ଉତ୍ତରାଖଣ୍ଡର ଏକ ଭିଡିଓକୁ ଉତ୍ତରପ୍ରଦେଶରେ ମଦ୍ରସା ବିରୁଦ୍ଧରେ ଯୋଗୀ ସରକାରଙ୍କର କାର୍ଯ୍ୟନୁଷ୍ଠାନ ଦାବି ସହିତ ସେୟାର କରା ଯାଉଛି। 

ନିକଟରେ ୱାକଫ୍ ସଂଶୋଧନ ବିଲ୍ ପାସ୍ ହେବା ପରେ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଗୋଟିଏ ଭିଡିଓ ସାମନାକୁ ଆସିଛି ଯେଉଁଥିରେ କିଛି ସରକାରୀ ଅଧିକାରୀଙ୍କ ସହିତ ପୋଲିସ ଏକ ମଦ୍ରସା ରେ ପ୍ରବେଶ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛନ୍ତି। ଦାବି କରା ଯାଉଛି ଯେ ଏହି ଭିଡିଓ ଉତ୍ତରପ୍ରଦେଶର ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଉତ୍ତରାଖଣ୍ଡର ଘଟଣା […]

Continue Reading

ଜଣେ ମୁସ୍ଲିମ ବ୍ୟକ୍ତି ଗୋଟିଏ ଘରୁ ଭଗବା ପତାକା କାଢି ଫୋପାଡ଼ୁଥିବା ଭିଡିଓ ସ୍କ୍ରୀପତେଡ୍ ଅଟେ।

ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗୁଛି ଯେଉଁଥିରେ ଜଣେ ମୁସ୍ଲିମ ବ୍ୟକ୍ତି ଗୋଟିଏ ଘରୁ ଭଗବା ପତାକା କାଢି ଫୋପାଡ଼ୁଥିବା ବେଳେ ଜଣେ ମହିଳା ତାଙ୍କୁ ରୋକିବାକୁ ଚେଷ୍ଟା କରୁଛନ୍ତି। ତା’ପରେ ଅନ୍ୟ ଜଣେ ବ୍ୟକ୍ତି ଆସି ସେ ମୁସ୍ଲିମ ବ୍ୟକ୍ତିଙ୍କୁ ମାରିଥିବା ନଜର ଆସିଛି। ଦାବି କରା ଯାଉଛି ଯେ ଏହା ଏକ ସତ୍ୟ ଘଟଣା ଏବଂ ମୁସ୍ଲିମ ବ୍ୟକ୍ତିଙ୍କୁ ମାଡ଼ ମାରିଲା ପରେ ସେ ନିଜ ଭୁଲ ସ୍ଵୀକାର କରିଛନ୍ତି।  କିନ୍ତୁ […]

Continue Reading

ଘାନା ଦେଶର ବଜାରରେ ହେଇଥିବା ଅଗ୍ନୋକାଣ୍ଡକୁ ବାଂଲାଦେଶରେ ହିନ୍ଦୁ ଶାହିର ଘଟଣା ଦାବି ସହିତ ସେୟାର କରା ଯାଉଛି।

ଏକ ବଡ଼ ଅଞ୍ଚଳରେ ନିଆଁ ଏବଂ ଆକାଶରେ ଘନ ଧୂଆଁ ବ୍ୟାପିଥିବା ଏବଂ ଧ୍ଵଂସ ହେଇଥିବା ସ୍ଥାନରେ ଲୋକମାନେ ଗତି କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରାଯାଉଛି ଯେ ଏହା ବାଂଲାଦେଶରେ ଅବସ୍ଥିତ ଏକ ହିନ୍ଦୁ କଲୋନୀର ଦୃଶ୍ୟ ଅଟେ ଯାହାକୁ ସେଠିକାର ମୁସ୍ଲିମ ମାନେ ଜାଲି ଦେଇଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଘାନା ଦେଶର ଏକ ବଜାରରେ ହୋଇଥିବା ଅଗ୍ନିକାଣ୍ଡର ଭିଡିଓକୁ ବାଂଲାଦେଶରେ […]

Continue Reading

ଇଣ୍ଡୋନେସିଆର ଏକ ପାର୍କର ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗରେ ଭାରତରେ ମସଜିଦ ଭଙ୍ଗା ଯାଉଥିବା ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି।

ସୋସିଆଲ ମିଡିଆରେ ଏକ ସବୁଜ ମସଜିଦ ପରି ଏକ ଗଠନକୁ ବୁଲଡୋଜର ସାହାଯ୍ୟରେ ଭାଙ୍ଗି ଦିଆଯାଉଥିବାର ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓକୁ ଏପରି ସେୟାର କରା ଯାଉଛି ଯେଉଁପରି ଏହା ଭାରତରେ ଗୋଟିଏ ମସଜିଦ ଭଙ୍ଗା ଯାଉଥିବା ବୋଲି ଜଣା ପଡ଼ୁଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗ ସହିତ ସେୟାର କରା ଯାଉଥିବା ଜଣା ପଡ଼ିଛି। ପ୍ରକୃତରେ ଏହା ଇଣ୍ଡୋନେସିଆର ଏକ ମନୋରଞ୍ଜନ ପାର୍କର ଭିଡିଓ, ଯାହାକୁ ନିୟମ […]

Continue Reading

ଉତ୍ତରାଖଣ୍ଡର ଦେବିଧୁରମନ୍ଦିରର ରୀତିନୀତି ର ପୁରୁଣା ଭିଡିଓକୁ ମହାକୁମ୍ଭରେ ସାମ୍ପ୍ରଦାୟିକ ଦଙ୍ଗା ଦାବି ସହିତ ସେୟାର କରା ଯାଉଛି।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କିଛି ଲୋକ ପରସ୍ପର ଉପରେ ପଥର ପିଙ୍ଗୁଥିବା ନଜର ଆସିଛନ୍ତି। ଅନେକ ଗେରୁଆ ବସ୍ତ୍ର, ଧଳା ପୋଷାକ ଏବଂ ଆଖ-ପାଖରେ ଥିବା କୋଠା ଗୁଡ଼ିକ ଦେଖିବା ପରେ ଏପରି ବ୍ଯତୀତ ହେଉଛି ଯେ ଏହା କୌଣସି ଧର୍ମଶାଳର ଘଟଣା।  ଦାବି କରା ଯାଉଛି ଯେ ଏହି ଭିଡିଓ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭ ମେଳାର ଘଟଣା ଅଟେ। ଭିଡିଓ ସେୟାର କରି ଏପରି କୁହା ଯାଉଛି […]

Continue Reading

ବାଂଲାଦେଶରେ ଜଣେ ହିନ୍ଦୁ ସାଧୁନକର କେଶ କାଟି ତାଙ୍କ ଧର୍ମ ପରିବର୍ତ୍ତନ କରିବା ଦାବି ମିଥ୍ୟା ଅଟେ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ରାସ୍ତା ରେ ଚାଲୁଥିବା ଜଣେ ବ୍ୟକ୍ତିଙ୍କୁ କିଛି ଲୋକ ଘେରା ପକାଇ ହଇରାଣ କରୁଥିବା ଜଣା ପଡ଼ୁଛି। ଦାବି କରା ଯାଉଛି ଯେ ଏହି ଘଟଣା ବାଂଲାଦେଶର ଅଟେ ଯେଉଁଠାରେ ସେଠିକାର ମୁସ୍ଲିମ ମାନେ ଜଣେ ହିନ୍ଦୁ ସାଧୁଙ୍କ କେଶ କାଟି ତାଙ୍କ ଧର୍ମ ପରିବର୍ତ୍ତନ କରୁଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ବାଂଲାଦେଶରେ କିଛି ଯୁବକ ମାନେ ରାସ୍ତାରେ […]

Continue Reading

ବାଂଲାଦେଶରେ ମୁସଲମାନମାନେ ହିନ୍ଦୁଙ୍କ କ୍ଷେତରେ ଲାଗି ଥିବା ଫସଲରେ ପେଟ୍ରୋଲ ଢାଳି ନିଆଁ ଲଗାଇବା ଦାବି ମିଥ୍ୟା ଅଟେ।

କ୍ଷେତରେ ଜଳିଯାଇଥିବା ଫସଲ ଦେଖିବା ପରେ ଜଣେ ବ୍ୟକ୍ତିଙ୍କର କାନ୍ଦିବାର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଉଛି। ଭାଇରାଲ ଭିଡିଓ ସହିତ ଦାବି କରା ଯାଉଛି ଯେ ବାଂଲାଦେଶର ମୁସଲମାନମାନେ ପେଟ୍ରୋଲ ଢାଳି ହିନ୍ଦୁଙ୍କର କ୍ଷେତରେ ବଢିଥିବା ଫସଲକୁ ଜାଳି ଦେଇଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଭିଡିଓରେ ଦେଖା ଯାଉଥିବା ପୀଡ଼ିତ ଚାଷୀ ହିନ୍ଦୁ ନୁହଁନ୍ତି, ସେ ଜଣେ ମୁସ୍ଲିମ ଲୋକ। ଭିଡିଓ ସେୟାର କରି ଜଣେ […]

Continue Reading

ବାଂଲାଦେଶର ଜଣେ ବୃଦ୍ଧ ମୁସ୍ଲିମ ବ୍ୟକ୍ତି ୧୨ ବର୍ଷ ହିନ୍ଦୁ ଝିଅକୁ ବିବାହ କରିଥିବା ଭାଇରାଲ ଭିଡିଓ ଏକ ନାଟକୀୟ ଭିଡିଓ ଅଟେ। 

ପ୍ରାୟ ୭୨ ସେକେଣ୍ଡର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ କହିଛନ୍ତି ଯେ ସେ ୧୨ ବର୍ଷର ଝିଅକୁ ବିବାହ କରିଛନ୍ତି କାରଣ ତାଙ୍କର କୌଣସି ପିତାମାତା କିମ୍ବା କୌଣସି ସମ୍ପର୍କୀୟ ନାହାଁନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ନିଜ ପୁଅ ଏବଂ ବୋହୁ ତାଙ୍କର ଆବଶ୍ୟକତାର ଯତ୍ନ ନେଉନାହାଁନ୍ତି ଏବଂ ସେ ଦାବି କରିଛନ୍ତି ଯେ ତାଙ୍କର ପୂର୍ବ ପତ୍ନୀ ୫ ବର୍ଷ ପୂର୍ବେ ଦେହାନ୍ତ କରିଛନ୍ତି। […]

Continue Reading

ହାଥରସରେ ଦଳାଚକଟାର ପୁରୁଣା ଘଟଣାକୁ ବାଂଲାଦେଶରେ ହିନ୍ଦୁ ମହିଳାଙ୍କ ଉପରେ ହେଉଥିବା ହିଂସା ଦାବି ସହିତ ସେୟାର କରା ଯାଉଛି।

ବାଂଲାଦେଶରେ ହିନ୍ଦୁ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କ ପ୍ରତି ହେଉଥିବା ହିଂସା ଖବର ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଡାକ୍ତରଖାନାରେ ଅନେକ ମହିଳାଙ୍କ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଛି। ଭାଇରାଲ ପୋଷ୍ଟ ସହିତ ଦାବି କରାଯାଉଛି ଯେ ଏହି ଭାଇରାଲ ଭିଡିଓ ବାଂଲାଦେଶରୁ ଆସିଛି ଯେଉଁଠାରେ ମୁସଲମାନମାନେ ହିନ୍ଦୁ ମହିଳାଙ୍କୁ ଅତି ନିର୍ମମ ଭାବରେ ବଳାତ୍କାର କରିଛନ୍ତି ଏବଂ ପରେ ସେମାନଙ୍କୁ ହତ୍ୟା କରି ତାଙ୍କ ମୃତ ଶରୀର ଫୋପାଡ଼ି ଦେଇଛନ୍ତି। […]

Continue Reading

ବାଂଲାଦେଶରେ ଦୁଇଟି ମୁସ୍ଲିମ ସମ୍ପ୍ରଦାୟ ଦଳ ମଧ୍ୟରେ ହେଉଥିବା ସଂଘର୍ଷର ଭିଡିଓକୁ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର ଦାବି ସହିତ ସେୟାର କରା ଯାଉଛି।

ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଲୋକଙ୍କର ଏକ ବିଶାଳ ଭିଡ଼ ବାଡ଼ି ଧରି ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା କରୁଛନ୍ତି ଏବଂ ଆକ୍ରମଣ କରିବା ପାଇଁ ମଧ୍ୟ ଯାଉଛନ୍ତି ବୋଲି ଜଣ ପଡ଼ୁଛି। ଦାବି କର ଯାଉଛି ଯେ ଏହା ବାଂଲାଦେଶର ଘଟଣା ଯେଉଁଠାରେ ମୁସ୍ଲିମ ମାନେ ହିନ୍ଦୁଙ୍କ ଉପରେ ଆକ୍ରମଣ କରିବା ପାଇଁ ଯାଉଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ବାଂଲାଦେଶରେ ଦୁଇଟି ମୁସ୍ଲିମ ସମ୍ପ୍ରଦାୟ […]

Continue Reading

ମହାରାଷ୍ଟ୍ରର ବାବ୍ରି ମସଜିଦ ପ୍ରଦର୍ଶନୀ ଭିଡିଓ କୁ ବାଂଲାଦେଶର କହି ମିଥ୍ୟା ଦାବିରେ ଭାଇରାଲ  କରାଯାଉଛି।

ବାଂଲାଦେଶରେ ହିନ୍ଦୁଙ୍କ ବିରୁଦ୍ଧରେ ହେଉଥିବା ଯନ୍ତ୍ରଣା ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ପ୍ରସଙ୍ଗରେ ବର୍ତ୍ତମାନ ଗୋଟିଏ ଭିଡିଓ ଦେଖିବାକୁ ମିଳିଛି ଯେଉଁଥିରେ ରାସ୍ତା ମଝିରେ ସ୍କ୍ରିନରେ ବାବରୀ ମସଜିଦର ଇତିହାସ ପ୍ରଦର୍ଶନ ହେଉଛି।  ଦାବି କରା ଯାଉଛି ଯେ ଏହି ଭିଡିଓ ବାଂଲାଦେଶର ଏକ ସହରରେ ପ୍ରଦର୍ଶନ କରା ଯାଇଛି ଏବଂ ସେଠିକାର ମୁସ୍ଲିମ ମାନଙ୍କୁ ହିନ୍ଦୁ ବାସିନ୍ଦାଙ୍କ ବିରୁଦ୍ଧରେ ଉତ୍ତେଜିତ କରା ଯାଉଛି।  କିନ୍ତୁ ଫ୍ୟାକ୍ଟ […]

Continue Reading

ପଶ୍ଚିମବଙ୍ଗରେ କାଲୀ ମନ୍ଦିରରେ ବିସର୍ଜନ ପ୍ରସ୍ତୁତିର ଭିଡିଓକୁ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ନିର୍ଯାତନା ଦାବି ସହିତ ସେୟାର କରା ଯାଉଛି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଗୋଟିଏ ମନ୍ଦିରରେ କାଳୀ ମାତାଙ୍କ ମୂର୍ତ୍ତି ନଷ୍ଟ କରା ଯାଉଥିବାର ଦେଖାଯାଇଛି। ଭିଡିଓ ସହିତ ଦାବି କରାଯାଉଛି ଯେ ଏହି ଭିଡିଓ ବାଂଲାଦେଶରୁ ଆସିଛି ଯେଉଁଠାରେ ବାଂଲାଦେଶୀ ମୁସଲମାନମାନେ କାଳୀ ମନ୍ଦିର ଉପରେ ଆକ୍ରମଣ କରିଥିଲେ। ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ପ୍ରସଙ୍ଗରେ ଏହି ଭିଡିଓ ସେୟାର କରାଯାଇଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହି ଭିଡିଓ ପଶ୍ଚିମବଙ୍ଗର ଅଟେ […]

Continue Reading

ପଶ୍ଚିମବଙ୍ଗରେ ଜଣେ ଇସ୍କନ୍ ପୂଜାରୀ ମୁସଲମାନ ମାନଙ୍କୁ ଖାଦ୍ୟ ପରିବେଷଣ କରୁଥିବା ପୁରୁଣା ଫୋଟୋକୁ ସମ୍ପ୍ରତ୍ତି ସମୟରେ ବାଂଲାଦେଶରେ ସାମ୍ପ୍ରଦାୟିକ ମାମଲା ପ୍ରସଙ୍ଗରେ ସେୟାର କରା ଯାଉଛି।

ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀକୁ ନେଇ ଚାଲିଥିବା ଅଶାନ୍ତି ମଧ୍ୟରେ ବାଂଲାଦେଶରେ ଆଉ ଦୁଇଜଣ ହିନ୍ଦୁ ପୁରୋହିତଙ୍କୁ ଗିରଫ କରାଯାଇଛି ବୋଲି ଇସ୍କନ୍ କୋଲକାତା ମୁଖପାତ୍ର ରାଧରମନ୍ ଦାସ ଶନିବାର ଦାବି କରିଛନ୍ତି। ବାଂଲାଦେଶ ଏବଂ ଭାରତରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ପୂର୍ବତନ ଇସ୍କନ୍ ସଦସ୍ୟ ଚିନ୍ମୟ କୃଷ୍ଣ ଦାସଙ୍କ ମୁକ୍ତି ପାଇଁ ଲୋକମାନେ ଆହ୍ଵାନ ଦେଇଛନ୍ତି। ଏହି ପ୍ରସଙ୍ଗରେ ଜଣେ ଇସ୍କନ୍ ପୁରୋହିତ କିଛି ମୁସ୍ଲିମ ବ୍ୟକ୍ତିଙ୍କୁ ଖାଦ୍ୟ ପରିବେଷଣ କରୁଥିବା ଫୋଟୋ […]

Continue Reading

ବାଂଲାଦେଶର ତିନୋଟି ଭିନ୍ନ କଲେଜର ଛାତ୍ରମାନଙ୍କ ମଧ୍ୟରେ ସଂଘର୍ଷକୁ ବିଭ୍ରାନ୍ତିକର ସାମ୍ପ୍ରଦାୟିକ ଦାବି ସହିତ ସେୟାର କରା ଯାଉଛି।

ବର୍ତ୍ତମାନ କିଛି ଲୋକଙ୍କ ମଧ୍ୟରେ ସଂଘର୍ଷର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହା ବାଂଲାଦେଶର ଘଟଣା ଅଟେ ଯେଉଁଠାରେ ହିନ୍ଦୁ ମାନଙ୍କ ଉପରେ ଏପରି ନିର୍ଯାତନା ହେଉଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ବାଂଲାଦେଶର ତିନୋଟି ଭିନ୍ନ କଲେଜର ଛାତ୍ରମାନଙ୍କ ମଧ୍ୟରେ ସଂଘର୍ଷକୁ ବିଭ୍ରାନ୍ତିକର ସାମ୍ପ୍ରଦାୟିକ ଦାବି ସହିତ ସେୟାର କରା ଯାଉଛି। କ’ଣ ଦାବି କରା ଯାଇଛି ପୋଷ୍ଟରେ?  ଭିଡିଓ […]

Continue Reading

ଦିଲ୍ଲୀରେ ଟ୍ରାଫିକ ପୋଲିସ ଉପରେ ଆକ୍ରମଣର ପୁରୁଣା ଭିଡିଓକୁ ମୁମ୍ବାଇର ଘଟଣା ଦାବି ସହିତ ସେୟାର କରା ଯାଉଛି।

ରାସ୍ତାରେ ପୋଲିସ୍ କର୍ମଚାରୀଙ୍କୁ ଅତି ନିର୍ମମ ଭାବରେ ଆକ୍ରମଣ କରୁଥିବା ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସ୍କଲ୍ କ୍ୟାପ୍ ପିନ୍ଧିଥିବା କିଛି ଲୋକ ଟ୍ରାଫିକ ପୋଲିସ ଉପରେ ଆକ୍ରମଣ କରୁଥିବା ଦେଖାଯାଇଛି। ଦାବି କରା ଯାଇଛି ଯେ ମୁମ୍ବାଇରେ ଟ୍ରାଫିକ୍ ପୋଲିସ ମୁସ୍ଲିମଙ୍କ ବିରୁଦ୍ଧରେ ଚାଲାଣ କରିଥିବା ହେତୁ ଏହି ଘଟଣା ଘଟିଥିଲା।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ଦିଲ୍ଲୀରେ ଟ୍ରାଫିକ ପୋଲିସ ଉପରେ […]

Continue Reading

ସିଦ୍ଧି ବିନାୟକ ମନ୍ଦିର ଉପରେ ୱକଫ୍ ବୋର୍ଡ ଦାବି କରୁଥିବା ଖବର ମିଥ୍ୟା ଅଟେ। ଜାଣନ୍ତୁ ସତ୍ୟତା।

ୱକଫ୍ ବୋର୍ଡ ହିନ୍ଦୁଙ୍କ ଜମି, ହିନ୍ଦୁ ଧର୍ମ ସ୍ଥଳ ଏବଂ ହିନ୍ଦୁଙ୍କର ତୀର୍ଥ ସ୍ଥାନ ଉପରେ ନିଜ ଦାବି କରୁଥିବା ଖବର ଅନେକ ଥର ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହି ପ୍ରସଙ୍ଗ ରେ ୱକଫ୍ ବୋର୍ଡ ସିଦ୍ଧି ବିନାୟକ ମନ୍ଦିର ଉପରେ ନିଜ ଦାବି କରୁଥିବା ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  ପୋଷ୍ଟରେ ଦାବି କରି କୁହା ଯାଇଛି ଯେ, “ସିଦ୍ଧି […]

Continue Reading

VIMSAR ମେଡିକାଲ କଲେଜର ହଷ୍ଟେଲ ଛାତ୍ରମାନଙ୍କ ଦ୍ୱାରା ଆତସବାଜିର ପୁରୁଣା ଭିଡିଓକୁ ସାମ୍ପ୍ରଦାୟିକ ମାମଲା ଦାବି ସହିତ ସେୟାର କରା ଯାଉଛି।

ଦୀପାବଳି ପରଠାରୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ଛାତ୍ର ମାନେ ହାତରେ ରକେଟ୍ ଚାଡ଼ୁଥିବା ଦେଖିବାକୁ ମିଳିଛି। ୟୁଜର ମାନେ ଦାବି କରୁଛନ୍ତି ଯେ ଓଡ଼ିଶାରେ ମୁସଲମାନ ଦୀପାବଳିରେ ହିନ୍ଦୁଙ୍କ ଉପରେ ଆକ୍ରମଣ କରିଥିବା ପରେ ସ୍ଥାନୀୟ ହିନ୍ଦୁ ଲୋକମାନେ ତାଙ୍କ ଉପରେ ଏପରି ଆକ୍ରମଣ କରିଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ୨୦୧୮ ମସିହାର ଏକ ପୁରୁଣା ଭିଡିଓ ଅଟେ ଏବଂ […]

Continue Reading

ମହାରାଷ୍ଟ୍ରର ନାଶିକ ରେ ଆଜାନଙ୍କ ସମୟରେ ଭଜନ-କୀର୍ତ୍ତନ ଉପରେ ସମ୍ପ୍ରତ୍ତି ସମୟରେ ପ୍ରତିବନ୍ଧକ ଲଗା ଯାଇଛି କି?

ଜଣେ ପୋଲିସ ଅଧିକାରୀଙ୍କ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଉଛି ଯେଉଁଥିରେ ସେ କହୁଛନ୍ତି ଯେ ସକାଳ ୫ ଟାରେ, ଅପରାହ୍ନରେ ୩.୧୫, ସନ୍ଧ୍ୟାରେ ୫.୧୫ ଏବଂ ୬.୩୦ ଏବଂ ରାତିରେ ୮.୩୦, ଏହିପରି ପାଞ୍ଚଟି ଆଜାନ୍ ସମୟ ୧୫ ମିନିଟ୍ ପୂର୍ବରୁ ଏବଂ ୧୫ ମିନିଟ୍ ପରେ ଏବଂ ପ୍ରଦର୍ଶନ କରିବାର ହିନ୍ଦୁଙ୍କୁ ଅଧିକାର ନାହିଁ। ମସଜିଦର ୧୦୦ ମିଟର ବ୍ୟାସାର୍ଦ୍ଧରେ ଯେକୌଣସି ଭଜନ, କୀର୍ତ୍ତନ କିମ୍ବା ହନୁମାନ ଚଲିସା ପାଠ କରିବା ଅନୁମତି ନାହିଁ।  […]

Continue Reading

ଗୁଜରାତର ଖେଡା ସହରରେ ଗର୍ବା ଉତ୍ସବ ବେଳେ ପଥର ଫିଙ୍ଗା ଅଭିଯୁକ୍ତଙ୍କୁ ପୋଲିସ ମାରୁଥିବା ଭିଡିଓ ୨୦୨୨ ମସିହାର ଅଟେ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ପୋଲିସ ମାନେ କିଛି ଯୁବକଙ୍କୁ ରାସ୍ତା ମଝିରେ ଏକ ଖୁଣ୍ଟରେ ବାନ୍ଧି ବାଡ଼ିରେ ମାରୁଛନ୍ତି। ସେ ଯୁବକ ମାନେ ପୋଲିସକୁ କ୍ଷମା ମାଗୁଥିବା ମଧ୍ୟ ଶୁଣିବାକୁ ମିଳିଛି। ଦାବି କରା ଯାଉଛି ଯେ ଗୁଜରାତର ଖେଡ଼ା ସହରରେ ମହିଳା ମାନେ ଗର୍ବା ନୃତ୍ୟ କରୁଥିବା ବେଳେ ମୁସ୍ଲିମ ସମ୍ପ୍ରଦାୟର କିଛି ଯୁବକ ତାଙ୍କ ଉପରେ ପଥର ଫିଙ୍ଗିଥିଲେ। ଏହି ଘଟଣାରେ ଅନେକ ହିନ୍ଦୁ ମହିଳା […]

Continue Reading

କର୍ଣ୍ଣାଟକରେ ମୁସ୍ଲିମ ମାଛ ପେଟରେ କିଡନି ଖରାପ କରିବା ବଟିକା ପୁରାଇ ବିକୁଥିବା ଦାବି ମିଥ୍ୟା ଅଟେ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ପୋଲିସ ମାଛ ଦୋକାନରେ ଛାପା ମାରୁଥିବା ଦେଖିବାକୁ ମିଳିଛି। ଭାଇରାଲ ଭିଡିଓ ସହିତ ଦାବି କରା ଯାଉଛି ଯେ କରନାଟକାରେ କେତେକ ମୁସଲମାନ ମତ୍ସ୍ୟ ବିକ୍ରେତା ମାଛରେ କିଡନୀ-କ୍ଷତିକାରକ ବଟିକା ପୁରାଇ ବିକ୍ରି କରୁଥିଲେ। ପୋଲିସ ଏହା ଜାଣିବା ମାତ୍ରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା କେରଳର ଘଟଣା ଅଟେ। […]

Continue Reading

ପୋପ୍ ଫ୍ରାନସିସଙ୍କ ତିମୋର ଲେଷ୍ଟେ ଗସ୍ତର ଭିଡିଓକୁ ଇମତିଆଜ ଜଲିଲଙ୍କ ରାଲି ନାମରେ ଭାଇରାଲ କରା ଯାଉଛି।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଲୋକଙ୍କର ଏକ ବିଶାଳ ଭିଡ଼ ରାସ୍ତାରେ ରେଲି କରୁଥିବା ଦେଖିବାକୁ ମିଳିଛି। ୟୁଜର୍ସ ମାନେ ଦାବି କରୁଛନ୍ତି ଯେ ଏହା ପୂର୍ବତନ ସାଂସଦ ଇମତିଆଜ ଜଲିଲଙ୍କର ଏକ ରେଲିର ଦୃଶ୍ୟ ଅଟେ ଯେଉଁଥିରେ କୋଟି-କୋଟି ସଂଖ୍ୟାରେ ମୁସ୍ଲିମ ମାନେ ଯୋଗଦାନ ଦେଇଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ଇଥଯ ବୋଲି ପାଇଲା। ଏହା ମୁମ୍ବାଇରେ ଇମତିଆଜ ଜଲିଲଙ୍କର ରେଲିର ଭିଡିଓ ନୁହେଁ। ଏହା […]

Continue Reading

ପାକିସ୍ତାନରେ କିଛି ଲୋକେ ରେଳବାଇ ଟ୍ରାକ୍ ନଷ୍ଟ କରୁଥିବାର ପୁରୁଣା ଭିଡିଓକୁ ଭାରତର ଘଟଣା ଦାବି ସହିତ ଭାଇରାଲ କର ଯାଉଛି।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କୁର୍ତା ପିନ୍ଧିଥିବା କିଛି ପିଲା ମାନେ ରେଳ ଟ୍ରାକର ନଟ୍ ଖୋଲୁଛନ୍ତି। ତାଙ୍କ ମଧ୍ୟରୁ ଜଣେ ନଟ୍ ଖୋଳୁଥିବା ବେଳେ ଅନ୍ୟ ଦୁଇ ଜଣ ସେହି ନଟ୍ ଏକତ୍ର କରୁଛନ୍ତି। ଏହି ଭିଡିଓକୁ ଏପରି ସେୟାର କରା ଯାଉଛି ଯେ ଏହା ଭାରତର ଏକ ଘଟଣା ଅଟେ। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଏହାକୁ ଭାରତର ଏକ ଦୃଶ୍ୟ ଏବଂ ନଟ୍ ଖୋଳୁଥିବା ପିଲା ମାନଙ୍କୁ […]

Continue Reading

ବାଂଲାଦେଶରେ ଛାତ୍ର ଳିଗ୍ ନେତାଙ୍କ ଉପରେ ହେଉଥିବା ନିର୍ଯାତନାକୁ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର ଦାବି ସହିତ ଭାଇରାଲ କରା ଯାଉଛି।

ବାଂଲାଦେଶରେ ୫ ଅଗଷ୍ଟ ୨୦୨୪ ରେ ଶେଖ୍ ହସିନାଙ୍କ ସରକାର ପତନ ପରେ ହିଂସା ସୃଷ୍ଟି ହୋଇଥିଲା ଯେଉଁଥିରେ ପ୍ରାୟ ୨୩୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହା ମଧ୍ୟରେ ଦୁଇଜଣ ମହିଳା କାନ୍ଦୁଥିବାର ଏକ ଭିଡିଓରେ ଭାଇରାଲ ହେଉଛି ଯେଉଁଥିରେ ଅନ୍ୟ ମହିଳାମାନେ ସେମାନଙ୍କୁ ବାନ୍ଧି ରଖିଛନ୍ତି। ଏହି ପୋଷ୍ଟ ସେୟାର କରୁଥିବା ଉପଭୋକ୍ତାମାନେ ଦାବି କରିଛନ୍ତି ଯେ ଏହା ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ନିର୍ଯାତନାକୁ ଦର୍ଶାଉଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ […]

Continue Reading

କ’ଣ ଏହି ଭିଡିଓରେ ବାଂଲାଦେଶୀମାନେ ସେଠିକାର ଗୋଟିଏ ହିନ୍ଦୁ ହଷ୍ଟେଲ୍ ଉପରେ ଆକ୍ରମଣ କରୁଛନ୍ତି? ଜାଣନ୍ତୁ ସତ୍ୟତା।

ଗୋଟିଏ ବିଲଡିଙ୍ଗରେ ଆକ୍ରମଣ ହେଉଥିବା ବେଳେ କିଛି ଲୋକମାନେ ପାଇପ୍ ବ୍ୟବହାର କରି ଉଦ୍ଧାର ପାଇବା ଚେଷ୍ଟା କରୁଥିବା ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ପାଇପ୍ ରୁ ଓହ୍ଲାଇବା ବେଳେ କେତେକ ସେଥିରୁ ଖସି ପଡ଼ିଛନ୍ତି। ଦାବି କରା ଯାଉଛି ଯେ ବାଂଲାଦେଶରେ ଚାଲୁଥିବା ହିଂସା ସମୟରେ ସେଠିକାର ଲୋକମାନେ ଏକ ହିନ୍ଦୁ ହଷ୍ଟେଲ୍ ଉପରେ ଆକ୍ରମଣ କରିଥିଲେ ଏବଂ ଏହି ଭିଡିଓ ତାହାର ଏକ […]

Continue Reading

ବାଂଲାଦେଶର ଆୱାମି ଳିଗ୍ ପାର୍ଟିର ନେତା ଉପରେ ଆକ୍ରମଣର ଭିଡିଓକୁ ବିଭ୍ରାନ୍ତକାରୀ ସାମ୍ପ୍ରଦାୟିକ ଦାବି ସହିତ ଭାଇରାଲ କରା ଯାଉଛି। 

ବାଂଲାଦେଶରେ ହିଂସା ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଜଣେ ମୃତ ବ୍ୟକ୍ତିଙ୍କୁ ଏକ ପ୍ରତିମୂର୍ତ୍ତିରେ ଝୁଲାଇ ଅତି ନିର୍ମମ ଭାବରେ ମାଡ ଦିଆଯାଉଥିବା ଦେଖାଯାଇଛି। ଦାବି କରାଯାଇଛି ଯେ ସମ୍ପ୍ରତ୍ତି ସ୍ଥିତିରେ ବାଂଲାଦେଶରେ ହିନ୍ଦୁ ମାନଙ୍କୁ ମୁସଲମାନମାନେ ନିର୍ଯାତନା ଦେଉଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ ହିନ୍ଦୁଙ୍କ ଉପରେ ହେଉଥିବା ନିର୍ଯାତନାର ନୁହେଁ। ଭିଡିଓରେ ଥିବା ବ୍ୟକ୍ତି ହେଉଛନ୍ତି ବାଂଲାଦେଶର ଆୱାମି ଳିଗ୍ […]

Continue Reading

ଗୋଟିଏ ନାଟକ ପ୍ରଦର୍ଶନ ଭିଡିଓକୁ ବାଂଲାଦେଶରେ ହିନ୍ଦୁ ମହିଳା ମାନଙ୍କ ଉପରେ ହେଉଥିବା ନିର୍ଯାତନା ଦାବି ସହିତ ଭାଇରାଲ କରା ଯାଉଛି। 

ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପଳାୟନ ପରେ ବାଂଲାଦେଶରେ ହିଂସା ତୀବ୍ର ହୋଇଛି। ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳାଙ୍କ ହାତ, ଗୋଡ଼ ଏବଂ ପାଟି ବନ୍ଧା ଯାଇଛି। ଦାବି କରା ଯାଉଛି ଯେ ବାଂଲାଦେଶରେ ହିଂସା ସମୟରେ ହିନ୍ଦୁ ମହିଳାଙ୍କ ଉପରେ ନିର୍ଯାତନା କରା ଯାଉଛି।  କିନ୍ତୁ ଫ୍ଯାକ୍ତ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି କରା ଯାଇଛି ପୋଷ୍ଟରେ? ଭିଡିଓ ସେୟାର […]

Continue Reading

ଲୋକଙ୍କୁ ମଇଳା ଗୁପ୍ଚୁପ୍ ଖାଇବାକୁ ଦେବାର ଏହି ଭିଡିଓ ଏକ ସ୍କ୍ରିପ୍ଟ ବା ନାଟକ, ଯାହା ମିଥ୍ୟା ଏବଂ ସାମ୍ପ୍ରଦାୟିକ ଦାବି ସହିତ ଭାଇରାଲ ହେଉଛି।

ଜଣେ ଗୁପ୍ଚୁପ୍ ବିକ୍ରେତାଙ୍କ ଏକ ଚକିତ କରିଦେବା ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଏହି ଗୁପ୍ଚୁପ୍ ବିକ୍ରେତା ଏକ ଅଇଁଠା ଚାମୁଚ ଗ୍ରାହକଙ୍କୁ ଦେବା ପାଣିରେ ଘାନ୍ତୁଛି ଏବଂ କିଛି ସମୟ ପରେ ଗୁପ୍ଚୁପ୍ ପାଣି ହାଣ୍ଡିରେ ନିଜ ହାତ ଧୋଇଥିବା ପାଣି ମିଶ୍ରଣ କରୁଛି।  ଦାବି କରା ଯାଉଛି ଯେ ଭିଡିଓରେ ଥିବା ଗୁପ୍ଚୁପ୍ ବିକ୍ରେତା ଜଣେ ମୁସ୍ଲିମ ଯିଏ ଲୋକଙ୍କୁ ଅପରିଷ୍କାର ଗୁପ୍ଚୁପ୍ ବିକ୍ରି କରୁଛି। ଏହି […]

Continue Reading

କ’ଣ ରାଜସ୍ଥାନ, ମହାରାଷ୍ଟ୍ର ଏବଂ ଗୁଜରାଟ ରେ ମୁସ୍ଲିମ ମାନେ ନପୁଂସକତା ମେଡିସିନ ମିଶ୍ରଣ ବିରିଆନୀ ହିନ୍ଦୁ ମାନଙ୍କୁ ଦେଉଛନ୍ତି? ଜାଣନ୍ତୁ ସତ୍ୟତା। 

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି ବିରିୟାନୀ ଥାଳି ସହିତ ଚିଡ଼ା ହେଇଥିବାର ଦେଖିବାକୁ ମିଳିଛି। ଏହା ସଥେ କିଛି ବଟିକାର ଫୋଟୋ ମଧ୍ୟ ଅଛି। ଏହି ଫୋଟୋ ପୋଷ୍ଟ କରି ଦାବି କରା ଯାଇଅଛି ଯେ ରାଜସ୍ଥାନ, ମହାରାଷ୍ଟ୍ର ଏବଂ ଗୁଜରାଟରେ ହିନ୍ଦୁ ଗ୍ରାହକଙ୍କ ବିରିୟାନୀ ତିଆରି କରିବା ପାଇଁ ମୁସ୍ଲିମ ମାନେ ନପୁଂସକତା ବଟିକାର ବ୍ୟବହାର କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି […]

Continue Reading

ଜଣେ ହିନ୍ଦୁ ବ୍ୟକ୍ତି ମୁସ୍ଲିମ ଭେଷରେ ହିନ୍ଦୁଙ୍କୁ ନିନ୍ଦା କରୁଥିବା ଭିଡିଓ ସୋସିଆଲ ମିଡିଆରେ ସାମ୍ପ୍ରଦାୟିକ ଦାବି ସହିତ ଭାଇରାଲ ହେଉଛି। 

ଜଣେ ବ୍ୟକ୍ତିଙ୍କର ହିନ୍ଦୁ ମାନଙ୍କୁ ନିନ୍ଦା କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ମୁସ୍ଲିମ ଲୋକଙ୍କ ଧାର୍ମିକ ଟୋପି ପିନ୍ଧିଥିବା ଏହି ବ୍ୟକ୍ତି କହୁଛନ୍ତି ଯେ ରାମ ମନ୍ଦିର ନିର୍ମାଣ ପରେ ମଧ୍ୟ ହିନ୍ଦୁ ମାନେ ବିଜେପିକୁ ନିର୍ବାଚନରେ ହରାଇ ଦେଲେ। ଯଦି କେହି ଲୋକ ମସଜିଦ ନିର୍ମାଣ କରିଥାନ୍ତା, ତେବେ ମୁସ୍ଲିମ ମାନେ ତା’କୁ ୪୦୦ ପାର ଭୋଟ୍ ଦେଇ ବିଜୟୀ କରି ଦେଇଥାନ୍ତେ। ଦାବି କରା ଯାଉଛି ଯେ ଭିଡିଓରେ ହିନ୍ଦୁଙ୍କୁ […]

Continue Reading

କ’ଣ ପାକିସ୍ତାନର ହିନ୍ଦୁ ସାଂସଦ ସେଠାରେ ହିନ୍ଦୁଙ୍କ ଉପରେ ହେଉଥିବା ନିର୍ଯାତନା ବିଷୟରେ କହୁଛନ୍ତି? ଜାଣନ୍ତୁ ସତ୍ୟତା। 

ସୋସିଆଲ ମିଡିଆରେ ପାକିସ୍ତାନୀ ସାଂସଦଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏହି ବ୍ୟକ୍ତି ପାକିସ୍ତାନରେ ହିନ୍ଦୁ ଏବଂ ଅନ୍ୟ ଧର୍ମର ଶିଶୁ ମାନଙ୍କର ଧର୍ମାନ୍ତିକରଣ ବିଷୟରେ କହୁଛନ୍ତି। ଏହି ଭିଡିଓରେ ଦେଖାଯାଇଥିବା ବ୍ୟକ୍ତି ପାକିସ୍ତାନର ଏକମାତ୍ର ହିନ୍ଦୁ ସାଂସଦ ବୋଲି ଦାବି କରା ଯାଇଛି ଯିଏ ସେଠାରେ ହେଉଥିବା ନିର୍ଯାତନା ବିରୁଦ୍ଧରେ ସଂସଦରେ କହିଛନ୍ତି।   କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭିଡିଓରେ ଦେଖାଯାଇଥିବା ବ୍ୟକ୍ତି ପାକିସ୍ତାନର ହିନ୍ଦୁ ସାଂସଦ ନୁହଁନ୍ତି। […]

Continue Reading

କ’ଣ ଦିଲ୍ଲୀରେ ନମାଜୀ ମାନଙ୍କୁ ଗୋଇଠା ମାରିଥିବା ପୋଲିସ ଅଧିକାରୀଙ୍କ ଉପରେ ମୁସ୍ଲିମ ସମୁଦାୟ ଲୋକ ମାନେ ଆକ୍ରମଣ କରୁଛନ୍ତି? ଜାଣନ୍ତୁ ସତ୍ୟତା। 

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ଲୋକଙ୍କର ଏକ ବିଶାଳ ଭିଡ ପୋଲିସ ଗାଡିକୁ ଘେରି ରହିଛନ୍ତି। ଉପଭୋକ୍ତାମାନେ ଦାବି କରିଛନ୍ତି ଯେ କୋର୍ଟରେ ହାଜର ହେବା ପାଇଁ ଅଣାଯାଇଥିବା ପୋଲିସ କର୍ମଚାରୀଙ୍କୁ ମୁସଲମାନମାନେ ମାଡ଼ ମାରିଥିଲେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ନମାଜ ପଢୁଥିବା ଲୋକଙ୍କୁ ଗୋଇଠା ମାରିଥିବା ପୋଲିସଙ୍କ ଉପରେ ମୁସଲମାନ ମାନେ ଆକ୍ରମଣ କରୁଥିବା ଦାବି ମିଥ୍ୟା ଅଟେ।  କ’ଣ […]

Continue Reading

କ’ଣ ଆନ୍ଧ୍ରପ୍ରଦେହର ଗଙ୍ଗାଭରମର ଏକ ରାମ ମନ୍ଦିରରେ କ୍ରିଷ୍ଟିଆନ ମାନେ ପ୍ରାର୍ଥନା କରୁଛନ୍ତି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ଏମଆଇଡ଼ିଆଇରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ପ୍ରାର୍ଥନା ସଭା ହେଉଥିବା ସମୟରେ ସେଠାରେ ଯୋଗଦାନ ଦେଇଥିବା ଲୋକଙ୍କ ସହିତ ଜଣେ ବ୍ୟକ୍ତିଙ୍କର ଝଗଡା ହେଉଛି। ଭିଡିଓ ଦେଖି ଏପରି ପ୍ରତୀତ ହେଉଛି ଯେ ସେହି ଲୋକ ପ୍ରାର୍ଥନା ସଭା ଆୟୋଜିତ ହେଇଥିବା ନେଇ ଖୁସି ନାହାଁନ୍ତି।  ଦାବି କର ଯାଉଛି ଯେ ଏହି ଘଟଣାଟି ଆନ୍ଧ୍ରପ୍ରଦେଶ ରାଜ୍ୟର ଗଙ୍ଗାଭରମ ଜିଲ୍ଲାର ଘଟଣା ଅଟେ ଯେଉଁଠାରେ କ୍ରିଷ୍ଟିଆନ ମାନେ ରାମ ମନ୍ଦିରରେ […]

Continue Reading

କ’ଣ ମୁମ୍ବାଇ ମୀରା ରୋଡରେ ପ୍ରଭୁ ଶ୍ରୀରାମ ଭକ୍ତଙ୍କ ଶୋଭାଯାତ୍ରା ଉପରକୁ ଢେଲା ଫିଙ୍ଗିଥିବା ଅଭିଯୁକ୍ତଙ୍କୁ ପୋଲିସ ମାରୁଛି? ଜାଣନ୍ତୁ ସତ୍ୟ। 

କିଛି ଲୋକଙ୍କୁ ପୋଲିସ ମାଡ ମାରିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ସହିତ ଦାବି କରାଯାଉଛି ଯେ ମୀରା ରୋଡରେ ଦଙ୍ଗା କରିଥିବା ଦୁଷ୍କର୍ମକାରୀଙ୍କ ପାଇଁ ମୁମ୍ବାଇ ପୋଲିସ କଣ କରୁଛି ଏହି ଭିଡିଓରେ ଦେଖିବାକୁ ମିଳିବ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓର ମୀରା ରୋଡ଼ ହିଂସା ସହିତ କୌଣସି ସମ୍ବନ୍ଧ ନାହିଁ। ଏହା ୨୦୨୨ ମସିହାରେ ଉତ୍ତରପ୍ରଦେଶର ସାହାରନପୁର ହିଂସା ସମୟର […]

Continue Reading

ସାବରିମାଲା ମନ୍ଦିର ଭିଡ଼ ମଧ୍ୟରେ ପିଲାଟି ନିଜର ପିତାଙ୍କ ପାଇଁ କାନ୍ଦିବାର ଭିଡିଓ ସାମ୍ପ୍ରଦାୟିକ ମାମଲା ଦାବି ସହିତ ଭାଇରାଲ ହୋଇଛି। 

ନିଜ ପିତାଙ୍କୁ ଖୋଜିବା ପାଇଁ ପୋଲିସ ଭ୍ୟାନରେ କାନ୍ଦୁଥିବା ଏବଂ ଚିତ୍କାର କରୁଥିବା ଶିଶୁର ଏକ ହୃଦୟ ବିଦାରକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଅନୁଯାୟୀ, ଏହି ଭିଡିଓ ସାବରିମାଲା ମନ୍ଦିରରୁ ଆସିଛି, ଯେଉଁଠାରେ ଗତ ଏକ ସପ୍ତାହ ଧରି ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ ଦର୍ଶନ ପାଇଁ ଆସୁଛନ୍ତି। ପିଲାଟି ନିଜ ବାପା ଏବଂ ପରିବାରକୁ ଖୋଜିବା ପାଇଁ ଦୁଇ ହାତ ଯୋଡି ପୋଲିସ୍ କୁ ନିବେଦନ କରୁଥିବା ଦେଖିବାକୁ […]

Continue Reading

କ’ଣ ମନ୍ଦିରରେ ପୂଜା କରିବା ପାଇଁ ବର୍ତ୍ତମାନ ମୁସ୍ଲିମ ମାନଙ୍କୁ ସଂସ୍କୃତ ଭାଷାର ତାଲିମ ଦିଆ ଯାଉଛି? ଜାଣନ୍ତୁ ସତ୍ୟ। 

ଏକ ଶ୍ରେଣୀରେ କିଛି ମୁସ୍ଲିମ ଛାତ୍ର ମାନେ ସଂସ୍କୃତ ଶିକ୍ଷା ଗ୍ରହଣ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଶିକ୍ଷକ ଛାତ୍ର ମାନଙ୍କୁ ବିଭିନ୍ନ ଶ୍ଳୋକର ଅର୍ଥ ମଧ୍ୟ ପଚାରୁଛନ୍ତି ଏବଂ ଛାତ୍ର ମାନେ ତାହାର ଉତ୍ତର ଦେଉଛନ୍ତି।  ଦାବି କରା ଯାଉଛି ଯେ ମୁସ୍ଲିମ ଛାତ୍ର ମାନଙ୍କୁ ସଂସ୍କୃତ ଭାଷା ତାଲିମ ଦେଇ ସେମାନଙ୍କୁ କେରଳର ମନ୍ଦିରରେ ପୂଜା କରିବା ପାଇଁ ପ୍ରସ୍ତୁତ କରା ଯାଉଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ […]

Continue Reading

କ’ଣ କେରଳରେ ମୁସ୍ଲିମ ସମ୍ପ୍ରଦାୟ ଲୋକ ମାନେ ହିନ୍ଦୁଙ୍କ ଘର ଉପରେ ପଥର ଫିଙ୍ଗୁଛନ୍ତି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ଲୋକମାନେ ଲୋକଙ୍କ ଘର ଉପରେ ପଥର ଫିଙ୍ଗୁଠିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ଏହି ଘଟଣାଟି କେରଳର ଅଟେ। ସେଠିକାର ମୁସ୍ଲିମ ସମ୍ପ୍ରଦାୟ ଲୋକମାନେ ହିନ୍ଦୁଙ୍କ ଘର ଉପରେ ପଥର ଫିଙ୍ଗୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ୨୦୧୬ ମସିହାର ପୁରୁଣା ଭିଡିଓ ଅଟେ। ଦୁଇ ରାଜନୈତିକ ଦଳ ମଧ୍ୟରେ ଶତ୍ରୁତା ନେଇ […]

Continue Reading

କ’ଣ ହରିଦ୍ଵାରରେ ହିନ୍ଦୁ ମାନଙ୍କୁ ଅପଶବ୍ଦ କହୁଥିବା ବ୍ୟକ୍ତି ଜଣେ ମୁସ୍ଲିମ ବ୍ୟକ୍ତି ଅଟେ? ଜାଣନ୍ତୁ ସତ୍ୟ। 

ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି ଯେଉଁଥିରେ ଜଣେ ସାଧୁ ହିନ୍ଦୁ ସମ୍ପ୍ରଦାୟକୁ ଦୁର୍ବ୍ୟବହାର କରୁଛନ୍ତି। ଏହି ଭିଡିଓରେ ଦାବି କରା ଯାଉଛି ଯେ ଜଣେ ମୁସଲମାନ ବ୍ୟକ୍ତି ସାଧୁ ଭାବରେ ପରିଚିତ ହୋଇ ହରିଦ୍ୱାରର ହିନ୍ଦୁମାନଙ୍କୁ ଦୁର୍ବ୍ୟବହାର କରି ହିନ୍ଦୁମାନଙ୍କୁ ଅପଶବ୍ଦ କହୁଛନ୍ତି। ଭିଡିଓରେ ଏହି ବ୍ୟକ୍ତି କହୁଛି ଯେ ତାହାର ନାମ ଜାଭେଦ ହୁସସେନ୍ ଆଉ ସେ ହରିଦ୍ଵାରରେ ବିଖ୍ୟା ମାଗୁଛି। ସେ ଏହା ମଧ୍ୟ କହିଛି ଯେ ହରିଦ୍ଵାରରେ ଏପରି କୌଣସି […]

Continue Reading

କ’ଣ କେରଳ ରେ ଗୋଟିଏ ବସ୍ ରେ ଯାତ୍ରା କରୁଥିବା ମୁସ୍ଲିମ ମହିଳା ଯାତ୍ରୀ ମାନେ ଜଣେ ହିନ୍ଦୁ ମହିଳାଙ୍କୁ ବୁର୍ଖା ପିନ୍ଧିବା ପାଇଁ ବାଧ୍ୟ କରୁଛନ୍ତି? ଜାଣନ୍ତୁ ସତ୍ୟ। 

ଏକ ବସ୍‌ରେ ଯାତ୍ରା କରୁଥିବା ସମୟରେ ବୁର୍ଖା ପିନ୍ଧିଥିବା ଝିଅ ଏବଂ ବୃଦ୍ଧ ମହିଳାଙ୍କ ମଧ୍ୟରେ ଯୁକ୍ତିତର୍କର ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ପ୍ରଦାୟିକ ଦାବି ସହିତ ଭାଇରାଲ ହେଉଛି। ଉପଭୋକ୍ତାମାନେ ଦାବି କରିଛନ୍ତି ଯେ କେରଳର ମୁସଲମାନ ଝିଅ ମାନେ ବୁର୍ଖା ନ ପିନ୍ଧି ବସ୍‌ରେ ପ୍ରବେଶ କରିଥିବାରୁ ଜଣେ ବୃଦ୍ଧ ହିନ୍ଦୁ ମହିଳାଙ୍କୁ ଟାର୍ଗେଟ କରୁଛନ୍ତି ଏବଂ ବୁର୍ଖା ପିନ୍ଧିବାକୁ ବାଧ୍ୟ କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ଭ୍ରମାତ୍ମକ ବୋଲି ପାଇଲା। […]

Continue Reading

କ’ଣ ଭାରତ ମାତା କି ଜୟ କହିଥିବାରୁ ମୁସ୍ଲିମ ସମୁଦାୟ ଲୋକମାନେ ଜଣେ ବୟସ୍କ ଲୋକକୁ ମାରୁଛନ୍ତି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ବୟସ୍କ ଲୋକକୁ କିଛି ଲୋକମାନେ ମାଡ ମାରୁଥିବା ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ସେହି ବୟସ୍କ ଲୋକ ଭାରତ ମାତା କି ଜୟ କହିବା ପରେ ନିକଟରେ ଥିବା ଲୋକମାନେ ଏପରି ପ୍ରତିକ୍ରିୟା ଦେଇଛନ୍ତି। ଦାବି କରା ଯାଉଛି ଯେ ଭାରତ ମାତା କି ଜୟ କହିବା ପରେ ମୁସ୍ଲିମ ଲୋକମାନେ ଏପରି ମାରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ଭ୍ରମାତ୍ମକ ବୋଲି ପାଇଲା। ଏହା […]

Continue Reading

କ’ଣ’ କେରଲର ଲୁଲୁ ମଲ୍ ରେ ପାକିସ୍ତାନର ପତକା ଭାରତ ଠାରୁ ଉପରେ ଉତ୍ତୋଳନ କରା ଯାଇଥିଲା? ଜାଣନ୍ତୁ ସତ୍ୟ। 

ଅକ୍ଟୋବର ୫ ରେ କ୍ରିକେଟ୍ ବିଶ୍ୱକପ ୨୦୨୩ ଆରମ୍ଭ ହୋଇଥିଲା। ଏହା ପରେ କେରଳର କୋଚିରେ ସ୍ଥିତ ଲୁଲୁ ମଲରେ ଦଶଟି ବିଶ୍ୱକପ ଅଂଶଗ୍ରହଣକାରୀ ଦେଶର ପତକା ପ୍ରଦର୍ଶନ କରାଯାଇଥିଲା। ଏହି ସମୟରେ ସୋସିଆଲ ମିଡିଆରେ ପାକିସ୍ତାନ ପତାକା ଅନ୍ୟ ପତାକା ତୁଳନାରେ ଉପରେ ଥିବା ଫୋଟୋ ଭାଇରାଲ ହୋଇଛି। ଫୋଟୋରେ ଦର୍ଶାଯାଇଛି ଯେ ଅନ୍ୟ ପତକା ଉପରେ ପାକିସ୍ତାନ ପତକା ମଧ୍ୟ ପ୍ରଦର୍ଶିତ ହୋଇଛି।  ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରିଛନ୍ତି ଯେ, ଭାରତୀୟ […]

Continue Reading

ମୁସଲମାନ ମାନଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଗୋଟିଏ ବିଶେଷ ଟ୍ରେନର ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗ ସହିତ ଭାଇରାଲ କରା ଯାଉଛି। 

ସବୁଜ ରଙ୍ଗର ମସଜିଦ ଗମ୍ବୁଜ ଏବଂ ସୁବର୍ଣ୍ଣ ରଙ୍ଗର ପକ୍ଷୀମାନଙ୍କର ଡିଜାଇନ୍ ସହିତ ସଜାଯାଇଥିବା ଟ୍ରେନର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଏହି ଟ୍ରେନ୍ ହାଇଦ୍ରାବାଦ ରୁ ପଶ୍ଚିମବଙ୍ଗ ଯିବାର ନିଶ୍ଚିତ ହେଇଥିବା ସମୟରେ ମୁସଲମାନ ମାନେ ତାକେ ଏପରି ସଜାଇଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହି ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗ ସହିତ ଭାଇରାଲ କରି ଏକ ସାମ୍ପ୍ରାଦାୟିକ ରୂପ ଦିଆ ଯାଇଛି।  […]

Continue Reading

କ’ଣ ଚଣ୍ଡିଗଡ଼ର ଗୋଟିଏ ମୁସ୍ଲିମ ହୋଟେଲରେ ନାଳ ପାଣିରୁ ବିରିଆନୀ ରନ୍ଧା ହେଉଥିବା ବେଳେ ସେହି ହୋଟେଲ ମାଲିକ ଧରା ପଡିଛି? ଜାଣନ୍ତୁ ସତ୍ୟ। 

ନିକଟରେ ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଆପଣ ଦେଖିପାରିବେ କିଛି ଲୋକ ଜଣେ ବ୍ୟକ୍ତିଙ୍କ ସହିତ ଅସଦାଚରଣ କରୁଛନ୍ତି। ଦାବି କରା ଯାଉଛି ଯେ ହରିୟାଣାରେ ଅବସ୍ଥିତ ଶମା ବିରିୟାନି ଢାବା ଗଟର ପାଣି ବ୍ୟବହାର କରି ଖାଦ୍ୟ ରାନ୍ଧୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ଏହି ଘଟଣା ନାଳ ପାଣିରୁ ଖାଦ୍ୟ ରାନ୍ଧିବାନେଇ ହୋଇନଥିଲା। ହୋଟେଲ ମାଲିକ ନାଳ ପାଣିକୁ ରାସ୍ତାଉପରେ ଫିଙ୍ଗୁଠିବା ନେଇ ଏହି ସ୍ଥାନୀୟ […]

Continue Reading

କ’ଣ ପ୍ରକୃତରେ ଏହି ଭିଡିଓରେ ଜଣେ ମୁସ୍ଲିମ ବ୍ୟକ୍ତି ଜଣେ ହିନ୍ଦୁଙ୍କୁ ନିଜ ଅଞ୍ଚଳରୁ ଧକା ଦେଇ ବାହାର କରୁଛନ୍ତି? ଜାଣନ୍ତୁ ସତ୍ୟ। 

ସୋସିଆଲ ମିଡିଆରେ ଏକ ଭିଡିଓ ଦ୍ରୁତ ଗତିରେ ସେୟାର କରାଯାଉଛି, ଯେଉଁଥିରେ ଜଣେ ମୁସଲମାନ ଟୋପି ପିନ୍ଧିଥିବା ଜଣେ ବ୍ୟକ୍ତି ଭଗବା ସ୍କାର୍ଫ ପିନ୍ଧିଥିବା ବ୍ୟକ୍ତିଙ୍କ ସହ ଅସଦାଚରଣ କରୁଥିବା ଦେଖାଯାଉଛି। ଦାବି କରାଯାଉଛି ଯେ ଜଣେ ହିନ୍ଦୁ ଜଣେ ମୁସଲମାନ ଅଞ୍ଚଳରେ ଭଗବା ସ୍କାର୍ଫ ପିନ୍ଧି ଠିଆ ହୋଇଥିବାରୁ ତାଙ୍କୁ ମୁସ୍କିମ ବ୍ୟକ୍ତି ସେଠାରୁ ତାଙ୍କୁ ଠେଲି ବାହାର କରିବାର ଉଦ୍ଦ୍ୟୟମ କରୁଛନ୍ତି।  ଭାଇରାଲ ଭିଡିଓରେ ପ୍ରଥମ ମୁସଲମାନ ବ୍ୟକ୍ତି ଭଗବା କପଡା ପିନ୍ଧିଥିବା ବ୍ୟକ୍ତିଙ୍କୁ […]

Continue Reading

ଗୁରୁଗ୍ରାମରେ ଜଣେ ବାଳିକାକୁ ଛୁରୀରେ ହତ୍ୟା କରାଯାଇଥିବା ଭିଡିଓକୁ ସାମ୍ପ୍ରଦାୟିକ ଏବଂ ପ୍ରେମ୍ ଜିହାଦ ଦାବି ସହିତ ସେୟାର କରାଯାଉଛି।

ନିକଟରେ ଗୁରୁଗ୍ରାମରେ ଜଣେ 19 ବର୍ଷର ବାଳିକାକୁ ବାଳକ ଛୁରୀରେ ହତ୍ୟା କରିଥିଲା। ଏହି ଘଟଣାର ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଭିଡିଓରେ ଆମେ ଦେଖି ପାରିବା ଯେ ଗୋଟିଏ ଝିଅର ମୃତ ଶରୀରର ରାସ୍ତାରେ ପଡିଥିବା ସମୟରେ ସେହି ରାସ୍ତା ରକ୍ତାକ୍ତ ହୋଇଛି। ଆପଣ ମାନେ ଭିଡିଓରେ ଏହା ମଧ୍ୟ ଦେଖି ପାରିବେ ଯେ ଜଣେ ମହିଳା ଗୋଟିଏ ଯୁବକକୁ ମାଡ଼ ମାରୁଛନ୍ତି ଏବଂ ଅନେକ ଲୋକେ ସେଠାରେ ଠିଆ ହୋଇ ଘଟଣା ଦେଖୁଛନ୍ତି।  ଦାବି […]

Continue Reading

କ’ଣ ଜଣେ ମୁସ୍ଲିମ ଯୁବକ ଛୁରୀରେ ନିଜ ହିନ୍ଦୁ ପ୍ରେମିକାର ବେକ କାଟିବାର ଉଦ୍ଦ୍ୟୟମ କରୁଥିବା ସମୟରେ ଲୋକ ମାନେ ତାକୁ ଧରିଛନ୍ତି? କ’ଣ ଏହା ଲଭ୍ ଜିହାଡ ର ମାମଲା? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ଲୋକ ମାନେ ଜଣେ ଯୁବକଙ୍କୁ ମାରୁଛନ୍ତି ଏବଂ ପଚରାଉଚରା କରୁଛନ୍ତି ସେଠାରେ ଜଣେ ମହିଳା ଆହତ ଅବସ୍ଥାରେ ଉପସ୍ଥିତ ଅଛନ୍ତି। ଲୋକମାନେ ସେହି ଯୁବକ ଉପରେ ଯୁବତୀର ହତ୍ୟା ଉଦ୍ଦ୍ୟୟମର ଅଭିଯୋଗ ଲଗାଉଛନ୍ତି। ଯୁବତୀ ମଧ୍ୟ ସେଠାରେ ଉପସ୍ଥିତ ଲୋକଙ୍କୁ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ନକରିବା ପାଇଁ ଅନୁରୋଧ କରୁଛନ୍ତି।  ଦାବି କରା ଯାଉଛି ଯେ […]

Continue Reading

ଏହି ଭାଇରାଲ୍ ଭିଡିଓ 2019ର ଅଟେ, ଯେତେବେଳେ ମୃତକଙ୍କ ସମ୍ପର୍କୀୟମାନେ ଏକ ଦୁର୍ଘଟଣା ଉପରେ କ୍ରୋଧ ପ୍ରକାଶ କରିଥିଲେ…

ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି ଯେ ନିକଟରେ ମୌଲାନା ରାଜସ୍ଥାନର ବର୍ମର ସେଡୱା ଗ୍ରାମରେ ସମସ୍ତ ମୁସଲମାନମାନଙ୍କ ପାଇଁ ଫତୱା ଜାରି କରିଛନ୍ତି। ଯାହା ଅନୁଯାୟୀ ସେମାନେ ଜଟ୍, ଗୁଜରାଟ ଏବଂ ଚୌଧୁରୀଙ୍କ ଦୋକାନରୁ କୌଣସି ସାମଗ୍ରୀ କିଣିବା ଉଚିତ୍ ନୁହେଁ କିମ୍ବା ସେମାନଙ୍କ ଗାଡିରେ ବସିବା ଉଚିତ୍ ନୁହେଁ। ଭାଇରାଲ୍ ଭିଡିଓରେ ଜଣେ ମୁସଲମାନ ବ୍ୟକ୍ତି ଶୁଣିବାକୁ ମିଳେ ଯେ ଯଦି ଜଣେ ମୁସଲମାନର ହୃଦୟରେ ବିଶ୍ୱାସର ଶସ୍ୟ ରହିଯାଏ… .. ସେ […]

Continue Reading

କ’ଣ ଉତ୍ତରପ୍ରଦେଶର ଜଣେ ଦଳିତ ମହିଳା ୬ ଜଣ ମୁସ୍ଲିମ ଯୁବକଙ୍କ ହତ୍ୟା କରିଛନ୍ତି? ଜାଣନ୍ତୁ ସତ୍ୟ।

ୟୁପି ତକ୍ ଦ୍ଵାରା ପ୍ରକାଶିତ ଏକ ଖବରର ସ୍କ୍ରିନସଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଉତ୍ତରପ୍ରଦେଶର ବାବାତପୁରରେ ଜଣେ ହିନ୍ଦୁ ଦଲିତ ମହିଳା, ବଳାତ୍କାର ଓ ଧର୍ମ ପରିବର୍ତ୍ତନ ହେବାର ଧମକ ଦିଆଯିବା ପରେ ୬ ଜଣ ମୁସଲମାନ ଯୁବକଙ୍କ ବେକ କାଟି ହତ୍ୟା କରିଛି ଏବଂ ବର୍ତ୍ତମାନ ସେହି ମହିଳା ନିଖୋଜ ଅଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ପୋଲିସ କହିବା ଅନୁଯାୟୀ ଏପରି […]

Continue Reading

ବାଲେଶ୍ୱର ରେଳ ଦୁର୍ଘଟଣାରେ ମହମ୍ମଦ ଶରିଫ ଅଲି ନାମରେ କୌଣସି ବ୍ୟକ୍ତି ଶାମିଲ ନାହାନ୍ତି, ଏବଂ ଭାଇରାଲ ଫଟୋ 19 ବର୍ଷ ପୁରୁଣା ଅଟେ।

ଓଡ଼ିଶା ଟ୍ରେନ୍ ଦୁର୍ଘଟଣାରେ ସାମ୍ପ୍ରଦାୟିକ ରଙ୍ଗ ଦେଇ ସୋସିଆଲ ମିଡିଆରେ ଲୋକମାନେ ଏକ ପୋଷ୍ଟ ଶେୟାର କରି ଦାବି କରୁଛନ୍ତି ଯେ, ବାହାଙ୍ଗା ବଜାର ରେଳ ଷ୍ଟେସନର ଷ୍ଟେସନ ମାଷ୍ଟର ସରିଫ ଅଲି ନାମକ ଜଣେ ମୁସଲମାନ ଦୁର୍ଘଟଣାସ୍ଥଳରୁ ପଳାୟନ କରିଛନ୍ତି। ଓଡିଶାର ବାଲେଶ୍ୱର ଜିଲ୍ଲାରେ ଟ୍ରେନ୍ ଦୁର୍ଘଟଣାରେ 288 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 1000 ଜଣ ଆହତ ହୋଇଥିଲେ।  ଭାଇରାଲ ପୋଷ୍ଟରେ ଜଣେ ବ୍ୟକ୍ତିର ଫୋଟୋ ମଧ୍ୟ ପୋଷ୍ଟ କରାଯାଇଛି। ପୋଷ୍ଟକୁ ସାମ୍ପ୍ରଦାୟିକ ରଙ୍ଗ […]

Continue Reading

କଲମ୍ବିଆରେ ଘଟିଥିବା ଘଟଣାର ଭିଡିଓ ଜବଲପୁରରେ ହୋଇଥିବା ହତ୍ୟା ଦାବିରେ ଭାଇରାଲ କରାଯାଉଛି।

ଲଭ ଜିହାଦକୁ ସଂଯୋଗ କରୁଥିବା ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଏଥିରେ ଆପଣ ଝିଅକୁ ରକ୍ତରେ ଆଚ୍ଛାଦିତ ଦେଖିପାରିବେ। ଏହି ଭିଡିଓ ଜବଲପୁରର ବୋଲି ଦାବି କରାଯାଉଛି। ସେଠାରେ ଜଣେ ହିନ୍ଦୁ ଝିଅକୁ ତାଙ୍କ ମୁସଲମାନ ପ୍ରେମିକ ଦ୍ୱାରା ହତ୍ୟା କରିବାକୁ ଚେଷ୍ଟା କରାଯାଇଥିଲା। ପୋଲିସ ଓ ହୋଟେଲ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରିଥିଲେ। ଭାଇରାଲ ଭିଡିଓରେ ଲେଖାଯାଇଛି ଯେ, ଜବଲପୁର ରେ ମୁସଲମାନ ପୁଅ  ହିନ୍ଦୁ ଝିଅ କୁ ଫସେଇଲା ତାପରେ ଝିଅଟିର ଗଳାକାଟି  […]

Continue Reading

ଓଡିଶା ଟ୍ରେନ୍ ଦୁର୍ଘଟଣାରେ ସିବିଆଇ ଅଧିକାରୀମାନେ ନିର୍ଦ୍ଦୟ ଭାବରେ ଅଭିଯୁକ୍ତଙ୍କୁ ମାଡ ମାରୁଛନ୍ତି କି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଫୋଟୋ ଭାଇରାଲ ହରବାରେ ଲାଗିଛି ଯେଉଁଥିରେ ଜଣେ ବ୍ୟକ୍ତି ଉଲଗ୍ନ ଭାବରେ ଅବସ୍ଥାରେ ତଳେ ପଡି ରହିଛନ୍ତି ଏବଂ ଆଉ ଜଣେ ବ୍ୟକ୍ତି କାଠରେ ତାଙ୍କୁ ମାରୁଥିବା ଜଣା ପଡୁଛି। ଦାବି କର ଯାଉଛି ଯେ ନିକଟରେ ଓଡ଼ିଶାର ରେଳ ଦୁର୍ଘଟଣାର ମୁଖ୍ୟ ଅଭିଯୁକ୍ତ ଷ୍ଟେସନ୍ ମାଷ୍ଟର ମୋହମ୍ମଦ ଶରିଫଙ୍କୁ ସିବିଆଇ ମାଡ ମାରୁଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଏକ ପୁରୁଣା ଘଟନା […]

Continue Reading

ବାଂଲାଦେଶରେ ଅବସ୍ଥିତ ଏକ ମସଜିଦରେ କରାଯାଇଥିବା ଦାନର ଭିଡିଓ ଶିର୍ଡି ସାଇ ମନ୍ଦିର ନାମରେ ସେୟାର କରାଯାଉଛି।

ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କିଛି ଲୋକେ ଏକ ଧାର୍ମିକ ସ୍ଥଳରୁ ଦାନ ଦିଆ ଯାଇଥିବା ନଗଦ ଟଙ୍କା ବୋରୀ ମାନଙ୍କରେ ଭାରୁଛନ୍ତି ଏବଂ ତାକୁ ଗଣୁଛନ୍ତି। ଦାବି କରା ଯାଉଛି ଯେ ଏହି ଭିଡିଓ ଶିରଡି ସାଇ ମନ୍ଦିରର ଅଟେ ଯେଉଁଟା ମୁସ୍ଲିମ ମାନେ ବୋରୀ ରେ ଭରି ନେଉଛନ୍ତି।  କିନ୍ତୁ ଫ୍ଯାକ୍ତ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ ଶିରଡି ସାଇ ମନ୍ଦିରର ହେଇଥିବା ଦାବି […]

Continue Reading

କ’ଣ ଏହି ଭିଡିଓରେ କେରଳର ମୁସ୍ଲିମ ମାନେ ଜଣେ RSS ସମର୍ଥକ ହିନ୍ଦୁ ମହିଳାଙ୍କୁ ଗୁଳି କରି ହତ୍ୟା କରୁଛନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ ଅପରାଧ ଜଡିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆପଣ ମାନେ ଦେଖି ପାରିବେ ଯେ ବାଇକ୍ ରେ ଦୁଇ ବ୍ୟକ୍ତି ଏକ କାରକୁ ଅଟକାଉଛନ୍ତି ଏବଂ ସେହି କାରରୁ ଜଣେ ମହିଳାଙ୍କୁ ବାହାର କରି ଗୁଳି ମାରି ତାଙ୍କ ହତ୍ୟା କରୁଛନ୍ତି। ସେ ମଳୟାଲାମ ଭାଷାରେ କିଛି କହୁଛନ୍ତି ଏବଂ ଆରଏସଏସ ନାମ ମଧ୍ୟ ନେଉଛନ୍ତି।  ଦାବି କରା ଯାଉଛି ଯେ ଏହି ଘଟଣା କେରଳର ଅଟେ। ଏଥିରେ ଦୁଇ ମୁସ୍ଲିମ ବ୍ୟକ୍ତି […]

Continue Reading

କ’ଣ ଜଣେ ବ୍ୟକ୍ତି ବାଇକରେ ଗୋଟିଏ ଶବ ନେଉଥିବା ଫୋଟୋ ଭାରତର ଅଟେ? କ’ଣ ଏହା ଲଭ୍ ଜିହାଦର ଏକ ମାମଲା? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ବ୍ୟକ୍ତି ବାଇକରେ ଏକ ଶବ ନେଉଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହା ଏକ ଲଭ୍ ଜିହାଦ ମାମଲା ଯେଉଁଥିରେ ଜଣେ ମୁସଲମାନ ବ୍ୟକ୍ତି ଜଣେ ହିନ୍ଦୁ ମହିଳାଙ୍କ ହତ୍ୟା କରି ତାହାର ଶବକୁ ନେଉଥିବା ଜଣା ପାଡିଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଫୋଟୋର ଲଭ୍ ଜିହାଦ […]

Continue Reading

କ’ଣ ଏହା ଏକ ହିନ୍ଦୁ ମହିଳାଙ୍କ ଫୋଟୋ, ଯାହାର ମୁସଲମାନ ପ୍ରେମିକ ତାଙ୍କୁ ଏସିଡ୍ ବ୍ୟବହାର କରି ଆକ୍ରମଣ କରିଥିଲେ? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଲଭ୍-ଜିହାଦ ନାମରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳେ। ଏହି ପୋଷ୍ଟ ଏବଂ ଭିଡିଓରେ କେଉଁ ପରି ମୁସଲମାନ ମାନେ ହିନ୍ଦୁ ଝିଅ ମାନଙ୍କୁ ନିଜ ପ୍ରେମ ଜାଲରେ ଫସେଇ ତାଙ୍କ ହତ୍ୟା କିମ୍ବା ଯନ୍ତ୍ରଣା କରିଥାନ୍ତି ତାହା ଦାବି କରା ଯାଇଥାଏ।  ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଫୋଟୋ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହି ମହିଳା ଜଣେ ହିନ୍ଦୁ ଯାହାର ମୁସଲମାନ […]

Continue Reading

କ’ଣ ଏହି ଭିଡିଓ ବେଆଇନ୍ ଭାବରେ ଭାରତରେ ପ୍ରବେଶ କରିଥିବା କିଛି ରୋହିଙ୍ଗ୍ଯା ମୁସ୍ଲିମ ମାନଙ୍କର ଅଟେ ଯାହାକୁ ମହାରାଷ୍ଟ୍ର ପୋଲିସ ଗିରଫ କରିଛି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଅନେକ ନାବାଳକ ପୋଲିସ ଉପସ୍ଥିତିରେ ଟ୍ରକରୁ ଓହ୍ଲାଇଥିବାର ଦେଖିବାକୁ ମିଳିଛି। ଭିଡିଓ ସହିତ ଦାବି କରା ଯାଇଛି ଯେ ଏହି ପିଲାମାନ ହେଉଛନ୍ତି ରୋହିଙ୍ଗ୍ଯା ମୁସ୍ଲିମ ଏବଂ ତାଙ୍କୁ ପଶ୍ଚିମବଙ୍ଗ ଦେଇ ବେଆଇନ ଭାବେ ଭାରତରେ ପ୍ରବେଶ କରାଯାଇଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭିଡିଓରେ ଥିବା ବାଳକ ମାନେ ବିହାର ଏବଂ ପଶ୍ଚିମବଙ୍ଗର ବାସିନ୍ଦା ଯିଏ ଖରା ଛୁଟି […]

Continue Reading

କ’ଣ ଜଣେ ମୁସ୍ଲିମ ବ୍ୟକ୍ତି ମହିଳାଙ୍କ ସହିତ ଅଭଦ୍ର ଆଚାରନ କରିଥିବାରୁ କେରଳର ହିନ୍ଦୁ ମହିଳା ମାନେ ତାକୁ ମାରୁଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ମହିଳା ମାନେ ଜଣେ ବ୍ୟକ୍ତିକୁ ତାଙ୍କ କାରରୁ ଟାଣି ନେଉଥିବାର ନଜର ଆସିଛି। ଦାବି କରା ଯାଉଛି ଯେ ଏହି ଭିଡିଓରେ କିଛି ମହିଳା ମୁସଲମାନ ବ୍ୟକ୍ତିଙ୍କୁ ଦୁର୍ବ୍ୟବହାର ଓ ନିର୍ଯାତନା ଅଭିଯୋଗରେ ମାଡ ମାରୁଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ଦାବି ଅନୁଯାୟୀ, ମହିଳା ମାନେ ହିନ୍ଦୁ ସମ୍ପ୍ରଦାୟର ଅଟନ୍ତି ଏବଂ ସେମାନଙ୍କୁ ଶୋଷଣ କରୁଥିବା ବ୍ୟକ୍ତି ଜଣେ ମୁସଲମାନ ଅଟେ। କୁହାଯାଉଛି ଯେ […]

Continue Reading

କ’ଣ ଯନ୍ତର ମନ୍ତର ଆନ୍ଦୋଳନରେ ଯୋଗଦେବା ପାଇଁ ନକଲି ବିରୋଧକାରୀମାନେ ନିଜର ପୋଷାକ ବଦଳାଉଛନ୍ତି? ଜାଣନ୍ତୁ ସତ୍ୟ।

ଦିଲ୍ଲୀର ଯନ୍ତର ମନ୍ଥରରେ କୁସ୍ତି ଖେଳାଳିଙ୍କର ଆନ୍ଦୋଳନରେ ଯୋଗଦାନ ଦେବା ପାଇଁ ପଞ୍ଜାବର କୃଷକ ମାନେ ସେଠାରେ ପହଞ୍ଚିଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ମୁସ୍ଲିମ ବ୍ୟକ୍ତି ନିଜ ଟୋପି କାଢି ପାଗଢି ପିନ୍ଧୁଛନ୍ତି। ଏହା ସହିତର ଦାବି କରା ଯାଉଛି ଯେ କେଉଁ ପ୍ରକାର ନକଲି ଲୋକମାନେ କୃଷକ ଭେଷ ହୋଇ ଦିଲ୍ଲୀର ଯନ୍ତର ମନ୍ତରରେ କୁସ୍ତି ଖେଳାଳିଙ୍କ ସମର୍ଥନରେ ଆନ୍ଦୋଳନରେ ଯୋଗ ଦେବା ପାଇଁ […]

Continue Reading

କ’ଣ ଏହି ଭିଡିଓରେ ଜଣେ ମୁସଲିମ ବ୍ୟକ୍ତି ଏକ ବିବାହ ସମୟରେ ମହିଳାଙ୍କୁ ଶାଢି ପିନ୍ଧାଉଛନ୍ତି? ଜାଣନ୍ତୁ ସତ୍ୟ।

ଜଣେ ପୁରୁଷ ଗୋଟିଏ ମହିଳାଙ୍କୁ ଶାଢି ପିନ୍ଧାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଶାଢି ପିଢାଉଥିବା ବ୍ୟକ୍ତି ହେଉଛନ୍ତି ଜଣେ ମୁସ୍ଲିମ ଯିଏ ଗୋଟିଏ ହିନ୍ଦୁ ବିବାହ ସମୟରେ ମହିଳାଙ୍କୁ ଶାଢି ପିନ୍ଧାଉଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ବ୍ୟକ୍ତି ମୁସ୍ଲିମ ନୁହଁନ୍ତି ଏବଂ ଏହା କୌଣସି ହିନ୍ଦୁ ବିବାହ ଅବସରର ଭିଡିଓ ନୁହେଁ।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  […]

Continue Reading

ବୁର୍ଖା ପିନ୍ଧି ଶିଶୁକୁ ଅପହରଣ କରୁଥିବାର ଏକ ନାଟକୀୟ ଭିଡିଓକୁ ଅସଲି ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଚ୍ଗି ଯେଉଁଥିରେ ବୁର୍ଖା ପିନ୍ଧି ଜଣେ ବ୍ୟକ୍ତି ଗୋଟିଏ ଶିଶୁକୁ ଧରିଛି ଏବଂ ଅନ୍ୟ ଜଣେ ବ୍ୟକ୍ତି ତାହା ଉପରେ ଆକ୍ରମଣ କରୁଛି। ଦାବି କରା ଯାଉଛି ଯେ ବୁର୍ଖା ପିନ୍ଧି ଜଣେ ବ୍ୟକ୍ତି ପିଲା ଚୋରୀ କରୁଥିବା ସମୟରେ ଧାରା ପଡିଥିଲା।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ […]

Continue Reading

ବାଂଲାଦେଶର ରାସ୍ତାରେ ମୁସଲମାନ ମାନେ ନମାଜ ପଢୁଥିବା ଏକ ଫୋଟୋକୁ ଭାରତର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।

ରାସ୍ତା ଉପରେ ଲୋକଙ୍କ ଏକ ବିଶାଳ ସମୂହ ନମାଜ ପଢୁଥିବା ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଭାରତରେ ଏକ ସହରରେ ମୁସ୍ଲିମ ମାନେ ଏପରି ନମାଜ ପାଢୀ ଟ୍ରାଫିକ୍ ଅବରୋଧ କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଫୋଟୋ ବାଂଲାଦେଶର ଅଟେ।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି […]

Continue Reading

କ’ଣ ଏହା ଜଣେ ମୁସଲିମ ବୃଦ୍ଧ ଲୋକ ଏବଂ ଏକ ଯୁବତୀଙ୍କ ମଧ୍ୟରେ ହେଉଥିବା ବିବାହର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଜଣେ ବୃଦ୍ଧ ବ୍ୟକ୍ତି ଜଣେ ଯୁବତୀଙ୍କୁ ବିବାହ କରିଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ବ୍ୟକ୍ତି ଜଣକ ଜଣେ ମୁସଲିମ ଅଟନ୍ତି ଏବଂ ତାଙ୍କ ଧର୍ମରେ ଏପରି ମଧ୍ୟ ହୁଏ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଫୋଟୋ ଏକ ଭିଡିଓରୁ ନିଆ ଯାଇଛି ଯାହା ଏକ ମନୋରଞ୍ଜନ ପାଇଁ ପ୍ରସ୍ତୁତ କରା ଯାଇଥିଲା।  କ’ଣ ଦାବି […]

Continue Reading

କ’ଣ ତାମିଲନାଡୁ ରେ କିଛି ଅସାମାଜିକ ଗୁଣ୍ଡା ମାନେ ହିନ୍ଦୀରେ କଥା କହୁଥିବା ଲୋକମାନଙ୍କୁ ମାରିଦେଉଛନ୍ତି? ଜାଣନ୍ତୁ ସତ୍ୟ।

କିଛି ଦିନ ହେବ ଗଣମାଧ୍ୟମରେ ତାମିଲନାଡୁ ରେ ହିନ୍ଦୀ ଭାଷା କହୁଥିବା ବ୍ୟକ୍ତି ମାନଙ୍କ ଉପରେ ସ୍ଥାନୀୟ ଲୋକେ ଆକ୍ରମଣ କରୁଥିବା ଭିଡିଓ ଏବଂ ସମ୍ବାଦ ସାମନାକୁ ଆସୁଛି। ଜାଗ୍ରଣ ୱେବସାଇଟର ଏକ ରିପୋର୍ଟ ଅନୁଯାୟୀ, ତାମିଲନାଡୁରେ ପ୍ରବାସୀ ଶ୍ରମିକମାନେ ସ୍ଥାନୀୟ ଲୋକଙ୍କ ଆକ୍ରମଣର ସମ୍ମୁଖୀନ ହେଉଛନ୍ତି ଏବଂ ଏହି ଆକ୍ରମଣରେ କେତେକଙ୍କର ମୃତ୍ୟୁ ମଧ୍ୟ ହୋଇଛି। ପରବର୍ତ୍ତୀ ସମୟରେ ଏହି ଘଟଣା ନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ଏହା ମଧ୍ୟରୁ ନେକ […]

