2014ର ଭିଡିଓକୁ ରୁଷ ଏବଂ ୟୁକ୍ରେନ ମଧ୍ୟରେ ହେଉଥିବା ଯୁଦ୍ଧର ଏହା ଦୃଶ୍ୟ ଦାବିରେ ଭାଇରାଲ।

False International

ସୋସିଆଲ ମିଡିଆରେ ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏକ ଭିଡିଓ ଭାଇରାଲ ଦେଉଥିବାର ଦେଖାଯାଉଛି। ଯେଉଁଥିରେ ଯୁଦ୍ଧର ଗାଡ଼ି ଏବଂ ଅନେକ ଲୋକ ଜଳି ହୋଇ ପଡ଼ିଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ରୁଷ ଏବଂ ୟୁକ୍ରେନ ମଧ୍ୟରେ ହେଉଥିବା ଯୁଦ୍ଧର ଏହା ଦୃଶ୍ୟ ଅଟେ। ଅନୁସନ୍ଧାନରେ ଆମେ ଭାଇରାଲ ଭିଡିଓ ପୁରୁଣା ଏବଂ ମିଥ୍ୟା ବୋଲି ପ୍ରମାଣିତ ହେଲା। 

Sharechatରେ ଭାଇରାଲ ଭିଡିଓ ପୋଷ୍ଟ କରାଯାଇଛି। ପୋଷ୍ଟରେ ଲେଖାଯାଇଛି ଯେ, ଭାଇରାଲ ଭିଡିଓ ରୁଷ ଏବଂ ୟୁକ୍ରେନ ମଧ୍ୟରେ ହେଉଥିବା ଯୁଦ୍ଧର ଏହା ଦୃଶ୍ୟ ଅଟେ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ।

ତେବେ କଣ ନିଆଁ ଲାଗିଥିବା ସ୍ଥାନ ଏବଂ ଲୋକମାନଙ୍କ କ୍ଷତାକ୍ତର ଏପରି ଭୟଙ୍କର ଭିଡିଓ  ରୁଷ ଏବଂ ୟୁକ୍ରେନ ମଧ୍ୟରେ ହେଉଥିବା ଯୁଦ୍ଧର ଏହା ଦୃଶ୍ୟ ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। vk.com ପେଜରେ ଭାଇରାଲ ଭିଡିଓ ପାଇଲୁ। ଯାହାକି 14 ସେପ୍ଟେମ୍ବର 2015ରେ ପୋଷ୍ଟ କରାଯାଇଥିଲା। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।

ଏହା ପରେ ଆମ ଭାଇରାଲ ଭିଡିଓକୁ ୟୁଟ୍ୟୁବରେ ଖୋଜିଲୁ। ଯେଉଁଥିରେ Dmitry Belykh ନାମକ ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଭିଡିଓ ପାଇଲୁ। ଯାହାକି 2014ରେ ପୋଷ୍ଟ କରାଯାଇଥିଲା। ଭିଡିଓର 16.30 ସେକେଣ୍ଟରେ ଭାଇରାଲ ଭିଡିଓର ଗାଡ଼ି ଜଳୁଥିବାର ଦେଖାଯାଇପାରିବ। ପୋଷ୍ଟରେ ଲେଖାଯାଇଛି ଯେ, GBR ‘ବ୍ୟାଟମ୍ୟାନ୍’ ଏବଂ ଶ୍ରଗ୍ ‘ରାଶିକ୍’ ପେନାଲ୍ଟି ବାଟାଲିଅନ୍ ଆଡରର ଅଗଷ୍ଟ 2014 ର ଅପବ୍ୟବହାର କରିଛି। ଏହାର ସମ୍ପୁର୍ଣ୍ଣ ଖବର ଆମେ ସ୍ପଷ୍ଟି କରଣ କରିପାରିଲୁ ନାହିଁ।

ଏଠାରେ ମିଳିଥିବା ୟୁଟ୍ୟୁବ ଚ୍ୟାନେଲର ସମ୍ପର୍ଣ୍ଣ ଭିଡିଓ ଦେଖନ୍ତୁ।

https://www.youtube.com/watch?v=D8sTS5NjC-U&t=982s

ଶେଷକଥା

ଅନୁସନ୍ଧାନରୁ ସ୍ପଷ୍ଟ ହେଉଛି ଯେ, 2014ର ଭିଡିଓକୁ ବର୍ତ୍ତମାନ ରୁଷ ଏବଂ ୟୁକ୍ରେନ ମଧ୍ୟରେ ହେଉଥିବା ଯୁଦ୍ଧର ଏହା ଦୃଶ୍ୟ ଦାବିରେ ଭାଇରାଲ କରାଯାଉଛି।

Avatar

Title:2014ର ଭିଡିଓକୁ ରୁଷ ଏବଂ ୟୁକ୍ରେନ ମଧ୍ୟରେ ହେଉଥିବା ଯୁଦ୍ଧର ଏହା ଦୃଶ୍ୟ ଦାବିରେ ଭାଇରାଲ।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *