Archives

ଗୁଜରାତର ତିରଙ୍ଗା ଯାତ୍ରା ଭିଡିଓକୁ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିବା ପରେ ବାଲୋଚିସ୍ତାନ ବାସିନ୍ଦା ଉତ୍ସବ ପାଳନ କରୁ ଥିବା ଦାବି ସହିତ ସେୟାର କରା ଯାଉଛି।

ବାଲୁଚିସ୍ତାନ ଏବେ ପାକିସ୍ତାନରୁ ସମ୍ପୂର୍ଣ୍ଣ ଅଲଗା ହେବାକୁ ଚାହୁଁଛି। ଯଦି ଆମେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ନଜର ପକାଇବା, ତେବେ ଭାରତ ଦ୍ୱାରା ପାକିସ୍ତାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅପରେସନ ସିନ୍ଦୁର ପରେ, ପାକିସ୍ତାନର ପ୍ରଦେଶ ବାଲୁଚିସ୍ତାନ ତା’ଠାରୁ ଅଲଗା ହେବା ଘୋଷଣା କରିଥିଲା। ବାଲୁଚିସ୍ତାନ ନେତା ମୀର ୟାର ସାରା ବିଶ୍ୱରୁ ସମର୍ଥନ ଲୋଡ଼ିଥିଲେ। ମୀର ୟାର କହିଛନ୍ତି ଯେ ପାକିସ୍ତାନ ସରକାର ତାଙ୍କ ଲୋକଙ୍କୁ ବହୁତ ନିର୍ଯାତନା ଦେଉଛି, ତେଣୁ ସେ ପାକିସ୍ତାନରୁ ଆନୁଷ୍ଠାନିକ […]

Continue Reading

ଭାଇରାଲ ଭିଡିଓ ଭାରତ ଦ୍ଵାରା ପାକିସ୍ତାନର ବିମାନ ବନ୍ଦର ଧ୍ଵଂସ ହୋଇଥିବା ଦରସାହୁ ନାହିଁ। ଏହା ସୁଡାନ ଦେଶର ଘଟଣା।

ଏକ ସାମ୍ପ୍ରତିକ ଭିଡିଓରେ, ଏକ ଗାଡ଼ି ବିମାନବନ୍ଦର ଦେଇ ଯାଉଥିବାର ଦେଖିବାକୁ ମିଳିଛି ଯେଉଁଥିରେ ଅନେକ କ୍ଷତିଗ୍ରସ୍ତ ବିମାନ ଦୃଶ୍ୟମାନ ହେଉଛି। ୟୁଜର ମାନେ ଦାବି କରୁଛନ୍ତି ଯେ ଏହା ପାକିସ୍ତାନର ଏୟାରବେସର ଏକ ଦୃଶ୍ୟ, ଯାହା ଭାରତୀୟ ଆକ୍ରମଣରେ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଥିଲା। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ସୁଡାନ ଦେଶର ଘଟଣା ଯାହାକୁ ଭାରତ ଦ୍ଵାରା ପାକିସ୍ତାନର ଏୟାରବେସ୍ ଧ୍ଵଂସ ହୋଇଥିବା ଦାବି ସହିତ ସେୟାର […]

Continue Reading

ବାଲୁଚିସ୍ତାନର ଏକ ପୁରୁଣା ଡାନ୍ସ ଭିଡିଓ ଅପରେସନ୍ ସିନ୍ଦୁର ପରେ ବାଲୁଚି ଲୋକ ଉତ୍ସବ ପାଳନ କରୁଥିବା ଦାବି ସହିତ ସେୟାର କରା ଯାଉଛି।

ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ, ଭାରତୀୟ ସେନା ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ​​ଏବଂ ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିର ଉପରେ ବିମାନ ଆକ୍ରମଣ କରିଥିଲା। ଏହାକୁ ଲିଙ୍କ୍ କରି, ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ କିଛି ଲୋକ ନାଚି ଉତ୍ସବ ପାଳନ କରୁଥିବା ଦେଖାଯାଇଛି। ଏହି ଭିଡିଓକୁ ସେୟାର କରିବା ସମୟରେ ଦାବି କରାଯାଉଛି ଯେ ବାଲୁଚିସ୍ତାନର ଲୋକମାନେ ଭାରତ ଦ୍ୱାରା ପାକିସ୍ତାନ ବିରୁଦ୍ଧରେ ଆରମ୍ଭ କରାଯାଇଥିବା ଅପରେସନ ସିନ୍ଧୁରକୁ […]

Continue Reading

ତୁର୍କୀ ଦେଶ ଉତ୍ପାଦଗୁଡ଼ିକୁ ବୟକଟ୍ ର ଯୋଜନା କରୁଛନ୍ତି? କୋକା-କୋଲା, ଏରିଏଲ୍ ଏବଂ ଗାର୍ନୀୟର ତୁର୍କୀ ଦେଶ କମ୍ପାନୀ ନୁହଁନ୍ତି। 

ଭାରତ-ପାକିସ୍ତାନ ଯୁଧ୍ୟ ସମୟରେ ତୁର୍କୀ ପାକିସ୍ତାନକୁ ନିଜ ସମର୍ଥନ ଦେଇ ଥିବାରୁ ବର୍ତ୍ତମାନ ଭାରତର ସୋସିଆଲ ମିଡିଆରେ ବୟକଟ୍ ତୁର୍କୀ ଟ୍ରେଣ୍ଡିଂ ହେଉଛି। ଏହି ସମୟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ଲୋକ କୋକା-କୋଲା, ଏରିଏଲ୍ ଏବଂ ଗାର୍ନୀୟର କମ୍ପାନୀର ପୋଷ୍ଟର ଫାଡ଼ୁଥିବା ନଜର ଆସିଛନ୍ତି। ଦାବି କରା ଯାଉଛି ଯେ କୋକା-କୋଲା, ଏରିଏଲ୍ ଏବଂ ଗାର୍ନୀୟର ହେଉଛି ତୁର୍କୀ ଦେଶର କଂପାଣି ଯାହାକୁ ବର୍ତ୍ତମାନ ବୟକଟ୍ କରିବା ଉଚ୍ଚିତ।  କିନ୍ତୁ ଫ୍ୟାକ୍ଟ […]

Continue Reading

ଜଣେ ପାକିସ୍ତାନୀ ନ୍ୟୁଜ୍ ଆଙ୍କରଙ୍କ ପୁରୁଣା ଭିଡିଓ ଅପରେସନ ସିନ୍ଦୂର ସହିତ ଲିଙ୍କ୍ କରି ସେୟାର କରାଯାଇଛି

ଅପରେସନ ସିନ୍ଦୂର ପରେ, ଜଣେ ପାକିସ୍ତାନୀ ମହିଳା ନ୍ୟୁଜ୍ ଆଙ୍କରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡିଓରେ ଦେଖାଯାଉଛି ଯେ ମହିଳା ଆଙ୍କର ରିପୋର୍ଟିଂ କରିବା ସମୟରେ ଭାବପ୍ରବଣ ହୋଇଯାଉଛନ୍ତି। ସୋସିଆଲ ମିଡିଆରେ ଭିଡିଓଟି ସେୟାର କରି ୟୁଜର୍ସମାନେ ଦାବି କରିଛନ୍ତି ଯେ ଭାରତର ଅପରେସନ ସିନ୍ଦୂର ପରେ ମହିଳା ଆଙ୍କର ଭାବପ୍ରବଣ ହୋଇଯାଇଥିଲେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିନା ସଠିକ୍ ପ୍ରସଙ୍ଗ ସହିତ ସେୟାର କରା ଯାଉଛି। ଏହା ଏକ […]

Continue Reading

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ପରାଜୟ ସ୍ୱୀକାର କରିବାର ଭିଡିଓ ଏଡିଟ୍ କରା ଯାଇଛି

୧୦ ମଇ ୨୦୨୫ ରେ, ଭାରତ ସରକାର ଘୋଷଣା କରିଥିଲେ ଯେ ଅପରେସନ୍ ସିନ୍ଦୂର ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଧ୍ୟ ରୋକିବା ନେଇ ଏକ  ଚୁକ୍ତିନାମା ହୋଇଛି। ବୈଦେଶିକ ସଚିବ ବିକ୍ରମ ମିଶ୍ରୀଙ୍କ ଅନୁଯାୟୀ, ପାକିସ୍ତାନର ସାମରିକ ଅଭିଯାନ ମହାନିର୍ଦ୍ଦେଶକ (DGMO) ଅପରାହ୍ନ ୩.୩୫ ରେ ତାଙ୍କ ଭାରତୀୟ ପ୍ରତିପକ୍ଷଙ୍କ ସହିତ ଯୋଗାଯୋଗ କରିଥିଲେ ଏବଂ ଉଭୟ ପକ୍ଷ ସେହି ଦିନ ସକାଳ ୫.୦୦ ସୁଦ୍ଧା ଗୁଳିଚାଳନା ବନ୍ଦ କରିବାକୁ ରାଜି ହୋଇଥିଲେ। ତଥାପି, […]

Continue Reading

ପାକିସ୍ତାନର ସାଦିକାବାଦରେ ଘଟିଥିବା ଅଗ୍ନିକାଣ୍ଡର ପୁରୁଣା ଭିଡିଓକୁ କରାଚି ସହର ଉପରେ ଭାରତର ଆକ୍ରମଣ ଦାବି ସହିତ ସେୟାର କରା ଯାଉଛି।

ବର୍ତମାନ ସୋସିଆଲ ମିଡିଆରେ ଏକ ବିରାଟ ଅଗ୍ନିକାଣ୍ଡ ଏବଂ ଧୂଆଁର ଭିଡିଓ ଭାଇରାଲ ହୋଇଛି। ଭିଡିଓଟିକୁ ସେୟାର କରି ୟୁଜର୍ସମାନେ ଦାବି କରିଛନ୍ତି ଯେ ଭିଡିଓଟି ଅପରେସନ୍ ସିନ୍ଦୂର ସମୟରେ ଭାରତୀୟ ସେନା ଦ୍ୱାରା କରାଚି ଉପରେ ହୋଇଥିବା ଆକ୍ରମଣକୁ ଦର୍ଶାଉଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ପାକିସ୍ତାନର ସାଦିକାବାଦରେ ଘଟିଥିବା ଅଗ୍ନିକାଣ୍ଡର ପୁରୁଣା ଭିଡିଓକୁ କରାଚି ସହର ଉପରେ ଭାରତର ଆକ୍ରମଣ ଦାବି ସହିତ ସେୟାର କରା ଯାଉଛି। କ’ଣ […]

Continue Reading

ଗାଜା ଉପରେ ଇସ୍ରାଏଲର ଆକ୍ରମଣକୁ ଭାରତ-ପାକିସ୍ତାନ ଯୁଧ୍ୟର ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି।

ବର୍ତ୍ତମାନ ଅସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଗୋଟିଏ ଶିବିରସ୍ଥଳରେ କିଛି ଲୋକ ବୁଲୁଥିବା ସମୟରେ ସେଠାରେ ବୋମା ବିସ୍ଫୋରଣ ହେଉଛି। ଫଳରେ ଲୋକମାନେ ଆତଙ୍କିତ ହୋଇ ସେଠାରୁ ଦଉଡ଼ି ପଳାଇବା ଚେଷ୍ଟା କରୁଛନ୍ତି। ଦାବି କରା ଯାଉଛି ଯେ ଏହି ଭିଡିଓ ଭାରତର ପାକିସ୍ତାନ ଉପରେ ଆକ୍ରମଣର ଏକ ଦୃଶ୍ୟ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଗାଜା ଉପରେ ଇସ୍ରାଏଲର ଆକ୍ରମଣକୁ ଭାରତ-ପାକିସ୍ତାନ ଯୁଧ୍ୟର ଦୃଶ୍ୟ ଦାବି […]

Continue Reading

ଇସଲାମାବାଦ ଏବଂ ଲାହୋରରେ ହେଇଥିବା ଆକ୍ରମଣ ଦାବିରେ ଭାଇରାଲ ହେଉଥିବା ଭିଡିଓ ପୁରୁଣା ଅଟେ। 

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି। ପାକିସ୍ତାନ ପକ୍ଷରୁ ନିରନ୍ତର ଉତ୍ତେଜନାମୂଳକ କାର୍ଯ୍ୟ କରାଯାଉଛି। ଏହା ସୀମାବର୍ତ୍ତୀ ଅଞ୍ଚଳରେ ନିରନ୍ତର ପ୍ରବଳ ଗୁଳିମାଡ଼, ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରୁଛି, ଯାହାକୁ ଭାରତୀୟ ସେନା ବିଫଳ କରୁଛି। ଏହି ସମୟରେ, ରାତିରେ ରାସ୍ତାରେ ଏକ ବଡ଼ ଅଗ୍ନିକାଣ୍ଡର ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଉଛି। ଭିଡିଓଟି ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଭାରତୀୟ ସେନା ଦ୍ୱାରା ପାକିସ୍ତାନରେ ହୋଇଥିବା ଆକ୍ରମଣର ଦାବି […]

Continue Reading

ଫିଲାଡେଲଫିଆରୁ ଆସିଥିବା ପୁରୁଣା ବିମାନ ଦୁର୍ଘଟଣା ଭିଡିଓକୁ ପାକିସ୍ତାନର ଧ୍ୱଂସପ୍ରାପ୍ତ କରାଚୀ ବନ୍ଦର ଭାବରେ ସେୟାର କରାଯାଇଛି

୭ ମଇ ତାରିଖରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ଦ୍ରୁତ ଗତିରେ ବୃଦ୍ଧି ପାଇବା ପରେ, ଏକ ଖୋଲା ଅଞ୍ଚଳ ଧ୍ୱଂସ ହୋଇଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ ଏହା ଭାରତୀୟ ଆକ୍ରମଣ ପରେ ପାକିସ୍ତାନର ଅବସ୍ଥା ଦର୍ଶାଉଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଆମେରିକାର ଫିଲାଡେଲଫିଆର ଏକ ପୁରୁଣା ଭିଡିଓ ଯେଉଁଠାରେ ଏକ ବିମାନ ଦୁର୍ଘଟଣା ହୋଇଥିଲା। ଏହି […]

Continue Reading

ହମାସ ଉପରେ ଇସ୍ରାଏଲର ବିମାନ ଆକ୍ରମଣର ପୁରୁଣା ଭିଡିଓକୁ ପାକିସ୍ତାନ ଉପରେ ଭାରତର କ୍ଷେପଣାସ୍ତ୍ର ଆକ୍ରମଣ ଭାବରେ ସେୟାର କରାଯାଇଛି। 

୨୨ ଏପ୍ରିଲ ୨୦୨୫ ରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ଆରମ୍ଭ ହୋଇଛି। ପହଲଗାମ ଆକ୍ରମଣର ଠିକ୍ ୧୫ ଦିନ ପରେ, ଭାରତ ‘ଅପରେସନ ସିନ୍ଦୂର’ ଆରମ୍ଭ କରି ପାକିସ୍ତାନକୁ ଏକ ଅବିସ୍ମରଣୀୟ ଜବାବ ଦେଇଛି। ଭାରତ ପାକିସ୍ତାନର ଆତଙ୍କବାଦୀ ସଂଗଠନଗୁଡ଼ିକ ବିରୁଦ୍ଧରେ ପ୍ରତିଶୋଧ ନେଇ ଆକାଶ କ୍ଷେପଣାସ୍ତ୍ର ମାଧ୍ୟମରେ ପାକିସ୍ତାନର ଲଢ଼ୁଆ ବିମାନ JF-17କୁ ଖସାଇ ଦେଇଥିଲା ଏବଂ ୭ ଟି ସହରରେ ୯ ଟି ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ […]

Continue Reading

ଆମେରିକା ବାୟୁସେନାର ଜଣେ ମହିଳା ଫାଇଟର ପାଇଲଟଙ୍କ ଭିଡିଓ କର୍ଣ୍ଣେଲ ସୋଫିଆ କୁରେଶୀ ଏବଂ ୱିଙ୍ଗ କମାଣ୍ଡର ୱୋମିକା ସିଂହଙ୍କ ଭାବରେ ଭାଇରାଲ ହେଉଛି।

ପାକିସ୍ତାନରେ ଅପରେସନ ସିନ୍ଦୂର ପରେ, କର୍ଣ୍ଣେଲ ସୋଫିଆ କୁରେଶୀ ଏବଂ ୱିଙ୍ଗ କମାଣ୍ଡର ୱୋମିକା ସିଂହ ୭ ମଇ ୨୦୨୫ ରେ ପ୍ରେସ ବ୍ରିଫିଂର ନେତୃତ୍ୱ ନେଇଥିଲେ। ଏହି ପ୍ରସଙ୍ଗରେ ଜଣେ ମହିଳା ପାଇଲଟ ଏକ ଲଢ଼ୁଆ ବିମାନରେ ଚଢ଼ି ଏହାକୁ ଉଡ଼ାଇବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୋସିଆଲ ମିଡିଆରେ ଭିଡିଓଟି ସେୟାର କରି ୟୁଜର୍ସ ଲେଖିଛନ୍ତି ଯେ ଭିଡିଓଟି ଦୁଇ ଭାରତୀୟ ମହିଳା ଅଧିକାରୀ, ସୋଫିଆ କୁରେଶୀ ଏବଂ ୱୋମିକା ସିଂହଙ୍କର […]

Continue Reading

କାନ୍ଦୁଥିବା ଲୋକଙ୍କ ଭାଇରାଲ ଭିଡିଓ ୬ ଏପ୍ରିଲ ୨୦୨୫ ଠାରୁ ଅନଲାଇନରେ ଉପଲବ୍ଧ, ଏହି ଭିଡିଓ ‘ଅପରେସନ ସିନ୍ଦୂର’ ସହିତ ଜଡିତ ନୁହେଁ…

୨୨ ଏପ୍ରିଲ ୨୦୨୫ ରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ଆରମ୍ଭ ହୋଇଛି। ପହଲଗାମ ଆକ୍ରମଣର ଠିକ୍ ୧୫ ଦିନ ପରେ, ଭାରତ ‘ଅପରେସନ୍ ସିନ୍ଦୂର’ ଆରମ୍ଭ କରି ପାକିସ୍ତାନକୁ ଏକ ଅବିସ୍ମରଣୀୟ ଜବାବ ଦେଇଛି। ଏହି ସମୟରେ, ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର ହେଉଛି, ଯେଉଁଥିରେ ଲୋକମାନେ କାନ୍ଦୁଥିବାର ଦେଖାଯାଉଛି। ଭାଇରାଲ ଭିଡିଓ ସହିତ ଦାବି କରାଯାଉଛି ଯେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ମୃତ୍ୟୁ ପରେ, […]

Continue Reading

ଏହି ଭିଡିଓଟି ଆତଙ୍କବାଦୀଙ୍କ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅପରେସନ ସିନ୍ଦୂରର ନୁହେଁ, ଏହା ଏକ ଗେମିଂ ଭିଡିଓ….

୨୨ ଏପ୍ରିଲ ୨୦୨୫ ରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ଆରମ୍ଭ ହୋଇଛି। ପହଲଗାମ ଆକ୍ରମଣର ଠିକ୍ ୧୫ ଦିନ ପରେ, ଭାରତ ‘ଅପରେସନ ସିନ୍ଦୂର’ ଆରମ୍ଭ କରି ପାକିସ୍ତାନକୁ ଏକ ଅବିସ୍ମରଣୀୟ ଜବାବ ଦେଇଛି। ଭାରତ ପାକିସ୍ତାନର ଆତଙ୍କବାଦୀ ସଂଗଠନଗୁଡ଼ିକ ବିରୁଦ୍ଧରେ ପ୍ରତିଶୋଧ ନେଇ ଆକାଶ କ୍ଷେପଣାସ୍ତ୍ର ମାଧ୍ୟମରେ ପାକିସ୍ତାନର ଲଢ଼ୁଆ ବିମାନ JF-17କୁ ଖସାଇ ଦେଇଥିଲା ଏବଂ ୭ ଟି ସହରରେ ୯ ଟି ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ […]

Continue Reading

ଅପରେସନ ସିନ୍ଦୁର ସମ୍ପର୍କରେ ପାକିସ୍ତାନରେ ଏକ ତାଲିମ ଯୁଦ୍ଧ ବିମାନ ଦୁର୍ଘଟଣାର ପୁରୁଣା ଭିଡିଓ ଭାଇରାଲ୍

ପହଲଗାମ ନିକଟସ୍ଥ ଘଟିଥିବା ଏକ ଆତଙ୍କବାଦୀ ଆକ୍ରମଣରେ ଆତଙ୍କବାଦୀମାନେ ପର୍ଯ୍ୟଟକମାନଙ୍କୁ ସେମାନଙ୍କ ଧର୍ମ ଆଧାରରେ ଟାର୍ଗେଟ କରିଥିଲେ, ଯାହା ଫଳରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାର ଜବାବରେ, ଭାରତ ୬ ମଇ ୨୦୨୫ ରେ “ଅପରେସନ ସିନ୍ଦୂର” ଆରମ୍ଭ କରିଥିଲା। ପାକିସ୍ତାନ ଏବଂ POK ର ୯ ଟି ସ୍ଥାନରେ ଆକ୍ରମଣ କରିଥିଲା। ପାକିସ୍ତାନ ଦାବି କରିଥିଲା ​​ଯେ ସେମାନେ ପାଞ୍ଚଟି ଭାରତୀୟ ବାୟୁସେନା ବିମାନକୁ ଖସାଇ ଦେଇଛନ୍ତି। ଏହି ପ୍ରସଙ୍ଗରେ ଏକ ଯୁଦ୍ଧ ବିମାନ […]

Continue Reading

ଇସ୍ରାଏଲୀ ବାୟୁସେନା ଉପରେ ଇରାନ ବୋମା ମାଡ଼ କରିବାର ଭିଡିଓକୁ ପାକିସ୍ତାନରେ ଅପରେସନ ସିନ୍ଦୂର ବୋଲି ମିଥ୍ୟା ଦାବି ସହିତ ସେୟାର କରା ଯାଉଛି

ବୁଧବାର ସକାଳେ, ଭାରତ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରର ୯ ଟି ଆତଙ୍କବାଦୀ ସ୍ଥଳ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। ୨୨ ଏପ୍ରିଲରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବ ସ୍ୱରୂପ ଏହି ଆକ୍ରମଣକୁ ଅପରେସନ ସିନ୍ଦୂର ନାମ ଦିଅ ଯାଇଛି। ଭାରତ ଆକ୍ରମଣ କରିବା ପରେ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏପରି ଏକ ଭିଡିଓରେ ରାତ୍ରି ସମୟରେ ଗୋଟିଏ ସହର ଉପରେ କ୍ଷେପଣାସ୍ତ୍ର ମାଡ଼ ହେଉଥିବା ଦେଖିବାକୁ ମିଳିଛି। ଦାବି […]

Continue Reading

ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଶହିଦ ହୋଇଥିବା ସୟଦ ଆଦିଲ ହୁସେନଙ୍କ ପୁଅ ନିଜ ପିତାର ମୃତ ଶରୀରକୁ ଚୁମ୍ବନ ଦେଉଛି କି? ଜାଣନ୍ତୁ ସତ୍ୟତା।

ଏକ ଶିଶୁ ଜଣେ ବ୍ୟକ୍ତିଙ୍କରର ମୃତଦେହକୁ ଚୁମ୍ବନ କରିବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହା ସହିତ ଦାବି କରାଯାଉଛି ଯେ ଏହି ଫଟୋଟି ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ସୟଦ ଆଦିଲ ହୁସେନ ଶାହଙ୍କ ପୁଅର।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଏହି ଦାବିଟି କୁ ମିଥ୍ୟା ବୋଲି ପାଇଲା। ପୋଷ୍ଟରେ ଶିଶୁଟି ଶବକୁ ଚୁମ୍ବନ କରୁଥିବାର ଫଟୋ ପହଲଗାମର ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ସୋସିଆଲ ମିଡିଆରେ ଉପଲବ୍ଧ ଅଛି। ଏହି ଫଟୋଟି […]

Continue Reading

ପାକିସ୍ତାନ ଚୁଡ଼ି ପିନ୍ଧିନାହିଁ ବୋଲି ଫାରୁକ ଅବଦୁଲ୍ଲାଙ୍କ ପୁରୁଣା ବୟାନକୁ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସହିତ ଯୋଡ଼ି ଭାଇରାଲ କରାଯାଉଛି

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଦେଶର ଲୋକଙ୍କ ମଧ୍ୟରେ କ୍ରୋଧ ଦେଖିବାକୁ ମିଳୁଛି। ଏହି ଆକ୍ରମଣର ବ୍ୟାପକ ନିନ୍ଦା କରାଯାଉଛି ଏବଂ ପାକିସ୍ତାନକୁ ଉଚିତ୍ ଶିକ୍ଷା ଦେବା ପାଇଁ ଦୃଢ଼ ଦାବି କରାଯାଉଛି। ଏହି ସମୟରେ, ସମସ୍ତ ରାଜନୈତିକ ଦଳ ଏବଂ ନେତାମାନେ ବୟାନ ଦେବା ଆରମ୍ଭ କରିଛନ୍ତି।  ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ଜଣେ ସାମ୍ବାଦିକଙ୍କୁ ଦିଆଯାଇଥିବା ଏକ ସାକ୍ଷାତକାର ରେ […]

Continue Reading

ପାହଲଘମ ଆକ୍ରମଣକାରୀଙ୍କ ଘର ଉଡ଼ାଇ ଦିଆଯିବା ଦାବି ସହିତ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ।

ପାହଲଘମ ଆତଙ୍କବାଦୀ ଆକ୍ରମଣ ପରେ, ଆକ୍ରମଣକାରୀ ସନ୍ଦେହ କରାଯାଉଥିବା ଦୁଇ ଜଣଙ୍କ ଘର ସୁରକ୍ଷା ବାହିନୀ ଦ୍ୱାରା ଭାଙ୍ଗି ଦିଆଯାଇଥିଲା। ରିପୋର୍ଟ ଅନୁଯାୟୀ, ଲସ୍କର ଆତଙ୍କବାଦୀ ଆଦିଲ ହୁସେନ ଠୋକରଙ୍କ ଘରକୁ ଆଇଇଡି ବ୍ୟବହାର କରି ଉଡ଼ାଇ ଦିଆଯାଇଥିଲା ଏବଂ ଆସିଫ ଶେଖଙ୍କ ଘରକୁ ବୁଲଡୋଜର ସାହାଯ୍ୟରେ ଭାଙ୍ଗି ଦିଆଯାଇଥିଲା।  ଏହି ପ୍ରସଙ୍ଗରେ, ଗୁଳିକାଣ୍ଡ ମଧ୍ୟରେ ଜଳୁଥିବା ଏକ ଘରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓଟି କୁ ଏପରି ସେୟାର କରା ଯାଉଛି ଯେପରି […]

Continue Reading

ପହଲଗାମ ଆତଙ୍କବାଦୀ ଆକ୍ରମଣ ପୀଡିତ ବିନୟ ନରୱାଲଙ୍କ ଶେଷ ଭିଡିଓ ଦାବି ସହିତ ଏକ ଭିନ୍ନ ଦମ୍ପତିଙ୍କ ଭିଡିଓ ସେୟାର କରା ଯାଉଛି।

ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଅତି କମରେ ୨୬ ଜଣଙ୍କ ଜୀବନ ଯାଇଛି, ଯେଉଁଥିରେ ଜଣେ ଭାରତୀୟ ନୌସେନା ଅଧିକାରୀ ବିନୟ ନରୱାଲ ମଧ୍ୟ ପ୍ରାଣ ହରାଇଛନ୍ତି। ଏହି ପ୍ରସଙ୍ଗରେ, ଏକ ଦମ୍ପତିଙ୍କ ନାଚୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏବଂ ଦାବି କରାଯାଉଛି ଯେ ଏହା ପହଲଗାମରେ ତାଙ୍କ ପତ୍ନୀଙ୍କ ସହିତ ବିନୟ ନରୱାଲଙ୍କ ଶେଷ ଭିଡିଓ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଭିଡିଓରେ ନାଚୁଥିବା ଦମ୍ପତି […]

Continue Reading

ମହାରାଷ୍ଟ୍ରର ଏକ ପୁରୁଣା ଭିଡିଓକୁ ବଜରଙ୍ଗ ଦଳ ସମର୍ଥକ ମାନେ ପଶ୍ଚିମବଙ୍ଗ ଅଗ୍ରସର କରୁଥିବା ଦାବି ସହିତ ସେୟାର କରା ଯାଉଛି।

ବର୍ତ୍ତମାନ ସୋସିଆଲ ମିଡିଆରେ ବାଇକ୍ ରାଲିର ଏକ ଭିଡିଓ ଭାଇରାଲ ହେଉଛି। ଦେଖିବାକୁ ମିଳିଛି ଯେ ରାସ୍ତାରେ ପୋଲିସ ଉପସ୍ଥିତ ଥିବା ସମୟରେ ଲୋକଙ୍କ ଏକ ବିଶାଳ ସମାଗମ ବାଇକ୍ ରାଲି କରୁଛନ୍ତି। ଦାବି କରା ଯାଉଛି ଯେ ଏହି ଲୋକମାନେ ବଜରଙ୍ଗ ଦଳ ସଦସ୍ୟ ଏବଂ ବାଇକ୍ ରେ ପଶ୍ଚିମବଙ୍ଗର ଦଙ୍ଗା ପୀଡ଼ିତ ଅଞ୍ଚଳ ମୁର୍ଶିଦାବାଦ ଅଗ୍ରସର ହେଉଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ବଜରଙ୍ଗ ଦଳ ସଦସ୍ୟ […]

Continue Reading

୨୦୧୯ ରେ ସିଏଏ କୁ ବିରୋଧ କରୁଥିବା ଏକ ପ୍ରଦର୍ଶନର ଭିଡିଓକୁ ନିକଟରେ ୱାକଫ୍ ବିଲ୍ ବିରୋଧ ପ୍ରଦର୍ଶନ ଦାବି ସହିତ ଭାଇରାଲ କରା ଯାଉଛି।

୧୭ ମାର୍ଚ୍ଚ ୨୦୨୫ ରେ, ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ ବୋର୍ଡ (AIMPLB) ୱାକଫ୍ (ସଂଶୋଧନ) ବିଲ୍ ୨୦୨୪ ବିରୋଧରେ ନୂଆଦିଲ୍ଲୀର ଜନ୍ତରମନ୍ତରରେ ପ୍ରଦର୍ଶନ କରିଥିଲା ​​ଏବଂ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲା।  ଏହି ସମୟରେ, ପୋଲିସ କର୍ମଚାରୀମାନେ ଭିଡ଼ ଉପରେ ଲାଠିଚାର୍ଜ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟିକୁ ଏହି ଦାବି ସହିତ ସେୟାର କରାଯାଉଛି ଯେ ଉତ୍ତର ପ୍ରଦେଶରେ ୱାକଫ ବିଲ୍ ବିରୋଧରେ ପ୍ରଦର୍ଶନ କରୁଥିବା […]

Continue Reading

ଲକ୍ଷ୍ନୌରେ ଜଣେ ମହିଳାଙ୍କ ଆତ୍ମଦାହ ଉଦ୍ୟମ କରିବାର ପୁରୁଣା ଭିଡିଓକୁ ନିକଟରେ ଘଟିଥିବା ଘଟଣା ଦାବି ସହିତ ସେୟାର କରା ଯାଉଛି।

ହୃଦୟ ବିଚଳିତ କରି ଦେବା ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ଆତ୍ମଦାହ କରିବାର ଉଦ୍ୟମ କରିଛନ୍ତି। ତାଙ୍କ ଶରୀରରେ ନିଆଁ ଲାଗିଲା ପରେ ନିକଟରେ ଥିବା ପୁଲିସ ଅଧିକାରୀ ମାନେ ତାଙ୍କୁ ଉଦ୍ଧାର କରୁଛନ୍ତି। ଭିଡିଓକୁ ଏପରି ସେୟାର କରା ଯାଉଛି ଯେପରି କି ଏହା ନିକଟରେ ଘଟିଥିବା ଏକ ଘଟଣା। ଏହା ଉତ୍ତରପ୍ରଦେଶର ଲକ୍ଷ୍ନୌରେର ଘଟଣା ବୋଲି କୁହା ଯାଇଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା […]

Continue Reading

ଉତ୍ତରାଖଣ୍ଡର ଏକ ଭିଡିଓକୁ ଉତ୍ତରପ୍ରଦେଶରେ ମଦ୍ରସା ବିରୁଦ୍ଧରେ ଯୋଗୀ ସରକାରଙ୍କର କାର୍ଯ୍ୟନୁଷ୍ଠାନ ଦାବି ସହିତ ସେୟାର କରା ଯାଉଛି। 

ନିକଟରେ ୱାକଫ୍ ସଂଶୋଧନ ବିଲ୍ ପାସ୍ ହେବା ପରେ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଗୋଟିଏ ଭିଡିଓ ସାମନାକୁ ଆସିଛି ଯେଉଁଥିରେ କିଛି ସରକାରୀ ଅଧିକାରୀଙ୍କ ସହିତ ପୋଲିସ ଏକ ମଦ୍ରସା ରେ ପ୍ରବେଶ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛନ୍ତି। ଦାବି କରା ଯାଉଛି ଯେ ଏହି ଭିଡିଓ ଉତ୍ତରପ୍ରଦେଶର ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଉତ୍ତରାଖଣ୍ଡର ଘଟଣା […]

Continue Reading

ୱାକଫ ସଂଶୋଧନ ବିଲ୍ ପାସ୍ ହେବା ପରେ ଜେପିସିର ସହଯୋଗୀ ସଦସ୍ୟଙ୍କ ସହ ମଜା କରୁଛନ୍ତି ଅସଦୁଦ୍ଦିନ ଓୱେସି?

ସମ୍ପ୍ରତି ୱାକଫ ସଂଶୋଧନ ବିଲ୍ ୨୦୨୫ ପାସ୍ ହେବା ପରେ AIMIM ମୁଖ୍ୟ ଅସଦୁଦ୍ଦିନ୍ ଓୱେସି କିଛି ବିଜେପି ସଦସ୍ୟଙ୍କ ସହିତ ଥଟା-ମଜା କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ୱାକଫ୍ ବିଲ୍ ପାସ୍ ହେବା ପରେ ଶାସକ ଦଳ, ବିରୋଧୀ ଦଳ ଏବଂ ଜମାତର ସାଥିରେ ବସି ଥଟା-ମଜା କରୁଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ଏହି ଭିଡିଓ ୪ […]

Continue Reading

ଜଣେ ମୁସ୍ଲିମ ବ୍ୟକ୍ତି ଗୋଟିଏ ଘରୁ ଭଗବା ପତାକା କାଢି ଫୋପାଡ଼ୁଥିବା ଭିଡିଓ ସ୍କ୍ରୀପତେଡ୍ ଅଟେ।

ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗୁଛି ଯେଉଁଥିରେ ଜଣେ ମୁସ୍ଲିମ ବ୍ୟକ୍ତି ଗୋଟିଏ ଘରୁ ଭଗବା ପତାକା କାଢି ଫୋପାଡ଼ୁଥିବା ବେଳେ ଜଣେ ମହିଳା ତାଙ୍କୁ ରୋକିବାକୁ ଚେଷ୍ଟା କରୁଛନ୍ତି। ତା’ପରେ ଅନ୍ୟ ଜଣେ ବ୍ୟକ୍ତି ଆସି ସେ ମୁସ୍ଲିମ ବ୍ୟକ୍ତିଙ୍କୁ ମାରିଥିବା ନଜର ଆସିଛି। ଦାବି କରା ଯାଉଛି ଯେ ଏହା ଏକ ସତ୍ୟ ଘଟଣା ଏବଂ ମୁସ୍ଲିମ ବ୍ୟକ୍ତିଙ୍କୁ ମାଡ଼ ମାରିଲା ପରେ ସେ ନିଜ ଭୁଲ ସ୍ଵୀକାର କରିଛନ୍ତି।  କିନ୍ତୁ […]

Continue Reading

ଜବାହରଲାଲ ନେହେରୁ କହିଛନ୍ତି କି ସେ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ ଦେଇନଥିଲେ? ଯାନନୁ ସତ୍ୟତା।

ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୂଙ୍କର ଏକ ସାକ୍ଷାତକାରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦାବି କରା ଯାଇଛି ଯେ ସେ ନିଜେ ସ୍ଵୀକାର କରିଛନ୍ତି ଯେ ସେ ଦେଶର ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେଇ ନାହାଁନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଭିଡିଓକୁ ଏଡିଟ୍ କରା ଯାଇଛି। ମୂଳ ଭିଡିଓରେ ଜବାହାରଲାଲ ନେହରୂ ମୋହମ୍ମଦ ଅଲି ଜିନ୍ନାହଙ୍କ ବିଷୟରେ କହୁଛନ୍ତି। ଭିଡିଓରେ ନେହେରୁ କହୁଛନ୍ତି, “ମୁଁ ସ୍ଵାଧୀନତା […]

Continue Reading

ସ୍ପେସଏକ୍ସ ଷ୍ଟାରସିପ୍ ଅବତରଣ ଭିଡିଓକୁ ସୁନିତା ୱିଲିୟମ୍ସଙ୍କର ପୃଥିବୀକୁ ଫେରୁଥିବା ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି। 

ନିକଟରେ, ଆମେରିକୀୟ ମହାକାଶ ସଂସ୍ଥା ନାସାର ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର ୯ ମାସ ପରେ ପୃଥିବୀକୁ ଫେରିଛନ୍ତି। ସେମାନେ ଫ୍ଲୋରିଡା ଉପକୂଳରେ ସଫଳ ଅବତରଣ କରିଥିଲେ। ତାଙ୍କ ଫେରିବାର ଆନନ୍ଦ ସବୁଠି ପାଳନ କରାଯାଉଛି। ଏହି ପ୍ରସଙ୍ଗରେ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଏକ ରକେଟ୍ ପରି କିଛି ମହାକାଶରୁ ପୃଥିବୀକୁ ଆସି ସୁରକ୍ଷିତ ଭାବରେ ଅବତରଣ କରୁଥିବା ଦେଖବାକୁ ମିଳିଛି। ଦାବି କରା ଯାଉଛି ଯେ ଏହି […]

Continue Reading

ଭୂମିକମ୍ପ ସମୟରେ ଚୀନର ଏକ ଚିକିତ୍ସାଳୟର ଭିଡିଓକୁ ମିଆଁମାର ଦେଶର ଘଟଣା ଦାବି ସହିତ ସେୟାର କରା ଯାଉଛି।

ମିଆଁମାରରେ ୭.୭ ତୀବ୍ରତାର ଭୂମିକମ୍ପ ଆସିବା ଫଳରେ ତାହାର ଝଟକା ପଡ଼ୋଶୀ ଦେଶ ଥାଇଲ୍ୟାଣ୍ଡ ଏବଂ ଚୀନରେ ମଧ୍ୟ ଅନୁଭୂତ ହୋଇଥିଲା। ଏହି ଘଟଣା ସହିତ ଜଡିତ ବିଭିନ୍ନ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ପ୍ରସଙ୍ଗରେ, ଏକ ହସ୍ପିଟାଲ ୱାର୍ଡରେ ଦୁଇଜଣ ନର୍ସଙ୍କ ସିସି ଟିଭି ଫୁଟେଜ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଇଛି ଯେ ଜଣେ ନର୍ସ ଏକ ଶିଶୁକୁ ସୁରକ୍ଷା ଦେବା ପାଇଁ ଆଣ୍ଠୁ ମାଡ଼ି ବସିଛନ୍ତି ଯେତେବେଳେ ଅନ୍ୟ […]

Continue Reading

ଭୂମିକମ୍ପ ସମୟରେ ବ୍ୟାଙ୍କକର ଏକ ବିଶାଳ ବିଲଡିଙ୍ଗର ସୁଇମିଂ ପୁଲରୁ ପାଣି ଉଛୁଳି ପଡ଼ୁଥିବା ଭିଡିଓକୁ ମିଆଁମାରର ଘଟଣା ଦାବି ସହିତ ସେୟାର କରା ଯାଉଛି।

ଭୂମିକମ୍ପ ଯୋଗୁଁ ଏକ ବିଲ୍ଦିଙ୍ଗ ଉପରେ ଥିବା ସୁଇମିଂ ପୁଲରୁ ପାଣି ଉଛୁଳି ପଡ଼ୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରାଯାଉଛି ଯେ ଏହି ଭିଡିଓଟି ମିଆଁମାରର ଘଟଣା ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ଏହି ଭିଡିଓଟି ମିଆଁମାର ସହିତ କୌଣସି ସମ୍ପର୍କ ନାହିଁ। ଏହା ବ୍ୟାଙ୍କକରେ ହେଇଥିବା ଭୂମିକମ୍ପ ସମୟର ଅଟେ। କ’ଣ ଦାବି କରା ଯାଇଛି ପୋଷ୍ଟରେ? ଭିଡିଓ ସେୟାର କରି ଜଣେ […]

Continue Reading

ବ୍ୟାଙ୍କକର ଭୂମିକମ୍ପର ଭିଡିଓକୁ ମିଆଁମାରର ଦୃଶ୍ୟ ବୋଲି ଦାବି କରି ସେୟାର କରା ଯାଉଛି।

୨୮ ମାର୍ଚ୍ଚ ୨୦୨୫ ରେ ମିଆଁମାରରେ ୭.୭ ତୀବ୍ରତାର ଭୂମିକମ୍ପ ହୋଇଥିଲା। ବ୍ୟାଙ୍କକ ଏବଂ ଚୀନରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ପ୍ରସଙ୍ଗରେ, ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଗୋଟିଏ ବିଶାଳ ବିଲ୍ଦିଙ୍ଗ ଭୁଶୁଡ଼ି ପଡ଼ୁଥିବା ନଜର ଆସିଛି। ଏହା ମିଆଁମାର ଭୂମିକମ୍ପର ଦୃଶ୍ୟ ବୋଲି ଦାବି କରାଯାଉଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ଭିଡିଓ ଟି ମିଆଁମାରର ନୁହେଁ ବ୍ୟାଙ୍କକର ଅଟେ। କ’ଣ […]

Continue Reading

ଘାନା ଦେଶର ବଜାରରେ ହେଇଥିବା ଅଗ୍ନୋକାଣ୍ଡକୁ ବାଂଲାଦେଶରେ ହିନ୍ଦୁ ଶାହିର ଘଟଣା ଦାବି ସହିତ ସେୟାର କରା ଯାଉଛି।

ଏକ ବଡ଼ ଅଞ୍ଚଳରେ ନିଆଁ ଏବଂ ଆକାଶରେ ଘନ ଧୂଆଁ ବ୍ୟାପିଥିବା ଏବଂ ଧ୍ଵଂସ ହେଇଥିବା ସ୍ଥାନରେ ଲୋକମାନେ ଗତି କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରାଯାଉଛି ଯେ ଏହା ବାଂଲାଦେଶରେ ଅବସ୍ଥିତ ଏକ ହିନ୍ଦୁ କଲୋନୀର ଦୃଶ୍ୟ ଅଟେ ଯାହାକୁ ସେଠିକାର ମୁସ୍ଲିମ ମାନେ ଜାଲି ଦେଇଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଘାନା ଦେଶର ଏକ ବଜାରରେ ହୋଇଥିବା ଅଗ୍ନିକାଣ୍ଡର ଭିଡିଓକୁ ବାଂଲାଦେଶରେ […]

Continue Reading

୨୦୧୯ ରେ ବାଲୁଚିସ୍ତାନ ମୁକ୍ତି ବାହିନୀ ସେନା, ପାକିସ୍ତାନ ଏବଂ ଚୀନକୁ ଧମକ ଦେଉଥିବା ଭିଡିଓକୁ ନିକଟ ଘଟଣା ଦାବି ସହିତ ସେୟାର କରା ଯାଉଛି।

ବେଲୁଚିସ୍ତାନ ମୁକ୍ତି ବାହିନୀ ସେନା (ବିଏଲଏ) ଜାଫର ଏକ୍ସପ୍ରେସକୁ କିଛି ଦିନ ପୂର୍ବରୁ ହାଇଜେକ୍ କରିଥିଲା। ଏହି ପ୍ରସଙ୍ଗରେ, ପାକିସ୍ତାନ ଏବଂ ଚୀନ୍ ପ୍ରତି ଧମକର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରାଯାଉଛି ଯେ “ବିଏଲଏ ପାକିସ୍ତାନ ଏବଂ ଚୀନକୁ ଧମକ ଦେଇଛି।” କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ୨୦୧୯ ମସିହାର ଏକ ପୁରୁଣା ଭିଡିଓକୁ ନିକଟର ଘଟଣା ଦାବି ସହିତ ସେୟାର କରା […]

Continue Reading

ଇଣ୍ଡୋନେସିଆର ଏକ ପାର୍କର ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗରେ ଭାରତରେ ମସଜିଦ ଭଙ୍ଗା ଯାଉଥିବା ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି।

ସୋସିଆଲ ମିଡିଆରେ ଏକ ସବୁଜ ମସଜିଦ ପରି ଏକ ଗଠନକୁ ବୁଲଡୋଜର ସାହାଯ୍ୟରେ ଭାଙ୍ଗି ଦିଆଯାଉଥିବାର ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓକୁ ଏପରି ସେୟାର କରା ଯାଉଛି ଯେଉଁପରି ଏହା ଭାରତରେ ଗୋଟିଏ ମସଜିଦ ଭଙ୍ଗା ଯାଉଥିବା ବୋଲି ଜଣା ପଡ଼ୁଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗ ସହିତ ସେୟାର କରା ଯାଉଥିବା ଜଣା ପଡ଼ିଛି। ପ୍ରକୃତରେ ଏହା ଇଣ୍ଡୋନେସିଆର ଏକ ମନୋରଞ୍ଜନ ପାର୍କର ଭିଡିଓ, ଯାହାକୁ ନିୟମ […]

Continue Reading

୨୦୧୧ ମସିହାର ପୁରୁଣା ଫୋଟୋକୁ ନିକଟରେ ପାକିସ୍ତାନରେ ଘଟିଥିବା ବାଲୋଚିସ୍ତାନ ଲିବେରେସନ୍ ସେନା ଆକ୍ରମଣରେ ପ୍ରାଣ ହରାଇଥିବା ପାକିସ୍ତାନୀ ସେନା ସଦସ୍ୟଙ୍କ ଫୋଟୋ ଦାବି ସହିତ ସେୟାର କରାଯାଉଛି।

ନିକଟରେ ବାଲୁଚିସ୍ତାନ ମୁକ୍ତି ସେନା (BLA) ପାକିସ୍ତାନ ଉପରେ ମାରାତ୍ମକ ଆକ୍ରମଣ କରିଥିଲା। ୧୧ ମାର୍ଚ୍ଚ ତାରିଖରେ ସେମାନେ ଏକ ଟ୍ରେନ୍ ହାଇଜାକ୍ କରି ପ୍ରାୟ ୫୦୦ ଯାତ୍ରୀଙ୍କୁ ବନ୍ଧକ କରିଥିଲେ, ଯାହା ଫଳରେ ଏକ ହିଂସାତ୍ମକ ସଂଘର୍ଷ ଘଟିଥିଲା। ପରେ, ୧୬ ମାର୍ଚ୍ଚ ରେ, ସେମାନେ ଏକ ସୁରକ୍ଷା ବାହିନୀର କାଫଲା ଉପରେ ଆକ୍ରମଣ କରିଥିଲା, ଯେଉଁଥିରେ ଅନେକ ଅଧିକାରୀ ଏବଂ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ।  ଏହି ପ୍ରସଙ୍ଗରେ ଏକ ଫୋଟୋ ସୋସିଆଲ ମିଡିଆରେ […]

Continue Reading

ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଭାରତ-ପାକିସ୍ତାନ ମ୍ୟାଚ୍ ସମୟରେ କ’ଣ ପ୍ରକୃତରେ ଗଣପତି ଆରତୀ ବାଜିଥିଲା?

