ତୁର୍କୀ ଦେଶ ଉତ୍ପାଦଗୁଡ଼ିକୁ ବୟକଟ୍ ର ଯୋଜନା କରୁଛନ୍ତି? କୋକା-କୋଲା, ଏରିଏଲ୍ ଏବଂ ଗାର୍ନୀୟର ତୁର୍କୀ ଦେଶ କମ୍ପାନୀ ନୁହଁନ୍ତି। 

ଭାରତ-ପାକିସ୍ତାନ ଯୁଧ୍ୟ ସମୟରେ ତୁର୍କୀ ପାକିସ୍ତାନକୁ ନିଜ ସମର୍ଥନ ଦେଇ ଥିବାରୁ ବର୍ତ୍ତମାନ ଭାରତର ସୋସିଆଲ ମିଡିଆରେ ବୟକଟ୍ ତୁର୍କୀ ଟ୍ରେଣ୍ଡିଂ ହେଉଛି। ଏହି ସମୟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ଲୋକ କୋକା-କୋଲା, ଏରିଏଲ୍ ଏବଂ ଗାର୍ନୀୟର କମ୍ପାନୀର ପୋଷ୍ଟର ଫାଡ଼ୁଥିବା ନଜର ଆସିଛନ୍ତି। ଦାବି କରା ଯାଉଛି ଯେ କୋକା-କୋଲା, ଏରିଏଲ୍ ଏବଂ ଗାର୍ନୀୟର ହେଉଛି ତୁର୍କୀ ଦେଶର କଂପାଣି ଯାହାକୁ ବର୍ତ୍ତମାନ ବୟକଟ୍ କରିବା ଉଚ୍ଚିତ।  କିନ୍ତୁ ଫ୍ୟାକ୍ଟ […]

Continue Reading

ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଶହିଦ ହୋଇଥିବା ସୟଦ ଆଦିଲ ହୁସେନଙ୍କ ପୁଅ ନିଜ ପିତାର ମୃତ ଶରୀରକୁ ଚୁମ୍ବନ ଦେଉଛି କି? ଜାଣନ୍ତୁ ସତ୍ୟତା।

ଏକ ଶିଶୁ ଜଣେ ବ୍ୟକ୍ତିଙ୍କରର ମୃତଦେହକୁ ଚୁମ୍ବନ କରିବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହା ସହିତ ଦାବି କରାଯାଉଛି ଯେ ଏହି ଫଟୋଟି ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ସୟଦ ଆଦିଲ ହୁସେନ ଶାହଙ୍କ ପୁଅର।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଏହି ଦାବିଟି କୁ ମିଥ୍ୟା ବୋଲି ପାଇଲା। ପୋଷ୍ଟରେ ଶିଶୁଟି ଶବକୁ ଚୁମ୍ବନ କରୁଥିବାର ଫଟୋ ପହଲଗାମର ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ସୋସିଆଲ ମିଡିଆରେ ଉପଲବ୍ଧ ଅଛି। ଏହି ଫଟୋଟି […]

Continue Reading

ପାକିସ୍ତାନ ଚୁଡ଼ି ପିନ୍ଧିନାହିଁ ବୋଲି ଫାରୁକ ଅବଦୁଲ୍ଲାଙ୍କ ପୁରୁଣା ବୟାନକୁ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସହିତ ଯୋଡ଼ି ଭାଇରାଲ କରାଯାଉଛି

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଦେଶର ଲୋକଙ୍କ ମଧ୍ୟରେ କ୍ରୋଧ ଦେଖିବାକୁ ମିଳୁଛି। ଏହି ଆକ୍ରମଣର ବ୍ୟାପକ ନିନ୍ଦା କରାଯାଉଛି ଏବଂ ପାକିସ୍ତାନକୁ ଉଚିତ୍ ଶିକ୍ଷା ଦେବା ପାଇଁ ଦୃଢ଼ ଦାବି କରାଯାଉଛି। ଏହି ସମୟରେ, ସମସ୍ତ ରାଜନୈତିକ ଦଳ ଏବଂ ନେତାମାନେ ବୟାନ ଦେବା ଆରମ୍ଭ କରିଛନ୍ତି।  ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ଜଣେ ସାମ୍ବାଦିକଙ୍କୁ ଦିଆଯାଇଥିବା ଏକ ସାକ୍ଷାତକାର ରେ […]

Continue Reading

ପାହଲଘମ ଆକ୍ରମଣକାରୀଙ୍କ ଘର ଉଡ଼ାଇ ଦିଆଯିବା ଦାବି ସହିତ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ।

ପାହଲଘମ ଆତଙ୍କବାଦୀ ଆକ୍ରମଣ ପରେ, ଆକ୍ରମଣକାରୀ ସନ୍ଦେହ କରାଯାଉଥିବା ଦୁଇ ଜଣଙ୍କ ଘର ସୁରକ୍ଷା ବାହିନୀ ଦ୍ୱାରା ଭାଙ୍ଗି ଦିଆଯାଇଥିଲା। ରିପୋର୍ଟ ଅନୁଯାୟୀ, ଲସ୍କର ଆତଙ୍କବାଦୀ ଆଦିଲ ହୁସେନ ଠୋକରଙ୍କ ଘରକୁ ଆଇଇଡି ବ୍ୟବହାର କରି ଉଡ଼ାଇ ଦିଆଯାଇଥିଲା ଏବଂ ଆସିଫ ଶେଖଙ୍କ ଘରକୁ ବୁଲଡୋଜର ସାହାଯ୍ୟରେ ଭାଙ୍ଗି ଦିଆଯାଇଥିଲା।  ଏହି ପ୍ରସଙ୍ଗରେ, ଗୁଳିକାଣ୍ଡ ମଧ୍ୟରେ ଜଳୁଥିବା ଏକ ଘରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓଟି କୁ ଏପରି ସେୟାର କରା ଯାଉଛି ଯେପରି […]

Continue Reading

ପହଲଗାମ ଆତଙ୍କବାଦୀ ଆକ୍ରମଣ ପୀଡିତ ବିନୟ ନରୱାଲଙ୍କ ଶେଷ ଭିଡିଓ ଦାବି ସହିତ ଏକ ଭିନ୍ନ ଦମ୍ପତିଙ୍କ ଭିଡିଓ ସେୟାର କରା ଯାଉଛି।

ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଅତି କମରେ ୨୬ ଜଣଙ୍କ ଜୀବନ ଯାଇଛି, ଯେଉଁଥିରେ ଜଣେ ଭାରତୀୟ ନୌସେନା ଅଧିକାରୀ ବିନୟ ନରୱାଲ ମଧ୍ୟ ପ୍ରାଣ ହରାଇଛନ୍ତି। ଏହି ପ୍ରସଙ୍ଗରେ, ଏକ ଦମ୍ପତିଙ୍କ ନାଚୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏବଂ ଦାବି କରାଯାଉଛି ଯେ ଏହା ପହଲଗାମରେ ତାଙ୍କ ପତ୍ନୀଙ୍କ ସହିତ ବିନୟ ନରୱାଲଙ୍କ ଶେଷ ଭିଡିଓ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଭିଡିଓରେ ନାଚୁଥିବା ଦମ୍ପତି […]

Continue Reading

ମହାରାଷ୍ଟ୍ରର ଏକ ପୁରୁଣା ଭିଡିଓକୁ ବଜରଙ୍ଗ ଦଳ ସମର୍ଥକ ମାନେ ପଶ୍ଚିମବଙ୍ଗ ଅଗ୍ରସର କରୁଥିବା ଦାବି ସହିତ ସେୟାର କରା ଯାଉଛି।

ବର୍ତ୍ତମାନ ସୋସିଆଲ ମିଡିଆରେ ବାଇକ୍ ରାଲିର ଏକ ଭିଡିଓ ଭାଇରାଲ ହେଉଛି। ଦେଖିବାକୁ ମିଳିଛି ଯେ ରାସ୍ତାରେ ପୋଲିସ ଉପସ୍ଥିତ ଥିବା ସମୟରେ ଲୋକଙ୍କ ଏକ ବିଶାଳ ସମାଗମ ବାଇକ୍ ରାଲି କରୁଛନ୍ତି। ଦାବି କରା ଯାଉଛି ଯେ ଏହି ଲୋକମାନେ ବଜରଙ୍ଗ ଦଳ ସଦସ୍ୟ ଏବଂ ବାଇକ୍ ରେ ପଶ୍ଚିମବଙ୍ଗର ଦଙ୍ଗା ପୀଡ଼ିତ ଅଞ୍ଚଳ ମୁର୍ଶିଦାବାଦ ଅଗ୍ରସର ହେଉଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ବଜରଙ୍ଗ ଦଳ ସଦସ୍ୟ […]

Continue Reading

ସ୍ପେସଏକ୍ସ ଷ୍ଟାରସିପ୍ ଅବତରଣ ଭିଡିଓକୁ ସୁନିତା ୱିଲିୟମ୍ସଙ୍କର ପୃଥିବୀକୁ ଫେରୁଥିବା ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି। 

ନିକଟରେ, ଆମେରିକୀୟ ମହାକାଶ ସଂସ୍ଥା ନାସାର ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର ୯ ମାସ ପରେ ପୃଥିବୀକୁ ଫେରିଛନ୍ତି। ସେମାନେ ଫ୍ଲୋରିଡା ଉପକୂଳରେ ସଫଳ ଅବତରଣ କରିଥିଲେ। ତାଙ୍କ ଫେରିବାର ଆନନ୍ଦ ସବୁଠି ପାଳନ କରାଯାଉଛି। ଏହି ପ୍ରସଙ୍ଗରେ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଏକ ରକେଟ୍ ପରି କିଛି ମହାକାଶରୁ ପୃଥିବୀକୁ ଆସି ସୁରକ୍ଷିତ ଭାବରେ ଅବତରଣ କରୁଥିବା ଦେଖବାକୁ ମିଳିଛି। ଦାବି କରା ଯାଉଛି ଯେ ଏହି […]

Continue Reading

ଭୂମିକମ୍ପ ସମୟରେ ଚୀନର ଏକ ଚିକିତ୍ସାଳୟର ଭିଡିଓକୁ ମିଆଁମାର ଦେଶର ଘଟଣା ଦାବି ସହିତ ସେୟାର କରା ଯାଉଛି।

ମିଆଁମାରରେ ୭.୭ ତୀବ୍ରତାର ଭୂମିକମ୍ପ ଆସିବା ଫଳରେ ତାହାର ଝଟକା ପଡ଼ୋଶୀ ଦେଶ ଥାଇଲ୍ୟାଣ୍ଡ ଏବଂ ଚୀନରେ ମଧ୍ୟ ଅନୁଭୂତ ହୋଇଥିଲା। ଏହି ଘଟଣା ସହିତ ଜଡିତ ବିଭିନ୍ନ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ପ୍ରସଙ୍ଗରେ, ଏକ ହସ୍ପିଟାଲ ୱାର୍ଡରେ ଦୁଇଜଣ ନର୍ସଙ୍କ ସିସି ଟିଭି ଫୁଟେଜ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଇଛି ଯେ ଜଣେ ନର୍ସ ଏକ ଶିଶୁକୁ ସୁରକ୍ଷା ଦେବା ପାଇଁ ଆଣ୍ଠୁ ମାଡ଼ି ବସିଛନ୍ତି ଯେତେବେଳେ ଅନ୍ୟ […]

Continue Reading

ଭୂମିକମ୍ପ ସମୟରେ ବ୍ୟାଙ୍କକର ଏକ ବିଶାଳ ବିଲଡିଙ୍ଗର ସୁଇମିଂ ପୁଲରୁ ପାଣି ଉଛୁଳି ପଡ଼ୁଥିବା ଭିଡିଓକୁ ମିଆଁମାରର ଘଟଣା ଦାବି ସହିତ ସେୟାର କରା ଯାଉଛି।

ଭୂମିକମ୍ପ ଯୋଗୁଁ ଏକ ବିଲ୍ଦିଙ୍ଗ ଉପରେ ଥିବା ସୁଇମିଂ ପୁଲରୁ ପାଣି ଉଛୁଳି ପଡ଼ୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରାଯାଉଛି ଯେ ଏହି ଭିଡିଓଟି ମିଆଁମାରର ଘଟଣା ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ଏହି ଭିଡିଓଟି ମିଆଁମାର ସହିତ କୌଣସି ସମ୍ପର୍କ ନାହିଁ। ଏହା ବ୍ୟାଙ୍କକରେ ହେଇଥିବା ଭୂମିକମ୍ପ ସମୟର ଅଟେ। କ’ଣ ଦାବି କରା ଯାଇଛି ପୋଷ୍ଟରେ? ଭିଡିଓ ସେୟାର କରି ଜଣେ […]

Continue Reading

୨୦୧୧ ମସିହାର ପୁରୁଣା ଫୋଟୋକୁ ନିକଟରେ ପାକିସ୍ତାନରେ ଘଟିଥିବା ବାଲୋଚିସ୍ତାନ ଲିବେରେସନ୍ ସେନା ଆକ୍ରମଣରେ ପ୍ରାଣ ହରାଇଥିବା ପାକିସ୍ତାନୀ ସେନା ସଦସ୍ୟଙ୍କ ଫୋଟୋ ଦାବି ସହିତ ସେୟାର କରାଯାଉଛି।

ନିକଟରେ ବାଲୁଚିସ୍ତାନ ମୁକ୍ତି ସେନା (BLA) ପାକିସ୍ତାନ ଉପରେ ମାରାତ୍ମକ ଆକ୍ରମଣ କରିଥିଲା। ୧୧ ମାର୍ଚ୍ଚ ତାରିଖରେ ସେମାନେ ଏକ ଟ୍ରେନ୍ ହାଇଜାକ୍ କରି ପ୍ରାୟ ୫୦୦ ଯାତ୍ରୀଙ୍କୁ ବନ୍ଧକ କରିଥିଲେ, ଯାହା ଫଳରେ ଏକ ହିଂସାତ୍ମକ ସଂଘର୍ଷ ଘଟିଥିଲା। ପରେ, ୧୬ ମାର୍ଚ୍ଚ ରେ, ସେମାନେ ଏକ ସୁରକ୍ଷା ବାହିନୀର କାଫଲା ଉପରେ ଆକ୍ରମଣ କରିଥିଲା, ଯେଉଁଥିରେ ଅନେକ ଅଧିକାରୀ ଏବଂ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ।  ଏହି ପ୍ରସଙ୍ଗରେ ଏକ ଫୋଟୋ ସୋସିଆଲ ମିଡିଆରେ […]

Continue Reading

ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଭାରତ-ପାକିସ୍ତାନ ମ୍ୟାଚ୍ ସମୟରେ କ’ଣ ପ୍ରକୃତରେ ଗଣପତି ଆରତୀ ବାଜିଥିଲା?

ପାକିସ୍ତାନ ୨୦୨୫ ଆଇସିସି ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିଥିଲା, କିନ୍ତୁ ଭାରତୀୟ ଦଳର ମ୍ୟାଚ୍ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ହେଇଥିଲା। ଭାରତ ସହିତ ମ୍ୟାଚ୍ ଖେଳିବା ପାଇଁ ପାକିସ୍ତାନ ମଧ୍ୟ ଦୁବାଇ ପହଞ୍ଚିଥିଲା। ଏହି ମ୍ୟାଚ୍‌ରେ ପାକିସ୍ତାନକୁ ଛଅ ୱିକେଟରେ ପରାଜୟର ସାମ୍ନା କରିବାକୁ ପଡିଥିଲା।  ଏହି ସମୟରେ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ, ଷ୍ଟାଡିୟମରେ ଗଣେଶ ଭଜନ ବାଜୁଥିବାର ଦେଖିବାକୁ ମିଳୁଛି। ଦାବି କରାଯାଉଛି ଯେ, “ଏହା […]

Continue Reading

ଆକାଶରେ ଯୁଦ୍ଧ ବିମାନ ଦ୍ୱାରା ଗଠିତ ତ୍ରିଶୂଳର ଏହି ଫଟୋର ମହାକୁମ୍ଭ ମେଳା ସହିତ କୌଣସି ସମ୍ପର୍କ ନାହିଁ।

ଆକାଶରେ ତ୍ରିଶୂଳ ତିଆରି କରୁଥିବା ଏକ ଲଢ଼ୁଆ ବିମାନର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରାଯାଉଛି ଯେ ଏହା ପ୍ରୟାଗରାଜରେ ମହାକୁମ୍ଭ ମେଳାର ଶେଷ ଦିନରେ ଭାରତୀୟ ବାୟୁସେନାର ଏୟାର ଶୋ’ର ଦୃଶ୍ୟ। ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ପ୍ରୟାଗରାଜ ମହାକୁମ୍ଭ ରେ ସୁଖୋଇ ବିମାନ ଦ୍ଵାରା ତ୍ରିଶୂଳ ଗଠନ” କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଯୁଦ୍ଧ ବିମାନ […]

Continue Reading

ଛୋଟ-ଛୋଟ ଶିଶୁଙ୍କୁ ମାରିଥିବା ଜଣେ ହମାସ୍ ଆତଙ୍କବାଦୀର ଇଜ୍ରାଏଲ୍ ହାତ କାଟିଥିବା ଏବଂ କିଡନୀ ବାହାର କରିଦେଇଥିବା ଦାବି ମିଥ୍ୟା ଅଟେ।

ଗୁରୁତ ଭାବରେ ଆଘାତ ହୋଇଥିବା ଜଣେଯୁବକଙ୍କର ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଏହି ଯୁବକ ଜଣେ ହମାସ୍ ଆତଙ୍କବାଦୀ ଯିଏ ଅନେକ ଶିଶୁଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ। ଇଜ୍ରାଏଲ୍ ଆକ୍ରମଣ ସମୟରେ ତାଙ୍କୁ ଜବତ କରି ତାଙ୍କ ଦୁଇଟି ହାତ ଏବଂ କିଡନୀ ବାହାର କରି ଦେଇଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ୨୦୨୪ ରେ ଗୋଟିଏ ଆପାର୍ଟମେଣ୍ଟକୁ ଇଜ୍ରାଏଲ୍ ଆକ୍ରମଣ କରିଥିବା […]

Continue Reading

ରାସ୍ତାରେ ଅସ୍ତ୍ରଶସ୍ତ୍ର ଧରି ଆକ୍ରମଣ କରୁଥିବା ଯୁବକମାନଙ୍କୁ ପୁଣେ ପୋଲିସ ମାଡ଼ ମାରିବାର ଏକ ପୁରୁଣା ଭିଡିଓ ବିଭ୍ରାନ୍ତକାରୀ ଦାବି ସହିତ ଭାଇରାଲ୍ ହେଉଛି।

ଦୁଇଜଣ ଯୁବକ ହାତରେ ଅସ୍ତ୍ରଶସ୍ତ୍ର ଧରି ରାସ୍ତାରେ ଦୋକାନୀଙ୍କୁ ଆକ୍ରମଣ କରୁଥିବାର ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ଯେ ଦୁଇଜଣ ଯୁବକ ପ୍ରଥମେ ଦୋକାନ ଭଙ୍ଗାରୁଜା କରୁଛନ୍ତି ଏବଂ ତା’ପରେ ରାସ୍ତାରେ ଲୋକଙ୍କୁ ଆକ୍ରମଣ କରୁଛନ୍ତି। ଏହା ପରେ ପୋଲିସ କର୍ମଚାରୀମାନେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଧରି ମାଡ଼ ମାରୁଛନ୍ତି।  ଭିଡିଓ ସେୟାର କରି ଦାବି କରାଯାଉଛି ଯେ ରାସ୍ତାରେ ଏପରି ଆକ୍ରମଣ କରିବା ପାଇଁ ଉତ୍ତରପ୍ରଦେଶ ପୋଲିସ ସେହି ଯୁବକଙ୍କୁ ମାଡ଼ […]

Continue Reading

କ’ଣ ଜିଓ ନିକଟରେ ଇଲେକ୍ଟ୍ରିକ୍ ସାଇକଲ୍ ଲଞ୍ଚ କରିବାକୁ ଯାଉଛି? ଜାଣନ୍ତୁ ସତ୍ୟତା।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦାବି କରା ଯାଉଛି ଯେ ଜିଓ ନିକଟରେ ଇଲେକ୍ଟ୍ରିକ୍ ସାଇକଲ୍ ଲଞ୍ଚ କରିବାକୁ ଯାଉଛି। ମୁକେଶ ଅମ୍ବାନୀ ଏବଂ ଏକ ଇଲେକ୍ଟ୍ରିକ୍ ସାଇକେଲର ଫଟୋ ସହିତ ଅପଲୋଡ୍ ହୋଇଥିବା ଫଟୋରେ ଲେଖାଯାଇଛି: “ଖୁବ ଶୀଘ୍ର ବଜାରକୁ ଆସିବାକୁ ଯାଉଛି Jio Electric Cycle ଯାହାର ମୂଲ୍ୟ ରହିଛି ୨୯,୦୦୦ ଟଙ୍କା। ଏଥିରେ ରହିଛି 250W-350W ର ଇଲେକ୍ଟ୍ରିକ୍ ମୋଟର ଏବଂ ଏହାକୁ ଠାରେ ଚାର୍ଜ […]

Continue Reading

ମହାକୁମ୍ଭମେଳା ୨୦୨୫ର ଶେଷ ଦିନର କାର୍ଯ୍ୟକ୍ରମ ଭାବରେ ବାରାଣସୀରେ ଲେଜର ଶୋ’ର ପୁରୁଣା ଭିଡିଓ ଭାଇରାଲ ହେଉଛି।

ସୋସିଆଲ ମିଡିଆରେ ଆତସବାଜିର ଏକ ଭିଡିଓ ଭାଇରାଲ ହେଉଛି, ଏବଂ ଦାବି କରାଯାଉଛି ଯେ ଏହି ଭିଡିଓଟି ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭର ଶେଷ ଦିନ କାର୍ଯ୍ୟକ୍ରମର ଏକ ଦୃଶ୍ୟ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋର ଅନୁସନ୍ଧାନରେ ଏହି ଦାବି ମିଥ୍ୟା ପ୍ରମାଣିତ ହୋଇଛି କାରଣ ପୋଷ୍ଟ ହୋଇଥିବା ଆତସବାଜିର ଭିଡିଓ ପ୍ରୟାଗରାଜରେ ମହାକୁମ୍ଭର ସମାପ୍ତିର ନୁହେଁ, ବରଂ ୨୦୨୪ ମସିହାରେ ଦୀପାବଳି ଅବସରରେ ବାରାଣସୀରେ ପ୍ରଦର୍ଶିତ ଆତସବାଜିର ଦୃଶ୍ୟ ଅଟେ। ଏହି ଭିଡିଓର ପ୍ରୟାଗରାଜ ମହାକୁମ୍ଭ ସହିତ କୌଣସି […]

Continue Reading

ନିଶା ଅବସ୍ଥାରେ ଗୋଟିଏ କାର ଟ୍ରାଫିକ୍ ପୋଲିସ କୁ ରାସ୍ତାରେ ଟାଣି ନେଉଥିବା ଘଟଣା ରାଜସ୍ଥାନର ନୁହେଁ ହରିୟାଣାର ଅଟେ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ତୀବ୍ର ଗତିରେ ଯାଉଥିବା କାର୍ କୁ ଅଟକାଇବା ପାଇଁ ଚେଷ୍ଟା କରୁଥିବା ଟ୍ରଫିକ୍ ପୋଲିସ କୁ ତାହା ଟାଣି ନେଉଛି।  କିଛି ଦୂର ଗଲା ପରେ ସେହି କାର୍ ରାସ୍ତା କଡ଼ରେ ଥିବା ଫୁଟପାଥ୍ ରେ ଧକ୍କା ମଧ୍ୟ ହେଉଛି। ତାହା ପରେ କିଛି ଲୋକଙ୍କ ସାହାଯ୍ୟ ରେ ପୋଲିସ ଉଭୟ ଡ୍ରାଇଭର କୁ ନେଇ ଥାନା ନେଉଛି। ଦାବି କରା ଯାଉଛି ଯେ […]

Continue Reading

ପୁରୀର ଶଙ୍କରାଚାର୍ଯ୍ଯ ସ୍ୱାମୀ ନିଶ୍ଚଳାନନ୍ଦଙ୍କର ଏକ ପୁରୁଣା ଫୋଟୋକୁ ବିଭ୍ରାନ୍ତକାରୀ ଦାବି ସହିତ ସେୟାର କରା ଯାଉଛି।

ପୁରୀର ଶଙ୍କରାଚାର୍ଯ୍ଯ ସ୍ୱାମୀ ନିଶ୍ଚଳାନନ୍ଦଙ୍କର ଏକ ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫୋଟୋରେ ସେ ଏକ ରେଳ ଷ୍ଟେସନ୍ ରେ ଅପେକ୍ଷା କରୁଥିବା ନଜର ଆସିଛନ୍ତି। ଦାବି କରା ଯାଉଛି ଯେ ତାଙ୍କର ଏହି ଫୋଟୋ ପ୍ରୟାଗରାଜ ଷ୍ଟେସନରେ ନିଆ ଯାଇଛି। ଏହା ମଧ୍ୟ ଦାବି କରା ଯାଇଛି ଯେ ସେ ଆମେରିକୀୟ ମହାକାଶ ଏଜେନ୍ସି ନାସା ର ପରାମର୍ଶଦାତା କମିଟି ରେ ମଧ୍ୟ ରହିଛନ୍ତି ଏବଂ ନାସା ତାଙ୍କ ଠାରୁ […]

Continue Reading

ଏହା ଆମେରିକା ଦ୍ୱାରା ଭାରତକୁ ନିର୍ବାସିତ କରା ଯାଉଥିବା ଅବୈଧ ପ୍ରବାସୀମାନଙ୍କର ଫୋଟୋ ନୁହେଁ।

ଆମେରିକା ଅବୈଧ ପ୍ରବାସୀ ମାନଙ୍କୁ ନିର୍ବାସିତ କରି ତାଙ୍କୁ ନିଜ ଦେଶ ଫେରାଇ ଦେଇଥିବା ପରେ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଭାଇରାଲ ହେଉଛି। ଏହା ମଧ୍ୟରେ ଆମେରିକା ଭାରତ ପ୍ରବାସୀ ମାନଙ୍କୁ ମଧ୍ୟ ନିର୍ବାସିତ କରି ଥିବା ଖବର ସାମନାକୁ ଆସୁଛି। ପୋଷ୍ଟ ଗୁଡ଼ିକରେ ୟୁଜର ମାନେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଟ୍ରମ୍ପଙ୍କ ବନ୍ଧୁତା ଉପରେ ଅଭିଯୋଗ ଆଣି ପ୍ରଶ୍ନ କରୁଛନ୍ତି ଯେ ଭାରତ ପ୍ରବାସୀଙ୍କୁ ହାତକଡ଼ି ବାନ୍ଧି ନିର୍ବାସିତ କରିବା କ’ଣ ଠିକ୍? ପୋଷ୍ଟରେ […]

Continue Reading

ଏଡିଟେଡ୍ ଭିଡିଓକୁ ପ୍ରୟାଗରାଜରେ ବିମାନ ଅବତରଣ ସମୟରେ କରାଯାଇଥିବା ଘୋଷଣା ଦାବି ସହିତ ସେୟାର କରା ଯାଉଛି।

ମହାକୁମ୍ଭ ମେଳା ୨୦୨୫ ଆନୁଷ୍ଠାନିକ ଭାବରେ ୧୩ ଜାନୁଆରୀ ୨୦୨୫ ରେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଥିଲା। ଏହା ୨୬ ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ ଚାଲିବ। ଏହି ମେଳା ପ୍ରତି ୧୨ ବର୍ଷରେ ଥରେ ଅନୁଷ୍ଠିତ ହୁଏ ଏବଂ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀ, ସନ୍ଥ ଏବଂ ପର୍ଯ୍ୟଟକଙ୍କୁ ଆକର୍ଷିତ କରେ। ପ୍ରୟାଗରାଜ ମହାକୁମ୍ଭର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହା ମଧ୍ୟରେ, ଜଣେ ଅନ୍ତର୍ଜାତୀୟ ପାଇଲଟ୍ ମହାକୁମ୍ଭ ବିଷୟରେ ଉଡ଼ାଣ ମଧ୍ୟରେ ଘୋଷଣା କରୁଥିବାର […]

Continue Reading

ଆମେରିକା ଅବୈଧ କଲମ୍ବିଆ ପ୍ରବାସୀଙ୍କୁ ନିର୍ବାସିତ କରୁଥିବା ଫୋଟୋକୁ ଭାରତୀୟ ପ୍ରବାସୀଙ୍କ ସହିତ ହେଉଥିବା ଅତ୍ୟାଚାର ଦାବି ସହିତ ସେୟାର କରା ଯାଉଛି।

ଆମେରିକାର ରାଷ୍ଟ୍ରପତି ଭାବରେ ଡୋନାଲ୍ଡ ଟ୍ରମ୍ପଙ୍କ ପୁନଃନିର୍ବାଚନ ପରେ, ଅନଧିକୃତ ପ୍ରବେଶକୁ କେନ୍ଦ୍ର କରି ୨୦୫ ଜଣ ଭାରତୀୟ ପ୍ରବାସୀଙ୍କୁ ଭାରତକୁ ପଠାଇ ଦିଆଯାଇଥିଲା। ଏହି ପ୍ରସଙ୍ଗରେ, ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯାହାକୁ ଆମେରିକା ଦ୍ୱାରା ଭାରତକୁ ପଠାଯାଉଥିବା ଅବୈଧ ପ୍ରବାସୀମାନଙ୍କର ଏକ ଫୋଟୋ ବୋଲି କୁହାଯାଉଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭିଡିଓଟି ଆମେରିକାରୁ କଲମ୍ବିଆନ୍ ପ୍ରବାସୀଙ୍କୁ ନିର୍ବାସିତ କରାଯାଉଥିବାର ଦୃଶ୍ୟ ଅଟେ। ଫୋଟୋରେ ଥିବା […]

Continue Reading

କ’ଣ ଏହି ଭିଡିଓ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସ୍ ରେ ସିଗାରେଟ୍ ପିଉଛନ୍ତି? ଜାଣନ୍ତୁ ସତ୍ୟତା।

ବର୍ତ୍ତମାନ ସୋସିଆଲ ମିଡିଆରେ ନବୀନ ପଟ୍ଟନାୟକଙ୍କର ଏକ ଭିଡିଓ ପୁଣି ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ଗୋଟିଏ ବସ୍ ରେ ଯାତ୍ରା କରୁଥିବା ବେଳେ ସିଗାରେଟ୍ ପିଉଥିବା ନଜର ଆସୁଛନ୍ତି। ଦେଖିବାକୁ ମିଳିଛି ଯେ ରାତ୍ରି ସମୟରେ ଲୋକଙ୍କ ମଧ୍ୟରେ ନବୀନ ପଟ୍ଟନାୟକ ଗୋଟିଏ ବସ୍ ରେ ଯାତ୍ରା କରୁଥିଲେ ଏବଂ ରାସ୍ତାରେ ଲୋକ ମାନେ ବିଜେଡ଼ି ପତାକା ଧରି ଚିଡ଼ା ହୋଇଥିଲେ। ଭିଡିଓ ସେୟାର କରି ଦାବି କରା ଯାଉଛି ଯେ ନବୀନ ପଟ୍ଟନାୟକ […]

Continue Reading

ଜଣେ ବ୍ୟକ୍ତି ୨ ମିନିଟରୁ ଅଧିକ ସମୟ ଧରି ଶଙ୍ଖ ବଜାଉଥିବାର ପୁରୁଣା ଭିଡିଓ କୁ ପ୍ରୟାଗରାଜର ମହାକୁମ୍ଭ ମେଳା ଭିଡିଓ ଦାବି ସହିତ ଭାଇରାଲ କରା ଯାଉଛି। 

ମହାକୁମ୍ ମେଲା ୧୩ ଜାନୁୟାରୀ ୨୦୨୫ ରେ ଆରମ୍ଭ ହୋଇଥିଲା ଏବଂ ୨୬ ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ ଜାରି ରହିବ ଏବଂ ଏହା ଉତ୍ତରପ୍ରଦେଶର ପ୍ରୟାଗରାଜ ଠାରେ ଏହା ଅନୁଷ୍ଠିତ ହେଇଛି | ଏହି ମେଲା ପ୍ରତି ୧୨ ବର୍ଷରେ ଅନୁଷ୍ଠିତ ହୁଏ ଏବଂ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀ, ସାଧୁ ଏବଂ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ ଯେଉଁମାନେ ଗଙ୍ଗା, ଯମୁନା, ଏବଂ ସରସ୍ୱତୀ ନଦୀର ପବିତ୍ର ମିଳନସ୍ଥଳରେ ଆନୁଷ୍ଠାନିକ ସ୍ନାନ ଭଳି ଆଧ୍ୟାତ୍ମିକ ଅଭ୍ୟାସରେ ଅଂଶଗ୍ରହଣ କରନ୍ତି। […]

Continue Reading

+୧୪୦ ନମ୍ବରରୁ କଲ୍ ଆସି ବ୍ୟାଙ୍କ ଆକାଉଣ୍ଟ ଲୁଟ୍ ସମ୍ପର୍କରେ ଗୁଜବ ପୁଣି ଭାଇରାଲ ହେବାରେ ଲାଗିଛି। 

୧୪୦ ନମ୍ବରରୁ ଆରମ୍ଭ ହେଉଥିବା କଲ୍ ଗ୍ରହଣ ନକରିବାକୁ ପୋଲିସ ଲୋକଙ୍କୁ ସତର୍କ କରୁଥିବାର ଭିଡିଓ ପୁଣି ଭାଇରାଲ ହେଉଛି। ଦାବି କରାଯାଉଛି ଯେ ଏପରି କଲ୍ ଗ୍ରହଣ କଲେ ଆପଣଙ୍କ ବ୍ୟାଙ୍କ ବାଲାନ୍ସ ଲୁଟ ହୋଇପାରେ ଏବଂ ଆପଣଙ୍କ ମୋବାଇଲ୍ ଫୋନ୍ ହ୍ୟାକ୍ ହୋଇପାରେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ‘୧୪୦’ ନମ୍ବରରୁ କଲ୍ ଗ୍ରହଣ କଲେ ବ୍ୟାଙ୍କ ବାଲାନ୍ସ ଖାଲି ହୋଇପାରିବ ନାହିଁ। କ’ଣ ଦାବି କରା ଯାଇଛି […]

Continue Reading

ଜଣେ ସାଧୁଙ୍କର ଅଗ୍ନି ଉପରେ ବିଶ୍ରାମ କରୁଥିବା ପୁରୁଣା ଭିଡିଓକୁ ବିବିସି ନ୍ୟୁଜ୍ ଏବଂ ଚଳିତ ବର୍ଷ କୁମ୍ଭମେଳା ସହିତ ଯୋଡ଼ି ମିଥ୍ୟା ପ୍ରଚାର କରା ଯାଉଛି। 

ମହାକୁମ୍ଭ ମେଳା ୨୦୨୫ ଆନୁଷ୍ଠାନିକ ଭାବରେ ୧୩ ଜାନୁଆରୀ ୨୦୨୫ ରେ ଆରମ୍ଭ ହୋଇଥିଲା ଏବଂ ଏହା ୨୬ ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ ଚାଲିବ। ଏହି ମେଳା ପ୍ରତି ୧୨ ବର୍ଷରେ ଥରେ ଅନୁଷ୍ଠିତ ହୁଏ ଏବଂ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀ, ସନ୍ଥ ଏବଂ ପର୍ଯ୍ୟଟକଙ୍କୁ ଆକର୍ଷିତ କରେ ଯେଉଁମାନେ ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନଦୀର ପବିତ୍ର ସଙ୍ଗମରେ ସ୍ନାନ ଭଳି ଆଧ୍ୟାତ୍ମିକ ଅଭ୍ୟାସରେ ଅଂଶଗ୍ରହଣ କରନ୍ତି। ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ […]

Continue Reading

ମନାଲୀର ଏକ ପୁରୁଣା ଟ୍ରାଫିକ୍ ଜାମ୍ ର ଫୋଟୋକୁ ବିନା ସଠିକ୍ ପ୍ରସଙ୍ଗ ସହିତ ସେୟାର କରା ଯାଉଛି।

ଡିସେମ୍ବର ଶେଷ ସପ୍ତାହରେ ଅନେକ ଲୋକ ଛୁଟି ପାଳିବା ପାଇଁ ନିଜ ସାଙ୍ଗ ଏବଂ ସହପରିବାର ଲୋକଙ୍କ ସହିତ ବୁଲିବାକୁ ଯାଇଥାନ୍ତି। ଏହି ସମୟର୍ରେ ସୋସିଆଲ ମିଡିଆରେ ଏକ ପାହାଡ଼ି ଘାଟି ରାସ୍ତାରେ ଟ୍ରାଫିକ୍ ଜାମ୍ ହୋଇଥିବାର ଫୋଟୋ ଭାଇରାଲ ହେବାରେ ଲାଗିଛି। ଏହି ଫୋଟୋଏପରି ସେୟାର କରା ଯାଉଛ ଯେ ଏହା ସମ୍ପ୍ରତ୍ତି ସମୟର ଫୋଟୋ ଅଟେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଫୋଟୋ ପୁରୁଣା ଅଟେ ଯାହାକୁ ବିନା ସଠିକ୍ […]

Continue Reading

ବାପା-ଝିଅର ବିବାହର ନାଟକୀୟ ଭିଡିଓକୁ ଅସଲି ଘଟଣା ଦାବି ସହିତ ସେୟାର କରା ଯାଉଛି।

ଜଣେ ବୟଷ୍କ ଲୋକଙ୍କ ନିକଟରେ ସିନ୍ଦୁର ଏବଂ ଲାଲ ସାଢି ପିନ୍ଧିଥିବା ମହିଳାଙ୍କ ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ରେ ସେ ବୟଷ୍କ ଲୋକ କହୁଛନ୍ତି ଯେ ତାଙ୍କ ନିକଟରେ ଛିଡା଼ ହୋଇଥିବା ମହିଳା ହେଉଛନ୍ତି ତାଙ୍କ ଝିଅ ଏବଂ ସେ ମହିଳା‌ କହୁଛନ୍ତି ଯେ ସେ ତାଙ୍କ ପିତାଙ୍କ ସହିତ ବିବାହ କରିଛନ୍ତି। ହିନ୍ଦୁ ରୀତିନୀତି ଏବଂ ପରମ୍ପରା ଅନୁସାରେ ଏକ ମନ୍ଦିରରେ ବିବାହ ସମ୍ପନ୍ନ ହୋଇଥିଲା। ଉତ୍ସବ ପରେ, […]

Continue Reading

ପଞ୍ଜାବର ଜଲନ୍ଧରରେ ଗୋରୁ ଉପରେ ଆକ୍ରମଣର ଭିଡିଓକୁ ବାଂଲାଦେଶର ଘଟଣା କହି ମିଥ୍ୟା ସାମ୍ପ୍ରଦାୟିକ ଦାବି ସହିତ ସେୟାର ଯାଉଛି।

ଗତ କିଛି ମାସ ହେବ ପଡୋଶୀ ଦେଶ ବାଂଲାଦେଶରେ ଅଶାନ୍ତି ଦେଖାଦେଇଛି। ହିଂସା ଏବଂ ଅରାଜକତାର ପରିବେଶ ଏପର୍ଯ୍ୟନ୍ତ ଜାରି ରହିଛି। ସାମ୍ପ୍ରତିକ ବିକାଶ ସମୟରେ ବାଂଲାଦେଶରେ ଅନ୍ତର୍ଭୁକ୍ତ ସନାତନ ମୁଖପାତ୍ର ଚିନ୍ମୟ ଦାସଙ୍କୁ ଗିରଫ କରାଯାଇଥିଲା। ଏଥି ସହିତ ସଂଖ୍ୟାଲଘୁ ସମ୍ପ୍ରଦାୟ ବିରୁଦ୍ଧରେ ଶୋଷଣର ବୃଦ୍ଧି ମାମଲା ମଧ୍ୟ ସାମ୍ନାକୁ ଆସୁଛି।  ଏହି ପ୍ରସଙ୍ଗ ମଧ୍ୟରେ, ଏକ ହୃଦୟ ବିଦାରକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଏଥିରେ କିଛି ଲୋକ ଗାଇ କୁ ଅତି ନିର୍ମମ […]

Continue Reading

ସାଉଦି ଆରବିଆରେ ରାସ୍ତା ଜଳମଗ୍ନ ହେଇଥିବା ଭିଡିଓକୁ ଚେନ୍ନାଇର ବନ୍ୟା ପରିସ୍ଥିତି ଦାବି ସହିତ ସେୟାର କରା ଯାଉଛି। 

ଫେଙ୍ଗାଲ ବାତ୍ୟାର ପ୍ରଭାବ ତାମିଲନାଡୁ, କର୍ଣ୍ଣାଟକ ଏବଂ ପୁଡୁଚେରୀରେ ଦେଖିବାକୁ ମିଳିଥିଲା। ଲଗାତାର ପ୍ରବଳ ବର୍ଷା ସହିତ ବନ୍ୟା ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଛି। ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଜଳମଗ୍ନ ରାସ୍ତାର ଭିଡିଓ ସେୟାର କରି ଦାବି କରା ଯାଉଛି ଯେ ଏହା ଚେନ୍ନାଇର ଦୃଶ୍ୟ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ସାଉଦି ଆରବିଆରେ ରାସ୍ତା ଜଳମଗ୍ନ ହେଇଥିବା ଭିଡିଓକୁ ଚେନ୍ନାଇର ବନ୍ୟା ପରିସ୍ଥିତି ଦାବି ସହିତ ସେୟାର […]

Continue Reading

କ’ଣ ଏଲୋନ୍ ମସ୍କ ପ୍ରକୃତରେ ଏକ ଫୋନ୍ ଲଞ୍ଚ କରିବାକୁ ଯାଉଛନ୍ତି ଯାହା ଚାର୍ଜିଂ ଏବଂ ଇଣ୍ଟରନେଟ୍ ଆବଶ୍ୟକ କରେ ନାହିଁ? ଜାଣନ୍ତୁ ସତ୍ୟତା।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦାବି କରା ଯାଇଛି ଯେ ଏଲୋନ୍ ମସ୍କ ଟେସ୍ଲା କମ୍ପାନୀର ଏକ ମୋବାଇଲ୍ ଲଞ୍ଚ କରିବାକୁ ଯାଉଛନ୍ତି ଯେଉଁଥିରେ ଗ୍ରାହକଙ୍କୁ ଇଣ୍ଟର୍ନେଟ ଏବଂ ଚାର୍ଜିଂ ଆବଶ୍ୟକ ହେବ ନାହିଁ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିୟଥ୍ୟା ବୋଲି ପାଇଲା। ଏଲୋନ୍ ମସ୍କ କୌଣସି ଫୋନ୍ ଲଞ୍ଚ କରିବା ଦାବି କରି ନାହାଁନ୍ତି ଯାହା ଚାର୍ଜିଂ ଏବଂ ଇଣ୍ଟରନେଟ୍ ଆବଶ୍ୟକ କରିବ ନାହିଁ।  କ’ଣ […]

Continue Reading

ଉଦ୍ଧାର କାର୍ଯ୍ୟର ମକ୍ ଡ୍ରିଲ୍ ଭିଡିଓକୁ ନିକଟରେ ବୀକାନେର ରେ ଟ୍ରେନ୍ ଦୁର୍ଘଟଣା ହୋଇଥିବା ଦାବି ସହିତ ସେୟାର କରା ଯାଉଛି।

କିଛି NDFR କର୍ମଚାରୀଙ୍କ ଷ୍ଟ୍ରେଚରରେ ଲୋକଙ୍କୁ ନେଇ ଯାଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏକ ଟ୍ରେନର ଗୋଟିଏ କୋଚ୍ ଭିନ୍ନ ଟ୍ରେନର ଅନ୍ୟ କୋଚ୍ ଉପରେ ଚଢିଥିବା ଦେଖିବାକୁ ମିଳିଛି। ଭିଡିଓରେ ଏପରି ଜଣା ପଡୁଛିଯେ ଦୁଇଟି ଟ୍ରେନ ମଧ୍ୟରେ ଦୁର୍ଘଟଣା ଘଟିଛି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଦାବି କରୁଛନ୍ତି ଯେ ଏହି ଘଟଣା ବିକାନେରରେ ଘଟିଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଉଦ୍ଧାର କାର୍ଯ୍ୟର […]

Continue Reading

ତାମିଲନାଡୁର ମହା ପୁଷ୍କରମ ପାଇଁ କାଭେରୀ ନଦୀ ଜଳର ଭିଡିଓ ମିଥ୍ୟା ଦାବି ସହିତ ଭାଇରାଲ ହେଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଗୋଟିଏ ସ୍ଥାନରେ ପାଣି ମାଡ଼ି ଆସୁଥିବା ଦେଖିବାକୁ ମିଳିଛି। ଏହା ସହିତ ଦାବି କରା ଯାଉଛି ଯେ ଏହା ଏକ ଚମତ୍କାରୀ ନଦୀ ଯାହାକି ପିତୃ ପକ୍ଷର ଅମାବାସ୍ୟା ଦିନ ଠାରୁ ପ୍ରଭାବିତ ହୋଇଥାଏ ଏବଂ ଦୀପାବଳି ଅମାବାସ୍ୟା ଦିନ ବିଲୀନ ହୋଇଥାଏ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା କାବେରୀ ନଦୀର ପାଣି ଯାହା ତାମିଲନାଡୁର ମାୟିଲାଦୁଥୁରାଇରେ ମହା ପୁଷ୍କରମ୍ […]

Continue Reading

ସାଉଦୀ ଆରବିଆର ଏକ ପୁରୁଣା ଭିଡିଓକୁ ନିକଟର ଦୀପାବଳି ପର୍ବ ପାଳନ ଦାବି ସହିତ ସେୟାର କରା ଯାଉଛି।

ଦୀପାବଳି ଅବସରରେ ସୋସିଆଲ ମିଡିଆରେ ବିଭିନ୍ନ ସୁନ୍ଦର ଆତସବାଜିର ଭିଡିଓ ଏବଂ ଫଟୋ ସେୟାର ହେଇଛି। ଏହା ମଧ୍ୟରେ ସୋସିଆଲ ମିଡିଆରେ ଏକ ସୁନ୍ଦର ଆତସବାଜିର ଭିଡିଓ ଭାଇରାଲ ହେବା ସହ ଏହାକୁ ସାଉଦିରେ ଦୀପାବଳି ଉତ୍ସବ ପାଳନ ହେଉଥିବା ବୋଲି ଦାବି କରାଯାଇଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ଏହା ସାଉଦୀ ଆରବିଆର ଏକ ପୁରୁଣା ଭିଡିଓ ଯାହାକୁ ସେଠାରେ ନିକଟରେ ଦୀପାବଳି ପର୍ବ ପାଳନ ଦାବି ସହିତ ସେୟାର […]

Continue Reading

ହାଇଦ୍ରାବାଦର ଏକ ବାଣ ଦୋକାନରେ ନିଆ ଲାଗିଥିବା ଘଟଣାକୁ ଦିଲ୍ଲୀର ଘଟଣା ଦାବି ସହିତ ସେୟାର କରା ଯାଉଛି। 

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ବାଣ ଦୋକାନରେ ନିଆ ଲାଗିଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ବାଣ ଦୋକାନ ଭିତରେ ଲୋକଙ୍କ ଭିଡ଼ ଥିବା ସମୟରେ ହଠାତ୍ ସେଠାରେ ଠେଲା-ପେଲା ହୋଇଥିଲା। କିଛି ସମୟ ମଧ୍ୟରେ ଦୋକାନରେ ନିଆ ଲାଗି ବାଣ ଜଳି ଯାଇଥିଲା। ଦାବି କର ଯାଉଛି ଯେ ଏହା ଦିଲ୍ଲୀର ଘଟଣା ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ଏହା ହାଇଦ୍ରାବାଦର ଏକ […]

Continue Reading

ମକ୍କା କାବାରେ ଆତ୍ମହତ୍ୟା ଉଦ୍ୟମ କରୁଥିବା ଜଣେ ସାଉଦି ବାସିନ୍ଦାଙ୍କର ଭିଡିଓ ମିଥ୍ୟା ଦାବି ସହିତ ଭାଇରାଲ ହେଉଛି।

ମକ୍କା ମଦିନାରେ ଜଣେ ବ୍ୟକ୍ତି ବୋତଲରୁ କିଛି ତରଳ ପଦାର୍ଥ ଫିଙ୍ଗୁଠିବାର ଭିଡିଓ ପୁଣି ଥରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେହି ବ୍ୟକ୍ତି ବୋତଲରୁ ପଦାର୍ଥ ଫିଙ୍ଗିବା ପରେ ସେଠାରେ ଉପସ୍ଥିତ ଅନ୍ୟ ଲୋକମାନେ ତାକୁ ଘେରି ଧରିଥିଲେ। ସୋସିଆଲ ମିଡିଆ ୟୁଜର ମାନେ ଦାବି କରୁଛନ୍ତି ଯେ ମକ୍କାର ତୀର୍ଥ ସ୍ଥାନରେ ଜଣେ ଗଙ୍ଗାଜଳ ଛିଞ୍ଚନ କରିଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ମକ୍କାରେ ତରଳ ପଦାର୍ଥ ଫିଗିଥିବା […]

Continue Reading

ସାଇପ୍ରସ୍ ଦେଶର ଏକ ଘଟଣାକୁ ନିକଟରେ ଆସିଥିବା ଦାନା ବାତ୍ୟାର ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି।

ନିକଟରେ ବାତ୍ୟା ଦାନା ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ନିଜର ପ୍ରକୋପ ପକାଇଥିଲା। ଅନେକ ଉପକୂଳ ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତର କରିବା ପରେ ମଧ୍ୟ ବାତ୍ୟାରେ ଜଣେ ମୃତ ହେଇଥିବା ସୂଚନା ମିଳିଛି। ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସମୁଦ୍ରରୁ ଜଳପ୍ରପାତ ସ୍ଥଳ ଭାଗ ଛୁଇଁ ଥିବା ଦେଖିବାକୁ ମିଳିଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ସାଇପ୍ରସ୍ ଦେଶର ଏକ ଘଟଣାକୁ ନିକଟରେ ଆସିଥିବା […]

Continue Reading

୨୦୨୧ ମସିହାର ତାଉକ୍ତାଏ ବାତ୍ୟା ସମୟର ଭିଡିଓକୁ ଦାନା ବାତ୍ୟା ନାମରେ ସେୟାର କରା ଯାଉଛି।

୨୫ ତାରିଖ ବାତ୍ୟା ଦାନା ଓଡ଼ିଶାର ଭିତରକନିକା ଏବଂ ଧାମରାରେ ନିଜ ପ୍ରକୋପ ପକାଇଥିଲା। ଏହାର ପ୍ରଭାବ ପଶ୍ଚିମବଙ୍ଗରେ ମଧ୍ୟ ଦେଖିବାକୁ ମିଳିଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦାନା ବାତ୍ୟାରେ ପଶ୍ଚିମବଙ୍ଗରେ ଜଣେ ବ୍ୟକ୍ତିଙ୍କର ମୃତ୍ଯୁ ହୋଇଥିବା ବେଳେ ଓଡ଼ିଶାରେ କାହାରି ମୃତ୍ଯୁ ହେଇନଥିବା ଜଣା ପଡିଛି। ତୀବ୍ର ହାୱା ଏବଂ ବର୍ଷା ରାଜ୍ୟର ଅନେକ ସ୍ଥାନରେ ବର୍ତ୍ତମାନ ମଧ୍ୟ ଦେଖିବାକୁ ମିଳୁଛି। ଏହି ପ୍ରସଙ୍ଗରେ ସମୁଦ୍ର ଉପକୂଳରେ ଉଚ୍ଚା ଢେଉର ଏକ ଭିଡିଓ ସୋସିଆଲ ମିଡିଆରେ […]

