ଭିଡିଓରେଥିବା ପିଲା ସେହି 11 ବର୍ଷ ପିଲା ଯିଏ ଋଷ-ୟୁକ୍ରେନ ଯୁଦ୍ଧରେ ଏକୁଟିଆ ହଜାର କି.ମି ଏକୁଟିଆ ଯାତ୍ରା କରିଥିଲା ?

False International

ଋଷ-ୟୁକ୍ରେନ ମଧ୍ୟେର ଚାଲିଥିବା ବିବାଦ ମଧ୍ୟରେ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ମିଥ୍ୟା ଦାବିରେ ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରେ ଏକ ପିଲାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦାବି କରାଯାଇଛି ଯେ, ଏହି ରିପୋର୍ଟଗୁଡିକ ମଧ୍ୟରେ, ୟୁକ୍ରେନ୍ର ଦୁଇ ପିଲାଙ୍କ ଭିଡିଓ ଏବଂ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ପିଲାମାନଙ୍କ ମଧ୍ୟରୁ ଜଣେ 11 ବର୍ଷର, ଯାହାକୁ ୟୁକ୍ରେନରୁ ସ୍ଲୋଭାକିଆକୁ ଯିବାକୁ ପଡିଥିଲା। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେଥିବା ଦୁଇଜଣ ପିଲା ଅଲଗା ବୋଲି ସ୍ପଷ୍ଟ ହୋଇଛି।

The Quiver ନାମକ ଏକ ଫେସବୁକ ପେଜରେ ଭାଇରାଲ ଭିଡିଓ ପୋଷ୍ଟ କରାଯାଇଛି ପୋଷ୍ଟରେ ଲେଖାଯାଇଛି ଯେ, ଚର୍ଚ୍ଚାରେ ୧୧ବର୍ଷର ଶିଶୁ #ଚର୍ଚ୍ଚାରେ_୧୧ବର୍ଷର_ଶିଶୁ #୧ହଜାର କି.ମି. #ଏକାକୀ_କଲା_ଯାତ୍ରା ଋଷ-ୟୁକ୍ରେନ୍ ଯୁଦ୍ଧରେ ସବୁକିଛି ଛାରଖାର । କିଏ ପୁଅକୁ ହରାଇଛି ତ କାହାର ମାଆ ଗୁଳିମାଡରେ ଟଳିପଡିଛି । ଜୀବନ ବଞ୍ଚାଇବାକୁ ୟୁକ୍ରେନ୍ ଛାଡି ଯିଏ ଯୁଆଡେ ପାରୁଛନ୍ତି ଧାଉଁଛନ୍ତି । ଏହାରି ଭିତରେ ସାମ୍ନାକୁ ଆସିଛି ଅତି ଦୁଃଖଦାୟକ ଘଟଣା । ଯାହା ଦେଖିଲେ ଆପଣଙ୍କ ଅଖିରେ ଲୁହ ଆସିଯିବ । ଦେଖନ୍ତୁ ଏହି ରିପୋର୍ଟ…

ତେବେ କଣ ଭାଇରାଲ ଭିଡିଓରେ ଦେଖାଯାଉଥିବା ଛୁଆ ସେହି 11 ବର୍ଷର ସେହୀ ଛୁଆ ଯିଏ ୟୁକ୍ରେନ-ଋଷ ଯୁଦ୍ଧରେ ହଜାର କିମି ଏକୁଟିଆ ଯାତ୍ରା କରିଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ କରିଲୁ। 

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ୟୁକ୍ରେନର 11 ବର୍ଷ ଛୁଆ ଏକୁଟିଆ ଯାତ୍ରା କରିଥିବା ଖବର ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ independent ପେଜରେ 11 ବର୍ଷ ଛୁଆର ଏକ ଖବର ମିଳିଲା। ଖବରେର ଦେଖାଯାଉଥିବା ଛୁଆର ଫଟୋ ଭାଇରାଲ ଫଟୋ ଭିନ୍ନ ଅଟେ। ଖବର ଅନୁସାରେ ବାସ୍ତବରେ, ଏହି ଶିଶୁର ଜେଜେମା ଅସୁସ୍ଥ ଥିଲେ ଏବଂ ତାଙ୍କର ଯତ୍ନ ନେବା ପାଇଁ ଶିଶୁର ମାଙ୍କୁ ମଧ୍ୟ ଜାପୋରିଜିଆରେ ରହିବାକୁ ପଡୁଥିଲା।  ସେପଟେ ସେଠାରେ ବୋମା ବିସ୍ଫୋରଣ ଜୋରଦାର ହେଲା ପରେ , ଏଭଳି ପରିସ୍ଥିତିରେ ସେ ନିଜ ପିଲାଙ୍କୁ ଟ୍ରେନ୍ ଯୋଗେ ଏକାକୀ ଦେଶ ବାହାରକୁ ପଠାଇ ଦେଇଥିଲେ ଜାହା ଦ୍ୱାର ସେ ତାଙ୍କ ଛୁଆ ନିରାପଦରେ ରହିପାରିବେ।