ପାକିସ୍ତାନ ୨୦୨୫ ଆଇସିସି ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିଥିଲା, କିନ୍ତୁ ଭାରତୀୟ ଦଳର ମ୍ୟାଚ୍ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ହେଇଥିଲା। ଭାରତ ସହିତ ମ୍ୟାଚ୍ ଖେଳିବା ପାଇଁ ପାକିସ୍ତାନ ମଧ୍ୟ ଦୁବାଇ ପହଞ୍ଚିଥିଲା। ଏହି ମ୍ୟାଚ୍‌ରେ ପାକିସ୍ତାନକୁ ଛଅ ୱିକେଟରେ ପରାଜୟର ସାମ୍ନା କରିବାକୁ ପଡିଥିଲା।  ଏହି ସମୟରେ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ, ଷ୍ଟାଡିୟମରେ ଗଣେଶ ଭଜନ ବାଜୁଥିବାର ଦେଖିବାକୁ ମିଳୁଛି। ଦାବି କରାଯାଉଛି ଯେ, “ଏହା […]

Continue Reading

ଆକାଶରେ ଯୁଦ୍ଧ ବିମାନ ଦ୍ୱାରା ଗଠିତ ତ୍ରିଶୂଳର ଏହି ଫଟୋର ମହାକୁମ୍ଭ ମେଳା ସହିତ କୌଣସି ସମ୍ପର୍କ ନାହିଁ।

ଆକାଶରେ ତ୍ରିଶୂଳ ତିଆରି କରୁଥିବା ଏକ ଲଢ଼ୁଆ ବିମାନର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରାଯାଉଛି ଯେ ଏହା ପ୍ରୟାଗରାଜରେ ମହାକୁମ୍ଭ ମେଳାର ଶେଷ ଦିନରେ ଭାରତୀୟ ବାୟୁସେନାର ଏୟାର ଶୋ’ର ଦୃଶ୍ୟ। ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ପ୍ରୟାଗରାଜ ମହାକୁମ୍ଭ ରେ ସୁଖୋଇ ବିମାନ ଦ୍ଵାରା ତ୍ରିଶୂଳ ଗଠନ” କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଯୁଦ୍ଧ ବିମାନ […]

Continue Reading

ଛୋଟ-ଛୋଟ ଶିଶୁଙ୍କୁ ମାରିଥିବା ଜଣେ ହମାସ୍ ଆତଙ୍କବାଦୀର ଇଜ୍ରାଏଲ୍ ହାତ କାଟିଥିବା ଏବଂ କିଡନୀ ବାହାର କରିଦେଇଥିବା ଦାବି ମିଥ୍ୟା ଅଟେ।

ଗୁରୁତ ଭାବରେ ଆଘାତ ହୋଇଥିବା ଜଣେଯୁବକଙ୍କର ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଏହି ଯୁବକ ଜଣେ ହମାସ୍ ଆତଙ୍କବାଦୀ ଯିଏ ଅନେକ ଶିଶୁଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ। ଇଜ୍ରାଏଲ୍ ଆକ୍ରମଣ ସମୟରେ ତାଙ୍କୁ ଜବତ କରି ତାଙ୍କ ଦୁଇଟି ହାତ ଏବଂ କିଡନୀ ବାହାର କରି ଦେଇଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ୨୦୨୪ ରେ ଗୋଟିଏ ଆପାର୍ଟମେଣ୍ଟକୁ ଇଜ୍ରାଏଲ୍ ଆକ୍ରମଣ କରିଥିବା […]

Continue Reading

ରାସ୍ତାରେ ଅସ୍ତ୍ରଶସ୍ତ୍ର ଧରି ଆକ୍ରମଣ କରୁଥିବା ଯୁବକମାନଙ୍କୁ ପୁଣେ ପୋଲିସ ମାଡ଼ ମାରିବାର ଏକ ପୁରୁଣା ଭିଡିଓ ବିଭ୍ରାନ୍ତକାରୀ ଦାବି ସହିତ ଭାଇରାଲ୍ ହେଉଛି।

ଦୁଇଜଣ ଯୁବକ ହାତରେ ଅସ୍ତ୍ରଶସ୍ତ୍ର ଧରି ରାସ୍ତାରେ ଦୋକାନୀଙ୍କୁ ଆକ୍ରମଣ କରୁଥିବାର ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ଯେ ଦୁଇଜଣ ଯୁବକ ପ୍ରଥମେ ଦୋକାନ ଭଙ୍ଗାରୁଜା କରୁଛନ୍ତି ଏବଂ ତା’ପରେ ରାସ୍ତାରେ ଲୋକଙ୍କୁ ଆକ୍ରମଣ କରୁଛନ୍ତି। ଏହା ପରେ ପୋଲିସ କର୍ମଚାରୀମାନେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଧରି ମାଡ଼ ମାରୁଛନ୍ତି।  ଭିଡିଓ ସେୟାର କରି ଦାବି କରାଯାଉଛି ଯେ ରାସ୍ତାରେ ଏପରି ଆକ୍ରମଣ କରିବା ପାଇଁ ଉତ୍ତରପ୍ରଦେଶ ପୋଲିସ ସେହି ଯୁବକଙ୍କୁ ମାଡ଼ […]

Continue Reading

କ’ଣ ଜିଓ ନିକଟରେ ଇଲେକ୍ଟ୍ରିକ୍ ସାଇକଲ୍ ଲଞ୍ଚ କରିବାକୁ ଯାଉଛି? ଜାଣନ୍ତୁ ସତ୍ୟତା।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦାବି କରା ଯାଉଛି ଯେ ଜିଓ ନିକଟରେ ଇଲେକ୍ଟ୍ରିକ୍ ସାଇକଲ୍ ଲଞ୍ଚ କରିବାକୁ ଯାଉଛି। ମୁକେଶ ଅମ୍ବାନୀ ଏବଂ ଏକ ଇଲେକ୍ଟ୍ରିକ୍ ସାଇକେଲର ଫଟୋ ସହିତ ଅପଲୋଡ୍ ହୋଇଥିବା ଫଟୋରେ ଲେଖାଯାଇଛି: “ଖୁବ ଶୀଘ୍ର ବଜାରକୁ ଆସିବାକୁ ଯାଉଛି Jio Electric Cycle ଯାହାର ମୂଲ୍ୟ ରହିଛି ୨୯,୦୦୦ ଟଙ୍କା। ଏଥିରେ ରହିଛି 250W-350W ର ଇଲେକ୍ଟ୍ରିକ୍ ମୋଟର ଏବଂ ଏହାକୁ ଠାରେ ଚାର୍ଜ […]

Continue Reading

ମହାକୁମ୍ଭମେଳା ୨୦୨୫ର ଶେଷ ଦିନର କାର୍ଯ୍ୟକ୍ରମ ଭାବରେ ବାରାଣସୀରେ ଲେଜର ଶୋ’ର ପୁରୁଣା ଭିଡିଓ ଭାଇରାଲ ହେଉଛି।

ସୋସିଆଲ ମିଡିଆରେ ଆତସବାଜିର ଏକ ଭିଡିଓ ଭାଇରାଲ ହେଉଛି, ଏବଂ ଦାବି କରାଯାଉଛି ଯେ ଏହି ଭିଡିଓଟି ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭର ଶେଷ ଦିନ କାର୍ଯ୍ୟକ୍ରମର ଏକ ଦୃଶ୍ୟ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋର ଅନୁସନ୍ଧାନରେ ଏହି ଦାବି ମିଥ୍ୟା ପ୍ରମାଣିତ ହୋଇଛି କାରଣ ପୋଷ୍ଟ ହୋଇଥିବା ଆତସବାଜିର ଭିଡିଓ ପ୍ରୟାଗରାଜରେ ମହାକୁମ୍ଭର ସମାପ୍ତିର ନୁହେଁ, ବରଂ ୨୦୨୪ ମସିହାରେ ଦୀପାବଳି ଅବସରରେ ବାରାଣସୀରେ ପ୍ରଦର୍ଶିତ ଆତସବାଜିର ଦୃଶ୍ୟ ଅଟେ। ଏହି ଭିଡିଓର ପ୍ରୟାଗରାଜ ମହାକୁମ୍ଭ ସହିତ କୌଣସି […]

Continue Reading

୨୦୧୯ ରେ ପାକିସ୍ତାନୀଙ୍କ ଦ୍ୱାରା ଟିଭି ଭାଙ୍ଗୁଥିବା ଭିଡିଓକୁ ୨୦୨୫ ଚାମ୍ପିୟନ୍ସ ଟ୍ରଫିରେ ଭାରତ ପାଖରେ ପରାଜିତ ହେବା ପର ଦୃଶ୍ୟ ଦାବି ସହିତ ସେୟାର କରାଯାଉଛି।