Continue Reading

ନିଷ୍ପତ୍ତି ନେବା ଉପରେ ଏହି ଭାଇରାଲ୍ କୋଟ୍ ରତନ ଟାଟାଙ୍କ ଦ୍ୱାରା କରାଯାଇ ନାହିଁ |

୯ ଅକ୍ଟୋବର ରେ ଭାରତର ବହୁ ମାନ୍ୟତା ପ୍ରାପ୍ତ ଶିଳ୍ପପତି ତଥା ଟାଟା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କ ଦୁଖଦ ମୃତ୍ୟୁ ପରେ ସୋସିଆଲ ମିଡିଆରେ ତାଙ୍କ , ଭିଡିଓ, ଫୋଟୋଓ ଏବଂ ବିବୃତ୍ତି ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରୁ ଆମେ ଲକ୍ଷ୍ୟ କରିଛୁ ଯେ ଟାଟାଙ୍କ ଦ୍ୱାରା କରାଯାଇଥିବା ଏକ ବିବୃତ୍ତି ଭାଇରାଲ ହେବାରେ ଲାଗିଛି। ଅନେକ ଉପଭୋକ୍ତା ତାଙ୍କ ନିଷ୍ପତ୍ତି ଗ୍ରହଣ କାଇବା କଥା ନେଇ ତାଙ୍କୁ ପ୍ରଶଂସା କରୁଛନ୍ତି। ଗୋଟିଏ ପୋଷ୍ଟରେ […]

Continue Reading

କ’ଣ କୁର୍କୁରେ ରେ ଘୁଷୁରି ଚର୍ବି ମିଶାଯାଏ? ଜାଣନ୍ତୁ ସତ୍ୟତା। 

ସୋସିଆଲ ମିଡିଆରେ ବର୍ତ୍ତମାନ କୁର୍କୁରେ ଚିପ୍ସ କୁ ନେଇ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ କୁର୍କୁରେ ଚିପ୍ସ ଉତ୍ପାଦନ ସମୟରେ ସେଥିରେ ଘୁଷୁରି ଚର୍ବି ମିଶାଯାଉଛି ଯାହା ଦ୍ଵାରା ଲୋକ ମାନେ କର୍କଟ ରୋଗର ଶିକାର ହେଉଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। କୁର୍କୁରେରେ ଘୁଷୁରି ଚର୍ବି କିମ୍ବା କୌଣସି ପଶୁର ଅଂଶ ମିଶା ଯାଉନାହିଁ। କୁର୍କୁରେ ଏକ ନିରାମିଷ ଚିପ୍ସ।  କ’ଣ ଦାବି […]

Continue Reading

କ’ଣ ଲୁପ୍ପୋ କେକ୍ ରେ ପକ୍ଷାଘାତ ବଟିକା ମିଶାଇ ବିକ୍ରି କରା ଯାଉଛି? ଜାଣନ୍ତୁ ସତ୍ୟତା

କେକ୍ ପ୍ୟାକେଟ୍ ଭିତରେ ଦୁଇଟି ଛୋଟ ଟାବଲେଟ୍ ମିଳିଥିବା ଏକ ଭିଡିଓ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଭିଡିଓରେ, ଜଣେ ବ୍ୟକ୍ତି କେକ୍ ର ଏକ ପ୍ୟାକେଟ୍ ଖୋଲିଥିବାର ଦେଖାଯାଇଛି ଏବଂ ତା’ପରେ ଏହାକୁ ଭାଙ୍ଗିବା ପରେ ସେଥିରୁ ଦୁଇଟି ଧଳା ରଙ୍ଗର ଟାବଲେଟ୍ ବାହାରିବା ଦେଖିବାକୁ ମିଳିଛି। ଉପଭୋକ୍ତାମାନେ ଦାବି କରୁଛନ୍ତି ଯେ ଛୋଟ ପିଲାମାନଙ୍କୁ ପକ୍ଷାଘାତ କରିବା ପାଇଁ ଏହି ଟାବଲେଟଗୁଡିକ କେକ୍ରେ ଭର୍ତ୍ତି କରାଯାଇଥିଲା। ଭିଡିଓ ସେୟାର କରି ଜଣେ ସୋସିଆଲ […]

Continue Reading

ଶ୍ରୀରାମ ମନ୍ଦିର ଜନ୍ମଭୂମି ଟ୍ରଷ୍ଟ ର ଅଧ୍ୟକ୍ଷ ମହନ୍ତ ନିତ୍ୟ ଗୋପାଳଦାସ ଙ୍କ ନିଧନ ନେଇ ଭାଇରାଲ ସୋସିଆଲ ମିଡିଆ ପୋଷ୍ଟ ମିଥ୍ୟା ଅଟେ।

ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଗୋଟିଏ ହସ୍ପିଟାଲ୍ ଗ୍ରସ୍ତର ଫୋଟୋ ଭାଇରାଲ ହେବାରେ ଲାଗିଛି। ଫୋଟୋରେ ପ୍ରଧାନମନ୍ତ୍ରୀ ମୋଦୀ ଜଣେ ବ୍ୟକ୍ତିଙ୍କ ସାମନାରେ ନତମସ୍ତକ ହୋଇ ତାଙ୍କୁ ପ୍ରଣାମ କରୁଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ସେହି ବ୍ୟକ୍ତି ହେଉଛନ୍ତି ଶ୍ରୀରାମ ମନ୍ଦିର ଟ୍ରଷ୍ଟ ର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳଦାସ। ତାଙ୍କ ନିଧନ ପରେ ପ୍ରଧାନମନ୍ତ୍ରୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି […]

Continue Reading

୨୦୨୩ ର ପୁରୁଣା ଭିଡିଓକୁ ରତନ ଟାଟାଙ୍କ ବିୟୋଗର କିଛି ଦିନ ପୂର୍ବ ଭିଡିଓ ଦାବି ସହିତ ସେଯାର କରା ଯାଉଛି।

ବର୍ତ୍ତମାନ ସାରା ଦେଶ ରତନ ଟାଟାଙ୍କ ବିୟୋଗରେ ଶୋକ ପାଳନ କରୁଛି। ବିଗତ କିଛି ଦିନରୁ ଅସୁସ୍ଥ ଥିବାରୁ ତାଙ୍କ ଚିକିତ୍ସା ଚାଲିଥିଲା କିନ୍ତୁ ୯ ଅକ୍ଟୋବର ରେ ସେ ଏହି ଦୁନିଆ ଛାଡି଼ ଚାଲି ଯାଇଛନ୍ତି। ଏହି ସମୟରେ ରତନ ଟାଟାଙ୍କ ଗୋଟିଏ ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହା ତାଙ୍କର ଦେହାନ୍ତର କିଛି ସମୟ ପୁର୍ବର ଭିଡିଓ ଅଟେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିଊ […]

Continue Reading

ଡଙ୍ଗା ଦୁର୍ଘଟଣାର ଏହି ଭିଡିଓ କଙ୍ଗୋ ଦେଶର ଅଟେ ଗୋଆର ନୁହେଁ। ଭାଇରାଲ ଦାବି ମିଥ୍ୟା ଅଟେ।

ବର୍ତ୍ତମାନ ସୋସିଆଲ ମିଡିଆ ଡଙ୍ଗା ଦୁର୍ଘଟଣାର ଏକ ଭିଡିଓ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ ସମୁଦ୍ରରେ ଯାତ୍ରୀ ମାନଙ୍କୁ ନେଇ ଯାଉଥିବା ଗୋଟିଏ ଡଙ୍ଗା ପାଣିରେ ଓଲଟି ଯାଇଥିଲା। ଲୋକ ମାନେ ନିଜ ପ୍ରାଣ ବଞ୍ଚାଇବା ପାଇଁ ଦଙ୍ଗାରୁ ଡିଆଁ ମାରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ଏହି ଡଙ୍ଗା ଦୁର୍ଘଟଣା ଭିଡିଓ ଗୋଆର ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଦୁର୍ଘଟଣାଗ୍ରସ୍ତ […]

Continue Reading

ପାକିସ୍ତାନ ଅବସ୍ଥିତ ଏକ କମ୍ପାନୀ ତିରୁପତି ମନ୍ଦିରକୁ ଘିଅ ଯୋଗାଣ କରୁଥିଲା।

ସୋସିଆଲ ମିଡିଆରେ ତିରୁପତି ମନ୍ଦିର ପ୍ରସାଦ ବିବାଦ ସହ ଯୋଡିଥିବା କମ୍ପାନୀର କର୍ମଚାରୀଙ୍କ ନାମର ଏକ ସ୍କ୍ରିନସଟ ଭାଇରାଲ ହେଉଛି। ସ୍କ୍ରିନସଟ ସେୟାର କରି ଦାବି କରା ଯାଉଛି ଯେ ତିରୁପତି ମନ୍ଦିର ପାଇଁ ପ୍ରସାଦ ତିଆରି କରିବାକୁ ଏହି କମ୍ପାନୀର ଚୁକ୍ତି କରା ଯାଇଥିଲା। ସ୍କ୍ରିନସଟରେ A.R.Foods (Pvt) ଲିମିଟେଡର କିଛି କର୍ମଚାରୀଙ୍କ ନାମ ଦର୍ଶାଯାଇଛି ଯାହା ପାକିସ୍ତାନର କମ୍ପାନୀ ବୋଲି କୁହା ଯାଉଛି।  ଦାବି କରା ଯାଉଛି ଯେ ତିରୁପତି ବାଲାଜୀ ମନ୍ଦିରକୁ ଘିଅ […]

Continue Reading

କୋଲକାତା ଦୁଷ୍କର୍ମ ଏବଂ ହତ୍ୟା ଅଭିଯୁକ୍ତଙ୍କ ଓକିଲ କପିଲ ସିବଲ୍ ହେଇଥିବା ଦାବି ବିଭ୍ରାନ୍ତକାରୀ ଅଟେ।

କୋଲକାତାର ଆରଜି କର ମେଡିକାଲ କଲେଜରେ ଜଣେ ତାଲିମପ୍ରାପ୍ତ ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ସାରା ଦେଶରେ ଅସନ୍ତୋଷ ଦେଖାଦେଇଛି। ଏହି ସମୟରେ ସୋସିଆଲ ମିଡିଆରେ ଏକ ବାର୍ତ୍ତା ଭାଇରାଲ ହେବାରେ ଲାଗିଛି ଯାହା ସେୟାର କରାଯାଉଛି ଏବଂ ଦାବି କରାଯାଇଛି ଯେ କପିଲ ସିବଲ କୋଲକାତା ବଳାତ୍କାର ଓ ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ପାଇଁ କେସ୍ ଲଢୁଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା।  କ’ଣ […]

Continue Reading

ଦରମା ନଦେଇଥବାରୁ ମହାରାଷ୍ଟ୍ରର ସୋଲାର ପ୍ୟାନାଲ୍ ଭଙ୍ଗାରୁଜା ପୁରୁଣା ଭିଡିଓକୁ ରାଜସ୍ଥାନର ଘଟଣା କହି ସେୟାର କରା ଯାଉଛି।

ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେବାରେ ଲାହିଛି ଯେଉଁଥିରେ କିଛି ଲୋକମାନେ ହାତୁଡ଼ାରେ ସୋଲାର ପ୍ୟାନେଲ୍ ଭଙ୍ଗାରୁଜା କରୁଥିବା ଦେଖିବାକୁ ମିଳିଛି। ଏଥିରେ କିଛି ମହିଳା ମାନେ ମଧ୍ୟ ଯୋଗଦାନ ଦେଇଛନ୍ତି। ଦାବି କରା ଯାଉଛି ଯେ ଏହା ରାଜସ୍ଥାନର ଘଟଣା। ସୋଲାର ପ୍ୟାନେଲ୍ କାରଣରୁ ସୂର୍ଯ୍ୟ ଦେବତାଙ୍କୁ ଅସୁବିଧା ହେଉଛି ବୋଲି ଜଣେ ବାବା କହିବା ପରେ ସ୍ଥାନୀୟ ଲୋକମାନେ ଏପରି ଭଙ୍ଗାରୁଜା ଆରମ୍ଭ କରିଥିଲେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ […]

Continue Reading

ଆଇସି ୮୧୪ ସିରିଜ୍ ରେ ଅପହରଣକାରୀଙ୍କ ନାମ ପରିବର୍ତ୍ତନ ବିଷୟରେ ଦାବି ବିଭ୍ରାନ୍ତିକର।

୨୯ ଅଗଷ୍ଟ ରେ ନେଟଫ୍ଲିକ୍ସ ରେ ଆଇସି ୮୧୪: ଦି କାନ୍ଧାର ହାଇଜେକ୍ ଚଳଚିତ୍ର ରିଲିଜ୍ ହେଇଛି। ଅନୁଭବ ସିନ୍ହା ଦ୍ୱାରା ନିର୍ଦେଶନ ଏହି ଚଳଚିତ୍ର ୧୯୯୯ ର ଏକ ବାସ୍ତବିକ ଘଟଣା ଉପରେ ଆଧାରିତ। ରିଲିଜ୍ ହେବା ପରେ ଏହି ସିରିଜ୍ ବିବାଦ ରେ ଘେରି ଗଲା ଜେତେବେଳେ ସେଥିରେ ହାଇଜେକରଙ୍କ ନାମ ପାଇଁ ହିନ୍ଦୁ ନାମ ବ୍ୟବହାର କରା ଯାଇଥିଲା। ସୋସିଆଲ ମିଡିଆ ବ୍ୟବହାରକାରି ମାନେ ଦାବି କରୁଛନ୍ତି ଯେ ଅନୁଭବ ସିନ୍ହା ମୁସ୍ଲିମ […]

Continue Reading

କେରଳର ଶିବାନନ୍ଦ ଆଶ୍ରମର ଫୋଟୋକୁ ନ୍ୟୁଜିଲାଣ୍ଡରେ ଭାରତୀୟ ସଂସ୍କୃତି ଅନୁସାରେ ଭୋଜନ କରୁଥିବା ଦାବି ସହିତ ସେୟାର କରା ଯାଉଛି

ତଳେ ବସି କଦଳୀପତ୍ର ରେ ଭୋଜନ କରୁଥିବା ଲୋକଙ୍କର ଏକ ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କର ଯାଉଛି ଯେ ନ୍ୟୁଜିଲାଣ୍ଡ ପରି ଦେଶରେ ଲୋକମାନେ ଭାରତ ସଂସ୍କୃତିକୁ ଆପଣେଇଲା ବେଳେ ଆମେ ନିଜ ସଂସ୍କୃତି ଭୁଲି ଚାଲିଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଫୋଟୋ ନ୍ୟୁଜିଲାଣ୍ଡର ନୁହେଁ, ଏହା କେରଳର ତିରୁଭନନ୍ତପୁରମ ସହର ନିକଟରେ ଥିବା ଗୋଟିଏ ଯୋଗ ଆଶ୍ରମର ଫୋଟୋ ଅଟେ। […]

Continue Reading

ଗୁଜରାଟର ଏକ ସ୍ଥାନରେ ବୁଲୁଥିବା ସିଂହର ଭିଡିଓକୁ ଭୁବନେଶ୍ବରର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।

ରାତ୍ରି ସମୟରେ ଗୋଟିଏ ପେଟ୍ରୋଲ ପମ୍ପରେ ସିଂହ ବୁଲୁଥିବା ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦେଖିବାକୁ ମିଳିଛି ଯେ ସିଂହ ଟି ପେଟ୍ରୋଲ ପମ୍ପ ପରିସର ଭିତରେ ବୁଲି ଚାଲିଯାଠିବା ସମୟରେ ଜେନ ବ୍ୟକ୍ତି ଏହି ଦୃଶ୍ୟକୁ ଶୁଟ୍ କରିଥିଲେ। ଦାବି କରା ଯାଉଛି ଯେ ଏହା ଭୁବନେଶ୍ବରର ଏକ ସ୍ଥାନର ଘଟଣା ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଭୁବନେଶ୍ବରର ମେଣ୍ଢାଶାଳର ଦୃଶ୍ୟ ନୁହେଁ […]

Continue Reading

ରାସ୍ତା ଯାଞ୍ଚ କରୁଥିବା ଯମଙ୍କର ଭିଡିଓ କର୍ଣ୍ଣାଟକାର ଅଟେ, ଗୁଜରାଟର ନୁହେଁ।

ସୋସିଆଲ ମିଡିଆରେ ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବ୍ୟକ୍ତି ଯମରାଜଙ୍କ ପୋଷାକରେ ଏବଂ ଚିତ୍ରଗୁପ୍ତଙ୍କ ପୋଷାକରେ ଅନ୍ୟ ଜଣେ ବ୍ୟକ୍ତି ଜଟିଳ ରାସ୍ତା ଯାଞ୍ଚ କରୁଛନ୍ତି। ଏହି ଭିଡିଓରେ ଅନ୍ୟ ଅନେକ ଲୋକ ଭୂତ ଡ୍ରେସ ପିନ୍ଧିଥିବାର ନଜର ଆସିଛନ୍ତି। ଭିଡିଓ ସେୟାର କରି ଦାବି ହେଉଛି ଯେ ଏହି ଭିଡିଓ ଗୁଜରାଟର ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ଫାଇଲ ଯେ ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗ ସହିତ […]

Continue Reading

ଜାତୀୟ ରାଜପଥରେ ବସି ଡାହାଡୁଥିବା ବାଘର ଏହି ଭିଡିଓ କର୍ଣ୍ଣାଟକା ରାଜ୍ୟର ଅଟେ।

ରାଜପଥରେ ବସି ଦାହାଡୁଥିବା ଏକ ବାଘର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ରାତ୍ରି ସମୟରେ ବାଘ ରାଜପଥରେ ଦାହାଡୁଥିବା ବେଳେ ଲୋକେ ଭୟଭୀତ ହୋଇ ସେ ସ୍ଥାନରୁ ଦଉଡ଼ି ପଳାଉଛନ୍ତି। ଦାବି କରା ଯାଉଛି ଯେ ଏହି ଘଟଣା ଭଦ୍ରକ-ବାଲେଶ୍ଵର ରାଜପଥର ଏକ ସ୍ଥାନରେ ଘଟିଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଭଦ୍ରକ-ବାଲେଶ୍ଵର ରାଜପଥ ଘଟଣା ନୁହେଁ। ଏହା କର୍ଣ୍ଣାଟକା […]

Continue Reading

ଆର.ଜି କର ମେଡିକାଲ୍ କଲେଜ୍ ପ୍ରିନ୍ସିପାଲ ସହିତ କେକ୍ କାଟୁଥିବା ବ୍ୟକ୍ତି କୋଲକାତା ଦୁଷ୍କର୍ମ ଅଭିଯୁକ୍ତ ନୁହଁନ୍ତି। 

ସୋସିଆଲ ମିଡିଆରେ ଏକ ଚିତ୍ର ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ତାଙ୍କ ଜନ୍ମଦିନ ପାଳନ କରୁଥିବା ଦେଖାଯାଉଛି। ଭାଇରାଲ ପୋଷ୍ଟ ସହିତ ଦାବି କରା ଯାଉଛିଯେ ଫୋଟୋରେ କେକ୍ କାଟୁଥିବା ବ୍ୟକ୍ତି ହେଉଛନ୍ତି ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ବଳାତ୍କାର ଓ ହତ୍ୟା ମାମଲା ଅଭିଯୁକ୍ତ ସଞ୍ଜୟ ରୟ। ସେ ତାଙ୍କ ଜନ୍ମଦିନ ଆର.ଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସପାଲ “ସନ୍ଦୀପ ଘୋଷ” ଙ୍କ କାର୍ଯ୍ୟାଳୟରେ ପାଳନ କରିଥିଲେ। କିନ୍ତୁ ଫ୍ୟାକ୍ଟ […]

Continue Reading

ବାଂଲାଦେଶର ମୁସଲମାନ ମାନେ ହିନ୍ଦୁଙ୍କ ଉପରେ ଆକ୍ରମଣ କରୁଥିବାର ଏହା ଏକ ଭିଡିଓ କି? ଜାଣନ୍ତୁ ସତ୍ୟତା

ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବରେ ଲାଗିଛି ଯେଉଁଥିରେ ପୋଖରୀରେ ପହଂରୁଥିବା ଜଣେ ବ୍ୟକ୍ତିଙ୍କ ଉପରେ କିଛି ଲୋକେ ପଥର ଫିଙ୍ଗି ଆକ୍ରମଣ କରୁଛନ୍ତି। ଦାବି କରା ଯାଉଛି ଯେ ଏହା ବାଂଲାଦେଶର ଘଟଣା ଏବଂ ସେଠିକାର ମୁସଲମାନ ବାସିନ୍ଦା ମାନେ ଜଣେ ହିନ୍ଦୁଙ୍କ ଉପରେ ଆକ୍ରମଣ କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ପୋଖରୀରେ ପହଂରୁଥିବା ବ୍ୟକ୍ତି ବାଂଲାଦେଶର ଅଖାଉରା ସହରର ମେୟର। ଏହି ଭିଡିଓରେ ହିନ୍ଦୁ ମାନଙ୍କର […]

Continue Reading

ଫିଲିପିନ୍ସରେ ଖ୍ରୀଷ୍ଟିଆନ ଧାର୍ମିକ ଶୋଭାଯାତ୍ରାକୁ ବାଂଲାଦେଶରେ ହିନ୍ଦୁ ମାନଙ୍କର ବିରୋଧ ପ୍ରଦର୍ଶନ ଦାବି ସହିତ ସେୟାର କରା ଯାଉଛି। 

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଲୋକଙ୍କର ବିଶାଳ ଭିଡ଼ ଗୋଟିଏ ଫାଟକ ଭିତରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ସେୟାର କରିଥିବା ଉପଭୋକ୍ତାମାନେ ଦାବି କରିଛନ୍ତି ଯେ ଏହି ଭିଡ଼ରେ ଥିବା ଲୋକମାନେ ବାଂଲାଦେଶର ହିନ୍ଦୁ ଅଟନ୍ତି, ଯେଉଁମାନେ ସେମାନଙ୍କ ବିରୁଦ୍ଧରେ ହେଉଥିବା ଅତ୍ୟାଚାର ବିରୋଧରେ ଏକଜୁଟ ହୋଇ ବିରୋଧ କରୁଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଫିଲିପିନ୍ସ ଦେଶରେ ଖ୍ରୀଷ୍ଟିଆନ […]

Continue Reading

ଜଣେ ଅଙ୍ଗଦାନ କରିଥିବା ମୃତ ବ୍ୟକ୍ତିଙ୍କୁ ସମ୍ମାନ ଦେଉଥିବା ହସ୍ପିଟାଲ କର୍ମଚାରିଙ୍କର ପୁରୁଣା ଭିଡିଓକୁ କୋଲକାତା ଦୁଷ୍କର୍ମ ମାମଲା ସହିତ ଯୋଡି ମିଥ୍ୟା ପ୍ରଚାର କରା ଯାଉଛି। 

ସୋସିଆଲ ମିଡିଆରେ ଡାକ୍ତରଖାନାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ କିଛି ଲୋକ ଏକ ଷ୍ଟ୍ରେଚର ଟାଣୁଥିବାର ନଜର ଆସିଛନ୍ତି। ଭିଡିଓ ସେୟାର କରିବାବେଳେ ଦାବି କରାଯାଉଛି ଯେ ଡାକ୍ତରଖାନାର ଡାକ୍ତର ଏବଂ ଅନ୍ୟ କର୍ମଚାରୀମାନେ ସମ୍ମାନଜନକ ଭାବେ କୋଲକାତାର ଆରଜି କର ମେଡିକାଲ କଲେଜର ବଳାତ୍କାର ପୀଡିତାଙ୍କ ମୃତଦେହକୁ ସମ୍ମାନ ଦେଉଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏହି ଭିଡିଓ କୋଲକାତା ଦୂଷକର୍ମ ପୀଡ଼ିତାଙ୍କର […]

Continue Reading

ଭିଡିଓରେ ଥିବା ମହିଳା କୋଲକାତା ଦୁଷ୍କର୍ମ ପୀଡ଼ିତା ନୁହଁନ୍ତି। ଜଣେ ମେକପ୍ ଆର୍ଟିଷ୍ଟଙ୍କ ଭିଡିଓକୁ ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି। 

କୋଲକାତାର ଆର.ଜି କର କଲେଜ୍ ଏବଂ ହସ୍ପିଟାଲ ରେ ଜଣେ ଯୁବତୀ ଡାକ୍ତରଙ୍କର ସହିତ ଦୁଷ୍କର୍ମ ହେବା ପରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ଯନ୍ତ୍ରଣାରେ ଥିବା ଦେଖିବାକୁ ମିଳିଛି। ଭିଡିଓରେ ଥିବା ମହିଳାଙ୍କ ମୁହଁ ଏବଂ ଗଳାରେ ଆଘାତ ଚିହ୍ନ ରହିଛି। ଦାବି କରା ଯାଉଛି ଯେ ଏହା କୋଲକାତା ଦୁଷ୍କର୍ମ ପୀଡ଼ିତାଙ୍କର ମୃତ୍ୟୁ ପୂର୍ବର ଭିଡିଓ ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି […]

Continue Reading

୨୦୧୮ ମସିହାରେ ଭାରତ-ବାଂଲାଦେଶ ସୀମାରେ ଆୟୋଜିତ ଏକ ମେଳାର ଭିଡିଓକୁ ସମ୍ପ୍ରତ୍ତି ସମୟରେ ବାଂଲାଦେଶୀ ମାନେ ଭରତକୁ ପଶିବାକୁ ଚେଷ୍ଟା କରୁଥିବା ଦାବି ସହିତ ଭାଇରାଲ କରା ଯାଉଛି। 

ବାଂଲାଦେଶରେ ଅଶାନ୍ତି ମଧ୍ୟରେ ହିଂସା ଓ ଲୁଟ୍ ହେବାର ଖବର ସାମନାକୁ ଆସିଛି। ସେଠାରେ ରହୁଥିବା ସଂଖ୍ୟାଲଘୁ ହିନ୍ଦୁମାନଙ୍କୁ ମଧ୍ୟ ଟାର୍ଗେଟ କରାଯାଉଛି। ସମ୍ପ୍ରତି ଘଟଣାକୁ ଦୃଷ୍ଟିରେ ରଖି ସେଠାରେ ରହୁଥିବା ଅନେକ ଲୋକେ ସୀମା ପାର କରି ଭାରତକୁ ପଶିବାକୁ ଚେଷ୍ଟା କରୁଛନ୍ତି।  ଏହି ପ୍ରସଙ୍ଗରେ, ସୀମା ରେ ଉଭୟ ପାର୍ଶ୍ୱରେ ଲୋକଙ୍କ ଭିଡ଼ ଜମା ହୋଇଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ସମ୍ପ୍ରତି ଘଟଣା ଭାବରେ ଏହାକୁ ବିଭିନ୍ନ ସାମାଜିକ ପ୍ଲାଟଫର୍ମରେ ସେୟାର […]

Continue Reading

ବାଂଲାଦେଶରେ ରେଷ୍ଟୁରାଣ୍ଟରେ ନିଆଁ ଲଗାଇବାର ଭିଡିଓ ଏହାକୁ ମନ୍ଦିର ବୋଲି ମିଥ୍ୟା ଦାବି ସହିତ ଭାଇରାଲ ହେଉଛି।

ଶେଖ୍ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଅଗଷ୍ଟ ୫ ରେ ଦେଶ ଛାଡି ପଳାଇବା ପରେ ବାଂଲାଦେଶରେ ବିଶୃଙ୍ଖଳା ଓ ହିଂସା ବ୍ୟାପିଗଲା। ଏହି ସମୟରେ ଏକ କୋଠାରେ ନିଆଁ ଲାଗିବାର ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଉଛି। ଭାଇରାଲ ଭିଡିଓ ସହିତ ଦାବି କରାଯାଉଛି ଯେ ବାଂଲାଦେଶରେ ଚାଲିଥିବା ହିଂସା ମଧ୍ୟରେ ଏକ ହିନ୍ଦୁ ମନ୍ଦିର ଜଳିଯାଇଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ନିଆଁ […]

Continue Reading

HACCP ଲୋଗୋ ଥିବା ବାଲାଜି କମ୍ପାନୀ ଦ୍ଵାରା ନିର୍ମିତ ଏକ ଉତ୍ପାଦନ କୁ ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି। 

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ପୋଷ୍ଟରେ ଓଡ଼ିଶାରେ ଉତ୍ପାଦିତ ବାଲାଜି କମ୍ପାନୀର ଗୋଟିଏ ଉତ୍ପାଦନର ଫୋଟୋ ଅଛି ଯେଉଁଥିରେ HACCP ର ଲୋଗୋ ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ବାଲାଜି କମ୍ପାନୀ ନିଜ ଉତ୍ପାଦନରେ ହଲାଲ ସାର୍ଟିଫିକେଟ୍ ଲୋଗୋ ସହିତ ମାର୍କେଟ୍ ରେ ଉତ୍ପାଦନ ଗୁଡ଼ିକ ବିକୁଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। HACCP ଲୋଗୋ ହଲାଲ ସାର୍ଟିଫାଏଡ୍ ଉତ୍ପାଦନର ପ୍ରମାଣ ନୁହେଁ। […]

Continue Reading

ଆଶୀର୍ବାଦ ଅଟ୍ଟା ପ୍ଯାକେଟରେ ହଲାଲ ଲୋଗୋ ଥିବା ଫୋଟୋ ଭ୍ରମାତ୍ମକ ଦାବି ସହିତ ଭାଇରାଲ ହେଉଛି। 

ହଲାଲ ଲୋଗୋ ଥିବା “ଆଶିରବାଦ୍ ଅଟ୍ଟାର ଏକ ପ୍ୟାକେଟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରାଯାଇଛି ଯେ ଏହି ହଲାଲ ସାର୍ଟିଫିକେଟ୍ ଆଶିର୍ବାଦ୍ ଅଟ୍ଟା ଭାରତରେ ବିକ୍ରି ହେଉଛି। ଏହି ଫୋଟୋ ଉପରେ ଉପଭୋକ୍ତା ମାନେ ପ୍ରଶ୍ନ କରୁଛନ୍ତି ଯେ କେଉଁ ସରକାରୀ ସଂସ୍ଥା ଅତ୍ତାରେ ହଲାଲ ଲୋଗୋ ଲଗାଇବାର ଅନୁମତି ଦେଇଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ଭ୍ରମାତ୍ମକ ବୋଲି ଫାଇଲ। ହଲାଲ ଲୋଗୋ ସହିତ ଆଶୀର୍ବାଦ ଅଟ୍ଟାର ପ୍ଯାକେଟ ଗୁଡ଼ିକ […]

Continue Reading

ଶଙ୍କରାଚାର୍ଯ୍ୟ ଅଭିମୁଖେଶ୍ୱରାନନ୍ଦ ପ୍ରକୃତରେ ଦର୍ଘା ପରିଦର୍ଶନ କରିଥିଲେ କି? ଜାଣନ୍ତୁ ସତ୍ୟତା। 

ଜ୍ୟୋତିଷ ପୀଠର ଶଙ୍କରାଚାର୍ଯ୍ୟ ଅଭିମୁଖେଶ୍ୱରାନନ୍ଦ ସରସ୍ୱତୀଙ୍କ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଚିତ୍ରରେ ସେ ଏକ ସମାଧିରେ ଫୁଲ ଅର୍ପଣ କରୁଥିବା ଦେଖିବାକୁ ମିଳିଛି। ଉପଭୋକ୍ତାମାନେ ଦାବି କରୁଛନ୍ତି ଯେ ଏକଦା ରାମ ମନ୍ଦିର ଯିବାକୁ ମନା କରିଥିବା ଶଙ୍କରାଚାର୍ଯ୍ୟ ବର୍ତ୍ତମାନ ଏକ ଦର୍ଘା ପରିଦର୍ଶନ କରିଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଛି। ଏହା ଦିଲ୍ଲୀରେ ଅବସ୍ଥିତ ରାମଦେବ ପିରଙ୍କ ସମାଧିରେ ଫୁଲ ଅର୍ପଣ କରୁଥିବା ସମୟର ଫୋଟୋ।  […]

Continue Reading

ଭାଇରାଲ ଫୋଟୋ ନିକଟରେ ହାଥରସରେ ଗୋଟିଏ ସତସଙ୍ଗରେ ହୋଇଥିବା ଦଳାଚକଟା ଘଟଣା ନୁହେଁ। ପୁରୁଣା ଫୋଟୋକୁ ବିଭ୍ରାନ୍ତକାରୀ ଦାବି ସହିତ ଭାଇରାଲ କରା ଯାଉଛି।

ନିକଟରେ ହାଥରସରେ ଭୋଲେ ବାବାଙ୍କ ସତସଙ୍ଗରେ ଦଳାଚକଟା ସ୍ଥିତି ହୋଇଥିଲା ଯେଉଁଥିରେ ପ୍ରାୟ ୧୨୧ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ସାମନାକୁ ଆସିଥିଲା। ଏହି ପ୍ରସଙ୍ଗରେ ଗୋଟିଏ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  ଫୋଟୋରେ ଦେଖିବାକୁ ମିଳିଛି ଯେ ଲୋକଙ୍କ ଭିଡ଼ ମଧ୍ୟରେ ପୋଲିସ ଏବଂ କିଛି ଲୋକମାନେ ଜଣେ ମହିଳାଙ୍କୁ ଷ୍ଟ୍ରେଚରରେ ନେଇ ଯାଉଛନ୍ତି। ଦାବି କରା ଯାଉଛି ଯେ ଏହି ଫୋଟୋ ନିକଟରେ ହାଥରସରେ ହୋଇଥିବା ଦଳାଚକଟା ସମୟର ଅଟେ ଏବଂ […]

Continue Reading

ମହିଳାଙ୍କ ସହ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ଧରାପଡିଥିବା ବ୍ୟକ୍ତି ଜଣେ ‘ହିନ୍ଦୁ ସାଧୁ’ ନୁହଁନ୍ତି, ସେ ଶ୍ରୀଲଙ୍କାର ଜଣେ ସାଧୁ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ଅର୍ଦ୍ଧ ନଗ୍ନ ବ୍ୟକ୍ତିଙ୍କୁ କିଛି ଲୋକ ମାଡ ମାରୁଛନ୍ତି। ସେହି ବ୍ୟକ୍ତିଙ୍କ ସହିତ ଦୁଇଜଣ ମହିଳା ମଧ୍ୟ ଅଛନ୍ତି। ମାଡ ମାରୁଥିବା ଲୋକମାନେ ମଧ୍ୟ ମହିଳାଙ୍କୁ ଚାପୁଡ଼ା ମାରୁଥିବା ଦେଖିବାକୁ ମିଳିଛି। ଏହାକୁ ସେୟାର କରି ଦାବି କରାଯାଇଛି ଯେ ଭିଡିଓରେ ମହିଳାଙ୍କ ସହ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ଧରାପଡିଥିବା ବ୍ୟକ୍ତି ହେଉଛନ୍ତି ‘ହିନ୍ଦୁ ସାଧୁ’।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା […]

Continue Reading

ରାସ୍ତା ଧସି ପଡ଼ିଥିବାରୁ ଜଣେ ମହିଳା ତାହାର ଶିକାର ହୋଇଥିବା ଭିଡିଓ ବ୍ରାଜିଲ୍ ଦେଶର ଅଟେ ଅଯୋଧ୍ୟାର ନୁହେଁ। 

ଅଯୋଧ୍ୟାରେ ନବନିର୍ମିତ ରାମପଥର ଅନେକ ସ୍ଥାନରେ ଗାତ ଏବଂ ପାଣି ଜମା ହେବା ପରେ ଉତ୍ତରପ୍ରଦେଶ ସରକାର ନାଗରିକ ଏଜେନ୍ସିର ୬ ଜଣ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ୨୩ ଜୁନ୍ ଏବଂ ୨୫ ଜୁନ୍ ରେ ବର୍ଷା ପରେ ରାମ ପଥରେ ପ୍ରାୟ ୧୫ ଟି ଗାଡ଼ି ଏବଂ ରାସ୍ତାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ପୃଷ୍ଠଭୂମିରେ ଜଣେ ମହିଳା ରାସ୍ତାରେ ଚାଲୁଥିବା ସମୟରେ ହଠାତ୍ ରାସ୍ତା ଧସିଥିଲା ଯାହା ହେତୁ ସେହି ମହିଳା ସେଥିରେ […]

Continue Reading

ଆମେରିକାର ଟାଇମ୍ସ ସ୍କୋୟାରରେ ବିରାଟ କୋହଳିଙ୍କର ପ୍ରତିମା ଅସଲି ନୁହେଁ। ଏହାକୁ କମ୍ପ୍ୟୁଟର ଗ୍ରାଫିକ୍ସ (ସିଜିଆଇ) ମାଧ୍ୟମରେ ସୃଷ୍ଟି କରା ଯାଇଛି। 

ସୋସିଆଲ ମିଡିଆରେ ବିରାଟଙ୍କର ଏକ ବିଶାଳ ସୁବର୍ଣ୍ଣ ପ୍ରତିମାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହି ପ୍ରତିମା ଟି-୨୦ ବିଶ୍ଵକପ୍ ସମୟରେ ଆମେରିକାର ଟାଇମ୍ସ ସ୍କୋୟାରରେ ସ୍ଥାପିତ କରା ଯାଇଛି ଯାହାକୁ ବିରାଟଙ୍କର ସମସ୍ତ ଫ୍ୟାନ୍ ମାନେ ପ୍ରଶଂସା କରିଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଆମେରିକାର ଟାଇମ୍ସ ସ୍କୋୟାରରେ ବିରାଟ କୋହଳିଙ୍କର ପ୍ରତିମା ଅସଲି ନୁହେଁ। ଏହାକୁ କମ୍ପ୍ୟୁଟର ଗ୍ରାଫିକ୍ସ (ସିଜିଆଇ) ମାଧ୍ୟମରେ ସୃଷ୍ଟି […]

Continue Reading

କ’ଣ ବକରୀଦ ଦିନ ଗୋ ହତ୍ୟା ପରେ ରାସ୍ତା ରକ୍ତାକ୍ତ ହୋଇଥିବା ଏହି ଫୋଟୋ ପଶ୍ଚିମବଙ୍ଗାଳର କି? ଜାଣନ୍ତୁ ସତ୍ୟତା

ରକ୍ତାକ୍ତ ହୋଇଥିବା ଏକ ସ୍ଥାନର ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ୍ ଭିଡିଓରେ ଜଣେ ମହିଳା ବଙ୍ଗଳା ଭାଷାରେ କିଛି କହୁଥିବାର ଶୁଣିବାକୁ ମିଳିଛି। ସେ କହୁଛନ୍ତି, ପ୍ରାୟ 10 ଟି ଘର ଲୋକମାନେ ୨୦୦ ରୁ ଅଧିକ ଗୌ ବଳି ଦେଉଛନ୍ତି। ଭିଡିଓ ସହିତ ଦାବି କରାଯାଉଛି ଯେ ବକରୀଦ ଦିନ ପଶ୍ଚିମବଙ୍ଗର ଏକ ସ୍ଥାନରେ ୨୦୦ ରୁ ଅଧିକ ଗୌ ବଳିଦାନ ଦିଆ ଯାଉଥିବାର ଏହା ଏକ ଦୃଶ୍ୟ ଅଟେ।  ଭିଡିଓ ସହିତ […]

Continue Reading

କ’ଣ ଅଧିକ ଖରା ଏବଂ ଗରମ ହେବା କାରଣରୁ ବାଇକ୍ ରେ ନିଆ ଲାଗିଥିଲା? ଜାଣନ୍ତୁ ସତ୍ୟତା।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ରାସ୍ତାରେ ଥିବା ଗୋଟିଏ ବାଇକ୍ ରେ ହଟାତ ନିଆ ଲାଗିଥିବା ଦେଖିବାକୁ ମିଳିଛି। କିଛି ଲୋକେ ପାଣି ଢାଳି ନିଆକୁ ନିୟନ୍ତ୍ରଣ କରିବା ଉଦ୍ୟମ କରୁଥିବା ସମୟରେ ନିଆ ତେଜୀ ଉଠିଥିଲା। ଏହି ଘଟଣାରେ କିଛି ଲୋକ ଆଘାତ ହୋଇଥିବା ମଧ୍ୟ ଜଣା ପଡିଛି। ଭିଡିଓ ଭାଇରାଲ କରି ଦାବି କରା ଯାଇଛି ଯେ ଗ୍ରୀଷ୍ମ ଋତୁ ରେ ଅତ୍ଯାଧିକ ଉତ୍ତାପ କାରଣ ହେତୁ ବାଇକ୍ […]

Continue Reading

କ’ଣ ବସ୍ ରେ ଯୁବକ-ଯୁବତୀଙ୍କର ଅଶ୍ଳୀଳ ଅବସ୍ଥାର ଏହି ଭିଡିଓ ଦିଲ୍ଲୀର ଅଟେ? ଜାଣନ୍ତୁ ସତ୍ୟତା। 

ଅନ୍ୟ ଯାତ୍ରୀଙ୍କର ଉପସ୍ଥିତିରେ ଏକ ବସ୍ ରେ ଜଣେ ଯୁବକ-ଯୁବତୀଙ୍କର ଅଶ୍ଳୀଳ ଅବସ୍ଥା ବା ଅଶ୍ଳୀଳ କାର୍ଯ୍ୟରେ ଲିପ୍ତ ଥିବା ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସମାନ ବସ୍ ରେ ଯାତ୍ରା କରୁଥିବା ଅନ୍ୟ ଏକ ଯାତ୍ରୀ ଏହି ଭିଡିଓ ଶୁଟ୍ କରିଥିଲେ।  ଦାବି କରା ଯାଉଛି ଯେ ଏହା ଦିଲ୍ଲୀ ସହରର ଏକ ଘଟଣା ଅଟେ। ଭିଡିଓ ସେୟାର କରି ଜଣେ ଲେଖିଛନ୍ତି, “ଦିଲ୍ଲୀ ମେଟ୍ରୋ ପରେ ଜଣେ ଯୁବକ ଏବଂ […]

Continue Reading

କ’ଣ ଏହି ଭିଡିଓରେ ଭାରତ ଏବଂ ବାଂଲାଦେଶର ହିନ୍ଦୁ ମାନଙ୍କୁ ISIS ର କ୍ୟାମ୍ପ୍ ରୁ ଉଦ୍ଧାର କରା ଯାଉଛି? ଜାଣନ୍ତୁ ସତ୍ୟତା। 

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେନା ୟୁନିଫର୍ମ ପିନ୍ଧିଥିବା ମହିଳାମାନେ ଏକ ତମ୍ବୁରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି। ସେଠାରେ ସେମାନେ ଦୁଇଟି ମହିଳାଙ୍କୁ ବନ୍ଧା ହୋଇଥିବା ଦେଖିଲେ। ସେନା କର୍ମଚାରି ମାନେ ସେ ମାନଙ୍କୁ ଉଦ୍ଧାର କରିଥିଲେ।  ଦାବି କରା ଯାଉଛି ଯେ ତମ୍ବୁରେ ବନ୍ଧା ଅବସ୍ଥାରେ ଥିବା ମହିଳା ମାନେ ହେଉଛନ୍ତି ଭାରତ ଏବଂ ବାଂଲାଦେଶର ହିନ୍ଦୁ ଯେଉଁମାନେ ISIS ର ଶୋଷଣର ଶିକାର ହୋଇଥିଲେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ […]

Continue Reading

କ’ଣ ଭାଇରାଲ ଫୋଟରେ ଥିବା ଏହି ସେତୁ ମୁମ୍ବଇ ସହରର ଅଟେ? ଜାଣନ୍ତୁ ସତ୍ୟତା। 

ଏକ ସୁନ୍ଦର ଲମ୍ବା ସେତୁର ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉପଭୋକ୍ତାମାନେ ଦାବି କରୁଛନ୍ତି ଯେ ଏହା ମୁମ୍ବଇ ସହରରେ ଅବସ୍ଥିତ ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ମୁମ୍ବଇର ନୁହେଁ ବରଂ ଚୀନ ଦେଶର ଏକ ସେତୁର ଫୋଟୋ ଅଟେ।  ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ଆମେରିକା ବା ଚୀନର ନୁହେଁ – ମୁମ୍ବାଇର ସମୁଦ୍ର ମଧ୍ୟରେ ହାଇୱେ ….. ନୟାଭାରତ“ […]

Continue Reading

କ’ଣ ଦକ୍ଷିଣ ଆମେରିକାର ଲୋକଙ୍କ ମାନେ ସୂର୍ଯ୍ୟପରାଗ ଦେଖୁଥିବା ଏହି ଭିଡିଓ ସମ୍ପ୍ରତ୍ତି ସମୟର ଅଟେ? ଜାଣନ୍ତୁ ସତ୍ୟ। 

ଉତ୍ତର ଆମେରିକାର ଅନେକ ଅଞ୍ଚଳରେ ଲୋକମାନେ କିଛି ଦିନ ପୂର୍ବରୁ ସୂର୍ଯ୍ୟ ଗ୍ରହଣର ସାକ୍ଷୀ ରହିଥିଲେ। ଏହା ମେକ୍ସିକୋର ପ୍ରଶାନ୍ତ ଉପକୂଳରୁ ଆରମ୍ଭ ହୋଇ କାନାଡାର ଆଟଲାଣ୍ଟିକ୍ ଉପକୂଳରେ ଶେଷ ହୋଇଥିଲା। ଏହି ଘଟଣାର ସାକ୍ଷୀ ହେବାକୁ ହଜାର ହଜାର ଲୋକ ଏକତ୍ରିତ ହୋଇଥିଲେ। ଏହି ପ୍ରସଙ୍ଗରେ ଅନେକ ଲୋକ ସମୁଦ୍ର ନିକଟରେ ଏକାଠି ହୋଇ ସୂର୍ଯ୍ୟପରାଗ ଦେଖିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉପଭୋକ୍ତାମାନେ ଦାବି କରୁଛନ୍ତି ଯେ ଏହି ଘଟଣା […]

Continue Reading

କ’ଣ ଏହା ମୁଖତାର୍ ଅନସାରୀଙ୍କର ଅନ୍ତିମ ସଂସ୍କାର ସମୟର ଭିଡିଓ ଅଟେ? ଜାଣନ୍ତୁ ସତ୍ୟତା। 

ମାର୍ଚ୍ଚ ୩୦ ରେ କଡା ସୁରକ୍ଷା ମଧ୍ୟରେ ଗ୍ୟାଙ୍ଗଷ୍ଟର-ରାଜନେତା ମୁଖତାର୍ ଅନସାରୀଙ୍କର ଗାଜିପୁରରେ ଅନ୍ତିମ ସଂସ୍କାର କରାଯାଇଥିଲା। ମାର୍ଚ୍ଚ ୨୮ ରେ ଉତ୍ତରପ୍ରଦେଶର ବନ୍ଦା ଡାକ୍ତରଖାନାରେ ଅନସାରୀଙ୍କର ମୃତ୍ୟୁ ହୋଇଥିଲା। ଅନ୍ତିମ ସଂସ୍କାରରେ ଅନେକ ସମର୍ଥକ ଯୋଗ ଦେଇଥିଲେ।  ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ବହୁ ସଂଖ୍ୟାରେ ଲୋକଙ୍କର ଏକ ଭିଡିଓ ଭାଇରାଲ ହେବାର ଲାଗିଛି। ଦାବି କରା ଯାଉଛି ଯେ ଲୋକଙ୍କ ଏହି ଭିଡ଼ ମୁଖତାର୍ ଅନସାରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଉତ୍ତରପ୍ରଦେଶର ଗାଜିପୁରରେ ଏକତ୍ର […]

Continue Reading

କ’ଣ ଜୟ ଶ୍ରୀ ରାମ ନାରା ଦେଉଥିବା ଲୋକଙ୍କ ଉପରେ ପାକିସ୍ତାନ କ୍ରିକେଟର ବାବର ଆଜମ କ୍ରୋଧିତ ହେଇଥିଲେ? ଜାଣନ୍ତୁ ସତ୍ୟତା। 

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ପାକିସ୍ତାନୀ କ୍ରିକେଟର ବାବର କିଛି ଲୋକଙ୍କ ସହିତ କ୍ରିକେଟ ଗ୍ରାଉଣ୍ଡରେ ବସିଥିବା ଦେଖିବାକୁ ମିଳିଛି। ଏକ ମ୍ୟାଚ୍ ସମୟରେ କିଛି ଦର୍ଶକ ମାନେ ତାଙ୍କୁ ଦେଖି ଜୟ ଶ୍ରୀ ରାମ ନାର ଦେଇଥିବା ସମୟରେ ବାବର ଆଜମ କ୍ରୋଧିତ ହେଇଥିବା ଜଣା ପଡ଼ିଛି।  ଭିଡିଓରେ ଦର୍ଶକ ମାନେ ନାରା ଦେଇଛନ୍ତି, “ଜୟ ଶ୍ରୀ ରାମ। ତେଲ ଲଗାକେ ଡାବର କା, ନାମ ମିଟା ଦୋ ବାବର କା। […]

Continue Reading

କ’ଣ ପାକିସ୍ତାନ ପ୍ରଧାନମନ୍ତ୍ରୀ ଟୁଇଟ ମାଧ୍ୟମରେ ସୂଚିତ କରିଛନ୍ତି ଯେ ପାକିସ୍ତାନରେ ସିଏଏ ଲାଗୁ କରା ଯିବ? ଜାଣନ୍ତୁ ସତ୍ୟତା। 

ଭାରତରେ ନାଗରିକତ୍ୱ ସଂଶୋଧନ ଅଧିନିୟମ (CAA) ଲାଗୁ ହେବାର ଘୋଷଣା ପରେ ସୋସିଆଲ ମିଡିଆରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କର ଏକ ଟୁଇଟର ସ୍କ୍ରିନସଟ ଭାଇରାଲ ହେବାରେ ଲାଗିଛି। ଟୁଇଟରେ ଲେଖାଯାଇଛି ଯେ ଭାରତରେ ନିର୍ଯାତିତ ମୁସଲମାନମାନଙ୍କୁ ପାକିସ୍ତାନୀ ନାଗରିକତ୍ୱ ଦିଆଯିବ। ଏଥିରେ ଏହା ମଧ୍ୟ ଦାବି କରା ଯାଇଛି ଯେ ବର୍ତ୍ତମାନ ଭାରତୀୟ CAA ର ଜବାବରେ ପାକିସ୍ତାନ ସରକାର ମଧ୍ୟ ସମାନ ଆଇନ ଆଣିବାକୁ ଯାଉଛନ୍ତି ଯାହା କେବଳ ଭାରତୀୟ ମୁସଲମାନମାନଙ୍କ ପାଇଁ ଲାଗୁ […]

