କ’ଣ ଗଦର ୨ ସିନେମା ଦେଖୁଥିବା ସମୟରେ ଜଣେ ଦର୍ଶକ ପାକିସ୍ତାନ ସମର୍ଥକ ନାରା ଉଠାଇବା ପରେ ବରେଲିର ଏକ ସିନେମା ହଲରେ ଝଗଡା ଆରମ୍ଭ ହୋଇଥିଲା କି? 

ସନି ଦେଓଲ ଏବଂ ଅମିଶା ପଟେଲଙ୍କ ଅଭିନୀତ ଗଦର ୨ ଚଳଚ୍ଚିତ୍ର କିଛି ଦିନ ପୂର୍ବରୁ ଦେଶରେ ରିଲିଜ୍ ହେଇଥିଲା। ଗୋଟିଏ ସିନେମା ହଲର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଗଦର ୨ ସିନେମା ଚାଲୁଥିବା ସମୟରେ କିଛି ଲୋକ ମାନେ ଝଗଡା କରୁଛନ୍ତି।  ଦାବି କରାଯାଉଛି ଯେ ଚଳଚ୍ଚିତ୍ରର ସ୍କ୍ରିନିଂ ସମୟରେ ଜଣେ ଦର୍ଶକ ପାକିସ୍ତାନ ସମର୍ଥକ ନାରା ଦେଇଥିଲେ। ଏହି ନାରାରେ ଅନ୍ୟ କିଛି ଦର୍ଶକ ବିରକ୍ତ ହୋଇ […]

Continue Reading

କ’ଣ ଅକ୍ସଫର୍ଡ ଅଭିଧାନରେ ଇଣ୍ଡିଆର ଅର୍ଥ ପୁରୁଣା ଚିନ୍ତାଧାରା ଏବଂ ଅପରାଧୀ ଲୋକ ବୋଲି କୁହା ଯାଇଛି? ଜାଣନ୍ତୁ ସତ୍ୟ। 

ଗତ କିଛି ବର୍ଷରୁ ଆମ ଦେଶର କିଛି ଲୋକ ମାନେ ଦେଶର ନାମ ଇଣ୍ଡିଆରୁ ବଦଳାଇ ଭାରତ କରିବାର ଦାବି କରୁଛନ୍ତି। ଏହି ମାମଲା ନେଇ ସୁପ୍ରିମ୍ କୋର୍ଟ କହିଥିଲା ଯେ ଆମ ସମ୍ବିଧାନରେ ଇଣ୍ଡିଆ ଏବଂ ଭାରତ ଦୁଇଟି ନାମର ଉଲ୍ଲେଖ କରା ଯାଇଛି। ଏହା ପରେ ମାମଲାକୁ ଖାରଜ କରା ଯାଇଥିଲା। ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦାବି କରା ଯାଇଛି ଯେ ଅକ୍ସଫର୍ଡ ଅଭିଧାନରେ ଇଣ୍ଡିଆର […]

Continue Reading

କ’ଣ ଆମେରିକାର ଗୋଟିଏ କମ୍ପାନୀ ନିଜ ନୂତନ କାରର ନାମ ରାମ ରଖିଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ଅସିଆଲ ମିଡିଆରେ ଗୋଟିଏ କାରର ଫୋଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କରର ନାମ ରାମ ବୋଲି ଲେଖା ଯାଇଛି। ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି ଯେ ଆମେରିକାର ଗୋଟିଏ କମ୍ପାନୀ ଗୋଟିଏ କାର ଉତ୍ପାଦନ କରି ତାହାର ନାମ ରାମ ରଖିଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ଏହି କାରର ନାମ ରାମ ହେବାରର ପ୍ରଭୁ ରାମଙ୍କ ସହିତ କୌଣସି ସମ୍ବନ୍ଧ ନାହିଁ।  କ’ଣ ଦାବି କରା ଯାଇଛି […]

Continue Reading

2004 ମସିହାରେ ଆସାମ ରାଇଫଲ୍ସ ବିରୋଧରେ ମହିଳାଙ୍କ ଦ୍ୱାରା ହୋଇଥିବା ପ୍ରତିବାଦର ଫଟୋ ମଣିପୁର ହିଂସା ଦାବିରେ ସେୟାର କରାଯାଇଛି।

ଇଣ୍ଟରନେଟରେ ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ ଆପଣ ଅନେକ ମହିଳା ଉଲଗ୍ନ ଅବସ୍ଥାରେ ଠିଆ ହୋଇଥିବାର ଦେଖା ଯାଉଛନ୍ତି । ଫଟୋ ସହିତ ଦାବି କରାଯଉଛି ଯେ ମଣିପୁରର କୁକି ସମ୍ପ୍ରଦାୟର ମହିଳାମାନେ ଉଲଗ୍ନ ମହିଳାଙ୍କ ପରେଡ ଘଟଣାକୁ ବିରୋଧ କରୁଛନ୍ତି।  ମଣିପୁର ହିଂସା ମଧ୍ୟରେ ସେଠାରୁ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ କିଛି ପୁଅ ଆଦିବାସୀ କୁକି ସମ୍ପ୍ରଦାୟର ଜଣେ ମହିଳାଙ୍କୁ ରାସ୍ତାରେ ଉଲଗ୍ନ କରି ନେଇଥିଲେ। ଏଥିରେ ପୋଲିସ ବର୍ତ୍ତମାନ 6 […]

Continue Reading

କ’ଣ ମଣିପୁରରେ ହେଇଥିବା ଘଟଣା ପରେ ଅକ୍ଷୟ କୁମାର ଏହି ଭିଡିଓରେ ନିଜ କ୍ରୋଧ ପ୍ରକାଶ କରୁଛନ୍ତି? ଜାଣନ୍ତୁ ସତ୍ୟ

ମଣିପୁରର ଦୁଇ ଜଣ କୁକି ସମ୍ପ୍ରଦାୟ ମହିଳାଙ୍କ ଉଲଗ୍ନ ଅବସ୍ଥାରେ ପ୍ୟାରେଡ୍ କରାଯିବା ସହ ବହୁ ସଂଖ୍ୟାରେ ପୁରୁଷଙ୍କ ଦ୍ୱାରା ତାଙ୍କ ଯୌନ ନିର୍ଯାତନା ହୋଇଥିବାର ଏକ ଭିଡିଓ ସାରା ଦେଶରେ ବ୍ୟାପକ ବିରୋଧ ପ୍ରଦର୍ଶନ କରିଛି। ଅନୁସୂଚିତ ଜନଜାତି ନେତାଙ୍କ ଫୋରମ୍ (ଆଇଟିଏଲଏଫ୍) ଅନୁଯାୟୀ, ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବାର ଗୋଟିଏ ଦିନ ପରେ ମଣିପୁରର କାଙ୍ଗପୋକପି ଜିଲ୍ଲାରେ ଏହି ଘଟଣା ଘଟିଥିଲା।  ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଅଭିଯୁକ୍ତଙ୍କୁ କଠୋର […]

Continue Reading

ପାକିସ୍ତାନୀ ସେନାର ମେଜର ସାମିଆ ରେହମାନଙ୍କ ଫୋଟୋକୁ ସୀମା ହାଇଦରଙ୍କ ନାମରେ ମିଥ୍ୟା ଦାବି ସହ ସେୟାର କରାଯାଉଛି।

ନେପାଳ ଦେଇ ପାକିସ୍ତାନରୁ ଆସିଥିବା ସୀମା ହାୟଦାରଙ୍କ କାହାଣୀ ହେଡଲାଇନରେ ରହିଛି। ଏହାର ଅନେକ ଫଟୋ ଏବଂ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଆଜିକାଲି ସୀମା ହାଇଦରଙ୍କ ସହ ପାକିସ୍ତାନୀ ସେନା ୟୁନିଫର୍ମ ପିନ୍ଧିଥିବା ଜଣେ ମହିଳାଙ୍କ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୟୁନିଫର୍ମରେ ଥିବା ମହିଳା ହେଉଛନ୍ତି ସୀମା ହାୟଦାର ବୋଲି ଦାବି ମଧ୍ୟ କରାଯାଉଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଫୋଟୋରେ ଆର୍ମୀ ୟୁନିଫର୍ମ ପିନ୍ଧିଥିବା ମହିଳା […]

Continue Reading

କ’ଣ ଏହି ଭିଡିଓ ଶ୍ରୀହରିକୋଟା ଠାରୁ ଚନ୍ଦ୍ରୟାନ ୩ ଉତକ୍ଷେପଣ ହେଉଥିବାର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ। 

୧୪ ଜୁଲାଇ ରେ ଇସ୍ରୋ ଚନ୍ଦ୍ରୟାନ ୩ ର ଉତକ୍ଷେପଣ କରିଥିଲା। ଏହା ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଛି। ଗୋଟିଏ ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ବିମାନରେ ଯାତ୍ରା କରୁଥିବା ସମୟରେ ଗୋଟିଏ ରକେଟ୍ ଉତକ୍ଷେପଣ ହେଉଥିବାର ଭିଡିଓ ଶୁଟ୍ କରିଛନ୍ତି। ସେହି ଭିଡିଓକୁ ବିଭିନ୍ନ ସୋସିଆଲ ମଇଦା ରେ ଭାଇରାଲ କରା ଯାଉଛି ଯେ ଏହା ଚନ୍ଦ୍ରୟାନ ୩ ର ଉତକ୍ଷେପଣ ହେଉଥିବାର ଭିଡିଓ […]

Continue Reading

କ’ଣ ଭାଇରାଲ ଭିଡିଓ ଟାଇଟାନିକ୍ ଦେଖିବାକୁ ଯାଇଥିବା ପନଡ୍ଡୁବିର ଶେଷ ଭିଡିଓ? ଜାଣନ୍ତୁ ସତ୍ୟ।

ଜୁନ୍ ମାସରେ ଓସେନ୍ ଗେଟ୍ ଦ୍ଵାରା ପରିଚାଳିତ ଟାଇଟେନ୍ ପନଡ୍ଡୁବି କିଛି ଯାତ୍ରୀଙ୍କୁ ନେଇ ସମୁଦ୍ରରେ ବୁଡି ରହିଥିବା ଟାଇଟେନିକ୍ ଜାହାଜର ପରିଦର୍ଶନ ପାଇଁ ଯାଇଥିଲା। ସମୁଦ୍ର ପାଣିରେ କିଛି ଗଭୀରତାକୁ ଯିବା ପରେ ଏହି ପନଡ୍ଡୁବି ସହିତ ସମ୍ପର୍କ ବିଛିନ୍ନ ହେଲା ପରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏଥିରେ ଯାତ୍ରା କରୁଥିବା ୫ ଟି ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା।  ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଗୋଟିଏ ପନଡ୍ଡୁବି ଭିତରେ ବସିଥିବା କିଛି ଲୋକଙ୍କ ଏକ ଭିଡିଓ […]

Continue Reading

ସ୍ୱିଡେନରେ ସ୍ପୋର୍ଟସ୍ ଫେଡେରେସନ୍ ‘ସେକ୍ସକୁ ଏକ ସ୍ପୋର୍ଟସ୍’ ଘୋଷଣା କରିବାର ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି!

