ଗୋଟିଏ ନାଟକ ପ୍ରଦର୍ଶନ ଭିଡିଓକୁ ବାଂଲାଦେଶରେ ହିନ୍ଦୁ ମହିଳା ମାନଙ୍କ ଉପରେ ହେଉଥିବା ନିର୍ଯାତନା ଦାବି ସହିତ ଭାଇରାଲ କରା ଯାଉଛି। 

ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପଳାୟନ ପରେ ବାଂଲାଦେଶରେ ହିଂସା ତୀବ୍ର ହୋଇଛି। ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳାଙ୍କ ହାତ, ଗୋଡ଼ ଏବଂ ପାଟି ବନ୍ଧା ଯାଇଛି। ଦାବି କରା ଯାଉଛି ଯେ ବାଂଲାଦେଶରେ ହିଂସା ସମୟରେ ହିନ୍ଦୁ ମହିଳାଙ୍କ ଉପରେ ନିର୍ଯାତନା କରା ଯାଉଛି।  କିନ୍ତୁ ଫ୍ଯାକ୍ତ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି କରା ଯାଇଛି ପୋଷ୍ଟରେ? ଭିଡିଓ ସେୟାର […]

Continue Reading

ପ୍ୟାରିସ ଅଲମ୍ପିକ୍ସରେ ନୀରଜ ଚୋପଡ଼ା ଜାଭେଲିନ୍ ରେ ସ୍ୱର୍ଣ୍ଣ ପଦକ ଜିତିଥିବା ଦାବି ମିଥ୍ୟା ଅଟେ। 

ପ୍ୟାରିସ ଅଲମ୍ପିକ୍ସ ୨୦୨୪ ରେ ଭାରତ ୪ ଟି ବ୍ରୋଞ୍ଜ ପଦକ ଜିତ୍ୟ ସାରିଛି। ଜାଭେଲିନ୍ ରେ ନୀରଜ ଚୋପଡ଼ା ସ୍ଵର୍ଣ୍ଣ ପଦକ ଜିତନ୍ତୁ ବୋଲି ସାରା ଦେଶକୁ ଆଶା ଅଛି। ଏହି ପ୍ରସଙ୍ଗରେ ଏକ ସୋସିଆଲ ମିଡିଆ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଉଛି ଯେ ପ୍ୟାରିସ ଅଲମ୍ପିକ୍ସ ୨୦୨୪ ରେ ନୀରଜ ଚୋପଡ଼ା ଭରତ ପାଇଁ ପ୍ରଥମ ସ୍ଵର୍ଣ୍ଣ ପଦକ ଜିତ୍ୟ ଦେଶର ଗୌରବ ବଢାଇଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ […]

Continue Reading

ଶ୍ରୀଲଙ୍କାର ଏକ ପୁରୁଣା ଫୋଟୋକୁ ବାଂଲାଦେଶୀ ପ୍ରଦର୍ଶନକାରୀ ମାନେ ଶେଖ୍ ହସିନାଙ୍କ ବାସଭବନରେ ସୋଇଥିବା ଦାବି ସହିତ ଭାଇରାଲ କରା ଯାଉଛି।

କଡ଼ା ବିରୋଧ ପ୍ରଦର୍ଶନ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଇସ୍ତଫା ଦେଇ ଦେଶ ଛାଡ଼ିଥିବା ଖବର ସାମନାକୁ ଆସିଛି। ର୍ୟୁଟର୍ସ ଋଅର୍ଟ ଅନୁଯାୟୀ, ୧୦୦ ରୁ ଉର୍ଦ୍ଧ ଲୋକଙ୍କ ମୃତ୍ୟୁ ଘଟିଥିବା ପରେ ବାଂଲାଦେଶୀ ଛାତ୍ର କାର୍ଯ୍ୟକର୍ତ୍ତା ମାନେ ରାଜଧାନୀ ଢାକା ଅଭିମୁଖ ଯାତ୍ରା କରିବାକୁ ଆହ୍ଵାନ ଦେଇଥିଲା।  ପ୍ରଦର୍ଶନକାରୀମାନେ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କର ବାସଭବନରେ ମଧ୍ୟ ଆକ୍ରମଣ କରିଥିଲେ। ଢାକାରେ ବର୍ତ୍ତମାନର ଅନିଶ୍ଚିତତା ଦେଖାଉଥିବା ଫୋଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। […]

Continue Reading

ଓଡ଼ିଶାରେ ବିଜେପି ସରକାର ଗଠନ କରିବା ପରେ ଓମଫେଡ କ୍ଷୀର ନିଜର ପ୍ୟାକେଟ୍ ରଙ୍ଗ ବଦଳେଇଛି କି? 

ଓଡ଼ିଶାରେ ପ୍ରଥମ ଥର ବିଜେପି ଶକରକାର ଗଠନ ହେବା ପରେ ରାଜ୍ୟରେ ଅନେକ ପରିବର୍ତ୍ତନ ଆସିଛି। ଲକ୍ଷ୍ମୀ ବସ୍ ଯୋଜନା ଯାହା ନବୀନ ସରକାର ଆରମ୍ଭ କରିଥିଲା, ସେହି ବସ୍ ଗୁଡ଼ୀକର ରଙ୍ଗରେ ପରିବର୍ତ୍ତନ ହେଇଛି। ସବୁଜ ରଙ୍ଗ ବସ୍ ଗୁଡ଼ିକୁ ବିଜେପି ସରକାର ରଙ୍ଗ ବଦଳାଇ ଗେରୁଆ କରିଛି ବୋଲି ଖବର ସାମନା କୁ ଆସିଛି ଏପରି ଏକ ସୋସିଆଲ ମିଡିଆ ପୋଷ୍ଟରେ ଦାବି କରା ଯାଇଛି ଯେ ରାଜ୍ୟରେ ବିଜେପି ସରକାର ଆସିବା ପରେ […]

Continue Reading

ରାସ୍ତା ଧସି ପଡ଼ିଥିବାରୁ ଜଣେ ମହିଳା ତାହାର ଶିକାର ହୋଇଥିବା ଭିଡିଓ ବ୍ରାଜିଲ୍ ଦେଶର ଅଟେ ଅଯୋଧ୍ୟାର ନୁହେଁ। 

ଅଯୋଧ୍ୟାରେ ନବନିର୍ମିତ ରାମପଥର ଅନେକ ସ୍ଥାନରେ ଗାତ ଏବଂ ପାଣି ଜମା ହେବା ପରେ ଉତ୍ତରପ୍ରଦେଶ ସରକାର ନାଗରିକ ଏଜେନ୍ସିର ୬ ଜଣ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ୨୩ ଜୁନ୍ ଏବଂ ୨୫ ଜୁନ୍ ରେ ବର୍ଷା ପରେ ରାମ ପଥରେ ପ୍ରାୟ ୧୫ ଟି ଗାଡ଼ି ଏବଂ ରାସ୍ତାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ପୃଷ୍ଠଭୂମିରେ ଜଣେ ମହିଳା ରାସ୍ତାରେ ଚାଲୁଥିବା ସମୟରେ ହଠାତ୍ ରାସ୍ତା ଧସିଥିଲା ଯାହା ହେତୁ ସେହି ମହିଳା ସେଥିରେ […]

Continue Reading

ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଝିଅ ଅଞ୍ଜଲି ବିର୍ଲା ବିନା UPSC ପରୀକ୍ଷାରେ IAS ଅଧିକାରୀ ନିଯୁକ୍ତି ହୋଇଥିବା ଦାବି ମିଥ୍ୟା ଅଟେ। 

NEET-PG 2024 ପରୀକ୍ଷାରେ ହୋଇଥିବା ବିଶୃଙ୍ଖଳା ସମଗ୍ର ଦେଶରେ ଛାତ୍ରମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି | NEET-PG ପରୀକ୍ଷା କରୁଥିବା ଜାତୀୟ ପରୀକ୍ଷା ଏଜେନ୍ସି (NTA) ବିରୋଧରେ ଅନେକ ଛାତ୍ର ବିରୋଧ କରୁଛନ୍ତି। ଏହି ପୃଷ୍ଠଭୂମି ବିରୋଧରେ ସୋସିଆଲ ମିଡିଆରେ ଏକ ଦାବି ଭାଇରାଲ ହେଉଛି ଯେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ daughter ିଅ ଅଞ୍ଜଲି ବିର୍ଲାଙ୍କୁ କେନ୍ଦ୍ର ଜନସେବା ଆୟୋଗ (ୟୁପିଏସସି) ପରୀକ୍ଷା ନ ଦେଇ ଆଇଏଏସ ଅଧିକାରୀ ଭାବରେ ମନୋନୀତ କରାଯାଇଛି। […]

Continue Reading

ଟି-୨୦ ବିଶ୍ଵକପ୍ ରେ ଆଫଘାନିସ୍ତାନ ଅଷ୍ଟ୍ରେଲିଆକୁ ପରାସ୍ତ କରିବା ପରେ ତାଲିବାନ ମାନେ ଖୁଶିରେ ନାଚୁଛନ୍ତି? ଜାଣନ୍ତୁ ସତ୍ୟତା। 

ଟି-୨୦ ବିଶ୍ଵକପ୍ ପ୍ରତିଯୋଗୀତାରେ ଆଫଘାନିସ୍ତାନ ଅଷ୍ଟ୍ରେଲିଆକୁ ପରାସ୍ତ କରି ପ୍ରଥମ ଥର ପାଇଁ ସେମି ଫାଇନାଲ୍ ରେ ପ୍ରବେଶ କରିଥିଲା। ଏହା ଅଷ୍ଟ୍ରେଲିଆ ପାଇଁ ଏକ ବିଶାଳ ଝଟକା ହେଇଥିବା ବେଳେ ଆଫଘାନିସ୍ତାନ ଲୋକଙ୍କ ପାଇଁ ଏକ ଖୁସିର ସମୟ ଥିଲା। ତାଲିବାନ ସରକାର ମଧ୍ୟ ଆଫଘାନିସ୍ତାନ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଥିଲା।  ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ଯେଉଁଥିରେ କିଛି ଲୋକେ ବନ୍ଧୁକ ଧରି ନାଚୁଛନ୍ତି। ଦାବି କରା […]

Continue Reading

ଆମେରିକାର ଟାଇମ୍ସ ସ୍କୋୟାରରେ ବିରାଟ କୋହଳିଙ୍କର ପ୍ରତିମା ଅସଲି ନୁହେଁ। ଏହାକୁ କମ୍ପ୍ୟୁଟର ଗ୍ରାଫିକ୍ସ (ସିଜିଆଇ) ମାଧ୍ୟମରେ ସୃଷ୍ଟି କରା ଯାଇଛି। 

ସୋସିଆଲ ମିଡିଆରେ ବିରାଟଙ୍କର ଏକ ବିଶାଳ ସୁବର୍ଣ୍ଣ ପ୍ରତିମାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହି ପ୍ରତିମା ଟି-୨୦ ବିଶ୍ଵକପ୍ ସମୟରେ ଆମେରିକାର ଟାଇମ୍ସ ସ୍କୋୟାରରେ ସ୍ଥାପିତ କରା ଯାଇଛି ଯାହାକୁ ବିରାଟଙ୍କର ସମସ୍ତ ଫ୍ୟାନ୍ ମାନେ ପ୍ରଶଂସା କରିଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଆମେରିକାର ଟାଇମ୍ସ ସ୍କୋୟାରରେ ବିରାଟ କୋହଳିଙ୍କର ପ୍ରତିମା ଅସଲି ନୁହେଁ। ଏହାକୁ କମ୍ପ୍ୟୁଟର ଗ୍ରାଫିକ୍ସ (ସିଜିଆଇ) ମାଧ୍ୟମରେ ସୃଷ୍ଟି […]

Continue Reading

ଲୋକଙ୍କୁ ମଇଳା ଗୁପ୍ଚୁପ୍ ଖାଇବାକୁ ଦେବାର ଏହି ଭିଡିଓ ଏକ ସ୍କ୍ରିପ୍ଟ ବା ନାଟକ, ଯାହା ମିଥ୍ୟା ଏବଂ ସାମ୍ପ୍ରଦାୟିକ ଦାବି ସହିତ ଭାଇରାଲ ହେଉଛି।

ଜଣେ ଗୁପ୍ଚୁପ୍ ବିକ୍ରେତାଙ୍କ ଏକ ଚକିତ କରିଦେବା ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଏହି ଗୁପ୍ଚୁପ୍ ବିକ୍ରେତା ଏକ ଅଇଁଠା ଚାମୁଚ ଗ୍ରାହକଙ୍କୁ ଦେବା ପାଣିରେ ଘାନ୍ତୁଛି ଏବଂ କିଛି ସମୟ ପରେ ଗୁପ୍ଚୁପ୍ ପାଣି ହାଣ୍ଡିରେ ନିଜ ହାତ ଧୋଇଥିବା ପାଣି ମିଶ୍ରଣ କରୁଛି।  ଦାବି କରା ଯାଉଛି ଯେ ଭିଡିଓରେ ଥିବା ଗୁପ୍ଚୁପ୍ ବିକ୍ରେତା ଜଣେ ମୁସ୍ଲିମ ଯିଏ ଲୋକଙ୍କୁ ଅପରିଷ୍କାର ଗୁପ୍ଚୁପ୍ ବିକ୍ରି କରୁଛି। ଏହି […]

Continue Reading

କ’ଣ ରାଜସ୍ଥାନ, ମହାରାଷ୍ଟ୍ର ଏବଂ ଗୁଜରାଟ ରେ ମୁସ୍ଲିମ ମାନେ ନପୁଂସକତା ମେଡିସିନ ମିଶ୍ରଣ ବିରିଆନୀ ହିନ୍ଦୁ ମାନଙ୍କୁ ଦେଉଛନ୍ତି? ଜାଣନ୍ତୁ ସତ୍ୟତା। 

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି ବିରିୟାନୀ ଥାଳି ସହିତ ଚିଡ଼ା ହେଇଥିବାର ଦେଖିବାକୁ ମିଳିଛି। ଏହା ସଥେ କିଛି ବଟିକାର ଫୋଟୋ ମଧ୍ୟ ଅଛି। ଏହି ଫୋଟୋ ପୋଷ୍ଟ କରି ଦାବି କରା ଯାଇଅଛି ଯେ ରାଜସ୍ଥାନ, ମହାରାଷ୍ଟ୍ର ଏବଂ ଗୁଜରାଟରେ ହିନ୍ଦୁ ଗ୍ରାହକଙ୍କ ବିରିୟାନୀ ତିଆରି କରିବା ପାଇଁ ମୁସ୍ଲିମ ମାନେ ନପୁଂସକତା ବଟିକାର ବ୍ୟବହାର କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି […]

Continue Reading

ଏହା ସରକାରୀ କର୍ମଚାରୀଙ୍କ ଅଯୋଧ୍ୟାରେ ଲୋକଙ୍କ ଘର ଭାଙ୍ଗିବାର ଏକ ଭିଡିଓ କି? ଜାଣନ୍ତୁ ସତ୍ୟତା।

୨୦୨୪ ଲୋକସଭା ନିର୍ବାଚନ ରେ ଫୈଜାବାଦ ଆସନରେ ବିଜେପିର ପରାଜୟ ପରେ ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ, ଲୋକଙ୍କ ଘର ଭଙ୍ଗା ଯାଉଥିବା ସମୟରେ ଜଣେ ମହିଳା ନିଜ କୋଳରେ ଶିଶୁ ସହିତ କାନ୍ଦୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ସେୟାର କରି ଦାବି କରାଯାଉଛି ଯେ, “ଏହି ଭିଡିଓ ଅଯୋଧ୍ୟାର ଅଟେ, ଯେଉଁଠାରେ ବିଜେପିର ପରାଜୟ ପରେ ଲୋକଙ୍କ ଘର ଭାଙ୍ଗି ଦିଆ ଯାଉଛି।” କିନ୍ତୁ ଫ୍ୟାକ୍ଟ […]

Continue Reading

ଜଣେ ହିନ୍ଦୁ ବ୍ୟକ୍ତି ମୁସ୍ଲିମ ଭେଷରେ ହିନ୍ଦୁଙ୍କୁ ନିନ୍ଦା କରୁଥିବା ଭିଡିଓ ସୋସିଆଲ ମିଡିଆରେ ସାମ୍ପ୍ରଦାୟିକ ଦାବି ସହିତ ଭାଇରାଲ ହେଉଛି। 

ଜଣେ ବ୍ୟକ୍ତିଙ୍କର ହିନ୍ଦୁ ମାନଙ୍କୁ ନିନ୍ଦା କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ମୁସ୍ଲିମ ଲୋକଙ୍କ ଧାର୍ମିକ ଟୋପି ପିନ୍ଧିଥିବା ଏହି ବ୍ୟକ୍ତି କହୁଛନ୍ତି ଯେ ରାମ ମନ୍ଦିର ନିର୍ମାଣ ପରେ ମଧ୍ୟ ହିନ୍ଦୁ ମାନେ ବିଜେପିକୁ ନିର୍ବାଚନରେ ହରାଇ ଦେଲେ। ଯଦି କେହି ଲୋକ ମସଜିଦ ନିର୍ମାଣ କରିଥାନ୍ତା, ତେବେ ମୁସ୍ଲିମ ମାନେ ତା’କୁ ୪୦୦ ପାର ଭୋଟ୍ ଦେଇ ବିଜୟୀ କରି ଦେଇଥାନ୍ତେ। ଦାବି କରା ଯାଉଛି ଯେ ଭିଡିଓରେ ହିନ୍ଦୁଙ୍କୁ […]

Continue Reading

କ’ଣ ବକରୀଦ ଦିନ ଗୋ ହତ୍ୟା ପରେ ରାସ୍ତା ରକ୍ତାକ୍ତ ହୋଇଥିବା ଏହି ଫୋଟୋ ପଶ୍ଚିମବଙ୍ଗାଳର କି? ଜାଣନ୍ତୁ ସତ୍ୟତା

ରକ୍ତାକ୍ତ ହୋଇଥିବା ଏକ ସ୍ଥାନର ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ୍ ଭିଡିଓରେ ଜଣେ ମହିଳା ବଙ୍ଗଳା ଭାଷାରେ କିଛି କହୁଥିବାର ଶୁଣିବାକୁ ମିଳିଛି। ସେ କହୁଛନ୍ତି, ପ୍ରାୟ 10 ଟି ଘର ଲୋକମାନେ ୨୦୦ ରୁ ଅଧିକ ଗୌ ବଳି ଦେଉଛନ୍ତି। ଭିଡିଓ ସହିତ ଦାବି କରାଯାଉଛି ଯେ ବକରୀଦ ଦିନ ପଶ୍ଚିମବଙ୍ଗର ଏକ ସ୍ଥାନରେ ୨୦୦ ରୁ ଅଧିକ ଗୌ ବଳିଦାନ ଦିଆ ଯାଉଥିବାର ଏହା ଏକ ଦୃଶ୍ୟ ଅଟେ।  ଭିଡିଓ ସହିତ […]

Continue Reading

ଦିଗବିଜୟ ସିଂଙ୍କ ସୁରକ୍ଷାକର୍ମୀ ଦ୍ଵାରା ଭଗା ଯାଉଥିବା ଏହି ମହିଳା ତାଙ୍କ ଠାରୁ ୮୫୦୦ ଟଙ୍କା ମାଗି ଆସିନଥିଲେ। 

କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗଭିଜୟ ସିଂଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଦିଗଭିଜୟ ସିଂଙ୍କ ସହିତ ସାକ୍ଷାତ କରି ଆସିଥିବା ମହିଳାକୁ ଭଗାଇବା ପାଇଁ ସେ ତାଙ୍କ ସୁରକ୍ଷା କର୍ମୀଙ୍କୁ କହୁଥିବାର ନଜର ଆସିଛନ୍ତି। ଭିଡିଓ ସହିତ ଦାବି କରାଯାଉଛି ଯେ ଏହି ମହିଳା ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ଦଳ ଯେଉଁ ୮,୫୦୦ ଟଙ୍କା ଦେବାର ପ୍ରତିଶୃତି ଦେଇଥିଲା ତାହା ମାଗିବାକୁ ଆସିଥିଲେ। କିନ୍ତୁ ଦିଗଭିଜୟ ସିଂ […]

Continue Reading

ଓଡ଼ିଶାରେ ବିଜେପି ସରକାର ଗଠନ ହେବା ପରେ ନୂତନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟରେ ମଦ ବ୍ୟାପାର ନିଷେଧ କରିବା ନିଷ୍ପତ୍ତି ନେଇଛନ୍ତି କି? 

ଓଡ଼ିଶାରେ ବିଜେପି ବିଧାନସଭା ନିର୍ବାଚନ ଜିତିବା ପରେ ମୋହନ ଚରଣ ମାଝୀ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ମନୋନୀତ ହେଇଛନ୍ତି। ରାଜ୍ୟରେ ପ୍ରଥମ ଥର ପାଇ ବିଜେପି ସରକାର ଆସିବା ପରେ ଅନେକ ଯୋଜନା ଏବଂ ନୂତନ ସରକାରର ପଦକ୍ଷେପ କ’ଣ ରହିବା ନେଇ ଚର୍ଚ୍ଚା ଲାଗି ରହିଛି।  ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ମଦ ବ୍ୟାପାର ବନ୍ଦ […]

Continue Reading

ଉତ୍ତରପ୍ରଦେଶରେ ନିର୍ଵାଚନ ହାରିବା ପରେ ଯୋଗୀ ଆଦିତ୍ୟନାଥ କାନ୍ଦିଲେ? ଭାଇରାଲ ଭିଡିଓ ପୁରୁଣା….

୨୦୨୪ ଲୋକସଭା ନିର୍ବାଚନରେ INDI ମିଳିତ ମଞ୍ଚ ବିଜେପି କୁ ଉତ୍ତରପ୍ରଦେଶରେ ପରାସ୍ତ କରିଛି। ଏହା ପରେ ସୋସିଆଲ ମିଡିଆରେ ଯୋଗୀ ଆଦିତ୍ୟନାଥଙ୍କର କାନ୍ଦୁଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ, ଉତ୍ତରପ୍ରଦେଶରେ ବିଜେପି ନିର୍ବାଚନ ହାରିବା ପରେ ଯୋଗୀ ଆଦିତ୍ୟନାଥ ଦୁଖୀ ହେଇ କାନ୍ଦୁଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଯୋଗୀ ଆଦିତ୍ୟନାଥଙ୍କର ୨୦୧୭ ମସିହାର ଏକ ପୁରୁଣା ଭିଡିଓକୁ ମିଥ୍ୟା […]

Continue Reading

କ’ଣ ଗାଲରେ ଚାପୁଡ଼ା ମାଡ଼ ଖାଇବା ପରେ ଏହା କଙ୍ଗନାଙ୍କର ଫୋଟୋ? ଜାଣନ୍ତୁ ସତ୍ୟତା।

ହିମାଚଳ ପ୍ରଦେଶର ମଣ୍ଡୀ ନିର୍ବାଚନ ମଣ୍ଡଳୀରୁ ଜିତିବା ପରେ କଙ୍ଗନା ରଣାଓତ ଚର୍ଚ୍ଚାରେ ରହିଛନ୍ତି। ଚଣ୍ଡିଗଡ଼ ବିମାନ ବନ୍ଦରରେ ଜଣେ CISF ଜବାନ୍ ତାଙ୍କୁ ଚାପୂଡ଼ା ମାରିଥିବା ଖବର ସାମନାକୁ ଆସିବା ପରେ ଏହୀ ଘଟଣା ସମ୍ବନ୍ଧିତ ଏକ ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଫୋଟୋରେ ଜଣେ ମହିଳାଙ୍କ ଗାଲରେ ଚାପୁଡ଼ା ଚିହ୍ନ ଦେଖିବାକୁ ମିଳିଛି। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହି ଫୋଟୋ କଙ୍ଗନା ରଣାଓତଙ୍କର […]

Continue Reading

କ’ଣ ଧାମନଗର ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି କରା ଯିବ? ଜାଣନ୍ତୁ ସତ୍ୟତା। 

ଧାମନଗର ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୨୦୨୪ ନିର୍ବାଚନରେ ବିଜୟୀ ହେଇଛନ୍ତି। ବିଜେପି ଓଡ଼ିଶାରେ ନିର୍ବାଚନ ଜିତିବା ପରେ ସରକାର ଗଠନ କରିବାକୁ ଯାଉଛି। ଏହି ସମୟରେ ସବୁଠାରୁ ବଡ ପ୍ରଶ୍ନ ହେଉଛି ଯେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ କିଏ ହେବ।  ଏହି ସମୟରେ ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦାବି କରା ଯାଉଛି ଯେ ସୂର୍ଯ୍ୟବଂଶୀ ସୂରଜଙ୍କୁ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ନିଯୁକ୍ତି କରା ଯିବ।  Facebook […]

Continue Reading

କ’ଣ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବ୍ୟାନେର୍ଜିଙ୍କ ପ୍ରକୃତ ନାମ ମୁମତାଜ ମାସାମା ଖାତୁନ୍ ଅଟେ? ଜାଣନ୍ତୁ ସତ୍ୟତା।

୨୦୨୪ ସାଧାରଣ ନିର୍ବାଚନ ମଧ୍ୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଷୟରେ ଖବର ପ୍ରସାରଣ କରୁଥିବା ଏକ ଖବରକାଗଜ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ହେଡଲାଇନରେ ଲେଖା ଅଛି, “ମମତା ବାନାର୍ଜୀଙ୍କ ପ୍ରକୃତ ନାମ କେହି ଜାଣନ୍ତି ନାହିଁ।” ଆଗକୁ ଖବରକାଗଜ କ୍ଲିପ୍‌ରେ ଦର୍ଶାଯାଇଛି ଯେ ମମତା ବ୍ୟାନେର୍ଜିଙ୍କ ପ୍ରକୃତ ନାମ ହେଉଛି ମୁମତାଜ ମାସାମା ଖାତୁନ୍। ଏହା ମଧ୍ୟ ଦାବି କରାଯାଇଥିଲା ଯେ ୱିକିପିଡ଼ିଆରେ ମମତା ବାନାର୍ଜୀଙ୍କ ଧର୍ମ ମୁସଲମାନ ବୋଲି ଉଲ୍ଲେଖ କରାଯାଇଛି […]

Continue Reading

କ’ଣ ଏହି ଫୋଟୋରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଚିଡ଼ା ହୋଇଥିବା ମହିଳା ତାଙ୍କ ପତ୍ନୀ ଅଟନ୍ତି? ଜାଣନ୍ତୁ ସତ୍ୟତା। 

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ସହିତ ଚିଡ଼ା ହୋଇଥିବା ଏକ ମହିଳାଙ୍କ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହା ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପତ୍ନୀଙ୍କର ଫୋଟୋ ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଏହି ଦାବିକୁ ମିଥ୍ୟା ବୋଲି ପାଇଲା। ଫୋଟୋରେ ଥିବା ମହିଳା ସେହି ସମୟର ଗୁଜରାଟର ଶିକ୍ଷାମନ୍ତ୍ରୀ ହେମନ୍ତ ଚପଟୱାଲାଙ୍କ ଝିଅ ବନ୍ଦନା ଅଟନ୍ତି।  କ’ଣ ଦାବି କରା ଯାଇଛି ପୋଷ୍ଟରେ? ଫୋଟୋ ସେୟାର କରି ଜଣେ […]

Continue Reading

କ’ଣ ଏହା ଓଡ଼ିଶା ସରକାରର ମୋ ସାଇକଲ୍ ଯୋଜନାର ଏକ ଫୋଟୋ ଯେଉଁଠାରେ ସାଇକଲ୍ ବରବାଦ ହେଇ ପଡ଼ିଛି? ଜାଣନ୍ତୁ ସତ୍ୟତା

୨୦୨୪ ଲୋକସଭା ନିର୍ବାଚନ ସମୟରେ କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ନବୀନ ସରକାର ଉପରେ ଅଭିଯୋଗ ଆଣି ଗୋଟିଏ ଫୋଟୋ ସେୟାର କରୁଛନ୍ତି। ଫୋଟୋରେ ଜଣେ ବ୍ୟକ୍ତି ଏକ ନଷ୍ଟ ବା ବରବାଦ ହୋଇଥିବା ସାଇକଲ୍ ନିକଟରେ ଚିଡ଼ା ହୋଇଛି। ଦାବି କରା ଯାଉଛି ଯେ ଏହି ସାଇକଲ୍ ଗୁଡ଼ିକ ମୋ ସାଇକଲ୍ ଅଟେ ଯାହା ନବୀନ ସରକାର ଆରମ୍ଭ କରିଥିଲା।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଚୀନ […]

Continue Reading

କ’ଣ ଆଙ୍ଗନବାଡ଼ି ମହିଳା କାର୍ଯ୍ୟକର୍ତ୍ତା ମାନଙ୍କୁ ଓଡ଼ିଶା ପୋଲିସ ନିର୍ମମ ଭାବରେ ମାରୁଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ପୋଲିସର ନିଷ୍ଠୁରତା ଦର୍ଶାଉଥିବା ଗୋଟିଏ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ରାସ୍ତାରେ ମହିଳା ଆଙ୍ଗନବାଡ଼ି କାର୍ଯ୍ୟକର୍ତ୍ତା ମାନେ ବିରୋଧ ପ୍ରଦର୍ଶନ କରୁଥିବା ସମୟରେ ସେଠାରେ ବନ୍ଦୋବସ୍ତରେ ଥିବା ପୋଲିସ ସେମାନଙ୍କୁ ନିର୍ମମ ଭାବରେ ବାଡ଼ିରେ ମାରୁଛି।  ଦାବି କରା ଯାଉଛି ଯେ ଏହି ଭିଡିଓ ଓଡ଼ିଶା ରାଜ୍ୟର ଅଟେ ଆଉ ନବୀନ ସରକାର ଏପରି ମାଁ ମାନଙ୍କୁ ସମ୍ମାନ ଦେଉଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା […]

Continue Reading

କ’ଣ ବସ୍ ରେ ଯୁବକ-ଯୁବତୀଙ୍କର ଅଶ୍ଳୀଳ ଅବସ୍ଥାର ଏହି ଭିଡିଓ ଦିଲ୍ଲୀର ଅଟେ? ଜାଣନ୍ତୁ ସତ୍ୟତା। 

ଅନ୍ୟ ଯାତ୍ରୀଙ୍କର ଉପସ୍ଥିତିରେ ଏକ ବସ୍ ରେ ଜଣେ ଯୁବକ-ଯୁବତୀଙ୍କର ଅଶ୍ଳୀଳ ଅବସ୍ଥା ବା ଅଶ୍ଳୀଳ କାର୍ଯ୍ୟରେ ଲିପ୍ତ ଥିବା ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସମାନ ବସ୍ ରେ ଯାତ୍ରା କରୁଥିବା ଅନ୍ୟ ଏକ ଯାତ୍ରୀ ଏହି ଭିଡିଓ ଶୁଟ୍ କରିଥିଲେ।  ଦାବି କରା ଯାଉଛି ଯେ ଏହା ଦିଲ୍ଲୀ ସହରର ଏକ ଘଟଣା ଅଟେ। ଭିଡିଓ ସେୟାର କରି ଜଣେ ଲେଖିଛନ୍ତି, “ଦିଲ୍ଲୀ ମେଟ୍ରୋ ପରେ ଜଣେ ଯୁବକ ଏବଂ […]

Continue Reading

କ’ଣ କେରଳରେ ମୁସ୍ଲିମ ମାନେ ଭାରତର ଜାତୀୟ ପତାକାର ଅପମାନ କରୁଛନ୍ତି? ଜାଣନ୍ତୁ ସତ୍ୟତା।

ସୋସିଲା ମିଡିଆରେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ରାସ୍ତା ଉପରେ ରଖା ଯାଇଥିବା ଭାରତର ଜାତୀୟ ପତକା ଉପରେ କିଛି ଗାଡ଼ି ଯାଉଥିବା ଦେଖିବାକୁ ମିଳିଛି। ଏହା ସହିତ କିଛି ଲୋକେ ପାକିସ୍ତାନର ପତକା ମଧ୍ୟ ଧରିଥିବା ଦେଖା ଯାଉଛନ୍ତି। ପୋଷ୍ଟ ଦାବି ଅନୁଯାୟୀ ଏହି ଭିଡିଓ କେରଳର ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଅନୁସନ୍ଧାନ ପରେ ଆମେ ଜାଣିବାକୁ ପାଇଲୁ ଯେ ଏହି ଭିଡିଓ […]

Continue Reading

କ’ଣ କର୍ଣ୍ଣାଟକାର କଂଗ୍ରେସ୍ କାର୍ଯ୍ୟକର୍ତ୍ତା ମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୁତଲା ଜଳାଉଥିବା ବେଳେ ନିଜେ ନିଆରେ ଆଘାତ ହୋଇଛନ୍ତି? ଜାଣନ୍ତୁ ସତ୍ୟତା। 

ସୋସିଆଲ ମିଡିଆରେ କିଛି ଲୋକ ରାସ୍ତାରେ ବିରୋଧ କରୁଥିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ପୁତଲାରେ ନିଆ ଲଗାଉଥିଲେ। କିନ୍ତୁ ଏହା କରିବା ସମୟରେ ସେମାନେ ନିଜେ ନିଆରେ ଆଘାତ ହେଇଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ଏହି ଲୋକମାନେ କର୍ଣ୍ଣାଟକା କଂଗ୍ରେସ୍ କାର୍ଯ୍ୟକର୍ତ୍ତା ଅଟନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା କେରଳର ୧୨ ବର୍ଷ ପୁରୁଣା ଭିଡିଓ ଏବଂ ଭିଡିଓରେ ଥିବା ଲୋକମାନେ କଂଗ୍ରେସ୍ କାର୍ଯ୍ୟକର୍ତ୍ତା ନୁହଁନ୍ତି, […]

Continue Reading

କ’ଣ ଏହି ଭିଡିଓରେ ଭାରତ ଏବଂ ବାଂଲାଦେଶର ହିନ୍ଦୁ ମାନଙ୍କୁ ISIS ର କ୍ୟାମ୍ପ୍ ରୁ ଉଦ୍ଧାର କରା ଯାଉଛି? ଜାଣନ୍ତୁ ସତ୍ୟତା। 

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେନା ୟୁନିଫର୍ମ ପିନ୍ଧିଥିବା ମହିଳାମାନେ ଏକ ତମ୍ବୁରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି। ସେଠାରେ ସେମାନେ ଦୁଇଟି ମହିଳାଙ୍କୁ ବନ୍ଧା ହୋଇଥିବା ଦେଖିଲେ। ସେନା କର୍ମଚାରି ମାନେ ସେ ମାନଙ୍କୁ ଉଦ୍ଧାର କରିଥିଲେ।  ଦାବି କରା ଯାଉଛି ଯେ ତମ୍ବୁରେ ବନ୍ଧା ଅବସ୍ଥାରେ ଥିବା ମହିଳା ମାନେ ହେଉଛନ୍ତି ଭାରତ ଏବଂ ବାଂଲାଦେଶର ହିନ୍ଦୁ ଯେଉଁମାନେ ISIS ର ଶୋଷଣର ଶିକାର ହୋଇଥିଲେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ […]

Continue Reading

କ’ଣ କଂଗ୍ରେସ୍ ନିର୍ବାଚନ ଘୋଷଣାପତ୍ରରେ ପ୍ରତିଶୃତି ଦେଇଛି ଯେ ସେ ଜଣେ ମୁସ୍ଲିମଙ୍କୁ ଭାରତର ପ୍ରଧାନ ବିଚାରପତି ପଦବୀ ଦେବ? ଜାଣନ୍ତୁ ସତ୍ୟତା। 

ଯେହେତୁ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ସମାପ୍ତ ହେଉଛି, ଅନେକ ସୋସିଆଲ ମିଡିଆ ପୋଷ୍ଟ କଂଗ୍ରେସ ଦଳକୁ ଟାର୍ଗେଟ କରି ଚର୍ଚ୍ଚାର ବିଷୟ ପାଲଟିଛି। ବିଶେଷ ଭାବରେ, ଏକ ଖବରକାଗଜ ପ୍ରବନ୍ଧର ସ୍କ୍ରିନସଟ ଥିବା ଦର୍ଶାଯାଇଛି ଯେ କଂଗ୍ରେସ ଘୋଷଣାପତ୍ରରେ ମୁସଲମାନ ସମ୍ପ୍ରଦାୟକୁ ସମର୍ଥନ କରୁଥିବା ପ୍ରତିଶୃତି ରହିଛି। ଘୋଷଣାପତ୍ର ରେ ଜଣେ ମୁସଲମାନ ବ୍ୟକ୍ତିଙ୍କୁ ଭାରତର ପ୍ରଧାନ ବିଚାରପତି ଭାବରେ ନିଯୁକ୍ତି ଠାରୁ ଆରମ୍ଭ କରି ମୁସଲମାନମାନଙ୍କ ପାଇଁ ଅନ୍ୟାନ୍ୟ ସୁବିଧା ଦେବା ବିଷୟରେ କୁହା […]

Continue Reading

କ’ଣ ଭାଇରାଲ ଫୋଟରେ ଥିବା ଏହି ସେତୁ ମୁମ୍ବଇ ସହରର ଅଟେ? ଜାଣନ୍ତୁ ସତ୍ୟତା। 

ଏକ ସୁନ୍ଦର ଲମ୍ବା ସେତୁର ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉପଭୋକ୍ତାମାନେ ଦାବି କରୁଛନ୍ତି ଯେ ଏହା ମୁମ୍ବଇ ସହରରେ ଅବସ୍ଥିତ ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ମୁମ୍ବଇର ନୁହେଁ ବରଂ ଚୀନ ଦେଶର ଏକ ସେତୁର ଫୋଟୋ ଅଟେ।  ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ଆମେରିକା ବା ଚୀନର ନୁହେଁ – ମୁମ୍ବାଇର ସମୁଦ୍ର ମଧ୍ୟରେ ହାଇୱେ ….. ନୟାଭାରତ“ […]

Continue Reading

କ’ଣ ଦୈନିକ ଭାସ୍କର ନିଜ ଖବରକାଗଜ ରେ ପ୍ରକାଶିତ କରିଛି ଯେ ଇଣ୍ଡିଆ ଗଠବନ୍ଧନ ନିର୍ବାଚନରେ ​​ସଂଖ୍ୟାଗରିଷ୍ଠ ପାଇବ? ଜାଣନ୍ତୁ ସତ୍ୟତା।

ବର୍ତ୍ତମାନ ସୋସିଆଲ ମିଡିଆରେ ଦୈନିକ ଭାସ୍କର ପତ୍ରିକାର ସ୍କ୍ରିନଶଟ୍ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଖବର ପ୍ରକାଶ ପାଇଛି ଯେ ଆସନ୍ତା ନିର୍ବାଚନରେ ଇଣ୍ଡିଆ ଗଠବନ୍ଧନ ୧୦ ଟି ରାଜ୍ୟରେ ​​ସଂଖ୍ୟାଗରିଷ୍ଠ ପାଇବ। ଏହି ରାଜ୍ୟ ଗୁଡ଼ିକ ହେଉଛି- ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର, ପଶ୍ଚିମବଙ୍ଗ, ଗୁଜରାଟ, ତାମିଲନାଡ଼ୁ, କର୍ଣ୍ଣାଟକ, ତେଲଙ୍ଗାନା, ରାଜସ୍ଥାନ ଏବଂ କେରଲ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଦୈନିକ ଭାସ୍କର ଏପରି କୌଣସି ଖବର ପ୍ରକାଶ […]

Continue Reading

କ’ଣ ଏହା ମୁଖତାର୍ ଅନସାରୀଙ୍କର ଅନ୍ତିମ ସଂସ୍କାର ସମୟର ଭିଡିଓ ଅଟେ? ଜାଣନ୍ତୁ ସତ୍ୟତା। 

ମାର୍ଚ୍ଚ ୩୦ ରେ କଡା ସୁରକ୍ଷା ମଧ୍ୟରେ ଗ୍ୟାଙ୍ଗଷ୍ଟର-ରାଜନେତା ମୁଖତାର୍ ଅନସାରୀଙ୍କର ଗାଜିପୁରରେ ଅନ୍ତିମ ସଂସ୍କାର କରାଯାଇଥିଲା। ମାର୍ଚ୍ଚ ୨୮ ରେ ଉତ୍ତରପ୍ରଦେଶର ବନ୍ଦା ଡାକ୍ତରଖାନାରେ ଅନସାରୀଙ୍କର ମୃତ୍ୟୁ ହୋଇଥିଲା। ଅନ୍ତିମ ସଂସ୍କାରରେ ଅନେକ ସମର୍ଥକ ଯୋଗ ଦେଇଥିଲେ।  ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ବହୁ ସଂଖ୍ୟାରେ ଲୋକଙ୍କର ଏକ ଭିଡିଓ ଭାଇରାଲ ହେବାର ଲାଗିଛି। ଦାବି କରା ଯାଉଛି ଯେ ଲୋକଙ୍କ ଏହି ଭିଡ଼ ମୁଖତାର୍ ଅନସାରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଉତ୍ତରପ୍ରଦେଶର ଗାଜିପୁରରେ ଏକତ୍ର […]

Continue Reading

କ’ଣ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନେର୍ଜି ନିଜ ଆଘାତ ହୋଇଥିବା ନେଇ ନାଟକ କରୁଛନ୍ତି? ଜାଣନ୍ତୁ ସତ୍ୟ। 

ନିକଟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନେର୍ଜି ଆଘାତ ହୋଇଥିବା ଖବର ସାମନାକୁ ଆସିଥିଲା। ଅନେକ ଫୋଟୋରେ ତାଙ୍କ କପାଳରେ ଆହତ କାରଣରୁ ରକ୍ତ ମଧ୍ୟ ବହିଥିଲା। ଏହି ଘଟଣା ପରେ ସୋସିଆଲ ମିଡିଆରେ ଅନ୍ୟ ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ତାଙ୍କ କପାଳର ଅନ୍ୟ ସ୍ଥାନରେ ବେଣ୍ଡଏଡ୍ ଲାଗିଥିବା ଦେଖିବାକୁ ମିଳିଛି।  ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଆସନ୍ତା ଲୋକ ସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନେର୍ଜି […]

Continue Reading

କ’ଣ ପାକିସ୍ତାନ ପ୍ରଧାନମନ୍ତ୍ରୀ ଟୁଇଟ ମାଧ୍ୟମରେ ସୂଚିତ କରିଛନ୍ତି ଯେ ପାକିସ୍ତାନରେ ସିଏଏ ଲାଗୁ କରା ଯିବ? ଜାଣନ୍ତୁ ସତ୍ୟତା। 

ଭାରତରେ ନାଗରିକତ୍ୱ ସଂଶୋଧନ ଅଧିନିୟମ (CAA) ଲାଗୁ ହେବାର ଘୋଷଣା ପରେ ସୋସିଆଲ ମିଡିଆରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କର ଏକ ଟୁଇଟର ସ୍କ୍ରିନସଟ ଭାଇରାଲ ହେବାରେ ଲାଗିଛି। ଟୁଇଟରେ ଲେଖାଯାଇଛି ଯେ ଭାରତରେ ନିର୍ଯାତିତ ମୁସଲମାନମାନଙ୍କୁ ପାକିସ୍ତାନୀ ନାଗରିକତ୍ୱ ଦିଆଯିବ। ଏଥିରେ ଏହା ମଧ୍ୟ ଦାବି କରା ଯାଇଛି ଯେ ବର୍ତ୍ତମାନ ଭାରତୀୟ CAA ର ଜବାବରେ ପାକିସ୍ତାନ ସରକାର ମଧ୍ୟ ସମାନ ଆଇନ ଆଣିବାକୁ ଯାଉଛନ୍ତି ଯାହା କେବଳ ଭାରତୀୟ ମୁସଲମାନମାନଙ୍କ ପାଇଁ ଲାଗୁ […]

Continue Reading

କ’ଣ ଡ଼ିଜେ ବନ୍ଦ କରିବାକୁ ଯାଇଥିବା ପୋଲିସ ନିଜେ ଜୟ ଶ୍ରୀ ରାମଙ୍କ ଗୀତରେ ଡାନ୍ସ କରୁଛନ୍ତି? ଜାଣନ୍ତୁ ସତ୍ୟତା। 

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଆପଣ ଦେଖି ପାରିବେ ଯେ ଜଣେ ପୋଲିସ ଅଧିକାରୀ ସେଠାରେ ଜୟ ଶ୍ରୀ ରାମ ଗୀତରେ ନାଚିବାକୁ ଲାଗୁଛନ୍ତି। ଦାବି କରା ଯାଉଛି ଯେ ଡ଼ିଜେ ବନ୍ଦ କରିବାକୁ ଯାଇଥିବା ପୋଲିସ ନିଜେ ଜୟ ଶ୍ରୀ ରାମ ଗୀତରେ ନାଚିବାକୁ ଲାଗୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଏକ ଏଡିଟ୍ ହୋଇଥିବା ଭିଡିଓ ଅଟେ। ପ୍ରକୃତ […]

Continue Reading

କ’ଣ ଏହି ରେଳବାଇ ଷ୍ଟେସନ୍ ରେ ଅଗ୍ନିକାଣ୍ଡର ଘଟଣା ଝାରସୁଗୁଡାର ଅଟେ? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ରେଳବାଇ ଷ୍ଟେସନ୍ ରେ ଅଗ୍ନିକାଣ୍ଡ ହୋଇଥିବା ଦେଖିବାକୁ ମିଳିଛି। ସେଠାରେ ଉପସ୍ଥିତ ଲୋକମାନେ ରେଳ ଟ୍ରାକ୍ ରେ ଛିଡା ହୋଇ ଦୃଶ୍ୟ ଦେଖୁଥିବା ସମୟରେ କିଛି ଲୋକେ ଟ୍ରାକ୍ ଉପରକୁ ଜିନିଷ ଫିଙ୍ଗୁଛନ୍ତି। ଦାବି କରା ଯାଉଛି ଯେ ଏହି ଭିଡିଓ ଓଡ଼ିଶା ରାଜ୍ୟର ଝାରସୁଗୁଡା ରାଳବାଇ ଷ୍ଟେସନର ଘଟଣା ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଦାବି […]

Continue Reading

କ’ଣ ଆନ୍ଧ୍ରପ୍ରଦେହର ଗଙ୍ଗାଭରମର ଏକ ରାମ ମନ୍ଦିରରେ କ୍ରିଷ୍ଟିଆନ ମାନେ ପ୍ରାର୍ଥନା କରୁଛନ୍ତି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ଏମଆଇଡ଼ିଆଇରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ପ୍ରାର୍ଥନା ସଭା ହେଉଥିବା ସମୟରେ ସେଠାରେ ଯୋଗଦାନ ଦେଇଥିବା ଲୋକଙ୍କ ସହିତ ଜଣେ ବ୍ୟକ୍ତିଙ୍କର ଝଗଡା ହେଉଛି। ଭିଡିଓ ଦେଖି ଏପରି ପ୍ରତୀତ ହେଉଛି ଯେ ସେହି ଲୋକ ପ୍ରାର୍ଥନା ସଭା ଆୟୋଜିତ ହେଇଥିବା ନେଇ ଖୁସି ନାହାଁନ୍ତି।  ଦାବି କର ଯାଉଛି ଯେ ଏହି ଘଟଣାଟି ଆନ୍ଧ୍ରପ୍ରଦେଶ ରାଜ୍ୟର ଗଙ୍ଗାଭରମ ଜିଲ୍ଲାର ଘଟଣା ଅଟେ ଯେଉଁଠାରେ କ୍ରିଷ୍ଟିଆନ ମାନେ ରାମ ମନ୍ଦିରରେ […]

Continue Reading

କ’ଣ ଯଶୋଦାବେନ୍ ମୋଦୀଙ୍କ ବିରୁଦ୍ଧରେ ଏକ ଟୁଇଟ କରିଛନ୍ତି? ଜାଣନ୍ତୁ ସତ୍ୟ। 

ବିଗତ କିଛି ଦିନ ପୂର୍ବରୁ RJD ପାର୍ଟି ଅଧ୍ୟକ୍ଷ ଲାଲୁଆ ପ୍ରସାଦ ଯାଦବ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୁଦ୍ଧରେ ପାଟଣାର ଗୋଟିଏ ରେଲିରେ ଭାଷଣ ଦେଇଥିଲେ। ତାଙ୍କ ଭାଷଣରେ ସେ କହିଥିଲେ ଯେ ମୋଦୀଙ୍କ କୌଣସି ପରିବାର ନାହିଁ ଏବଂ ସେ ଜଣେ ପ୍ରକୃତ ହିନ୍ଦୁ ନୁହଁନ୍ତି। ଏହାର ଉତ୍ତଟରେ ପ୍ରଧାନମନ୍ତି ମୋଦୀ କହିଥିଲେ ଯେ ଭାରତର ୧୪୦ କୋଟି ଲୋକ ତାଙ୍କ ପରିବାର ଅଟନ୍ତି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ମୋଦୀଙ୍କ ପତ୍ନୀ ଯଶୋଦାବେନଙ୍କ ନାମରେ ଏକ ଟୁଇଟ […]

Continue Reading

କ’ଣ ଭାରତ ନିର୍ବାଚନ ଆୟୋଗ ୨୦୨୪ ଲୋକସଭା ନିର୍ବାଚନର ତାରିଖ ସ୍ଥିର କରିଛି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଅଶଶନତା ଲୋକସଭା ନିରବାଦଚନ ନେଇ ଚର୍ଚ୍ଚା ଜୋର ଧରିଛି। ଅନେକ ସ୍ଥାନରେ ଆମେ ରାଜନୈତିକ ଦଳ ରେଲି ଏବଂ ଜନଦାଧାରଣଙ୍କୁ ସଭାରେ ଆମ୍ବୋଧିତ କରୁଥିବା ସୂଚନା ପାଇଛୁ।  ଏହା ମଧ୍ୟରେ ସୋସିଆଲ ମିଡିଆରେ ନିର୍ବାଚନ ତାରିଖ ନେଇ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଭାରତର ନିର୍ବାଚନ ଆୟୋଗ ୨୦୨୪ ମସିହାର ନିର୍ବାଚନ ତାରିଖ ଘୋଷଣା କରିଛି। ଦାବି କରା ଯାଉଛି ଯେ ୧୨ ମାର୍ଚ୍ଚରେ ନିର୍ବାଚନ […]

Continue Reading

କ’ଣ ଫୋଟୋରେ ଥିବା ମହିଳା ହେଉଛନ୍ତି ମୁମତାଜ ଯାହାଙ୍କ ପାଇଁ ଶାହଜାହାଁ ତାଜମହଲ ନିର୍ମାଣ କରିଥିଲେ? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଗୋଟୋ ସେୟାର କରି ଦାବି କରା ଯାଉଛି ଯେ ସେ ହେଉଛନ୍ତି ପ୍ରସିଦ୍ଧ ମୁମତାଜ ଯାହାଙ୍କ ପାଇଁ ଶାହଜାହାଁ ତାଜମହଲର ନିର୍ମାଣ କରିଥିଲେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଫୋଟୋରେ ଥିବା ମହିଳା ମୁମତାଜ ନୁହଁନ୍ତି। ଏହି ଫୋଟୋଟି ହେଉଛି ଭୋପାଲର ନୱାବ ବେଗମ୍ ଶାହଜାହାଁ ବେଗମଙ୍କର ଅଟେ।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ […]

Continue Reading

କ’ଣ ଏହି ଭିଡିଓରେ ଆନ୍ଦୋଳନ କରୁଥିବା ଚାଷୀ ମାନେ ଗୋଟିଏ ମନ୍ଦିର ଉପରେ ଆକ୍ରମଣ କରୁଛନ୍ତି? ଜାଣନ୍ତୁ ସତ୍ୟ। 

ନିଜ ଦାବି ପୂରଣ କରିବାକୁ କୃଷକ ସଂଗଠନ କେନ୍ଦ୍ର ସରକାର ବିରୁଦ୍ଧରେ ୧୩ ଫେବ୍ରୁଆରିରେ ‘ଦିଲ୍ଲୀ ଚଳୋ’ ଯାତ୍ରା ଆରମ୍ଭ କରିଥିଲେ। ଏହି ଘଟଣାର ଅନେକ ଫୋଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  ଏହି ପ୍ରସଙ୍ଗରେ ଶିଖ ସମ୍ପ୍ରଦାୟର କିଛି ସଦସ୍ୟ ଦୋକାନ ଏବଂ ମନ୍ଦିର ଭାଙ୍ଗୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ପୋଲିସ ଉପସ୍ଥିତି ରେ ଏହି ହିଂସା ହେଉଛି। ଦାବି […]

Continue Reading

କ’ଣ ଖାଲିସ୍ତାନ ଦେଶ ଦାବି କରୁଥିବା ଏହି ଫୋଟୋ ବର୍ତ୍ତମାନ କୃଷକ ଆନ୍ଦୋଳନ ସମୟରେ ଜଣେ ଚାଷୀଙ୍କର ଅଟେ? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ କିଛି ଶୀଖ୍ ସମ୍ପ୍ରଦାୟ ଲୋକଙ୍କର ଖାଲିସ୍ତାନ ଦାବି କରୁଥିବା ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫୋଟୋରେ ଆପଣ ମାନେ ଦେଖି ପାରିବେ ଯେ କିଛି ବ୍ୟକ୍ତି ମାନେ “ଆମ ଦାବି ଖାଲିସ୍ତାନ” ଲେଖା ହୋଇଥିବା କାଗଜ ଧରି ଧାରଣାରେ ଛିଡା ହୋଇଛନ୍ତି।  ଦାବି କରା ଯାଉଛି ଯେ ଏହି ଫୋଟୋ ସମ୍ପ୍ରତ୍ତି ସମୟରେ ଚାଲୁଥିବା କୃଷକ ଆନ୍ଦୋଳନର ଅଟେ ଏବଂ ଖାଲିସ୍ତାନ ଦାବି କରୁଥିବା ବ୍ୟକ୍ତି ମାନେ ଚାଷୀ ଅଟନ୍ତି।  କିନ୍ତୁ ଫ୍ୟାକ୍ଟ […]

Continue Reading

କ’ଣ ଲାଇଟ୍ ଶୋ ର ଏହି ସୁନ୍ଦର ଦୃଶ୍ୟ ଅଯୋଧ୍ୟାର ଅଟେ? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଲାଇଟ୍ ଶୋ ର ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଗୋଟିଏ ବିଶାଳ ପଡିଆରେ ଲୋକଙ୍କ ଉପସ୍ଥିତିରେ ଲାଇଟ୍ ଶୋ ଆୟୋଜିତ କରା ଯାଇଛି ଯେଉଁଥିରେ ବିଭିନ୍ନ ଆକାର ସୃଷ୍ଟି ହେଉଛି।  ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହି ଲାଇଟ୍ ଶୋ ଅଯୋଧ୍ୟାରେ ଆୟୋଜିତ ହୋଇଛି। ଜଣେ ଉପଭୋକ୍ତା ଲେଖିଛନ୍ତି, “ଅଯୋଧ୍ୟା ରେ ସୁନ୍ଦର ଲାଗୁଛି ଲାଇଟି ଭ୍ୟୁ।“ Facebook | Archive […]

Continue Reading

କ’ଣ ଲୋକ ସଭା ସଂସଦରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସ୍ଵୀକାର କରିଛନ୍ତି ଯେ ମୋଦୀ ଜି ୪୦୦ ରୁ ଅଧିକ ସିଟ୍ ଜିତିବେ? ଜାଣନ୍ତୁ ସତ୍ୟ। 

ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବିଜେପି ‘ଅବ୍କି ବାର୍ ୪୦୦ ପାର୍, ତିଶରୀ ବାର୍ ମୋଦୀ ସରକାର’ ନାରା ଘୋଷଣା କରିଛି। ଏହି ପ୍ରସଙ୍ଗରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ସଂସଦ ଭବନରେ ବିଜେପିର ନାରା ‘ଅବ୍କି ବାର୍ ୪୦୦ ପାର, ତିଶରୀ ବାର ମୋଦୀ ସରକାର’ କହିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଶୀର୍ବାଦରେ ବିଜେପିର ସମସ୍ତ ନେତା ନିର୍ବାଚିତ ହୋଇଛନ୍ତି ବୋଲି କହିଛନ୍ତି। ଏହି […]

Continue Reading

କ’ଣ ଏହା ରାସ୍ତାରେ ନାଚୁଥିବା ଏକ ହାତୀର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।

ହାତୀକୁ ନେଇ ଆମେ ଅନେକ ଭିଡିଓ ସୋସିଆଲ ମିଡିଆରେ ଦେଖି ଆସିଛୁ। କିନ୍ତୁ ବର୍ତ୍ତମାନ ଏପରି ଏକ ଆଶ୍ଚର୍ଯ୍ୟ କରୁଥିବା ଭିଡିଓ ଦେଖିବାକୁ ମିଳିଛି ଯେଉଁଥିରେ ସଜ-ବାଜ ହୋଇଥିବା ହାତୀ ରାସ୍ତା ରେ ନାଚୁଛି। ଅନେକ ଲୋକ ଏହି ଭିଡିଓ ସେୟାର କରି ଦାବି କରୁଛନ୍ତି ଯେ ଏହା ଏକ ଅସଲି ହାତୀର ନାଚୁଥିବା ଭିଡିଓ ଅଟେ।  ଭିଡିଓରେ ଏକ ସଜାଯାଇଥିବା ହାତୀ ବାଜା ଧ୍ୱନିରେ ନାଚୁଥିବା ଦେଖିବାକୁ ମିଳିଛି ଏବଂ ଲୋକମାନେ ଏହାର ଚାରିପାଖରେ ଏକତ୍ରିତ […]

Continue Reading

କ’ଣ ଭିଡିଓରେ ଖଣ୍ଡା ସହିତ ପ୍ରଦର୍ଶନ କରୁଥିବା ମହିଳା ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ଦିୟା କୁମାରୀ ଅଟନ୍ତି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ଜଣେ ମହିଳା ଲୋକଙ୍କ ମଧ୍ୟରେ ଖଣ୍ଡା ଧରି ପ୍ରଦର୍ଶନ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହି ମହିଳା ହେଉଛନ୍ତି ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ଦିୟା କୁମାରୀ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଦାବିକୁ ମିଥ୍ୟା ଏବଂ ଭିତ୍ତିହୀନ ବୋଲି ପାଇଲା। ଭିଡିଓରେ ଥିବା ମହିଳା ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ଦିୟା କୁମାରୀ ନୁହଁନ୍ତି, ବରଂ ଗୁଜୁରାଟର ଜଣେ ସମାଜସେବି ନିକିତାବା ରାଠୋର ଅଟନ୍ତି। ଏହି ଭିଡିଓର ରାଜସ୍ଥାନ ସହିତ […]

Continue Reading

କ’ଣ ପ୍ରଭୁ ରାମଙ୍କର ଏକ ସଙ୍ଗୀତରେ ନାଚୁଥିବା ଏହି ମହିଳା ସମ୍ବଲପୁରର ଜିଲ୍ଲାପାଳ ଅନନ୍ୟା ଦାସ ଅଟନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ମହିଳା ପ୍ରଭୁ ରାମଙ୍କର ଏକ ଗୀତରେ ନାଚୁଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆ ବ୍ୟବହାରକାରୀ ଦାବି କରୁଛନ୍ତି ଯେ ଭିଡିଓରେ ନାଚୁଥିବା ମହିଳା ହେଉଛନ୍ତି ସମ୍ବଲପୁରର ଜିଲ୍ଲାପାଳ ଅନନ୍ୟା ଦାସ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭିଡିଓରେ ନାଚୁଥିବା ମହିଳା ସମ୍ବଲପୁରର ଜିଲ୍ଲାପାଳ ନୁହନ୍ତି।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକରି ମାନେ ଦାବି କରୁଛନ୍ତି, “ସମ୍ବଲପୁର […]

Continue Reading

କ’ଣ ଏହା ଅଯୋଧ୍ୟା ରାମ ମନ୍ଦିରର ପ୍ରଥମ ଦିନର ଦାନ ସଂଗ୍ରହ କରା ଯାଉଥିବା ଭିଡିଓ ଅଟେ? ଜାଣନ୍ତୁ ସତ୍ୟ। 

୨୨ ଜାନୁଆରୀରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଅନୁଷ୍ଠିତ ହୋଇଥିଲା। ଏହି ସମାରୋହରେ ଅନେକ ମୁଖ୍ୟ ଅତିଥି ସମେତ ୫ ଲକ୍ଷରୁ ଅଧିକ ଭକ୍ତ ଯୋଗ ଦେଇଥିଲେ। ଏହି ପ୍ରସଙ୍ଗରେ, କିଛି ଲୋକ ଏକ ଦାନ ବାକ୍ସରୁ ଟଙ୍କା ସଂଗ୍ରହ କରୁଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି | ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଦାବି କରୁଛନ୍ତି ଯେ ଏହା ଅଯୋଧ୍ୟା ରାମ ମନ୍ଦିରର ପ୍ରଥମ ଦିନର ଦାନ ସଂଗ୍ରହର ଭିଡିଓ ଅଟେ। କିନ୍ତୁ ଫ୍ୟାକ୍ଟ […]

Continue Reading

କ’ଣ ଅଯୋଧ୍ୟାରେ ରାମ ମନ୍ଦିରର ରାମଜନ୍ମଭୂମି ଠାରୁ ୪ କିଲୋମିଟର ଦୂରରେ ନିର୍ମାଣ କରା ଯାଇଛି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ସଞ୍ଜୟ ରାଉତଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ କେନ୍ଦ୍ରରେ ବିଜେପି ସରକାର ଉପରେ ଅଭିଯୋଗ ଆଣିଛନ୍ତି ଯେ ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ ରାମ ଜନ୍ମଭୂମି ଠାରୁ ୪ କିଲୋମିଟର ଦୂରରେ କରା ଯାଇଛି। ଯେଉଁ ସ୍ଥାନରେ ମନ୍ଦିର ନିର୍ମାଣ କରା ଯିବାର ନିର୍ଣୟ ହୋଇଥିଲା ସେଠାରେ ମନ୍ଦିର ନିର୍ମିତ ହୋଇ ନାହିଁ।  ଭାଇରାଲ ଭିଡିଓରେ ସେ କହୁଛନ୍ତି, “ଯାଇ ଦେଖନ୍ତୁ ମନ୍ଦିର ସେଠାରେ ନିର୍ମାଣ ହୋଇଛି […]

Continue Reading

କ’ଣ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାର ଫୋଟୋ ନେଉଥିବା ଏହି ଫୋଟୋଗ୍ରାଫର ଭାବବିହ୍ବଳ ହୋଇ କାନ୍ଦୁଛନ୍ତି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ଫୋଟୋଗ୍ରାଫରଙ୍କ କାନ୍ଦୁଥିବା ଇମେଜ୍ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଏହି ଫୋଟୋଗ୍ରାଫର ଅଜୋଧ୍ୟାରେ ରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଫୋଟୋ ନେଉଥିବା ସମୟରେ ଭାବବିହ୍ବଳ ହୋଇ କାନ୍ଦିଥିଲେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ୨୦୧୯ ମସିହାର ଏକ ଫୁଟବଲ୍ ମ୍ୟାଚ୍ ସମୟର ଫୋଟୋ ଅଟେ ଯାହାକୁ ଅଯୋଧ୍ୟାରେ ରାମଙ୍କର ପ୍ରାଣ ପ୍ରତିଷ୍ଠା ସହିତ ଯୋଡି ଭାଇରାଲ କରା ଯାଉଛି।  କ’ଣ ଦାବି […]

Continue Reading

କ’ଣ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଅବସରରେ ଶ୍ରୀନଗରର ଲାଲ ଛକ ଠାରେ ଲୋକ ମାନେ ଉତ୍ସବ ପାଳନ କରୁଛନ୍ତି? ଜାଣନ୍ତୁ ସତ୍ୟ। 

ଗତ କାଲୀ ୨୨ ଜାନୁଆରୀରେ ଅଯୋଧ୍ୟାରେ ଧରି ରାମଙ୍କର ପ୍ରାଣ ପ୍ରତିଷ୍ଠା ପାଳନ କରା ଯାଇଥିଲା। ପ୍ରଧାନମନ୍ତ୍ରୀ ସହିତ ଅନ୍ୟ ୮୦୦୦ ମୁଖ୍ୟଅତିଥି ଏହି ଅବସରରେ ଯୋଗଦାନ ଦେଇଥିଲେ। ଏହା ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି।  ଏପରି ଏକ ପୋଷ୍ଟରେ ଏକ ବିଶାଳ ଘଣ୍ଟା ଘରରେ ଶ୍ରୀ ରାମଙ୍କର ଛବି ଉଜ୍ଜ୍ଵଳିତ କରା ଯାଇଥିଲା। ଦାବି କରା ଯାଉଛି ଯେ ଏହି ଭିଡିଓ ଶ୍ରୀନଗରର ଲାଲ୍ ଛକର ଦୃଶ୍ୟ […]

Continue Reading

କ’ଣ ରିଜର୍ଭ ବ୍ଯାଙ୍କ ଅଫ୍ ଇଣ୍ଡିଆ ଏକ ନୂତନ 500 ଟଙ୍କା ନୋଟ୍ ଜାରି କରିଛି ଯେଉଁଥିରେ ଶ୍ରୀ ରାମ ଏବଂ ରାମ ମନ୍ଦିରର ଫୋଟୋ ଅଛି? ଜାଣନ୍ତୁ ସତ୍ୟ। 

ଶ୍ରୀ ରାମ ଏବଂ ରାମ ମନ୍ଦିରର ପ୍ରତିଛବି ସହିତ ୫୦୦ ଟଙ୍କିଆ ନୋଟର ଏକ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉପଭୋକ୍ତାମାନେ ଦାବି କରୁଛନ୍ତି ଯେ ଏହା ହେଉଛି ଏକ ନୂତନ ୫୦୦ ଟଙ୍କିଆ ନୋଟ୍ ଯାହା ରିଜର୍ଭ ବ୍ଯାଙ୍କ ଦ୍ଵାରା ଜାରି କରା ଯାଇଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଛି। ଆରବିଆଇ ପ୍ରଭୁ ରାମ କିମ୍ବା ରାମ ମନ୍ଦିରଙ୍କ ପ୍ରତିଛବି ସହିତ କୌଣସି ମୁଦ୍ରା ନୋଟ୍ ପ୍ରକାଶ କରିନାହିଁ। […]

Continue Reading

କ’ଣ ଏହା ନେପାଲର ଲୋକମାନେ ଉପହାର ନେଇ ଅଯୋଧ୍ୟା ରାମ ମନ୍ଦିର ଆସୁଥିବା ଭିଡିଓ ଅଟେ? ଜାଣନ୍ତୁ ସତ୍ୟ। 