ଶିଶୁର ମା ତାଙ୍କ ପୁଅର ଯତ୍ନ ନେବା ପାଇଁ ଏକ ଭିଡିଓ ମାଧ୍ୟମରେ ସ୍ଲୋଭାକିଆ ସରକାର ଏବଂ ସେଠାରେ ଥିବା ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି।

Polícia Slovenskej republiky ପୋଲିସ ତାଙ୍କ ଫେସବୁକ ପେଜରେ ପୋଷ୍ଟ କରିଛନ୍ତି ଯେ, ଜାପୋରୋଜେଇର କେବଳ 11 ବର୍ଷର ବାଳକ ୟୁକ୍ରେନ ସୀମା ଦେଇ ସ୍ଲୋଭାକିଆକୁ ଆସିଥିଲ।। ତାଙ୍କ ହାତରେ ଗୋଟିଏ ପ୍ଲାଷ୍ଟିକ୍ ବ୍ୟାଗ୍, ପାସପୋର୍ଟ ଏବଂ ଫୋନ୍ ନମ୍ବର ଲେଖା ହୋଇଥିଲା। ପିଲାର ମାକୁ ତାଙ୍କ ଜେଜେମାର ଯତ୍ନ ନେବାରଥିଲା ସେଥିପାଇଁ ପିଲାଟି ଏକୁଟିଆ ଯାତ୍ରା କରିଥିଲା। 

ସ୍ୱେଚ୍ଛାସେବୀମାନେ ସ୍ୱଇଚ୍ଛାରେ ତାଙ୍କର ଯତ୍ନ ନେଉଥିଲେ, ତାଙ୍କୁ ଖାଦ୍ୟ ଏବଂ ପାନୀୟ ଯୋଗାଇ ଦେଇଥିଲେ। ହାତରେ ଥିବା ନମ୍ବର ଏବଂ ଅଣ୍ଟାରେ କାଗଜ ଖଣ୍ଡ ଯୋଗୁଁ ଆମେ ତାଙ୍କ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରିବାରେ ସଫଳ ହୋଇଥିଲୁ।

https://www.facebook.com/policiaslovakia/posts/5378957235467788

ଭାଇରାଲ ଭିଡିଓରେଥିବା ଛୁଆ—-

Daily Mai ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଭିଡିଓରେ ଥିବା ଛୁଆର ଭିଡିଓ ମିଳିଲା। ଏହି ପିଲାଟି ୟୁକ୍ରେନ ଛାଡି ପୋଲାଣ୍ଡ ଯାଉଥିବା କିଛି ୟୁକ୍ରେନ ନାଗରିକଙ୍କ ଭିଡରେ ଦେଖାଯାଇଥିଲା। economic times ପେଜରେ ପ୍ରକାଶିତ ଖ ଦେଶରେ ଉତ୍ତେଜନା ଦେଖାଦେଇଥିବା ବେଳେ ପୋଲାଣ୍ଡ ସୀମାରେ ଯାଉଥିବା ସମୟରେ ଏକ ବାଳକ ଏକ ଜିନିଷ ପ୍ଲାଷ୍ଟିକ୍ ବ୍ୟାଗରେ ବୋହି ନେଉଥିବା ବେଳେ ହୃଦୟ ବିଦାରକ ଭିଡିଓରେ ଦର୍ଶାଯାଇଛି। ୟୁକ୍ରେନ ସୀମାରେ ଅବସ୍ଥିତ ପୋଲାଣ୍ଡର ଗାଁ ମେଡିକାଠାରେ ଏହି ଭିଡିଓ ସୁଟିଂ କରାଯାଇଥିବା କୁହାଯାଉଛି।

ଏହାପରେ ଭାଇରାଲ ଭିଡିଓରେଥିବା ପିଲା ଏବଂ ଆମକୁ ମିଳିଥିବା ପିଲାର ଫଟୋକୁ ବିଶ୍ଲେଷଣ କରିଲୁ। ଯେଉଁଥିରେ ସ୍ପଷ୍ଟ ହେଉଛି ଯେ, ଉଭୟ ପିଲା ଅଲଗା ଅଲଗା ଅଟନ୍ତି।

ଶେଷକଥା

ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓରେ ଦେଖାଯାଉଥିବା ପିଲା ସେହି ପିଲା ନୁହେଁ ଯିଏ 11 ବର୍ଷ ଛୁଆ ୟୁକ୍ରେନରୁ 1000 କି.ମି ଏକୁଟିଆ ଯାତ୍ରା କରିଥିଲା।

Avatar

Title:ଭିଡିଓରେଥିବା ପିଲା ସେହି 11 ବର୍ଷ ପିଲା ଯିଏ ଋଷ-ୟୁକ୍ରେନ ଯୁଦ୍ଧରେ ଏକୁଟିଆ ହଜାର କି.ମି ଏକୁଟିଆ ଯାତ୍ରା କରିଥିଲା ?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *