ବ୍ୟାଙ୍କକର ଭୂମିକମ୍ପର ଭିଡିଓକୁ ମିଆଁମାରର ଦୃଶ୍ୟ ବୋଲି ଦାବି କରି ସେୟାର କରା ଯାଉଛି।

୨୮ ମାର୍ଚ୍ଚ ୨୦୨୫ ରେ ମିଆଁମାରରେ ୭.୭ ତୀବ୍ରତାର ଭୂମିକମ୍ପ ହୋଇଥିଲା। ବ୍ୟାଙ୍କକ ଏବଂ ଚୀନରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ପ୍ରସଙ୍ଗରେ, ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଗୋଟିଏ ବିଶାଳ ବିଲ୍ଦିଙ୍ଗ ଭୁଶୁଡ଼ି ପଡ଼ୁଥିବା ନଜର ଆସିଛି। ଏହା ମିଆଁମାର ଭୂମିକମ୍ପର ଦୃଶ୍ୟ ବୋଲି ଦାବି କରାଯାଉଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ଭିଡିଓ ଟି ମିଆଁମାରର ନୁହେଁ ବ୍ୟାଙ୍କକର ଅଟେ। କ’ଣ […]

Continue Reading

୨୦୧୯ ରେ ବାଲୁଚିସ୍ତାନ ମୁକ୍ତି ବାହିନୀ ସେନା, ପାକିସ୍ତାନ ଏବଂ ଚୀନକୁ ଧମକ ଦେଉଥିବା ଭିଡିଓକୁ ନିକଟ ଘଟଣା ଦାବି ସହିତ ସେୟାର କରା ଯାଉଛି।

ବେଲୁଚିସ୍ତାନ ମୁକ୍ତି ବାହିନୀ ସେନା (ବିଏଲଏ) ଜାଫର ଏକ୍ସପ୍ରେସକୁ କିଛି ଦିନ ପୂର୍ବରୁ ହାଇଜେକ୍ କରିଥିଲା। ଏହି ପ୍ରସଙ୍ଗରେ, ପାକିସ୍ତାନ ଏବଂ ଚୀନ୍ ପ୍ରତି ଧମକର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରାଯାଉଛି ଯେ “ବିଏଲଏ ପାକିସ୍ତାନ ଏବଂ ଚୀନକୁ ଧମକ ଦେଇଛି।” କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ୨୦୧୯ ମସିହାର ଏକ ପୁରୁଣା ଭିଡିଓକୁ ନିକଟର ଘଟଣା ଦାବି ସହିତ ସେୟାର କରା […]

Continue Reading

ୟୁକ୍ରେନ୍ ର ଏକ ପୁରୁଣା ଭିଡିଓକୁ ଆମେରିକାରେ ଅଗ୍ନିକାଣ୍ଡ ପରେ ଲୋକେ ରାସ୍ତାକୁ ଆସିଥିବା ଦାବି ସହିତ ସେୟାର କରା ଯାଉଛି। 

ଆମେରିକାର ଲସ୍ ଆଞ୍ଜେଲସ୍‌ରେ ଅଗ୍ନିକାଣ୍ଡ ପରେ ଭିଡିଓଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ସମୟରେ, ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ରାସ୍ତାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଦାବି କରା ଯାଉଛି ଯେ ଅଗ୍ନିକାଣ୍ଡ ପରେ ଲୋକଙ୍କ ଘର ଜଳି ଯାଇଥିବାରୁ ତାଙ୍କ ପାଖରେ ରହିବା ପାଇଁ ଘର ନାହିଁ। ସେଥିପାଇଁ ଅନେକ ଲୋକ ରାସ୍ତାରେ ଦେଖିବାକୁ ମିଳିଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ କୁହା […]

Continue Reading

୨୦୨୧ ମସିହାରେ ଲେବାନନରେ ହେଇଥିବା ଆର୍ଥିକ ସଙ୍କଟ ସମୟର ଫୋଟୋକୁ ବିଭ୍ରାନ୍ତକାରୀ ଦାବି ସହିତ ଭାଇରାଲ କରା ଯାଇଛି

ଇସ୍ରାଏଲ ଏବଂ ଲେବାନନ୍ ମଧ୍ୟରେ ଯୁଧ୍ୟ ଆରମ୍ଭ ହେବା ପରେ ଲୋକଙ୍କ ଏକ ଭିଡ଼ର ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କର ଯାଉଛି ଯେ ଯୁଧ୍ୟର ଭୟରେ ଲେବାନନ୍ ଲୋକମାନେ ଦେଶରୁ ପଳାୟନ କରିବା ଆରମ୍ଭ କରିଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ଯଦିଓ ଏହି ଫୋଟୋ ଲେବାନନ୍ ଦେଶର ଅଟେ, ଏହାର ବର୍ତ୍ତମାନ ଇସ୍ରାଏଲ ସହିତ ଯୁଧ୍ୟ ସହିତ କୌଣସି ସମ୍ପର୍କ ନାହିଁ। ୨୦୨୧ ମସିହାରେ […]

Continue Reading

୨୦୨୩ ମସିହାର ପୁରୁଣା ଭିଡିଓକୁ ଇସ୍ରାଏଲି ସୈନିକ ମାନେ ହସନ ନସରଲ୍ଲାହ ମୃତ୍ୟୁ ପରେ ଖୁସି ମନାଉଥିବା ଦାବି ସହିତ ସେୟାର କରା ଯାଉଛି।

କିଛି ଦିନ ପୂର୍ବରୁ ଇସ୍ରାଏଲି ଆକ୍ରମଣରେ ହେଯବୋଲ୍ଲାହ ମୁଖ୍ୟା ହସନ ନସରଲ୍ଲାହ ର ଦେହାନ୍ତ ହୋଇଥିବା ଖବର ସାମନାକୁ ଆସିଛି। ଏହା ପରେ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଇସ୍ରାଏଲି ସୈନିକ ମାନେ ଖୁସିରେ ନାଚୁଛନ୍ତି। ଦାବି କରା ଯାଉଛି ଯେ ଏହି ଭିଡିଓ ହସନ ନସରଲ୍ଲାହଙ୍କର ମୃତ୍ୟୁ ପରେ ଇସ୍ରାଏଲି ସୈନିକ ମାନେ ଖୁସି ମନାଉଥିବା ଦୃଶ୍ୟ ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। […]

Continue Reading

ହଙ୍ଗକଙ୍ଗର ଏକ ପୁରୁଣା ଫୋଟୋକୁ ନିକଟରେ ଲେବାନନ୍ ର ପେଜର ବିସ୍ଫୋରଣ ଘଟଣା ଦାବି ସହିତ ସେୟାର କରା ଯାଉଛି

ନିକଟରେ ଲେବାନନରେ ଦୁଇଟି ପୃଥକ ଘଟଣାରେ ହଜାର ହଜାର ପେଜର୍ ଏବଂ ରେଡିଓ ଉପକରଣ ବିସ୍ଫୋରଣ ହୋଇଛି ଯେଉଁଥିରେ ହଜାର ହଜାର ଲୋକ ଆହତ ହୋଇ ୩୦ ରୁ ଅଧିକ ପ୍ରାଣ ହରାଇଛନ୍ତି। ଏହି ପ୍ରସଙ୍ଗରେ, ବିସ୍ଫୋରଣ ହୋଇଥିବା କମୋଡର ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯାହାକୁ ଲେବାନନରେ ଘଟିଥିବା ବିସ୍ଫୋରଣ ଘଟଣା ସହିତ ଯୋଡାଯାଇଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଫାଇଲ। ହଙ୍ଗକଙ୍ଗର ଏକ କମୋଡ ବିସ୍ଫୋରଣର ପୁରୁଣା […]

Continue Reading

ଛାତ୍ର ଲିଗ୍ ରାଲିର ପୁରୁଣା ଭିଡିଓକୁ ବାଂଲାଦେଶରେ ହିନ୍ଦୁମାନେ ବିରୋଧ ପ୍ରଦର୍ଶନ କରୁଥିବା ଦାବି ସହିତ ଭାଇରାଲ ହେଉଛି।

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଚାଲିଥିବା ଆକ୍ରମଣ ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ବିରୋଧ କରି ବାଂଲାଦେଶର ହିନ୍ଦୁମାନେ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକରି ବୋଲି ପାଇଲା। ଏହା ୨୦୨୩ ମସିହାର ଏକ ଘଟଣା ଅଟେ ଯେଉଁଥିରେ ଶେଖ୍ ହସିନାଙ୍କର ଆୱାମି ଳିଗର ଛାତ୍ର ଳିଗ୍ ଦଳ ସଦସ୍ୟ ମାନେ ଏକ ଶୋଭାଯାତ୍ରା […]

Continue Reading

ଗାଜା ଯୁଧ୍ୟ ସମୟର ଏକ ଶିଶୁର ଭିଡିଓକୁ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ନିର୍ଯାତନା ଦାବି ସହିତ ଭାଇରାଲ କରା ଯାଉଛି। 

ସରକାରୀ ଚାକିରି ପାଇଁ କୋଟା ବ୍ୟବସ୍ଥା ବିରୁଦ୍ଧରେ ବିରୋଧ ପ୍ରଦର୍ଶନ ପରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ଇସ୍ତଫା ଦେଇ ଦେଶ ଛାଡି ପଳାୟନ କରିଥିଲେ। ଏହି ପ୍ରସଙ୍ଗରେ ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ବଡ଼ ଆକ୍ରମଣ ହୋଇଛି ବୋଲି ଅଭିଯୋଗ କରୁଥିବା ଅନେକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ପ୍ରସଙ୍ଗରେ ଏକ ଶିଶୁ ଧୁଳିରେ ଆବୃତ ହୋଇ ବସିଥିବା ଏକ ଭିଡିଓ ଦେଖିବାକୁ ପାଇଲୁ। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି […]

Continue Reading

କ’ଣ ଏହି ଭିଡିଓରେ ବାଂଲାଦେଶୀମାନେ ସେଠିକାର ଗୋଟିଏ ହିନ୍ଦୁ ହଷ୍ଟେଲ୍ ଉପରେ ଆକ୍ରମଣ କରୁଛନ୍ତି? ଜାଣନ୍ତୁ ସତ୍ୟତା।

ଗୋଟିଏ ବିଲଡିଙ୍ଗରେ ଆକ୍ରମଣ ହେଉଥିବା ବେଳେ କିଛି ଲୋକମାନେ ପାଇପ୍ ବ୍ୟବହାର କରି ଉଦ୍ଧାର ପାଇବା ଚେଷ୍ଟା କରୁଥିବା ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ପାଇପ୍ ରୁ ଓହ୍ଲାଇବା ବେଳେ କେତେକ ସେଥିରୁ ଖସି ପଡ଼ିଛନ୍ତି। ଦାବି କରା ଯାଉଛି ଯେ ବାଂଲାଦେଶରେ ଚାଲୁଥିବା ହିଂସା ସମୟରେ ସେଠିକାର ଲୋକମାନେ ଏକ ହିନ୍ଦୁ ହଷ୍ଟେଲ୍ ଉପରେ ଆକ୍ରମଣ କରିଥିଲେ ଏବଂ ଏହି ଭିଡିଓ ତାହାର ଏକ […]

Continue Reading

ବାଂଲାଦେଶୀ ବିକ୍ଷୋଭକାରୀ ମାନେ କ୍ରିକେଟର ଲିଟନ୍ ଦାସଙ୍କ ଘରେ ନିଆଁ ଲଗାଇ ଦେଇଥିବା ଦାବି ବିଭ୍ରାନ୍ତକାରୀ ଅଟେ। 

ବାଂଲାଦେଶର ଅବସ୍ଥା ଆହୁରି ଖରାପ ହେବା ପରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ତାଙ୍କ ପଦରୁ ଇସ୍ତଫା ଦେଇ ଦେଶ ଛାଡି ପଳାଇଛନ୍ତି। ଅଶାନ୍ତି ମଧ୍ୟରେ ସୋସିଆଲ ମିଡିଆରେ ନିଆଁ ଲାଗିଯାଇଥିବା ଘରର ଫୋଟୋ ଭାଇରାଲ ହେବାରେ ଲାଗିଛି। ସେଠାରେ କିଛି ଲୋକମାନେ ମଧ୍ୟ ଚିଡ଼ା ହୋଇଛନ୍ତି।  ଉପଭୋକ୍ତାମାନେ ଦାବି କରୁଛନ୍ତି ଯେ ଏହି ଘର ବାଂଲାଦେଶୀ କ୍ରିକେଟର ଲିଟନ୍ ଦାସଙ୍କର ଅଟେ। ଉପଭୋକ୍ତାମାନେ ବାଂଲାଦେଶରେ ରହୁଥିବା ହିନ୍ଦୁମାନଙ୍କ ସୁରକ୍ଷା ପ୍ରସଙ୍ଗରେ ଗୁରୁତ୍ୱ ଦେଇଥିବାରୁ ଏହି ଦାବି ଧ୍ୟାନ […]

Continue Reading

ଶ୍ରୀଲଙ୍କାର ଏକ ପୁରୁଣା ଫୋଟୋକୁ ବାଂଲାଦେଶୀ ପ୍ରଦର୍ଶନକାରୀ ମାନେ ଶେଖ୍ ହସିନାଙ୍କ ବାସଭବନରେ ସୋଇଥିବା ଦାବି ସହିତ ଭାଇରାଲ କରା ଯାଉଛି।

କଡ଼ା ବିରୋଧ ପ୍ରଦର୍ଶନ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଇସ୍ତଫା ଦେଇ ଦେଶ ଛାଡ଼ିଥିବା ଖବର ସାମନାକୁ ଆସିଛି। ର୍ୟୁଟର୍ସ ଋଅର୍ଟ ଅନୁଯାୟୀ, ୧୦୦ ରୁ ଉର୍ଦ୍ଧ ଲୋକଙ୍କ ମୃତ୍ୟୁ ଘଟିଥିବା ପରେ ବାଂଲାଦେଶୀ ଛାତ୍ର କାର୍ଯ୍ୟକର୍ତ୍ତା ମାନେ ରାଜଧାନୀ ଢାକା ଅଭିମୁଖ ଯାତ୍ରା କରିବାକୁ ଆହ୍ଵାନ ଦେଇଥିଲା।  ପ୍ରଦର୍ଶନକାରୀମାନେ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କର ବାସଭବନରେ ମଧ୍ୟ ଆକ୍ରମଣ କରିଥିଲେ। ଢାକାରେ ବର୍ତ୍ତମାନର ଅନିଶ୍ଚିତତା ଦେଖାଉଥିବା ଫୋଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। […]

Continue Reading

କ’ଣ ଏହି ଭିଡିଓ ଜଣେ ଇସ୍ରାଏଲି ମହିଳାଙ୍କ ଅଟେ ଯାହାଙ୍କୁ ହମାସ୍ ଆତଙ୍କବାଦୀ ମାନେ ତାଙ୍କ ସନ୍ତାନର ମାଂସ ଖାଇବାକୁ ଦେଇଥିଲେ? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ସାକ୍ଷାତକାର ସମୟରେ ଜଣେ ମହିଳାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସେହି ମହିଳା ଏକ କଷ୍ଟଦାୟକ ଏବଂ ଯନ୍ତ୍ରଣା ଘଟଣାର ବର୍ଣ୍ଣନା କରୁଥିବା ଜଣା ପଡୁଛି। ଦାବି କରା ଯାଉଛି ଯେ ଏହି ଭିଡିଓରେ ଜଣେ ଇସ୍ରାଏଲି ମହିଳା ହମାସ୍ ଆତଙ୍କବାଦୀ ଦ୍ଵାରା ଅପହରଣ ହୋଇଥିଲେ ଏବଂ ସେମାନେ ଏହି ମହିଳାଙ୍କୁ ତାଙ୍କ ନିଜ ସନ୍ତାନର ମାଂସ ଖାଇବାକୁ ଦେଇଥିଲେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି […]

Continue Reading

କ’ଣ ବିଶାଳ ବିସ୍ଫୋରଣର ଏହି ଭିଡିଓ ଇସ୍ରାଏଲ୍-ପାଲେଷ୍ଟାଇନ୍ ଯୁଧ୍ୟର ଗୋଟିଏ ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ। 

ଅନେକ ଦିନରୁ ଇସ୍ରାଏଲ୍-ପାଲେଷ୍ଟାଇନ ମଧ୍ୟରେ ଯୁଧ୍ୟ ଥମିବାର ନାମ ନେଉଆ ନାହିଁ। ପ୍ରତ୍ଯେକ ଦିନ ସୋସିଆଲ ମିଡିଆରେ ଏହି ଘଟଣାର ବିଭିନ୍ନ ଫୋଟୋ ଏବଂ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ସହରରେ ଧୂଆଁ ଉଠୁଥିବା ସମୟରେ ସେଠାରେ ଏକ ବିଶାଳ ବିସ୍ଫୋରଣ ହେଉଛି।  ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହି ବିସ୍ଫୋରଣର ଦୃଶ୍ୟ ଇସ୍ରାଏଲ୍-ପାଲେଷ୍ଟାଇନ୍ ର ଏକ ଦୃଶ୍ୟ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ […]

Continue Reading

୨୦୧୪ ମସିହାରେ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ହୋଇଥିବା ଯୁଦ୍ଧ ସମୟରେ ଏକ ବିସ୍ଫୋରଣର ପୁରୁଣା ଫୋଟୋକୁ ସମ୍ପ୍ରତ୍ତି ସମୟର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି। 

କିଛି ଦିନ ପୂର୍ବରୁ, ହାମାସ୍ ଆତଙ୍କବାଦୀମାନେ ଦକ୍ଷିଣ ଇସ୍ରାଏଲରେ ପ୍ରବେଶ କରି ଜନସାଧାରଣ ନାଗରିକ ଏବଂ ସୈନିକଙ୍କ ହତ୍ୟା କରିଥିଲେ। କେତେକ ରିପୋର୍ଟ ଅନୁଯାୟୀ, ସେମାନେ ଅନେକ ଲୋକଙ୍କୁ ଅପହରଣ କରି ଗାଜାକୁ ନେଇଥିଲେ। ଏହି ଘଟଣାର ଅନେକ ବିଚଳିତ ଭିଡିଓ ଫୋଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।  ଇ ପ୍ରସଙ୍ଗରେ ଗୋଟିଏ ସହରରେ ବିସ୍ଫୋରଣ ହେଉଥିବା ଫୋଟୋ ଭାଇରାଲ ହେଉଛି। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହି ଫୋଟୋ […]

Continue Reading

କ’ଣ ଏହା ଇସ୍ରାଏଲ୍ ଆକ୍ରମଣ ସମୟରେ ପାଲେଷ୍ଟାଇନର ଗାଜା ରେ ଥିବା ଅଲ-ଅମୀନ ମହମ୍ମଦ ମସଜିଦ ଧ୍ଵଂଶ ହେବାର ଭିଡିଓ ଅଟେ? 