ଅଯୋଧ୍ୟାରେ ଥିବା ରାମ ମନ୍ଦିର ୨୨ ଜାନୁଆରୀ ୨୦୨୪ ରେ ଉଦ୍ଘାଟିତ ହେବାକୁ ଯାଉଛି। ଉଦ୍ଘାଟନ ପୂର୍ବରୁ ଏହାକୁ ପ୍ରସ୍ତୁତ କରିବା ପାଇଁ ମନ୍ଦିରରେ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଖବର ମୁତାବକ, ରାମ ମନ୍ଦିରର ଉଦଘାଟନ ପୂର୍ବରୁ ୫୦୦ ଲୋକଙ୍କର ଏକ ଶୋଭାଯାତ୍ରା, ପ୍ରଭୁ ରାମଙ୍କ ପାଇଁ ବିବାହ ଉପହାର ରୂପେ ଉଦ୍ଦିଷ୍ଟ ୧୧୦୦ ଟୋକେଇ ସାମଗ୍ରୀ ନେଇ ସୀତାଙ୍କ ଜନ୍ମସ୍ଥାନ ନେପାଳର ଅଯୋଧ୍ୟାରେ ପହଞ୍ଚିବେ। ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ […]

Continue Reading

କ’ଣ ରାସ୍ତାରେ ଦଉଡୁଥିବା ମାଙ୍କଡ ମାନଙ୍କ ଏକ ବିଶାଳ ଦଳର ଏହି ଭିଡିଓ ଅଯୋଧ୍ୟାର ଅଟେ? ଜାଣନ୍ତୁ ସତ୍ୟ। 

ଅଜୋଧ୍ୟା ରାମ ଅମନ୍ଦିରର ପ୍ରାଣ ପ୍ରତିଷ୍ଠା ଦିନ ନିକଟ ହେଇ ଆସୁଥିବା ବେଳେ ସୋସିଆଲ ମିଡିଆରେ ଏହା ନେଇ ଅନେକ ଭିଡିଓ ଏବଂ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଲୋକେ ରାମାୟଣ ସହିତ ଜଡିତ ଜଟାୟୁ ଏବଂ ଭାଲୁ ପରି ଜୀବଙ୍କ ଭିଡିଓ ସେୟାର କରି ଏହାକୁ ଅଯୋଧ୍ୟାର ଦୃଶ୍ୟ ବୋଲି ଦାବି କରୁଛନ୍ତି।  ବର୍ତ୍ତମାନ ସୋସିଆଲ ମିଡିଆରେ ରାସ୍ତାରେ ବହୁ ସଂଖ୍ୟାରେ ମାଙ୍କଡ ମାନଙ୍କର ଦଉଡୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି […]

Continue Reading

କ’ଣ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଭାଲୁ ମାନଙ୍କର ଏକ ଦଳ ଅଯୋଧ୍ୟାରେ ଦେଖା ଯାଇଛି? ଜାଣନ୍ତୁ ସତ୍ୟ। 

୨୨ ଜାନୁଆରୀରେ ଅଯୋଧ୍ୟାରେ ହେବାକୁ ଯାଉଥିବା ପ୍ରାଣ ପ୍ରତିଷ୍ଠା ସହିତ ଯୋଡି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ଭାଲୁ ଏକ ଗ୍ରାମରେ ଦଉଡୁଛନ୍ତି। ଦାବି କରା ଯାଉଛି ଯେ ଏହି ଦୃଶ୍ୟଟି ଅଯୋଧ୍ୟାରୁ ଆସିଛି ଏବଂ ଏହି ଭାଲୁ ମାନେ ପ୍ରଭୁ ରାମଙ୍କ ଦର୍ଶନ କରିବାକୁ ଆସିଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ ମଧ୍ୟପ୍ରଦେଶର ଶହଡୋଲ […]

Continue Reading

କ’ଣ ମୋଦୀ ସରକାର ବିଦେଶରେ ୨୬୮ ଟନ୍ ସୁନା ବନ୍ଧକ ରଖିଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଅଭିଯୋଗ ଲଗାଇଥିବା ଏକ ଖବର କାଗଜ କ୍ଲିପର ଫୋଟୋ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ମୋଦୀ ସରକାର ଗୋପନୀୟ ଉପାୟରେ ବିଦେଶରେ 268 ଟନ୍ ସୁନା ବନ୍ଧକ ରଖିଛନ୍ତି ଯାହାର ସୂଚନା ଏକ ଆରଟିଆଇ ଦ୍ଵାରା ସାମନାକୁ ଆସିଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ରିଜର୍ଭ ବ୍ଯାଙ୍କର ସୁନା ୧୯୯୯ ମସିହାରୁ ବିଦେଶରେ ଅଛି, ମୋଦୀ ସରକାର ଶାସନ ସମୟରେ […]

Continue Reading

କ’ଣ ରାସ୍ତା ନିକଟରେ ଶାଗୁଣା ପକ୍ଷୀ ପଲର ଏହି ଭିଡିଓ ସମ୍ପ୍ରତ୍ତି ସମୟରେ ଅଯୋଧ୍ୟା ସହରର ଅଟେ? ଜାଣନ୍ତୁ ସତ୍ୟ। 

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା (ପ୍ରତିମାମାନଙ୍କୁ ଜୀବନ ଦେବା) ୨୨ ଜାନୁଆରୀରେ ଧାର୍ଯ୍ୟ କରାଯାଇଛି କିନ୍ତୁ ଏହାର ଏକ ସପ୍ତାହ ପୂର୍ବରୁ ବିଭିନ୍ନ ରୀତିନୀତି ଆରମ୍ଭ ହେବାର ଅଛି। ଏହି ଅବସର ସହ ଜଡିତ ଅନେକ ପୋଷ୍ଟ ଏବଂ ଭିଡିଓ ସହିତ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହିପରି ଗୋଟିଏ ପୋଷ୍ଟରେ ରାସ୍ତା କଡ଼ରେ ଏକ ପଲ ଶାଗୁଣା ଦେଖାଯାଇଛି। ଜଟାୟୁ ବା ଶାଗୁଣାକୁ, ରାମାୟଣ ଯୁଗରେ ଏକ ଭଗବାନ ଭାବରେ ବିବେଚନା କରାଯାଏ। ଏହି […]

Continue Reading

କ’ଣ ହିନ୍ଦୁ ମାନଙ୍କର ପୂଜାପାଠ ସାମଗ୍ରୀ ଉପରେ ଜିଏସଟି ଲାଗୁ ହେଇନଥିବାରୁ କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେଟ ନିଜ ନିରାଶା ବ୍ୟକ୍ତ କରୁଛନ୍ତି? 

କଂଗ୍ରେସର ଜାତୀୟ ମୁଖପାତ୍ର ସୁପ୍ରିୟା ଶ୍ରୀନେଟଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ସୁପ୍ରିୟା ଶ୍ରୀନେଟ୍ ପୂଜା ସାମଗ୍ରୀ ଉପରେ ଜିଏସ୍ଟି ବିଷୟରେ କହୁଛନ୍ତି। ଏହାକୁ ନେଇ ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ କଂଗ୍ରେସକୁ କଡ଼ା ସମାଲୋଚନା କରୁଛନ୍ତି। କିଛି ଲୋକ କଂଗ୍ରେସକୁ ଭୋଟ୍ ନଦେବାକୁ ମଧ୍ୟ ନିବେଦନ କରୁଛନ୍ତି। ଏହି ଭିଡିଓ ସହିତ ହିନ୍ଦୁମାନଙ୍କର ପୂଜା ସାମଗ୍ରୀ ଉପରେ କୌଣସି ଜିଏସଟି ନ ଥିବାରୁ କଂଗ୍ରେସ ଅସନ୍ତୁଷ୍ଟ ବୋଲି ଦାବି କରାଯାଉଛି। କିନ୍ତୁ ଫ୍ୟାକ୍ଟ […]

Continue Reading

କ’ଣ ଏହି ଭାଇରାଲ ଭିଡିଓରେ ହେଇଥିବା ବିସ୍ଫୋରଣରେ ଆତଙ୍କି ମସୁଦ ଅଝରର ମୃତ୍ୟୁ ହୋଇଛି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଆତଙ୍କବାଦୀ ମସୁଦ ଅଝରଙ୍କ ମୃତ୍ୟୁର ଚର୍ଚ୍ଚା ହେଉଛି। ସୂଚସନା ଅନୁଯାୟୀ, ପାକିସ୍ତାନର ବାହାୱାଲପୁର ଆଞ୍ଚଲରେ ଜଣେ ଅଜ୍ଞାନ୍ତ ବ୍ୟକ୍ତି ବୋମା ବିସ୍ଫୋରଣ କରି ମସୁଦ ଅଝରଙ୍କର ହତ୍ୟା କରିଛି। ଏହି ଘଟଣା ସମ୍ବନ୍ଧିତ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।  ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ଏକ ଭୟଙ୍କର ବିସ୍ଫୋରଣ ହେଉଛି। ଦାବି କରା ଯାଉଛି ଯେ ଆତଙ୍କବାଦୀ ମସୁଦ ଅଝରଙ୍କର ଏହି ବିସ୍ଫୋରଣରେ ମୃତ୍ୟୁ […]

Continue Reading

କ’ଣ କପିଲ ସିବଲ କହିଛନ୍ତି କି ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହେବା ପୂର୍ବରୁ ସେ ଆତ୍ମହତ୍ୟା କରିବେ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ କପିଲ ସିବଲଙ୍କ ଏକ ଟ୍ୱିଟର ସ୍କ୍ରିନସଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଟୁଇଟ୍ ୨୯ ଜୁଲାଇ ୨୦୨୨ ର ଅଟେ। ଟ୍ୱିଟରେ ସେ ଲେଖିଛନ୍ତି ଯେ ରାମ ମାଣ୍ଡିର ନିର୍ମାଣ କାର୍ଯ୍ୟ ଶେଷ ହେବା ପୂର୍ବରୁ କପିଲ ସିବଲ ଆତ୍ମହତ୍ୟା କରିବେ। ଉପଭୋକ୍ତାମାନେ ବର୍ତ୍ତମାନ ଦାବି କରୁଛନ୍ତି ଯେ କପିଲ ସିବଲ ଏହାକୁ ଟ୍ୱିଟ କରିଛନ୍ତି ଏବଂ ବର୍ତ୍ତମାନ ସେ ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରିବାକୁ ମନେ ପକାଇବାର ସମୟ ଆସିଛି। […]

Continue Reading

କ’ଣ ଏହି ଫୋଟୋରେ ଦାଉଦ ସହ ବସିଥିବା ମହିଳା ହେଉଛନ୍ତି କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ୍? ଜାଣନ୍ତୁ ସତ୍ୟ।

ଅଣ୍ଡରୱାର୍ଲ୍ଡ ଗ୍ୟାଙ୍ଗଷ୍ଟର ଡାଉଡ୍ ଇବ୍ରାହିମଙ୍କ ବିପକ୍ଷରେ ବସିଥିବା ଜଣେ ମହିଳାଙ୍କ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଦାବି କରା ଯାଉଛି ଯେ ଏହା ପୂର୍ବତନ ସାମ୍ବାଦିକ ତଥା ବର୍ତ୍ତମାନ କଂଗ୍ରେସର ମୁଖପାତ୍ର ସୁପ୍ରିୟା ଶ୍ରୀନେତ୍ ଅଟନ୍ତି ଯିଏ ଗ୍ୟାଙ୍ଗଷ୍ଟର ଡାଉଡ୍ ଇବ୍ରାହିମ ସହ ସାକ୍ଷାତ କରୁଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଫୋଟୋରେ ଥିବା ମହିଳା କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନାତେ ନୁହଁନ୍ତି, ବରଂ ଜଣେ ସାମ୍ବାଦିକ ଶିଳା ଭଟ୍ଟ […]

Continue Reading

କ’ଣ ପାକିସ୍ତାନ ଜିନ୍ଦାବାଦ ନାରା ଦେଉଥିବା ମୁସ୍ଲିମ ମାନଙ୍କୁ ଚେତାବନୀ ଦେଉଥିବା ବ୍ୟକ୍ତି ମଧ୍ୟପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ମୋହନ ୟାଦବ ଅଟନ୍ତି? ଜାଣନ୍ତୁ ସତ୍ୟ। 

ନିକଟରେ ମଧ୍ୟପ୍ରଦେଶ ନିର୍ବାଚନ ଫଳାଫଳ ପରେ ମୋହନ ଯାଦବଙ୍କୁ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଥିଲା। ସେ ୧୩ ଡିସେମ୍ବର ରେ ଶପଥ ଗ୍ରହଣ କରିଥିଲେ ଏବଂ ସମାରୋହ ପରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ପ୍ରସଙ୍ଗରେ ଜଣେ ବ୍ୟକ୍ତିକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ବ୍ୟକ୍ତି ମୁସଲମାନମାନଙ୍କୁ ଦେଶରେ ପାକିସ୍ତାନ ସମର୍ଥକ ନାରା ଦେଇଥିବାରୁ ଚେତାବନୀ ଦେଉଛନ୍ତି ବୋଲି ଜଣା ପଡିଛି। ଭିଡିଓରେ ବ୍ୟକ୍ତି ଜଣକ କହୁଛନ୍ତି, “ଉଜ୍ଜୈନର ଘଟଣା […]

Continue Reading

ସାବରିମାଲା ମନ୍ଦିର ଭିଡ଼ ମଧ୍ୟରେ ପିଲାଟି ନିଜର ପିତାଙ୍କ ପାଇଁ କାନ୍ଦିବାର ଭିଡିଓ ସାମ୍ପ୍ରଦାୟିକ ମାମଲା ଦାବି ସହିତ ଭାଇରାଲ ହୋଇଛି। 

ନିଜ ପିତାଙ୍କୁ ଖୋଜିବା ପାଇଁ ପୋଲିସ ଭ୍ୟାନରେ କାନ୍ଦୁଥିବା ଏବଂ ଚିତ୍କାର କରୁଥିବା ଶିଶୁର ଏକ ହୃଦୟ ବିଦାରକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଅନୁଯାୟୀ, ଏହି ଭିଡିଓ ସାବରିମାଲା ମନ୍ଦିରରୁ ଆସିଛି, ଯେଉଁଠାରେ ଗତ ଏକ ସପ୍ତାହ ଧରି ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ ଦର୍ଶନ ପାଇଁ ଆସୁଛନ୍ତି। ପିଲାଟି ନିଜ ବାପା ଏବଂ ପରିବାରକୁ ଖୋଜିବା ପାଇଁ ଦୁଇ ହାତ ଯୋଡି ପୋଲିସ୍ କୁ ନିବେଦନ କରୁଥିବା ଦେଖିବାକୁ […]

Continue Reading

କ’ଣ ଅଶୋକ ବାଟିକାର ଯେଉଁ ପଥର ଉପରେ ମାତା ସୀତା ବସିଥିଲେ ତାହାକୁ ଶ୍ରୀଲଙ୍କା ସରକାର ଅଯୋଧ୍ୟା ରାମ ମନ୍ଦିରରେ ସ୍ଥାପନା କରିବା ପାଇଁ ଭାରତ ପଠାଇଛି? ଜାଣନ୍ତୁ ସତ୍ୟ। 

ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଅଛି। ବର୍ତ୍ତମାନ ମନ୍ଦିରକୁ ସଜାଇବା ଏବଂତାହାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଛି। ଏହି ସମୟରେ, ରାମ ମନ୍ଦିର ସହିତ ଏହାକୁ ସଂଯୋଗ କରୁଥିବା ଅନେକ ପୋଷ୍ଟ ଭାଇରାଲ ହେଉଛି ଯାହା ନକଲି ଦାବି ସହ ସେୟାର କରାଯାଉଛି। ଏହି ପ୍ରସଙ୍ଗରେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ କେତେକ ବୌଦ୍ଧ ଭିକ୍ଷୁ ଶ୍ରୀଲଙ୍କା ଏୟାରଲାଇନ୍ସରୁ ହାତରେ କିଛି ବସ୍ତୁ ଧରି ଓହ୍ଲାଉଛନ୍ତି। ସେଠାରେ […]

Continue Reading

କ’ଣ ଏହା ଆନ୍ଧ୍ରପ୍ରଦେଶର ବିଜୟୱାଡା ରେ ମିଗଜୋମ ବାତ୍ୟା ଆସିବା ପୂର୍ବର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ। 

ଭାରତର ପୂର୍ବ ଉପକୂଳ ମିଗଜୋମ ବାତ୍ୟାର ସାମନା କରିଛି। ଏହି ବାତ୍ୟାରେ ତାମିଲନାଡୁର ଅନେକ ସ୍ଥାନର କ୍ଷ୍ୟତିଗ୍ରସ୍ତ ହୋଇଛି। ଚେନ୍ନାଇରେ ଅନେକ ସ୍ଥାନରେ ବନ୍ୟା ପରି ସ୍ଥିତି ମଧ୍ୟ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଏହି ବାତ୍ୟା କାରଣରୁ ଆନ୍ଧ୍ରପ୍ରଦେଶ, ଓଡ଼ିଶା ଏବଂ ଛତ୍ତିସଗଡ଼ରେ ବର୍ଷା ସ୍ଥିତି ଲାଗି ରହିଛି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଏକ ସମୁଦ୍ର ଉପକୂଳରେ ମେଘର ଏକ ଆଚମ୍ବିତ କରିଦେବା ଦୃଶ୍ୟ […]

Continue Reading

କ’ଣ ଭାଇରାଲ ଭିଡିଓ ନିକଟରେ ଫିଲିପାଇନ୍ସରେ ଘଟିଥିବା ଭୂମିକମ୍ପର ଅଟେ? ଜାଣନ୍ତୁ ସତ୍ୟ। 

୨ ଡିସେମ୍ବର ରାତ୍ରି ସମୟରେ ଫିଲିପାଇନ୍ସର ମିଣ୍ଡାନାଓ ଦ୍ଵିପ ୭.୬ ତୀବ୍ରତା ସହିତ ଭୂମିକମ୍ପର ସାମନା କରିଛି। ସୂଚନା ଅନୁଯାୟୀ ମାଲାୟସିଆ, ଇଣ୍ଡୋନେସିଆ ଇତିୟାଦୀ ଦେଶରେ ସୁନାମୀର ଚେତାବନୀ ଜାରି କରା ଯାଇଛି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କିଛି ଲୋକ ବେଡମିଣ୍ଟନ୍ ଖେଳୁଥିବା ସମୟରେ ଛାତ ଭୁସୁଡି ପଡୁଛି ଏବଂ ସେମାନେ ନିଜ ପ୍ରାଣ ରକ୍ଷା କରିବା ପାଇଁ ସେଠାରୁ ଦଉଡି ପଳାଉଛନ୍ତି। ଦାବି କରା ଯାଉଛି […]

Continue Reading

କ’ଣ ଭାରତ ମହିଳା ଟିମ୍ ଅଷ୍ଟ୍ରେଲିଆକୁ ହକି ବିଶ୍ଵ କପ୍ ରେ ପରାସ୍ତ କରି କ୍ରିକେଟ୍ ବିଶ୍ଵ କପର ପ୍ରତିଶୋଧ ନେଇଛି? ଜାଣନ୍ତୁ ସତ୍ୟ। 

ନିକଟରେ ଭାରତ କ୍ରିକେଟ୍ ବିଶ୍ଵ କପ୍ ରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଥିଲା ଯାହା ନେଇ ସାରା ଦେଶ ଶୋକରେ ଅଛି। ଏହା ମଧ୍ୟରେ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଭାରତ ମହିଳା ହକି ଦଳ ବିଜୟୀ ହେବା ଉତ୍ସବ ପାଳନ କରୁଛନ୍ତି।  ଦାବି କରା ଯାଉଛି ଯେ ଭାରତ ମହିଳା ହକି ଦଳ ବିଶ୍ଵ କପ୍ ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ବିଶ୍ଵ ବିଜୟୀ ହୋଇଛି ଏବଂ କ୍ରିକେଟ୍ ବିଶ୍ଵ […]

Continue Reading

କ’ଣ ବିଶ୍ଵ କପ୍ ଫାଇନାଲ୍ ରେ ଅଷ୍ଟ୍ରେଲିଆ ଅଧିନାୟକଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଅଭିନନ୍ଦନ ନ ଜଣାଇ ପୁରସ୍କାର ବିତରଣ ଉତ୍ସବ ଛାଡି ପଳାଇ ଥିଲେ? ଜାଣନ୍ତୁ ସତ୍ୟ। 

୧୯ ନଭେମ୍ବର ରେ ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ କ୍ରିକେଟ୍ ବିଶ୍ଵ କପ୍ ୨୦୨୩ ର ଫାଇନାଲ୍ ମ୍ୟାଚ୍ ଅହମଦାବାଦରେ ଖେଳା ଯାଇଥିଲା। ଭାରତକୁ ପରାସ୍ତ କରି ଅଷ୍ଟ୍ରେଲିଆ ବିଶ୍ଵ କପ୍ ଟ୍ରଫି ବିଜେତା ହୋଇଥିଲା। ମ୍ୟାଚ୍ ଶେଷ ହେବା ପରେ ପୁରସ୍କାର ସମାରୋହର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ୍ କମିନ୍ସ ଟ୍ରଫି ଧରିଥିବାର ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ମୋଦୀ ପ୍ୟାଟ୍ କମିନ୍ସଙ୍କୁ ଦେଖି ମଞ୍ଚରୁ ଦୂରେଇ […]

Continue Reading

କ’ଣ ଏହି ଭିଡିଓରେ ଇସ୍ରାଏଲି ମଭିଲା ମାନେ କିଛି ମୁସ୍ଲିମ ସମ୍ପ୍ରଦାୟ ଲୋକଙ୍କୁ ଫ୍ରାନ୍ସରେ ମାରୁଛନ୍ତି? ଜାଣନ୍ତୁ ସତ୍ୟ। 

କିଛି ଝିଅ ମାନେ ପୁଅ ମାନଙ୍କ ଏକ ଦଳକୁ ମାଡ ମାରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଏହି ଭିଡିଓ ଫ୍ରାନ୍ସ ଦେଶର ଅଟେ ଯେଉଁଠାରେ କିଛି ହମାସ୍ ସମର୍ଥକ ମାନେ ଇସ୍ରାଏଲି ଝିଅ ମାନଙ୍କ ସହିତ ଦୁର୍ବ୍ୟବହାର କରିଥିଲେ। ଏହା ପରେ ଝଗଡା ସୃଷ୍ଟି ହୋଇଥିଲା।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଏକ ନାଟକର ଭିଡିଓ ଅଟେ ଯାହା ଅସଲି ଘଟଣା […]

Continue Reading

କ’ଣ ରାମ ମନ୍ଦିର ଶିଳାନ୍ୟାସ୍ ଦିନ କଂଗ୍ରେସ ଦଳ ନେତା ମାନେ କଳା ପୋଷାକ ପିନ୍ଧି ବିରୋଧ ପ୍ରଦର୍ଶନ କରିଥିଲେ? ଜାଣନ୍ତୁ ସତ୍ୟ।

ରାହୁଲ ଗାନ୍ଧୀଙ୍କ ସହିତ ଅନେକ କଂଗ୍ରେସ ଦଳ ନେତାଙ୍କ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫୋଟୋରେ ଦେଖିବାକୁ ମିଳିଛି ଯେ ସମସ୍ତ ନେତା ଏବଂ ସାଂସଦ ମାନେ କଳା ପୋଷାକ ପିନ୍ଧିଛନ୍ତି। ଦାବି କରା ଯାଉଛି ଯେ ଏହି ଫୋଟ ୨୦୨୦ ମସିହାର ଅଟେ ଯେତେବେଳେ କଂଗ୍ରେସ ଦଳ ସାଂସଦ ମାନେ ରାମ ମନ୍ଦିରର ଶିଳାନ୍ୟାସର ବିରୋଧରେ କଳା ପୋଷାକ ପିନ୍ଧି ବିରୋଧ କରିଥିଲେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା […]

Continue Reading

କ’ଣ କେରଳରେ ମୁସ୍ଲିମ ସମ୍ପ୍ରଦାୟ ଲୋକ ମାନେ ହିନ୍ଦୁଙ୍କ ଘର ଉପରେ ପଥର ଫିଙ୍ଗୁଛନ୍ତି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ଲୋକମାନେ ଲୋକଙ୍କ ଘର ଉପରେ ପଥର ଫିଙ୍ଗୁଠିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ଏହି ଘଟଣାଟି କେରଳର ଅଟେ। ସେଠିକାର ମୁସ୍ଲିମ ସମ୍ପ୍ରଦାୟ ଲୋକମାନେ ହିନ୍ଦୁଙ୍କ ଘର ଉପରେ ପଥର ଫିଙ୍ଗୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ୨୦୧୬ ମସିହାର ପୁରୁଣା ଭିଡିଓ ଅଟେ। ଦୁଇ ରାଜନୈତିକ ଦଳ ମଧ୍ୟରେ ଶତ୍ରୁତା ନେଇ […]

Continue Reading

କ’ଣ ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗର୍ବା ଡାନ୍ସ କରୁଛନ୍ତି? ଜାଣନ୍ତୁ ସତ୍ୟ। 

ନଭେମ୍ବରରେ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ, ମିଜୋରାମ ଏବଂ ତେଲେଙ୍ଗାନା ପାଞ୍ଚଟି ରାଜ୍ୟର ନିର୍ବାଚନ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହା ମଧ୍ୟରେ ଜଣେ ବ୍ୟକ୍ତି ମଞ୍ଚ ଉପରେ ଗର୍ବା ନାଚୁଥିବାର ଭିଡିଓ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଭିଡିଓରେ ନାଚୁଥିବା ବ୍ୟକ୍ତି ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭିଡିଓରେ ନାଚୁଥିବା ବ୍ୟକ୍ତି ନରେନ୍ଦ୍ର ମୋଦୀ ନୁହଁନ୍ତି, ସେ ଜଣେ ସମାଜ ସେବି ଅଟନ୍ତି […]

Continue Reading

କ’ଣ ଏହି ଭିଡିଓରେ ହମାସ୍ ଲୋକଙ୍କ ନକଲି ମୃତ ଶରୀର ଦେଖାଇ ଇସ୍ରାଏଲ୍ କୁ ବଦନାମ କରୁଛି? ଜାଣନ୍ତୁ ସତ୍ୟ। 

ଅନେକ ଦିନରୁ ଇସ୍ରାଏଲ୍ ଏବଂ ହମାସ୍ ମଧ୍ୟରେ ଯୁଧ୍ୟ ଲାଗି ରହିଛି। ନିକଟରେ କିଛି ରିପୋର୍ଟ ଅନୁଯାୟୀ, ଇସ୍ରାଏଲ୍ ସେନା ଗାଯାରେ ପ୍ରବେଶ କରିଛି। ଏହି ଘଟଣା ନେଇ ଅନେକ ଭିଡିଓ ଏବଂ ଫୋଟୋ ମିଥ୍ୟା ଦାବି ସହିତ ସୋସିଆଲ ମିଡିଆରେ ଭାଇରାଲ ହେଉଛି।  ଏପରି ଏକ ଭିଡିଓ ବର୍ତ୍ତମାନ ସାମନାକୁ ଆସିଛି ଯେଉଁଥିରେ କିଛି ଶବ ଗୁଡିକ ଜମିରେ ରଖା ଯାଇଛି। ଭିଡିଓରୁ ଜଣା ପଡୁଛି ଯେ ସେହି ଶବ ମଧ୍ୟରୁ କିଛି ଜଣ ଜୀବିତ […]

Continue Reading

କ’ଣ ହରିଦ୍ଵାରରେ ହିନ୍ଦୁ ମାନଙ୍କୁ ଅପଶବ୍ଦ କହୁଥିବା ବ୍ୟକ୍ତି ଜଣେ ମୁସ୍ଲିମ ବ୍ୟକ୍ତି ଅଟେ? ଜାଣନ୍ତୁ ସତ୍ୟ। 

ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି ଯେଉଁଥିରେ ଜଣେ ସାଧୁ ହିନ୍ଦୁ ସମ୍ପ୍ରଦାୟକୁ ଦୁର୍ବ୍ୟବହାର କରୁଛନ୍ତି। ଏହି ଭିଡିଓରେ ଦାବି କରା ଯାଉଛି ଯେ ଜଣେ ମୁସଲମାନ ବ୍ୟକ୍ତି ସାଧୁ ଭାବରେ ପରିଚିତ ହୋଇ ହରିଦ୍ୱାରର ହିନ୍ଦୁମାନଙ୍କୁ ଦୁର୍ବ୍ୟବହାର କରି ହିନ୍ଦୁମାନଙ୍କୁ ଅପଶବ୍ଦ କହୁଛନ୍ତି। ଭିଡିଓରେ ଏହି ବ୍ୟକ୍ତି କହୁଛି ଯେ ତାହାର ନାମ ଜାଭେଦ ହୁସସେନ୍ ଆଉ ସେ ହରିଦ୍ଵାରରେ ବିଖ୍ୟା ମାଗୁଛି। ସେ ଏହା ମଧ୍ୟ କହିଛି ଯେ ହରିଦ୍ଵାରରେ ଏପରି କୌଣସି […]

Continue Reading

କ’ଣ ଭିଡିଓରେ ନୃତ୍ୟ କରୁଥିବା ବ୍ୟକ୍ତି ସୁପ୍ରିମ୍ କୋର୍ଟର ବିଚାରପତି ସୌରଭ କିର୍ପାଲଙ୍କ ନାତି ଅଟନ୍ତି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ଜଣେ ବ୍ୟକ୍ତିଙ୍କ ନୃତ୍ୟ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହି ବ୍ୟକ୍ତି ହେଉଛନ୍ତି ସୁପ୍ରିମ୍ କୋର୍ଟର ବିଚାରପତି ସୌରଭ କିର୍ପାଲଙ୍କ ନାତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭିଡିଓରେ ନୃତ୍ୟ କରୁଥିବା ବ୍ୟକ୍ତି ଜଣେ କୋରିୟଗ୍ରାଫର ଅଟନ୍ତି। ସେ ସୁପ୍ରିମ୍ କୋର୍ଟର ବିଚାରପତି ସୌରଭ କିର୍ପାଲଙ୍କ ନାତି ହେଇଥିବା ଦାବି ମିଥ୍ୟା ଅଟେ।  କ’ଣ ଦାବି କରା ଯାଇଛି ପୋଷ୍ଟରେ? […]

Continue Reading

କ’ଣ ଏହି ଭିଡିଓ ଜଣେ ଇସ୍ରାଏଲି ମହିଳାଙ୍କ ଅଟେ ଯାହାଙ୍କୁ ହମାସ୍ ଆତଙ୍କବାଦୀ ମାନେ ତାଙ୍କ ସନ୍ତାନର ମାଂସ ଖାଇବାକୁ ଦେଇଥିଲେ? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ସାକ୍ଷାତକାର ସମୟରେ ଜଣେ ମହିଳାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସେହି ମହିଳା ଏକ କଷ୍ଟଦାୟକ ଏବଂ ଯନ୍ତ୍ରଣା ଘଟଣାର ବର୍ଣ୍ଣନା କରୁଥିବା ଜଣା ପଡୁଛି। ଦାବି କରା ଯାଉଛି ଯେ ଏହି ଭିଡିଓରେ ଜଣେ ଇସ୍ରାଏଲି ମହିଳା ହମାସ୍ ଆତଙ୍କବାଦୀ ଦ୍ଵାରା ଅପହରଣ ହୋଇଥିଲେ ଏବଂ ସେମାନେ ଏହି ମହିଳାଙ୍କୁ ତାଙ୍କ ନିଜ ସନ୍ତାନର ମାଂସ ଖାଇବାକୁ ଦେଇଥିଲେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି […]

Continue Reading

କ’ଣ ସରକାରୀ କାର୍ଯ୍ୟଲୟରେ ଫାଇଲ୍ ଦେଖୁଥିବା ମାଙ୍କଡର ଏହି ଭିଡିଓ ଓଡ଼ିଶାର ଅଟେ? ଜାଣନ୍ତୁ ସତ୍ୟ। 

ଆଶ୍ଚର୍ଯ୍ୟ କରୁଥିବା ଗୋଟିଏ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଗୋଟିଏ ମାଙ୍କଡ ଅଫିସ୍ ରେ ବସି ଫାଇଲ୍ ଚେକ୍ କରୁଛି। ସେଠାର କର୍ମଚାରି ମାନେ ତାକୁ କଦଳୀ ଦେବା ପରେ ମଧ୍ୟ ମାଙ୍କଡଟି ଫାଇଲ୍ ଯାଞ୍ଚ କରିବା ବନ୍ଦ କରୁ ନାହିଁ। ଦାବି କରା ଯାଇଛି ଯେ ଏହି ଘଟଣାଟି ଆମ ରାଜ୍ୟ ଓଡ଼ିଶାର ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। […]

Continue Reading

କ’ଣ ଏହି ଭିଡିଓରେ ପାଲେଷ୍ଟାଇନ୍ ମାନେ ମେକ୍-ଅପ୍ କରି ଇସ୍ରାଏଲ୍ କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି? ଜାଣନ୍ତୁ ସତ୍ୟ। 

ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ହିଜାବ ପିନ୍ଧିଥିବା କିଛି ମହିଳା ଏବଂ କିଛି ଯୁବକଙ୍କ ସହିତ ଲୋକଙ୍କ ମୁହଁ ଏବଂ ପୋଷାକରେ ରକ୍ତ ପରି ନାଲି ପଦାର୍ଥ ଲଗା ଯାଉଛି। ମେକ୍-ଅପ୍ ହେଉଥିବା ସମୟରେ ସେମାନେ କେମେରାକୁ ଦେଖି ହସୁଥିବା ମଧ୍ୟ ଜଣା ପଡିଛି।  ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଇସ୍ରାଏଲ୍ କୁ ବଦନାମ କରିବା ପାଇଁ ପାଲେଷ୍ଟାଇନ୍ ଲୋକ ମାନେ ଏପରି ମେକ୍-ଅପ୍ କରି ଭିକ୍ଟିମ୍-କାର୍ଡ […]

Continue Reading

ଆଲ୍ଜେରିଆର ପୁରୁଣା ଭିଡିଓକୁ ଇସ୍ରାଏଲ୍-ପାଲେଷ୍ଟାଇନ୍ ମଧ୍ୟରେ ଚାଲୁଥିବା ଯୁଧ୍ୟର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି। 

୭ ଅକ୍ଟୋବର ରେ, ଆତଙ୍କବାଦୀ ସଂଗଠନ ହମାସ, ଇସ୍ରାଏଲ ଉପରେ ଆକ୍ରମଣ କରି ଗାଜା ଷ୍ଟ୍ରିପରୁ ୫୦୦୦ ରକେଟ ଛାଡିଥିଲା। ମୃତ୍ୟୁସଂଖ୍ୟା ୧,୭୦୦ ରେ ପହଞ୍ଚିଥିବା ବେଳେ ଅତିକମରେ ୨୭୦୦ ଜଣ ଆହତ ହୋଇଛନ୍ତି। ଏହି ସମୟରେ, ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦାବି କରାଯାଇଛି ଯେ ଏହା ଦିୱାଲୀ ଭିଡିଓ ନୁହେଁ କିନ୍ତୁ ଇସ୍ରାଏଲ୍ ସେନାର ଗାଜା ଉପରେ ଏକ ଆକ୍ରମଣର ଭିଡିଓ ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ […]

Continue Reading

କ’ଣ ବିଶାଳ ବିସ୍ଫୋରଣର ଏହି ଭିଡିଓ ଇସ୍ରାଏଲ୍-ପାଲେଷ୍ଟାଇନ୍ ଯୁଧ୍ୟର ଗୋଟିଏ ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ। 

ଅନେକ ଦିନରୁ ଇସ୍ରାଏଲ୍-ପାଲେଷ୍ଟାଇନ ମଧ୍ୟରେ ଯୁଧ୍ୟ ଥମିବାର ନାମ ନେଉଆ ନାହିଁ। ପ୍ରତ୍ଯେକ ଦିନ ସୋସିଆଲ ମିଡିଆରେ ଏହି ଘଟଣାର ବିଭିନ୍ନ ଫୋଟୋ ଏବଂ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ସହରରେ ଧୂଆଁ ଉଠୁଥିବା ସମୟରେ ସେଠାରେ ଏକ ବିଶାଳ ବିସ୍ଫୋରଣ ହେଉଛି।  ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହି ବିସ୍ଫୋରଣର ଦୃଶ୍ୟ ଇସ୍ରାଏଲ୍-ପାଲେଷ୍ଟାଇନ୍ ର ଏକ ଦୃଶ୍ୟ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ […]

Continue Reading

କ’ଣ’ କେରଲର ଲୁଲୁ ମଲ୍ ରେ ପାକିସ୍ତାନର ପତକା ଭାରତ ଠାରୁ ଉପରେ ଉତ୍ତୋଳନ କରା ଯାଇଥିଲା? ଜାଣନ୍ତୁ ସତ୍ୟ। 

ଅକ୍ଟୋବର ୫ ରେ କ୍ରିକେଟ୍ ବିଶ୍ୱକପ ୨୦୨୩ ଆରମ୍ଭ ହୋଇଥିଲା। ଏହା ପରେ କେରଳର କୋଚିରେ ସ୍ଥିତ ଲୁଲୁ ମଲରେ ଦଶଟି ବିଶ୍ୱକପ ଅଂଶଗ୍ରହଣକାରୀ ଦେଶର ପତକା ପ୍ରଦର୍ଶନ କରାଯାଇଥିଲା। ଏହି ସମୟରେ ସୋସିଆଲ ମିଡିଆରେ ପାକିସ୍ତାନ ପତାକା ଅନ୍ୟ ପତାକା ତୁଳନାରେ ଉପରେ ଥିବା ଫୋଟୋ ଭାଇରାଲ ହୋଇଛି। ଫୋଟୋରେ ଦର୍ଶାଯାଇଛି ଯେ ଅନ୍ୟ ପତକା ଉପରେ ପାକିସ୍ତାନ ପତକା ମଧ୍ୟ ପ୍ରଦର୍ଶିତ ହୋଇଛି।  ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରିଛନ୍ତି ଯେ, ଭାରତୀୟ […]

Continue Reading

କ’ଣ ଏହା ଇସ୍ରାଏଲ୍ ଆକ୍ରମଣ ସମୟରେ ପାଲେଷ୍ଟାଇନର ଗାଜା ରେ ଥିବା ଅଲ-ଅମୀନ ମହମ୍ମଦ ମସଜିଦ ଧ୍ଵଂଶ ହେବାର ଭିଡିଓ ଅଟେ? 

ବିଗତ କିଛି ଦିନ ପୂର୍ବରୁ ପାଲେଷ୍ଟାଇନର ହମାସ୍ ଆତଙ୍କବାଦୀ ମାନେ ଦକ୍ଷିଣ ଇସ୍ରାଏଲ୍ ରେ ପ୍ରବେଶ କରି ସେଠାର ବାସିନ୍ଦା ଏବଂ ସେନା ଯବାନଙ୍କ ହତ୍ୟା କରିଥିବା ଖବର ସାମନାକୁ ଆସିଛି। ଏହା ମଧ୍ୟ ଜାଣିବାକୁ ମିଳିଛି ଯେ ସେମାନେ କିଛି ଇସ୍ରାଏଲ୍ ଲୋକଙ୍କୁ ବନ୍ଦୀ କରି ନେଇଛନ୍ତି। ଏହାର ପ୍ରତିକ୍ରିୟାରେ ଇସ୍ରାଏଲ୍ ହମାସ୍ ଠିକଣା ଉପରେ କ୍ଷେପଣାସ୍ତ୍ର ରେ ଆକ୍ରମଣ କରିଛି।  ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ମସଜିଦର ଧ୍ଵଂଶ ହେବାର ଭିଡିଓ ଭାଇରାଲ ହେବାରେ […]

Continue Reading

କ’ଣ ଅଶୋକ ଗେହଲତ ସରକାର, କନ୍ହୟା ଲାଲଙ୍କ ହତ୍ୟା ପରେ ତାଙ୍କ ପରିବାରକୁ କ୍ଷତିପୂରଣ ହିସାବରେ ମାତ୍ର ୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି?

କିଛି ଦିନ ପୂର୍ବରୁ, ରାଜସ୍ଥାନରେ ଏକ ଦୁର୍ଘଟଣାରେ ଜଣେ ଅଳ୍ପସଂଖ୍ୟ ସମ୍ପ୍ରଦାୟର ୧୮ ବର୍ଷର ବାଳକ ନିଜ ଜୀବନ ହରାଇଛି। ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ପୀଡିତଙ୍କ ପରିବାର ପାଇଁ ଚୁକ୍ତିଭିତ୍ତିକ ଚାକିରି ଘୋଷଣା କରିଛନ୍ତି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ନଇମା ପରବୀନ ନାମରେ ୫୦ ଲକ୍ଷ ଟଙ୍କାର ଗୋଟିଏ ଚେକ୍ ର ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୀଡିତ ଏକ ସଂଖ୍ୟାଲଘୁ ସମ୍ପ୍ରଦାୟର ହୋଇଥିବାରୁ ସୋସିଆଲ ମିଡିଆ ବ୍ୟବହାରକରି […]

Continue Reading

କ’ଣ ଆଙ୍ଗନବାଡ଼ି ମହିଳା କାର୍ଯ୍ୟକର୍ତ୍ତା ମାନଙ୍କୁ ଓଡ଼ିଶା ପୋଲିସ ନିର୍ମମ ଭାବରେ ମାରୁଛି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ପୋଲିସର ନିଷ୍ଠୁରତା ଦର୍ଶାଉଥିବା ଗୋଟିଏ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ରାସ୍ତାରେ ମହିଳା ଆଙ୍ଗନବାଡ଼ି କାର୍ଯ୍ୟକର୍ତ୍ତା ମାନେ ବିରୋଧ ପ୍ରଦର୍ଶନ କରୁଥିବା ସମୟରେ ସେଠାରେ ବନ୍ଦୋବସ୍ତରେ ଥିବା ପୋଲିସ ସେମାନଙ୍କୁ ନିର୍ମମ ଭାବରେ ବାଡ଼ିରେ ମାରୁଛି।  ଦାବି କରା ଯାଉଛି ଯେ ଏହି ଭିଡିଓ ଓଡ଼ିଶା ରାଜ୍ୟର ଅଟେ ଆଉ ନବୀନ ସରକାର ଏପରି ମାଁ ମାନଙ୍କୁ ସମ୍ମାନ ଦେଉଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା […]

Continue Reading

କ’ଣ ଏହି ଭିଡିଓରେ ଗୋଟିଏ ଚିତାବାଘ ମଦ୍ୟ ନିଶାରେ ଲୋକଙ୍କ ଭିଡ ସହିତ ଚାଲୁଅଛି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଗୋଟିଏ ଚିତାବାଘ ଲୋକଙ୍କ ଭିଡ ସହିତ ଚାଲୁଥିବା ଦେଖିବାକୁ ମିଳିଛି। ଲୋକ ମାନେ ବାଘକୁ ସ୍ପର୍ଶ କରୁଥିବା ସହିତ ସେଲ୍ଫି ମଧ୍ୟ ନେଉଛନ୍ତି। ଆଶ୍ଚର୍ଯ୍ୟ କରୁଥିବା କଟା ଏହା ଯେ ଏତେ ଲୋକଙ୍କ ଭିଡ ଦେଖି ମଧ୍ୟ ଚିତାବାଘଟି କିଛି ପ୍ରତିକ୍ରିୟା ଦେଉନାହିଁ।  ଦାବି କରା ଯାଉଛି ଯେ ଏହି ଚିତାବାଘ ମଦଭାଟିରେ ପଶି ନିଶା କରି ସାରିଲା ପରେ ଏପରି ଅବସ୍ଥାରେ ଅଛି।  କିନ୍ତୁ […]

Continue Reading

ମହାକାଶରୁ ଚନ୍ଦ୍ରୟାନ ଦ୍ୱାରା ନିଆଯାଇଥିବା ପୃଥିବୀର ଏହା ଏକ ଫୋଟୋ କି? ଜାଣନ୍ତୁ ସତ୍ୟ। 

୨୩ ଅଗଷ୍ଟ ଦିନ ଚନ୍ଦ୍ରୟାନ ୩ ଚନ୍ଦ୍ରର ପ୍ରୁଷ୍ଠରେ ଅବତରଣ କରିଥିଲା। ଏହା ପରେ ସେଠାରେ ସେ ଇସ୍ରୋ ଅନେକ ଫୋଟୋ ପଠାଇଥିଲା। ଏହା ନେଇ ସୋସିଆଲ ମିଡିଆରେ ଅନେକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଉଛି ଯେ ସେହି ଫୋଟୋ ଗୁଡିକ ଚନ୍ଦ୍ରୟାନ ଦ୍ଵାରା ନିଆ ଯାଇଛି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ଗୋଟିଏ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫୋଟୋରେ ଦେଖିବାକୁ ମିଳିଛି ଯେ ମହାକାଶରେ ପୃଥିବୀ ବିକୃତ […]

Continue Reading

କ’ଣ ଭାଇରାଲ ଭିଡିଓ ଚନ୍ଦ୍ରର ପରିବେଶର ଅଟେ ଯାହା ଚନ୍ଦ୍ରୟାନ ୩ ଦ୍ଵାରା ଶୁଟ୍ କରା ଯାଇଛି? ଜାଣନ୍ତୁ ସତ୍ୟ। 

ଚନ୍ଦ୍ରୟାନ ୩, ଚନ୍ଦ୍ରରେ ଲ୍ୟାଣ୍ଡ ହେବା ପରେ ସେଠାରୁ ଅନେକ ଫୋଟୋ ପୃଥିବୀକୁ ପଠାଇଛି ଯାହା ଇସ୍ରୋ ଦ୍ଵାରା ଜନସାଧାରଣଙ୍କ ଦେଖିବା ପାଇଁ ପ୍ରକାଶିତ କରା ଯାଇଛି। ଏହି ପ୍ରସଙ୍ଗରେ ୪ ଟି ଭିଡିଓ ଥିବା ଗୋଟିଏ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ମରୁଭୁମି ଏବଂ ଗୋଟିଏ ରୋଭର ଦେଖିବାକୁ ମିଳିଛି।  ଦାବି କରା ଯାଉଛି ଯେ ଏହି ଭିଡିଓ ଗୁଡିକ ଚନ୍ଦ୍ରର ଦକ୍ଷିଣ ମେରୁରୁ ଆସିଛି ଯେଉଁଠାରେ ଚନ୍ଦ୍ରୟାନ ୩ ଲ୍ୟାଣ୍ଡ କରିଥିଲା।  କିନ୍ତୁ ଫ୍ୟାକ୍ଟ […]

Continue Reading

କ’ଣ ଇସ୍ରୋର ପ୍ରଜ୍ଞାନ ରୋଭର ଚନ୍ଦ୍ରରେ ଅଶୋକ ସ୍ତମ୍ଭର ଚିତ୍ର ଅଙ୍କନ କରିଛି? ଜାଣନ୍ତୁ ସତ୍ୟ। 

ଚନ୍ଦ୍ରୟାନ -୩ ଚନ୍ଦ୍ରରେ ଅବତରଣ କରିବା ପରେ ପ୍ରଜ୍ଞାନ ରୋଭର ସେଠାରେ ଯାତ୍ରା କରିବ ଏବଂ ବୈଜ୍ଞାନିକ ଅନୁସନ୍ଧାନ ଏବଂ ସୂଚନା ସଂଗ୍ରହ କରିବ। ଏହି ସମୟରେ କୁହାଯାଉଛି ଯେ ଏହି ରୋଭରର ଚକରେ ଭାରତୀୟ ଜାତୀୟ ପ୍ରତୀକ ଅଶୋକସ୍ତମ୍ବର ଡିଜାଇନ୍ ରହିଛି ଏବଂ ଚନ୍ଦ୍ରରେ ଅବତରଣ ପରେ ଏହି ଡିଜାଇନ୍ ଚନ୍ଦ୍ର ପ୍ରୁଷ୍ଠରେ ଅଙ୍କନ ହୋଇଛି। ଏହାର ଗୋଟିଏ ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା […]

Continue Reading

କ’ଣ ଭିଡିଓରେ ରିଲାଏନ୍ସ ବିରୁଦ୍ଧରେ ଭାଷଣ ଦେଉଥିବା ବ୍ୟକ୍ତି ହିମାଳୟ କମ୍ପାନୀ ମାଲିକ ଅଟନ୍ତି? ଜାଣନ୍ତୁ ସତ୍ୟ। 

ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ବ୍ୟକ୍ତି ରିଲାଏନ୍ସ, ଆରଏସଏସ ଏବଂ ବାବା ରମାଦେବଙ୍କ ବିରୁଦ୍ଧରେ ଭାଷଣ ଦେଉଥିବା ନଜର ଆସିଛନ୍ତି। ଦାବି କରା ଯାଉଛି ଯେ ଏହି ବ୍ୟକ୍ତି ହିମାଳୟ ଆୟୁର୍ବେଦ କମ୍ପାନୀ ମାଲିକ ଅଟନ୍ତି। ପୋଷ୍ଟର କମେଣ୍ଟରେ ଅନେକ ଲୋକ ହିମାଳୟ କମ୍ପାନୀ ଉତ୍ପାଦନକୁ ବୟକଟ୍ କରିବା ପାଇଁ ପ୍ରୋତ୍ସାହିତ କରିଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭିଡିଓରେ ଭାଷଣ ଦେଉଥିବା ବ୍ୟକ୍ତି […]

Continue Reading

କ’ଣ ଜିମ୍ବାୱେର ପୂର୍ବତନ ଅଧିନାୟକ ହିଥ୍ ଷ୍ଟ୍ରିକଙ୍କ ସ୍ଵର୍ଗବାସ ହେଇଛି? ଜାଣନ୍ତୁ ସତ୍ୟ।

ନିକଟରେ ସୋସିଆଲ ମିଡିଆରେ ଏହ ଖବର ବିସ୍ତାର ହେବାରେ ଲାଗିଛି ଯେଉଁଥିରେ ଦାବି କରା ଯାଇଛି ଯେ ଜିମ୍ବାୱେର ପୂର୍ବତନ ଅଧିନାୟକ ହିଥ୍ ଷ୍ଟ୍ରିକଙ୍କ ମୃତ୍ୟୁ ହେଇଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି, “ଜିମ୍ବାୱେ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ହିଥ୍ ଷ୍ଟ୍ରିକଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ବୟସ ହୋଇଥିଲା […]

Continue Reading

କ’ଣ ପ୍ରକୃତରେ ଏହି ଭିଡିଓରେ ଜଣେ ମୁସ୍ଲିମ ବ୍ୟକ୍ତି ଜଣେ ହିନ୍ଦୁଙ୍କୁ ନିଜ ଅଞ୍ଚଳରୁ ଧକା ଦେଇ ବାହାର କରୁଛନ୍ତି? ଜାଣନ୍ତୁ ସତ୍ୟ। 

ସୋସିଆଲ ମିଡିଆରେ ଏକ ଭିଡିଓ ଦ୍ରୁତ ଗତିରେ ସେୟାର କରାଯାଉଛି, ଯେଉଁଥିରେ ଜଣେ ମୁସଲମାନ ଟୋପି ପିନ୍ଧିଥିବା ଜଣେ ବ୍ୟକ୍ତି ଭଗବା ସ୍କାର୍ଫ ପିନ୍ଧିଥିବା ବ୍ୟକ୍ତିଙ୍କ ସହ ଅସଦାଚରଣ କରୁଥିବା ଦେଖାଯାଉଛି। ଦାବି କରାଯାଉଛି ଯେ ଜଣେ ହିନ୍ଦୁ ଜଣେ ମୁସଲମାନ ଅଞ୍ଚଳରେ ଭଗବା ସ୍କାର୍ଫ ପିନ୍ଧି ଠିଆ ହୋଇଥିବାରୁ ତାଙ୍କୁ ମୁସ୍କିମ ବ୍ୟକ୍ତି ସେଠାରୁ ତାଙ୍କୁ ଠେଲି ବାହାର କରିବାର ଉଦ୍ଦ୍ୟୟମ କରୁଛନ୍ତି।  ଭାଇରାଲ ଭିଡିଓରେ ପ୍ରଥମ ମୁସଲମାନ ବ୍ୟକ୍ତି ଭଗବା କପଡା ପିନ୍ଧିଥିବା ବ୍ୟକ୍ତିଙ୍କୁ […]

Continue Reading

କ’ଣ ଭାଇରାଲ ଭିଡିଓରେ ହିଂସାର ବିଭିନ୍ନ ଘଟଣା ମଣିପୁର ରାଜ୍ୟ ସହିତ ଜଡ଼ିତ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ଘଟଣାର କ୍ଲିପ୍ ଏବଂ ଫୋଟୋ ଥିବାର ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହି ସବୁ ଘଟଣା ମଣିପୁର ରାଜ୍ୟ ସହିତ ଜଡ଼ିତ ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭିଡିଓରେ ଥିବା କ୍ଲିପ୍ ଗୁଡିକ ଭାରତର ବିଭିନ୍ନ ସ୍ଥାନରେ ଘଟିବା ବିଭିନ୍ନ ଘଟଣାକୁ ମଣିପୁରର ହୋଇଥିବା ଦାବି ସହିତ ଭାଇରାଲ କରା ଯାଉଛି।  ନିମ୍ନରେ ଆପଣ ମାନେ ସେହି […]

Continue Reading

କ’ଣ ଗଛରେ ଝୁଲେଇ ଜଣେ ମହୁଇଲାଙ୍କ ଉପରେ ଅତ୍ୟାଚାର କରୁଥିବା ଏହି ଭିଡିଓ ମଣିପୁରର ଘଟଣା ଅଟେ? ଜାଣନ୍ତୁ ସତ୍ୟ।

ମଣିପୁରରେ ଚାଲିଥିବା ହିଂସାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଫ୍ୟାକ୍ଟ କ୍ରିଷେଣ୍ଡୋ ଅନେକ ଭିଡିଓକୁ ମିଥ୍ୟା ବୋଲି ପ୍ରମାଣ କରି ସାରିଛି।  ଏହି ପ୍ରସଙ୍ଗରେ ଆହୁରି ଗୋଟିଏ ଭିଡିଓ ସାମନାକ୍ୟୁ ଆସିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ଲୋକ ଗୋଟିଏ ମହିଳାକୁ ଗଛରେ ବାନ୍ଧି ଝୁଲେଇଛନ୍ତି ଏବଂ ତାଙ୍କ ଉପରେ ବାଡ଼ିରେ ଆକ୍ରମଣ କରୁଛନ୍ତି। ଦାବି କରା ଯାଉଛି ଯେ ଏହି ଭିଡିଓ ସମ୍ପ୍ରତ୍ତି ସମୟରେ […]

Continue Reading

କ’ଣ ଉଲଗ୍ନ ଅବସ୍ଥାରେ ମହିଳା ମାନେ ବିରୋଧ କରୁଥିବା ଏହି ଭିଡିଓ ମଣିପୁରର ଅଟେ? ଜାଣନ୍ତୁ ସତ୍ୟ।

ଗତ 2 ମାସ ଧରି ମଣିପୁରରେ ହିଂସା କମୁନାହିଁ। ପ୍ରାୟ ପ୍ରତ୍ୟେକ ଦିନ ନୂଆ ଅପରାଧିକ ମାମଲା ଉପରେ ରିପୋର୍ଟ ଦେଖିବାକୁ ମିଳୁଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ଉଲଗ୍ନ ଅବସ୍ଥାରେ ପୋଲିସକୁ ଧମକ ଦେଉଛନ୍ତି ଏବଂ ବାଡ଼ି ଧରି ପୋଲିସକୁ ଗୋଡ଼ାଉଛନ୍ତି।  ଆମକୁ ଏହି ଭିଡିଓର ତଥ୍ୟ ଯାଞ୍ଚ କରିବା ପାଇଁ ୱ୍ହାଟ୍ସ ଅପ୍ ନମ୍ବର 9049053770 ରେ ଅନୁରୋଧ ଆସିଥିଲା।  ଭିଡିଓ ସେୟାର କରି ଦାବି […]

Continue Reading

କ’ଣ ରାସ୍ତା ମଝିରେ ଜଣେ ମହିଳାଙ୍କ ଉପରେ ଅତ୍ୟାଚାର ହେଉଥିବା ଭିଡିଓ ମଣିପୁରର ଅଟେ? ଜାଣନ୍ତୁ ସତ୍ୟ।

ମଣିପୁରରେ ହିଂସା ଥମିବାର ନାମ ନେଉଆ ନାହିଁ। ନିକଟରେ କିଛି ଜଘନୀୟ ଘଟଣା ମଣିପୁରରେ ଦେଖିବାକୁ ମିଳିଛି। ଲୋକଙ୍କ ଏକ ସମୂହ ଦୁଇ ମହିଳାଙ୍କୁ ଉଲଗ୍ନ ଅବସ୍ଥାରେ ପ୍ୟାରେଡ୍ କରେଇବା ସହିତ ତାଙ୍କ ଗଣଦୁଷ୍କର୍ମ ମଧ୍ୟ କରିଛନ୍ତି। ଏହା ନେଇ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି।  ଏହା ପରେ ଅନ୍ୟ ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ମହିଳାଙ୍କୁ କିଛି ବନ୍ଧୁକ ବିଶିଷ୍ଟ ଲୋକମାନେ […]

Continue Reading

ମଣିପୁର ଗଣଦୁଷ୍କର୍ମ ଘଟଣାରେ ଆରଏସଏସ (RSS) କାର୍ଯ୍ୟକର୍ତ୍ତାଙ୍କ ଫୋଟୋ ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି।

ନିକଟରେ ମଣିପୁରରୁ ଗୋଟିଏ ନିନ୍ଦନୀୟ ଘଟଣା ଘଟିଥିଲା। ଲୋକଙ୍କ ଗୋଟିଏ ବିଶାଳ ସମୂହ ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ପ୍ୟାରେଡ୍ କରାଇବା ପରେ କିଛି ଲୋକେ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହି ମାମଲାରେ ପୋଲିସ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଦୁଇଟି ଆରଏସଏସ କାର୍ଯ୍ୟକର୍ତ୍ତାଙ୍କର ଫୋଟୋ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ମଣିପୁରର ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ଏହି ଦୁଇ […]

Continue Reading

ଓମାନରେ ଘଟିଥିବା ଘଟଣାର ପୁରୁଣା ଭିଡିଓ ବର୍ତ୍ତମାନ ମୁମ୍ବାଇ ଦାବିରେ ଭାଇରାଲ କରାଯାଉଛି।

ମୁମ୍ବାଇରେ ପ୍ରବଳ ବର୍ଷା ମଧ୍ୟରେ ସୋସିଆଲ ମିଡିଆରେ 26 ସେକେଣ୍ଡର ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ କିଛି ଲୋକ ସମୁଦ୍ରର ତରଙ୍ଗ ସହିତ ଖେଳୁଥିବା ଦେଖିବାକୁ ମିଳିବ।  ଏହି ସମୟରେ ହଠାତ୍ ଦୁଇଜଣ ଲୋକ ସମୁଦ୍ରର ତରଙ୍ଗରେ ଭାସିଗଲେ। ଏହି ଭାଇରାଲ ଭିଡିଓ ମୁମ୍ବାଇର ବାନ୍ଦ୍ରାଠାର ବୋଲି କୁହାଯାଉଛି, ଯେଉଁଠାରେ ଦୁଇଜଣ ମହିଳା ସମୁଦ୍ରରେ ଭାସି ଯାଇଥିଲେ।  ଭାଇରାଲ ଭିଡିଓ ସହିତ ଲେଖାଯାଇଛି ଯେ, ଏହା ମୁମ୍ବାଇ ବାନ୍ଦ୍ରା ସି ବିଚ ର ଘଟଣା ! […]

Continue Reading

ବର୍ତ୍ତମାନ୍ ପଶ୍ଚିମବଙ୍ଗର ପୋଲିସ ବୋଲବୋମ ଭକ୍ତଙ୍କ ଉପରେ ଲାଠି ଚାର୍ଜ କରିଥିବା ଦାବି ମିଥ୍ୟା….

ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ପୋଲିସ କିଛି ଲୋକଙ୍କୁ ବାଡ଼ିରେ ମାରୁଛି। ଭାଇରାଲ ପୋଷ୍ଟ ସହିତ ଦାବି କରାଯାଉଛି ଯେ, ପଶ୍ଚିମବଙ୍ଗର ପୋଲିସ ବୋଲବୋମ ଭକ୍ତଙ୍କୁ ଲାଠି ଚାର୍ଜ କରୁଛି । ଭିଡିଓର ସେୟାର କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଗାଳି ଦେଉଛନ୍ତି। ଭାଇରାଲ ଭିଡିଓ ସହିତ ଲେଖାଯାଇଛି ଯେ, ଭାଇ ଓ ଭଉଣୀ ମାନେ ଏହି ଭିଡିଓ ଟି କୁ ଦେଖନ୍ତୁ କେମିତି ମମତା ବାନାର୍ଜୀ ସରକାର ୱେଷ୍ଟ ବେଙ୍ଗଲ ରେ […]

Continue Reading

କ’ଣ ଫୋଟୋରେ ପୋଲିସ ୟୁନିଫର୍ମ ପିନ୍ଧିଥିବା ମହିଳା ହେଉଛନ୍ତି ସୀମା ହାଇଦର? ଜାଣନ୍ତୁ ସତ୍ୟ।

ନିକଟରେ ଗୋଟିଏ ଆଶ୍ଚର୍ଯ୍ୟ ଘଟଣା ଘଟିଛି। ପବଜି ମୋବାଇଲ୍ ଖେଳ ଦ୍ଵାରା ପାକିସ୍ତାନର ଜଣେ ମହିଳା, ସୀମା ହାଇଦର ଭାରତର ଜଣେ ଯୁବକଙ୍କ ପ୍ରେମ କରି ବସିଛନ୍ତି। ପସେହି ପ୍ରେମରେ ପଡି ସେ ପାକିସ୍ତାନରୁ ଅବୈଧ ଭାବରେ ଭାରତ ଆସି ସେ ପିଲାଙ୍କ ସହିତ ଭେଟିଛନ୍ତି। ଏହି ଘଟଣା ନେଇ ବର୍ତ୍ତମାନ ଆମ ଦେଶରେ ଆଲୋଚନା ଚାଲିଛି। ପୋଲିସ ସୀମାଙ୍କ ବିଷୟରେ ତଦନ୍ତ କରୁଛି।  ଏହା ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଭାଇରାଲ ହେଉଛି। ଏପରି […]

Continue Reading

କ’ଣ ଏହି ଭିଡିଓରେ ପାକିସ୍ତାନର ଜଣେ ପିତା ନିଜ ଝିଅ ସହିତ ବିବାହ କରି ତାକୁ ନିଜ ଚତୁର୍ଥ ସ୍ତ୍ରୀ କରିଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଖବର ଭାଇରାଲ ହେବାରେ ଲାଗିଛି। ଜଣେ ଦମ୍ପତିଙ୍କ ଫୋଟୋ ସେୟାର କରି ଦାବି କରା ଯାଉହୀ ଯେ ଫୋଟୋରେ ଥିବା ମହିଳା ନିଜ ପିତାଙ୍କ ସହିଇଟ ବିବାହ କରିଛନ୍ତି। ଏହି ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ମୁସ୍ଲିମ ସମ୍ପ୍ରଦାୟ ଲୋକଙ୍କ ବିଷୟରେ ଅପମାନଜନକ ଭାଷା କହୁଛନ୍ତି।  ପୋଷ୍ଟ ହେଇଥିବା ଫୋଟୋରେ ଆମେ ଦେଖିଲୁ ଯେ ଏହାକୁ ଭାସ୍କର ୱେବସାଇଟରୁ ନିଆ ଯାଇଛି। ତେଣୁ ଆମେ ଭାସ୍କରର ଫେସବୁକ […]

Continue Reading

ଟ୍ରେନ୍ କୁ ଠେଲି ଦେଉଥିବା ଯବାନଙ୍କ ଭାଇରାଲ୍ ଭିଡିଓର ସତ୍ୟତା …

ନିକଟରେ ସୋସିଆଲ ମିଡିଆରେ ଭାରତୀୟ ରେଳବାଇର ଏକ ଭିଡିଓ ସେୟାର କରାଯାଉଛି ଯେଉଁଥିରେ ସେନା କର୍ମଚାରୀମାନେ ଅଟକି ରହିଥିବା ଟ୍ରେନକୁ ଠେଲିଥିବାର ଦେଖିବାକୁ ମିଳିବ। ସେନା କର୍ମଚାରୀମାନେ ଟ୍ରେନ୍ ଚଳାଇ ନ ଥିବା ବେଳେ ଏହାକୁ ଠେଲି ଦେଇଥିବା ଦାବିରେ ଭିଡିଓ ସେୟାର କରାଯାଇଛି। ଭାଇରାଲ ଭିଡିଓ ସହିତ ଲେଖାଯାଇଛି ଯେ, ଏମାନଙ୍କୁ ଚିହ୍ନି ଥାଆନ୍ତୁ ଯେଉଁ ଠାରେ ଏଭଳି ଅସୁବିଧା ହେବ … ଫେସବୁକ । ଆର୍କାଇଭ ଅନୁସନ୍ଧାନ- ଅନୁସନ୍ଧାନ ଆରମ୍ଭରେ, ଆମେ ବିଭିନ୍ନ କୀ […]

Continue Reading

ଏହି ବୃଦ୍ଧ ବ୍ୟକ୍ତି ତାଙ୍କ ନାତିର ପତ୍ନୀଙ୍କୁ ବିବାହ କରିଥିଲେ କି?  ଏହା ଏକ ସ୍କ୍ରିପ୍ଟିଡ୍ ଭିଡିଓ…

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବୃଦ୍ଧ ଜଣେ ଝିଅ ସହିତ ବିବାହ କରୁଥିବା ଦେଖିବାକୁ ମିଳିବ। ଏହି ଭିଡିଓରେ ସେୟାର କରାଯାଇଛି ଯେ ଜଣେ ବୃଦ୍ଧ ବ୍ୟକ୍ତି ତାଙ୍କ ନାତିଙ୍କ ପତ୍ନୀଙ୍କୁ ହାଲା ନାମରେ ବିବାହ କରିଛନ୍ତି ଏବଂ ବର୍ତ୍ତମାନ ନାତିଙ୍କ ପତ୍ନୀଙ୍କୁ ଫେରାଇବାକୁ ମନା କରୁଛନ୍ତି। ଭିଡିଓ ସେୟାର କରିବାବେଳେ ଧର୍ମକୁ ପରିହାସ କରାଯାଉଛି। ଭାଇରାଲ ଭିଡିଓ ସହିତ ଲେଖାଯାଇଛି, ଏହେଲା ମଜ ହବ ର ସୁନ୍ଦରତା, ନିଜ ବୁଢା […]

Continue Reading