କ’ଣ ଏହା ଅଯୋଧ୍ୟା ରାମ ମନ୍ଦିରର ପ୍ରଥମ ଦିନର ଦାନ ସଂଗ୍ରହ କରା ଯାଉଥିବା ଭିଡିଓ ଅଟେ? ଜାଣନ୍ତୁ ସତ୍ୟ। 

False Social

୨୨ ଜାନୁଆରୀରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଅନୁଷ୍ଠିତ ହୋଇଥିଲା। ଏହି ସମାରୋହରେ ଅନେକ ମୁଖ୍ୟ ଅତିଥି ସମେତ ୫ ଲକ୍ଷରୁ ଅଧିକ ଭକ୍ତ ଯୋଗ ଦେଇଥିଲେ। ଏହି ପ୍ରସଙ୍ଗରେ, କିଛି ଲୋକ ଏକ ଦାନ ବାକ୍ସରୁ ଟଙ୍କା ସଂଗ୍ରହ କରୁଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି | ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଦାବି କରୁଛନ୍ତି ଯେ ଏହା ଅଯୋଧ୍ୟା ରାମ ମନ୍ଦିରର ପ୍ରଥମ ଦିନର ଦାନ ସଂଗ୍ରହର ଭିଡିଓ ଅଟେ।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ରାଜସ୍ଥାନର ଚିତ୍ତୋରଗଡ଼ ସହରରେ ଅବସ୍ଥିତ ସାନୱାଲିୟା ଶେଠଜି ମନ୍ଦିରର ଭିଡିଓ ଅଟେ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ମନ୍ଦିରର ଏକ ବାକ୍ସରୁ କିଛି ଲୋକ ଦାନ ସଂଗ୍ରହ କରୁଥିବା ଭିଡିଓ ହେଉଛି ଅଯୋଧ୍ୟା ରାମ ମାଣ୍ଡିରଙ୍କ ପ୍ରଥମ ଦିନର ସଂଗ୍ରହ। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୧୯ ଜାନୁଆରୀ ୨୦୨୪ ରେ ଏକ ୟୁଟ୍ୟୁବ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ମିଳିଲା। ସୂଚନା ଅନୁଯାୟୀ, ଏହି ଭିଡିଓ ରାଜସ୍ଥାନର ଚିତ୍ତୋରଗଡ଼ରେ ଅବସ୍ଥିତ ଶ୍ରୀ ସାନୱାଲିଆ ଶେଠଜୀ ମନ୍ଦିରର ଅଟେ। ଭିଡିଓର କ୍ୟାପସନରେ ଲେଖା ଅଛି, “ଏଥର ୧୨.୬୯ କୋଟି ଟଙ୍କା ନଗଦ ସଂଗ୍ରହ ହୋଇଥିବାରୁ ଏକ ନୂତନ ରେକର୍ଡ ସୃଷ୍ଟି ହୋଇଛି

ଯେହେତୁ ଏହି ଭିଡିଓ ଇଣ୍ଟରନେଟରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତୀତା ପୂର୍ବରୁ ଉପଲବ୍ଧ, ତେଣୁ ଏହି ଦାନ ଅର୍ଥ ସଂଗ୍ରହର ଭିଡିଓ ରାମ ମନ୍ଦିରର ହେବା ସମ୍ଭବ ନୁହେଁ।

ବିଭିଞ୍ଜ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ଅନ୍ୟ ଏକ ଭିଡିଓ ଏକ ୱେବସାଇଟରେ ୨୨ ନଭେମ୍ବର ୨୦୨୩ ରେ ପ୍ରସାରିତ ହେଇଥିବା ମିଳିଲା। ଏଥିରେ କୁହା ଯାଇଛି ଯେ ରାଜସ୍ଥାନର ସାନୱାଲିଆ ଶେଠଜୀ ମନ୍ଦିରରେ ୧୧.୩୭ କୋଟି ନଗଦ ଏବଂ ସୁନା ଦାନ ପେଟିରୁ ସଂଗ୍ରହ ହେଇଥିଲା। 

୨୦୧୯ ମସିହାରେ ନ୍ୟୁଜ୍ ୧୮ ୱେବସାଇଟରେ ଏହି ମନ୍ଦିରର ଏକ ଫୋଟୋ ପ୍ରକାଶିତ ହୋଇଥିଲା ଯେଉଁଥିରେ ଜଣେ ମହିଳା ବାକ୍ସରେ ଦାନ ଦେଉଥିବା ଦେଖିବାକୁ ମିଳିଛି। 

ଆମେ ଜାଣିବାକୁ ପାଇଲୁ ଯେ ଭାଇରାଲ ଭିଡିଓରେ ଥିବା ମନ୍ଦିର ଏବଂ ଉପରୋକ୍ତ ଫୋଟୋରେ ଥିବା ମନ୍ଦିର ମଧ୍ୟରେ କିଛି ସମାନତା ଅଛି। ଆମେ ଜାଣିଲୁ ଯେ ମନ୍ଦିରର ସ୍ତମ୍ଭ ଏବଂ ଏଥିରେ ଥିବା ସୁବର୍ଣ୍ଣ ରଙ୍ଗର ଡିଜାଇନ୍ ସମାନ | ନିମ୍ନରେ ଆପଣ ତୁଳନା ତୁଳନା କରିପାରିବେ। 

ଫ୍ୟାକ୍ଟ କ୍ରିଷେଣ୍ଡୋ ରାଜସ୍ଥାନର ଚିତ୍ତୋରଗଡର ସାନୱାଲିଆ ଶେଠଜି ମନ୍ଦିର ପ୍ରଶାସକ ନନ୍ଦ କିଶୋରଙ୍କ ସହ ଯୋଗାଯୋଗ କରିଲା। ସେ ଆମକୁ ସୂଚନା ଦେଇଛନ୍ତି ଯେ ଭାଇରାଲ ଭିଡିଓ ସେମାନଙ୍କ ମନ୍ଦିରରୁ ଆସିଛି ଏବଂ ଅଯୋଧ୍ୟା ରାମ ମନ୍ଦିରର ଭିଡିଓ ନୁହେଁ। ତାଙ୍କ ମନ୍ଦିରରେ ମାସରେ ଦୁଇଥର ଦାନ ବାକ୍ସ ଖୋଲା ଯାଇଥାଏ। ପପ୍ରାଣ ପ୍ରତିଷ୍ଠା ଅବସରରେ ସାନୱାଲିଆ ଶେଠ ମନ୍ଦିର ଅଯୋଧ୍ୟା ରାମ ମନ୍ଦିରକୁ ପ୍ରସାଦ ପଠାଇଥିଲେ।

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏହା ରାଜସ୍ଥାନର ଚିତ୍ତୋରଗଡ଼ ସହରରେ ଅବସ୍ଥିତ  ସାନୱାଲିଆ ଶେଠଜି ମନ୍ଦିରର ଭିଡିଓ ଅଟେ ଯାହାକୁ ଅଯୋଧ୍ୟା ରାମ ମନ୍ଦିରର ପ୍ରଥମ ଦିନ ଦାନ ସଂଗ୍ରହ ହେଉଥିବା ଦାବି ସହିତ ଭାଇରାଲ କରା ଯାଉଛି। 

Avatar

Title:କ’ଣ ଏହା ଅଯୋଧ୍ୟା ରାମ ମନ୍ଦିରର ପ୍ରଥମ ଦିନର ଦାନ ସଂଗ୍ରହ କରା ଯାଉଥିବା ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: False

Leave a Reply

Your email address will not be published. Required fields are marked *