Continue Reading

କ’ଣ ଡ଼ିଜେ ବନ୍ଦ କରିବାକୁ ଯାଇଥିବା ପୋଲିସ ନିଜେ ଜୟ ଶ୍ରୀ ରାମଙ୍କ ଗୀତରେ ଡାନ୍ସ କରୁଛନ୍ତି? ଜାଣନ୍ତୁ ସତ୍ୟତା। 

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଆପଣ ଦେଖି ପାରିବେ ଯେ ଜଣେ ପୋଲିସ ଅଧିକାରୀ ସେଠାରେ ଜୟ ଶ୍ରୀ ରାମ ଗୀତରେ ନାଚିବାକୁ ଲାଗୁଛନ୍ତି। ଦାବି କରା ଯାଉଛି ଯେ ଡ଼ିଜେ ବନ୍ଦ କରିବାକୁ ଯାଇଥିବା ପୋଲିସ ନିଜେ ଜୟ ଶ୍ରୀ ରାମ ଗୀତରେ ନାଚିବାକୁ ଲାଗୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଏକ ଏଡିଟ୍ ହୋଇଥିବା ଭିଡିଓ ଅଟେ। ପ୍ରକୃତ […]

Continue Reading

କ’ଣ ଏହି ରେଳବାଇ ଷ୍ଟେସନ୍ ରେ ଅଗ୍ନିକାଣ୍ଡର ଘଟଣା ଝାରସୁଗୁଡାର ଅଟେ? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ରେଳବାଇ ଷ୍ଟେସନ୍ ରେ ଅଗ୍ନିକାଣ୍ଡ ହୋଇଥିବା ଦେଖିବାକୁ ମିଳିଛି। ସେଠାରେ ଉପସ୍ଥିତ ଲୋକମାନେ ରେଳ ଟ୍ରାକ୍ ରେ ଛିଡା ହୋଇ ଦୃଶ୍ୟ ଦେଖୁଥିବା ସମୟରେ କିଛି ଲୋକେ ଟ୍ରାକ୍ ଉପରକୁ ଜିନିଷ ଫିଙ୍ଗୁଛନ୍ତି। ଦାବି କରା ଯାଉଛି ଯେ ଏହି ଭିଡିଓ ଓଡ଼ିଶା ରାଜ୍ୟର ଝାରସୁଗୁଡା ରାଳବାଇ ଷ୍ଟେସନର ଘଟଣା ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଦାବି […]

Continue Reading

କ’ଣ ଭିଡିଓରେ ବର୍ତ୍ତମାନ ଚାଲୁ ଥିବା କୃଷକ ଆନ୍ଦୋଳନ ସମୟରେ ଚାଷୀ ମାନଙ୍କୁ ମଦ ବଣ୍ଟା ଯାଉଛି? ଜାଣନ୍ତୁ ସତ୍ୟ।

ଦେଶରେ ଚାଲିଥିବା କୃଷକ ଆନ୍ଦୋଳନର ଫୋଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ଜଡ଼ିତ ଗୋଟିଏ ଭିଡିଓ ଗତ କିଛି ଦିନରୁ ଭାଇରାଲ ହେଉଛି। ଭିଡିଓରେ ଲୋକ ମାନେ ଗୋଟିଏ ଗାଡ଼ି ଭିତରେ ଛୋଟ ବାସନ ଏବଂ ଗିଲାସ ବଢେଇ ଥିବା ସମୟରେ ଗାଡ଼ିରେ ବସି ଥିବା ବ୍ୟକ୍ତି ସେମାନଙ୍କୁ ମଦ ବାଣ୍ଟୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ପୋଷ୍ଟ କରି ଦାବି କରା ଯାଇଅଛି ଯେ ଆନ୍ଦୋଳନ ସମୟରେ କୃଷକ […]

Continue Reading

କ’ଣ ସମ୍ପ୍ରତ୍ତି ସମୟରେ ଚାଲୁଥିବା କୃଷକ ଆନ୍ଦୋଳନର ଚାଷୀ ମାନେ ଭାରତ ଜାତୀୟ ପତକାକୁ ଅପମାନିତ କରୁଛନ୍ତି? ଜାଣନ୍ତୁ ସତ୍ୟ। 

ଭାରତୀୟ ଜାତୀୟ ପତାକା ରେ ଆବୃତ ଫୁଟବଲ ସହିତ ଖେଳୁଥିବା କିଛି ଲୋକଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ହାତରେ ପତାକା ଏବଂ ଲାଉଡ୍ ସ୍ପିକରର ଏହି ଭିଡିଓ ଏକ ବିରୋଧର ଦୃଶ୍ୟ ପରି ଦେଖାଯାଉଥିଲା।  ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଦାବି କରିଛନ୍ତି ଯେ ଏହା ହେଉଛି ସମ୍ପ୍ରତ୍ତି ସମୟର କୃଷକ ଆନ୍ଦୋଳନର ଏକ ଭିଡିଓ। କେତେକ ଉପଭୋକ୍ତା ଏପରି ପ୍ରଶ୍ନ ମଧ୍ୟ କରିଛନ୍ତି, “ଏହି ଲୋକମାନେ କି ପ୍ରକାର କୃଷକ?” କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ […]

Continue Reading

କ’ଣ ଭାରତ ନିର୍ବାଚନ ଆୟୋଗ ୨୦୨୪ ଲୋକସଭା ନିର୍ବାଚନର ତାରିଖ ସ୍ଥିର କରିଛି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଅଶଶନତା ଲୋକସଭା ନିରବାଦଚନ ନେଇ ଚର୍ଚ୍ଚା ଜୋର ଧରିଛି। ଅନେକ ସ୍ଥାନରେ ଆମେ ରାଜନୈତିକ ଦଳ ରେଲି ଏବଂ ଜନଦାଧାରଣଙ୍କୁ ସଭାରେ ଆମ୍ବୋଧିତ କରୁଥିବା ସୂଚନା ପାଇଛୁ।  ଏହା ମଧ୍ୟରେ ସୋସିଆଲ ମିଡିଆରେ ନିର୍ବାଚନ ତାରିଖ ନେଇ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଭାରତର ନିର୍ବାଚନ ଆୟୋଗ ୨୦୨୪ ମସିହାର ନିର୍ବାଚନ ତାରିଖ ଘୋଷଣା କରିଛି। ଦାବି କରା ଯାଉଛି ଯେ ୧୨ ମାର୍ଚ୍ଚରେ ନିର୍ବାଚନ […]

Continue Reading

କ’ଣ ଫୋଟୋରେ ଥିବା ମହିଳା ହେଉଛନ୍ତି ମୁମତାଜ ଯାହାଙ୍କ ପାଇଁ ଶାହଜାହାଁ ତାଜମହଲ ନିର୍ମାଣ କରିଥିଲେ? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଗୋଟୋ ସେୟାର କରି ଦାବି କରା ଯାଉଛି ଯେ ସେ ହେଉଛନ୍ତି ପ୍ରସିଦ୍ଧ ମୁମତାଜ ଯାହାଙ୍କ ପାଇଁ ଶାହଜାହାଁ ତାଜମହଲର ନିର୍ମାଣ କରିଥିଲେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଫୋଟୋରେ ଥିବା ମହିଳା ମୁମତାଜ ନୁହଁନ୍ତି। ଏହି ଫୋଟୋଟି ହେଉଛି ଭୋପାଲର ନୱାବ ବେଗମ୍ ଶାହଜାହାଁ ବେଗମଙ୍କର ଅଟେ।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ […]

Continue Reading

କ’ଣ ଏହି ଭିଡିଓରେ ଆନ୍ଦୋଳନ କରୁଥିବା ଚାଷୀ ମାନେ ଗୋଟିଏ ମନ୍ଦିର ଉପରେ ଆକ୍ରମଣ କରୁଛନ୍ତି? ଜାଣନ୍ତୁ ସତ୍ୟ। 

ନିଜ ଦାବି ପୂରଣ କରିବାକୁ କୃଷକ ସଂଗଠନ କେନ୍ଦ୍ର ସରକାର ବିରୁଦ୍ଧରେ ୧୩ ଫେବ୍ରୁଆରିରେ ‘ଦିଲ୍ଲୀ ଚଳୋ’ ଯାତ୍ରା ଆରମ୍ଭ କରିଥିଲେ। ଏହି ଘଟଣାର ଅନେକ ଫୋଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  ଏହି ପ୍ରସଙ୍ଗରେ ଶିଖ ସମ୍ପ୍ରଦାୟର କିଛି ସଦସ୍ୟ ଦୋକାନ ଏବଂ ମନ୍ଦିର ଭାଙ୍ଗୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ପୋଲିସ ଉପସ୍ଥିତି ରେ ଏହି ହିଂସା ହେଉଛି। ଦାବି […]

Continue Reading

କ’ଣ ବିଭିନ୍ନ ଷଫ୍ଟ ଡ୍ରିଂକ୍ସରେ ଇବୋଲା ଭାଇରସ ଥିବା ନେଇ ହାଇଦ୍ରାବାଦ ପୋଲିସ ଚେତାବନୀ ଜାରି କରିଛି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଭାରତ ଜାତୀୟ ସ୍ଵାସ୍ଥିୟ ସଂସ୍ଥା ଏବଂ ହାଇଦ୍ରାବାଦ ପୋଲିସ ନାମରେ ଏକ ପୋଷ୍ଟ ଭାଇରାଲ ହେଉଛି। ପୋଷ୍ଟରେ ଲେଖା ଯାଇଛି ଯେ “ଦୟାକରି ଏହାକୁ ସମସ୍ତ ବନ୍ଧୁଙ୍କନିକଟକୁ ପଠାନ୍ତୁ। ସାରା ଭାରତରେ ହାଇଦ୍ରାବାଦ ପୋଲିସ ଦ୍ଵାରା ସୂଚନା ଦିଆ ଯାଇଛି। ଦୟାକରି ଆଗାମୀ କିଛି ଦିନ ପାଇଁ ମାଯା, ଫାଣ୍ଟା, 7ଅପ୍, କୋକାକୋଲା, ମାଉଣ୍ଟେନ ଡିଓ, ପେପ୍ସି ଇତିୟାଦୀ ଥଣ୍ଡା ପାନୀୟ ପିୟନ୍ତୁ ନାହିଁ କାରଣ କମ୍ପାନୀର ଜଣେ କର୍ମଚାରୀ ଏଥିରେ ଇବୋଲା […]

Continue Reading

କ’ଣ ଖାଲିସ୍ତାନ ଦେଶ ଦାବି କରୁଥିବା ଏହି ଫୋଟୋ ବର୍ତ୍ତମାନ କୃଷକ ଆନ୍ଦୋଳନ ସମୟରେ ଜଣେ ଚାଷୀଙ୍କର ଅଟେ? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ କିଛି ଶୀଖ୍ ସମ୍ପ୍ରଦାୟ ଲୋକଙ୍କର ଖାଲିସ୍ତାନ ଦାବି କରୁଥିବା ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫୋଟୋରେ ଆପଣ ମାନେ ଦେଖି ପାରିବେ ଯେ କିଛି ବ୍ୟକ୍ତି ମାନେ “ଆମ ଦାବି ଖାଲିସ୍ତାନ” ଲେଖା ହୋଇଥିବା କାଗଜ ଧରି ଧାରଣାରେ ଛିଡା ହୋଇଛନ୍ତି।  ଦାବି କରା ଯାଉଛି ଯେ ଏହି ଫୋଟୋ ସମ୍ପ୍ରତ୍ତି ସମୟରେ ଚାଲୁଥିବା କୃଷକ ଆନ୍ଦୋଳନର ଅଟେ ଏବଂ ଖାଲିସ୍ତାନ ଦାବି କରୁଥିବା ବ୍ୟକ୍ତି ମାନେ ଚାଷୀ ଅଟନ୍ତି।  କିନ୍ତୁ ଫ୍ୟାକ୍ଟ […]

Continue Reading

କ’ଣ ଖଣ୍ଡା ଧରି ପୋଲିସ ବ୍ୟାରିକେଡ ପାର କରୁଥିବା ଏହି ବ୍ୟକ୍ତିର ଫୋଟୋ ସମ୍ପ୍ରତ୍ତି ସମୟରେ ଚାଲିଥିବା କୃଷକ ଆନ୍ଦୋଳନର ଅଟେ? ଜାଣନ୍ତୁ ସତ୍ୟ। 

ଦିଲ୍ଲୀ ଆଭିମୁଖ ହେଉଥିବା ପଞ୍ଜାବ ଏବଂ ହରିୟାଣାର ଆନ୍ଦୋଳନକାରୀ କୃଷକ ମାନଙ୍କୁ ପୋଲିସ ଅଟକାଇ ରଖିବା ଚେଷ୍ଟା କରିଛି। ଏହା ନେଇ ପୋଲିସ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ହିଂସା ହେଇଥିବା ସୂଚନା ମିଳିଛି।  ଏହି ପ୍ରସଙ୍ଗରେ ଜଣେ ବ୍ବ୍ଯାକତି ଖଣ୍ଡା ଧରି ପୋଲିସ ବ୍ୟାରିକେଡ୍ ପାର କରୁଥିବା ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଏହି ଫୋଟୋ ସମ୍ପ୍ରତ୍ତି ସମୟରେ ଚାଲୁଥିବା କୃଷକ  ଆନ୍ଦୋଳନର ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ […]

Continue Reading

କ’ଣ ଲାଇଟ୍ ଶୋ ର ଏହି ସୁନ୍ଦର ଦୃଶ୍ୟ ଅଯୋଧ୍ୟାର ଅଟେ? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଲାଇଟ୍ ଶୋ ର ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଗୋଟିଏ ବିଶାଳ ପଡିଆରେ ଲୋକଙ୍କ ଉପସ୍ଥିତିରେ ଲାଇଟ୍ ଶୋ ଆୟୋଜିତ କରା ଯାଇଛି ଯେଉଁଥିରେ ବିଭିନ୍ନ ଆକାର ସୃଷ୍ଟି ହେଉଛି।  ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହି ଲାଇଟ୍ ଶୋ ଅଯୋଧ୍ୟାରେ ଆୟୋଜିତ ହୋଇଛି। ଜଣେ ଉପଭୋକ୍ତା ଲେଖିଛନ୍ତି, “ଅଯୋଧ୍ୟା ରେ ସୁନ୍ଦର ଲାଗୁଛି ଲାଇଟି ଭ୍ୟୁ।“ Facebook | Archive […]

Continue Reading

କ’ଣ ଏହା ରାସ୍ତାରେ ନାଚୁଥିବା ଏକ ହାତୀର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।

ହାତୀକୁ ନେଇ ଆମେ ଅନେକ ଭିଡିଓ ସୋସିଆଲ ମିଡିଆରେ ଦେଖି ଆସିଛୁ। କିନ୍ତୁ ବର୍ତ୍ତମାନ ଏପରି ଏକ ଆଶ୍ଚର୍ଯ୍ୟ କରୁଥିବା ଭିଡିଓ ଦେଖିବାକୁ ମିଳିଛି ଯେଉଁଥିରେ ସଜ-ବାଜ ହୋଇଥିବା ହାତୀ ରାସ୍ତା ରେ ନାଚୁଛି। ଅନେକ ଲୋକ ଏହି ଭିଡିଓ ସେୟାର କରି ଦାବି କରୁଛନ୍ତି ଯେ ଏହା ଏକ ଅସଲି ହାତୀର ନାଚୁଥିବା ଭିଡିଓ ଅଟେ।  ଭିଡିଓରେ ଏକ ସଜାଯାଇଥିବା ହାତୀ ବାଜା ଧ୍ୱନିରେ ନାଚୁଥିବା ଦେଖିବାକୁ ମିଳିଛି ଏବଂ ଲୋକମାନେ ଏହାର ଚାରିପାଖରେ ଏକତ୍ରିତ […]

Continue Reading

କ’ଣ ହଳଦୀ ରଙ୍ଗର ଶାଢି ପିନ୍ଧିଥିବା ଏହି ମହିଳା ଅଯୋଧ୍ୟା ରାମ ମନ୍ଦିରକୁ ୫୧ ଲକ୍ଷ ଟଙ୍କା ଦାନ ଦେଇଛନ୍ତି? ଜାଣନ୍ତୁ ସତ୍ୟ। 

ହଳଦୀ ରଙ୍ଗ ଶାଢୀ ପିନ୍ଧି ବସିଥିବା ଜଣେ ମହିଳାଙ୍କ ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କୁହା ଯାଉଛି ଯେ ଏହି ମହିଳାଙ୍କ ନାମ ଯଶୋଦା ଅଟେ ଏବଂ ସେ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ୫୧ ଲକ୍ଷ ଟଙ୍କା ଦାନ ଦେଇଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ଭ୍ରମାତ୍ମକ ବୋଲି ପାଇଲା। ଏହି ମହିଳା ରାମ ମନ୍ଦିର ନିର୍ମାଣ ପାଇଁ ନୁହେଁ ବରଂ ବୃନ୍ଦାବନର ଗୋଶାଳା ନିର୍ମାଣ ପାଇଁ ୫୦ ଲକ୍ଷ […]

Continue Reading

କ’ଣ ଏହି ଫୋଟୋ ମୀରା ରୋଡ଼ ହିଂସା ଅଭିଯୁକ୍ତଙ୍କର ଘର ଭାଙ୍ଗା ଯାଉଥିବା ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ। 

୨୨ ଜାନୁଆରୀରେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଗୋଟିଏ ଦିନ ପୂର୍ବରୁ ମୁମ୍ବାଇର ମିରା ରୋଡ ଅଞ୍ଚଳରେ ହିଂସା ଦେଖାଦେଇଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ଏହି ହିଂସା ଦୁଇ ଦିନ ଧରି ଚାଲିଥିଲା। ପ୍ରାଣ ପ୍ରତିଷ୍ଠା ଅବସରରେ ମୀରା ରୋଡରେ ଜୟ ଶ୍ରୀ ରାମ ନାରା ଦେଉଥିବା ଏକ ଗୋଷ୍ଠୀକୁ ସ୍ଥାନୀୟ ଲୋକ ଅଟକାଇ ଥିଲେ। ଏହା ଦ୍ୱାରା ଏକ ହିଂସାତ୍ମକ ସଂଘର୍ଷ ଘଟିଥିଲା ଏବଂ ପରିସ୍ଥିତି ଗୁରୁତର ହୋଇଥିଲା। ଏକ ରିପୋର୍ଟ ଅନୁଯାୟୀ, ଏହି […]

Continue Reading

କ’ଣ ପ୍ରଭୁ ରାମଙ୍କର ଏକ ସଙ୍ଗୀତରେ ନାଚୁଥିବା ଏହି ମହିଳା ସମ୍ବଲପୁରର ଜିଲ୍ଲାପାଳ ଅନନ୍ୟା ଦାସ ଅଟନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ମହିଳା ପ୍ରଭୁ ରାମଙ୍କର ଏକ ଗୀତରେ ନାଚୁଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆ ବ୍ୟବହାରକାରୀ ଦାବି କରୁଛନ୍ତି ଯେ ଭିଡିଓରେ ନାଚୁଥିବା ମହିଳା ହେଉଛନ୍ତି ସମ୍ବଲପୁରର ଜିଲ୍ଲାପାଳ ଅନନ୍ୟା ଦାସ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭିଡିଓରେ ନାଚୁଥିବା ମହିଳା ସମ୍ବଲପୁରର ଜିଲ୍ଲାପାଳ ନୁହନ୍ତି।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକରି ମାନେ ଦାବି କରୁଛନ୍ତି, “ସମ୍ବଲପୁର […]

Continue Reading

କ’ଣ ଏହା ଅଯୋଧ୍ୟା ରାମ ମନ୍ଦିରର ପ୍ରଥମ ଦିନର ଦାନ ସଂଗ୍ରହ କରା ଯାଉଥିବା ଭିଡିଓ ଅଟେ? ଜାଣନ୍ତୁ ସତ୍ୟ। 

୨୨ ଜାନୁଆରୀରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଅନୁଷ୍ଠିତ ହୋଇଥିଲା। ଏହି ସମାରୋହରେ ଅନେକ ମୁଖ୍ୟ ଅତିଥି ସମେତ ୫ ଲକ୍ଷରୁ ଅଧିକ ଭକ୍ତ ଯୋଗ ଦେଇଥିଲେ। ଏହି ପ୍ରସଙ୍ଗରେ, କିଛି ଲୋକ ଏକ ଦାନ ବାକ୍ସରୁ ଟଙ୍କା ସଂଗ୍ରହ କରୁଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି | ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଦାବି କରୁଛନ୍ତି ଯେ ଏହା ଅଯୋଧ୍ୟା ରାମ ମନ୍ଦିରର ପ୍ରଥମ ଦିନର ଦାନ ସଂଗ୍ରହର ଭିଡିଓ ଅଟେ। କିନ୍ତୁ ଫ୍ୟାକ୍ଟ […]

Continue Reading

କ’ଣ ଅଯୋଧ୍ୟାରେ ରାମ ମନ୍ଦିରର ରାମଜନ୍ମଭୂମି ଠାରୁ ୪ କିଲୋମିଟର ଦୂରରେ ନିର୍ମାଣ କରା ଯାଇଛି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ସଞ୍ଜୟ ରାଉତଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ କେନ୍ଦ୍ରରେ ବିଜେପି ସରକାର ଉପରେ ଅଭିଯୋଗ ଆଣିଛନ୍ତି ଯେ ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ ରାମ ଜନ୍ମଭୂମି ଠାରୁ ୪ କିଲୋମିଟର ଦୂରରେ କରା ଯାଇଛି। ଯେଉଁ ସ୍ଥାନରେ ମନ୍ଦିର ନିର୍ମାଣ କରା ଯିବାର ନିର୍ଣୟ ହୋଇଥିଲା ସେଠାରେ ମନ୍ଦିର ନିର୍ମିତ ହୋଇ ନାହିଁ।  ଭାଇରାଲ ଭିଡିଓରେ ସେ କହୁଛନ୍ତି, “ଯାଇ ଦେଖନ୍ତୁ ମନ୍ଦିର ସେଠାରେ ନିର୍ମାଣ ହୋଇଛି […]

Continue Reading

କ’ଣ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାର ଫୋଟୋ ନେଉଥିବା ଏହି ଫୋଟୋଗ୍ରାଫର ଭାବବିହ୍ବଳ ହୋଇ କାନ୍ଦୁଛନ୍ତି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ଫୋଟୋଗ୍ରାଫରଙ୍କ କାନ୍ଦୁଥିବା ଇମେଜ୍ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଏହି ଫୋଟୋଗ୍ରାଫର ଅଜୋଧ୍ୟାରେ ରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଫୋଟୋ ନେଉଥିବା ସମୟରେ ଭାବବିହ୍ବଳ ହୋଇ କାନ୍ଦିଥିଲେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ୨୦୧୯ ମସିହାର ଏକ ଫୁଟବଲ୍ ମ୍ୟାଚ୍ ସମୟର ଫୋଟୋ ଅଟେ ଯାହାକୁ ଅଯୋଧ୍ୟାରେ ରାମଙ୍କର ପ୍ରାଣ ପ୍ରତିଷ୍ଠା ସହିତ ଯୋଡି ଭାଇରାଲ କରା ଯାଉଛି।  କ’ଣ ଦାବି […]

Continue Reading

କ’ଣ ଅଯୋଧ୍ୟାରେ ଶ୍ରୀ ରାମଙ୍କର ପ୍ରାଣ ପ୍ରତିଷ୍ଠା ଅବସରରେ ଭୁର୍ଜ ଖାଲିଫାରେ ତାଙ୍କର ଫୋଟୋ ପ୍ରଦର୍ଶନ କରା ଯାଇଛି? ଜାଣନ୍ତୁ ସତ୍ୟ।

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାରେ ଲୋକ ମାନେ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଥିଲା। ଦେଶ ସାରା ଅନେକ ସ୍ଥାନରେ ଲୋକ ମାନେ ପୂଜା କରିବା ସହିତ ର୍ୟାଳି ମଧ୍ୟ କରିଥିଲେ। କିନ୍ତୁ ଏହି ସବୁ ମଧ୍ୟରେ ସୋସିଆଲ ମିଡିଆରେ ଅନେକ ମିଥ୍ୟା ଫୋଟୋ ଏବଂ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି।  ଏପରି ଏକ ପୋଷ୍ଟରେ ଦୁବଇରେ ଅବସ୍ଥିତ ଭୁର୍ଜ ଖାଲିଫାରେ ପ୍ରଭୁ ରାମଙ୍କର ଫୋଟୋ ପ୍ରଦର୍ଶନ କରା ଯାଇଥିବା ଏକ ଫୋଟୋ ଭାଇରାଲ […]

Continue Reading

କ’ଣ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଅବସରରେ ଶ୍ରୀନଗରର ଲାଲ ଛକ ଠାରେ ଲୋକ ମାନେ ଉତ୍ସବ ପାଳନ କରୁଛନ୍ତି? ଜାଣନ୍ତୁ ସତ୍ୟ। 

ଗତ କାଲୀ ୨୨ ଜାନୁଆରୀରେ ଅଯୋଧ୍ୟାରେ ଧରି ରାମଙ୍କର ପ୍ରାଣ ପ୍ରତିଷ୍ଠା ପାଳନ କରା ଯାଇଥିଲା। ପ୍ରଧାନମନ୍ତ୍ରୀ ସହିତ ଅନ୍ୟ ୮୦୦୦ ମୁଖ୍ୟଅତିଥି ଏହି ଅବସରରେ ଯୋଗଦାନ ଦେଇଥିଲେ। ଏହା ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି।  ଏପରି ଏକ ପୋଷ୍ଟରେ ଏକ ବିଶାଳ ଘଣ୍ଟା ଘରରେ ଶ୍ରୀ ରାମଙ୍କର ଛବି ଉଜ୍ଜ୍ଵଳିତ କରା ଯାଇଥିଲା। ଦାବି କରା ଯାଉଛି ଯେ ଏହି ଭିଡିଓ ଶ୍ରୀନଗରର ଲାଲ୍ ଛକର ଦୃଶ୍ୟ […]

Continue Reading

କ’ଣ ରିଜର୍ଭ ବ୍ଯାଙ୍କ ଅଫ୍ ଇଣ୍ଡିଆ ଏକ ନୂତନ 500 ଟଙ୍କା ନୋଟ୍ ଜାରି କରିଛି ଯେଉଁଥିରେ ଶ୍ରୀ ରାମ ଏବଂ ରାମ ମନ୍ଦିରର ଫୋଟୋ ଅଛି? ଜାଣନ୍ତୁ ସତ୍ୟ। 

ଶ୍ରୀ ରାମ ଏବଂ ରାମ ମନ୍ଦିରର ପ୍ରତିଛବି ସହିତ ୫୦୦ ଟଙ୍କିଆ ନୋଟର ଏକ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉପଭୋକ୍ତାମାନେ ଦାବି କରୁଛନ୍ତି ଯେ ଏହା ହେଉଛି ଏକ ନୂତନ ୫୦୦ ଟଙ୍କିଆ ନୋଟ୍ ଯାହା ରିଜର୍ଭ ବ୍ଯାଙ୍କ ଦ୍ଵାରା ଜାରି କରା ଯାଇଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଛି। ଆରବିଆଇ ପ୍ରଭୁ ରାମ କିମ୍ବା ରାମ ମନ୍ଦିରଙ୍କ ପ୍ରତିଛବି ସହିତ କୌଣସି ମୁଦ୍ରା ନୋଟ୍ ପ୍ରକାଶ କରିନାହିଁ। […]

Continue Reading

କ’ଣ ଏହା ନେପାଲର ଲୋକମାନେ ଉପହାର ନେଇ ଅଯୋଧ୍ୟା ରାମ ମନ୍ଦିର ଆସୁଥିବା ଭିଡିଓ ଅଟେ? ଜାଣନ୍ତୁ ସତ୍ୟ। 

ଅଯୋଧ୍ୟାରେ ଥିବା ରାମ ମନ୍ଦିର ୨୨ ଜାନୁଆରୀ ୨୦୨୪ ରେ ଉଦ୍ଘାଟିତ ହେବାକୁ ଯାଉଛି। ଉଦ୍ଘାଟନ ପୂର୍ବରୁ ଏହାକୁ ପ୍ରସ୍ତୁତ କରିବା ପାଇଁ ମନ୍ଦିରରେ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଖବର ମୁତାବକ, ରାମ ମନ୍ଦିରର ଉଦଘାଟନ ପୂର୍ବରୁ ୫୦୦ ଲୋକଙ୍କର ଏକ ଶୋଭାଯାତ୍ରା, ପ୍ରଭୁ ରାମଙ୍କ ପାଇଁ ବିବାହ ଉପହାର ରୂପେ ଉଦ୍ଦିଷ୍ଟ ୧୧୦୦ ଟୋକେଇ ସାମଗ୍ରୀ ନେଇ ସୀତାଙ୍କ ଜନ୍ମସ୍ଥାନ ନେପାଳର ଅଯୋଧ୍ୟାରେ ପହଞ୍ଚିବେ। ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ […]

Continue Reading

କ’ଣ ରାସ୍ତାରେ ଦଉଡୁଥିବା ମାଙ୍କଡ ମାନଙ୍କ ଏକ ବିଶାଳ ଦଳର ଏହି ଭିଡିଓ ଅଯୋଧ୍ୟାର ଅଟେ? ଜାଣନ୍ତୁ ସତ୍ୟ। 

ଅଜୋଧ୍ୟା ରାମ ଅମନ୍ଦିରର ପ୍ରାଣ ପ୍ରତିଷ୍ଠା ଦିନ ନିକଟ ହେଇ ଆସୁଥିବା ବେଳେ ସୋସିଆଲ ମିଡିଆରେ ଏହା ନେଇ ଅନେକ ଭିଡିଓ ଏବଂ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଲୋକେ ରାମାୟଣ ସହିତ ଜଡିତ ଜଟାୟୁ ଏବଂ ଭାଲୁ ପରି ଜୀବଙ୍କ ଭିଡିଓ ସେୟାର କରି ଏହାକୁ ଅଯୋଧ୍ୟାର ଦୃଶ୍ୟ ବୋଲି ଦାବି କରୁଛନ୍ତି।  ବର୍ତ୍ତମାନ ସୋସିଆଲ ମିଡିଆରେ ରାସ୍ତାରେ ବହୁ ସଂଖ୍ୟାରେ ମାଙ୍କଡ ମାନଙ୍କର ଦଉଡୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି […]

Continue Reading

କ’ଣ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଭାଲୁ ମାନଙ୍କର ଏକ ଦଳ ଅଯୋଧ୍ୟାରେ ଦେଖା ଯାଇଛି? ଜାଣନ୍ତୁ ସତ୍ୟ। 

୨୨ ଜାନୁଆରୀରେ ଅଯୋଧ୍ୟାରେ ହେବାକୁ ଯାଉଥିବା ପ୍ରାଣ ପ୍ରତିଷ୍ଠା ସହିତ ଯୋଡି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ଭାଲୁ ଏକ ଗ୍ରାମରେ ଦଉଡୁଛନ୍ତି। ଦାବି କରା ଯାଉଛି ଯେ ଏହି ଦୃଶ୍ୟଟି ଅଯୋଧ୍ୟାରୁ ଆସିଛି ଏବଂ ଏହି ଭାଲୁ ମାନେ ପ୍ରଭୁ ରାମଙ୍କ ଦର୍ଶନ କରିବାକୁ ଆସିଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ ମଧ୍ୟପ୍ରଦେଶର ଶହଡୋଲ […]

Continue Reading

କ’ଣ ଏହି ଭିଡିଓରେ ଅଯୋଧ୍ୟା ରାମ ମନ୍ଦିର ପାଇଁ ପାଟନା ସହରରେ ୧ ଲକ୍ଷ କିଲୋ ଲଡୁ ତିଆରି କରା ଯାଉଛି? ଜାଣନ୍ତୁ ସତ୍ୟ। 

ଅଯୋଧ୍ୟାରେ ଥିବା ରାମ ମନ୍ଦିର 22 ଜାନୁଆରୀ 2024 ରେ ଉଦ୍ଘାଟିତ ହେବାକୁ ଯାଉଛି। ଉଦ୍ଘାଟନ ପୂର୍ବରୁ ଏହାକୁ ପ୍ରସ୍ତୁତ କରିବା ପାଇଁ ମନ୍ଦିରରେ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଏହି ପରିପ୍ରେକ୍ଷୀରେ ସୋସିଆଲ ମିଡିଆରେ ଅନେକ ଭିଡିଓ ଏବଂ ଚିତ୍ର ଭାଇରାଲ ହେଉଛି। ଏପରି ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ କାରଖାନାରେ କିଛି ଲୋକ ଅନେକ ପରିମାଣରେ ଲଡୁ ତିଆରି କରୁଥିବା ସମୟରେ ଜୟ ଶ୍ରୀ ରାମ ମଧ୍ୟ ଜାପ କରୁଛନ୍ତି। ଦାବି […]

Continue Reading

କ’ଣ ରାସ୍ତା ନିକଟରେ ଶାଗୁଣା ପକ୍ଷୀ ପଲର ଏହି ଭିଡିଓ ସମ୍ପ୍ରତ୍ତି ସମୟରେ ଅଯୋଧ୍ୟା ସହରର ଅଟେ? ଜାଣନ୍ତୁ ସତ୍ୟ। 

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା (ପ୍ରତିମାମାନଙ୍କୁ ଜୀବନ ଦେବା) ୨୨ ଜାନୁଆରୀରେ ଧାର୍ଯ୍ୟ କରାଯାଇଛି କିନ୍ତୁ ଏହାର ଏକ ସପ୍ତାହ ପୂର୍ବରୁ ବିଭିନ୍ନ ରୀତିନୀତି ଆରମ୍ଭ ହେବାର ଅଛି। ଏହି ଅବସର ସହ ଜଡିତ ଅନେକ ପୋଷ୍ଟ ଏବଂ ଭିଡିଓ ସହିତ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହିପରି ଗୋଟିଏ ପୋଷ୍ଟରେ ରାସ୍ତା କଡ଼ରେ ଏକ ପଲ ଶାଗୁଣା ଦେଖାଯାଇଛି। ଜଟାୟୁ ବା ଶାଗୁଣାକୁ, ରାମାୟଣ ଯୁଗରେ ଏକ ଭଗବାନ ଭାବରେ ବିବେଚନା କରାଯାଏ। ଏହି […]

Continue Reading