ୍ତି। ନିର୍ବାଚନ ପରେ କଙ୍ଗନା ରାନାୱତ ଏବଂ କଂଗ୍ରେସ ସାଂସଦ ଶଶି ଥରୁରଙ୍କ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦୁହେଁ ଖୁସିରେ ଏକ ଇଭେଣ୍ଟରେ ସେଲଫି ନେଉଥିବାର ଦେଖାଯାଇଛି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହି ଫୋଟୋ କୁ ୨୦୨୪ […]

Continue Reading

ଅଖିଳେଶ ଯାଦବଙ୍କ ସହ ନୀତୀଶ କୁମାର ଏବଂ ଚନ୍ଦ୍ରବାବୁ ନାଇଡୁଙ୍କ ସାକ୍ଷାତର ଫୋଟୋ ପୁରୁଣା, ଲୋକସଭା ନିର୍ବାଚନ ସହ ସମ୍ପର୍କ ନାହିଁ। 

୨୦୨୪ ସାଧାରଣ ନିର୍ବାଚନର ଫଳାଫଳ ୪ ଜୁନ୍ ରେ ଘୋଷିତ ହୋଇଥିଲା ଏବଂ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ୨୯୩ ଟି ସିଟ୍ ଜିତିଥିବାବେଳେ ବିରୋଧୀ INDI ମିଳିତ ମଞ୍ଚ ୨୩୨ ଟି ସିଟ୍ ଜିତିଥିଲା। କେନ୍ଦ୍ରରେ ସରକାର ଗଠନ ପାଇଁ INDI ମିଳିତ ମଞ୍ଚ ନିତୀଶ କୁମାର ଏବଂ ଚନ୍ଦ୍ରବାବୁ ନାଇଡ଼ୁଙ୍କର ସମର୍ଥନ ପାଇଁ ଚେଷ୍ଟା କରିଥିଲା।  ଏହା ମଧ୍ୟରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବ, ନିତୀଶ କୁମାର ଏବଂ ତେଲୁଗୁ ଦେଶମ […]

Continue Reading

କ’ଣ ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀ ଦେଇଥିବା ପ୍ରତିଶ୍ରୁତି ବିରୋଧରେ ଅମିତ ଶାହା କହୁଛନ୍ତି? ଜାଣନ୍ତୁ ସତ୍ୟତା

କେନ୍ଦ୍ର ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଅମିତ ଶାହ କହୁଛନ୍ତି, “ସେଥି ପାଇଁ ମୁଁ କହେ ଯେ ଏହି ଗ୍ୟାରେଣ୍ଟିର କୌଣସି ମୂଲ୍ୟ କିମ୍ବା ଅର୍ଥ ନାହିଁ। ସେମାନେ ଏହି ବିଷୟରେ କେବଳ ନିର୍ବାଚନ ପର୍ଯ୍ୟନ୍ତ ଚର୍ଚ୍ଚା କରିବେ ଆଉ ଭୁଲି ଯିବେ।“ କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗ ସହିତ ଭାଇରାଲ କରା ଯାଉଛି। ମୂଳ ଭିଡିଓରେ ଅମିତ […]

Continue Reading

କ’ଣ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଦଳ ପ୍ରଚାର କରୁଥିବା ସମୟରେ ପଶ୍ଚିମବଙ୍ଗରେ ଲୋକମାନେ ତାଙ୍କ ଉପରେ ଆକ୍ରମଣ କରିଛନ୍ତି? ଜାଣନ୍ତୁ ସତ୍ୟତା

୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ ଦେବାର ସମୟ ଅତି ନିକଟତର। ଏଭଳି ପରିସ୍ଥିତିରେ ସମସ୍ତ ରାଜନୈତିକ ଦଳ ପ୍ରଚାର କରୁଛନ୍ତି। ସବୁ ସ୍ଥାନରେ ନିର୍ବାଚନ ଶବ୍ଦ ଶୁଣାଯାଉଛି ଏବଂ ନିର୍ବାଚନ ପ୍ରତିଶ୍ରୁତିର ଏକ ଲମ୍ବା ତାଲିକା ଦୃଶ୍ୟମାନ ହେଉଛି। ଏଭଳି ପରିସ୍ଥିତିରେ ସୋସିଆଲ ପ୍ଲାଟଫର୍ମରେ ଏକ ଭିଡିଓ ସେୟାର କରାଯାଇଛି ଯେଉଁଥିରେ ବିଜେପି ଦଳର ପ୍ରଚାର ସମୟରେ କିଛି ଲୋକ ବିରୋଧ କରି ତାଙ୍କ ଉପରେ ଆକ୍ରମଣ କରୁଛନ୍ତି। ଏହି ଭିଡିଓକୁ ନିକଟରେ […]

Continue Reading

କ’ଣ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଜଣେ ବିଜେପି ପ୍ରାର୍ଥୀଙ୍କୁ ଲୋକମାନେ ଜୋତା ହାର ସହିତ ସ୍ଵାଗତ କରିଛନ୍ତି? ଜାଣନ୍ତୁ ସତ୍ୟତା। 

ଜଣେ ବିଜେପି ପ୍ରାର୍ଥୀ ପ୍ରଚାର କରିବାକୁ ଯାଇଥିବା ସମୟରେ ସ୍ଥାନୋୟ ଲୋକମାନେ ଟାଣୁଆ ଜୋତାର ହାର ପିନ୍ଧାଉଥିବାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହି ଘଟଣା ସମ୍ପ୍ରତ୍ତି ସମୟରେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବର ଘଟଣା ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବୋକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ଏହା ମଧ୍ୟପ୍ରଦେଶ ର ୨୦୧୮ ମସିହାର ଏକ ପୁରୁଣା ଘଟଣା ଅଟେ ଯାହାକୁ ସମ୍ପ୍ରତ୍ତି ସମୟର […]

Continue Reading

କ’ଣ ନିତିନ ଗଡକରି ପ୍ରକୃତରେ କହିଛନ୍ତି ଯେ ଗଣତନ୍ତ୍ର ପାଇଁ କଂଗ୍ରେସ ଆବଶ୍ୟକ? ଜାଣନ୍ତୁ ସତ୍ୟତା। 

୨୦୨୪ ନିର୍ବାଚନ ପାଖେଇ ଆସିଥିବା ସମୟରେ ସୋସିଆଲ ମିଡିଆରେ ଏହା ଜଡ଼ିତ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଭାରତର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରିଙ୍କର ନାମରେ ଗୋଟିଏ ପୋଷ୍ଟ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ନିତିନ ଗଡକରି ଭାରତର ଗଣତନ୍ତ୍ର ପାଇଁ କଂଗ୍ରେସ ଆବଶ୍ୟକ ବୋଲି କହିଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହି ଦାବିକୁ ଅସମ୍ପୂର୍ଣ୍ଣ ପ୍ରସଙ୍ଗ ସହିତ […]

Continue Reading

କ’ଣ ଆସନ୍ତା ନିର୍ବାଚନ ପୂର୍ବରୁ ଜନଦାଧାରଣଙ୍କୁ ସମ୍ବୋଧିତ କରୁଥିବା ସମୟରେ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଜୋତା ଫିଙ୍ଗିଛନ୍ତି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ସଭାରେ ଜନସାଧାରଣଙ୍କୁ ସମ୍ବୋଧିତ କରୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ସଭାରେ ଉପସ୍ଥିତ ଜଣେ ବ୍ୟକ୍ତି ତାଙ୍କ ଉପରେ ଜୋତା ଫିଙ୍ଗିଥିବା ଦେଖିବାକୁ ମିଳିଛି।  ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଆସନ୍ତା ନିର୍ବାଚନ ପୂର୍ବରୁ ଏକ ଜନସାଧାରଣ ସଭାକୁ ସମ୍ବୋଧିତ କରୁଥିବା ସମୟରେ ଜଣେ ବ୍ୟକ୍ତି ନବୀନ ପଟ୍ଟନାୟକଙ୍କ ଉପରେ ଜୋତା ଫିଙ୍ଗିଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। […]

Continue Reading

କ’ଣ ଖଣ୍ଡା ଧରି ପୋଲିସ ବ୍ୟାରିକେଡ ପାର କରୁଥିବା ଏହି ବ୍ୟକ୍ତିର ଫୋଟୋ ସମ୍ପ୍ରତ୍ତି ସମୟରେ ଚାଲିଥିବା କୃଷକ ଆନ୍ଦୋଳନର ଅଟେ? ଜାଣନ୍ତୁ ସତ୍ୟ। 

ଦିଲ୍ଲୀ ଆଭିମୁଖ ହେଉଥିବା ପଞ୍ଜାବ ଏବଂ ହରିୟାଣାର ଆନ୍ଦୋଳନକାରୀ କୃଷକ ମାନଙ୍କୁ ପୋଲିସ ଅଟକାଇ ରଖିବା ଚେଷ୍ଟା କରିଛି। ଏହା ନେଇ ପୋଲିସ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ହିଂସା ହେଇଥିବା ସୂଚନା ମିଳିଛି।  ଏହି ପ୍ରସଙ୍ଗରେ ଜଣେ ବ୍ବ୍ଯାକତି ଖଣ୍ଡା ଧରି ପୋଲିସ ବ୍ୟାରିକେଡ୍ ପାର କରୁଥିବା ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଏହି ଫୋଟୋ ସମ୍ପ୍ରତ୍ତି ସମୟରେ ଚାଲୁଥିବା କୃଷକ  ଆନ୍ଦୋଳନର ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ […]

Continue Reading

କ’ଣ ରାହୁଲ ଗାନ୍ଧୀ ନିଜ ଭାଷଣରେ ପଚାରୁଛନ୍ତି ଯେ ଭାରତ ମାତା କିଏ? ଜାଣନ୍ତୁ ସତ୍ୟ। 

ଭାରତରେ ୫ ଟି ରାଜ୍ୟରେ ନିର୍ବାଚନ ହେଉଥିବା ବେଳେ, ରାହୁଲ ଗାନ୍ଧୀଙ୍କ ଗୋଟିଏ ଭାଷଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଷଣରେ ରାହୁଲ ଗାନ୍ଧୀ କହୁଛନ୍ତି ଯେ, “ଭାରତ ମାତା କି ଜୟ ବହୁତ ଶୁଣିବାକୁ ମିଳେ କିନ୍ତୁ ଭାରତ ମାତା କିଏ? ଏହା ପତା ଲଗାଇବାକୁ ପଡିବ। ଭାରତ ମାତାଙ୍କ ପାଇଁ ସମସ୍ତେ ନିଜ ରକ୍ତ ଦେବାକୁ ତତ୍ପର ଥାନ୍ତି କିନ୍ତୁ ଭାରତ ମାତା କିଏ?” ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି […]

Continue Reading

କ’ଣ ପ୍ରସିଦ୍ଧ ଅଭିନେତ୍ରୀ ଗାଲ୍ ଗାଡୋତ ହମାସ୍ ବିରୁଦ୍ଧରେ ଯୁଧ୍ୟ କରିବା ପାଇଁ ସେନାରେ ଯୋଗଦାନ ଦେଇଛନ୍ତି? ଜାଣନ୍ତୁ ସତ୍ୟ। 

ଇସ୍ରାଏଲ୍ ଏବଂ ହମାସ୍ ମଧ୍ୟରେ ଯୁଧ୍ୟ ଲାଗି ରହିଛି ଏବଂ ଏହି ପ୍ରସଙ୍ଗରେ ଅନେକ ଫୋଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୂଚନା ଅନୁଯାୟୀ, ଇସ୍ରାଏଲ୍ ଗାଯାରେ ହମାସ୍ ବିରୁଦ୍ଧରେ ଏକ ସାମରିକ ନିଯୋଜନ କରୁଛି।  ଏହି ପରିସ୍ଥିତିରେ ଇସ୍ରାଏଲ୍ ଅଭିନେତ୍ରୀ ତଥା ସୁପରମୋଡେଲ୍ ଗାଲ୍ ଗାଡୋତଙ୍କ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେ ଜଣେ ଇସ୍ରାଏଲର ପ୍ରସିଦ୍ଧ ଅଭିନେତ୍ରୀ ଯିଏ ହଲିଉଡ ଚଳଚ୍ଚିତ୍ରରେ ୱାଣ୍ଡର ୱୋମେନ୍ ଭୂମିକାରେ ଅଭିନୟ କରିଥିଲେ। […]

Continue Reading

ଇସ୍ରାଏଲ-ହାମାସ ଯୁଦ୍ଧ ନାମରେ ଭାଇରାଲ ହେଉଥିବା ଫଟୋର ସତ୍ୟ କ’ଣ ଜାଣନ୍ତୁ। 

ସମ୍ପ୍ରତି ସମୟରେ ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଚାଲିଥିବା ଯୁଦ୍ଧର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭୁସୁଡି ପଡିଥିବା ବିଲ୍ଦିଙ୍ଗ ଗୁଡିକ ମଧ୍ୟରେ ଗୋଟିଏ ସିଢିର ଫୋଟୋ ସେୟାର ହେଉଛି। ଦାବି କରା ଯାଉଛି ଯେ ଇସ୍ରାଏଲ୍ ହମାସ ଉପରେ ଆକ୍ରମଣ କରିବା ପରେ ସେଠାରେ ଏକ ବିଲ୍ଦିଙ୍ଗର ସିଢି ନଷ୍ଟ ନହୋଇ ଏପରି ଛିଡା ଅଛି।  କିନ୍ତୁ ବାସ୍ତବରେ କ୍ରେସେଣ୍ଡୋ ଜାଣିବାକୁ ପାଇଲା ଯେ ଏହି ଦାବି ମିଥ୍ୟା […]

Continue Reading

ମୁସଲମାନ ମାନଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଗୋଟିଏ ବିଶେଷ ଟ୍ରେନର ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗ ସହିତ ଭାଇରାଲ କରା ଯାଉଛି। 

ସବୁଜ ରଙ୍ଗର ମସଜିଦ ଗମ୍ବୁଜ ଏବଂ ସୁବର୍ଣ୍ଣ ରଙ୍ଗର ପକ୍ଷୀମାନଙ୍କର ଡିଜାଇନ୍ ସହିତ ସଜାଯାଇଥିବା ଟ୍ରେନର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଏହି ଟ୍ରେନ୍ ହାଇଦ୍ରାବାଦ ରୁ ପଶ୍ଚିମବଙ୍ଗ ଯିବାର ନିଶ୍ଚିତ ହେଇଥିବା ସମୟରେ ମୁସଲମାନ ମାନେ ତାକେ ଏପରି ସଜାଇଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହି ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗ ସହିତ ଭାଇରାଲ କରି ଏକ ସାମ୍ପ୍ରାଦାୟିକ ରୂପ ଦିଆ ଯାଇଛି।  […]

Continue Reading

ଯଶୋଭୁମି ଉଦ୍ଘାଟନ ପାଇଁ ଆସିଥିବା କାରିଗରମାନଙ୍କ ଫୋଟୋ ମିଥ୍ୟା ଦାବିରେ ଭାଇରାଲ ହେଉଛି। ବିସ୍ତାରରେ ସତ୍ୟତା ଜାଣନ୍ତୁ। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୭ ସେପ୍ଟେମ୍ବର ରେ ତାଙ୍କ ଜନ୍ମଦିନରେ ଦିଲ୍ଲୀର ଦ୍ୱାରକାଠାରେ ଭାରତ ଆନ୍ତର୍ଜାତୀୟ ସମ୍ମିଳନୀ ଏବଂ ଏକ୍ସପୋ ସେଣ୍ଟର ଯଶୋବୋମିର ପ୍ରଥମ ପର୍ଯ୍ୟାୟ ଉଦଘାଟନ କରିଥିଲେ। ଏହି ଉଦ୍ଘାଟନ ସମୟର ଦୁଇଟି ଫୋଟୋ  ସୋସିଆଲ ମିଡିଆରେ ଭାଇରାଲ ହେଉଛି।  ପ୍ରଥମ ଫୋଟୋରେ ପ୍ରଧାନମନ୍ତ୍ରୀ ମୋଦୀ ହାଣ୍ଡି ନିର୍ମାଣ କାରିଗରଙ୍କ ନିକଟରେ ବସିଥିବା ଦେଖିବାକୁ ମିଳିଛି ଏବଂ ଦ୍ଵିତୀୟ ଫୋଟୋରେ ସେ ଜଣେ ମୋଚି ସମ୍ମୁଖରେ ଜୋଟା ଦେଖୁଥିବା ନଜର ଆସୁଛନ୍ତି। ଦାବି କରା ଯାଉଛି […]

Continue Reading

କ’ଣ ବିରୋଧୀ ରାଜନୀତି ଦଳର INDIA ମିଳିତତା ବୈଠକରେ ସାମ୍ବାଦିକଙ୍କୁ ବୟକଟ୍ କରିବା ନିଷ୍ପତ୍ତି ପରେ ଅଞ୍ଜନା କଶ୍ୟପ ସାମ୍ବାଦିକମାନଙ୍କୁ ସମାଲୋଚନା କରୁଛନ୍ତି? ଜାଣନ୍ତୁ ସତ୍ୟ। 

ନିକଟରେ ପ୍ରମୁଖ ବିରୋଧୀ ଦଳର ‘ଇଣ୍ଡିଆ’ ମିଳିତ ମଞ୍ଚ ୧୪ ଟିଭି ସାମ୍ବାଦିକଙ୍କ କାର୍ଯ୍ୟକ୍ରମରେ ଯୋଗ ନ ଦେବାକୁ ନିଷ୍ପତ୍ତି ନେଇଛି ଏବଂ ସେମାନଙ୍କୁ ବୟକଟ୍ କରିଛି।  ଏହି ପ୍ରସଙ୍ଗରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଆଜ୍ ତକ୍ (ହିନ୍ଦୀ) ଚ୍ୟାନାଲର ପରିଚାଳନା ସମ୍ପାଦକ ଅଞ୍ଜନା ଓମ କଶ୍ୟପ କହିଛନ୍ତି ଯେ ସାମ୍ବାଦିକମାନେ ସେମାନଙ୍କର ଅନୈତିକ ଆଚରଣ ଯୋଗୁଁ ସମାଜ ପାଇଁ ଅପୂରଣୀୟ କ୍ଷତି କରିଛନ୍ତି। ଦାବି କରା ଯାଉଛି ଯେ ବିରୋଧୀ ଦଳର […]

Continue Reading

ଏହି ଭାଇରାଲ୍ ଭିଡିଓ 2019ର ଅଟେ, ଯେତେବେଳେ ମୃତକଙ୍କ ସମ୍ପର୍କୀୟମାନେ ଏକ ଦୁର୍ଘଟଣା ଉପରେ କ୍ରୋଧ ପ୍ରକାଶ କରିଥିଲେ…

ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି ଯେ ନିକଟରେ ମୌଲାନା ରାଜସ୍ଥାନର ବର୍ମର ସେଡୱା ଗ୍ରାମରେ ସମସ୍ତ ମୁସଲମାନମାନଙ୍କ ପାଇଁ ଫତୱା ଜାରି କରିଛନ୍ତି। ଯାହା ଅନୁଯାୟୀ ସେମାନେ ଜଟ୍, ଗୁଜରାଟ ଏବଂ ଚୌଧୁରୀଙ୍କ ଦୋକାନରୁ କୌଣସି ସାମଗ୍ରୀ କିଣିବା ଉଚିତ୍ ନୁହେଁ କିମ୍ବା ସେମାନଙ୍କ ଗାଡିରେ ବସିବା ଉଚିତ୍ ନୁହେଁ। ଭାଇରାଲ୍ ଭିଡିଓରେ ଜଣେ ମୁସଲମାନ ବ୍ୟକ୍ତି ଶୁଣିବାକୁ ମିଳେ ଯେ ଯଦି ଜଣେ ମୁସଲମାନର ହୃଦୟରେ ବିଶ୍ୱାସର ଶସ୍ୟ ରହିଯାଏ… .. ସେ […]

Continue Reading

କ’ଣ ନିକଟରେ ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ସମୟରେ ଲୋକ ମାନେ ଏହି ବିରୋଧ ପ୍ରଦର୍ଶନ କରିଥିଲେ? ଜାଣନ୍ତୁ ସତ୍ୟ।

ଗତ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତ ମୁଖ୍ୟ ପ୍ରସଙ୍ଗରେ ଆସିଛି। ସେ ରାଷ୍ଟ୍ରପତି ଜୋ ବିଡେନଙ୍କୁ ଭେଟି ଆମେରିକା କଂଗ୍ରେସକୁ ସମ୍ବୋଧିତ କରିଥିଲେ। ମୋଦୀଙ୍କ ଆମେରିକା ଗସ୍ତ ସହ ଜଡିତ ଅନେକ ପୋଷ୍ଟ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ନିକଟରେ ଆମେ ଏକ ଭିଡିଓ ସାମ୍ନାକୁ ଆସିଥିଲୁ ଯେଉଁଥିରେ ରାସ୍ତାରେ ଅନେକ ଲୋକ ମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି। ପ୍ରଦର୍ଶନ ସମୟରେ ସେମାନେ […]

Continue Reading

କ’ଣ ୨୦୦୦ ଟଙ୍କା ନୋଟ୍ ପ୍ରତ୍ୟାହାର ହେବ ପରେ ଲୋକେ ତାଙ୍କ କଳା ଧନ ବାହାର କରୁଛନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ ଆରବିଆଇ ୨୦୦୦ ଟଙ୍କା ନୋଟ୍ ଗୁଡିକୁ ପ୍ରତ୍ୟାହାର କରିବା ନିଷ୍ପତ୍ତି ନେଇଛି। ୨୦୧୬ ମସିହାରେ ୨୦୦୦ ଟଙ୍କାର ନୋଟ୍ ଜନସାଧାରଣଙ୍କ ୟବାହାର ପାଇଁ ସୃଷ୍ଟି କର ଯାଇଥିଲା। କିନ୍ତୁ ବର୍ତ୍ତମାନ ଏହାର ପ୍ରତ୍ୟାହାର ସୂଚନା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ୩୦ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ସମସ୍ତ ଲୋକଙ୍କୁ ୨୦୦୦ ଟଙ୍କା ନୋଟ୍ ବ୍ଯାଙ୍କରେ ବଦଳାଇବା ପାଇଁ ସୂଚିତ କର ଯାଇଛି।  ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ […]

Continue Reading

କ’ଣ ଯନ୍ତର ମନ୍ତର ଆନ୍ଦୋଳନରେ ଯୋଗଦେବା ପାଇଁ ନକଲି ବିରୋଧକାରୀମାନେ ନିଜର ପୋଷାକ ବଦଳାଉଛନ୍ତି? ଜାଣନ୍ତୁ ସତ୍ୟ।

ଦିଲ୍ଲୀର ଯନ୍ତର ମନ୍ଥରରେ କୁସ୍ତି ଖେଳାଳିଙ୍କର ଆନ୍ଦୋଳନରେ ଯୋଗଦାନ ଦେବା ପାଇଁ ପଞ୍ଜାବର କୃଷକ ମାନେ ସେଠାରେ ପହଞ୍ଚିଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ମୁସ୍ଲିମ ବ୍ୟକ୍ତି ନିଜ ଟୋପି କାଢି ପାଗଢି ପିନ୍ଧୁଛନ୍ତି। ଏହା ସହିତର ଦାବି କରା ଯାଉଛି ଯେ କେଉଁ ପ୍ରକାର ନକଲି ଲୋକମାନେ କୃଷକ ଭେଷ ହୋଇ ଦିଲ୍ଲୀର ଯନ୍ତର ମନ୍ତରରେ କୁସ୍ତି ଖେଳାଳିଙ୍କ ସମର୍ଥନରେ ଆନ୍ଦୋଳନରେ ଯୋଗ ଦେବା ପାଇଁ […]

Continue Reading

ଗୁଜରାଟରେ ଗତ ୫ ବର୍ଷରେ ୪୦,୦୦୦ ମହିଳାଙ୍କ ନିଖୋଜ ହୋଇଥିବା ବିଷୟରେ ସତ୍ୟତା ଜାଣନ୍ତୁ।

ନିକଟରେ ଗୁଜୁରାଟରୁ ନିଖୋଜ ମହିଳାଙ୍କ ବିଷୟରେ ଏକ ସୂଚନା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଗତ ୫ ବର୍ଷ ମଧ୍ୟରେ ଗୁଜୁରାଟରୁ ୪୧ ହଜାର ମହିଳା ନିଖୋଜ ହୋଇଯାଇଥିବା ଦାବି ହେଉଛି। ଗତ 5 ବର୍ଷ ମଧ୍ୟରେ ଗୁଜୁରାଟରୁ ୪୧ ହଜାର ମହିଳା ନିଖୋଜ ହୋଇଯାଇଛନ୍ତି ବୋଲି ଏନସିଆରବି ର ଏକ ରିପୋର୍ଟ କହିଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହି ସୂଚନା ନେଇ ସୋସିଆଲ ମିଡିଆରେ ସମ୍ପୁର୍ଣ୍ଣ ତଥ୍ୟ ଦର୍ଶାଅ […]

Continue Reading

କ’ଣ କର୍ଣ୍ଣାଟକ ନିର୍ବାଚନ ପ୍ରଚାର ସମୟରେ ସୋନିୟା ଏବଂ ରାହୁଲ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନଙ୍କୁ ଅସମ୍ମାନ କରିଥିଲେ? ଜାଣନ୍ତୁ ସତ୍ୟ।

୧୦ ମଇ ରେ କର୍ଣ୍ଣାଟକ ନିର୍ବାଚନ ହୋଇଥିଲା। ଏହା ପୂର୍ବରୁ ଅନେକ ରାଜନୈତିକ ଦଳ ନିଜ ପାର୍ଟି ପ୍ରଚାର ପାଇଁ ରେଲି ଆୟୋଜନ କରିଥିଲେ। ଏହି ସମୟରେ କର୍ଣ୍ଣାଟକରେ କଂଗ୍ରେସର ଏକ ରେଲିରେ ପ୍ରଚାର କରୁଥିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  ଭିଡିଓରେ ଦେଖିବାକୁ ମିଳିଛି ଯେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ହାତ ଯୋଡି ଛିଡା ହୋଇଥିବା ବେଳେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ତାଙ୍କୁ ଅଣଦେଖା କରି ଅସମ୍ମାନ କରିଛନ୍ତି। […]

Continue Reading

କ’ଣ ଜଣେ କାର ମାଲିକ ଟ୍ରାଫିକ୍ ପୋଲିସକୁ ନିଜ କାର ଉପରେ ଘୋଷାଡ଼ି ନେଉଥବା ଏହି ଭିଡିଓ ଓଡ଼ିଶାର ଅଟେ? ଜାଣନ୍ତୁ ସତ୍ୟ।

ଟ୍ରାଫିକ୍ ନିୟମ ଉଲଂଘନ କରିଲେ ଚାଳନ ଦେବାକୁ ପଡିଥାଏ। କିଛି ଲୋକେ ଚାଲାଣ ଦେବାରୁ ଖସି ପଳାଇବା ପାଇଁ ମଧ୍ୟ ଚେଷ୍ଟା କରିଥାନ୍ତି। ଏପରି ଏକ ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ଟ୍ରାଫିକ୍ ପୋଲିସ ଗୋଟିଏ କାରକୁ ଅଟକାଇ ରଖିଥିଲେ। ହଠାତ ସେହି କାର ଆଗକୁ ବଢିବାକୁ ଲାଗିଲା। କାରକୁ ରୋକିବା ପାଇଁ ଟ୍ରାଫିକ୍ ପୋଲିସ କାର ବନେଟ୍ ଉପରେ ଚଢି ଯାଇଥିଲେ। କିନ୍ତୁ କାରଟି ନ ଅଟକାଇ […]

Continue Reading

କ’ଣ ବିଜେପି କାର୍ଯ୍ୟକର୍ତ୍ତା ପେଟ୍ରୋଲ୍ ଏବଂ ଗ୍ଯାସ୍ ଦରରେ ବୃଦ୍ଧି ନେଇ ଅର୍ଦ୍ଧ ଉଲଗ୍ନ ହୋଇ ବିରୋଧ ପ୍ରଦର୍ଶନ କରୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କ ଅର୍ଦ୍ଧଉଲଗ୍ନ ହୋଇ ବିରୋଧ ପ୍ରଦର୍ଶନ କରୁଥିବା ଏକ ଫୋଟୋ ଭାଇରାଲ ହେବରେ ଲାଗିଛି। ଫୋଟୋ ସହିତ କୁଆ ଯାଇଛି ଯେ ପେଟ୍ରୋଲ୍ ଦର ୬୦ ଟଙ୍କା ଥିଲା ଏବଂ ଗ୍ଯାସ୍ ସିଲିଣ୍ଡର ୪୯୩ ଟଙ୍କା ଥିଲା, ତେବେ ମଧ୍ୟ ଏମାନେ ଉଲଗ୍ନ ହୋଇଥିଲେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ବିଜେପି କାର୍ଯ୍ୟକର୍ତ୍ତାଙ୍କର ଅର୍ଦ୍ଧଉଲଗ୍ନ ହୋଇ ବିରୋଧ ପ୍ରଦର୍ଶନ କରୁଥିବା ଫୋଟୋର ପେଟ୍ରୋଲ୍ କିମ୍ବା […]

Continue Reading

ଗୋଟିଏ 3D ଏନିମେଶନ୍ ଭିଡିଓକୁ ସମୁଦ୍ର ତଳେ ଡୁବୁ ରହିଥିବା ଦ୍ଵାରିକାର ଦୁର୍ଲଭ ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି ଯେଉଁଥିରେ ରାଧା-କୃଷ୍ଣ ମନ୍ଦିର ସମୁଦ୍ର ଭିତରେ ଦୃଶ୍ୟମାନ ହେଉଛି। ଦ୍ୱାରକା ସହର ସମୁଦ୍ର ତଳେ ଅଛି ବୋଲି ଏକ ଦାବି ସହିତ ଏହି ଭିଡିଓରେ ଦର୍ଶାଯାଇଛି ଏବଂ ଦାବି କରା ଯାଉଛି ଯେ ସମୁଦ୍ରରେ ବୁଡ଼ିଯିବା ପରେ ମଧ୍ୟ ଏହା ଦେଖିବାକୁ ମିଲିଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ଉପଯୁକ୍ତ ପ୍ରସଙ୍ଗ ବିନା ସେୟାର କରା ଯାଉଥିବା ପାଇଲା। ଗୋଟିଏ 3D ଏନିମେଶନ୍ ଭିଡିଓକୁ ସମୁଦ୍ର ତଳେ […]

Continue Reading

କ’ଣ ଭାଇରାଲ ଭିଡିଓରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ, ଅମୃତଫଳ ସିଂ ଏବଂ ଖାଲିସ୍ତାନର ସମର୍ଥନ କରୁଛନ୍ତି? ଜାଣନ୍ତୁ ସତ୍ୟ।

ଖାଲିସ୍ତାନୀ ସମର୍ଥକ ଅମୃତପାଲ ସିଂ ଏବେ ମଧ୍ୟ ପୋଲିସ ଗିରଫ କରିବାକୁ ଉଦ୍ଦୟମ କରୁଛି। କିନ୍ତୁ ତାଙ୍କ ନାମରେ ଦେଶରେ ରାଜନୀତି ଚାଲିଛି। ଏହି ସମୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତଙ୍କ ୧୦ ସେକେଣ୍ଡର ଏକ ଭିଡିଓ କ୍ଲିପ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହାକୁ ସେଯାର କରି ଦାବି କରାଯାଇଛି ଯେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ଅମୃତପାଲ ସିଂଙ୍କୁ ସମର୍ଥନ କରୁଛନ୍ତି। ଭାଇରାଲ ଭିଡିଓରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ କହୁଛନ୍ତି ଯେ “ଅମୃତପାଲ […]

Continue Reading

କା’ଣ ଏହି ଭିଡିଓରେ କହ୍ନୟା କୁମାର ରାହୁଲ ଗାନ୍ଧୀଙ୍କୁ ପ୍ରଚଣ୍ଡ ମୂର୍ଖ ବୋଲି କହୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସମଗ୍ର ବିଶ୍ୱରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି | ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କିଛି ନିର୍ଦ୍ଦେଶ ଜାରି କରିଛି। ଏହା ସହିତ ସେ ଭାରତ ଯୋଡା ଯାତ୍ରାରେ ଜଡିତ ଲୋକଙ୍କୁ କୋଭିଡଙ୍କ ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ କହୁଛନ୍ତି। ଏଥିସହ ସେ କହିଛନ୍ତି ଯେ ଯଦି ତାଙ୍କଠାରୁ ଏହି ନିର୍ଦ୍ଦେଶ ପାଳନ କରାଯାଉ ନାହିଁ ତେବେ ଭାରତ ଯୋଡା ଯାତ୍ରାକୁ ସ୍ଥଗିତ କରାଯିବ। ଏହା ଉପରେ ରାହୁଲ ଗାନ୍ଧୀ କହିଛନ୍ତି […]

Continue Reading

ଗଣିତଜ୍ଞ ନୀନା ଗୁପ୍ତା ରାମାନୁଜନ ପୁରସ୍କାର 2021ରେ ମିଳିଥିଲା, ବର୍ତ୍ତମାନ ନୁହେଁ

ଶାହାରୁଖ ଖାନଙ୍କ ଚଳଚ୍ଚିତ୍ର ପଠାନକୁ ସୋସିଆଲ ମିଡିଆରେ ବିରୋଧ ପ୍ରଦର୍ଶନ କରୁଥିବ ବାଳେ ଅନେକ ନ୍ୟୂଜ ଚ୍ୟାନେଲ ପଠାନ ଫିଲ୍ମର ପ୍ରୋମୋଶନକୁ ନେଇ ଚର୍ଚ୍ଚା କରୁଛନ୍ତି। ଏଥିମଧ୍ୟରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି , ଯେଉଁଥିରେ ନୀନା ଗୁପ୍ତ ଗଣିତଜ୍ଞ ଯଦି ଆପଣ ଶାହାରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ଠାରୁ ଖାଲି ସମୟ ପାଆନ୍ତି, ତେବେ ଭାରତୀୟମାନେ ମଧ୍ୟ ସେମାନଙ୍କୁ ଚିହ୍ନିବା ଉଚିତ!  ତାଙ୍କୁ ରାମାନୁଜନ ପୁରସ୍କାରରେ ସମ୍ମାନିତ କରାଯାଇଛି, ସେ […]

Continue Reading

ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡା ଯାତ୍ରା’ ସମୟରେ ମୋଦୀ ସ୍ଲୋଗାନର ଏହି ଭିଡିଓ ରାଜସ୍ଥାନ ନୁହେଁ ବରଂ ମଧ୍ୟପ୍ରଦେଶର ଅଟେ।

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡା ଯାତ୍ରା ରାଜସ୍ଥାନରେ ପ୍ରବେଶ  କରିବା ପରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।, ଯେଉଁଥିରେ ରାହୁଲ ଗାନ୍ଧୀଙ୍କ ଯାତ୍ରା ସମୟରେ କିଛି ଲୋକ ଛାତ ଉପରେ ଛିଡ଼ା ହୋଇ ମୋଦୀ ମୋଦୀ ସ୍ଲୋଗନା ଦେଉଥିଲେ। ଏହା ପରେ ରାହୁଲ ଗାନ୍ଧୀ ତାଙ୍କୁ ଫ୍ଲାଇଁଗ କିସ ଦେଇ ତାଙ୍କୁ ସମର୍ଥନ କରୁଥିବାର ଦେଖାଯାଉଛନ୍ତି।  ଭାଇରାଲ ଭିଡିଓ ସହିତ ଦାବି କରାଯାଉଛି ଯେ, ଭାଇରାଲ ଭିଡିଓ ରାଜସ୍ଥାନର ଝାଲାୱାରର […]

Continue Reading

କ’ଣ ଏହା ନିକଟରେ ମିଶ୍ରିତ ମାର୍ଶଲ ଆର୍ଟ ପ୍ରତିଯୋଗୀତାରେ ପୂଜା ତୋମରଙ୍କ ବିଜୟ ହେବା ଭିଡିଓ କି? ଜାଣନ୍ତୁ ସତ୍ୟ।

୧୯ ନଭେମ୍ବରରେ ଦୁବାଇରେ ଆୟୋଜିତ ମିଶ୍ରିତ ମାର୍ଶଲ ଆର୍ଟରେ ଭାରତର ପୂଜା ତୋମର ବିଶ୍ୱ ଚାମ୍ପିଅନ୍ ହୋଇଥିଲେ। ସୋସିଆଲ ମିଡିଆରେ ଲୋକେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି | ଏହି ସମୟରେ ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ତାଙ୍କୁ ରେଫରି ମ୍ୟାଚ୍‌ର ବିଜେତା ଘୋଷିତ କରୁଛନ୍ତି। ଏହି ଭିଡିଓ ଦୁବାଇରେ ହୋଇଥିବା ବିଜୟର ବୋଲି ଦାବି କରାଯାଉଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହି ଭିଡିଓ ପୁରୁଣା ଅଟେ।  କ’ଣ କୁହା […]

Continue Reading

କ’ଣ ଭାଇରାଲ ଫୋଟୋ ନାଗ ବାସୁକି ମନ୍ଦିରର ଅଟେ ଯାହା ଉତ୍ତରପ୍ରଦେଶରେ ଅବସ୍ଥିତ? ଜାଣନ୍ତୁ ସତ୍ୟ।

ବାରତାମାନ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେଉଛି। ଫୋଟୋରେ ଦେଖିବାକୁ ମିଳିଛି ଯେ ଗୋଟିଏ ଗଛରେ ମୂର୍ତ୍ତି ନିର୍ମାଣ କରା ଯାଇଛି। ଦାବି ଅନୁଯାୟୀ ଏହି ଫୋଟୋ ଉତ୍ତରପ୍ରଦେଶର ପ୍ରୟାଗରାଜ ସହରରେ ଅବସ୍ଥିତ ନାଗ ବାସୁକି ମନ୍ଦିରର ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଫୋଟୋ କର୍ଣାଟକାର ଏକ ପଥର ବଗିଚାର ଫୋଟୋ ଅଟେ।  କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ? ଫୋଟୋ ସେୟାର କରି ସୋସିଆଲ […]

Continue Reading

କ’ଣ ପୋଷ୍ଟ ହେଇଥିବା ଫୋଟୋ ନିକଟରେ କେଦାରନାଥର ହେଲିକପ୍ଟର ଦୁର୍ଘଟଣାକୁ ଦର୍ଶାଉଛି? ଜାଣନ୍ତୁ ସତ୍ୟ। 

ନିକଟରେ କିଛି ଯାନ୍ତ୍ରିକ ତ୍ରୁଟି ହେତୁ କେଦାରନାଥରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ 7 ଜଣଙ୍କର ମୃତ୍ୟୁ ହୋଇଥିଲା। ତେବେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।  ଏହିପରି ଗୋଟିଏ ଫଟୋ ସେୟାର କରି ଦାବି କରା ଯାଉଛି ଯେ ଏହା ନିକଟରେ କେଦାରନାଥରେ ଦୁର୍ଘଟଣାଗ୍ରସ୍ତ ହେଇଥିବା ହେଲିକପ୍ଟରର ଫୋଟୋ ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଅନୁସନ୍ଧାନରୁ ଜାଣିବାକୁ ପାଇଲା ଯେ ଏହି ଫୋଟୋ ଅନେକ ବର୍ଷରୁ ଇଣ୍ଟର୍ନେଟରେ […]

Continue Reading

କ’ଣ ଉତ୍ତରପ୍ରଦେଶ ସରକାର ଦ୍ୱାରା ସ୍କୁଲ ଏବଂ ମଧ୍ୟାନଭୋଜନରେ ଏତେ ଉନ୍ନତି ହୋଇଛି ?

ସୋସିଆଲ ମିଡିଆରେ ଏକ ବିଦ୍ୟାଳୟର ଚିତ୍ରର ଏକ କୋଲାଜ ସେୟାର କରାଯାଉଛି ଯେଉଁଥିରେ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଏହି ବିଦ୍ୟାଳୟ ନିର୍ମାଣ କରିଛନ୍ତି ବୋଲି ଦାବି କରାଯାଉଛି।   ଏହି ସ୍କୁଲ ଏତେ ସୁନ୍ଦର ହେବା ସହ ଏଠାରେ ମଧ୍ୟାନ ଭୋଜନ ଏତେ ଭଲ ଦିଆଯାଉଛି। ଚିତ୍ର ସେୟାର କରିବାବେଳେ ଉପଭୋକ୍ତାମାନେ ଲେଖୁଛନ୍ତି ଯେ ଯଦି ସ୍କୁଲ ଦିଲ୍ଲୀର ହୋଇଥାନ୍ତା, ତେବେ ଏହା ବିଦେଶୀ ଖବରକାଗଜରେ ଲେଖା ହୋଇଥାନ୍ତା। ରଞ୍ଜନ କୁମାର ସାହୁ ନାମକ ଜଣେ […]

Continue Reading

ପାକିସ୍ତାନ ଓ ଆଫଗାନିସ୍ତାନ ସମର୍ଥକଙ୍କ ମଧ୍ୟରେ ଆକ୍ସନ ରିଆକ୍ସନ ଦାବି କରାଯାଉଥିବା ପ୍ରଥମ ଭିଡିଓ ପୁରୁଣା ଅଟେ।

ଏସିଆ କପ୍ ସିରିଜରେ ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ପରେ ଉଭୟ ଦେଶର ପ୍ରଶଂସକଙ୍କ ମଧ୍ୟରେ  ଝଗଡା ଆରମ୍ଭ ହୋଇଥିଲା। ଏହି ଘଟଣା ସମ୍ବନ୍ଧୀୟ ଅନେକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି।  ଏହିପରି ଗୋଟିଏ ଭିଡିଓରେ ଆପଣ ପାକିସ୍ତାନୀ ପ୍ରଶଂସକଙ୍କୁ ଷ୍ଟାଡିୟମରେ ବସି ଆଫଗାନିସ୍ତାନକୁ ଥଟ୍ଟା କରୁଥିବା ଦେଖିପାରିବେ। ଦାବି ହେଉଛି ଯେ ଏହି ପାକିସ୍ତାନୀ ପ୍ରଶଂସକ ଆଫଗାନିସ୍ତାନକୁ ଥଟ୍ଟା କରିବାରୁ ଷ୍ଟାଡିୟମରେ ଝଗଡ଼ା ଆରମ୍ଭ ହୋଇଥିଲା।  Susanta Sahoo ନାମକ ଜଣେ ଫେସବୁକ ୟୂଜର […]

Continue Reading

ଲକ୍ଷ୍ନୌର ଏକ ସ୍କୁଲରେ ଭାରତ ମାତା ମୁଣ୍ଡରୁ ମୁକୁଟ ହଟାଇ ଜାଲି ଟୋପି ପିନ୍ଧାଗଲା? ଜାଣନ୍ତୁ ସତ୍ୟତା. . 

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବା ସହ ଦାବି ହେଉଛି ଯେ ସ୍ୱାଧୀନତା ଦିବସ ଅବସରରେ ଲକ୍ଷ୍ନୌର ଏକ ବିଦ୍ୟାଳୟରେ ଭାରତ ମାତାର ଭୂମିକାରେ ଅଭିନୟ କରୁଥିବା ଝିଅର ମୁକୁଟ ହଟାଇ ତାକୁ ନମାଜ ପଢ଼ିବାକୁ କୁହାଗାଲା। ଦାବି କରାଯାଇଛି ଯେ, ଉତ୍ତର ପ୍ରଦେଶ ରେ ବିଜେପି ଥାଇ ମଧ୍ୟ କଂଗ୍ରେସ ସମୟ ର ଅବସ୍ଥା ଆଜି ମଧ୍ୟ ବଜାୟ ଅଟେ । ମୁସଲମାନ ବହୁଳ ସ୍ଥାନ ଏକ ସ୍କୁଲ୍ ରେ ଭାରତ ମାତା ମୁଣ୍ଡରୁ […]

Continue Reading

ଭୁଲ ଦାବି ସହିତ ରାହୁଲ ଗାନ୍ଧୀଙ୍କ ପୁସ୍ତକ ରିଲିଜ୍ ଭିଡିଓ ଡିଜିଟାଲ୍ ଏଡିଟ୍ ହୋଇ ଭାଇରାଲ୍ କରାଯାଉଛି।

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କ୍ଲିପ ହୋଇଥିବା ଭିଡିଓଗୁଡ଼ିକ ଇଣ୍ଟରନେଟରେ ପ୍ରାୟତଃ ଭାଇରାଲ ହୋଇଥାଏ। ଫ୍ୟାକ୍ଟ କ୍ରେସେଣ୍ଡୋ ତାଙ୍କ ଭିଡିଓଗୁଡିକ ଅନେକ ଥର ଅନୁସନ୍ଧାନ କରିଛନ୍ତି ଏବଂ ତାଙ୍କ ପାଠକମାନଙ୍କୁ ତାଙ୍କ ସତ୍ୟତା କହିଛନ୍ତି।  ବର୍ତ୍ତମାନ ଅନ୍ୟ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ସେୟାର କରାଯାଉଛି।  ଏଥିରେ ଆପଣ ରାହୁଲ ଗାନ୍ଧୀଙ୍କୁ ଏକ ପୁସ୍ତକ ଉନ୍ମୋଚନରେ ଦେଖିପାରିବେ।  ତାଙ୍କ ସହ ଦାବି କରାଯାଉଛି ଯେ ଯେତେବେଳେ ସାମ୍ବାଦିକ ରାହୁଲ ଗାନ୍ଧୀଙ୍କୁ ପୁସ୍ତକର ପଛ କଭର ଦେଖାଇବାକୁ […]

Continue Reading

ଆଫଗାନିସ୍ତାନ ଏବଂ ପାକିସ୍ତାନ ସମର୍ଥକଙ୍କ ମଧ୍ୟରେ ଲଢେଇର ପୁରୁଣା ଭିଡିଓକୁ ନିକଟରେ ଏସିଆ କପର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।

୭ ସେପ୍ଟେମ୍ବର ୨୦୨୨ ରେ ଶାରଜାଠାରେ ଅନୁଷ୍ଠିତ ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ମ୍ୟାଚରେ ପାକିସ୍ତାନ ଗୋଟିଏ ୱିକେଟରେ ଜିତ ହାସଲ କରିଥିଲା। ଏହି ସମୟରେ ଷ୍ଟାଡିୟମରେ ଉପସ୍ଥିତ ଥିବା ଉଭୟ ଦେଶର ସମର୍ଥକଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହାର ଅନେକ ଭିଡିଓ ବିଭିନ୍ନ ସୋସିଆଲ ମିଡିଆ ଭାଇରାଲ ହେଉଛି | ଏହି ସମୟରେ ସୋସିଆଲ ମିଡିଆରେ ଆଉ ଏକ ଭିଡିଓ ସେୟାର କରାଯାଉଛି। ଏହା ସହିତ ଦାବି କରା ଯାଇଛି ଯେ ଏହି ଭିଡିଓ […]

Continue Reading

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ମାସ୍କ ପିନ୍ଧି ପାଦୁକା ପିଇଥିଲେ କି?

କିଛି ଦିନ ପୂର୍ବରୂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ରାମଦେବ ବାବାଙ୍କ ମନ୍ଦିର ପରିଦର୍ଶନ କରିବାକୁ ଯାଇଥିଲେ। ଏହା ପରେ ତାଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଲୋକମାନେ ମୋଦୀ-ମୋଦିଙ୍କ ସ୍ଲୋଗାନ ଦେଉଥିଲେ। ଏହି ସମୟରେ, ରାମଦେବ ମନ୍ଦିରର ଆଉ ଏକ ଭିଡିଓ ଖୁବ୍ ଶୀଘ୍ର ସେୟାର କରାଯାଉଛି। ଏଥିରେ ଆପଣ ଦେଖିପାରିବେ ଯେ ସେ ରାମଦେବ ବାବାଙ୍କ ସମାଦୀରେ ଚାଦର ଅର୍ପଣ କରୁଛନ୍ତି ଏବଂ ପୂଜା କରୁଛନ୍ତି। ଏହି ଭିଡିଓ ସହିତ ଦାବି କରାଯାଉଛି […]

Continue Reading

ଭାଇରାଲ ଫୋଟୋରେ ଜଣେ ଯୁବକ ଭାରତୀୟ ଜାତୀୟ ପତକାକୁ ନିଆ ଲଗାଇଥିବାର କାରଣ କ’ଣ? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଫୋଟୋ ଗୁଡିକରେ ଜଣେ ଯୁବକ ଭାରତୀୟ ଜାତୀୟ ପତକାକୁ ନିଆ ଲଗାଉଥିବା ଦେଖିବାକୁ ମିଳିଛି। ଫୋଟୋ ସେୟାର କରି ଏହି ଯୁବକଙ୍କୁ ଗିରଫ କରିବାର ଦାବି କରା ଯାଇଛି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଅନୁସନ୍ଧାନ ପରେ ଜାଣିବାକୁ ପାଇଲା ଯେ ଏହା ଏକ ପୁରୁଣା ଘଟଣା ଯାହା 2016 ମସିହାରେ ତାମିଲ ନାଡୁ ରାଜ୍ୟରେ ଘଟିଥିଲା।  କ’ଣ କୁହା ଯାଇଛି ପୋଷ୍ଟରେ?  ଜଣେ ଯୁବକ ଭାରତୀୟ […]

Continue Reading

କ’ଣ ଆଜାଦୀ କା ଅମୃତ ମୋହତ୍ସବ ଅବସରରେ ତିରଙ୍ଗାରେ ରଙ୍ଗେଈ ହେଇଛି ଏହି ଝରଣା? ଜାଣନ୍ତୁ ସତ୍ୟ।

ସାରା ଦେଶ ୭୫ ତମ ସ୍ଵାଧୀନତା ଦିବସ ପାଇଁ ଆଜାଦୀର ଅମୃତ ମୋହତ୍ସବ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ବାସୀଙ୍କୁ ୧୩ ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ଘରେ ତିରଙ୍ଗା ଲଗାଇବା ପାଇଁ ଅନୁରୋଧ କରିଛନ୍ତି। ଏହା ଛଡା ରେ ଏହା ମଧ୍ୟ କହିଛନ୍ତି ଯେ ଦେଶବାସୀ ନିଜ ଡ଼ିପି ଏବଂ ପ୍ରୋଫାଇଲ୍ ଫୋଟୋରେ ତିରଙ୍ଗା ଲଗାନ୍ତୁ।  ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ଝରଣାର ପାଣି ଆମ […]

Continue Reading

ସରକାରୀ ବିଦ୍ୟାଳୟରେ ଶିକ୍ଷକଙ୍କ ଖରାପ ଅବସ୍ଥା ଏବଂ ଅସାଧୁତାକୁ ଦର୍ଶାଉଥିବା ଏହି ଭିଡିଓ ଏକ ପ୍ରକାରର ନାଟକ ବା ମନୋରଞ୍ଜନ ଭିଡିଓ ଅଟେ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ସାମ୍ବାଦିକ ଏକ ସରକାରୀ ବିଦ୍ୟାଳୟରେ କିଛି ଶିକ୍ଷକଙ୍କୁ ପଚରା ଉଚରା କରୁଥିବା ଦେଖିବାକୁ ମିଳିଛି। ଭିଡିଓରେ ସେ ଶିକ୍ଷକଙ୍କୁ ଗଣିତ ଏବଂ ସଂସ୍କୃତ ବିଷୟ ନେଇ ସରଲ ପ୍ରଶ୍ନ କରୁଛନ୍ତି। କିନ୍ତୁ ଶିକ୍ଷକ ମାନେ ତାଙ୍କର ପ୍ରଶ୍ନର ଉତ୍ତର ଦେଇ ପାରୁ ନାହାଁନ୍ତି। ଜାଣିବାକୁ ମିଳିଛି ଯେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସ୍ଥାନରେ ତାଙ୍କ ସ୍ଵାମୀ ଏବଂ ଅନ୍ୟ ଏକ ଅଧ୍ୟାପକଙ୍କ ସ୍ଥାନରେ ତାଙ୍କ […]

Continue Reading

ପଶ୍ଚିମବଙ୍ଗରେ ମମତା ବାନାର୍ଜୀର ପୋଲିସ କାଉଡି ଭାଇ ଭଉଣୀ ମାନଙ୍କୁ ମାଡ ମାରୁଛନ୍ତି ?

ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ପୋଲିସ କିଛି ଲୋକଙ୍କୁ ମାଡ଼ ମାରୁଥିବାର ଦେଖାଯାଉଛି। ଭିଡିଓ ସହିତ ଦାବି କରାଯାଉଛି ଯେ, ପଶ୍ଚିମବଙ୍ଗର ପୋଲିସ କାଉଁଡିଆ ତୀର୍ଥଯାତ୍ରୀମାନଙ୍କୁ ଲାଠୀ ଚାର୍ଜ କରୁଛି । ଲୋକମାନେ ସୋସିଆଲ ମିଡିଆରେ ଏହି ଭିଡିଓ ସେୟାର କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରୁଉଛନ୍ତି। Suryakant Dash ନାମକ ଜଣମେ ଫେସବୁକ ୟୂଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ପଶ୍ଚିମବଙ୍ଗ ରେ ମମତା ବାନୁ […]

Continue Reading

କ’ଣ ଜଣେ ମୌଲବୀଙ୍କ ୪ ଟି ସ୍ତ୍ରୀ ଏବଂ ୨୮ ସନ୍ତାନ ଥିବା ଭିଡିଓ ଭାରତର ଅଟେ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସାମ୍ବାଦିକ ଜଣେ ମୌଲବୀଙ୍କ ସ୍ସାହିତ ଏକ ସାକ୍ଷାତ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ସେ ମୌଲବୀଙ୍କୁ ତାଙ୍କ ୪ ଟି ସ୍ତ୍ରୀ ଏବଂ ୨୮ ସନ୍ତାନଙ୍କ ବିଷୟରେ ପ୍ରଶ୍ନ କରୁଛନ୍ତି। ଭାଇରାଲ ଭିଡିଓର କମେଣ୍ଟରେ ଲୋକେ ଏପରି ପ୍ରତିକ୍ରିୟା ଦେଇଛନ୍ତି ଯେପରିକି ଏହି ଭିଡିଓ ଭାରତର ଅଟେ।  ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଭିଡିଓଟି ପାକିସ୍ତାନର ଅଟେ […]

Continue Reading

ମୁସଲମାନମାନେ ହିନ୍ଦୁ ମନ୍ଦିର ଭାଙ୍ଗୁଥିବାର ଏହି ଭିଡିଓ ପାକିସ୍ତାର ଅଟେ। 

ଏକ ହିନ୍ଦୁ ମନ୍ଦିରକୁ ଭାଙ୍ଗୁଥିବା ଆକ୍ରମଣାତ୍ମକ ଏକ ଭିଡିଓ ସୋସିଆଲ ମିଡିଆରେ ବହୁଳ ଭାବରେ ସେୟାର କରାଯାଇଛି। ଦାବି ହେଉଛି ଯେ ମୁସଲମାନମାନେ ଦେଶର ହିନ୍ଦୁ ମନ୍ଦିରକୁ ଭଙ୍ଗାରୁଜା କରିଛନ୍ତି। ଭିଜୁଆଲରେ ମାଓବାଦୀମାନେ ସବୁକିଛି ଫିଙ୍ଗିବା ସହୀତ, ଲୁହା ଏବଂ କାଠ ରଡରେ ହିନ୍ଦୁ ମୂର୍ତ୍ତିଗୁଡ଼ିକୁ ନଷ୍ଟ କରୁଥିବାର ଦେଖାଯାଉଛନ୍ତି। ଏବଂ ମୋବାଇଲ୍ ଫୋନ୍ ସହିତ ଘଟଣାକୁ ରେକର୍ଡ କରୁଛନ୍ତି। Suryavanshi Jayant ନାମକ ଜଣେ ଫେସବୁକ ୟୂଜର ଭାଇରାଲ ଭିଡିଓ ପୋଷ୍ଟ କରି ଲେଖିଛନ୍ତି ଯେ, […]

Continue Reading

କ’ଣ କରିନା କପୁର ଖାନ ଲୋକଙ୍କୁ ଲାଲ ସିଂ ଚଦ୍ଧା ଚଳଚିତ୍ରକୁ ବୟକଟ୍ କରିବା ପାଇଁ ଅନୁରୋଧ କରୁଛନ୍ତି? ଜାଣନ୍ତୁ ସତ୍ୟ। 

୨୯ ମଇ ୨୦୨୨ ରେ ଆମିର ଖାନଙ୍କ ଚଳଚିତ୍ର ଲାଲ ସିଂ ଚଦ୍ଧାର ଟ୍ରେଲର ରିଲିଜ୍ ହେବା ପରେ ସୋସିଆଲ ମଇଦାରେ ଏହା ନେଇ ଚର୍ଚ୍ଚା ଚାଲିଛି। ଏହା ଫରେଷ୍ଟ୍ ଗମ୍ପ ନାମକ ଏକ ହଲିୱୁଡ ସିନେମା ଉପରେ ଆଧାରିତ।  ଏହି ପ୍ରସଙ୍ଗରେ କରିନା କପୁରଙ୍କର ଏକ ଭିଡିଓ ସୋସିଆଲ ମଇଦାରେ ଭାଇରାଲ ହେବାରେ ଲାଗିଛି। ଦାବି ଅନୁଯାୟୀ କରିନା କପୁର ଲୋକଙ୍କୁ ଲାଳ ସିଂ ଚଦ୍ଧା ସିନେମାକୁ ବୟକଟ୍ କରିବା ପାଇଁ ନିବେଦନ କରୁଛନ୍ତି। ଆପଣ […]

Continue Reading

କ’ଣ ଭିଡିଓରେ ଆମେରିକା ରଅସ୍ତ୍ରାପତି ଜୋ ବାଇଡେନ୍ ମୋଦୀଙ୍କୁ ଅପମାନ କରୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଆପଣ ମାନେ ପ୍ରଧାନମନ୍ତ୍ରୀ ମୋଦୀ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଅଷ୍ଟ୍ରେଲିଆର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଏନ୍ଥୋନୀ ଏଲ୍ବନିଜଙ୍କୁ ଦେଖି ପାରିବେ। ଭିଡିଓ ଭାଇରାଲ କରି ଦାବି କରା ଯାଇଛି ଯେ ଜୋ ବାଇଡେନ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଣଦେଖା କରି ତାଙ୍କ ଅପମାନ କରିଛନ୍ତି।   ଭିଡିଓ ଭାଇରାଲ କରି କୁହା ଯାଇଛି ଯେ, “ଜୋ ବାଇଡେନ୍ ଦ୍ଵାରା ପୁଣି ଘୋର ଅପମାନର ଶିକାର […]

Continue Reading

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅସଲି ଭିଡିଓରେ ସେ ନିଜକୁ ପଠାଣ ବୋଲି ସମ୍ବୋଧିତ କରି ନାହାନ୍ତି। 

ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ଭିଡିଓ କ୍ଲିପ୍ ଭାଇରାଲ ହେଉଛି। ଏହି କ୍ଲିପ୍ ରେ ଶୁଣିବାକୁ ମିଳିଛି ଯେ ମୋଦୀ ନିଜକୁ ଜଣେ ପଠାଣର ସନ୍ତାନ କହି ସମ୍ବୋଧିତ କରୁଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଅସଲି ଭିଡିଓକୁ ଏଡିଟ୍ କରି ଏକ ଛୋଟ କ୍ଲିପ୍ ଭାଇରାଲ କରା ଯାଇଛି।  Facebook | Archive ସମାନ ଭିଡିଓ ଟୁଇଟରରେ ମଧ୍ୟ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟ ଗୁଡିକରେ ଲେଖା ଯାଇଛି ଯେ […]

Continue Reading

କ’ଣ ହିନ୍ଦୁ ମାନଙ୍କୁ ଧମକି ଦେଇଥିବାରୁ ହିନ୍ଦୁ ମାନେ ଆଦିଲ ଚୌଧରିଙ୍କ ଉପରେ ଆକ୍ରମଣ କରିଛନ୍ତି? ଜାଣନ୍ତୁ ସତ୍ୟ।

୧୦ ଫେବ୍ରୁଆରିରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ସମାପ୍ତ ହେଇଛି। ସେହି ସମୟର ଏକ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ କିଛି ଲୋକ ମିଶି ଏକ ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି। ଦାବି କରା ଯାଇଛି ଯେ ହିନ୍ଦୁ ମାନଙ୍କୁ ଧମକି ଦେଇଥିବା ସମାଜବାଡି ପାର୍ଟିର ନେତା ମୋହମ୍ମଦ ଆଦିଲ ଚୌଧରିଙ୍କୁ ହିନ୍ଦୁ ମାନେ ମାରୁଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  ପୋଷ୍ଟରେ କ’ଣ […]

Continue Reading

କ’ଣ ବିଜେପି ନେତା ସ୍ମୃତି ଇରାନୀଙ୍କ ଗାଡ଼ି ଅଟକାଇବାର ଏହି ଭିଡିଓ ସମ୍ପ୍ରତି ସମୟର ଅଟେ? ଜାଣନ୍ତୁ ସତ୍ୟ।

ଆସନ୍ତା କିଛି ଦିନ ପରେ ଉତ୍ତରପ୍ରଦେଶ ନିର୍ବାଚନ ହେବାକୁ ଯାଉଛି। ଏହା ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଏବଂ ପୋଷ୍ଟ ଦେଖିବାକୁ ମିଳୁଛି ଯେଉଁଥିରେ ମିଥ୍ୟା ଦାବି କରା ଯାଇଛି। ଏକ ଭିଡିଓ ବର୍ତ୍ତମାନ ସାମାନ୍ନକୁ ଆସିଛି ଯେଉଁଥିରେ ବିଜେପି ନେତା ସ୍ମୃତି ଇରାନୀ ନିଜ ଗାଡ଼ିରେ ଯାଉଥିବା ସମୟରେ କିଛି ଲୋକେ ଆନ୍ଦୋଳନ କରି ତାଙ୍କ ରାସ୍ତା ଅବରୋଧ କରୁଛନ୍ତି। ସେହି ସମୟରେ ସ୍ମୃତି ଇରାନୀ ମଧ୍ୟ ସେମାନଙ୍କୁ କିଛି ଅନୁରୋଧ […]

Continue Reading

କ’ଣ ସ୍ଵାମୀ ପ୍ରସାଦ ମୌର୍ୟାଙ୍କ ଏହି ଫୋଟୋ ସମ୍ପ୍ରତି ସମୟରେ ବିଜେପି ଦଳ ଛାଡିବା ପର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ଆସନ୍ତା ମାସ ଉତ୍ତରପ୍ରଦେଶ ନିର୍ବାଚନ ହେବାକୁ ଥିବା ସମୟରେ ଏହା ନେଇ ସୋସିଆଲ ମିଡିଆରେ ବିଭିନ୍ନ ଚର୍ଚ୍ଚା ଜୋର ଧରିଛି। ଲୋକମାନେ ସମର୍ଥନ କରୁଥିବା ନିଜ ଦଳ ବିଷୟ ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ କରୁଛନ୍ତି।  କିଛି ଦିନ ପୂର୍ବରୁ ବିଜେପି ନେତା ସ୍ଵାମୀ ପ୍ରସାଦ ମୌର୍ୟା ଦଳ ଛାଡି ସମାଜବାଦି ପାର୍ଟିରେ ନିଜ ଯୋଗଦାନ ଦେଇଛନ୍ତି। ଏହା ନେଇ ବିଜେପି ସମର୍ଥକ ମାନେ ତାଙ୍କ ନିନ୍ଦା କରୁଛନ୍ତି। ସମାନ ବିଷୟ ନେଇ ସୋସିଆଲ ମିଡିଆରେ […]

Continue Reading

ବର୍ତ୍ତମାନ ମୋଦି କାସୀ ବିଶ୍ୱନାଥ ଆସିବେ ବୋଲି ବିଜେପି କର୍ମି ମହିଳାଙ୍କୁ ରାଲିରେ ସ୍ଲୋଗାନ ଦେବା ପାଇଁ ଡାକି ତାଙ୍କୁ 400 ଟଙ୍କା ନ ଦେବାରୁ ସେ କାନ୍ଦୁଥିଲେ ?

2022 ର ଉତ୍ତରପ୍ରଦେଶ ନିର୍ବାଚନର ନେତୃତ୍ୱ ମଧ୍ୟରେ ରାଜନୈତିକ ଦଳ ସୋସିଆଲ ମିଡିଆରେ ନିଜର ଅଭିଯାନ ଆରମ୍ଭ କରିଛନ୍ତି, ଯେଉଁଥିରେ ଅନେକ ଭୁଲ ତଥ୍ୟ ମଧ୍ୟ ଅଲଗା ଅଲଗା ଦାବିରେ ସେୟାର ହେବାରେ ଲାଗିଛି। ସୋସିଆଲ ମିଡିଆରେ ଜଣେ ମହିଳାର କାନ୍ଧୁଥିବାର ଭିଡିଓ ଭାଇରାଲ ହେଉଚି। ଭିଡିଓରେ ମହିଳା ଜଣକ ମୋଦିଙ୍କୁ ଆକ୍ଷେପ କରି କହୁଥିବାର ଦେଖାଯାଉଛନ୍ତି। ଭିଡିଓରେ ମହିଳା ଜଣକ ଦାବି କରିଛନ୍ତି ଯେ  ବର୍ତ୍ତମାନ ମୋଦିଙ୍କ କାଶୀ ବିଶ୍ୱନାଥ  ଗ୍ରସ୍ତ ସମୟରେ ତାଙ୍କୁ ବିଜେପି […]

Continue Reading

କ’ଣ କଂଗ୍ରେସ ନେତା ଦିଗବିଜୟ ସିଂହ କହିଛନ୍ତି ଯେ ଗାଈ ମାଂସ ଖାଇବା ପାପ ନୁହେଁ? ଜାଣନ୍ତୁ ସତ୍ୟ।

କଂଗ୍ରେସ ନେତା ଦିଗବିଜୟ ସିଂହ ପୁଣି ଥରେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଆସିଛନ୍ତି। ଏକ ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ କଂଗ୍ରେସ ନେତା ଦିଗବିଜୟ ସିଂହ ଗାଈ ମାଂସ ଖାଇବା ପାପ ନୁହେଁ ବୋଲି କହିଛନ୍ତି।  ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଦାବିକୁ ପ୍ରସଙ୍ଗ ବାହାରେ ଭାଇରାଲ ହେଉଥିବା ପାଇଲା। ତେବେ ଆସନ୍ତୁ ଜାଣିବା ସତ୍ୟ କଥା ଟି କଣ।  କ’ଣ ଦାବି କରା ଯାଇଛି ଏହି […]

Continue Reading

କ’ଣ ଭାଇରାଲ ଭିଡିଓରେ ଏଆଇଏମଆଇଏମ ଅଧ୍ୟକ୍ଷ ଅସାଦୁଦ୍ଦୀନ ଓୱେଶୀ ହିନ୍ଦୁ ମାନଙ୍କୁ ଧମକ ଦେଉଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏଆଇଏମଆଇଏମ ଅଧ୍ୟକ୍ଷ ଅସାଦୁଦ୍ଦୀନ ଓୱେଶୀଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ କହୁଛନ୍ତି, “ମୁଁ ସେହି ପୋଲିସ ମାନଙ୍କୁ କହିବାକୁ ଚାହୁଁଛି ଯେ ମୋର ଏହି କଥା ମାନେ ରଖ ଯେ ସଦା ବେଳେ ଯୋଗୀ ମୁଖ୍ୟମନ୍ତ୍ରୀ ରହିବା ନାହିଁ, ସଦା ବେଳେ ମୋଦୀ ପ୍ରଧାନମନ୍ତ୍ରୀ ରହିବା ନାହିଁ। ଆଉ ଆମେ ମୁସଲମାନ ମାନେ ଏହି ସମୟରେ ଚୁପ ନିଶ୍ଚୟ ଅଛୁ କିନ୍ତୁ ମାନେ ରଖ ଯେ ଆମେ […]

Continue Reading

2017 ପୁରୁଣା ଫଟୋକୁ କଙ୍ଗନା ରାନାୱତ ବିଏସଏଫ ଯବାନଙ୍କ ସହ ବିଜୟ ଦିବସ ପାଳନ କରିଥିବା ଦାବିରେ ଭାଇରାଲ ହେଉଛି।

16 ଡିସେମ୍ବର ଭାରତରେ ବିଜୟ ଦିବସ ଭାବରେ ପାଳନ କରାଯାଏ। 1971 ମସିହାରେ ଏହି ଦିନ, ଭାରତୀୟ ସୈନିକମାନେ ପାକିସ୍ତାନକୁ ପରାସ୍ତ କରି ବାଂଲାଦେଶକୁ ମୁକ୍ତ କରିଥିଲେ। ନେତାଙ୍କ ଠାରୁ ଆରମ୍ଭ କରି ଅଭିନେତା ଏବଂ ସାଧାରଣ ଜନତା ପର୍ଯ୍ୟନ୍ତ, ଆଜି ସହିଦ ହୋଇଥିବା ସୈନିକମାନଙ୍କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରନ୍ତି। ଏହା ସହ ଜଡିତ କଙ୍ଗନା ରାନାୱତର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ କଙ୍ଗନା ବିଏସ୍ଏଫ୍ ଯବାନଙ୍କ ସହିତ […]

Continue Reading

କ’ଣ ଅଖିଲେଶ ଯାଦବ ନିଜ ଭାଷଣରେ କହିଥିଲେ ଯେ ମହମ୍ମଦ ଅଲି ଜିନ୍ନାହ ଭାରତକୁ ସ୍ଵାଧୀନତା ଦେଇଛନ୍ତି? ଜାଣନ୍ତୁ ସତ୍ୟ।

କିଛି ଦିନ ପୂର୍ବରୁ ସ.ପା ନେତା ଅଖିଲେଶ ଯାଦବ ବିଜୟ ରଥ ଯାତ୍ରା ପାଇଁ ଉତ୍ତରପ୍ରଦେଶର ହାର୍ଦୋଇରେ ଥିଲେ। ସେହି ଦିନ ସରଦାର ବଲ୍ଲଭଭାଇ ପଟେଲଙ୍କର ଜନ୍ମଦିନ ମଧ୍ୟ ଥିଲା। ସେଠାରେ ଏକ ସଭା ଆୟୋଜିତ କରା ଯାଇଥିଲା ଯେଉଁଥିରେ ଅଖିଲେଶ ଯାଦବ ଏକ ଭାଷଣ ଦେଇଥିଲେ।  ତ୍ରିଦୀପ କୁମାର ନନ୍ଦୀ ନାମକ ଜଣେ ବ୍ୟକ୍ତି ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ଦାବି କରା ଯାଇଛି ଯେ ଅଖିଲେଶ ଯାଦବ ନିଜ ଭାଷଣରେ ଭାରତର ସ୍ଵାଧୀନତାର […]

Continue Reading

କଂଗ୍ରେସଠାରୁ ସ୍ୱାଧିନତା ମାଗୁଥିବା ମୁସ୍ଲିମ ମହିଳା କିଏ? ଜାଣନ୍ତୁ ସତ୍ୟତା।

ବୁର୍କାର ଜଣେ ମହିଳା ‘ଆଜାଦି’ର ସ୍ଲୋଗାନ ଦେଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଗାନ୍ଧୀ ଏବଂ ଅନ୍ୟ ବିରୋଧୀଦଳର ନେତାଙ୍କଠାରୁ ସ୍ୱାଧୀନତା ମାଗୁଥିବାର ଦେଖାଯାଉଛନ୍ତି। ହିନ୍ଦୀ କ୍ୟାପସନରେ ଲେଖାଅଛି, ମୁସ୍ଲିମ ଲୋକମାନେ ରାହୁଲ ଗାନ୍ଧୀଙ୍କଠାରୁ ସ୍ୱାଧୀନତା ଚାହୁଁଛନ୍ତି ଏବଂ ସେମାନଙ୍କୁ ସାହାଯ୍ୟ ଯୋଗାଇ ଦିଆଯାଉ।ଭିଡିଓରେ ଥିବା ମହିଳା କହୁଛନ୍ତ “ଭାରତ ମାତା କି ଜୟ, ଆମକୁ ରାହୁଲ ଗାନ୍ଧୀଙ୍କଠାରୁ ସ୍ୱାଧୀନତା, ଅଖିଳେଶଙ୍କଠାରୁ ସ୍ୱାଧୀନତା, ମାୟା (ମାୟାବତୀ) ଦିଦିଙ୍କଠାରୁ ସ୍ୱାଧୀନତା ଦରକାର। ଆମ ଅନୁସନ୍ଧାନରେ […]

Continue Reading

କ’ଣ ଭିଡିଓରେ ଜଣେ ସ୍ଵାମୀ ନିଜ ସ୍ତ୍ରୀଙ୍କୁ ଏକ ବାବା ସହିତ ଅବୈଧ ସମ୍ବନ୍ଧ ରଖୁଥିବା ସମୟରେ ଧରିଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାକୁ ଲାଗିଛି ଯେଉଁଥିରେ ଏକ ବାବା ପୂଜା କରୁଥିବା ସମୟରେ ଜଣେ ମହିଳା ତାଙ୍କ କୋଳରେ ମୁଣ୍ଡ ରଖୀ ସୋଇଥିବା ଦେଖିବାକୁ ମିଳିଛି। ସେହି ସମୟରେ ମହିଳା ଜଣକଙ୍କ ସ୍ଵାମୀ ଫୋନ୍ ରେ ଭିଡିଓ ଅନ୍ କରି ରୁମ୍ ଭିତରେ ପ୍ରବେଶ କରି ବାବା ଏବଂ ତାଙ୍କ ସ୍ତ୍ରୀଙ୍କୁ ଗାଳି କରୁଛନ୍ତି ଏବଂ ସେହି ବାବା କି ପରି ଏକ ଠକ ବାବା ବୋଲି ତାଙ୍କ ସ୍ତ୍ରୀକୁ କହୁଛନ୍ତି। […]