ବିଶ୍ୱର କେତେକ ଅଞ୍ଚଳରେ ବିଶେଷକରି ଏସିଆର ଦେଶରେ ସେକ୍ସ ବିଷୟରେ ପବ୍ଲିକ୍ ସ୍ଥାନରେ ଚର୍ଚ୍ଚା କିମ୍ବା ଯୌନ ସମ୍ବନ୍ଧ ରଖିବା ଏବେବି ନିଷେଧ। ଏଭଳି ପରିସ୍ଥିତିରେ ଭାରତର କେତେକ ଅଗ୍ରଣୀ ଗଣମାଧ୍ୟମ ରିପୋର୍ଟ କରିଛନ୍ତି ଯେ ସ୍ୱିଡେନ ପ୍ରଥମ ୟୁରୋପୀୟ ଦେଶ ଯିଏ ସେକ୍ସକୁ ଏକ କ୍ରୀଡ଼ା ରୂପେ ସ୍ମାନ୍ୟତା ଦେଇ, ପ୍ରଥମ ୟୁରୋପୀୟ ସେକ୍ସ ଚାମ୍ପିୟନଶିପ ଆୟୋଜନ କରିବାକୁ ଯୋଜନା କରିଛି।  ଭାଇରାଲ ଭିଡିଓରେ ଦାବି କରା ଯାଇଛି ଯେ, ସ୍ଵିଡେନ ସେକ୍ସକୁ କ୍ରିଡାର ମାନ୍ୟତା […]

Continue Reading

ଏହା ବାଂଲାଦେଶର ହିନ୍ଦୁମାନଙ୍କ ଫୋଟ ନୁହେଁ ଯେଉଁମାନେ ସାଢି ପିନ୍ଧିଥିଲେ କିନ୍ତୁ ବର୍ତ୍ତମାନ ହିଜାବ ପିନ୍ଧିଛନ୍ତି।

ଏକ କଳା ଏବଂ ଧଳା ଏବଂ ଅନ୍ୟ ଏକ କଲର ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫୋଟୋଗୁଡ଼ିକରେ ୪ ଜଣ ମହିଳା ଏକ ଗାଡିରେ ବସିଛନ୍ତି। ପ୍ରଥମ ଫୋଟୋରେ, ଏହି ମହିଳାମାନେ ଗାଡିରେ ଶାଢି ପିନ୍ଧି ଏବଂ ବନ୍ଧୁକ ଧରି ବସିଥିବାବେଳେ ଦ୍ୱିତୀୟ ଫୋଟୋରେ ୪ ଜଣ ମହିଳା ହିଜାବ ପିନ୍ଧି ବନ୍ଧୁକ ଧରି ବସିଛନ୍ତି। ଦାବି କରା ଯାଉଛି ଯେ ଏହି ଫୋଟୋ ବାଂଲାଦେଶର ଅଟେ ଏବଂ ଏହି ମହିଳା […]

Continue Reading

କ’ଣ ଏହି ଫୋଟୋ ଗତ କାଲୀ କର୍ଣ୍ଣାଟକରେ ବାୟୁ ସେନାର ଏକ ବିମାନ ଦୁର୍ଘଟଣାର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ଗତ କାଲୀ ଭାରତ ବାୟୁ ସେନାର ଏକ ବିମାନ କରଣତକରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ସାମନାକୁ ଆସିଥିଲା। ଏହା ପରେ ସୋସିଆଲ ମିଡିଆରେ ଘଟନା ଜଡିତ ଅନେକ ଫୋଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି।  ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ବିମାନ ଦୁର୍ଘଟଣା ହୋଇଥିବା ଫୋଟୋ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଏହି ଫୋଟୋ ଗତ କାଲୀ କର୍ଣ୍ଣାଟକରେ ହେଇଥିବା ଦୁର୍ଘଟଣାର ଫୋଟୋ ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ […]

Continue Reading

କ’ଣ କଂଗ୍ରେସ କର୍ଣ୍ଣାଟକ ନିର୍ବାଚନ ଜିତିବା ପରେ ତେଲଙ୍ଗାନାରେ ଜାତୀୟ ପତକାରେ ଅଶୋକ ଚକ୍ର ହଟାଇ କଲମା ଲେଖି ଉତ୍ସବ ପାଳନ କରା ଯାଇଥିଲା? ଜାଣନ୍ତୁ ସତ୍ୟ।

ଗତ ମାସରେ କଂଗ୍ରେସ କର୍ଣ୍ଣାଟକ ନିର୍ବାଚନରେ ବିପୁଳ ବ୍ୟବଧାନରେ ଜିତିଥିଲା। ଦଳ ପାଇଁ ଏହା ଏକ ବିରାଟ ବିଜୟ ଥିଲା। ଅନେକ ସ୍ଥାନରେ ସମର୍ଥକ ଏବଂ ଦଳର ସଦସ୍ୟ ଏହି ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଥିଲା। ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଭାରତର ଜାତୀୟ ପତକାରେ ଅଶୋକ ଚକ୍ରକୁ ହଟାଇ ଇସଲାମୀକ୍ ଭାଷାରେ କିଛି ଲେଖା ହେଇଥିବା ଏକ ଫୋଟୋ ଭାଇରାଲ ହେଉଥିବା ମିଳିଲା। ଦାବି କରା ଯାଉଛି ଯେ କଂଗ୍ରେସ କର୍ଣ୍ଣାଟକ ନିର୍ବାଚନ […]

Continue Reading

କ’ଣ ବିବାହ ସମୟରେ ଯୌତୁକ ମାଗିଥିବାରୁ ଶଶୁର ନିଜ ଜ୍ଵାଇଁକୁ ମାରୁଛନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ ଏକ ବିବାହ ସମାରୋହରେ ଜଣେ ବ୍ୟକ୍ତି ବରକୁ ମାଡ ମାରିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରାଯାଉଛି ଯେ ବିବାହ ସମୟରେ ବର ଯୌତୁକରେ ଗାଡି ନେବ ବୋଲି ଜିଦ କରିବା ପରେ ତାହାକୁ ମାଡ ମରା ଯାଉଛି।  ଭିଡିଓର କ୍ୟାପସନ୍ ରେ ଲେଖା ଯାଇଛି ଯେ, “ଯୌତୁକରେ ଗାଡି ମାଗିବାରୁ ଚପଲରେ ପିଟିଲା ଶଶୁର” କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହା ଏକ ପ୍ରକୃତ ଘଟଣା […]

Continue Reading

କ’ଣ କଂଗ୍ରେସ ନେତା ଦିଗ୍ବିଜୟ ସିଂ କହିଛନ୍ତି ଯେ ଗୋମାଂସ ଖାଇବାରେ କୌଣସି ଭୁଲ ନୁହେଁ? ଜାଣନ୍ତୁ ସତ୍ୟ।

କଂଗ୍ରେସ ନେତା ଦିଗବିଜୟ ସିଂହ ପୁଣି ଥରେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଆସିଛନ୍ତି। ତାଙ୍କର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଆପଣ ମାନେ ତାଙ୍କୁ ଗୋମାଂସ ଖାଇବା ନେଇ ମନ୍ତବ୍ୟ ଦେଉଥିବା ଦେଖି ପାରିବେ।  ଏହି ଭିଡିଓରେ ଦିଗବିଜୟ ସିଂ କହୁଛନ୍ତି ଯେ ଗୋମାଂସ ଖାଇବା କୌଣସି ଖରାବ କଥା ନୁହେଁ। ସେ ଏହା ମଧ୍ୟ କହିଛନ୍ତି ଯେ ଗୋରୁ ନିଜ ମଳ ମଧ୍ୟରେ ଲେଉଟନ୍ତି, ସେମାନେ ମାଁ ନୁହନ୍ତି। ଦାବି […]

Continue Reading

କ’ଣ ଏହି ଭିଡିଓରେ ଜଣେ ମୁସଲିମ ବ୍ୟକ୍ତି ଏକ ବିବାହ ସମୟରେ ମହିଳାଙ୍କୁ ଶାଢି ପିନ୍ଧାଉଛନ୍ତି? ଜାଣନ୍ତୁ ସତ୍ୟ।

ଜଣେ ପୁରୁଷ ଗୋଟିଏ ମହିଳାଙ୍କୁ ଶାଢି ପିନ୍ଧାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଶାଢି ପିଢାଉଥିବା ବ୍ୟକ୍ତି ହେଉଛନ୍ତି ଜଣେ ମୁସ୍ଲିମ ଯିଏ ଗୋଟିଏ ହିନ୍ଦୁ ବିବାହ ସମୟରେ ମହିଳାଙ୍କୁ ଶାଢି ପିନ୍ଧାଉଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ବ୍ୟକ୍ତି ମୁସ୍ଲିମ ନୁହଁନ୍ତି ଏବଂ ଏହା କୌଣସି ହିନ୍ଦୁ ବିବାହ ଅବସରର ଭିଡିଓ ନୁହେଁ।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  […]

Continue Reading

କ’ଣ ଏହି ଫୋଟୋ ଗୁଡିକ ନିକଟରେ ଛତ୍ତିସଗଡରେ ହେଇଥିବା ନକ୍ସଲ ଆକରଣର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ। 

ନିକଟରେ ଛତ୍ତିସଗଡରେ ମାଓବାଦୀ ଆକ୍ରମଣର ଖବର ସାମନାକୁ ଆସୁଛି। ଛତ୍ତିସଗଡର ଦାନ୍ତେୱାଡା ଜିଲ୍ଲାରେ ଏକ ମିଶନ୍ ରୁ ଫେରୁଥିବା ବେଳେ ଏକ ମାଓବାଦୀ ଆକ୍ରମଣରେ ୧୦ ଟି ସୁରକ୍ଷା ବଳ ଯବାନ ଏବଂ ଜଣେ ସାଧାରଣ ନାଗରିକ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି।  ଏହା ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ଫୋଟୋ ଭାଇରାଲ ହେବାରେ ଲାଗିଛି। ଏପରି ଗୋଟିଏ ପୋଷ୍ଟରେ ଦୁଇଟି ଫୋଟୋ ସେୟାର କରା ଯାଇଛି ଯେଉଁଥିରେ ପ୍ରଥମ ଫୋଟୋରେ ରାସ୍ତା ମାଝିରେ ଏକ ବିସ୍ଫୋରଣ […]

Continue Reading

କ’ଣ ରାହୁଲ ଗାନ୍ଧୀ ୨୦୧୩ ରେ ଦୋଷୀ ସାଂସଦମାନଙ୍କୁ ସୁରକ୍ଷା ଦେବା ପାଇଁ ଏକ ଅଧ୍ୟାଦେଶକୁ ଚିରି ଦେଇଥିଲେ? ଜାଣନ୍ତୁ ସତ୍ୟ।

‘ସମସ୍ତ ଚୋରଙ୍କ ନାମ ମୋଦୀ କାହିଁକି’ ଏକ ଭାଷଣରେ କହିଥିବା କାରଣରୁ ରାହୁଲ ଗାନ୍ଧୀଙ୍କୁ ନିକଟରେ ୨ ବର୍ଷ ଜେଲ୍ ଦଣ୍ଡ ଏବଂ ସଂସାଦରେ ତାଙ୍କ ସଦସ୍ଯତାକୁ ଗୁଜରାଟ ନ୍ୟାୟଳୟ ବାତିଲ କରିଥିଲା। ଲୋକସଭା ସଚିବାଳୟ ଦ୍ଵାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପ୍ରତିନିଧୀ ଅଧିନିୟମ (1951) ଏବଂ ସମ୍ବିଧାନର ଧାରା 102 (1) ଅନୁଯାୟୀ ବାତିଲ କରାଯାଇଛି। ଏହି ପ୍ରସଙ୍ଗରେ ବର୍ତ୍ତମାନ ରାହୁଲ ଗାନ୍ଧୀ କାଗଜ ଚିରୁଥିବା ଏକ ଫୋଟୋ ସୋସିଆଲ […]

Continue Reading

NPCI ଦ୍ୱାରା ଉପସ୍ଥାପିତ ହୋଇଥିବା ବିନିମୟ ଦେୟ କେବଳ PPI ବ୍ୟବସାୟ କାରବାର ପାଇଁ ଏବଂ ନିୟମିତ P2P କାରବାର ପାଇଁ ନୁହେଁ।

UPI ର ନୂତନ ନିୟମ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଘୁରି ବୁଲୁଛି। ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଦାବି କରିଛନ୍ତି ଯେ ୧ ଏପ୍ରିଲ ୨୦୨୩ ରୁ ୨୦୦୦ ଟଙ୍କା ଉପରେ UPI କାରବାର ରେ ୧.୧% ଅଧିକ ଚାର୍ଜ ଦେବାକୁ ପଡିବ। କିନ୍ତୁ ଆମେ ଜାଣିବାକୁ ପାଇଲୁ ଯେ UPI କାରବାର ଉପରେ କୌଣସି ଅଧିକ ଚାର୍ଜ ଦେବାକୁ ପଡ଼ିବ ନାହିଁ। ୨୦୦୦ ରୁ ଅଧିକ ପିପିଇ ବଣିକ କାରବାରକୁ ଇଣ୍ଟରଚେଞ୍ଜ ଫି […]

Continue Reading

କ’ଣ ଭାଇରାଲ ଫୋଟୋରେ ଥିବା ସମ୍ପତ୍ତି ଗୁଡିକ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଦ୍ଵାରା ଲାଲୁଆ ପ୍ରସାଦ ଯାଦବଙ୍କ ଘରୁ ଜବତ କରା ଯାଇଛି? ଜାଣନ୍ତୁ ସତ୍ୟ।

ହିନ୍ଦୁସ୍ତାନ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ନିକଟରେ ଲାଲୁଆ ପ୍ରସାଦ ଯାଦବଙ୍କ ପରିବାର ସଦସ୍ୟଙ୍କ ଘରେ ଏକ ରେଡ୍ ରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଜମି-ଚାକିରି ମାମଲାରେ ୧ କୋଟି ନଗଦ ଟଙ୍କା ଜବତ କରିଛି। ଏହା ବାବଦ କ୍ରାଇମବ୍ରାଞ୍ଚର ଅନ୍ୟ ୬୦୦ କୋଟି ଟଙ୍କା ମଧ୍ୟ ଚିହ୍ନଟ କରିଛି। ଘର, ଜମି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଲାଲୁ ପ୍ରସାଦଙ୍କ ପରିବାର ପକ୍ଷରୁ କରା ଯାଇଥବା ନିବେଶର ମଧ୍ୟ ଯାଞ୍ଚ ଚାଲିଛି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ […]

Continue Reading

କ’ଣ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ହାତ ଯୋଡି ଛିଡା ହେଇଥିବା ସମୟରେ ଅମ୍ବାନୀ ତାଙ୍କୁ ଧ୍ୟାନ ଦେଉ ନାହାଁନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ମୁକେଶ ଅମ୍ବାନୀଙ୍କ ସହ ମୁମ୍ବଇରେ ସାକ୍ଷାତ କରିଥିଲେ। ଏହି ସାକ୍ଷାତର ଏକ ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫୋଟୋରେ ଦେଖିବାକୁ ମିଳିଛି ଯେ ନବୀନ ପଟନାୟକ ଅମ୍ବାନୀଙ୍କ ସାମନାରେ ହାତ ଯୋଡି ଠିଆ ହେଇଥିବା ସମୟରେ ସେ ପାଡିୟାନଙ୍କ ସହିତ କଥା ହେଉଛନ୍ତି।  ଏହି ଫୋଟୋ ସେୟାର କରି ଦାବି କରା ଯାଉଛି ଯେ ନବୀନ ପଟନାୟକ ଅମ୍ବାନୀଙ୍କ ସମ୍ମୁଖରେ ହାତ ଯୋଡି ଛିଡା ହୋଇଥିବା […]

Continue Reading

କ’ଣ ଅଦାନୀଙ୍କୁ ରୁଣ ଅନୁମୋଦନକୁ ବିରୋଧ କରି ଗ୍ରାହକ ମାନେ ଆରବ ଦେଶରେ ବ୍ୟାଙ୍କ୍ ଅଫ୍ ବରୋଦା ରୁ ନିଜ ଟଙ୍କା ଉଠାଇ ନେଇ ଯିବାକୁ ପ୍ରୟାସ କରୁଛନ୍ତି? ଜାଣନ୍ତୁ ସତ୍ୟ।

ବିଶ୍ୱର ଦ୍ୱିତୀୟ ଧନୀ ବ୍ୟବସାୟୀ ମାନ୍ୟତା ପାଇଥିବା ଆଦାନୀ ହିଣ୍ଡେନବର୍ଗ ରିପୋର୍ଟ ପରେ କିଛି ପଦବୀ ଖସି ଆସିଛନ୍ତି। ଏହି ରିପୋର୍ଟ ଆଦାନୀଙ୍କୁ ଶେଲ୍ କମ୍ପାନୀଗୁଡିକ ସାହାଯ୍ୟରେ ନିଜ ଷ୍ଟକ୍କୁ ନିୟନ୍ତ୍ରଣ କରିବାକୁ ଅଭିଯୋଗ କରିଛି। ନିକଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବ୍ୟାଙ୍କ ଅଫ୍ ବରୋଦା ଆଦାନୀ ଗ୍ରୁପକୁ ଟଙ୍କା ରୁଣ ଦେବା ଜାରି ରଖିବାକୁ ରାଜି ହୋଇଛି। ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଠାରେ ବ୍ୟାଙ୍କ୍ ଅଫ୍ ବରୋଦା ବାହାରେ […]

Continue Reading

କ’ଣ ଏହା ମହାକାଶରୁ ନିଆଯାଇଥିବା ଆଣ୍ଟାର୍କଟିକାର ପ୍ରକୃତ ଫୋଟୋ ଅଟେ? ଜାଣନ୍ତୁ ସତ୍ୟ

ସମ୍ପ୍ରତି ମହାକାଶରୁ ନିଆଯାଇଥିବା ପୃଥିବୀର ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଚିତ୍ର ଆଣ୍ଟାର୍କଟିକାର ବରଫ ଅଞ୍ଚଳକୁ ଦର୍ଶାଉଛି। ଏହି ପ୍ରତିଛବି ଅଂଶୀଦାର କରି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଦାବି କରୁଛନ୍ତି ଯେ ଏହି ପ୍ରତିଛବି ମହାକାଶରୁ ନିଆଯାଇଛି | କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହା ପ୍ରକୃତ ଚିତ୍ର ନୁହେଁ ବରଂ ନାସା ଦ୍ୱାରା ଉତ୍ପାଦିତ ଏକ କମ୍ପ୍ୟୁଟର ଜେନେରେଟେଡ୍ ଇମେଜରୀ (CGI) ଅଟେ। Facebook | Archive ଏହି […]

Continue Reading

ବର ନିଶାରେ ଥିବା ଭାଇରାଲ ଭିଡିଓ ମନୋରଞ୍ଜନ ପାଇଁ ପ୍ରସ୍ତୁତ କରାଯାଇଛି।

ବାହାଘରର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ବର, ନିଶା ଅବସ୍ଥାରେ ଥିବା ପରି ଦେଖାଯାଉଛନ୍ତି। ଏହା  ସହିତ ବର ନିଶା ଅବସ୍ଥାରେ ଜଣେ ଝିଅକୁ ପିନ୍ଧାଇବା ବଦଳରେ ଅନ୍ୟ ଜଣେ ଝିଅକୁ ପିନ୍ଧାଉଛନ୍ତି। ପରେ ପାଖରେଥିବା ମହିଳା କ୍ରୋଧରେ ବରକୁ ଚାପୁଡ଼ା ମାରିଥିଲେ।  ଅନେକ ଉପଭୋକ୍ତା ଏହି କ୍ଲିପ୍ ଅଂଶୀଦାର କରିଛନ୍ତି ଏବଂ ଦର୍ଶାଇଛନ୍ତି ଯେ ବିହାରରେ ମଦ୍ୟପାନ ନିଷେଧ ସତ୍ତ୍ୱେ ବର ମଦ୍ୟପାନ କରୁଥିବା ଦେଖାଯାଉଛି ଏବଂ ବୋହୂ ବଦଳରେ  ଅନ୍ୟ […]

Continue Reading

2020ର ଭିଡିଓକୁ ଋଷି ସୁନକ ତାଙ୍କ ନୂତନ କାର୍ଯାଳୟରେ ହିନ୍ଦୁ ରିତୀନିତୀ କରିବା ଦାବିରେ ଭାଇରାଲ କରାଯାଉଛି।

ଋଷି ସୁନାକ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ହେଲା ପରେ ସୋସିଆଲ ମିଡିଆରେ ତାଙ୍କୁ ନେଇ ଅନେକ ଖବର ପସେୟାର କରପାଯାଉଛି। କେତେକ ଉପଭୋକ୍ତା ତାଙ୍କୁ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପରେ ଅଭିନନ୍ଦନ ଜଣାଇଥିବା ବେଳେ ଅନ୍ୟମାନେ  ଋଷି ସୁନାକଙ୍କ ନିକଟରେ ଥିବା ଅନେକ ସମ୍ପର୍କିତ ଭିଡିଓ ଏବଂ ଚିତ୍ର ସେୟାର କରିଛନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଋଷି ସୁନାକ ଦିପ ଜାଳିଥିବାର ଦେଖାଯାଉଛନ୍ତି। ଭିଡିଓ ସହିତ ଦାବି କରାଯାଉଛି ଯେ,  ବ୍ରିଟେନର […]

Continue Reading

ରମିଜ ରାଜାଙ୍କ ଭିଡିଓ ପୁରୁଣା, ଟି -20 ବିଶ୍ୱକପରେ ଜିମ୍ବାୱେ-ପାକିସ୍ତାନ ମ୍ୟାଚ ସହ କୌଣସି ସମ୍ପର୍କ ନୁହେଁ।

ଟି -20 କ୍ରିକେଟ୍ ବିଶ୍ୱକପ୍‌ରେ ଜିମ୍ବାୱେ-ପାକିସ୍ତାନ ମ୍ୟାଚ୍‌ରେ ପାକିସ୍ତାନର ପରାଜୟ ପରେ ପୂର୍ବତନ ପାକିସ୍ତାନୀ ଖେଳାଳି ରମିଜ ରାଜାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ରମିଜ ରାଜା ପାକିସ୍ତାନୀ ଖେଳାଳିଙ୍କୁ ତାଗିଦ କରୁଥିବା ନଜର ଆସିଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ସେୟାର କରି ଲୋକମାନେ ଦାବି କରୁଛନ୍ତି ଯେ ଟି -20 କ୍ରିକେଟ୍ ବିଶ୍ୱକପ୍‌ର ଜିମ୍ବାୱେ-ପାକିସ୍ତାନ ମ୍ୟାଚ୍‌ରେ ପାକିସ୍ତାନର ପରାଜୟ ପରେ ଏହା ରମିଜ ରାଜାଙ୍କ ପ୍ରତିକ୍ରିୟା।  New News […]

Continue Reading

ଜିମ୍ବାୱେ ଖେଳାଳିମାନେ ଜୟ ଶ୍ରୀ ରାମଙ୍କ ଗୀତରେ ନାଚୁଛନ୍ତି କି? 

ଚାଲିଥିବା ଟି -20 କ୍ରିକେଟ୍ ବିଶ୍ୱକପରେ ଜିମ୍ବାୱେ ଦଳ ପାକିସ୍ତାନ ବିପକ୍ଷରେ ଜିତିଛି। ଯାହା ପରେ ଅନେକ ଭିଡିଓରେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଏହି ସମୟରେ ଜିମ୍ବାୱେ ଖେଳାଳିଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ସେ ଷ୍ଟାଡିୟମରେ ଠିଆ ହୋଇଥିବାବେଳେ ନାଚୁଥିବା ନଜର ଆସିଛନ୍ତି। ଏହି ଭିଡିଓରେ ଆପଣ ଜୟ ଶ୍ରୀ ରାମ ଗୀତ ବଜାଉଥିବା ଶୁଣିପାରିବେ। ଜିମ୍ବାୱେ ଖେଳାଳିମାନେ ଜୟ ଶ୍ରୀ ରାମଙ୍କ ଗୀତରେ ନାଚୁଛନ୍ତି ବୋଲି ଦାବି କରାଯାଉଛି। SanjuKatha ନାମକ […]

Continue Reading

ଭାରତ ଯୋଡୋ ଯାତ୍ରାରେ ପାକିସ୍ତାନୀ ପତାକା ଉତ୍ତୋଳନ କରାଯାଇ ନାହିଁ।

ତାମିଲନାଡୁରୁ ଆରମ୍ଭ ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡା ଯାତ୍ରା କେରଳ ଦେଇ କର୍ଣ୍ଣାଟକରେ ପହଞ୍ଚିଛି। ଏହି ସମୟରେ ସୋସିଆଲ ମିଡିଆରେ ଏକ ରାଲିର ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଏକ ରାଲିରେ ଲୋକମାନଙ୍କ ହାତରେ ଚନ୍ଦ୍ରମା ଏବଂ ତାରକା ସହିତ ସବୁଜ ପତାକା ଧରିଥିବାର ଦେଖିବାକୁ ମିଳିବ। ଏହି ଯାତ୍ରାକୁ ଟାର୍ଗେଟ କରୁଥିବାବେଳେ ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ, କେରଳର କଂଗ୍ରେସ ଭାରତ ଯୋଡ ଯାତ୍ରା ସମୟରେ […]

Continue Reading

ଗୁଜୁରାଟ ନିର୍ବାଚନରେ ​​AAP ର ବିଜୟ ସମ୍ଭାବନାକୁ ଦର୍ଶାଉଥିବା ଏହି ନ୍ୟୁଜ୍ ଭିଡିଓ ମିଥ୍ୟା ଅଟେ।

ଗୁଜୁରାତର ନିର୍ବାଚନ ପାଖକୁ ଆସୁଥିବା ବେଳେ ସୋସିଆଲ ମିଡିଆରେ ପ୍ରଚାର ପ୍ରଶାର ଜୋର ଧରିଛି।  ଏବିପି ନ୍ୟୁଜର ଏକ ଭିଡିଓ ସେୟାର କରାଯାଉଛି। ଯେଉଁଥିରେ ଗୁଗୁରାତରେ ଏଥର ଆମ ଆଦମି ପାର୍ଟି ନିଜ ସରକାର ବନାଉଥିବାର ପୁରା ସୁଯୋଗ ଦେଖିବାକୁ ମିଳୁଛି।  ଭାଇରାଲ ଭିଡିଓ ସହିତ ଦାବି କରାଯାଉଛି ଯେ, ଏବେ ଗୁଜୁରାତରେ ବିଜେପି ନାହିଁ ବରଂ ଆମ ଆଦମି ପାର୍ଟି ସରକାର ବନାଇବ।  Sribatsa Kar ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ […]

Continue Reading

ବିଜେପି ସମର୍ଥକୁ ମାଡ଼ ମାରୁଥିବା ଭିଡିଓ ପୁରୁଣା ଏବଂ ବଙ୍ଗଳାର ଅଟେ, ଗୁଜୁରାଟ ନିର୍ବାଚନ ସହ କୌଣସି ସମ୍ପର୍କ ନାହିଁ।

ଗୁଜୁରାତରେ ନିର୍ବାଚନ ପରିବେଷରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କିଛି ଲୋକ ଜଣେ ବ୍ୟକ୍ତିକୁ ମାଡ଼ ମାରୁଥିବାର ଦେଖାଯାଉଛନ୍ତି। ଭାଇରାଲ ଭିଡିଓରେ ଦାବି କରାଯାଇଛି ଯେ, ଗୁଜୁରାତରେ ଚିର୍ବାଚନ ମାହୋଲରେ ବିଜେପି ସମର୍ଥକକୁ ମାଡ଼ ମାରିଲେ।  Sribatsa Kar ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଗୁଜରାଟ ରେ ଭାଜପା ଭକ୍ତ ଙ୍କୁ ଗୋଡେଇ ଗୋଡେଇ ମାଡ !… ଫେସବୁକ । ଆର୍କାଇଭ ଅନୁସନ୍ଧାନ ପୂର୍ବରୁ […]

Continue Reading

କ’ଣ ଭାରତ ଯୋଡ଼ ରାଲି ପରେ ଦେଶର ପ୍ରଥମ ପସନ୍ଦ ରାହୁଲ ଗାନ୍ଧୀ ବନିଛନ୍ତି? 

‘ଆଜ୍ ତକ୍ ନ୍ୟୁଜ୍ ଚ୍ୟାନେଲ୍’ ଦ୍ୱାରା ପ୍ରକାଶିତ ସର୍ଭେ ଫଳାଫଳର ଏକ ଫୋଟୋ ସୋସିଆଲ୍ ମିଡିଆରେ ସେୟାର କରାଯାଉଛି। ଯେଉଁଥି୍ରେ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା 52% ସହ ଆଗୁଆ ଅଛନ୍ତି ଏବଂ ନରେନ୍ଦ୍ର ମୋଦୀ 46% ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଭାଇରାଲ ପୋଷ୍ଟକୁ ଦେଖି ଜଣା ପଡ଼ୁଛି ଭାରତ ଯୋଡ଼ ପରେ ରାହୁଲ ଗାନ୍ଧୀଙ୍କ ଲୋକ ପ୍ରିୟତା ବଢ଼ିବାରେ ଲାଗିଛି।  ମୋର ନେତା କୀର୍ତ୍ତି ଭାଇ ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫୋଟୋ ପୋଷ୍ଟ […]

Continue Reading

ଜେଲରେ ଥିବା ଆମ୍ ଆଦମି ପାର୍ଟି ନେତା ଗୋପାଳ ଇଟାଳିଆର ପୁରୁଣା ଫୋଟୋକୁ ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି।

ଆମ୍ ଆଦମୀ ପାର୍ଟି ଗୁଜୁରାଟ ରାଜ୍ୟ ସଭାପତି ଗୋପାଳ ଇଟାଲୀ ବର୍ତ୍ତମାନ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ମାଙ୍କ ପ୍ରତି ଅଶାଳୀନ ଭାଷା ବ୍ୟବହାର କରି ଚର୍ଚ୍ଚାରେ ଅଛନ୍ତି। ନିକଟରେ ତାଙ୍କୁ ଦିଲ୍ଲୀର ମହିଳା ଆୟୋଗ କାର୍ଯ୍ୟାଳୟରେ ପଚରାଉଚରା ପାଇଁ ଡକାଯାଇଥିଲା। ଏହା ପରେ ଜେଲରେ ଥିବା ତାଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଦାବି ହେଉଛି ଯେ ଏହି ଗୋପାଳ ଇଟାଲୀଙ୍କର ଏହି ଫଟୋ ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିବା ପରେ ହୋଇଛି। […]

Continue Reading

ପ୍ରହ୍ଲାଦ ଜାନିଙ୍କର 26 ମଇ 2020 ରେ ମୃତ୍ୟୁ ଘଟିଛି, ବର୍ତ୍ତମାନ  ନୁହେଁ। 

ପ୍ରହ୍ଲାଦ ଜାନି ବାବାଙ୍କ ଏକ ଫୋଟୋ ସୋସିଆଲ ମିଡିଆରେ ବହୁଳ ଭାବରେ ସେୟାର କରାଯାଉଛି ଯେଉଁଥିରେ 26 ମଈ 2022 ରେ ତାଙ୍କର ମୃତ୍ୟୁ ହୋଇଥିବା ଦାବି କରାଯାଉଛି।  କବି ରୁଦ୍ର ଭଗବାଧାରୀ ନାମକ ଫେସବୁକ ୟୂଜର ଭାଇରାଲ ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ, ନାମ- ପ୍ରହ୍ଲାଦ ଜାନୀ, ବୟସ-୯୦ ବର୍ଷ ,ଗୁଜୁରାଟ ର କାଠିଆବାଡି ଜିଲ୍ଲାରେ ଏହି ବ୍ୟକ୍ତି ଜନ୍ମ ଗ୍ରହଣ କରିଥିଲେ ,ଗତ ୨୬ ମଇ ୨୦୨୨ ରେ ତାଙ୍କର କୌଣସି […]

Continue Reading

ଗୁଜୁରାତରେ ପ୍ରଧାନମନ୍ତ୍ରୀଙ୍କ ରାଲିରେ ଭାଷଣ ଦେବା ସମୟରେ ପେଣ୍ଡାଲ ଖାଲି ଥିଲା କି?

ଚଳିତ ବର୍ଷ ଡିସେମ୍ବରରେ ଗୁଜୁରାଟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି, ଯେଉଁ କାରଣରୁ ସମସ୍ତ ରାଜନତିକ ଦଳର ନେତାମାନେ ନିର୍ବାଚନ ରାଲିରେ ଏକାଠି ହୋଇଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ତିନି ଦିନିଆ ଗୁଜୁରାଟ ଗସ୍ତରେ ଯାଇଥିଲେ। ତାଙ୍କ ଗସ୍ତ ସମୟରେ ଆୟୋଜିତ ଏକ ରାଲିର ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ ରାଲିରେ କୌଣସି ଲୋକ ନାହାଁନ୍ତି ଏବଂ ପେଣ୍ଡାଲ ଖାଲି ପଡ଼ିଥିଲା ବୋଲି ଦାବି କରାଯାଉଛି। Praful Kumar Patra […]

Continue Reading

ଭାରତ ସରକାର ରେଲୱେକରୁ ଅଦାନୀକୁ ବିକ୍ରି କରିଥିବା ଦାବିରେ ମିଥ୍ୟା ଅଟେ। 

ସୋସିଆଲ ମିଡିଆରେ ଆଦାନୀଙ୍କ ସହ ଟ୍ରେନ୍ ଇଞ୍ଜିନର ଏକ ଚିତ୍ର ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଶାସକ ବିଜେପି ସରକାର ଭାରତୀୟ ରେଳବାଇ ଆଦାନୀ ଗ୍ରୁପକୁ ବିକ୍ରି ହୋଇଥିବାର ସୂଚନା ଦେଇଛନ୍ତି।  Siba Prasad Swain ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫୋଟୋ ସେୟାର କରାଯାଇଛି। ଭାଇରାଲ ଫୋଟୋ ସହିତ ଲେଖାଯାଇଛି ଯେ, “ମୋଦୀ” ମାଟିର ଶପଥ ଖାଇ କହିଥିଲା ସେ ଦେଶ ବିକିବାକୁ ଦେବନାହିଁ । ଦେଶର ଅଧାରୁ ଅଧିକ ସରକାରୀ ସମ୍ପତ୍ତି କୁ […]

Continue Reading

ମେରଠର ପ୍ରାୟ 5 ବର୍ଷ ପୁରୁଣା ଭିଡିଓ ବିଜେପି ବିଧାୟକ ଅନିଲ ଉପାଧ୍ୟାୟଙ୍କ ନାମରେ ଭାଇରାଲ ହୋଇଛି । ଭାଇରାଲ ଖବର ମିଥ୍ୟା ଅଟେ।

ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି, ଯେଉଁଥିରେ ଧଳା ରଙ୍ଗର ପୋଷାକ ପିନ୍ଧିଥିବା ଜଣେ ବ୍ୟକ୍ତି ରେଷ୍ଟୁରାଣ୍ଟରେ ଜଣେ ପୋଲିସ୍ କର୍ମଚାରୀଙ୍କୁ ଅତି ନିର୍ମମ ଭାବେ ପିଟୁଥିବାର ଦେଖିପାରିବେ। ଭିଡିଓ ସହିତ ଭାଇରାଲ ହେଉଥିବା ଦାବି ଅନୁଯାୟୀ ପୋଲିସକୁ ମାଡ ମାରିଥିବା ବ୍ୟକ୍ତି ହେଉଛନ୍ତି ବିଜେପି ବିଧାୟକ ଅନିଲ ଉପାଧ୍ୟାୟ। Kalpataru Panda ନାମକ ଜଣେ ଫେସବୁକ ୟୂଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, Bjp କଲେ  ଲିଳା, ଅନିଲ ଉପାଧ୍ୟାୟ […]

Continue Reading

ବିଜେପି ସମର୍ଥକ ମଦ ପିଉଥିବାର ଏହି ଭିଡିଓ ପୁରୁଣା ଏବଂ ଗୁଜରାତ ନିର୍ବାଚନ ପ୍ରଚାର ସହ କୌଣସି ସମ୍ପର୍କ ନାହିଁ।

ଗୁଜରାତ ନିର୍ବାଚନକୁ ନେଇ ସୋଶିଆଲ ମିଡିଆରେ ରଚ୍ଚା ବଢ଼ିବାରେ ଲାଗିଛି। ଏଥିମଧ୍ୟରେ ସେଶିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦାବି କରାଯାଇଛି ଯେ, ଗୁଜରାତ ନିର୍ବାଚନ ପ୍ରଚାରରେ ବିଜେପି ସମର୍ଥକ ମଦ ପିଇ ପ୍ରଚାର କରୁପଛନ୍ତି। ଭିଡିଓରେ କିଛି ଲୋକ ବିଜେପି ପତକା ଏବଂ ଟୋପି ପିନ୍ଧି ମଦ ପିଉଛନ୍ତି।  Amitabh Patra ନାମକ ଜଣେ ଫେସବୁକ ୟୂଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେୈ ଲେଖାଯାଇଛି ଯେ, କୋଇ ପତ୍ଥର ସେ […]

Continue Reading

ଅଶୋକ ଗେହଲୋତଙ୍କର ଏଡ଼ିଟେଡ ଭିଡିଓ ମିଥ୍ୟା ଦାବିରେ ଭାଇରାଲ କରାଉଛି। 

ସୋସିଆଲ ମିଡିଆରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତଙ୍କର ଏକ ଭିଡିଓ ସେୟାର କରି ଦାବି କରାଯାଉଛି ଯେ, ଯେଉଁଥିରେ ସେ କହୁଛନ୍ତି ଯେ, “ ଏଇ ଯଉ ବନ୍ଧ ବନାଯାଇଛି, ସେଠାରେ ଯଉ ବିଦ୍ୟୁତ୍ ବନାଇବ ଏବଂ ପାଣିରୁ ଯେତେବେଳେ ବିଦ୍ୟୁତ୍ ବାହାରି ଯିବ , ପାଣି ଖେତକୁ ଯିବ, ତ ଜତେବେଳେ ପାଣିକୁ ବିଜୁଳି ସରିଯିବ ତାହାଲେ ପାଣି ତୁମ ଖେତ ଜମିରେ କଣ କାମରେ ଆସିବ।   Bijaya Kumar Sahoo Kumar ନାମକ ଜଣେ […]

Continue Reading

କ’ଣ ଭାଇରାଲ ଭିଡିଓରେ ରାଜନାଥ ସିଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଶରେ ବଢୁଥିବା ଦର ନେଇ ପ୍ରଶ୍ନ କରୁଛନ୍ତି? ଜାଣନ୍ତୁ ସତ୍ୟ। 

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦେଇଥିବା ଭାଷଣର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ରାଜନାଥ ସିଂ କହିଛନ୍ତି ଯେ, “ଆମର ପ୍ରଧାନମନ୍ତ୍ରୀ ବାରମ୍ବାର ନିଶ୍ଚିତ କରନ୍ତି, ହେ ମୋର ଭଉଣୀ ଏବଂ ଦେଶର ଭାଇମାନେ, ବ୍ୟସ୍ତ ହୁଅନ୍ତୁ ନାହିଁ, ୧୦୦ ଦିନ ମଧ୍ୟରେ, ଆମେ ୬ ମାସ ମଧ୍ୟରେ ଦେଶରେ ବଢୁଥିବା ଦର ନିୟନ୍ତ୍ରଣ କରିବୁ। ନଅ ବର୍ଷ ବିତିଗଲା, ପ୍ରଧାନମନ୍ତ୍ରୀ କାହିଁକି ଦେଶର ଲୋକଙ୍କୁ ଏପରି ମିଥ୍ୟା ଆଶ୍ୱାସନା ଦିଅନ୍ତି?” […]

Continue Reading

ନିତିନ ଗଡକରୀଙ୍କ ଏକ ଏଡିଟ୍ ହୋଇଥିବା ଭିଡିଓକୁ ସେୟାର କରି ଦାବି କରା ଯାଉଛି ଯେ ସେ ବିଜେପି ଦଳ ଛାଡୁଛନ୍ତି।

ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କୁ ଦଳର ସଂସଦୀୟ ବୋର୍ଡରୁ ହଟାଇବା ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନିକଟରେ ଆରଏସଏସ ନେତୃତ୍ୱ ସହମତିରେ ନିଆଯାଇଛି।  ଏହା ମଧ୍ୟରେ ନିତିନ ଗାଡକରୀଙ୍କ ଭାଷଣର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ସେୟାର କରି ଦାବି କରା ଯାଇଛି ଯେ ନିତିନ ଗଦକରୀ ବିଜେପି ଦଳ ଛାଡୁଛନ୍ତି ଏବଂ ସେ କହିଛନ୍ତି ଯେ ସେ ତାଙ୍କ ମନ୍ତ୍ରୀପଦ ହରାଇଥିଲେ ମଧ୍ୟ ତାଙ୍କୁ କୌଣସି ଅସୁବିଧା […]

Continue Reading

କ’ଣ ନୂତନ ନିୟମ ଅନୁଯାୟୀ ବର୍ତ୍ତମାନ ୧ ବର୍ଷୀୟ ଶିଶୁ ମାନଙ୍କ ପାଇଁ ମଧ୍ୟ ଲାଗିବ ପୁରା ରେଳବାଇ ଟିକଟ? ଜାଣନ୍ତୁ ସତ୍ୟ। 

ଚଳିତ ବର୍ଷ ଭାରତ ନିଜ ୭୫ ସ୍ଵାଧୀନତା ଦିବସ ପାଳନ କରିଛି। ଯେତେବେଳେ ଦେଶରେ ଆନନ୍ଦର ଏହି ମୂହୁର୍ତ୍ତ ପାଳନ କରୁଥିଲା ସେତେବେଳେ କେନ୍ଦ୍ର ସରକାର ଉପରେ ଏକ ଗମ୍ଭୀର ଅଭିଯୋଗ ସାମନାକୁ ଆସିଛି।  ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ କନକ ନ୍ଯୁଜର ଏକ ଫୋଟୋରେ ଲେଖା ହେଇଥିବା ଦେଖିବାକୁ ମିଳିଛି ଯେ ରେନରେ ୧ ବର୍ଷ ପିଲାଙ୍କ ପାଇଁ ମଧ୍ୟ ଏବେ ପୁରା ଟିକଟ ଦର ଲାଗିବା। ଫୋଟୋ ସେୟାର କରି […]

Continue Reading

କ’ଣ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହିଥିଲେ ଯେ ଭାରତର ସମ୍ବିଧାନ ଉପରେ ପ୍ରଥମ ମୁସଲମାନ ମାନଙ୍କର ରହିବ? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡାଃ ମନମୋହନ ସିଂଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ମନମୋହନ ସିଂ କହୁଛନତି ଯେ ଦେଶରେ ସଂଖ୍ୟାଲଘୁ, ବିଶେଷ ଭାବରେ ମୁସଲିମ ମାନଙ୍କୁ ପ୍ରଥମ ଅଧିକାର ଅଛି।  ଭିଡିଓ ସେୟାର କରି ଦାବି କରା ଯାଇଛି ଯେ ଡାଃ ମନମୋହନ ସିଂ କହୁଛନ୍ତି ଯେ ଦେଶର ସମ୍ବିଧାନ ଉପରେ ପ୍ରଥମ ଅଧିକାର ମୁସଲିମ ମାନଙ୍କ ରହିବ।  ଫ୍ୟାକ୍ଟ କୃସେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ମୂଳ […]

Continue Reading

କ’ଣ ସ୍ମୃତି ଇରାନୀଙ୍କ ଝିଅ ଗୋଆରେ ନିଜ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କୁ ଗୋ ମାଂସ ଖାଇବାକୁ ଦେଉଛନ୍ତି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ସ୍ମୃତି ଇରାନୀ ଏବଂ ତାଙ୍କ ଝିଅ ଖୁବ ଚର୍ଚ୍ଚାରେ ଅଛନ୍ତି। ନିକଟରେ କଂଗ୍ରେସ ଦଳ ସ୍ମୃତି ଇରାନୀଙ୍କ ଝିଅ ଯୋଇଶ ଇରାନୀଙ୍କୁ ଗୋଆରେ ଏକ ରେଷ୍ଟୁରାଣ୍ଟ୍ ଏବଂ ବାର ବେଆଇନ ଭାବରେ ଚଲାଉଥିବା ଅଭିଯୋଗ କରିଛି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ଦୁଇଟି ଫୋଟୋ ଭାଇରାଲ ହେଉଛି। ପ୍ରଥମ ଫୋଟୋରେ ଗୋଟିଏ ରେଷ୍ଟୁରାଣ୍ଟର ମେନୁରେ ବିଫ୍ ବା ଗୌ ମାଂସ ଖାଦ୍ୟ ଉଲ୍ଲେଖ ହେଇଛି ଏବଂ ଦ୍ଵିତୀୟ ଫୋଟୋରେ ସ୍ମୃତି ଇରାନୀଙ୍କ ଝିଅ ଯୋଇଶ […]

Continue Reading

କ’ଣ ବାଇକରେ କମ୍ ପେଟ୍ରୋଲ ଥିବା କାରଣରେ ଜଣେ ବ୍ୟକ୍ତିଙ୍କୁ ଜରିମାନା ଦେବାକୁ ପଡ଼ିଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ବାଇକ୍ ଚାଳକଙ୍କ ଜରିମାନାର ଚାଲାଣର ଫୋଟୋ ଭାଇରାଲ ହେଉଛି। କେରଳରେ ବାଇକରେ ଯଥେଷ୍ଟ ପେଟ୍ରୋଲ୍ ନଥିବା କାରଣରୁ ଚାଳକଙ୍କୁ ୨୫୦ ଟଙ୍କା ଜରିମାନା ଦେବାକୁ ପଡିଥିବା ଜଣା ପଡ଼ିଛି। ଏହା ନେଇ ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ କ’ଣ ଏପରି କୌଣସି ନିୟମ ଅଛି କି? କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ହେଉଥିବା ଚାଲାଣ ବାଇକରେ ପେଟ୍ରୋଲ୍ କମ୍ ଥିବା […]

Continue Reading

ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ପୁରୁଣା ଭାଷଣକୁ ଜ୍ଞାନବାପୀ ମସଜିଦ ବିବାଦ ପ୍ରସଙ୍ଗରେ ଭାଇରାଲ କରା ଯାଉଛି। 

ବାରତାମାନ ଜ୍ଞାନବାପି ମସଜିଦ ବିବାଦ ବିବାଦ ଉପରେ  ଚର୍ଚ୍ଚା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କିଛି ଦିନ ପୂର୍ବରୁ ଉତ୍ତରପ୍ରଦେଶର ଜ୍ଞାନବାପି ମସଜିଦରେ ଶିବଲିଙ୍ଗ ମିଳିଥିବା ଦାବି ପରେ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଦେଖିବାକୁ ମିଳୁଛି। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଏକ ଭାଷଣର ଭିଡିଓ ଭାଇରାଲ ହେଉଛି। ଭିଡିଓ ଭାଇରାଲ କରି ଦାବି କରା ଯାଇଛି ଯେ ପ୍ରଧାନମନ୍ତ୍ରୀ ଜ୍ଞାନବାପି ମସଜିଦ ବିବାଦ ନେଇ ଲୋକଙ୍କୁ ସମ୍ବୋଧିତ କରୁଛନ୍ତି।  ଫ୍ୟାକ୍ଟ କୃସେଣ୍ଡୋ […]

Continue Reading

କ’ଣ ବିଜେପି ଊତରପ୍ରଦେଶ ନିର୍ବାଚନ ଜିତିବା ପରେ ମୋଦୀଙ୍କ ବିଜୟୀ ହେବା ଖବର ବିଦେଶର ଏକ ବିଲଡିଙ୍ଗରେ ଦର୍ଶାଅ ଯାଇଛି? ଜାଣନ୍ତୁ ସତ୍ୟ। 

ନିକଟରେ ଉତ୍ତରପ୍ରଦେଶ ନିର୍ବାଚନ ଶେଷ ହୋଇ ବିଜେପି ବିଜୟୀ ହେଲା ପରେ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଗୋଟିଏ ବିଲଡିଙ୍ଗରେ ଲେଖା ଯାଇଛି ଯେ ଭାରତର ବୃହତ୍ତମ ରାଜ୍ୟରେ ମୋଦୀଙ୍କ ବିଶାଳ ବିଜୟ ଜିତିଛନତି। ଫୋଟୋ ସେୟାର କରି କୁହା ଯାଇଛି ଯେ “ଏ ଫୋଟୋ ଭାରତର ନୁହେଁ। ଜୁମ୍ କରି ଦେଖନ୍ତୁ।” ଫ୍ୟାକ୍ଟ କ୍ରିଷେଣ୍ଡୋ ଅନୁସନ୍ଧାନ ପରେ ଜାବ=ନିବାକୁ ପାଇଲା ଯେ ଏହି ଫୋଟୋର ନିକଟରେ ହୋଇଥିବା ନିର୍ବାଚନ ସହିତ କୌଣସି […]