Continue Reading

କ’ଣ ଛତ୍ତିଶଗଡର ଗୋଟିଏ ହିନ୍ଦୁ ଚଣ୍ଡୀ ମନ୍ଦିରରେ ୱାକ୍ଫ ବୋର୍ଡ ଇସଲାମିକ ପତାକା ଉତ୍ତୋଳନ କରିଛି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଏକ ମନ୍ଦିରର ଫୋଟୋ ଭାଇରାଲ ହେଉଛି। ଏହି ଭାଇରାଲ୍ ଫୋଟୋରେ, “୭୮୬” ଲେଖାଥିବା ସବୁଜ କପଡା ମୂର୍ତ୍ତି ଉପରେ ଦେଖିବାକୁ ମିଳିଛି। କୁହାଯାଉଛି ଯେ ଭାଇରାଲ ଫୋଟୋ ଛତିଶଗଡରେ ଅବସ୍ଥିତ ମା ଚଣ୍ଡୀ ଦେବୀଙ୍କ ମନ୍ଦିରର ଅଟେ। ସୋସିଆଲ ମିଡିଆରେ ଲୋକମାନେ ଏହି ଫୋଟୋ ସେୟାର କରି ଦାବି କରୁଛନ୍ତି ଯେ ୱାକଫ ବୋର୍ଡ ଏହି ମା ଚାଣ୍ଡି ଦେବୀ ମନ୍ଦିରର ସମ୍ପତ୍ତିରେ ନିଜର ଅଂଶ ଦାବି କରିଛି। ଚଣ୍ଡୀ ମଦିରରେ ନିଜର ମାଲିକାନା […]

Continue Reading

କ’ଣ ଭିଡିଓରେ ପାକିସ୍ତାନର ଜଣେ ହିନ୍ଦୁ ବିଧାୟକ ନାବାଳକଙ୍କ ଧର୍ମ ପରିବର୍ତ୍ତନ ନେଇ ସରକାର ଉପରେ ଅଭିଯୋଗ ଲଗାଉଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ଏକ ସଂସଦ ରେ ଜଣେ ବ୍ୟକ୍ତିଙ୍କ ଭାଷଣ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସାଂସଦ କହୁଛନ୍ତି ଯେ ପାକିସ୍ତାନରେ ୧୫ ବର୍ଷରୁ କମ୍ ବୟସ ପିଲା ମାନଙ୍କ ଜବରଦସ୍ତ ଧର୍ମ ପରିବର୍ତ୍ତନ କରା ଯାଉଛି ଏବଂ ପୋଲିସ ନିକଟରେ ଅଭିଯୋଗ କରିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉଆ ନାହିଁ।  ଦାବି କରା ଯାଉଛି ଯେ ଏହା ପାକିସ୍ତାନରେ ହିନ୍ଦୁ ମାନଙ୍କର ଅବସ୍ଥା। ପାକିସ୍ତାନର ଜଣେ ହିନ୍ଦୁ ବିଧାୟକ ସଂସଦରେ ଏହି ଅଭିଯୋଗ […]

Continue Reading

କ’ଣ ପୋଖରୀରେ ଗାଧୋଇବାକୁ ଯାଇଥିବା ଜଣେ ଦଳିତ ମହିଳାଙ୍କୁ ଉତ୍ତରପ୍ରଦେଶର ଉଚ୍ଚ ଜାତି ଲୋକେ ଅତ୍ୟାଚାର କରୁଛନ୍ତି? ଜାଣନ୍ତୁ ସତ୍ୟ।

ଜଣେ ମହିଳାଙ୍କୁ ଦୁଇଜଣ ପୁରୁଷଙ୍କ ନିର୍ଯାତନା କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ପଭାଇରାଲ ହେଉଛି। ଦାବି କରା ଯାଇଛି ଯେ ଏହି ଭିଡିଓରେ ଜଣେ ଦଳିତ ମହିଳା ଗାଧୋଇବା ପାଇଁ ନଦୀ ଜଳ ବ୍ୟବହାର କରିଥିବାରୁ ତାଙ୍କ ଉପରେ ଅତି ନିର୍ମମ ଭାବେ ଅତ୍ୟାଚାର କରା ଯାଉଛି। କିଛି ଲୋକ ଏହା ଉତ୍ତରପ୍ରଦେଶର ଘଟଣା ବୋଲି କହି ଭିଡିଓ ସେୟାର କରିଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ […]

Continue Reading

କ’ଣ କ୍ରିଷ୍ଟିୟାନ ମିଶନାରୀ ମାନେ ମେଘାଳୟରେ ହିନ୍ଦୁ ମାନଙ୍କୁ ମାରୁଛନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ ଖ୍ରୀଷ୍ଟମାସ ଏବଂ ନବ ବର୍ଷ ବଦଳରେ ତୁଲସୀ ଦିବସ ଏବଂ ହିନ୍ଦୁ ନବ ବର୍ଷ ପାଳନ କରିବା ନେଇ ଅନେକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି।  ଏହା ମଧ୍ୟରେ ସୋସିଆଲ ମିଡିଆରେ ଏକ ବିଶାଳ ରେଲିର ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ରେଲି ସମୟରେ କିଛି ଲୋକେ ରାସ୍ତାରେ ଛିଡା ହୋଇଥିବା ଲୋକଙ୍କୁ ମାରୁଛନ୍ତି। ଦାବି କରା ଯାଉଛି ଯେ କ୍ରିଷ୍ଟିୟାନ ମିଶନାରୀ ମାନେ ମେଘାଳୟରେ ବଡଦିନ […]

Continue Reading

ଶ୍ରଦ୍ଧା ହତ୍ୟା କାଣ୍ଡରେ ସମର୍ଥନ କରୁଥିବା ଏହି ବ୍ୟକ୍ତି ରସିଦ ଖାନ ନାହିଁ ବିକାଶ କୁମାର ଅଟେ। ଜାଣନ୍ତୁ ସତ୍ୟତା।

ଶ୍ରଦ୍ଧା ହତ୍ୟା ମାମଲାରେ ବର୍ତ୍ତମାନ ଏକ 55 ସେକେଣ୍ଡର ଏକ ଭିଭିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ବ୍ୟକ୍ତିଙ୍କ 55 ସେକେଣ୍ଡର ଭିଡିଓରେ ଯୁବକମାନେ ହତ୍ୟାକୁ ଯଥାର୍ଥ ବୋଲି ଦେଖିପାରିବେ। ସୋସିଆଲ ମିଡିଆରେ କିଛି ଉପଭୋକ୍ତା ମୁସଲମାନମାନଙ୍କ ବିରୁଦ୍ଧରେ ପ୍ରଚାର ଏବଂ ଘୃଣା ପ୍ରଚାର କରିବା ଉଦ୍ଦେଶ୍ୟରେ ଏହି ଭିଡିଓକୁ ଭାଇରାଲ କରୁଛନ୍ତି। ଭିଡିଓରେ ଯୁବକ ଜଣକ ତାଙ୍କ ନାମ ରସିଦ ବୋଲି କହୁଛନ୍ତି। Debasish Grahacharya ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ […]

Continue Reading

କ’ଣ ଭିଡିଓରେ ଜଣେ ମୁସ୍ଲିମ ଲୋକ ମିଠାରେ ପରିସ୍ରା କରୁଛି? ଜାଣନ୍ତୁ ସତ୍ୟ।

ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଆପଣ ଗୁଲାବ ଜାମୁନ ନିକଟରେ ଠିଆ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଦେଖିପାରିବେ। ଦାବି କରା ଯାଉଛି ଯେ ଏହି ବ୍ୟକ୍ତି ମିଠା ରେ ପରିସ୍ରା କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କୃସେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଅସଲି ଭିଡିଓରେ ବ୍ୟକ୍ତି ମିଠାରେ ପରିସ୍ରା କରୁ ନାହାଁନ୍ତି, ବରଂ ବୋତଲରୁ ପାଣି ଢାଲୁଛନ୍ତି।  କ’ଣ ଦାବି କରା ଯାଇଛି ପୋଷ୍ଟରେ? ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ଯ୍ବହାରକାରୀ […]

Continue Reading

କ’ଣ ଜଣେ ମୁସଲମାନ ଶିଶୁ ଦ୍ଵାରା ଖଣ୍ଡାରେ ଭାରତୀୟ ଜାତୀୟ ପତକାକୁ ଖଣ୍ଡ କରିବା ଭିଡିଓ ଭାରତର ଅଟେ? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ନାବାଳକ ଶିଶୁ ଖଣ୍ଡାରେ ଭାରତୀୟ ଜାତୀୟ ପତକାକୁ ଦୁଇ ଖଣ୍ଡ କରି ଦେଉଛି। ଦାବି ଅନୁଯାୟୀ ଏହି ଭିଡିଓ ଭାରତର ଅଟେ ଏବଂ ସଂଖ୍ୟାଲଘୁ ମୁସ୍ଲିମ ସମ୍ପ୍ରଦାୟ ଶିଶୁ ମାନଙ୍କୁ ଏପରି ଶିକ୍ଷା ଦିଆ ଯାଉଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ ଭାରତର ନୁହେଁ ବରଂ ପାକିସ୍ତାନର ଗୋଟିଏ ବିଦ୍ୟାଳୟର ଅଟେ। କ’ଣ ଦାବି କରା […]

Continue Reading

କ’ଣ ଭିଡିଓରେ ଜଣେ ପିତା ନିଜ ଝିଅକୁ ଗୋଟିଏ ମୁସ୍ଲିମ ପିଲା ସହିତ ବିବାହ ନକରିବା ପାଇଁ ଅନୁରୋଧ କରୁଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଲଭ୍-ଜିହାଦ ନାମରେ ସମୟ-ସମୟରେ ଫୋଟୋ ଏବଂ ଭିଡିଓ ଭାଇରାଲ ହେଉଥାଏ। ଫ୍ୟାକ୍ଟ କ୍ରିଷେଣ୍ଡୋ ଅତୀତରେ ମଧ୍ୟ ଲଭ୍-ଜିହାଦ ନାମରେ ଭାଇରାଲ ହେଉଥିବା ଦାବିକୁ ଖଣ୍ଡନ କରିଛି।  ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଆପଣ ମାନେ ଦେଖି ପାରିବେ ଯେ ଜଣେ ବୟସ୍କ ଲୋକ ଜଣେ ଯୁବତୀଙ୍କ ପାଦରେ ନିଜ ପଗଡି ରଖି କିଛି ଅନୁରୋଧ କରୁଛନ୍ତି। ଭିଡିଓ ସହିତ ଦାବି କରା ଯାଉଛି ଯେ ରାଜସ୍ଥାନରେ […]

Continue Reading

କ’ଣ ନିକଟରେ ଦିଲ୍ଲୀରେ କିଛି ମୁସଲିମ ସମ୍ପ୍ରଦାୟର ପୁଅମାନେ ଜଣେ ହିନ୍ଦୁ ନାବାଳକର ହତ୍ୟା କରିଛନ୍ତି? ଜାଣନ୍ତୁ ସତ୍ୟ।

ଦୁଇଜଣ ପୁଅ ଅନ୍ୟ ଜଣେ ବାଳକକୁ ଛୁରାମାଡ଼ କରୁଥିବା ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓ ସହିତ କ୍ୟାପସନରେ ଲେଖା ଅଛି, “ଯେତେବେଳେ ସେହି ପୁଅ ନିଜ ଭଉଣୀର ନିର୍ଯାତନାକୁ ବିରୋଧ କରିଥିଲା, ମୁସଲମାନ ସମ୍ପ୍ରଦାୟର ପୁଅମାନେ ଜଣେ ହିନ୍ଦୁ ବାଳକକୁ ଛୁରୀରେ ହତ୍ୟା କରିଥିଲେ”। କିନ୍ତୁ, ଫ୍ୟାକ୍ଟ କ୍ରେସେଣ୍ଡୋ ଏହି ଦାବିକୁ ମିଥ୍ୟା ବୋଲି କହିଛି। ଉଭୟ ଅଭିଯୁକ୍ତ ଏବଂ ପୀଡିତା ସମାନ ସମ୍ପ୍ରଦାୟର ଥିଲେ। କ’ଣ ଦାବି କରା ଯାଇଛି ଏହି […]

Continue Reading

ଗୁରୁଗ୍ରାମରେ ଏକ ସୁଟକେସରେ ମିଳିଥିବା ମହିଳା ଶବ ମଡର କେଶରେ ସାମ୍ପ୍ରଦାୟିକ କୋଣ ନାହିଁ ।

ସୋସିଆଲ ମିଡିଆରେ 53 ସେକେଣ୍ଡର ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ପୋଲିସ କର୍ମଚାରୀମାନେ ରାସ୍ତା କଡ଼ରେ ପଡ଼ିଥିବା ଏକ ସୁଟକେସରେ ମୃତ ଦେହକୁ ଯାଞ୍ଚ କରୁଛନ୍ତି। ଭିଡିଓ ସହିତ ଦାବି ହେଉଛି ଯେ ଏହା ଗୁରୁଗ୍ରାମରେ ପ୍ରେମ ଜିହାଦର ଏକ ମାମଲା। Debasish Grahacharya ନାମକ ଜଣେ ଫେସବୁକ ୟୂଜର ଭାଇରାଲ ଭିଡିଓ ପୋଷଶ୍ଟ କରି ଲେଖିଛନ୍ତି ଯେ, ଆଉ ଗୋଟେ ହିନ୍ଦୁ ଝିଅ 👉 ମୁସଲମାନ ଦ୍ୱାରା ଲଭ ଜିହାଦ ଓ ହତ୍ୟା ର […]

Continue Reading

କାନପୁରରେ ପୋଲିସ ଉପରକୁ ପଥର ଫିଙ୍ଗିଥିବା ଯୁବକମାନେ ମୁସଲମାନ ନଥିଲେ; ମିଥ୍ୟା ସାମ୍ପ୍ରଦାୟିକ ଦାବି ସହିତ ଏହି ଭିଡିଓ ଭାଇରାଲ୍ କରା ଯାଉଛି। 

ଇଣ୍ଟର୍ନେଟ୍ ରେ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଆପଣ ଦେଖିପାରିବେ ପୋଲିସ୍ ଘର ଛାତ ଉପରେ କିଛି ଯୁବକଙ୍କୁ ପିଟୁଛନ୍ତି। ଦାବି କରା ଯାଇଛି ଯେ କାନପୁରରେ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ କିଛି ମୁସଲମାନ ଲୋକେ ତାଙ୍କ ଉପରକୁ ପଥର ଫିଙ୍ଗିଥିଲେ। ଏହି କାରଣରୁ ପୋଲିସ ତାଙ୍କୁ ମାଡ ମାରିଥିଲା। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ପୋଲିସ ଉପରକୁ ପଥର ଫିଙ୍ଗୁଠିବା ଲୋକେ ମୁସ୍ଲିମ ସମ୍ପ୍ରଦାୟର ନୁହଁନ୍ତି।  କ’ଣ […]

Continue Reading

ଜମି ବିବବାଦକୁ ନେଇ ମୁସଲମାନ ମହିଳାଙ୍କ ଉପରେ ନିର୍ଯାତନାର ଭିଡିଓକୁ ପାକିସ୍ତାନରେ ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାର ଦାବି ସହିତ ଭାଇରାଲ ହେଉଛି। 

ଜଣେ ମହିଳାଙ୍କୁ ଗୋଟିଏ ଲୋକ ତାଙ୍କ ବାଲ ଧରି ଘୋଷାଡିକି ନେଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଅନ୍ୟ ଲୋକ ମାନେ ମଧ୍ୟ ଆସି ସେହି ମହିଳାଙ୍କୁ ମାରୁଛନ୍ତି ଏବଂ ତାଙ୍କ ଉପରେ ଅତ୍ୟାଚାର କରୁଛନ୍ତି।  ଭିଡିଓ ସହିତ ଦାବି କରା ଯାଇଛି ଯେ ମହିଳା ଜଣକ ଜଣେ ପାକିସ୍ତାନୀ ହିନ୍ଦୁ ଯାହା ଉପରେ ସେଠିକାର ମୁସଲମାନ ମାନେ ଏପରି ଅତ୍ୟାଚାର କରୁଛନ୍ତି।  କ’ଣ କୁହା ଯାଇଛି ପୋଷ୍ଟରେ?  […]

Continue Reading

କ’ଣ ଜଣେ ଇରାନୀ ଯୁବକ ମକ୍କା ଧର୍ମପୀଠରେ ଦୁଧ ଢାଳି କହୁଛି ଯେ ତାଙ୍କର ପୂର୍ବଜ ହିନ୍ଦୁ ଥିଲେ? ଜାଣନ୍ତୁ ସତ୍ୟ। 

ସୋସିଆଲ ମିଡିଆରେ ବର୍ତ୍ତମାନ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ମୁସଲମାନ ମାନଙ୍କ ଧର୍ମପୀଠ ମକ୍କାର ଅଟେ। ଭିଡିଓରେ ଦେଖିବାକୁ ମିଳିଛିଜେ ଲୋକଙ୍କ ଏକ ବିଶାଳ ସମାଗମ ମକ୍କା ପରିଦର୍ଶନ କରୁଥିବା ସମୟରେ ଜଣେ ବ୍ୟକ୍ତି ସେଠାରେ କିଛି ଢାଳିଛନ୍ତି। ଏହା ପରେ ଲୋକେ ତାଙ୍କୁ ଅଟକାଇବା ସହିତ ପୋଲିସ ମଧ୍ୟ ହସ୍ତକ୍ଷେପ କରୁଛି।  ଦାବି ଅନୁଯାୟୀ ଭିଡିଓରେ ଥିବା ବ୍ୟକ୍ତି ଜଣେ ଇରାନୀ ଯୁବକ ଯେ ମକ୍କାରେ ଦୁଧ ଢାଳି କହୁଛି ଯେ […]

Continue Reading

କ’ଣ ମୁସ୍ଲିମ ବ୍ୟକ୍ତି ତ୍ରିରଙ୍ଗାକୁ ଅସମ୍ମାନ କରୁଛନ୍ତି? ଭାଇରାଲ ଭିଡିଓ ସ୍କ୍ରିପଟେଡ . . 

ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି ଯେଉଁଥିରେ ଗାଡିରେ ଭାରତୀୟ ପତାକା ପ୍ରଦର୍ଶନକୁ ବିରୋଧ କରୁଥିବା ଜଣେ ମୁସଲମାନ ବ୍ୟକ୍ତିଙ୍କୁ ଦେଖାଯାଉଛନ୍ତି। ଏହି ଭିଡିଓରେ ଜଣେ ମୁସଲମାନ ବ୍ୟକ୍ତି ହିନ୍ଦୁ ଯୁବକମାନଙ୍କ ସହ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳୁଛି ଯେ ଆପଣ ମୋ ଗାଡ଼ିରେ ଜାତୀୟ ପତାକା ଲଗାଅ ନାହିଁ। ଏହାର ମୁଁ ବିରୋଧ କରୁଛି।  Purna Chandra Mishra ନାମକ ଜଣେ ବ୍ୟକ୍ତି ଭାଇରାଲ ଭିଡ଼ିଓ ପୋଷ୍ଟ କରି ଲେଖିଛନ୍ତି ଯେ, ହିନ୍ଦୁସ୍ତାନ୍ ଜିନ୍ଦାବାଦ୍ […]

Continue Reading

କ’ଣ ଭିଡିଓରେ ଥିବା ବାଳକ ରାଜସ୍ଥାନର ସେହି ଦଳିତ ଛାତ୍ର ଯିଏ ଶିକ୍ଷକଙ୍କ ମାଡ଼ କାରଣରୁ ନିଜ ପ୍ରାଣ ହରାଇଛି? ଜାଣନ୍ତୁ ସତ୍ୟ। 

ରାଜସ୍ଥାନର ଜାଲୋର ଜିଲ୍ଲାର ସାୟଲା ପୋଲିସ ଥାନା ଅଞ୍ଚଳରେ ଜଣେ ଦଳିତ ଛାତ୍ରର ମୃତ୍ୟୁକୁ ନେଇ ରାଜ୍ୟରେ ରାଜନୀତି ତୀବ୍ର ହୋଇଛି। ଏହି ଘଟଣା ପରେ ସୋସିଆଲ ମିଡିଆରେ ଏହି ଖବର ସମ୍ବନ୍ଧୀୟ ବିଭିନ୍ନ ଦାବି ସହିତ ଅନେକ ପୋଷ୍ଟ ଏବଂ ଭିଡିଓ ଦେଖିବାକୁ ମିଳିଛି।  ସୋସିଆଲ ମିଡିଆରେ ଏକ ଶିଶୁର ଭିଡିଓ ଭାଇରାଲ କରି ଦାବି କରା ଯାଉଛି ଯେ ମାଠିଆରୁ ପାଣି ପିଥିବାରୁ ଶିଶୁଟିକୁ ମାରି ତାହାର ହତ୍ୟା କରି ଦିଆ ଯାଇଛି।  କ’ଣ […]

Continue Reading

ଆସାମର ଏକ ବିଦ୍ୟାଳୟରେ ଅଜାନ ପଢୁଥିବା ଏହି ଭିଡିଓକୁ ଝାରଖଣ୍ଡର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି। 

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ବିଦ୍ୟାଳୟରେ କିଛି ଛାତ୍ରଛାତ୍ରୀ ମାନେ ଅଜାନ ପଢୁଥିବା ଦେଖିବାକୁ ମିଳିଛି। ଭିଡିଓ ଭାଇରାଲ କରି ଦାବି କରା ଯାଇଛି ଯେ ଏହି ଘଟଣା ଝାରଖଣ୍ଡ ରାଜ୍ୟର ଅଟେ।  ଭିଡିଓରେ କୁହା ଯାଇଛି ଯେ ଝାରଖଣ୍ଡର ଏକ ଗାଁରେ ମୁସଲିମ ଜନସଂଖ୍ୟା ୭୫% ହେଇଥିବା କାରଣରୁ ସେଠିକାର ବିଦ୍ୟାଳୟ ଗୁଡ଼ିକରେ ହିନ୍ଦୁ ଛାତ୍ରଛାତ୍ରୀ ମାନଙ୍କୁ ଜବରଦସ୍ତି ଅଜାନ ପଢାଇବା ପାଇଁ କୁହା ଯାଉଛି। ଦେଶରେ ଇସ୍ଲାମିକ ରାଜ୍ୟ […]

Continue Reading

କ’ଣ ଜଣେ ମୁସ୍ଲିମ ଜିମ୍ ଟ୍ରେନର ମହିଳାଙ୍କ ସହିତ ଦୁର୍ବ୍ୟବହାର କରି ଜିମ୍ ଜିହାଦ କରୁଛନ୍ତି? ଜାଣନ୍ତୁ ସତ୍ୟ। 

ସୋସିଆଲ ମିଡିଆରେ ଜଣେ ଜିମ୍ ଟ୍ରେନର ଏବଂ ଏକ ମହିଳାଙ୍କ ଏକ ପୁରୁଣା ଫୋଟୋ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଇଛି ଯେ ଏହି ଜିମ୍ ଟ୍ରେନର ଜଣେ ମୁଆଲ୍ମାନ ଅଟନ୍ତି ଯିଏ ଫୋଟୋରେ ଥିବା ମହିଳାଙ୍କୁ ଭୁଲ ଭାବରେ ସ୍ପର୍ଶ କରୁଛନ୍ତି। ଏହା ସହିତ ଦାବି କରା ଯାଇଛି ଯେ ମୁସ୍ଲିମ ମାନେ ଟ୍ରେନର ହେବା ତାଲିମ ନେଇ ବର୍ତ୍ତମାନ ଜିମ୍ ଜିହାଦ ଆରମ୍ଭ କରିଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି […]

Continue Reading

କ’ଣ କେରଳରେ ମୁସ୍ଲିମ ମାନେ ଭାରତର ଜାତୀୟ ପତକାର ଅପମାନ କରୁଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଲା ମିଡିଆରେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ରାସ୍ତା ଉପରେ ରଖା ଯାଇଥିବା ଭାରତର ଜାତୀୟ ପତକା ଉପରେ କିଛି ଗାଡ଼ି ଯାଉଥିବା ଦେଖିବାକୁ ମିଳିଛି। ଏହା ସହିତ କିଛି ଲୋକେ ପାକିସ୍ତାନର ପତକା ମଧ୍ୟ ଧରିଥିବା ଦେଖା ଯାଉଛନ୍ତି। ପୋଷ୍ଟ ଦାବି ଅନୁଯାୟୀ ଏହି ଭିଡିଓ କେରଳର ଅଟେ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଅନୁସନ୍ଧାନ ପରେ ଆମେ ଜାଣିବାକୁ ପାଇଲୁ ଯେ ଏହି ଭିଡିଓ ପାକିସ୍ତାନର […]

Continue Reading

କ’ଣ କୃଷ୍ଣ ମନ୍ଦିରର ଗୀତା ଉପଦେଶ ସ୍ଥାନରେ ଜବରଦସ୍ତି ମୁସଲିମ ମାନଙ୍କ ମଜାର ସ୍ଥାପନା କରା ଯାଇଛି? ଜାଣନ୍ତୁ ସତ୍ୟ। 

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଆପଣ ମାନେ ଜଣେ ବ୍ୟକ୍ତିଙ୍କୁ କହୁଥିବା ଶୁଣିବାକୁ ପାଇବେ ଯେ ସେ କୁରୁକ୍ଷେତ୍ରର ଏକ ମନ୍ଦିରରେ ଅଛନ୍ତି ଯେଉଁଠାରେ ଭଗବାନ କୃଷ୍ଣ ଅର୍ଜୁନଙ୍କୁ ଗୀତା ଉପଦେଶ ଦେଇଥିଲେ। ଭିଡିଓରେ ସେହି ବ୍ୟକ୍ତି ମନ୍ଦିରର ବିଭିନ୍ନ ସ୍ଥାନ ଦେଖାଇଛନ୍ତି ଏବଂ ସେଠାରେ ଥିବା ଏକ ମଜାର ପରି ଦେଖା ଯାଉଥିବା ଗଠନକୁ ମଧ୍ୟ ଦେଖାଇଛନ୍ତି। ଭିଡିଓ ମାଧ୍ୟମରେ ସେ ଦାବି କରିଛନ୍ତି ଯେ ମନ୍ଦିର ପରିସରରେ ଏକ ମଜାର […]

Continue Reading

କ’ଣ ଲାଉଡ ସ୍ପିକର ଲଗାଇ ପ୍ୟାରିସର ରାସ୍ତାରେ ମୁସଲମାନ ମାନେ ନମାଜ ପଢୁଥିବା ସମୟରେ ସ୍ଥାନୀୟ ଲୋକ ମାନେ ତାଙ୍କ ବିରୋଧ କରୁଛନ୍ତି? ଜାଣନ୍ତୁ ସତ୍ୟ। 

ମସଜିଦରେ ଲାଉଡ ସ୍ପିକର ବ୍ୟବହାର କରି ନମାଜ ପଢିବା ବିରୁଦ୍ଧରେ ଭାରତରେ ଅନେକ ସ୍ଥାନରେ ବିରୋଧ ହେଇଛି। ମହାରାଷ୍ଟ୍ର ନବନିର୍ମାଣ ସେନା ଦଳ ସଭାପତି ରାଜ ଠାକରେ ନମାଜ ପଢିବା ପାଇଁ ଲାଉଡ ସ୍ପିକର ବ୍ୟବହାର କରୁଥିବାରୁ ସରକାରକୁ ଚେତାବନୀ ମଧ୍ୟ ଦେଇଛନ୍ତି।  ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ କିଛି ମୁସ୍ଲିମ ସମ୍ପ୍ରଦାୟ ଲୋକେ ରାସ୍ତାରେ ନମାଜ ପଡ଼ୁଛନ୍ତି। ସେହି ସମୟରେ ସ୍ଥାନୀୟ ଲୋକ ମାନେ ତାଙ୍କ ବିରୋଧ କରୁଥିବା […]

Continue Reading

ବାଂଲାଦେଶରେ ମୁସଲମାନ ମାନେ ରାସ୍ତାରେ ନମାଜ ପଢୁଥିବାର ଏକ ପୁରୁଣା ଫୋଟୋକୁ ମୁମ୍ବଇର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି। 

ଦେଶରେ ମସ୍ଜିଦରେ ଲାଉଡସ୍ପିକର ଲାଗିଥିବା ବିବାଦ ମଧ୍ୟରେ ମୁସଲମାନ ମାନେ କିଛି ଦିନ ପୂର୍ବରୁ ତାଙ୍କ ପର୍ବ ଇଦ୍ ପାଳନ କରିଥିଲେ। ବର୍ତ୍ତମାନ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ମୁମ୍ବଇରେ ମୁସଲମାନ ମାନେ ରାସ୍ତା ଅବରୋଧ କରି ନମାଜ ପଢୁଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଫୋଟୋ ବାଂଲାଦେଶର ଅଟେ ଏବଂ ଏହାର ମୁମ୍ବଇ କିମ୍ବା ଭାରତର ଅନ୍ୟ କୌଣସି ସହର […]

Continue Reading

ଲାଉଡସ୍ପିକର ବ୍ୟାନ ପରେ ପଶ୍ଚିମବଙ୍ଗର ଏକ ପୁରୁଣା ଭିଡିଓକୁ ମୁମ୍ବଇର ରାସ୍ତାରେ ମୁସଲମାନ ମାନେ ନମାଜ ପଢୁଥିବା ଦାବି ସହିତ ଭାଇରାଲ କରା ଯାଉଛି। 

ନିକଟରେ ମହାରାଷ୍ଟ୍ର ନବନିର୍ମାଣ ସେନା ସଭାପତି ରାଜ ଠାକରେମସଜିଦରେ ସ୍ଥାପିତ ସମସ୍ତ ଲାଉଡସ୍ପିକର ଗୁଡିକ ଉପରେ ପ୍ରତିବନ୍ଧ ଲଗାଇବା ପାଇଁ ଉଦ୍ଧବ ଠାକରେ ସରକାରକୁ ଚେତାବନୀ ଦେଇଥିଲେ।  ଏହା ପରେ ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାର ମଧ୍ୟ ଘୋଷଣା କରିଥିଲେ ଯେ ରାଜ୍ୟର ଧାର୍ମିକ ସ୍ଥାନରେ ଲାଉଡସ୍ପିକର ବ୍ୟବହାର କରିବାର ଅନୁମତି ଦେଇଥିଲେ କିନ୍ତୁ ଏହା ସର୍ତ ରଖିଥିଲେ ଯେ ଲାଉଡସ୍ପିକରର ଧ୍ୱନି ଯେପରି ମସଜିଦ ପରିସର ବାହାରକୁ ନଆସୁ।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ […]

Continue Reading

କ’ଣ ଟ୍ରେନ୍ ସିଟି ଆୱାଜ କାରଣରୁ ନମାଜ ପଢିବାରେ ଅସୁବିଧା ହେଇଥିବାରୁ ପଶ୍ଚିମବଙ୍ଗରେ ମୁସଲମାନ ମାନେ ଷ୍ଟେସନ୍ ରେ ଭଙ୍ଗାରୁଜା କରୁଛନ୍ତି? ଜାଣନ୍ତୁ ସତ୍ୟ। 

ନମାଜ ପଡିବାରେ ଅସୁବିଧା ହୁଏଥିବା କାରଣରୁ ମୁଆସଲମାନ ମାନେ ଅନେକ ସ୍ଥାନରେ ଭଙ୍ଗାରୁଜା କରୁଥିବା ଦାବି ସହିତ ଅନେକ ଭିଡିଓ ବର୍ତ୍ତମାନ ଇଣ୍ଟର୍ନେଟ୍ ରେ ଭାଇରାଲ ହେଉଛି। ଏହି ପ୍ରସଙ୍ଗରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କିଛି ଲୋକେ ଏକ ରେଳବାଇ ଷ୍ଟେସନ୍ ରେ ଭଙ୍ଗାରୁଜା କରୁଛନ୍ତି। ଦାବି ଅନୁଯାୟୀ ଟ୍ରେନ୍ ସିଟି କାରଣରୁ ନମାଜ ପଢିବାରେ ବାଧା ହେଇଥିବାରୁ ଲୋକେ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଷ୍ଟେସନ୍ ଧ୍ଵଂସ କରିଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା […]

Continue Reading

ପପୁଲାର ଫ୍ରଣ୍ଟ (PFI) ସଂସ୍ଥାର ୨୦୨୦ ମସିହାରେ ହେଇଥିବା ସ୍ଥାପନା ଦିବସ ରେଲିର ଭିଡିଓକୁ କେରଲର ମୁସଲିମ ସେନାର ପେରେଡ ଦାବି ସହିତ ଭାଇରାଲ କରା ଯାଉଛି। 

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଲୋକଙ୍କ ବିଶାଳ ସମାବେଶ ପେରେଡ କରୁଥିବା ନଜର ଆସୁଛନ୍ତି। ଦାବି ଅନୁଯାୟୀ ଏହା କେରଲରେ ପିଏଫଆଇ ଦ୍ଵାରା ସୃଷ୍ଟି କରା ଯାଇଥିବା ଇସଲାମିକ ଯୋଦ୍ଧାଙ୍କ ଭିଡିଓ ଅଟେ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ ଫେବୃଆଋ ୨୦୨୦ ମସିହାରେ ପିଏଫଆଇଏ ସ୍ଥାପନା ଦିବସ ଅବସରରେ ଆୟୋଜିତ ହେଇଥିବା ଏକ ପେରେଡର ଭିଡିଓ ଅଟେ।  କ’ଣ ଦାବି କରା ଯାଇଛି ପୋଷ୍ଟରେ? ଭିଡିଓ ସହିତ […]