Continue Reading

କ’ଣ ଏହି ଭାଇରାଲ ଭିଡିଓରେ ହେଉଥିବା ଆନ୍ଦୋଳନ ପ୍ରଧାନମନ୍ତ୍ରୀ ମୋଦୀଙ୍କର ନିକଟରେ ଆମେରିକା ପରିଦର୍ଶନ ସମୟର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।

ଆମେ ଜାଣିଛୁ ଯେ ଗତ ମାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ପରିଦର୍ଶନରେ ଯାଇଥିଲେ। ଏହା ନେଇ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ଫୋଟୋ ଏବଂ ଭିଡିଓ ପୋଷ୍ଟ କରିଛନ୍ତି। ବର୍ତ୍ତମାନ ଏକ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ଆମେ ଦେଖିବାକୁ ପାଇଲୁ ଯେ କିଛି ବିଦେଶୀ ଲୋକେ ନରେନ୍ଦ୍ର ମୋଦୀଙ୍କର ବିରୋଧ କରୁଛନ୍ତି। ରାସ୍ତାରେ ବିରୋଧ ପ୍ରଦର୍ଶନ ସମୟରେ ସେ ମାନେ ‘ମୋଦୀ ଭାରତର ହିଟଲର’ ନାରା ସହିତ କାଶ୍ମୀରରେ ଜନତାଙ୍କ ଉପରେ ଯନ୍ତ୍ରଣା […]

Continue Reading

ଉତ୍ତରପ୍ରଦେଶରେ ମହିଳା ମାନେ ବର୍ଷକୁ ୫୨ ପିଲା ପ୍ରସାବ କରିପାରିବେ ବୋଲି ରାହୁଲ ଗାନ୍ଧୀଙ୍କ କହିବା ଅର୍ଥ କ’ଣ ଥିଲା? ଜାଣନ୍ତୁ ସତ୍ୟ।

ଗତ କିଛି ବର୍ଷ ମଧ୍ୟରେ ଆମେ ସୋସିଆଲ ମିଡିଆରେ ଅନେକ ଭିଡିଓ ଏବଂ ପୋଷ୍ଟର ସାମନା କରିଛୁ ଯାହା ଏକ ରାଜନୈତିକ ଦଳ କିମ୍ବା ନେତା ମାନଙ୍କୁ ବଦନାମ କରେ। ବେଳେବେଳେ ଏହା ସମ୍ପୂର୍ଣ ମିଥ୍ୟା ଦାବି ସହିତ ଭାଇରାଲ ହେଇଥାଏ କିମ୍ବା ଏକ ମୂଳ ଭିଡିଓକୁ ଏଡିଟ୍ କରି ତାହାର ପ୍ରକୃତ ପ୍ରସଙ୍ଗକୁ ଲୁଚାଇ ଗୁଜବ ସୃଷ୍ଟି କରା ଯାଇଥାଏ।  ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ରାହୁଲ ଗାନ୍ଧୀ ଏକ […]

Continue Reading

ଅଦାନି ବୋର୍ଡ ଭାଗୁଥିବା ଏହି ଭିଡିଓର ଦୃଶ୍ୟର ସତ୍ୟତା କ’ଣ? ଜାଣନ୍ତୁ ପ୍ରକୃତର ଘଟଣା।

ଗତ ବର୍ଷରୁ ଚାଲି ଆସୁଛି କୃଷି ଆଇନ ବିରୁଦ୍ଧରେ ଆନ୍ଦୋଳନ। ଆମ ଦେଶରେ ବିଭିନ୍ନ ସ୍ଥାନରେ ଉଭୟ ହିଂସାତ୍ମକ ତଥା ଅହିଂସା ବିରୋଧ ପ୍ରଦର୍ଶନ କରୁଥିବା କୃଶକକ ବିରୋଧ ବିଷୟରେ ଆମେ ଅନେକ ଖବର ଦେଖିଛୁ। ଯେତେବେଳେ ସରକାର କୃଶକ ବିଲରୁ ଊହରିଯିବାକୁ ରାଜି ନୁହନ୍ତି, ସେତେବେଳେ କୃଷକ ମାନେ ମଧ୍ୟ ବିଲ୍ ବ୍ବିରୋଧରେ ସେମାନଙ୍କର ଅଧିକାରକୁ ନେଇ ଜିଦ୍ ଧରିଛନ୍ତି।  ଗତ କିଛି ମାସ ହେବ ଆମେ ବିଭିନ୍ନ ସ୍ଥାନରୁ ଅନେକ ଭିଡିଓ ଦେଖିଛୁ ଯେଉଁଥିରେ […]

Continue Reading

କ’ଣ ଗୁଜୁରାଟର କଚ୍ ରେ ବିଶ୍ଵର ସର୍ବବୃହତ ହାଇବ୍ରୀଡ୍ ସୋଲାର ପ୍ଳାଣ୍ଟ ନିର୍ମାଣ ହୋଇସାରିଛି? ଜାଣନ୍ତୁ ସତ୍ୟ।

ଆଜିକାଲୀ ଟେକ୍ନୋଲୋଜି ବହୁତ ଆଧୁନିକରଣ ହୋଇଯାଇଛି। ଯେହେତୁ ଆମ ଦେଶ ସ୍ବଚ୍ଛ ଊର୍ଜା ଉତ୍ପାଦନ ଦିଗରେ ଅଗ୍ରଗତି କରୁଛି, ଆମେ ଆମ ଦେଶର ବିଭିନ୍ନ ସ୍ଥାନରେ ସୋଲାର ପାୱାର ପ୍ଳାଣ୍ଟ ସ୍ଥାପିତ କରା ଯାଇଅଛି। ସୌର ଶକ୍ତି ଉତ୍ପାଦନ କ୍ଷେତ୍ରରେ ଭାରତ ଏସିଆର ତୃତୀୟ ଏବଂ ବିଶ୍ଵରେ ଚତୁର୍ଥ ସ୍ଥାନରେ ରହିଛି। ୨୦୧୦ ମସିହାରେ ଭାରତରେ ‘ଜାତୀୟ ସୌର ମିଶନ୍’ ଆରମ୍ଭ କରା ଯାଇଥିଲା।  ବର୍ତ୍ତମାନ ସୋସିଆଲ ମିଡିଆରେ ଏହ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ […]

Continue Reading

ସାଉଦି ଆରବ ଭାରତକୁ ପଠାଇଥିବା ଅମ୍ଳଜାନ ଟ୍ୟାଙ୍କର ଏହା ଭିଡିଓ ନୁହେଁ।

ସୋସିଆଲ ମିଡିଆରେ ଏକ ଭିଡିଓ ବହୁଳ ଭାବରେ ସେୟାର କରାଯାଉଛି ଯେଉଁଥିରେ ସାଉଦି ଆରବରୁ ଭାରତକୁ ଅମ୍ଳଜାନ ଟ୍ୟାଙ୍କର ପଠାଯାଉଛି ବୋଲି ଦର୍ଶାଯାଇଛି। COVID-19 ରୋଗୀଙ୍କ ଚିକିତ୍ସା ପାଇଁ ଦେଶରେ ବର୍ତ୍ତମାନ ମେଡିକାଲରେ ଅମ୍ଳଜାନ ଆବଶ୍ୟକତାକୁ ନେଇ ଏହି ଭିଡିଓ ସେୟାର କରାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  27 ଏପ୍ରିଲରେ Paewez Alam Khan ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। […]

Continue Reading

ପ୍ରିୟାଙ୍କା ଗାନ୍ଧୀଙ୍କ ଅସଲି ଭିଡିଓକୁ କ୍ଲିପ୍ କରି ଭୁଲ ପ୍ରସଙ୍ଗ ସହିତ ଭାଇରାଲ କରା ଯାଇଅଛି। ପୁରା ସତ୍ୟତା ଜାଣନ୍ତୁ।

ମିଥ୍ୟା ଦାବି ସହିତ ରାଜନେତାଙ୍କ କ୍ଲିପ୍ ଭିଡିଓ ପ୍ରାୟତ ଇଣ୍ଟର୍ନେଟ୍ ରେ ଭାଇରାଲ ହୋଇଥିବା ମିଳେ। ବର୍ତ୍ତମାନ ସମୟରେ ପ୍ରିୟାଙ୍କା ଗାନ୍ଧୀଙ୍କ ଆସାମର ଲଖ୍ମିପୁର ଅଞ୍ଚଳ ଗ୍ରସ୍ତ ସମୟର ଗୋଟିଏ ଭିଡିଓ କ୍ଲିପ୍ ଭାଇରାଲ ହେଇ ଚର୍ଚାର ବିଷୟ ପାଲଟିଛି ଯେଉଁଥିରେ ସେ ତାଙ୍କ ଭାଇ ରାହୁଲ ଗାନ୍ଧୀଙ୍କ ନିର୍ବାଚନ ରଣନୀତି ପ୍ରକାଶ କରୁଛନ୍ତି।  ଫେକ୍ଟ କୃସେଣ୍ଡୋ ଏହି ପୋଷ୍ଟର ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ଏହି ଭିଡିଓରେ ପ୍ରିୟାଙ୍କା ଗାନ୍ଧୀ […]

Continue Reading

ପୁରୁଣା ଭିଡିଓକୁ ବର୍ତ୍ତମାନ ଅମିତ ଶାହ ପଶ୍ଚିମବଙ୍ଗ ଗ୍ରସ୍ତ ସହ ଯୋଡ଼ି ଭାଇରାଲ କରାଯାଉଛି।

ଅମିତ ଶାହ ପଶ୍ଚିମବଙ୍ଗ ଗ୍ରସ୍ତକୁ ନେଇ ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେବାରେ ଲିଗିଛି। ଏଥିମଧ୍ୟରୁ କିଛି ଖବର ସତ୍ୟ ହୋଇଥିବା ବେଳେ କିଛି ଖବର ମିଥ୍ୟା ମଧ୍ୟ ଅଟେ। ଏହି ପରି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ମମତା ବାନାର୍ଜି ଛି ଛି ଚିଲଉଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଅମିତ ଶାହ ପଶ୍ଚିମ ବଙ୍ଗ ଗ୍ରସ୍ତ ପରେ ମମତା ବାନର୍ଜି ଏପରି ଭାଷଣ ଦେଉଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ […]

Continue Reading