Continue Reading

କ’ଣ ତାଲିବାନ ଆଫଗାନିସ୍ତାନ ଭଲିବଲ୍ ମହିଳା ଖେଳାଳିଙ୍କର ହତ୍ୟା କରିଛନ୍ତି? ଜାଣନ୍ତୁ ସତ୍ୟ।

ପୋଷ୍ଟରେ ଦାବି କରା ଯାଇଛି ଯେ “ମହିଳାଙ୍କ ପାଇଁ ସଜା ପାଲଟି ଯାଇଛି ତାଲିବାନୀଶାସନ। ଆଫଗାନିସ୍ତାନରେ ମହିଳାଙ୍କ ପାଇଁ ଅନେକ କଠୋର ନିୟମ ଲାଗୁ କରାଯାଇଛି। ହେଲେ ଏହା ମଧ୍ୟରେ ତାଲିବାନର ବର୍ବରକାଣ୍ଡର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ତାଲିବାନ ଆଫଗାନ ଜୁନିୟର ମହିଳା ଭଲିବଲ ଜାତୀୟ ଦଳର ଜଣେ ଖେଳାଳିଙ୍କୁ ଗଳାକାଟି  ହତ୍ୟା କରିଛି। ପର୍ସିଆନ ଇଣ୍ଡିପେଡେଣ୍ଟ ସହ ସାକ୍ଷାତକାର ସମୟରେ କୋଚ୍ ସୂର୍ୟା ଅଫଜଲି  କହିଛନ୍ତି, ମହଜବିନ ହାକିମି ନାମକ ଜଣେ ମହିଳା […]

Continue Reading

କ’ଣ କୃଷକମାନେ ଆନ୍ଦୋଳନ ସମୟରେ ଭାରତ ସେନା ଚୀନ ସୀମା ଅଭିମୁଖ ଯବାନଙ୍କୁ ଅଟକାଇ ରଖିଥିଲେ? ଜାଣନ୍ତୁ ସତ୍ୟ।

ଅନେକ ମାସ ଧରି ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ କୃଷକ ଆନ୍ଦୋଳନ ଚାଲି ଆସୁଛି। ସମାନ ଘଟଣା ବିଷୟରେ ଆମେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ପୋଷ୍ଟ ଏବଂ ଭିଡିଓ ଦେଖିଛୁ। ଫ୍ୟାକ୍ଟ କ୍ରିଷେଣ୍ଡୋ ପୂର୍ବରୁ ଏହି ପରି ଅନେକ ନକଲି ଭାଇରାଲ ପୋଷ୍ଟକୁ ମିଥ୍ୟା ପ୍ରମାଣ କରି ସାରିଛି।  ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ଆମେ ଦେଖିବାକୁ ପାଇଲୁ ଯେ ରାସ୍ତା ମାଝିରେ […]

Continue Reading

2019 ନିର୍ବାଚନ ସମୟରେ ଆଦିତ୍ୟ ଠାକରେ ଲଗାଇଥିବା ପୋଷ୍ଟରକୁ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ଆଦିତ୍ୟ ଠାକରେଙ୍କ ଉର୍ଦ୍ଦୁ ପୋଷ୍ଟର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପୋଷ୍ଟରେ ଦାବି କରାଯାଉଛି ଯେ, ଶିବସେନା ଦଳ ମୁସଲମାନ ସମ୍ପ୍ରଦାୟକୁ ଖୁସି କରିବାକୁ ଚେଷ୍ଟା କରୁଛି। ଆଦିତ୍ୟ ଠାକରେ ଏବଂ ତାଙ୍କ ଦଳ ଉପରେ ଉପହାସ କରି ପୋଷ୍ଟ ଭାଇରାଲ କରାଯାଇଛି। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 8 ସେପ୍ଟେମ୍ବରରେ Bipal Kumar Parida ନାମକ ଜଣେ ଫେସବୁକ ୟୁଜର ଭାଇରାଲ […]

Continue Reading

ଜବାହାରଲାଲ ନେହେରୁଙ୍କୁ ଚୁମ୍ବନ ଦେଉଥିବା ଏହି ମହିଳା କିଏ? କ’ଣ ଫୋଟୋରେ ମହମ୍ମଦ ଅଲି ଜିନ୍ନାହଙ୍କ ଉପସ୍ଥିତିରେ ଏହି ଘଟଣା ଘଟିଥିଲା? ଜାଣନ୍ତୁ ସତ୍ୟ।

ଏହା ପପ୍ରଥମ ଘଟଣା ନୁହେଁ ଯେ ସୋସିଆଲ ମିଡିଆରେ ଏହି ପରି ଏକ ପୋଷ୍ଟ ଭାଇରାଲ ହେଉଛି। ପୂର୍ବରୁ ମଧ୍ୟ ଫ୍ୟାକ୍ଟ କ୍ରିଷେଣ୍ଡୋ ଜବାହାରଲାଲ ନେହେରୁଙ୍କର ବିଭିନ୍ନ ମହିଳାଙ୍କ ସହିତ ଅନେକ ଫୋଟୋକୁ ସୋସିଆଲ ମିଡିଆ ୱେବସାଇଟରେ ମିଥ୍ୟା ଦାବି ସହିତ ଭାଇରାଲ ହେଉଥିବା ପ୍ରମାଣିତ କରିଛି।  ନିକଟରେ ଜବାହାରଲାଲ ନେହେରୁଙ୍କର ଏକ ପୁରୁଣା ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି ଯେଉଁଥିରେ ଜଣେ ମହିଳା ଅନ୍ୟ ଲୋକଙ୍କ ଉପସ୍ଥିତିରେ ତାଙ୍କୁ ଚୁମ୍ବନ ଦେଉଛନ୍ତି। ପୋଷ୍ଟ […]

Continue Reading

କ’ଣ ପଶ୍ଚିମବଙ୍ଗ ସରକାର କେବଳ ମୁସଲମାନ ବ୍ୟକ୍ତି ମାନଙ୍କୁ ପୋଲିସ ପଦବୀରେ ନିଯୁକ୍ତି କରୁଛି? ଜାଣନ୍ତୁ ସତ୍ୟ।

ପଶ୍ଚିମବଙ୍ଗ ପୋଲିସ ନିଯୁକ୍ତିରେ ମନୋନୀତ ପ୍ରାର୍ଥୀଙ୍କ ତାଲିକାର ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ପଶ୍ଚିମବଙ୍ଗ ପୋଲିସ ପଦବୀ ପାଇଁ ମୁସଲିମ ବ୍ୟତୀତ ଅନ୍ୟ ସମସ୍ତେ ଅଯୋଗ୍ୟ ଅଯୋଗ୍ୟନା ହେଇଗଲେ ନା ଆବେଦନ କରିନଥିଲେ , ଏବେ ତ ସେକ୍ୟୁଲାରିଆ ନିଜକୁ ସମ୍ବିଧାନିଆ ର କୋଠ ପୁଅ ଭାବୁଥିବା ଭୀମାଣ୍ଡୁ ତମର ଆଖି ଖୋଲିଦିଅ ନଚେତ ତମର ଆଗାମୀ ଅସ୍ତିତ୍ବ କେବଳ ଇତିହାସ ରେ ହିଁ […]

Continue Reading

କ’ଣ ବାବା ରାମଦେବଙ୍କ ପତାଞ୍ଜଳି ଦ୍ଵାରା ନିର୍ମିତ କୋରୋନିଳକୁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଅନୁମୋଦନ ଦେଇଛି? ଜାଣନ୍ତୁ ସତ୍ୟ।

୧୯ ଫେବ୍ରୁଆରିରେ ଈଶ୍ଵ ସ୍ୱାସ୍ଥ୍ୟ ସଂଗଠନ ପତାଞ୍ଜଳିର କୋରୋନିଳକୁ କୋରୋନା ଭାଇରସର ଚିକିତ୍ସା ଭାବରେ ଅନୁମୋଦନ କରିଥିବା ଏକ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ପୋଷ୍ଟରେ ଦାବି କରା ଯାଇଅଛି ଯେ ପତାଞ୍ଜଳିର କୋରୋନିଲକୁ ବିଶ୍ଵସ୍ୱାସ୍ଥ୍ୟ ସଂଗଠନ ୧୫୪ ଦେଶରେ ବିକିବା ପାଇଁ ଅନୁମୋଦନ ଦେଇଛି।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  Facebook | Archive ଆମ ଅନୁସନ୍ଧାନ: ଆମ ଅନୁସନ୍ଧାନରେ ପ୍ରଥମେ ଆମେ ସର୍ଚ କରି ବାହାର […]

Continue Reading

କୃଷି ଆନ୍ଦୋଳନର ଏହି ସଗଡ଼ ରାଲି ନ୍ୟୁଜ ଚ୍ୟାନେଲରେ ପ୍ରକାଶିତ କରାଯାଇ ନାହିଁ? ଜାଣନ୍ତୁ ସତ୍ୟତା।

ଏକ ସଗଡ଼ ରାଲିର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଉଛି। ଯେଉଁଥିରେ ଦାବି କରାଯାଉଛି  ଯେ, ନୂତନ ଚାଷି ଆଇନ ବିରୁଦ୍ଧରେ କୃଷକଙ୍କ ବିରୋଧ ଭାରତର ପ୍ରତ୍ୟେକ ଗ୍ରାମାଞ୍ଚଳରେ ପହଞ୍ଚିଛି। ଏହା ଗୋଦି ମିଡ଼ିଆକୁ ଦେଖା ଯାଉ ନାହିଁ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ମିଥ୍ୟା ପ୍ରମାଣିତ ହୋଇଛି।   20 ଫେବୃଆରିରେ Social Media – Odisha PCC ପେଜରେ ଭାଇରାଲ ଫଟୋ ପୋଷ୍ଟ କରାଯାଇଥିଲା। ପୋଷ୍ଟରେ ଦାବି କରାଯାଇଛି ଯେ, ଦେଶର ଗାଁ ଗାଁକୁ […]