ବିଗତ କିଛି ଦିନ ପୂର୍ବରୁ ପାଲେଷ୍ଟାଇନର ହମାସ୍ ଆତଙ୍କବାଦୀ ମାନେ ଦକ୍ଷିଣ ଇସ୍ରାଏଲ୍ ରେ ପ୍ରବେଶ କରି ସେଠାର ବାସିନ୍ଦା ଏବଂ ସେନା ଯବାନଙ୍କ ହତ୍ୟା କରିଥିବା ଖବର ସାମନାକୁ ଆସିଛି। ଏହା ମଧ୍ୟ ଜାଣିବାକୁ ମିଳିଛି ଯେ ସେମାନେ କିଛି ଇସ୍ରାଏଲ୍ ଲୋକଙ୍କୁ ବନ୍ଦୀ କରି ନେଇଛନ୍ତି। ଏହାର ପ୍ରତିକ୍ରିୟାରେ ଇସ୍ରାଏଲ୍ ହମାସ୍ ଠିକଣା ଉପରେ କ୍ଷେପଣାସ୍ତ୍ର ରେ ଆକ୍ରମଣ କରିଛି।  ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ମସଜିଦର ଧ୍ଵଂଶ ହେବାର ଭିଡିଓ ଭାଇରାଲ ହେବାରେ […]

Continue Reading

ସ୍ୱିଡେନରେ ସ୍ପୋର୍ଟସ୍ ଫେଡେରେସନ୍ ‘ସେକ୍ସକୁ ଏକ ସ୍ପୋର୍ଟସ୍’ ଘୋଷଣା କରିବାର ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି!

ବିଶ୍ୱର କେତେକ ଅଞ୍ଚଳରେ ବିଶେଷକରି ଏସିଆର ଦେଶରେ ସେକ୍ସ ବିଷୟରେ ପବ୍ଲିକ୍ ସ୍ଥାନରେ ଚର୍ଚ୍ଚା କିମ୍ବା ଯୌନ ସମ୍ବନ୍ଧ ରଖିବା ଏବେବି ନିଷେଧ। ଏଭଳି ପରିସ୍ଥିତିରେ ଭାରତର କେତେକ ଅଗ୍ରଣୀ ଗଣମାଧ୍ୟମ ରିପୋର୍ଟ କରିଛନ୍ତି ଯେ ସ୍ୱିଡେନ ପ୍ରଥମ ୟୁରୋପୀୟ ଦେଶ ଯିଏ ସେକ୍ସକୁ ଏକ କ୍ରୀଡ଼ା ରୂପେ ସ୍ମାନ୍ୟତା ଦେଇ, ପ୍ରଥମ ୟୁରୋପୀୟ ସେକ୍ସ ଚାମ୍ପିୟନଶିପ ଆୟୋଜନ କରିବାକୁ ଯୋଜନା କରିଛି।  ଭାଇରାଲ ଭିଡିଓରେ ଦାବି କରା ଯାଇଛି ଯେ, ସ୍ଵିଡେନ ସେକ୍ସକୁ କ୍ରିଡାର ମାନ୍ୟତା […]

Continue Reading

କ’ଣ ଏହା ଆମେରିକା ଦ୍ଵାରା ଚୀନର ଗୁପ୍ତଚର ବେଲୁନ୍ ନଷ୍ଟ କରିଥିବା ଇଡେଓ ଅଟେ? ଜାଣନ୍ତୁ ସତ୍ୟ।

କିଛି ଦିନ ପୂର୍ବରୁ ଆମେରିକାର ଆକାଶରେ ଏକ ବେଲୁନ୍ ଉଡୁଥିବା ଦେଖିବାକୁ ମିଳିଥିଲା। ଆମେରିକା ବାୟୁ ସେନା ଏହି ବେଲୁନକୁ ନଷ୍ଟ କରିଲା ପରେ କହିଥିଲା ଯେ ତାହା ଏକ ଗୁପ୍ତଚର ବେଲୁନ୍ ଥିଲା। ଏହି ବେଲୁନ୍ ନେଇ ଆମେରିକା ଚୀନ ଉପରେ ଅଭିଯୋଗ ଲଗାଇଛି ଯେ ଏହା ଚୀନ ଦ୍ଵାରା ଏକ ଷଡଯନ୍ତ୍ର ଅଟେ। ସେହି ସମୟରେ ଚୀନ ଏହି ଅଭିଯୋଗକୁ ଖାରଜ କରିଛି।  ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି […]

Continue Reading

ଏକ ପୁରୁଣା ଫୋଟୋକୁ ନିକଟରେ ପାକିସ୍ତାନର ମସଜିଦରେ ହେଇଥିବା ବିସ୍ଫୋରଣର ଫୋଟୋ ଦାବି ସହିତ ଭାଇରାଲ କରା ଯାଉଛି।

ନିକଟରେ ପାକିସ୍ତାନର ପେଶାୱର ରେ ଅବସ୍ଥିତ ଏକ ମସଜିଦରେ ବୋମା ବିସ୍ଫୋରଣ ଘଟନା ସାମନାକୁ ଆସିଥିଲା। 30 ଜାନୁଆରୀରେ ହେଇଥିବା ଏହି ବିସ୍ଫୋରଣରେ ପ୍ରାୟ ୧୦୦ ଲୋକେ ପ୍ରାଣ ହରାଇ ଥିଲେ। ଏହି ଘଟଣା ପାଇଁ ପାକିସ୍ତାନ ତାଲିବାନ ଉପରେ ଅଭିଯୋଗ ଲଗାଇଛି।  ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଘଟଣା ନେଇ ଅନେକ ଫୋଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହା ମଧ୍ୟରେ ଏକ ପୋଷ୍ଟରେ ଦୁଇଟି ଫୋଟୋ ସେୟାର କରି ଦାବି କରା ଯାଉଛି […]

Continue Reading

କ’ଣ ଏହା ନିକଟରେ ନେପାଳରେ ହେଇଥିବା ବିମାନ ଦୁର୍ଘଟଣାର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।

ନିକଟରେ ନେପାଳରେ ଏକ ବିମାନ ଦୁର୍ଘଟଣା ହେଇଛି। ସୂଚନା ଅନୁଯାୟୀ ଏହା ନେପାଳର ସବୁଠାରୁ ବଡ ଦୁର୍ଘଟଣା ଅଟେ। ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ ଏହି ଦୁର୍ଘଟଣାରେ ୬୮ ଲୋକଙ୍କ ମୃତ୍ୟୁ ହେଇଛି ଏବଂ ତାଙ୍କ ମଧ୍ୟରେ ୬ ଟି ଶିଶୁ ଥିଲେ।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ବିମାନ ଦୁର୍ଘଟଣାର ଫୋଟୋ ଭାଇରାଲ ହେବାରେ ଲାଗିଛି। ଦାବି ଅନୁଯାୟୀ ଏହି ଫୋଟୋ ନିକଟରେ ନେପାଳରେ ହେଇଥିବା ବିମାନ ଦୁର୍ଘଟଣାର ଦୃଶ୍ୟ ଅଟେ।  ଫ୍ୟାକ୍ଟ […]

Continue Reading

କ’ଣଚୀନରେ ଚାଲୁଥିବା ଛାତ୍ର ଆନ୍ଦୋଳନ ଓ ସେହି ଆନ୍ଦୋଳନକୁ ପ୍ରତିହତ କରିବାକୁ ଚିନ ସରକାର ଏପରି ପଦକ୍ଷେପ ନେଉଛି?

ଚୀନରେ ଲୋକ ମାନେ ଦେଶରେ ନୂତନ କୋଭିଡ ନିୟମାବଳୀ ବିରୁଦ୍ଧରେ ରାସ୍ତାରେ ବିରୋଧ କରୁଥିବା ଖବର ସାମନାକୁ ଆସିଛି। ଏହି ପ୍ରସଙ୍ଗରେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଅନେକ ଲୋକେ ରାସ୍ତାରେ ବିରୋଧ କରୁଥିବା ବେଳେ ଗୋଟିଏ ପୋଲିସ କାର ତାଙ୍କ ଉପରେ ଚଢି ଯାଉଛି।  ଦାବି କରା ଯାଉଛି ଯେ ଏହି ଭିଡିଓ ଚୀନର ଅଟେ। ଚୀନ ସରକାର ବିରୋଧ କରୁଥିବା ଲୋକଙ୍କ ସହ ଏପରି […]

Continue Reading

କ’ଣ ଜିମ୍ବାୱେ ପାକିସ୍ତାନକୁ ହରାଇଲା ପରେ ଜିମ୍ବାୱେର ନ୍ୟୁଜ୍ ଆଙ୍କରର ଖୁସିରେ ହସୁଛନ୍ତି? ଜାଣନ୍ତୁ ସତ୍ୟ। 

ନିକଟରେ ଟି20 ବିଶ୍ଵ କପରେ ପାକିସ୍ତାନ ଏବଂ ଜିମ୍ବାୱେ ମଧ୍ୟରେ ଏକ ମ୍ୟାଚ୍ ହୋଇଥିଲା ଯେଉଁଥିରେ ପାକିସ୍ତାନ ପରାସ୍ତ ହୋଇଥିଲା। ଏହା ଲୋକଙ୍କ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଥିଲା।  ଏହି ସମୟରେ ଏକ ନ୍ୟୁଜ୍ ଆଙ୍କରର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ନ୍ୟୁଜ୍ ଆଙ୍କର ଖବର ପଢିଲା ବେଳେ ହସୁଥିବା ଦେଖିବାକୁ ମିଲିଛନ୍ତି। ଦାବି ଅନୁଯାୟୀ ଜିମ୍ବାୱେ ପାକିସ୍ତାନକୁ ହରାଇଲା ପରେ ଜିମ୍ବାୱେର ନ୍ୟୁଜ୍ ଆଙ୍କର ଖବର ପଢୁଥିବା ସମୟରେ […]

Continue Reading

କ’ଣ ଏସିଆ କପ୍ ୨୦୨୨ ରେ ପାକିସ୍ତାନ ଭାରତ ଠାରୁ ପରାସ୍ତ ହେବା ପରେ ସେଠିକାର ଲୋକ ମାନେ ଟିଭି ଭାଙ୍ଗୁଛନ୍ତି?

ରବିବାର ଦୁବାଇରେ ଚାଲିଥିବା ଏସିଆ କପ୍ ସିରିଜରେ ଭାରତ ପାକିସ୍ତାନକୁ ପାଞ୍ଚ ୱିକେଟରେ ପରାସ୍ତ କରିଛି। ଏହା ପରେ ପାକିସ୍ତାନୀ ଲୋକଙ୍କ ଟିଭି ଭାଙ୍ଗୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହା ସହ ଦାବି କରାଯାଇଛି ଯେ ନିକଟରେ ଅନୁଷ୍ଠିତ ମ୍ୟାଚରେ ପାକିସ୍ତାନ ପରାସ୍ତ ହେବା ପରେ ସେଠିକାର ଲୋକମାନେ ଟିଭି ଭାଙ୍ଗି ପାକିସ୍ତାନୀ ଖେଳାଳିଙ୍କ ଉପରେ କ୍ରୋଧ ପ୍ରକାଶ କରିଛନ୍ତି। କିନ୍ତୁ ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି […]

Continue Reading

କ’ଣ ଭିଡିଓରେ ଆଘାତ ହୋଇ ରାସ୍ତାରେ ଚାଲୁ ଥିବା ବ୍ୟକ୍ତି ଶ୍ରୀଲଙ୍କାର ରକ୍ଷାମନ୍ତ୍ରୀ ଅଟନ୍ତି? ଜାଣନ୍ତୁ ସତ୍ୟ।

ଶ୍ରୀଲଙ୍କାରେ ଅର୍ଥନୈତିକ ସଙ୍କଟ ଉତପନ ହେବା ପରେ ଅନେକ ଫୋଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି ରାସ୍ତାରେ ଚିରା ପୋଷାକ ପିନ୍ଧି ଅସନ୍ତୁଳିତ ଭାବରେ ଚାଲୁଥିବା ଦେଖିବାକୁ ମିଳିଛି। ଦାବି ଅନୁଯାୟୀ ଏହି ବ୍ୟକ୍ତି ହେଉଛନ୍ତି ଶ୍ରୀଲଙ୍କାର ରକ୍ଷାମନ୍ତ୍ରୀ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ଭିଡିଓରେ ଥିବା […]

Continue Reading

କ’ଣ ମୁସଲମାନ ମାନେ ରାସ୍ତାରେ ନମାଜ ପଢୁଥିବାର ଏହି ଦୃଶ୍ୟ ଫ୍ରାନ୍ସର ଅଟେ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଲୋକଙ୍କ ଏକ ବିଶାଳ ସମାବେଶ ରାସ୍ତାରେ ନମାଜ ପଢୁଥିବା ଦେଖିବାକୁ ମିଳିଛି। ଦାବି ଅନୁଯାୟୀ ଏହି ଦୃଶ୍ୟ ଫ୍ରାନ୍ସର ପ୍ୟାରିସ ସହରର ଅଟେ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଭିଡିଓ ରୁଷର ମୋସ୍କୋ ସହରର ଅଟେ।  କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ? ଭିଡିଓ ସହିତ କୁହା ଯାଇଛି ଯେ ଅଦୁରଦର୍ଶୀ ଇମିଗ୍ରେସନ ବ୍ୟବସ୍ଥା କାରଣରୁ ବିଶ୍ଵର […]

Continue Reading

ପୁରୁଣା ଭିଡିଓକୁ ବର୍ତ୍ତମାନ ପାକିସ୍ତାନ ବିବାଦ ସହ ଜୋଡ଼ି ଭାଇରାଲ କରାଯାଉଛି।

ପାକିସ୍ତାନରେ ରାଜନିତିକ ମାହୋଲ ଗରମ ହୋଇଛି। ଏଥି ମଧ୍ୟରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଏକ ଆସେମ୍ବଲିରେ ଲୋକ ମାର ପିଟି କରୁଥିବାର ଦେଖାଯାଉଛନ୍ତି। ପୋଷ୍ଟ ସହିତ ଦାବି କରାଯାଉଛି ଯେ, ବର୍ତ୍ତମାନ ପାକିସ୍ତାନ ଜାତୀୟ ସଭାରେ ଏକ ବିବାଦ ଦେଖାଦେଇଛି।  ଭାଇରାଲ ଭିଡିଓ ଜଣେ ଫେସବୁକ ୟୁଜର ପୋଷ୍ଟ କରି ଲେଖିଛନ୍ତି ଯେ, , ବର୍ତ୍ତମାନ ପାକିସ୍ତାନ ଜାତୀୟ ସଭାରେ ଏକ ବିବାଦ ଦେଖାଦେଇଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା […]

Continue Reading

କ’ଣ ନିକଟରେ ବାଲୋଚ ସ୍ଵାଧୀନତା ସଂଗ୍ରାମୀ ପାକିସ୍ତାନରେ ଏକ ବିସ୍ଫୋରଣ କରିଛନ୍ତି? ଜାଣନ୍ତୁ ସତ୍ୟ। 

ନିକଟରେ ପାକିସ୍ତାନର ଉତ୍ତର ସହର ସିୟାଲକୋଟ୍ ରେ ଅନେକ ବିସ୍ଫୋରଣ ହେଇଥିବା ଖବର ସାମନାକୁ ଆସିଛି। ପାକିସ୍ତାନ ସେନା ଦ୍ଵାରା ନିୟନ୍ତ୍ରିତ ଅଞ୍ଚଳରେ ଥିବା ଏକ ଗୁଳିଗୋଳା ଡିପୋରେ ଏହି ବିସ୍ଫୋରଣ ଘଟିଛି। ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓ ଭାଇରାଲ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି।  ଏହି ପ୍ରସଙ୍ଗରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ବାଲୋଚ ସ୍ଵାଧୀନତା ସଂଗ୍ରାମୀ ମାନେ ପାକିସ୍ତାନର ସିୟାଲକୋଟ ସହରରେ ବିରାଟ ବିସ୍ଫୋରଣ କରିଛନ୍ତି […]

Continue Reading

ହଙ୍ଗକଙ୍ଗରେ ହେଇଥିବା ଏକ ପୁରୁଣା ଦୁର୍ଘଟଣାର ଭିଡିଓକୁ ନିକଟରେ ଚୀନର ବିମାନ ଦୁର୍ଘଟଣାର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି। 

ନିକଟରେ ଚୀନରେ ଏରୋଲୋଫ୍ଟ ବୋଇଙ୍ଗ ୭୩୭ ବିମାନ ଦୁର୍ଘଟଣା ହୋଇଥିବା ଖବର ସାମନାକୁ ଆସିଛି। ୧୩୨ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ବିମାନ ଜରୁରୀକାଳୀନ ଅବତରଣ ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା, ଏହି ଦୁର୍ଘଟଣାରେ ୪୧ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ଦୁର୍ଘଟଣା ଗ୍ରସ୍ତ ବିମାନର ଫୋଟୋ ସହିତ ଦାବି କରା ଯାଇଛି ଯେ ଏହା ଚୀନରେ ହେଇଥିବା ଦୁର୍ଘଟଣାର ଦୃଶ୍ୟ […]

Continue Reading

ଭିଡିଓରେଥିବା ପିଲା ସେହି 11 ବର୍ଷ ପିଲା ଯିଏ ଋଷ-ୟୁକ୍ରେନ ଯୁଦ୍ଧରେ ଏକୁଟିଆ ହଜାର କି.ମି ଏକୁଟିଆ ଯାତ୍ରା କରିଥିଲା ?

ଋଷ-ୟୁକ୍ରେନ ମଧ୍ୟେର ଚାଲିଥିବା ବିବାଦ ମଧ୍ୟରେ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ମିଥ୍ୟା ଦାବିରେ ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରେ ଏକ ପିଲାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦାବି କରାଯାଇଛି ଯେ, ଏହି ରିପୋର୍ଟଗୁଡିକ ମଧ୍ୟରେ, ୟୁକ୍ରେନ୍ର ଦୁଇ ପିଲାଙ୍କ ଭିଡିଓ ଏବଂ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ପିଲାମାନଙ୍କ ମଧ୍ୟରୁ ଜଣେ 11 ବର୍ଷର, ଯାହାକୁ ୟୁକ୍ରେନରୁ ସ୍ଲୋଭାକିଆକୁ ଯିବାକୁ ପଡିଥିଲା। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେଥିବା […]

Continue Reading

ପାଲେଷ୍ଟାଇନ-ଇଜ୍ରାଏଲ୍ ଯୁଧ୍ୟର ପୁରୁଣା ଭିଡିଓକୁ ରୁଷ-ୟୁକ୍ରେନ୍ ଯୁଧ୍ୟର ଦୃଶହି ଦାବି ସହିତ ଭାଇରାଲ କରା ଯାଉଛି। 

ରୁଷ-ୟୁକ୍ରେନ୍ ମଧ୍ୟରେ ଯୁଧ୍ୟ ଆରମ୍ଭ ହେବା ପରଠାରୁ ସୋସିଆଲ ମିଡିଆରେ ଏହା ନେଇ ଅନେକ ଫୋଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ପ୍ରସଙ୍ଗରେ ଏକ ଭିଡିଓ ଦେଖିବାକୁ ମିଳିଛି ଯେଉଥିରେ ରାତ୍ରି ସମୟରେ କିଛି କ୍ଷେପଣାସ୍ତ୍ରରେ ଆକ୍ରମଣ କରା ଯାଉଛି। ଦାବି ଅନୁଯାୟୀ ଏହା ରୁଷ-ୟୁକ୍ରେନ୍ ଯୁଧ୍ୟର ଦୃଶ୍ୟ ଅଟେ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ପାଲେଷ୍ଟାଇନ-ଇଜ୍ରାଏଲ୍ ଯୁଧ୍ୟର ପୁରୁଣା ଭିଡିଓକୁ ରୁଷ-ୟୁକ୍ରେନ୍ ଯୁଧ୍ୟର ଦୃଶ୍ୟ […]

Continue Reading

ପାକିସ୍ତାନୀ ଛାତ୍ରମାନେ ୟୁକ୍ରେନରୁ ରକ୍ଷା ପାଇବା ପାଇଁ ଭାରତୀୟ ପତାକା ବ୍ୟବହାର କରୁଛନ୍ତି ?

ଋଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ପରେ ଅନେକ ଛାତ୍ର ୟୁକ୍ରେନରେ ଫସି ରହିଛନ୍ତି। ୟୁକ୍ରେନରେ ଅଟକି ରହିଥିବା ଭାରତୀୟ ଛାତ୍ରମାନଙ୍କୁ ଥଇଥାନ ପାଇଁ ଭାରତ ସରକାର ଅପରେସନ୍ ଗଙ୍ଗା ଆରମ୍ଭ କରିଛନ୍ତି। ଏଥି ମଧ୍ୟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ ଛାତ୍ରଛାତ୍ରୀମାନେ ଏକ ବସ୍‌ରେ ବସି ଭାରତୀୟ ଜାତୀୟ ପତାକା ଧରିଥିବାର ଦେଖାଯାଉଛନ୍ତି।  ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ ୟୁକ୍ରେନରୁ ଖସିଯିବା ପାଇଁ ପାକିସ୍ତାନୀ ଛାତ୍ରମାନେ ଭାରତୀୟ ପତାକା ଧରିଛନ୍ତି। Sharechat ପୋଷ୍ଟର […]

Continue Reading

କ’ଣ ରୁଷ ରାଷ୍ଟ୍ରପତି ଭାଲ୍ଡିମିର ପୁଟିନ ଏୟାର ଇଣ୍ଡିଆ ବିମାନରେ ଭାରତୀୟ ଛାତ୍ର ମାନଙ୍କୁ ଅଭିନନ୍ଦନ ଜଣାଉଛନ୍ତି? ଜାଣନ୍ତୁ ସତ୍ୟ।

ୟୁକ୍ରେନରେ ପଢୁଥିବା ଛାତ୍ର ମାନଙ୍କୁ ଫେରାଇ ଆଣିବା ପାଇଁ ଏକ ମିଶନ ପ୍ରାରମ୍ଭ କରିଛି ଯାହାର ନାମ ହେଲା ଅପରେସନ୍ ଗଙ୍ଗା। ଏହି ସମୟରେ ଏୟାର ଇଣ୍ଡିଆରେ ବସିଥିବା ଭାରତୀୟ ଛାତ୍ରମାନଙ୍କ ଏକ ଭିଡିଓ ଇଣ୍ଟର୍ନେଟରେ ଭାଇରାଲ ହେଉଛି। ଏହା ସହିତ ରୁଷର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବିମାନରେ ଭାରତୀୟ ଛାତ୍ର ମାନଙ୍କୁ ଶୁଭେଚ୍ଛା ଜଣାଇବାକୁ ଯାଇଥିଲେ ବୋଲି ଦାବି କରା ଯାଉଛି।  ଭାଇରାଲ ଭିଡିଓରେ ଲେଖା ଯାଇଛି ଯେ, “ରୁଷ ରାଷ୍ଟ୍ରପତି ପୁଟିନ ନିଜେ ଏୟାର […]

Continue Reading

ଆରମା ୩ ଭିଡିଓ ଗେମ୍ କ୍ଲିପ୍ କୁ ରୁଷିଆ-ୟୁକ୍ରେନ୍ ଯୁଧ୍ୟର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି। 

ରୁଷ ୟୁକ୍ରେନ୍ ଉପରେ ଏକ ବୃହତ ସାମରିକ ଆକ୍ରମଣ ଆରମ୍ଭ କରିବା ପରେ ସୋସିଆଲ ମିଡିଆରେ ଅନେକ ଫୋଟୋ ଏବଂ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେବାରେ ଦେଖିବାକୁ ମିଳିଛି ଯେଉଥିରେ ଏକ ଯୁଧ୍ୟ ବିମାନ ଆକାଶରେ ଉଡୁଥିବା ସମୟରେ ତାଙ୍କୁ ଧ୍ଵଂସ କରିବା ପ୍ରୟାସ କରା ଯାଉଛି। ଦାବି ଅନୁଯାୟୀ ୟୁକ୍ରେନ୍ ରୁଷର ଯୁଧ୍ୟ ବିମାନ ଉପରେ ଗୁଳିଚାଳନା କରୁଛି।  କିନ୍ତୁ ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ […]

Continue Reading

ୟୁକ୍ରେନ୍ ରାଜଧାନୀ କିଭ୍ ରେ ୨୦୧୪ ମସିହାରେ ହେଇଥିବା ଆନ୍ଦୋଳନକୁ ସମ୍ପ୍ରତି ସମୟରେ ରୁଷ ସହିତ ହେଉଥିବା ଯୁଧ୍ୟର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି। 

ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ ଯୁଧ୍ୟ ଚାଲୁଥିବାରୁ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ନିକଟରେ ଆମେ ଏପରି ଅନେକ ପୋଷ୍ଟ ଦେଖିଛୁ ଯେଉଁଥିରେ ପୁରୁଣା ଫୋଟୋ ଗୁଡିକ କୁ ସମ୍ପ୍ରତି ସମୟରେ ରୁଷ-ୟୁକ୍ରେନ୍ ଯୁଧ୍ୟର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଇଥିଲା। ଏହି ପ୍ରସଙ୍ଗରେ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଲୋକଙ୍କ ଏକ ବିଶାଳ ଭିଡ ଦଙ୍ଗା ମଝିରେ ଅଛି ଏବଂ କିଛି ଲୋକେ […]

Continue Reading

ଆନାସ୍ତାସିଆ ଲେନା ସ୍ପଷ୍ଟ କରିଛନ୍ତି ଯେ ୟୁକ୍ରେନ୍ ସେନାରେ ନିଜ ଯୋଗଦାନ ଦେଇ ନାହାନ୍ତି। ଭାଇରାଲ ଭିଡିଓରେ ଥିବା ଫୋଟୋ ଗୁଡିକ ଏୟାରସଫ୍ଟ ନାମକ ଏକ ଖେଳର ଫୋଟୋ ଅଟେ। 

ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ କରିଲା ପରେ ସୋସିଆଲ ମିଡିଆରେ ଯୁଧ୍ୟର ଅନେକ ଭିଡିଓ ଏବଂ ପୋଷ୍ଟ ଭାଇରାଲ ହେଉଛି। ଏହି ପ୍ରସଙ୍ଗରେ ଏକ ଫୋଟୋ ସାମନାକୁ ଆସିଛି ଯେଉଁଥିରେ ଜଣେ ମହିଳା ବନ୍ଧୁକ ଧରି ଛିଡା ହୋଇଛନ୍ତି। ଦାବି କରା ଯାଇଛି ଯେ ଏହି ମହିଳା ହେଉଛନ୍ତି ପୂର୍ବତନ ମିସ୍ ୟୁକ୍ରେନ୍ ଆନାସ୍ତାସିଆ ଲେନା ଯେ ରୁଷ ବିରୁଦ୍ଧରେ ସେନାରେ ନିଜ ଯୋଗଦାନ ଦେଇଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ […]

Continue Reading

2014ର ଭିଡିଓକୁ ରୁଷ ଏବଂ ୟୁକ୍ରେନ ମଧ୍ୟରେ ହେଉଥିବା ଯୁଦ୍ଧର ଏହା ଦୃଶ୍ୟ ଦାବିରେ ଭାଇରାଲ।

ସୋସିଆଲ ମିଡିଆରେ ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏକ ଭିଡିଓ ଭାଇରାଲ ଦେଉଥିବାର ଦେଖାଯାଉଛି। ଯେଉଁଥିରେ ଯୁଦ୍ଧର ଗାଡ଼ି ଏବଂ ଅନେକ ଲୋକ ଜଳି ହୋଇ ପଡ଼ିଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ରୁଷ ଏବଂ ୟୁକ୍ରେନ ମଧ୍ୟରେ ହେଉଥିବା ଯୁଦ୍ଧର ଏହା ଦୃଶ୍ୟ ଅଟେ। ଅନୁସନ୍ଧାନରେ ଆମେ ଭାଇରାଲ ଭିଡିଓ ପୁରୁଣା ଏବଂ ମିଥ୍ୟା ବୋଲି ପ୍ରମାଣିତ ହେଲା।  Sharechatରେ ଭାଇରାଲ ଭିଡିଓ ପୋଷ୍ଟ କରାଯାଇଛି। ପୋଷ୍ଟରେ ଲେଖାଯାଇଛି ଯେ, ଭାଇରାଲ ଭିଡିଓ ରୁଷ ଏବଂ […]

Continue Reading

ରୁଷ ସେନା ର ଘୋଷଣା- ୟୁକ୍ରେନ ରେ ଥିବା ଭାରତୀୟମାନେ ନିଜ ଘର ଓ ଗାଡ଼ିରେ ତୀରଙ୍ଗା ଲଗାନ୍ତୁ, ରୁଷ ସେନା ସେମାନଙ୍କୁ କୌଣସି କ୍ଷତି କରିବ ନାହିଁ ?

 ଋଷର ସେନା ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ବିସ୍ଫୋରଣ ଏବଂ ଆକ୍ରମଣର ଭିଡିଓ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି ଯେ, ଋଷର ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ସର୍ଗି ଶୋଏଗୁ ଯୁଦ୍ଧରେ ୟୁକ୍ରେନରେ ଫସି ରହିଥିବା ଭାରତୀୟ ନାଗରିକମାନଙ୍କୁ ସେମାନଙ୍କ ଗାଡି, ଘର ଉପରେ ଭାରତୀୟ ଜାତୀୟ ପତାକା ପ୍ରଦର୍ଶନ କରିବାକୁ କହିଛନ୍ତି। ସେମାନଙ୍କୁ ଚିହ୍ନଟ କରିପାରିବ ଏବଂ ସେମାନଙ୍କର ନିରାପଦ ପାସ୍ ନିଶ୍ଚିତ […]

Continue Reading

୨୦୦୬ ମସିହାର ଲେବାନନ୍ ଦେଶର ଏକ ଫୋଟୋକୁ ରୁଷ-ୟୁକ୍ରେନ୍ ଯୁଧ୍ୟ ସମୟର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି। 

ୟୁକ୍ରେନ୍ ଉପରେ ଆକ୍ରମଣ ଜାରି ରଖି ରୁଷ ଖାର୍କିଭ୍ ରେ ଥିବା ଫ୍ରିଡମ୍ ସ୍କ୍ୱେୟାରର ସରକାରୀ କାର୍ଯ୍ୟଳୟ ଉପରେ ଏୟାର ଷ୍ଟ୍ରାଇକ୍ କରିଛି ଯେଉଁଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୫ ଜଣ ଆହତ ହୋଇଥିବା ସୂଚନା ମିଳିଛି।  ଏହି ଆକ୍ରମଣର ଭିଡିଓ ସାମନାକୁ ଆସିବା ପରେ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଇଛି ଯେ ଏହା ୟୁକ୍ରେନ୍-ରୁଷ ମଧ୍ୟରେ ହେଉଥିବା ଯୁଧ୍ୟର ଦୃଶ୍ୟ ଅଟେ।  କିନ୍ତୁ ଅନୁସନ୍ଧାନ ପରେ […]

Continue Reading

2021ର  ଆନିମେଶନ ଭିଡିଓକୁ ୟୁକ୍ରେନ- ଋଷ ଯୁଦ୍ଧ ଦୃଶ୍ୟ ଦାବିରେ ଭାଇରାଲ।

ସୋସିଆଲ ମିଡିଆରେ ଋଷ-ୟୁକ୍ରେନ ଯୁଦ୍ଧର ନାମରେ ଅଲଗା ଅଲଗା ଭିଡିଓ ମିଥ୍ୟା ଦାବିରେ ଭାଇରାଲ ହେବାରେ ଲାଗିଛି। ଏପରି ଏକ ଭିଡିଓ ଭାଇରାଲ ହେଉଛି , ଯେଉଁଥିରେ ଲଗାତାର ଆକ୍ରମଣ ହେଉଥିବାର ଦେଖାଯାଉଛି। ଭିଡିଓରେ ଦାବି କରାଯାଉଛି ଯେ, ଏହି ଭିଡିଓ ଋଷ ୟୁକ୍ରେନ ଉପରେ ଆକ୍ରମଣ କରୁଥିବାର ଅଟେ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଉଥିବା ଦାବି ମିଥ୍ୟା ଅଟେ। Share chatରେ ଭାଇରାଲ ଭିଡିଓ ପୋଷ୍ଟ କରାଯାଇଛି। ପୋଷ୍ଟରେ ଲେଖାଯାଇଛି ଯେ, ଋଷ-ୟୁକ୍ରେନ ଯୁଦ୍ଧର […]

Continue Reading

2015ର ଏକ ମ୍ୟୁଜିକ୍ ଭିଡିଓ ଛୁଆର ଫଟୋକୁ ବର୍ତ୍ତମାନ ୟୁକ୍ରେନ ଋଷ ଯୁଦ୍ଧ ଦାବିରେ ଭାଇରାଲ ହେଉଛି।

ସୋସଲ ମିଡିଆରେ ୟୁକ୍ରେନ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥି ମଧ୍ୟରେ ଏକ ଛୋଟ ଛୁଆର ଫଟୋ ଭାଇରାଲ ହେଉଛି। ଯେଉଁଥିରେ ଦାବି କରାଯାଉଛି ଏହି ଛୁଆ ୟୁକ୍ରେନ ଋଷ ଯୁଦ୍ଧରେ ଏପରି ଅବସ୍ଥା ହୋଇଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। Sharechat ରେ ଭାଇରାଲ ଫଟୋ ପୋଷ୍ଟ କରାଯାଇ ଲେଖା ଯାଇଛି ଯେ, ୟୁକ୍ରେନ ଋଷ ଯୁଦ୍ଧରେ ଛୁଆ। […]

Continue Reading

ପିଲାଟି ସୈନ୍ୟମାନଙ୍କୁ ଡରି ଲୁଚିଥିବା ପୁରୁଣା ଫଟୋକୁ ବର୍ତ୍ତମାନ ୟୁକ୍ରେନ-ଋଷ ଯୁଦ୍ଧ ସହ ଜୋଡ଼ି ଭାଇରାଲ ହେଉଛି।

ସୋସିଆଲ ମିଡିଆକେ ୟୁକ୍ରେନ ଋଷର ବିବାଦକୁ ନେଇ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ପରି ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ ଏକ ଛୁଆ ସୈନ୍ୟମାନଙ୍କୁ ଡରି କାନ୍ଥ ପଛରେ ଲୁଚିଛି। ଏହି ଭୟାବହ ଦୃଶ୍ୟକୁ ନେଇ ସୋସିଆଲ ମିଡିଆରେ ଚର୍ଚାର ବିଷୟ ପାଲଟିଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 28 ଫେବୃଆରିରେ  ଜଣେ ସେୟାରଚାଟ୍ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି […]

Continue Reading

9 ବର୍ଷ ପୁରୁଣା ଭିଡିଓକୁ ରୁଷ ୟୁକ୍ରେନ ଯୁଦ୍ଧ ସହ ଜୋଡ଼ି ଭାଇରାଲ କରାଯାଉଛି।

ରୁଷିଆ ୟୁକ୍ରେନ ଉପରେ  ଆକ୍ରମଣ କରିବା ପରେ ଏହି ବିଷୟରେ ଅନେକ ଖବର ଇଣ୍ଟରନେଟରେ ଭାଇରାଲ ହେଉଛି।  ସୋସିଆଲ ପ୍ଲାଟଫର୍ମରେ ଏକ ଭିଡିଓ ସେୟାର କରାଯାଉଛି  ଯେଉଁଥିରେ ଜଣେ ଝିଅକୁ ସୈନିକ ଉପରେ କ୍ରୋଧ ପ୍ରକାଶ କରୁଥିବା ଦେଖିପାରିବେ।  ତାଙ୍କ ସହ ଏହା କୁହାଯାଉଛି ଯେ ଝିଅଟି ୟୁକ୍ରେନ ଏବଂ ସେ ଋଷର ସୈନିକ ଉପରେ ନିଜର କ୍ରୋଧ ପ୍ରକାଶ କରୁଛନ୍ତି। ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ହେଉଥିବା ଭିଡିଓ 9 ବର୍ଷ ପୁରୁଣା […]

Continue Reading

‘ୱାର ଅଫ୍ ଚିମେରା’ ସିନେମାର କ୍ଲିପ୍ କୁ ଯୁଧ୍ୟକୁ ଯିବା ପୂର୍ବରୁ ୟୁକ୍ରେନ୍ ସୈନିକ ମାନଙ୍କ ଦୃଶ୍ୟ ଭାବରେ ସେୟାର କରା ଯାଉଛି।

ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ ଯୁଧ୍ୟ ଚାଲଇଥିବାରୁ ସୋସିଆଲ ମିଡିଆରେ ଅନେକ ମିଥ୍ୟା ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଜଣେ ସୈନିକ ଏବଂ ମହିଳାଙ୍କ ଏକ ହୃଦୟ ବିଦାରକ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଭିଡିଓରେ ପ୍ରତୀତ ହେଉଛି ଯେ ଯୁଧ୍ୟରେ ଯିବା ପୂର୍ବରୁ ସେ ସୈନ୍ୟ ଯବାନ ମହିଳାଙ୍କୁ ଆଲିଙ୍ଗନ କରୁଛନ୍ତି। ଦାବି ଅନୁଯାୟୀ ଏହି ଭିଡିଓ ୟୁକ୍ରେନ୍ ଦେଶର ବର୍ତ୍ତମାନର ପରିସ୍ଥିତିର ଅଟେ।  ଅନୁସନ୍ଧାନ ପରେ ଜଣା ପଡିଲା ଯେ […]

Continue Reading

୧୯୯୯ ରେ ଚେଚନିୟାର ଗ୍ରୋଜନି ସହରରେର ଯୁଧ୍ୟ ଦୃଶ୍ୟକୁ ସମ୍ପ୍ରତି ସମୟରେ ରୁଷ-ୟୁକ୍ରେନ୍ ଯୁଧ୍ୟ ଦାବି ସହିତ ଭାଇରାଲ କରା ଯାଉଛି। 

ରୁଷିଆ-ୟୁକ୍ରେନ୍ ଯୁଧ୍ୟ ଚାଲିଥିବାରୁ ସୋସିଆଲ ମିଡିଆରେ ଘଟନା ନେଇ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଛି। ଫ୍ୟାକ୍ଟ କ୍ରିଷେଣ୍ଡୋ ଏହା ମଧ୍ୟରୁ ଅନେକ ପୋଷ୍ଟ ଏବଂ ଭିଡିଓକୁ ମିଥ୍ୟା ବୋଲି ପ୍ରମାଣ କରି ସାରିଛି।  ବର୍ତ୍ତମାନ ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ସହରର ଧ୍ଵଂସ ହେଇଥିବା ଦୃଶ୍ୟ ଦେଖା ଯାଉଛି। ଦାବି କରା ଯାଇଛି ଯେ ଏହା ରୁଷ-ୟୁକ୍ରେନ୍ ଯୁଧ୍ୟର ଦୃଶ୍ୟ ଅଟେ।  ତେବେ, ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ […]

Continue Reading

ରୁଷିଆ ପାରାଟ୍ରୁପର୍ସଙ୍କ ପୁରୁଣା ଭିଡିଓକୁ ବର୍ତ୍ତମାନ ରୁଷ-ୟୁକ୍ରେନ୍ ଯୁଧ୍ୟ ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି। 

ରୁଷ ସୈନ୍ୟ ମାନେ ୟୁକ୍ରେନ୍ ରେ ପ୍ରବେହ କରି ଏହାର ରାଜଧାନୀ କିଭ୍ ଅଭିମୁଖ ହେଉଥିବା ବେଳେ ବିସ୍ଫୋରଣ ଏବଂ ଆକ୍ରମଣର ଅନେକ ପୋଷ୍ଟ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ଏହା ମଧ୍ୟରୁ ଅନେକ ଭିଡିଓ ପୁରୁଣା ଏବଂ ରୁଷ-ୟୁକ୍ରେନ୍ ଯୁଧ୍ୟ ସହିତ ଜଡିତ ହେଇନଥିବା ପ୍ରମାଣ ମିଳିଛି।  ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଆକାଶରୁ ଅବତରଣ କରୁଥିବା ଦେଖା ଯାଇଛି। ଦାବି ଅନୁଯାୟୀ ରୁଷ ସୈନ୍ୟ ପାରାଟ୍ରୁପର୍ସ […]

Continue Reading

ଜଣେ ୟୁକ୍ରେନ୍ ସୈନିକର ପୁରୁଣା ଫୋଟୋକୁ ୟୁକ୍ରେନ୍ ଉପରାଷ୍ଟ୍ରପତିଙ୍କ ପତ୍ନୀଙ୍କର ଫୋଟୋ ଦାବି ସହିତ ଭାଇରାଲ କରା ଯାଉଛି। 

ଆକ୍ରମଣକାରୀ ରାଇଫଲ୍ ହାତରେ ଧରିଥିବା ଜଣେ ମହିଳାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓ ସହିତ ଦାବି କରା ଯାଇଛି ଯେ ଏହି ମହିଳା ହେଉଛନ୍ତି ୟୁକ୍ରେନ୍ ଉପରାଷ୍ଟ୍ରପତିଙ୍କ ପତ୍ନୀ।  କିନ୍ତୁ ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ପାଇଲା ଯେ ଏହା ଏକ ପୁରୁଣା ଫୋଟୋ ଅଟେ ଏବଂ ଏହି ମହିଳା ସୈନିକ ୟୁକ୍ରେନ୍ ଉପରାଷ୍ଟ୍ରପତିଙ୍କ ପତ୍ନୀ ହେଇଥିବା ଦାବି ମିଥ୍ୟା ଅଟେ।  କ’ଣ ଦାବି କରା ଯାଇଛି? ୨୭ ଫେବୃଆରିରେ ଓଏନଏଖବର ନାମକ ଫେସବୁକ […]

Continue Reading

୨୦୧୬ ମସିହାର କାନାଡାର ଫୋଟୋକୁ ୟୁକ୍ରେନ୍ ରେ ଯୁଧ୍ୟ ସମୟରେ ଶିଖ୍ ସମୁଦାୟ ଲୋକଙ୍କ ଦ୍ଵାରା ଏକ ଲଙ୍ଗର ଆୟୋଜିତ କରା ଯାଇଥିବା ଦାବି ସହିତ ଭାଇରାଲ କରା ଯାଉଛି। 

ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ ଯୁଧ୍ୟ ଲାଗି ରହିଥିବା ସମୟରେ ସୋସିଆଲ ମିଡିଆରେ ଏହା ନେଇ ଅନେକ ପୋଷ୍ଟ ଭାଇରାଲ ହେଉଛି। ପୁରୁଣା ଏବଂ ରୁଷ-ୟୁକ୍ରେନ୍ ଯୁଧ୍ୟ ସହିତ ସମ୍ବନ୍ଧହିନ ଫୋଟୋକୁ ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି। ଫୋଟୋ ଏବଂ ଭିଡିଓ ସେଯାର କରି କୁହା ଯାଉଛି ଯେ ସେଠିକାର ଲୋକ ମାନେ କିପରି ଭୟଭୀତ ଅଛନ୍ତି ଏବଂ କିପରି ଲୋକେ ତାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇଛନ୍ତି।  ଶିଖ୍ ସମୁଦାୟ ଲୋକମାନେ ଲଙ୍ଗର […]

Continue Reading

ରୁଷ ୟୁକ୍ରେନ ଉପରେ ଆକ୍ରମଣ ପରେ ୟୁକ୍ରେନର ରାଷ୍ଟ୍ରପତି ଦେଶକୁ ବଞ୍ଚାଇବା ପାଇଁ ସୈନ୍ୟବାହିନିରେ ସାମିଲ ହୋଇଛନ୍ତି ?

ରୁଷ ୟୁକ୍ରେନ ଉପରେ ଆକ୍ରମଣ କଲା ପରେ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ଅଲଗା ଅଲଗା ଦାବିରେ ଭାଇରାଲ ହେବାରେ ଲାଗିଛି। ଋଷ-ୟୁକ୍ରେନ ବିବାଦ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ଫଟୋ ସେୟାର କରାଯାଉଛି ଯେ ସେ ନିଜ ଦେଶ ପାଇଁ ଲଢିଥିବା ସୈନ୍ୟବାହିନୀରେ ଯୋଗଦେବା ପାଇଁ ସୈନିକ ୟୁନିଫର୍ମ ପିନ୍ଧିଛନ୍ତି। Parwez Alam Khan ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଫଟୋ […]

Continue Reading

ପୁରୁଣା ଏବଂ ଅଲଗା ଅଲଗା ଭିଡିଓ ଏବଂ ଫଟୋକୁ ବର୍ତ୍ତମାନ ୟୁକ୍ରେନ-ରୁଷ ଯୁଦ୍ଧ ସହ ଜୋଡ଼ି ଭାଇରାଲ କରାଯାଉଛି।

24 ଫେବୃଆରିରେ ରୁଷର ୟପକ୍ରେନ ଉପରେ ଆକ୍ରମଣ କରିଥିଲା। ଏହାର ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ମିଥ୍ୟା ଦାବିରେ ଭାଇରାଲ କରାଯାଉଥିବାର ଦେଖାଯାଉଛି। ଏପରି ଏକ ଭାଇରାଲ ହେଉଛି ଯେଉଁଥିରେ କିଛି ଲୋକ ବରଫରେ ପ୍ରାର୍ଥନା କରୁଥିବାର ଦେଖାଯାଉଛନ୍ତି। ଭିଡିଓରେ ଦାବି କରାଯାଉଛି ଯେ, ଋଷ ୟୁକ୍ରେନ ଉପରେ ଆକ୍ରମଣ କଲା ପରେ ଲୋକମାନେ ଏପରି କାକୁତି ମିନତି ହୋଇ ପ୍ରାର୍ଥନା କରୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ […]

Continue Reading

କ’ଣ ହିଜାବ ପିନ୍ଧିଥିବା ୩ ପୁରୁଷ ଲୋକଙ୍କୁ ଦୁବାଇ ପୋଲିସ ବିମାନବନ୍ଦରରେ ଗିରଫ କରିଛି? ଜାଣନ୍ତୁ ସତ୍ୟ। 

ସାଉଦି ଆରବର ପାରମ୍ପାରିକ ପୋଷାକରେ ମହିଳା ଭାବରେ ଜଣା ପଡୁଥିବା କିଛି ପୁରୁଷ ଲୋକଙ୍କ ଫୋଟୋ ଅନେକ ଅଗ୍ରଣୀ ନ୍ୟୁଜ୍ ୱେବସାଇଟ ଏବଂ ସୋସିଆ ମିଡିଆ ବ୍ୟବହାରକାରୀଙ୍କ ଦ୍ଵାରା ସେୟାର କରା ଯାଉଛି। ଦାବି କରା ଯାଇଛି ଯେ ଦୁବାଇ ବିମାନବନ୍ଦରରେ ତିନି ଜଣ ପୁରୁଷଙ୍କୁ ମହିଳା ଭେଷରେ ଗିରଫ କରା ଯାଇଥିଲା।  ୧୮ ଫେବ୍ରୁଆରିରେ ଜଣେ ଫେସବୁକ ବ୍ୟବହାରକାରୀ କନକ ନ୍ୟୁଜ୍ ର ଏକ ସ୍କ୍ରିନଶଟ୍ ସେୟାର କରି ଦାବି କରିଛନ୍ତି ଯେ ଦୁବାଇ ବିମାନବନ୍ଦରରେ […]

Continue Reading

ଆଫଗାନିସ୍ତାନ କର୍ତ୍ତୃପକ୍ଷ ସେଠାର ନାଗରିକଙ୍କ ମୋବାଇଲ୍ ଫୋନ୍ ଜବତ କରି ନଷ୍ଟ କରୁଛନ୍ତି ?

ସୋସିଆଲ ମିଡିଆରେ ଏକ ଭିଡିଓ ବହୁଳ ଭାବରେ ସେୟାର କରାଯାଉଛି ଯେଉଁଥିରେ ଆଫଗାନିସ୍ତାନ କର୍ତ୍ତୃପକ୍ଷ ସେଠାର ନାଗରିକଙ୍କ ମୋବାଇଲ୍ ଫୋନ୍ ନଷ୍ଟ କରୁଥିବା ଦେଖାଯାଉଛି।  କିଛି ସୋସିଆଲ ୟୁଜର ଏହା ମଧ୍ୟ ଦାବି କରୁଛନ୍ତି ଯେ, ଆଫଗାନିସ୍ତାନରେ ମୋବାଇଲ୍ ଫୋନ୍ ନିଷେଧ କରାଯାଇଛି ଏବଂ କର୍ତ୍ତୃପକ୍ଷ ସମସ୍ତ ଫୋନ୍ ଜବତ କରିଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 9 ଫେବୃଆରିରେ Debasish Grahacharya ନାମକ ଜଣେ ଫେସବୁକ ୟୁଜର ଭାଇରାଲ […]

Continue Reading

ରକେଟ୍ ଲଞ୍ଚ ଭିଡିଓକୁ ଚୀନ୍ ଦ୍ୱାରା ନିର୍ମିତ କୃତ୍ରିମ ସୂର୍ଯ୍ୟ ନିର୍ମିତ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି ।

ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦାବି କରାଯାଉଛି ଯେ, ଚୀନ୍ କୃତ୍ରିମ ସୂର୍ଯ୍ୟ ସୃଷ୍ଟି କରିଛି। ଇଣ୍ଟରନେଟରେ ଭାଇରାଲ ଭିଡିଓରେ  ଆକାଶରେ ଦେଖାଯାଉଥିବା ଉଜ୍ଜ୍ୱଳ ଜିନିଷ ହେଉଛି ଚୀନ୍ ଦ୍ୱାରା ନିର୍ମିତ ସୂର୍ଯ୍ୟ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। ଭାଇରାଲ ହେଉଥିବା ପୋଷ୍ଟରେ ଲେଖାଅଛି, ଚାଇନାରେ ନକଲି ସୂର୍ଯ୍ୟ ଲଞ୍ଜ କଲା। ଏହି ଭିଡିଓ ଆମକୁ ହ୍ୱାଟ୍ସଅପରେ ସେୟାର କରାଯାଇଥିଲା। ଆମ ଅନୁସନ୍ଧାନ ପୂର୍ବରୁ […]

Continue Reading

କ’ଣ ଏହି ଫୋଟୋ ମଡେଲ୍ ନ୍ୟାକିମ୍ ଗେତ୍ୱେକଙ୍କର ଯିଏ ବିଶ୍ଵର ସବୁଠାରୁ କଳା ମହିଳା ହେତୁ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ଜିତିଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଫୋଟୋ ଭାଇରାଲ ହେଉଛି। ସେହି ମହିଳାଙ୍କ ବିଷୟରେ ଦାବି କରି କୁହା ଯାଇଛି ଯେ ସେ ହେଉଛନ୍ତି ଜଣେ ୨୭ ବର୍ଷୀୟ ଦକ୍ଷିଣ ସୁଦାନ ଦେଶର ଏକ ମଡେଲ୍ ନ୍ୟାକିମ୍ ଗେତ୍ୱେକ୍ ଯିଏ ନିଜ ଚର୍ମ ରଙ୍ଗ ନେଇ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ଜିତିଛନ୍ତି। ନ୍ୟାକିମଙ୍କୁ ଅନ୍ଧକାରର ରାଣୀ ବୋଲି ମଧ୍ୟ ନାମିତ କରା ଯାଇଛି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  Facebook | […]

Continue Reading

କ’ଣ ତାଲିବାନ ଶାସିତ ଆଫଗାନିସ୍ଥାନରେ ମହିଳା ମାନଙ୍କୁ ଏପରି ବାନ୍ଧି ରଖା ଯାଉଛି? ଜାଣନ୍ତୁ ସତ୍ୟ।

କିଛି ମାସ ପୂର୍ବରୁ ତାଲିବାନ ଆଫଗାନିସ୍ଥାନ ଉପରେ ଆକ୍ରମଣ କରି ନିଜ ଶାସନ ସ୍ଥାପିତ କରିଥିଲା। ସେହି ଭୟରେ ଅନେକ ସ୍ଥାନୀୟ ଲୋକେ ଦେଶ ଛାଡି ଚାଲି ଯିବାକୁ ଚାହିଁଥିଲେ। ଏହି ଘଟଣା ନେଇ ଆମକୁ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଦେଖିବାକୁ ମିଳିଥିଲା ଯେଉଁଥିରେ ତାଲିବାନର ନିଷ୍ଠୁରତା ଦର୍ଶାଅ ଯାଇଥିଲା। ସେହି ପୋଷ୍ଟ ମଧ୍ୟ କିଛି ଫୋଟୋ ଏପରି ମଧ୍ୟ ଥିଲା ଯାହାକୁ ସେୟାର କରି ଦାବି କରା ଯାଇଥିଲା ଯେ ତାଲିବାନ ବର୍ତ୍ତମାନ ଆଫଗାନିସ୍ଥାନର […]

Continue Reading

2018ର ଭିଡିଓକୁ ବର୍ତ୍ତମାନ ଇଣ୍ଡୋନେସିଆରେ ହୋଇଥିବା ଭୂମିକମ୍ପର ଦୃଶ୍ୟ ଦାବିରେ ଭାଇରାଲ ହେଉଛି।

14 ଡିସେମ୍ବର ରେ, ଇଣ୍ଡୋନେସିଆରେ ଏକ ଭୂକମ୍ପରେ ସୁନାମି ସୃଷ୍ଟି ହୋଇଥିଲା। ସୋସିଆଲ ମିଡିଆରେ ଏହି ଭୂକମ୍ପର ଭିଡିଓ ପୋଷ୍ଟ କରି ଇଣ୍ଡୋନେସିଆରେ କମ୍ପନ ବୋଲି ଦାବି କରିଥିଲେ। ଭିଡିଓରେ ଏକ ଘର ହଲୁଥିବାର ଏବଂ ଲୋକ ଭୟରେ ଦଉଡ଼ୁଥିବାର ଦେଖାଯାଉଛନ୍ତି। ଆମ ଅନୁସନ୍ଧାନରେ ସ୍ପଷ୍ଟ ହେଲା ଯେ, ଭାଇରାଲ ଭିଡିଓ ପୁରୁଣା ଅଟେ। ଏବଂ ଭିଡିଓର ବର୍ତ୍ତମାନ ଇଣ୍ଡୋନେସିଆ ଭୂମିକମ୍ପ ସହ କୌଣସି ସମ୍ପର୍କ ନାହିଁ।  14 ଡିସେମ୍ବରରେ Nilachala News ନାମକ ଏକ ଖବର […]

Continue Reading

କ’ଣ ଇଣ୍ଡୋନେସିଆରେ ଏକ ଜୀବିତ ମମୀ ମିଳିଛି ଯାହା ବେଳେ ବେଳେ ନିଶ୍ଵାସ ନେଉଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ମମିର ଫୋଟୋ ଭାଇରାଲ ହେଉଛି ଏବଂ ଦାବି କରା ଯାଇଛି ଏହି ମମି ଇଣ୍ଡୋନେସିଆ ଦେଶରେ ମିଳିଛି ଯାହା ବେଳେ ବେଳେ ନିଶ୍ଵାସ ମଧ୍ୟ ନିଏ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ କୁହା ଯାଇଛି ଏହି ପୋଷ୍ଟରେ? ୧୦ ଡିସେମ୍ବରରେ ପାଗଳ ଖାନା ନାମକ ଏକ ଟୁଇଟର ଏକାଉଣ୍ଟର ହେଣ୍ଡେଲରେ ଏକ ମମିର ଫୋଟୋ ପୋସ୍ତ କରି ଦାବି କରା ଯାଇଛି ଯେ, “ଇଣ୍ଡୋନେସିଆରେ ୮୦୦୦ […]

Continue Reading

କ’ଣ ଭିଡିଓରେ ଦେଖା ଯାଉଥିବା ରେଳ ବ୍ୟବସ୍ଥା ଇସ୍ରାଏଲ ଦେଶର ଅଟେ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଆମେ ଦେଖି ପାରିବା ଯେ ଏକ ବିଶାଳ ଟ୍ରେନ୍ ଏକ ଅଦଭୁତ ଟ୍ରାକ୍ ରେ ଚାଲୁଅଛି। ଭିଡିଓ ସେୟାର କରି ଦାବି କରା ଯାଇଛି ଯେ ଏହା ଇସ୍ରାଏଲରେ ଚାଲୁଥିବା ଏକ ରେଳ ବ୍ୟବସ୍ଥାର ଭିଡିଓ ଅଟେ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ବଳଦେବ ସାହୁ ନାମକ ଜଣେ ଫେସବୁକ ବ୍ୟବହାରକାରୀ ଏକ ଭିଡିଓ […]

Continue Reading

କ’ଣ ତାଲିବାନ ଆଫଗାନିସ୍ତାନ ଭଲିବଲ୍ ମହିଳା ଖେଳାଳିଙ୍କର ହତ୍ୟା କରିଛନ୍ତି? ଜାଣନ୍ତୁ ସତ୍ୟ।

ପୋଷ୍ଟରେ ଦାବି କରା ଯାଇଛି ଯେ “ମହିଳାଙ୍କ ପାଇଁ ସଜା ପାଲଟି ଯାଇଛି ତାଲିବାନୀଶାସନ। ଆଫଗାନିସ୍ତାନରେ ମହିଳାଙ୍କ ପାଇଁ ଅନେକ କଠୋର ନିୟମ ଲାଗୁ କରାଯାଇଛି। ହେଲେ ଏହା ମଧ୍ୟରେ ତାଲିବାନର ବର୍ବରକାଣ୍ଡର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ତାଲିବାନ ଆଫଗାନ ଜୁନିୟର ମହିଳା ଭଲିବଲ ଜାତୀୟ ଦଳର ଜଣେ ଖେଳାଳିଙ୍କୁ ଗଳାକାଟି  ହତ୍ୟା କରିଛି। ପର୍ସିଆନ ଇଣ୍ଡିପେଡେଣ୍ଟ ସହ ସାକ୍ଷାତକାର ସମୟରେ କୋଚ୍ ସୂର୍ୟା ଅଫଜଲି  କହିଛନ୍ତି, ମହଜବିନ ହାକିମି ନାମକ ଜଣେ ମହିଳା […]

Continue Reading

BJP ଏବଂ RSS ବିଷରେ କହୁଥିବା ପାକିସ୍ତାନୀ ସ୍କୋଲାରଙ୍କ ଭିଡିଓକୁ ତାଲିବାନ କର୍ମୀଙ୍କ ନାମରେ ଭାଇରାଲ କରାଯାଉଛି।

ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ଫଟୋ ଏବଂ ଭିଡିଓ ପୋଷ୍ଟ ହେବାରେ ଲାଗିଛି। ଏହି ସମୟରେ ସୋସିଆଲ ମିଡିଆରେ ଅନ୍ୟ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ବ୍ୟକ୍ତି କହୁଛନ୍ତି ଯେ ସବୁଠାରୁ ଶକ୍ତିଶାଳୀ ଆରଏସଏସ ଏବଂ ବିଜେପି ଭାରତରେ ଅଛନ୍ତି। ସେ ବିଜେପି ଏବଂ ଆରଏସଏସକୁ ମୋଗଲ ଶାସକ ୟୁ ରଙ୍ଗଜେବ (ଆଲାମଗିର) ସହିତ ତୁଳନା କରୁଛନ୍ତି। ଲୋକମାନେ ଏହି ଭିଡିଓକୁ ସୋସିଆଲ ମିଡିଆରେ […]

Continue Reading

2015 ବିସ୍ଫୋରଣର ଫଟୋକୁ କାବୁଲ ବିମାନବନ୍ଦରରେ ବିସ୍ଫୋରଣର ଦୃଶ୍ୟ ଦାବିରେ ଭାଇରାଲ କରାଯାଉଛି।

ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଭାଇରାଲ ହେଉଛି। କାବୁଲ ବିମାନବନ୍ଦରରେ ହୋଇଥିବା ବିସ୍ଫୋରଣର ଖବର ଭାଇରାଲ ହୋଇଥିଲା। ଯେଉଁଥିରେ 13 ଜଣ ଆମେରିକୀୟ ସୌନିକଙ୍କ ସମେତ 160 ଜଣଙ୍କର ମୃତ୍ୟୁ ଘଟିଥିଲା। ବିସ୍ଫୋରଣ ପରେ ଧୂଆଁ ଦେଖାଉଥିବା ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ପୋଷ୍ଟ ସହିତ ସେୟାର ହୋଇଥିବା ଫଟୋ ଆଫଗାନିସ୍ତାନର କାବୁଲ ବିମାନବନ୍ଦର ବାହାରେ ବିସ୍ଫୋରଣର ଫଟୋ। ଆମ ଅନୁସନ୍ଧାନରେ ସ୍ପଷ୍ଟ ହେଇଛି ଯେ, […]

Continue Reading

କାଜାଖସ୍ତାନର ଅସ୍ତ୍ରଶସ୍ତ୍ର ଡିପୋରେ ବିସ୍ଫୋରଣ ଦୃଶ୍ୟକୁ କାବୁଲ ଏୟାରପୋର୍ଟ ବିସ୍ଫୋରଣ ଦାବିରେ ଭାଇରାଲ ।

ଆଫଗାନିସ୍ତାନରେ ତାଲିବାନ ହିଂସା ପରଠାରୁ ଏହାକୁ ନେଇ ଅନେକ ଖବର ଏବଂ ଫଟୋ, ଭିଡିଓ ଅଲଗା ଅଲଗା ଦାବିରେ ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରେ କିଛି ଫଟୋ ଏବଂ ଭିଡିଓ ମିଥ୍ୟା ଦାବିରେ ମଧ୍ୟ ଭାଇରାଲ ହେଉଛି। ଏହିପରି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ବିସ୍ଫୋରଣ ହେଉଥିବାର ଦେଖାଯାଉଛି। ଭିଡିଓରେ ଦାବି କରାଯାଇଛି ଯେ, ଆଫଗାନିସ୍ତାନର କାବୁଲ ଏୟାରପୋର୍ଟରେ ବିସ୍ଫୋରଣ ହୋଇଥିବାର ଦୃଶ୍ୟ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  […]

Continue Reading

2013ର ଫଟୋକୁ ବର୍ତ୍ତମାନ କାବୁଲ ଏୟାରପୋର୍ଟ ବିସ୍ଫୋରଣ ଦୃଶ୍ୟ ଦାବିରେ ଭାଇରାଲ ।

ସୋସିଆଲ ମିଡିଆରେ କାବୁଲ ଏୟାରପୋର୍ଟ ବିସ୍ଫୋରଣକୁ ନେଇ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରେ କାବୁଲ ଏୟାରପୋର୍ଟରେ ଆହତ ହୋଇଥିବା ଲୋକଙ୍କ ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଫଟୋରେ ଏକ ଛୋଟ ଛୁଆ କାନ୍ଦି କାନ୍ଦି ଦଉଥିବାର ଦେଖାଯଆଉଛି। ଭାଇରାଲ ଫଟୋ ଆଫଗାନିସ୍ତାନ କାବୁଲ ଏଟାର ପୋର୍ଟ ବିସ୍ଫୋରଣ ସମୟର ଦାବିରେ ଭାଇରାଲ କରାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  D̸i̸m̸p̸l̸e ᎠᎥᏰᎩᗩᏁᏕᏂᏬ ନାମକ ଜଣେ ସେୟାର […]

Continue Reading

3 ମାସ ପୁରୁଣା ଫଟୋକୁ କାବୁଲ ଏୟାରପୋର୍ଟ ବିସ୍ଫୋରଣ ଦାବିରେ ଭାଇରାଲ ହେଉଛି।

ସୋସିଆଲ ମିଡିଆରେ କାବୁଲ ଏୟାରପୋର୍ଟ ବିସ୍ଫୋରଣକୁ ନେଇ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରେ କାବୁଲ ଏୟାରପୋର୍ଟରେ ଆହତ ହୋଇଥିବା ଲୋକଙ୍କ ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କିଛି ଲୋକ ହସ୍ପିଟାଲ ବେଡ଼ରେ ପଡ଼ିଥିବାର ଦେଖାଯାଉଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  ରାଜନୀତି ଖବର ନାମକ ଏକ ସେୟାରଚାଟ ପୋଜରେ ଭାଇରାଲ ଫଟୋ ପୋଷ୍ଟ ହୋଇଛି। ପୋଷ୍ଟରେ ଦାବି କରାଯାଇଛି ଯେ, କାବୁଲ ବିସ୍ଫୋରଣରେ 100ରୁ […]

Continue Reading

କ’ଣ ଭାଇରାଲ ହେଉଥିବା ଏହି ଫୋଟୋ ନିକଟରେ କାବୁଲ ବିମାନ ବନ୍ଦରରେ ବିସ୍ଫୋରଣ ହେଇଥିବା ମୃତ୍ୟୁ ଲୋକଙ୍କ ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ତାଲିବାନ ଭୟରେ ଅଫଫଗାନିସ୍ତାନ ନାଗରିକ ମାନେ ଦେହ ଛାଡି ପଳାଇବାର ନିରନ୍ତର ଚେଷ୍ଟା କରୁଛନ୍ତି। ଏହି ସମୟରେ ଅନେକ ଲୋକ କାବୁଲ ବିମାନ ବନ୍ଦରରେ ଆଶା ନେଇ ଅପେକ୍ଷାରେ ଅଛନ୍ତି। କିନ୍ତୁ ବିଗତ କିଛି ଦିନ ପୂର୍ବରୁ ତାଲିବାନ କାବୁଲ ବିମାନ ବନ୍ଦରରେ ବିସ୍ଫୋରଣ କରିଥିବା ଖବର ଶୁଣିବାକୁ ମିଳିଛି ଯେଉଁଥିରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ଲୋକଙ୍କ ମଧ୍ୟରେ ଆଫଗାନିସ୍ତାନ ନାଗରିକନ ସହିତ କିଛି ଆମେରିକା ସଦସ୍ୟ ମଧ୍ୟ ତାଲିବାନ ଶିକାର ହେଇଛନ୍ତି।  ଏହି […]

Continue Reading

ଗାଜାରେ ଇସ୍ରାଏଲର କରିଥିବା ଏୟାର ଷ୍ଟ୍ରାଇକ୍ ଭିଡିଓକୁ କାବୁଲ ବିମାନ ବନ୍ଦରରେ ବିସ୍ଫୋରଣ ଦୃଶ୍ୟ ଦାବିରେ ଭାଇରାଲ ହେଉଛି।

ତାଲିବାନ ଆଫଗାନିସ୍ତାନ ଦଖଲ କରିବାପେର ସୋସିଆଲ ମିଡିଆରେ ଅନେକ ଖବର ଏବଂ ଭିଡିଓ ମିଥ୍ୟା ଦାବିରେ ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରେ ବର୍ତ୍ତମାନ ଆଫଗାନିସ୍ତାନର ରାଜଧାନୀ କାବୁଲ ବିମାନବନ୍ଦରରେ ଦୁଇଟି ବିସ୍ଫୋରଣ ଘଟିଥିବାର ଖବର ଆସିଛି। ସୋସିଆଲ ମିଡିଆରେରେ ଏହି ବିଷୟରେ ଏକ ଭିଡିଓ ସେୟାର କରାଯାଉଛି। ସେହି ଭିଡିଓରେ ଆପଣ ରାତିରେ ବିସ୍ଫୋରଣ ଘଟୁଥିବା ଦେଖିପାରିବେ। ଭିଡିଓ ସହିତ ଦାବି କରାଯାଉଛି ଯେ ଏହି ଭିଡିଓ ବର୍ତ୍ତମାନ କାବୁଲ ବିମାନବନ୍ଦରରେ ବିସ୍ଫୋରଣ ହୋଇଥିବାର ଦୃଶ୍ୟ ଅଟେ। […]

Continue Reading

4 ମାସ ପୁରୁଣା ଭିଡିଓକୁ କାବୁଲ୍ ଅକ୍ତିଆର୍ ପରେ ତାଲିବାନୀ ଖୁସିରେ ନାଚୁଥିବା ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ଆଫଗାନିସ୍ତାନରେ ତାଲିବାନ କବଜା ପରେ ସୋସିଆଲ ମିଡିଆ ଏବଂ ନ୍ୟୁଜ ଚ୍ୟାନେଲରେ ଖବର ପ୍ରକାଶିତ ହେବାରେ ଲାଗିଛି। ଏଥିମଧ୍ୟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ,ଯେଉଁଥିରେ କିଛି ଲୋକ ନାଚୁଥିବାର ଦେଖାଯାଉଛନ୍ତି। ଭାଇରାଲ ପୋଷ୍ଟରେ ଦାବି କରାଯାଇଛି ଯେ, କାବୁଲ୍ ଅକ୍ତିଆର୍ ପରେ ଖୁସିରେ ନାଚୁଛନ୍ତି ତାଲିବାନୀ । ହାତରେ ବନ୍ଧୁକ ଧରି କି’କି ଗୀତରେ ନାଚୁଛନ୍ତି । ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  ଭାଇରାଲ ଭିଡିଓ 4 […]

Continue Reading

5 ବର୍ଷ ୟମନର ପୁରୁଣା ଫଟୋକୁ ବର୍ତ୍ତମାନ ଆଫଗାନିସ୍ତାନର କାବୁଲ ବିମାନରେ କଡ଼ା ସୁରକ୍ଷା ଯାଞ୍ଚ ଚାଲିଥିବା ଦାବିରେ ଭାଇରାଲ।

ସୋସିଆଲ ମିଡିଆରେ ଆଫଗାନିସ୍ତାନ ହିଂସାର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲିଗିଛି। ଏଥିମ୍ୟରେ ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ କିଛି ସୈନିକ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାରେ ଲାଗିଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ଆଫଗାନିସ୍ତାନର କାବୁଲ ବିମାନରେ କଡ଼ା ସୁରକ୍ଷା ଯାଞ୍ଚ ଚାଲିଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଉଥିବା ଦାବି ମିଥ୍ୟା ଅଟେ।  19 ଅଗଷ୍ଟରେ ShivYogi AB Mohanty ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ […]

Continue Reading

ଅଲମ୍ପିକ୍ସ 2020ରେ ଜଣେ ଗର୍ଭବତୀ ମହିଳା ଦୌଡ଼ରେ ଭାଗନେଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି?

ଅଲମ୍ପିକ୍ସକୁ ନେଇ ସୋସିଆଲ ମିଡିଆରେ ଅନେକ ଖବର ଏବଂ ଭିଡିଓ ପ୍ରକାଶିତ ହୋଇଛି। ଏଥିମଧ୍ୟରୁ ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ଜଣେ ଗର୍ଭବତି ମହିଳା ଦଉଡ଼ୁଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ଅଲମ୍ପିକ୍ସ 2020ରେ ଜଣେ ଗର୍ଭବତି ମହିଳା ଦଉଡ଼ିଥିଲେ। ଏବଂ ଜିତିଥିଲେ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥଇବା ଦାବି ମିଥ୍ୟା ପ୍ରମାଣିତ ହେଲା।   8 ଅଗଷ୍ଟରେ Green Fm ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଥିଲେ। ଏବଂ […]

Continue Reading

କ’ଣ ଫୋଟୋରେ ଥିବା ମହିଳା ସାଫିଆ ଫିରୋଜ ଅଟନ୍ତି ଯାହାକୁ ତାଲିବାନ ପାନେ ପଥର ମାରି ହତ୍ୟା କରିଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଫୋଟୋ ସହିତ ଏକ ଖବର ଭାଇରାଲ ହେଉଛି ଯେଉଁଥିରେ ଦାଇ କରା ଯାଇଛି ଯେ ତାଲିବାନ ଆତଙ୍କବାଦୀ ମାନେ ଆଫଗାନିସ୍ତାନର ପ୍ରଥମ ମହିଳା ପାଇଲଟ୍ ସାଫିଆ ଫିରୋଜଙ୍କୁ ପଥର ମାରି ହତ୍ୟା କରିଛନ୍ତି। ଭାଇରାଲ ହେଉଥିବା ଫୋଟୋରେ ଆପଣ ଦେଖି ପାରିବେ ଯେ ଜଣେ ମହିଳା ରକ୍ତାକ୍ତ ହୋଇ ଛିଡା ହୋଇଛନ୍ତି ଦାବି ଅନୁଯାୟୀ ଏହି ଆଘାତ ହୋଇଥିବା ମହିଳା ସାଫିଆ ଫିରୋଜ୍ ଅଟନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ପୋଷ୍ଟକୁ ମିଥ୍ୟା ବୋଲି […]

Continue Reading

କ’ଣ ଭାଇରାଲ ହେଉଥିବା ଫୋଟୋ ଆଫଗାନିସ୍ତାନର ତାଲିବାନ ଆତଙ୍କବାଦୀଙ୍କ ଫୋଟୋ ଅଟେ? ଜାଣନ୍ତୁ ସତ୍ୟ,

ତାଲିବାନ ଆଫଗାନିସ୍ତାନ ଦାଖଲ କରିବା ପରେ ସମା ଘଟଣା ସମ୍ପର୍କରେ ଅନେକ ପୋଷ୍ଟ ଏବଂ ଭିଡିଓ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେଉଛି। ନିକଟରେ ଏପରି ଏକ ପୋଷ୍ଟ ଦେଖିବାକୁ ମିଳିଛି ଯେଉଁଥିରେ ପିଲାମାନଙ୍କ ସହିତ କିଛି ଲୋକେ ବନ୍ଧୁକ ଧରି ଛିଡା ହୋଇଛନ୍ତି। ଏହି ଫୋଟୋ ଆଫଗାନିସ୍ତାନର ବୋଲି ପୋଷ୍ଟରେ ଦାବି କରା ଯାଇଅଛି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା।  Facebook | Archive ଆମ ଅନୁସନ୍ଧାନ: ଆମ […]

Continue Reading

କ’ଣ ଭାଇରାଲ ଫୋଟୋରେ ତାଲିବାନ ଆତଙ୍କବାଦୀ ଜଣେ ମହିଳାଙ୍କ ଉପରେ ଅତ୍ୟାଚାର କରୁଛନ୍ତି? ଜାଣନ୍ତୁ ସତ୍ୟ।

ଆଫଗାନିସ୍ତାନରେ ଅନେକ ବିଶୃଙ୍ଖଳା ଚାଲିଥିଲାବେଳେ ଲୋକମାନେ ବିଭିନ୍ନ ସୋସିଆଲ ମିଡିଆ ସାଇଟରେ ସମାନ ଘଟଣା ସମ୍ପର୍କରେ ପୋଷ୍ଟ ଏବଂ ଭିଡିଓ ବିସ୍ତାର କରୁଛନ୍ତି। ବର୍ତ୍ତମାନ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି ଏକ ମହିଳାଙ୍କୁ ମାଡ ମାରୁଥିବାର ନଜର ଆସୁଛନ୍ତି। ଫୋଟୋ ସହିତ ଦାବି କରା ଯାଚ୍ୟ ଯେ ଏହା ତାଲିବାନ ଅଧୀନରେ ଆଫଗାନିସ୍ତାନରେ ମହିଳା ସଶକ୍ତିକରଣ ମନ୍ତରାଳୟର ଅବସ୍ଥା ଅଟେ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  Facebook | […]

Continue Reading

2015ରେ ସିରିୟାରେ ଜଣେ ମହିଳାକୁ ଅଲ-କାଏଦା ଦ୍ୱାରା ଗୁଳିକରି ହତ୍ୟା କରାଯାଇଥିବା ଭିଡିଓକୁ ଆଫଗାନିସ୍ତାନର କହି ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ଆଫଗାନିସ୍ତାନ ଏବଂ ତାଲିବାନ ମଧ୍ୟରେ ଚାଲିଥିବା ହିଂସା ଘଟଣାକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଖବର ଏବଂ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଏହି ପରି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ କିଛି ଲୋକ ଜଣେ ମହିଳାକୁ ଗୁଳିକରି ମାରୁଥିବାର ଦେଖାଯାଉଛନ୍ତି। ଭିଡିଓରେ ଦାବି କରାଯାଇଛି ଯେ, ଭାଇରାଲ ଭିଡିଓ ଆଫଗାନିସ୍ତାନ ତାଲିବାନ ହିଂସା ଦାବିରେ ଭାଇରାଲ ହେଉଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ […]

Continue Reading

କ’ଣ ଭିଡିଓରେ ତାବିବାନ ଆତଙ୍କବାଦୀ ମାନେ ଆଫଗାନିସ୍ଥାନରେ ମହିଳା ମାନଙ୍କୁ ନିଲାମ କରୁଛନ୍ତି?

ଆଫଗାନିସ୍ତାନରେ ଅନେକ ବିଶୃଙ୍ଖଳା ଚାଲିଛି। ତାଲିବାନ ସହର ପରେ ସହର ଗୁଡିକକୁ ନିଜ ଅକ୍ତିଆରରେ ନେଉଛି। ଆଫଗାନିସ୍ତାନର ନାଗରିକ ମାନେ ଜୀବନ ହରାଇବା ଭୟରେ ଦେଶରୁ ଖସି ପଳାଇବାକୁ ଚେଷ୍ଟା କରୁଛନ୍ତି। ତାଲିବାନର ଅତ୍ୟାଚାରକୁ ଦର୍ଶାଇ ଅନେକ ଭିଡିଓ ସେଯାର କରା ଯାଉଅଛି।  ସୋସିଆଲ ମିଡିଆରେ ଏକ ଭିଡିଓ ସେଯାର କରା ଯାଉଅଛି ଯେଉଁଥିରେ ଦର୍ଶାଅଯାଇଛି ଯେ ରାସ୍ତା ମଝିରେ କିଛି ଲୋକେ ମହିଳା ମାନଙ୍କୁ ନିଲାମ କରୁଛନ୍ତି ଏବଂ ‘ଆଲ୍ଲା ହୁ ଆକବର’ ନାରା ଲଗାଉଛନ୍ତି।  […]

Continue Reading

2013 ଫଟୋକୁ ବର୍ତ୍ତମାନ ଭାରତ ସରକାର କାବୁଲରୁ 800ଜଣ ଉଦ୍ଧାରକରିଙ୍କୁ ଭାରତ ଆଣିଥିବା ମିଥ୍ୟା ଦାବିରେ ଭାଇରାଲ ହେଉଛି।

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସଂଖ୍ୟାଧିକ ଲୋକଥିବାର ଦେଖାଯାଉଛନ୍ତି। ଫଟୋରେ ଦାବି କରାଯାଇଛି ଯେ, ଭାରତୀୟ ଵାୟୁ ସେନା ସି-୧୭ ଗ୍ଲୋବ ମାଷ୍ଟର, କାବୁଲ ବିମାନବନ୍ଦରରୁ ୮୦୦ ଜଣଙ୍କୁ ଉଦ୍ଧାରକରି ଆଜି ସକାଳୁ ନୂଆଦିଲ୍ଲୀ ଅଭିମୁଖେ ଭରିଛି ଉଡାଣ। ସମସ୍ତ ଦେଶ ନିଜ ନିଜର ନାଗରିକଙ୍କୁ ଉଦ୍ଧାର କରିଥିବା ବେଳେ ଭାରତ କିନ୍ତୁ ଉଦ୍ଧାର କରିଥିବା ଲୋକଙ୍କୁ ପଚାରି ନାହିଁ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ଏବଂ […]

Continue Reading

2019 ଭିଡିଓକୁ ଅଲମ୍ପିକ୍ସରେ ଖେଳାଳିମାନଙ୍କୁ ଭୁଲ ପଦକ ଦିଆଯାଇଥିବା ଦାବିରେ ଭାଇରାଲ ହେଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଖେଳରେ ଜିତିଥିବା ମହିଳାଙ୍କୁ ମୋଡାଲ ଦିଆ ଯାଉଥିବାର ଦେଖାଯାଉଛି। ଭିଡିଓରେ ତୃତିୟ ସ୍ଥାନ ଆସିଥିବା ଖେଳାଳିକୁ ଭୁଲରେ ସୂର୍ଣ୍ଣ ପଦକ ଦିଆଯାଉଥିବା ଦେଖାଯାଉଛି। ପରେ ଖେଳାଳି ଜଣକ ଏହା ଦେଖି ପ୍ରଥମସ୍ଥାନ ଆସିଥିବା ଖେଳାଖିଙ୍କୁ ସୂର୍ଣ୍ଣ ପଦକ ପିନ୍ଧାଇଥିଲେ। ଭାଇରାଲ ଭିଡିଓ ବର୍ତ୍ତମାନ ହେଇଥିବା ଅଲୋମ୍ପିକର ବୋଲି ଦାବି କରାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।   29 ଜୁଲାଇରେ […]

Continue Reading

ଇସ୍ରାଏଲ ମସଜିଦ ଧ୍ୱଂସ କରିଥିବାର ଦାବିରେ ଭାଇରାଲ ଭିଡିଓ ସାତ ବର୍ଷ ପୁରୁଣା ସିରିଆର ଅଟେ।

ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ମେ ମାସରେ ତିକ୍ତତା ଅନେକ ଦିନ ଧରି ଲାଗି ରହିଥିଲେ। ଏଥିମଧ୍ୟେର ଅନେକ ଲୋକ ପ୍ରାଣ ହରାଇଛନ୍ତି। ଏହି ଦ୍ୱନ୍ଦ୍ୱର କେନ୍ଦ୍ର ହେଉଛି ଯିରୁଶାଲମର ଅଲ-ଆକସା ମସଜିଦ ଏବଂ ଏହାର ଆଖପାଖ ଅଞ୍ଚଳରେ। ବର୍ତ୍ତମାନ ଏହାକୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଇସ୍ରାଏଲର ତୃତୀୟ ପବିତ୍ର ସ୍ଥାନ ଭାବରେ ପରିଗଣିତ ଅଲ-ଆକସା ମସଜିଦକୁ ଇସ୍ରାଏଲ ଧ୍ୱଂସ କରିଥିବାର ଦାବି ହେଉଛି। ଭାଇରାଲ୍ ଭିଡିଓ ଆରମ୍ଭରେ ଏକ […]

Continue Reading

କ’ଣ ଭାଇରାଲ ହେଉଥିବା ଫୋଟୋ ଆଫଗାନିସ୍ତାନ ରାଷ୍ଟ୍ରଦୁତଙ୍କ ଅପହରଣ ହୋଇଥିବା ଝିଅଙ୍କ ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ପାକିସ୍ତାନରେ ଥିବା ଆଫଗାନିସ୍ତାନର ରାଷ୍ଟ୍ରଦୁତ ନଜୀବ ଅଲିଖିଲଙ୍କ ଝିଅକୁ ଅପହରଣ କରିଥିବାର ଅନେକ ଖବର ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ଭାଇରାଲ ହେଉଛ। ଏହି ବିଷୟ ନେଇ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ରକ୍ତାକ୍ତ ହୋଇ ଆଘାତ ଅବସ୍ଥାରେ ଅଛନ୍ତି। ପୋଷ୍ଟ ଡାବୁଇ ଅନୁଯାୟୀ ଏହି ମହିଳାଙ୍କ ନଜୀବ ଅଲିଖିଲଙ୍କ ଝିଅ ଅଟନ୍ତି ଯାହାଙ୍କୁ ଅପହରଣ କରି ନିର୍ଯାତିତ କରା ଯାଇଥିଲା।  ଫ୍ୟାକ୍ଟ କ୍ରିଷେଣ୍ଡୋ ପୋଷ୍ଟର ଦାବିକୁ ମିଥ୍ୟା ବୋଲି […]

Continue Reading

ରାଷ୍ଟ୍ରପତି ଜୋ ବିଡେନଙ୍କ ନିର୍ବାଚନ ପରେ ଜର୍ଜ ଫ୍ଲଏଡଙ୍କ ଝିଅକୁ କ୍ଷମା ମାଗୁଛନ୍ତି ?

ସୋସିଆଲ ମିଡିଆରେ ଆମେରିକାର ବର୍ତ୍ତମାନ ରାଷ୍ଟ୍ରପତି ଜୋ ବିଡେନଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜୋ ବିଡେନ ଏକ ଛୋଟ ଛୁଆ ପାଖରେ ଆଣ୍ଠେଇଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ଆମେରିକାର ନୂତନ ରାଷ୍ଟ୍ରପତି ଜୋ ବିଡେନ ଜର୍ଜ ଫ୍ଲଏଡଙ୍କ ଝିଅ ଆଗରେ ଆଣ୍ଠୁମାଡି କ୍ଷମା ମାଗୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  26 ଜୁନରେ Sujit Kumar Sarangi ନାମକ ଜଣେ ଫେସବୁକ ୟୁଜର  […]

Continue Reading

ARMA 3 ଭିଡିଓ ଗେମକୁ ଇସ୍ରାଏଲର ହିଂସା ତାଣ୍ଡବ ଦାବିରେ ଭାଇରାଲ କରାଯାଉଛି।

ଇସ୍ରାଏଲ ଏବଂ ହାମାସ ମଧ୍ୟରେ ତୀବ୍ର ବିବାଦ, ଏବଂ ପରସ୍ପର ବିରୁଦ୍ଧରେ ଲଗାତାର ରକେଟ ଆକ୍ରମଣ ଏବଂ ଏୟାର ଷ୍ଟ୍ରାଇକ୍ ହେଉଥିବାର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। 4 ମିନିଟର ଏହି ଭିଡିଓରେ ଦାବି କରାଯାଇଛି ଯେ, ଏପଟେ କୋରୋନା ତାଣ୍ଡବ କରୁଥିବା ବେଳେ ସେପଟେ ଇସ୍ରାଇଲରେ ତାଣ୍ଡବ ଚାଲିଛି। ଆମ ଅନୁସନ୍ଧାନରେ ଆମେ ଭାଇରାଲ ଭିଡିଓ ଏକ ଗେମର ଫୁଟେଜ ହୋଇଥିବାର ସ୍ପଷ୍ଟ ହେଲୁ।   17 ମଇରେ Mahesh babu ନାମକ ଜଣେ […]

Continue Reading

କ’ଣ ଭାଇରାଲ ହେଉଥିବା ଫୋଟୋ ବର୍ତ୍ତମାନ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଚାଲୁ ଥିବା ଯୁଧ୍ୟର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଯୁଧ୍ୟ ଚାଲୁଥିବା ସମୟରେ ସୋସିଆଲ ମିଡିଆ ବ୍ୟବହାରକାରୀ ଅନେକ ଫୋଟୋ ଏବଂ ଭିଡିଓ ପୋସ୍ତ କରୁଛନ୍ତି। ଏହା ମଧ୍ୟରୁ କିଛି ଫୋଟୋ ସହିତ ଦାବି ମିଥ୍ୟା ବୋଲି ପ୍ରମାଣିତ ହୋଇଛି। ଫେକ୍ଟ କୃସେଣ୍ଡୋ ଓଡ଼ିଆ ପୂର୍ବରୁ ଏହି ପରି କିଛି ପୋଷ୍ଟକୁ ମିଥ୍ୟା ବୋଲି ପାଇଛି।  ୧୪ ମଇରେ ଜଣେ ଫେସବୁକ ୟୁଜର କିଛି ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ ଏହି ଫୋଟୋ ବର୍ତ୍ତମାନ ଇସ୍ରାଏଲ ଏବଂ […]

Continue Reading

କ’ଣ ଭାଇରାଲ ହେଉଥିବା ଫୋଟୋ ବର୍ତ୍ତମାନ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଚାଲୁଥିବା ଯୁଧ୍ୟର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ଇସ୍ରାଏଲ ଏବଂ ପାଲେଷ୍ଟାଇନ ଆତଙ୍କବାଦୀଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ଇସ୍ରାଏଲ ଯୁଧ୍ୟ ବିମାନ ଆଜି ଗାଜା ସହରର ଏକାଧିକ ସ୍ଥାନରେ ଆକ୍ରମଣ କରିଥିଲା। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଗାଜାର ହାମାସ ଶାସକମାନଙ୍କ ସହିତ ଚତୁର୍ଥ ଯୁଧ୍ୟର ସଂକେତ ଦେବାର କିଛି ଘଣ୍ଟା ପରେ ଏହି ଘଟଣା ଘଟିଛି। ହାମାସ ମଧ୍ୟଗାଜାର ନାଗରିକ ଅଞ୍ଚଳରୁ ଇସ୍ରାଏଲ ନାଗରିକ ଅଞ୍ଚଳ ଆଡ଼କୁ ରକେଟ ଉତକ୍ଷେପଣ କରିଥିଲା।  ଏହି ସମୟରେ ଫେସବୁକରେ ଗୋଟିଏ ଫୋଟୋ ଭାଇରାଲ ହେବାରେ ଲାଗିଛି। […]

Continue Reading

କ’ଣ ଆମେରିକା ଆଫଗାନିସ୍ତାନରୁ ନିଜ ସେନା ଫେରାଇ ନେବା ନିଷ୍ପତ୍ତି ନେଲା ପରେ ଆଫଗାନିସ୍ତାନ ଲୋକେ ସେଠାର ପୋଲିସଙ୍କ ଉପରେ ଆକ୍ରମଣ କରୁଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଦୁଇଟି ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଲୋକେ କିଛି କାରଣରୁ ବିଦ୍ରୋହ କରୁଛନ୍ତି ଏବଂ ପୋଲିସ ଉପରେ ଆକ୍ରମଣ କରୁଛନ୍ତି। ଦାବି ଅନୁଯାୟୀ ଏହି ଭିଡିଓ ଆଫଗାନିଷ୍ଠାନ ଦେଶର ଅଟେ। ଆମେରିକା ଆଫଗାନିଷ୍ଠାନରୁ ନିଜ ସେନା ଫେରାଇ ନେବା ନିଷ୍ପତ୍ତି ପରେ ସେଠିକାର ସ୍ଥାନୀୟ ଲୋକେ ପୋଲିସ ଉପରେ ଆକ୍ରମଣ କରିବା ପାଇଁ ରାସ୍ତା ରୋକୀ ବିଦ୍ରୋହ କରୁଛନ୍ତି।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା।   କ’ଣ ଦାବି ଏହି […]

Continue Reading

କ’ଣ ଆମେରିକାର ନୂତନ ରାଷ୍ଟ୍ରପତି ବାଇଡେନ ନରେନ୍ଦ୍ର ମୋଦୀଙ୍କୁ ନେଇ ଟୁଇଟ କରି ତାଙ୍କୁ ବିଶ୍ଵ ନେତା ବୋଲି ସମ୍ବୋଧିତ କରିଛନ୍ତି? ଜାଣନ୍ତୁ ସତ୍ୟ।

ଜୋ ବାଇଡେନ ଆମେରିକାର ନୂତନ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଏକ ଟୁଇଟ ମାଧ୍ୟମରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହାର ଉତ୍ତରରେ ଜୋ ବାଇଡେନ ମୋଦୀଙ୍କୁ ବିଶ୍ଵ ନେତା ଭାବରେ ସମ୍ବୋଧିତ କରିଛନ୍ତି। ଏହି ଟୁଇଟର ଫୋଟୋ ସୋସିଆଲ ମିଡିଆରେ କରା ଯାଉଅଛି।  ଫେକ୍ଟ କୃସେଣ୍ଡୋ ଏହି ପୋଷ୍ଟର ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବୀ ଏହି ପୋଷ୍ଟର?  21 ଜାନୁଆରୀରେ ଜଣେ ଫେସବୁକ ୟୁଜର ଗୋଟିଏ ଟୁଇଟର ଫୋଟୋ ଶେୟାର […]

Continue Reading

2015 ଭିଡିଓ ବର୍ତ୍ତମାନ ଫ୍ରାନ୍ସ ସଂସଦରେ କୁରାନ ବିଷୟରେ ଆଲୋଚନା କରୁଥିବା ମିଥ୍ୟା ଦାବିରେ ଭାଇରାଲ କରାଯାଇଛି।

କୋରାନ ଧରିଥିବା ଜଣେ ବ୍ୟକ୍ତିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ସେମାନେ କୁରାନକୁ “ସମସ୍ତ ମନ୍ଦତାର ମୂଳ” ବୋଲି କହୁଥିବାର ଶୁଣାଯାଇପାରିବ। ସୋସିଆଲ ମିଡିଆରେ ଏହି ଭିଡିଓ କୁ ନେଇ ଦାବି କରିଛନ୍ତି ଯେ, ଏହା ଫ୍ରାନ୍ସ ସଂସଦର ଉପସ୍ଥିତ ଜଣେ ସାଂସଦ କୋରାନ ଦେଖାଇ କହୁଛନ୍ତି ଯେ, କୋରାନ ହିଁ ସମସ୍ତ ସମସ୍ୟାର କାରକ ଅଟେ। ପ୍ୟାରିସ ରାସ୍ତାରେ ଜଣେ ଶିକ୍ଷକଙ୍କୁ ହତ୍ୟା କରାଯିବା ପରେ ଫ୍ରାନ୍ସରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି।ଏହାକୁ […]

Continue Reading

କ’ଣ ଫ୍ରାନ୍ସରେ ପୋଲିସ ପାଣି ତୋପ ବ୍ୟବହାର କରି ମୁସଲମାନ ଲୋକଙ୍କୁ ରାସ୍ତାରୁ ହଟାଉଛନ୍ତି? ଜାଣନ୍ତୁ ସତ୍ୟ।

ଫ୍ରାନ୍ସରେ ଜଣେ ଶିକ୍ଷକଙ୍କ ହତ୍ୟା ହେବା ପରେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ଲୋକେ ରାସ୍ତାରେ ପ୍ରାର୍ଥନା କରୁଥିବା ସମୟରେ ପୋଲିସ ଆସି ତାଙ୍କ ଉପରେ ପାଳି ତୋପରେ ପ୍ରହାର କରିଛି।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିର ଅନୁସନ୍ଧାନ କରି  ଏହାକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ୨୯ ଅକ୍ଟୋବରରେ ଜଣେ ଟୁଇଟର ୟୁଜର ନିଜ ଟୁଇଟର ହଣ୍ଡେଲରେ […]

Continue Reading

No Islam, No Sharia, No Halal ଫଟୋ ଫ୍ରାନ୍ସ ବିରୋଧ ପ୍ରଦର୍ଶନର ଅଟେ?

24 ଅକ୍ଟୋବରରେ ଦୁଶ୍ମନ୍ତ କୁମାର ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟ କରାଯାଇଥିବା ଫଟୋରେ ଲେଖା ଯାଇଛି, No Islam, No Sharia, No Halal. ପୋଷ୍ଟରେ ଦାବି କରାଯାଇଛି ଏହି ଫଟୋ ଫ୍ରାନ୍ସ ପ୍ରଦର୍ଶନର ଅଟେ। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, #ଫ୍ରନ୍ସ ର #ରାଷ୍ଟ୍ରପତି ନିକଟରେ #ଈସଲାମ_ସନ୍ତ୍ରାସ ଉପରେ ଯେପରି ସ୍ପଷ୍ଟ ଭାବରେ ମତାମତ ରଖିଲେ ଠିକ ସେହିପରି ଭାବେ ପ୍ରତ୍ଯେକ #ରାଷ୍ଟ୍ରଧକ୍ଷ୍ୟ ସେହିପରି ସ୍ପଷ୍ଟ […]

Continue Reading

କ’ଣ ପ୍ୟାରିସରେ ରାସ୍ତା ଅବର୍ଦ୍ଧ କରି ନମାଜ ପଢୁ ଥିବା ସମୟରେ ଫ୍ରାନ୍ସ ନିବାସୀ ତାଙ୍କ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରିଥିବା ଭିଡିଓ ବର୍ତମାନ ସମୟର? ଜାଣନ୍ତୁ ସତ୍ୟ।

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ପ୍ୟାରିସରେ ଆତଙ୍କବାଦ ସହିତ ଜଡ଼ିତ ଘଟଣା ଉପରେ ନିଜ ମନ୍ତବ୍ୟ ଦେବା ପରେ ସୋସିଆଲ ମିଡିଆରେ ବିରୋଧ ରୂପରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଛି। ଏହି ମଧ୍ୟରେ ଗୋଟିଏ ଭିଡିଓ ଦେଖିବା କୁ ମିଳିଛି ଯେଉଁଥିରେ ଶହ ଶହ ବିକ୍ଷୋଭକାରୀ ରାସ୍ତାରେ ଯାଉଥିବା ଦର୍ଶାଇ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେ ପ୍ୟାରିସରେ ମୁସଲମାନ ମାନେ ରାସ୍ତା ଅବରୋଧ କରି ନମାଜ ପଢୁଛନ୍ତି।  ଫେକ୍ଟ କୃସେଣ୍ଡୋ ଏହି […]

Continue Reading

କ’ଣ ଟାଇବାନ ଚୀନର ଗୋଟିଏ ସୁଖୋଇ ଯୁଧ୍ୟ ବିମାନକୁ ମାରି ଖସାଇଲା? ଜାଣନ୍ତୁ ସତ୍ୟ।

୪ ଅଗଷ୍ଟ ରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଗୋଟିଏ ଖବର ସାମନାକୁ ଆସିଛି ଯେଉଁଥିରେ ଏହା ଦାବି କରା ଯାଇଅଛି ଯେ ଚୀନର ୫ ଟି ସୁଖୋଇ ବିମାନ ଆକ୍ରମଣ ଉଦ୍ଦେଶ୍ୟରେ ତାଇୱାନ ଆକାଶରେ ପ୍ରବେଶ କରିଥିଲେ। ଏହାର ଉତ୍ତରରେ ତାଇୱାନ ପାଟ୍ରିଅଟ କ୍ଷେପଣାସ୍ତ୍ର ବ୍ୟବହାର କରି ଚୀନର ଗୋଟିଏ ବିମାନ ଧ୍ଵଂସ କରିଦେଇଛି।  Facebook | Archive ଏହି ଘଟଣା ନେଇ ଫେସବୁକରେ ଗୋଟିଏ ଭିଡିଓ ମଧ୍ୟ ଭାଇରାଲ ହେଉଛି। ଉତ୍କଳ ସେନା ବିଜେପି […]

Continue Reading

ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ପ୍ରକୃତରେ କରୋନାରୁ ସୁସ୍ଥ ହେବା ପରେ ଏକ ହିନ୍ଦୁ ମନ୍ଦିରକୁ ଯାଇଥିଲେ ?

12 ଅଗଷ୍ଟ 2020 ର Satyendu Nayak ନାମକ ଜଣେ ଫେସବୁକ ୟୁଜର ଏକ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, କରୋନାରୁ ସୁସ୍ଥ ହେବା ପରେ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଏକ ହିନ୍ଦୁ ମନ୍ଦିରରେ ପୂଜା କରିବାକୁ ଯାଇଥିଲେ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଥିଲା। ପୋଷ୍ଟକୁ ଅନେକ କମେଣ୍ଟ ଏବଂ ଲାଇକ ମଧ୍ୟ ମିଳିଛି। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, କରୋନାରୁ ମୁକ୍ତ ଘୋଷଣା କରିବା ପରେ ନ୍ୟୁଜିଲ୍ୟାଣ୍ଡ […]

Continue Reading

ଏହା କ’ଣ ରାଷ୍ଟ୍ରପତି ପୁଟିନଙ୍କ ଝିଅକୁ ପ୍ରଥମ କୋରୋନା ଟିକା ଦିଆଯାଉଥିବାର ଫୋଟୋ ?

କୋରୋନା ସଂକ୍ରମଣ ବଢ଼ିବା ପରେ କୋରୋନା ୱାକ୍ସିନ୍ ପାଇଁ ସମସ୍ତେ ଅପେକ୍ଷାରେ ଥିଲେ। କେଉଁ ଦେଶ ପ୍ରଥମ କୋରୋନା ୱାକ୍ସିନ୍ କାଢ଼ିବ ତାହା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗି ରହିଥିଲା। ତେବେ 12 ଅଗଷ୍ଟରେ ରୁଷ ବିଶ୍ୱର ପ୍ରଥମ କୋରୋନା ୱାକ୍ସିନ୍ କାଢ଼ିଥିବାର ଖବର ସାମ୍ନାକୁ ଆସିଲା। ଖବର ଅନୁସାରେ ରୁଷ ଦ୍ୱାରା ପ୍ରସ୍ତୁତ କୋରୋନା ୱାକ୍ସିନ୍ କୋରୋନା ସଂକ୍ରମଣରୁ ରକ୍ଷା କରୁଛି ଏବଂ ଏହା ସଫଳାତ ପୂର୍ବକୁ ପରିକ୍ଷଣ ହୋଇଛି। ଏହା ସହ ଅନ୍ୟ […]

Continue Reading

ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ 5 ଅଗଷ୍ଟରେ ତାଙ୍କ ବାସଭବନରେ ପ୍ରଭୁ ଶ୍ରୀ ରାମଙ୍କୁ ଅଭିଷେକ କରିଥିଲେ ?

ରାମ ମନ୍ଦିର ଭୁମି ପୂଜନ ପରେ ସୋସିଆଲ ମିଡିଆରେ ଅନେକ ଭିଡିଓ ଏବଂ ଫୋଟୋ ଭାଇରାଲ ହେଉଛି। ଅଯୋଧ୍ୟା ରାମ ମନ୍ଦିରର ଭୁମି ପୂଜନ 5 ଅଗଷ୍ଟ 2020 ରେ ଅନୁଷ୍ଠିତ ହୋଇଥିଲା । ଭୁମି ପୂଜନ ପରେ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି ଯେ, ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ଅଗଷ୍ଟ 5 ରେ ତାଙ୍କ ବାସଭବନରେ ପ୍ରଭୁ ଶ୍ରୀ ରାମଙ୍କୁ ଅଭିଷେକ କରିଥିଲେ। ଭାଇରାଲ ଚିତ୍ରରେ ପ୍ରଧାନମନ୍ତ୍ରୀ ବୋରିସ ଜନସନ […]

Continue Reading

ଜୁମ ଆପ୍ ଚାଇନା ନୁହେଁ ଆମେରିକା କମ୍ପାନୀ ଅଟେ ।

ଚାଇନା ଭାରତ ବିବାଦ ପରେ ଭାରତ ସରକାର ଚାଇନାର 59ଟି ଆପ୍ ଉପରେ ପ୍ରତିବନ୍ଧ ଲଗାଇଛି। ଭାରତରେ ଟିକଟକ ସହିତ ଅନେକ ଆପ୍ ବ୍ୟାନ କରାଯାଇଛି। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା କରାଯାଉଛି। ଏଥି ମଧ୍ୟରେ କିଛି ପୋଷ୍ଟ ଜୁମ ଆପକୁ ନେଇ ଭାଇରାଲ ହେଉଛି। କୋରୋନା ମାହାମାରି ସମୟରେ ଜୁମ ଆପ ଦ୍ୱାରା ଅନଲାଇନ କ୍ଲାସ, ଭିଡ଼ିଓ କଲରେ ମିଟିଙ୍କ ଏବଂ ଅନେକ ଇଣ୍ଟରଭିୟୁ କରାଯାଉଛି। ଏହି ଆପରେ ଏକାଥରକେ 10ରୁ ଅଧିକ […]

Continue Reading

ଇରାନର ପରମାଣୁ ପରୀକ୍ଷଣ ସ୍ଥାନ ଉପରେ ଇସ୍ରାଏଲ୍ ଆକ୍ରମଣ ସମୟରେ ଏହି ଚିତ୍ର ନିଆଯାଇଛି କି?

କୋରୋନା ମହାମାରି ସମୟରେ ଦେଶ ଦେଶ ମଧ୍ୟରେ ବିବାଦ ଲାଗି ରହିଛି। ଏଥି ମଧ୍ୟରେ ଭାରତ ଚାଇନା ବିବାଦ ହେଉ କିମ୍ବା ଆମେରିକା ଏବଂ ଇରାନ ବିବାଦ ହେଉ ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗି ରହିଛି। ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି। ଯେଉଁଥିରେ ଦାବି କରାଯାଉଛି ଯେ, ଆମେରିକା ଓ ଇସ୍ରାଏଲ ମିଶି ଇରାନରେ ବୋମା ବିସ୍ଫୋରଣ କରିଛନ୍ତି। ଏବଂ ଏହି ବିସ୍ଫୋରଣରେ ଇରାନର ପରମାଣୁ ପରୀକ୍ଷଣ କେନ୍ଦ୍ର ନଷ୍ଟ ହୋଇଯାଇଛି।  […]

Continue Reading

ଚୀନ୍ ବିରୋଧରେ ଭାରତକୁ ଅନ୍ୟ ଦେଶ ସମର୍ଥନ କରିବା ନେଇ ଭାଇରାଲ ହେଉଥିବା ପୋଷ୍ଟ ମିଥ୍ୟା ଅଟେ।

ଭାରତ ଚାଇନା ମଧ୍ୟରେ ହଇଥିବା ହିଂସକ ବିବାଦ ପରେ ଦେଶରେ ଚୀନକୁ ଏବଂ ଚୀନର ସମସ୍ତ ଜିନିସକୁ ବିରୋଧ କରିବାରେ ପ୍ରୟାସ ଚାଲିଛି। ଏଧି ମଧ୍ୟରେ କେଉଁ ଦେଶ ଭାରତ ସପକ୍ଷରେ ଅଛି ଏବଂ କେଉଁ ଦେଶ ଭାରତ ବିପକ୍ଷରେ ସେ ନେଇ ମଧ୍ୟ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଲାଗି ରହିଛି।  ମେ ମାସଠାରୁ ଭାରତ ଏବଂ ଚୀନ୍ ବର୍ଡରେ ବିବାଦ ଲାଗି ରହିଛି। ସେବେଠାରୁ ଏହା ଉପରେ ଚର୍ଚ୍ଚା ଲାଗି ରହିଛି। ଏଥି ମଧ୍ୟ ଏକ […]

Continue Reading

କ’ଣ ପୋଷ୍ଟ କରା ଯାଇଥିବା ବିମାନ ଦୁର୍ଘଟଣା ର ଫୋଟୋ କିଛି ଦିନ ତଳେ ଘଟିଥିଲା? ଜାଣନ୍ତୁ ସତ୍ୟ।

୨୨ ମେ ୨୦୨୦ ରେ ଜଣେ ଫେସବୁକ ୟୁଜର ଗୋଟିଏ ଫୋଟୋ ପୋଷ୍ଟ କରି ଏହା ଦାବି କରିଛନ୍ତି ଯେ ପାକିସ୍ତାନ ଇଣ୍ଟରନାସନାଲ ଏୟାରଲାଇନ୍ସ (ପିଆଇଏ)ର ଏକ ବିମାନ ଆଜି କରାଚୀଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ଆଉ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି। ପିଆଇଏର ଏକ ବିମାନ ଗିଲଗିଟ ଏୟାରପୋର୍ଟରେ ଓହ୍ଲାଉଥିବାବେଳେ ରନେଓ୍ୱରୁ ଖସିଯାଇଥିଲା । ତେବେ ପାଇଲଟ ଉପସ୍ଥିତ ବୁଦ୍ଧି ଖଟାଇ ସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଏକ ବଡ଼ଧରଣର ଦୁର୍ଘଟଣାକୁ ଏଡ଼ାଇଦେଇଥିଲେ । […]

Continue Reading

କ’ଣ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ରାତ୍ରପତି ପଦ ରୁ ଅବସର ନେଲା ପରେ ବର୍ତମାନ ଗୋଟିଏ ପ୍ରାଇଭେଟ କମ୍ପାନୀ ରେ କାମ କରୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତମାନ ସୋସିଆଲରେ ଭାଇରାଲ ହେଉଥିବା ଗୋଟିଏ ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ରାଷ୍ଟ୍ରପତି ପଦ ରୁ ଅବସର ନେଲା ପରେ ବର୍ତମାନ ଗୋଟିଏ ପ୍ରାଇଭେଟ ଚାକିରି କରୁଛନ୍ତି। ଏହି ଫୋଟୋରେ ଦେଖିବା କୁ ମିଳିଛି ଯେ ପୂର୍ବତନ ରାଷ୍ଟ୍ରପତି ଓବାମା ନିଜ କମ୍ପୁଟରରେ ବସିକି କାମ କରୁଛନ୍ତି। ଏହି ପୋଷ୍ଟଟି ବିଗତ ଦିନରେ ଶୋକିଆଲ ମିଡିଆରେ ଭାଇରାଲ ହେଉଛି। ଏହି ପୋଷ୍ଟରେ ଏହା ମଧ୍ୟ ଲେଖା ଯାଇଅଛି […]

Continue Reading

କ’ଣ ହାଇଡ୍ରୋକ୍ଳୋରୋକୁଇନ ପାଇଲା ପରେ ଆମେରିକାର ଛାତ୍ରଛାତ୍ରୀ ଏକତ୍ର ହୋଇ ଖୁସିରେ ଭାରତୀୟ ଜାତୀୟ ସଙ୍ଗୀତ ଗାଁ କରୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ବିଦେଶୀ ଲୋକ ଭାରତୀୟ ରାଷ୍ଟ୍ର ଗୀତ ଗାଉଛନ୍ତି। ଏହି ଭିଡିଓରେ ଏହା ଦାବି କରା ଯାଇଅଛି ଯେ ଭାରତ ଆମେରିକାକୁ ହାଇଡ୍ରୋକ୍ଳୋରୋକୁଇନ ଔଷଧ ଯୋଗାଣ କରିଲା ପରେ, ଆମେରିକାର ଛାତ୍ରଛାତ୍ରୀ ଏକତ୍ର ହୋଇ ଖୁସିରେ ଭାରତୀୟ ରାଷ୍ଟ୍ର ଗୀତ ଗାଁ କରୁଛନ୍ତି।  COVID 19 ସହ ଲଢିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଭାରତ କୁ ହାଇଡ୍ରୋକ୍ସିକ୍ଳୋରୋକୁଇନ […]

Continue Reading

କ’ଣ ଭିଡିଓରେ କାନ୍ଦୁଥିବା ବ୍ୟକ୍ତି ଇଟାଲୀର ପ୍ରଧାନମନ୍ତ୍ରୀ? କ’ଣ କୋରୋନା ଭାଇରସ ସାମନାରେ ହାର ମାନି ଅସହାୟ ହୋଇ ଏପରି କାନ୍ଦୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତମାନ ବିଶ୍ଵ ସାରା କୋରୋନା ର ହାହାକାର ବିସ୍ତାର ହୋଇଛି। ପ୍ରତ୍ଯେକ ଦିନ ଅନେକ ଲୋକଙ୍କଙ୍କ ସଙ୍କ୍ରାମାନ ଏବଂ ଅନେକ ଲୋକଙ୍କ ମୃତ୍ୟୁ ଖବର ମଧ୍ୟ ସୁଣିବାକୁ ମିଳୁଛି। କୌଣସି ଔଷଧ ବା ଟୀକା ବାହାରି ନଥିବା ଜୋଗୁ ମଣିଷ ବର୍ତମାନ ଅସହାୟ ହେଇ ବସିଛି। ଭଗବାନଙ୍କ ସାହା ଭାରୋଷା ରେ ଜୀବନ ବିତଉଛନ୍ତି।  ଏହି ସମୟରେ ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ଜଣେ […]

Continue Reading

କ’ଣ ଉତ୍ତର କୋରିୟା ରାଷ୍ଟ୍ରପତି କିଂ ଯୋଙ୍ଗ ଉନ ଡାଃ ବି.ଆର. ଆମ୍ବେଦ୍କରଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି? ଜାଣନ୍ତୁ ସତ୍ୟ।

୨୨ ଏପ୍ରିଲ ରେ ବହୁଜନ ଆୱାଜ ନାମକ ନାମକ ଫେସବୁକ ଏକାଉଣ୍ଟରେ ଗୋଟିଏ ଫୋଟୋ ପୋଷ୍ଟ କରା ଯାଇଅଛି। ଏହି ଫୋଟୋରେ ଏହା ଦାବି କରା ଯାଇ ଅଛି ଯେ ଉତ୍ତର କୋରିୟା ରାଷ୍ଟ୍ରପତି କିଂ ଯୋଙ୍ଗ ଉନ, ଯାହାଙ୍କୁ ଆମେରିକା ମଧ୍ୟ ଭୟ କରେ, ସେ ଆମ୍ବେଦ୍କରଙ୍କୁ ଭକ୍ତି ସହିତ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।  Facebook | Archive ଆମ ଅନୁସନ୍ଧାନରୁ ଜଣା ପଡିଲା ଯେ: ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ପୋଷ୍ଟ କରା […]

Continue Reading

କ’ଣ ଭିଡିଓରେ ଦେଖା ଯାଉଥିବା ଲାଲ ନଇ ପାଣି ଘଟଣା ରୁଷିଆ ଦେଶର ଅଟେ? କ’ଣ ବାଯୁମଣ୍ଡଳ ରେ ପରିବର୍ତ୍ତନ ଆସିବା ଯୋଗୁଁ ନଇ ରଙ୍ଗ ଲାଲ ହେଇଯାଇଥିଲା? ଜାଣନ୍ତୁ ସତ୍ୟ।

17 ଏପ୍ରିଲରେ ଜଣେ ଫ୍କେବୂକ ୟୁଜର “ଏଲ.ଏଣ୍ଡ.ଟି କଂଷ୍ଟ୍ରକ୍ସନ ଫ୍ରେଣ୍ଡ୍ସ ଜଏନ” ନାମକ ପେଜରେ ଗ୍ଗୋଟୁଏ ଭିଡିଓ ପୋଷ୍ଟ କରି ଏହା ଦାବି କରିଛନ୍ତି ଯେ ଏହି ଭିଡିଓ ଟି ରୁଷିଆ ଦେଶର ସାଇବେରିଆ ଆଞ୍ଚଲର ଅଟେ। ଏହି ଭିଡିଓ ରେ ଏହା ଦାବି କରା ଯାଇଅଛି ଯେ ରୁଷିଆ ର ସିବେରିଆନ ନଈ ର ଜଳରାଶି ଏବେ ହଠାତ ଲାଲ ହୋଇ ଯାଇଛି। ହଠାତ ବାୟୁମଣ୍ଡଳ ରେ ପରିବର୍ତ୍ତନ ଆସିବା ଯୋଗୁଁ ଏହା ଏକ ଭୌଗଳିକ […]

Continue Reading

କ’ଣ ସାଉଦିଆରବରେ ଦୁଇଟି ଲୋକଙ୍କୁ ମଲର ଟ୍ରଲି ଉପରେ ଛେପ ପକାଇବା ପାଇଁ ଫାଶୀ ଡିୟା ଯାଇଅଛି?

Photo Credit: BBC ସାରା ବିଶ୍ଵରେ ଲୋକେ ବର୍ତମାନ କୋରୋନାକୁ ଡଋ ନିଜ ଜୀବନ କାଟୁଛନ୍ତି। କୌଣସି ଔଷଧ ବା ଟୀକା ଣ ବାହାରି ଥିବା କାରଣ ରୁ କୋରୋନା ଆତଙ୍କ କୁ ଅଟକାଇବା ସମ୍ଭବ ହେଉ ନାହିଁ। ନିଜ ନାଗରିକଙ୍କୁ ସୁରକ୍ଷିତ ରଖିବା ପାଇଁ ଅନେକ ଦେଶ ତାଲାବନ୍ଦ ପଦକ୍ଷେପ ନେଇଛନ୍ତି। କିନ୍ତୁ କିଛି ଲୋକେ ଏପରି ମଧ୍ୟ ଅଛନ୍ତି ଯିଏ ଅନ୍ୟ ମାନଙ୍କ ପାଇଁ ସଙ୍କଟ ଛିଡ଼ା କରୁଛନ୍ତି। ସେମାନଙ୍କର କିଛି ଟା ବ୍ୟବହାର […]

Continue Reading