Continue Reading

କ’ଣ ଭିଡିଓରେ କର୍ଣାଟକର ହିଜାବ ଯୁବତୀ ମୁସକାନ ବିକିନୀ ପିନ୍ଧି ବୁଲୁଥିବା ଅବସ୍ଥାରେ ଦେଖିବାକୁ ମିଲିଛନ୍ତି?  ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଦୁଇଟି ଭିଡିଓ ଭାଇରାଲ ହେଉଛି। ପ୍ରଥମ ଭିଡିଓରେ ହିଜାବ ବିବାଦ ଯୁବତୀ ମୁସକାନଙ୍କୁ ଦେଖିବାକୁ ମିଳିଛି ଏବଂ ଦ୍ଵିତୀୟ ଭିଡିଓରେ ଜଣେ ମହିଳା ବିକିନୀ ପିନ୍ଧିଥିବା ଅବସ୍ଥାରେ ରାଜରାସ୍ତାରେ ନଜର ଆସିଛନ୍ତି। ଭିଡିଓ ଭାଇରାଲ କରି ଦାବି କରା ଯାଇଛି ଯେ ଦ୍ଵିତୀୟ ଭିଡିଓରେ ବିକିନୀ ପିନ୍ଧିଥିବା ମହିଳା ହେଉଛନ୍ତି କର୍ଣାଟକର ହିଜାବ ଯୁବତୀ ମୁସକାନ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ବିକିନୀ ପିନ୍ଧିଥିବା ମହିଳା ହେଉଛନ୍ତି ବୋଲିୱୁଡ […]

Continue Reading

ବାଂଲାଦେଶର ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଫୋଟୋକୁ ଭାରତର ଫୋଟୋ ଦାବି ସହିତ ଭାଇରାଲ କରା ଯାଉଛି। 

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି କିଛି ପିଲାମାନଙ୍କ ସହିତ ଅଛନ୍ତି। ଫୋଟୋ ସେୟାର କରି ଦାବି କରା ଯାଇଛି ଯେ ଏହି ବ୍ୟକ୍ତିଙ୍କର ଶରୀର ଅକ୍ଷମ ଅଟେ କିନ୍ତୁ ତାଙ୍କର ୭ ଟି ଛୁଆ। ଏହି କାରଣ ହେତୁ ଭାରତ ଗରିବ ଏବଂ ବେରୋଜଗାର ସଂଖ୍ୟା ଅଧିକ।  ଅନୁସନ୍ଧାନ ପରେ ଫ୍ୟାକ୍ଟ କୃସେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଫୋଟୋ ବାଙ୍ଗଲାଦେଶର ଅଟେ।  Facebook | […]

Continue Reading

କ’ଣ ଭାଇରାଲ ଭିଡିଓ ହିଜାବ ବିରୁଦ୍ଧରେ ହିନ୍ଦୁ ଛାତ୍ରଛାତ୍ରୀଙ୍କ ଦ୍ଵାରା କର୍ଣାଟକାର ଆନ୍ଦୋଳନକୁ ଦର୍ଶାଉଛି? ଜାଣନ୍ତୁ ସତ୍ୟ। 

କର୍ଣ୍ଣାଟକାରେ ହିଜାବ ବିବାଦ ଲାଗି ରହିଥିବା ବେଳେ ଏକ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ଲୋକଙ୍କ ବିଶାଳ ଭିଡ ପତକା ସହିତ ରାସ୍ତାରେ ରେଲି କରୁଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହି ଭିଡିଓ କର୍ଣ୍ଣାଟକାର ହିନ୍ଦୁ ଛାତ୍ରମାନଙ୍କ ଦ୍ଵାରା ଏକ ରେଲି ଅଟେ। କର୍ଣ୍ଣାଟକାର ହିଜାବ ବିବାଦ ପ୍ରସଙ୍ଗରେ ଏହି ଭିଡିଓ ସେୟାର କରା ଯାଉଛି।  ଭିଡିଓ ପୋଷ୍ଟ କରି କୁହା ଯାଇଛି, “କର୍ଣ୍ଣାଟକାର ଛାତ୍ର ମାନଙ୍କୁ ଦେଖି ଲାଗୁଛି ଯେ […]

Continue Reading

କ’ଣ ଫୋଟୋରେ ଜିନ୍ସ ପିନ୍ଧିଥିବା ମହିଳା କର୍ଣାଟକାରେ ଚାଲୁଥିବା ହିଜାବ ଆନ୍ଦୋଳନର ମହିଳା ଅଟନ୍ତି? ଜାଣନ୍ତୁ ସତ୍ୟ।

କର୍ଣାଟକାରେ ମୁସଲିମ ଛାତ୍ରୀ ମାନେ ହିଜାବ ପିନ୍ଧି କଲେଜ୍ ଯୌଥବା ନେଇ ଏକ ବିଶାଳ ବିଦ୍ରୋହ ସୃଷ୍ଟି କରିଛି। ବିଗତ କିଛି ଦିନରୁ ଏହି ଘଟଣାଟି ଗଣମାଧ୍ୟମରେ ଚର୍ଚ୍ଚାରେ ରହିଛି। ମୁସଲମାନ ଝିଅ ମାନେ ହିଜାବ ପିନ୍ଧିଥିବାରୁ ଏହାକୁ ବିରୋଧ କରି ହିନ୍ଦୁ ଛାତ୍ର ଛାତ୍ରୀ ମାନେ ଭଗାୱା ପିନ୍ଧି କଲେଜ୍ ଯିବାର ଦେଖିବାକୁ ମିଳିଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଘଟଣା ଖୁବ ଜୋର ଶାରିଛି। ଆମେ ଘଟଣା ସମ୍ବନ୍ଧୀୟ ଅନେକ ପୋଷ୍ଟ ଏବଂ ଭିଡିଓ […]

Continue Reading

କ’ଣ ବଜରଙ୍ଗ ଦଳ କାରଜ୍ୟକର୍ତ୍ତା ମାନେ ଭିଡିଓରେ ଥିବା ମହିଳାଙ୍କୁ ଲଭ୍ ଜିହାଦର ଶିକାର ହେବାରୁ ଉଦ୍ଧାର କରିଛନ୍ତି? ଜାଣନ୍ତୁ ସତ୍ୟ। 

କିଛି ଦିନ ପୂର୍ବରୁ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ଲୋକେ ଜଣେ ଯୁବକଙ୍କୁ ଟ୍ରେନ୍ ଭିତରୁ ଘୋଷାଡ଼ି ବାହାରକୁ ଆନୁଛନ୍ତି ଏବଂ ତାଙ୍କ ଉପରେ ଆକ୍ରମଣ କରୁଛନ୍ତି। ଭିଡିଓରେ କିଛି ସମୟ ପରେ କିଛି ଲୋକେ ଜଣେ ମହିଳାଙ୍କୁ ମଧ୍ୟ ଟ୍ରେନ୍ ରୁ ବାହାରକୁ ଆଣିଛନ୍ତି ଏବଂ ସେହି ଦୁଇ ଜଣଙ୍କୁ ପୋଲିସ ଥାନା ନେଇଛନ୍ତି। ଭିଡିଓ ଶେଷରେ ଯୁବକଙ୍କ ଉପରେ ଆକ୍ରମ କରିଥିବା […]

Continue Reading

କ’ଣ ଆମ୍ବୁଲାନ୍ସରେ ହନୁମାନଙ୍କର ଫୋଟୋ ଥିବାରୁ କେରଲର ଜଣେ ମୁସଲିମ ଦମ୍ପତି ସେଥିରେ ବସିବା ପାଇଁ ଅସ୍ଵୀକାର କରିଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଏକ ଆମ୍ବୁଲାନ୍ସ ଚିଡ଼ା ହୋଇଥିବା ଜଣା ପଡୁଛି। ଏହା ସହିତ ତାହା ଆଖପାଖରେ କିଛି ସ୍ୱାସ୍ଥ୍ୟକର୍ମୀ ମଧ୍ୟ ଅଛନ୍ତି। ଏହି ଫୋଟୋ ସେଯାର କରି ଦାବି କରା ଯାଉଛି ଯେ ଫୋଟୋଟି କେରଳର ଅଟେ ଯେଉଁଠାରେ ଏକ ମୁସଲିମ ଦମ୍ପତି ଆମ୍ବୁଲାନ୍ସରେ ବସିବା ପାଇଁ ଅସ୍ଵୀକାର କରିଥିଲେ କାରଣ ଆମ୍ବୁଲାନ୍ସର କାଚରେ ହନୁମାନଙ୍କର ଷ୍ଟିକର ଲାଗିଥିଲା।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ […]

Continue Reading

କ’ଣ ଜଣେ କ୍ରିଷ୍ଟ ଧର୍ମ ଲୋକକୁ ତାମିଲନାଡ଼ୁ ସରକାର ଏକ ହିନ୍ଦୁ ମନ୍ଦିରର ପୁରୋହିତ ନିଯୁକ୍ତି କରିଛନ୍ତି ଏବଂ ସେ ମଦ୍ୟପାନ କରୁଛନ୍ତି?

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ଏକ ହିନ୍ଦୁ ପୁରୋହିତ ଭେଶରେ ଜଣେ ବ୍ୟକ୍ତି ମଦ୍ୟପାନ କରୁଛନ୍ତି ଏବଂ ଦ୍ଵିତୀୟ ଫୋଟୋରେ ଜଣେ ବ୍ୟକ୍ତି ଭଗବାନଙ୍କର ମୂର୍ତି ଉପରେ ପାଦ ରଖି ଭଗବାନଙ୍କର ଅପମାନ କରିଛନ୍ତି। ଏହି ଦୁଇଟି ଫୋଟୋକୁ ପୋଷ୍ଟ କରି ଦାବି କରା ଯାଇଛି ଯେ “ଫୋଟୋରେ ମଦ୍ୟପାନ କରୁଥିବା ବ୍ୟକ୍ତି ଜଣେ କ୍ରିଷ୍ଟ ଧର୍ମ ଲୋକ ଥୋମାସ ରାଜନ ଅଟନ୍ତି ଯାହାକୁ ତାମିଲନାଡୁ ସରକାର […]

Continue Reading

କ’ଣ ଫୋଟୋରେ ଥିବା ମହିଳା ଜଣେ ମୁସଲିମ ଆଇପିଏସ ଅଧିକାରୀ ଅଟନ୍ତି ଯିଏ ଡ୍ରେସ୍ କୋଡ୍ ପାଳନ କରି ନାହାନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଜଣେ ଝିଅ ହିଜାବ ପିନ୍ଧି ଏକ ଚେୟାରରେ ବସିଛି। ତାଙ୍କ ପଛରେ ୧୦ ରୁ ୧୨ ପୋଲିସ ଅଧକାରୀ ମାନେ ଚିଡ଼ା ହୋଇଥିବାର ମଧ୍ୟ ଦେଖିବାକୁ ମିଳିଛି। ସମ୍ପ୍ରାଦାୟିକ ଦାବି ସହିତ ଏହି ଫୋଟୋକୁ ସୋସିଆଲ ମିଡିଆରେ ଭାଇରାଲ କରା ଯାଉଛି। ଭାଇରାଲ ଦାବିରେ ଚେୟାରରେ ବସିଥିବା ଝିଅକୁ ପୋଲିସ ଏସପି ବୋଲି କୁହା ଯାଇଛି ଏବଂ ପୋଲିସ ୟୁନିଫର୍ମ ନପିନ୍ଧିଥିବା କାରଣରୁ ତାଙ୍କୁ ଅଭିଯୋଗ […]

Continue Reading

କ’ଣ ଏହି ଭିଡିଓରେ ମୁସଲମାନ ମାନେ କଲିକତାରେ କାଲୀ ମନ୍ଦିରରେ ପୂଜା ବନ୍ଦ କରିବା ପାଇଁ ଏକତ୍ର ହେଇଛନ୍ତି? ଜାଣନ୍ତୁ ସତ୍ୟ।

ବିଗତ କିଛି ଦିନରୁ ସୋସିଆଲ ମିଡିଆରେ ସାମ୍ପ୍ରଦାୟିକ ଦଙ୍ଗାର ଅନେକ ଭିଡିଓ ଏବଂ ପୋଷ୍ଟ ଦେଖିବାକୁ ମିଳୁଛି। ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଲୋକଙ୍କ ଏକ ଜନସମାଗମ ରାସ୍ତାରେ ଆଲ୍ଲାହ ହୁ ଅକବର ନାରା ଲଗାଉଛନ୍ତି। ଭିଡିଓ ପୋଷ୍ଟ କରି ଦାବି କରା ଯାଇଛି ଯେ ଏହି ଦୃଶ୍ୟ କଲିକତାର ଅଟେ ଏବଂ ଯେଉଁ ମନ୍ଦିରରେ କାଳୀପୂଜା ହେଇଆସୁଥିଲା ସେଠାରେ ଏବେ ପୂଜା ବନ୍ଦ କରିବା ପାଇଁ ମୁସଲିମ ମାନେ ଚିଲଉଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ […]

Continue Reading

କ’ଣ ରାସ୍ତାରେ ନମାଜ ପଢୁଥିବା ସମୟରେ ପୋଲିସ ଦ୍ଵାରା ଆକ୍ରମଣର ଏହି ଭିଡିଓ ଉତ୍ତରପ୍ରଦେଶର ଅଟେ? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ କିଛି ଲୋକେ ରାସ୍ତା ମଝିରେ ନମାଜ ପଢୁଥିବା ସମୟରେ ପୋଲିସର ଏକ ଦଳ ଆସି ତାଙ୍କ ଉପରେ ଆକ୍ରମଣ କରୁଛି। ପୋଷ୍ଟରେ ଦାବି କରା ଯାଇଛି ଯେ ଏହି ଭିଡିଓ ଉତ୍ତରପ୍ରଦେଶର ଅଟେ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର?  ପୋଲିସ ଏବଂ ନମାଜ ପଢୁଥିବା ଜନସାଧାରଣ ଲୋକଙ୍କ ମଧ୍ୟରେ ହେଉଥିବା ଏକ ଝଗଡାର […]

Continue Reading

କ’ଣ ଭିଡିଓରେ ମୁସଲିମ ଲୋକ ମାନେ ଲଣ୍ଡନ୍ ର ରାସ୍ତା ମଝିରେ ନମାଜ ପଢୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ମୁସଲିମ ଲୋକମାନେ ରାସ୍ତା ମଝିରେ ନମାଜ ପଢୁଛନ୍ତି। ପୋଷ୍ଟ ସହିତ ଦାବି କରା ଯାଇଛି ଯେ ଏହି ଦୃଶ୍ୟ ଲଣ୍ଡନ୍ ସହରର ଅଟେ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  Facebook | Archive ସମାନ ଦାବିର ଏକ ଭିଡିଓ ଆମକୁ ଟୁଇଟରରେ ମଧ୍ୟ ୧୦ ଅକ୍ଟୋବରରୁ ଭାଇରାଲ ହେବା ମିଳିଲା। ମଞ୍ଜିତ ବଗ୍ଗା ନାମକ ଜଣେ ଟୁଇଟର […]

Continue Reading

କ’ଣ ୧୯୩୧ ମସିହାର ବନ୍ଦେ ମାତରମ ପତ୍ରିକାର ମାଲିକ ଜଣେ ମୁସଲିମ ଏବଂ ଏହାର କର୍ମଚାରୀ ମାନେ କେବଳ ଇସଲାମ ଧର୍ମର ଲୋକ? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ଗୁରୁତର ପୋଷ୍ଟ। ପୋଷ୍ଟରେ ଦେଖିବାକୁ ମିଳିଛି ଏକ ପୁରୁଣା ଖବରକାଗଜ। ଖବରକାଗଜ ନାମ ହେଉଛି “ଦି ଡେଲି ବନ୍ଦେ ମାତରମ।” ପୋଷ୍ଟ ଦେଖି ସ୍ପଷ୍ଟ ହେଉଛି ଯେ ଏହା ଏକ ପୁରୁଣା ଏବଂ ଉର୍ଦୁ ଭାଷାର ପରିକା। ପୋଷ୍ଟରେ ଦାବି କରା ଯାଇଛି ଯେ ଏହି ଖବରକାଗଜର ମାଲିକ ଏକ ମୁସଲିମ ଥିଲେ ଏବଂ ଏହାର ସମସ୍ତ କର୍ମଚାରୀ ମଧ୍ୟ ମୁସଲିମ ଥିଲେ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା […]

Continue Reading

କ’ଣ ଭିଡିଓରେ ଥିବା ମୁସଲିମ ଲୋକେ ଗଙ୍ଗା ନଦୀରେ ନମାଜ ପଢୁଛନ୍ତି? ଜାଣନ୍ତୁ ସତ୍ୟ।

ରାମ ମନ୍ଦିର ନିର୍ମାଣ ସପକ୍ଷରେ କୋର୍ଟ ନିଜ ରାୟ ଦେବା ପରେ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ଯେଉଁଥିରେ ଉଭୟ ସମ୍ପ୍ରଦାୟ ବିଭିନ୍ନ କାରଣରୁ ପରସ୍ପରକୁ ଅଭିଯୋଗ କରୁଛନ୍ତି।  ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ମୁସଲିମ ସମ୍ପ୍ରଦାୟ ଏକ ଜନସମୂହ ନଦୀ ପାଣି ମଧ୍ୟରେ ନମାଜ ପଢୁଛନ୍ତି। ପୋଷ୍ଟରେ ଦାବି କରା ଯାଇଅଛି ଯେ ଏହି ସମ୍ପ୍ରଦାୟ […]

Continue Reading