Continue Reading

ପାକିସ୍ତାନ ଜିନ୍ଦାବାଦ ନାରା ଲଗାଇବାରୁ ବିଜେପି ନେତାକୁ କୃଷକମାନେ ପିଟିଲେ? ଜଣନ୍ତୁ ସତ୍ୟତା।

ସୋସିଆଲ ମିଡିଆରେ କୃଷକ ଆନ୍ଦୋଳନ ଜୋଡ଼ି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ କିଛି ଲୋକ ରାସ୍ତାରେ ଜଣେ ବ୍ୟକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଥିବାର ଦେଖିବାକୁ ମିଳିଛି। ଏହା ସହ ବ୍ୟକ୍ତି କୁ ଜଣେ ପୋଲିସ କର୍ମଚାରୀ ଟାଣି ଟାଣି ନେଉଥିବାର ମଧ୍ୟ ଦେଖାଯାଉଛନ୍ତି। ଭିଡିଓ ସହିତ ଦାବି ହେଉଛି ଯେ ମାଡ଼ ଖାଉଥିବା ବ୍ୟକ୍ତି ଜଣକ ବିଜେପି ନେତା ଯିଏ କୃଷକ ଆନ୍ଦୋଳନରେ ଯୋଗ ଦେଉଥିଲେ ଏବଂ ଜାତୀୟ ବିରୋଧୀ ସ୍ଲୋଗାନ(ପାକିସ୍ତାନ ଜିନ୍ଦାବାଦ)ନାରା ଦେଉଥିଲେ […]

Continue Reading

କ’ଣ ପୋଷ୍ଟ କରା ଯାଇଥବା ଫୋଟୋ ଭାରତ ନୌସେନାର ଜାହାଜର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ଭାରତରେ ନୌସେନା ଦିବସ ପ୍ରତିବର୍ଷ ୪ ଡିସେମ୍ବରରେ ପାଳନ କରା ଯାଏ। ଯାହା ଦେଶରେ ନୌସେନା ସଫଳତା ଏବଂ ଭୂମିକା ସ୍ବୀକୃତି ଦେଇଥାଏ। ୧୯୭୧ ମସିହାରେ ୪ ଡିସେମ୍ବର ଦିନ ଅପରେସନ୍ ଟ୍ରାଇଡେଣ୍ଟ ସମୟରେ ମନୋନୀତ ହୋଇଥିଲା। ଭାରତୀୟ ନୌସେନା ପିଏନଏସ ଖାଇବାର ସମେତ ଚାରିଟି ପାକିସ୍ତାନୀ ଜାହାଜକୁ ବୁଡ଼ାଇଥିଲା। ଫେସବୁକରେ ଗୋଟିଏ ଜାହାଜର ଫୋଟୋ ପୋଷ୍ଟ କରି ଭାରତ ନୌସେନା ଦିବସ  ଅଭିନନ୍ଦନ କରା ଯାଇଛି।  ଫେକ୍ଟ କୃଦେଣ୍ଡୋ ଏହି ଫୋଟୋର ଅନୁସନ୍ଧାନ କରି ଏହାକୁ […]

Continue Reading

2018ର କୃଷକ ମୁକ୍ତି ଆନ୍ଧୋଳନର ଫଟୋକୁ ବର୍ତ୍ତମାନର କୃଷକ ବିଲ୍ ଆନ୍ଦୋଳନ ଦାବିରେ ଭାଇରାଲ ହେଉଛି।

ବର୍ତ୍ତମାନ ଚାଲିଥିବା ଚାଷୀ ଆନ୍ଦୋଳନ ବିଷୟରେ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରେ ଏକ ଫଟୋ  ଭାଇରାଲ ହେବାରେ ଲାଗିଛି। ଫଟୋରେ ଏକ କଳା କପଡ଼ାର ଏକ ବ୍ୟାନର ଦେଖାଯାଉଛି।  ଯେଉଁଥିରେ ଲେଖା ଅଛି, “ନା ମୋଦୀ, ନା ଯୋଗୀ , ନା  ଜୟ ଶ୍ରୀ ରାମ,  ଦେଶରେ ରାଜ କରିବେ ମଜଦୁର-କିସାନ ” । ପୋଷ୍ଟରେ ଲେଖାଯାଇଥିବା ଦାବି ଅନୁସାରେ ଫଟୋଟି ବର୍ତ୍ତମାନ ଚାଲୁଥିବା କୃଷକ ବିଲ୍ ବିରୋଧରେ […]

Continue Reading

କ’ଣ ଡୋନାଲ୍ଡ ଟ୍ରମ୍ଫ ମାରାଡୋନାଙ୍କୁ ମାଡୋନା ଭାବି ଏପରି ଟୁଇଟ କରିଛନ୍ତି? ଜାଣନ୍ତୁ ସତ୍ୟ।

୨୫ ନଭେମ୍ବର ୨୦୨୦ ରେ ଆର୍ଜେଣ୍ଟିନା ଫୁଟବଲ୍ ଖେଳାଳି ଡିୟେଗୋ ମାରାଡୋନାଙ୍କ ଦେହାନ୍ତ ହେଇଛି। ସେହି ଦିନଠାରୁସୋସିଆଲ ମିଡିଆରେ ବିଭିନ୍ନ ଶ୍ରଦ୍ଧାଞ୍ଜଳି ପୋଷ୍ଟ ପ୍ରସାରିତ ହେଉଛି। ଏହି ସମୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ଗୋଟିଏ ଟୁଇଟର ସ୍କ୍ରିନଶଟ ଭାଇରାଲ ହେଉଛି ଯେଉଁଥିରେ ସେ ମାରାଡୋନା ଏବଂ ଗାୟିକା ମାଡୋନା ମଧ୍ୟରେ ନିଜକୁ ଦ୍ଵନ୍ଦରେ ପାଇଲେ।  ଫେକ୍ଟ କୃସେଣ୍ଡୋ ଏହି ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? […]

Continue Reading

କ’ଣ ନିର୍ବାଚନ ଜିତିବା ପରେ ଆମେରିକାର ନୂତନ ରାଷ୍ଟ୍ରପତି ଜୋ ବିଡେନ ପରୋକ୍ଷରେ ମୋଦୀଜିଙ୍କ ବିଷୟରେ ଟୁଇଟ କରିଛନ୍ତି? ଜାଣନ୍ତୁ ସତ୍ୟ।

କିଛି ମାସ ପୂର୍ବରୁ ଆମେରିକାରେ ହେଇଥିବା ହାଉଡି ମୋଦୀ କାର୍ଜ୍ୟକ୍ରମରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ଜନତାକୁ ସମ୍ବୋଧିତ କରି “ଅବ୍ କି ବାର ଟ୍ରମ୍ଫ ସରକାର” ନାରା ଲଗାଇଥିଲେ। କିନ୍ତୁ କିଛି ଦିନ ପୂର୍ବରୁ ଆମେରିକା ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ନିର୍ବାଚନ ହାରିଯାଇଛନ୍ତି। ଜୋ ବିଡେନ ଆମେରିକାର ନୂତନ ରାଷ୍ଟ୍ରପତି ଭାବରେ ନିଯୁକ୍ତ ହେଇଛନ୍ତି। ଏହି ଘଟଣାକୁ ନେଇ ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଦେଖିବାକୁ ମିଳିଛି। ଏହି ପୋଷ୍ଟରେ ଜୋ […]

Continue Reading

ପୁରୁଣା ଗ୍ରାଫକୁ ଅନ୍ୟ ଦେଶ ତୁଳନାରେ ଭାରତର ଜିଡିପି ଅଧିକ ଶକ୍ତିଶାଳୀ ଦାବିରେ ଭାଇରାଲ୍ହେଉଛି।

Biswajit Sethi ନାମକ ଜଣେ ଫେସବୁକ ୟୁଜର 3 ସେପ୍ଟେମ୍ବରରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ଦାବି କରାଯାଇଛି ଯେ, 2020ରେ ଭାରତର ଜିଡିପି ଅନ୍ୟ ଦେଶମାନଙ୍କ ଅପେକ୍ଷା ଭଲ ଅଛି। ପୋଷ୍ଟରେ ଲେଖାଯାଇଛି ଯେ, ଆଜିର କୋରୋନା କାଳରେ ମଧ୍ୟ ଭାରତର ଜିଡିପି ମାମଲାରେ ଭାରତ ଅନ୍ୟ ଦେଶମାନଙ୍କୁ ପଛରେ ପକାଇ ଦେଖଇଛି।  ଭାଇରାଲ୍ ହେଉଥିବା ଗ୍ରାଫିକ୍ସ ଭାରତ ପାଇଁ 1.9% ଅଭିବୃଦ୍ଧି ହାର ଦାବି କରିଛି ଏବଂ ଅନ୍ୟ 16 ଟି ଦେଶ […]

Continue Reading

କ’ଣ ବିଶ୍ଵରେ ପ୍ରତ୍ଯେକ ୧୦୦ ବର୍ଷରେ ମାହାମାରୀ ହୁଏ? କେତେ ସତ୍ୟ ଏହି ଭିଡିଓ? ଆସନ୍ତୁ ଜାଣିବା।

ବିଶ୍ଵରେ କୋରୋନା ଭାଇରସ ବ୍ୟାପିବା ପରେ ଏହି ବିଷୟ ନେଇ ପ୍ରତ୍ଯେକ ଦିନ କିଛି ନା କିଛି ଖବର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହା ମଧ୍ୟରୁ କିଛି ସତ୍ୟ ତ କିଛି ମିଥ୍ୟା ଖବର ଥାଏ। ଏହି ସମୟରେ ଯେତେ ବେଳେ ସାରା ବିଶ୍ଵ ଏହି ରୋଗଠାରୁ ଉଦ୍ଧାର ପାଇବା ଆସା ନେଇ ବସିଛି, ସେହି ସମୟରେ କିଛି  ଏପରି ପୋଷ୍ଟ ଏବଂ ଭିଡିଓ ସାମନାକୁ ଆସୁଛି ଯେଉଁଟା ଲୋକଙ୍କୁ ବିଭ୍ରାନ୍ତ କରୁଛି ଓ ମନ […]

Continue Reading