ଚଳିତ ଆଇସିସି ଚାମ୍ପିୟନ୍ସ ଟ୍ରଫି ପ୍ରତିଯୋଗୀତାରେ ଭରତ ପାକିସ୍ତାନକୁ ପରାଜିତ କରି ସେମି-ଫାଇନାଲ୍ ରେ ନିଜ ସ୍ଥାନକୁ ଦୃଢ କରିଛି। ବିରାଟ କୋହଳୀଙ୍କର ଶତକୀୟ ଇନିଂସ ପ୍ରଶଂଶନୀୟ ଅଟେ। ତେବେ, ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ କିଛି ଲୋକ ଟିଭି ତଳେ କଛାଡ଼ି ଭାଙ୍ଗୁଥିବା ନଜର ଆସୁଛନ୍ତି। ଦାବି କରା ଯାଉଛି ଯେ ୨୦୨୫ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଭାରତ ଠାରୁ ପରାଜିତ ହେବା ପରେ ପାକିସ୍ତାନୀ ପ୍ରଶଂଶକ […]

Continue Reading

ଫ୍ରାନ୍ସରେ AI ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଣଦେଖା କରିନଥିଲେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ୍। ଭାଇରାଲ୍ ଦାବି ମିଥ୍ୟା…

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଏବଂ ଆମେରିକା ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ମୋଦୀ ଫ୍ରାନ୍ସରେ ଅନୁଷ୍ଠିତ AI ଆକ୍ସନ ସମ୍ମିଳନୀରେ ଯୋଗ ଦେଇଥିଲେ। ସେହି କାର୍ଯ୍ୟକ୍ରମର ଏକ ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ଅନେକ ବିଶ୍ୱ ନେତା ଏବଂ ପ୍ରମୁଖ ବ୍ୟକ୍ତିତ୍ୱଙ୍କ ସହ ହାତ ମିଳାଉଥିବାର ଦେଖାଯାଇଛି।  ଏହି କ୍ଲିପ୍ ସେୟାର କରୁଥିବା ୟୁଜର୍ସମାନେ ଦାବି କରୁଛନ୍ତି ଯେ ମାକ୍ରନ୍ ବିଶ୍ୱ […]

Continue Reading

ନା…. ଖଣ୍ଡା ଚାଳନା କୌଶଳ ଦେଖାଉଥିବା ମହିଳା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ନୁହଁନ୍ତି। ଭାଇରାଲ ଦାବି ମିଥ୍ୟା।

୨୦ ଫେବୃଆରୀ ୨୦୨୫ ରେ ରେଖା ଗୁପ୍ତା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ପ୍ରସଙ୍ଗରେ, ଜଣେ ମହିଳାଙ୍କ ଖଣ୍ଡା ଚାଳନା କୌଶଳ ପ୍ରଦର୍ଶନ କରିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏବଂ ଏହାକୁ ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଭିଡିଓ ବୋଲି ଦାବି କରାଯାଇଛି। ଫେସବୁକରେ ଭିଡିଓଟି ସେୟାର କରି ଜଣେ ବ୍ୟବହାରକାରୀ ଲେଖିଛନ୍ତି, “ଭିଡିଓ ପୁରୁଣା ହୋଇପରେ କିନ୍ତୁ, ଆଜି ଦିଲ୍ଲୀ CM। ସର୍ବଗୁଣ ସମ୍ପର୍ଣ୍ଣ। ଭାରତୀୟ […]

Continue Reading

ଅନ୍ୟ ଏକ ମହିଳାଙ୍କ ନାଚୁଥିବା ଭିଡିଓକୁ ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ନାମରେ ସେୟାର କରା ଯାଉଛି।

ନିକଟରେ, ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ନାଚୁଥିବାର ଏକ ଭିଡିଓ ଭାଇରାଲ ହେଉଛି। ଦାବି କରାଯାଉଛି ଯେ ଏହି ଭିଡିଓଟି ଦିଲ୍ଲୀର ନୂତନ ମହିଳା ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କର।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଏହି ଦାବିକୁ ମିଥ୍ୟା ବୋଲି ପାଇଲା, କାରଣ ଭିଡିଓରେ ନାଚିଥିବା ମହିଳା ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ନୁହେଁ ବରଂ ମୀରା ନାମକ ଅନ୍ୟ ଜଣେ ମହିଳା। ଏହି ଭିଡିଓଟି ରେଖା ଗୁପ୍ତା ସହିତ କୌଣସି ସମ୍ପର୍କ ନାହିଁ। ଲୋକଙ୍କୁ ଭ୍ରମିତ […]

Continue Reading

ନିଶା ଅବସ୍ଥାରେ ଗୋଟିଏ କାର ଟ୍ରାଫିକ୍ ପୋଲିସ କୁ ରାସ୍ତାରେ ଟାଣି ନେଉଥିବା ଘଟଣା ରାଜସ୍ଥାନର ନୁହେଁ ହରିୟାଣାର ଅଟେ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ତୀବ୍ର ଗତିରେ ଯାଉଥିବା କାର୍ କୁ ଅଟକାଇବା ପାଇଁ ଚେଷ୍ଟା କରୁଥିବା ଟ୍ରଫିକ୍ ପୋଲିସ କୁ ତାହା ଟାଣି ନେଉଛି।  କିଛି ଦୂର ଗଲା ପରେ ସେହି କାର୍ ରାସ୍ତା କଡ଼ରେ ଥିବା ଫୁଟପାଥ୍ ରେ ଧକ୍କା ମଧ୍ୟ ହେଉଛି। ତାହା ପରେ କିଛି ଲୋକଙ୍କ ସାହାଯ୍ୟ ରେ ପୋଲିସ ଉଭୟ ଡ୍ରାଇଭର କୁ ନେଇ ଥାନା ନେଉଛି। ଦାବି କରା ଯାଉଛି ଯେ […]

Continue Reading

ପୁରୀର ଶଙ୍କରାଚାର୍ଯ୍ଯ ସ୍ୱାମୀ ନିଶ୍ଚଳାନନ୍ଦଙ୍କର ଏକ ପୁରୁଣା ଫୋଟୋକୁ ବିଭ୍ରାନ୍ତକାରୀ ଦାବି ସହିତ ସେୟାର କରା ଯାଉଛି।

ପୁରୀର ଶଙ୍କରାଚାର୍ଯ୍ଯ ସ୍ୱାମୀ ନିଶ୍ଚଳାନନ୍ଦଙ୍କର ଏକ ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫୋଟୋରେ ସେ ଏକ ରେଳ ଷ୍ଟେସନ୍ ରେ ଅପେକ୍ଷା କରୁଥିବା ନଜର ଆସିଛନ୍ତି। ଦାବି କରା ଯାଉଛି ଯେ ତାଙ୍କର ଏହି ଫୋଟୋ ପ୍ରୟାଗରାଜ ଷ୍ଟେସନରେ ନିଆ ଯାଇଛି। ଏହା ମଧ୍ୟ ଦାବି କରା ଯାଇଛି ଯେ ସେ ଆମେରିକୀୟ ମହାକାଶ ଏଜେନ୍ସି ନାସା ର ପରାମର୍ଶଦାତା କମିଟି ରେ ମଧ୍ୟ ରହିଛନ୍ତି ଏବଂ ନାସା ତାଙ୍କ ଠାରୁ […]

Continue Reading

ଜଣେ ଦଳିତ ମହିଳାଙ୍କ ଦୁଷ୍କର୍ମ ଏବଂ ହତ୍ୟା ପରେ ସମାଜବାଦୀ ପାର୍ଟି ନେତା କାନ୍ଦୁଥିବା ଭିଡିଓକୁ ବିଭ୍ରାନ୍ତକାରୀ ଦାବି ସହିତ ସେୟାର କରା ଯାଉଛି।

ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସମାଜବାଦୀ ପାର୍ଟିର ଜଣେ ବରିଷ୍ଠ ନେତାଙ୍କ କାନ୍ଦୁଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ତାଙ୍କ ପାର୍ଟି ଉତ୍ତରପ୍ରଦେଶର ମିଲ୍କିପୁର ନିର୍ବାଚନ ହାରିବା ପଓୟାରେ ସେଠିକାର ଜଣେ ସମାଜବାଦୀ ପାର୍ଟି ନେତା ଦୁଖ ସହି ନ ପାରି ବିକଳ ଭାବରେ କାନ୍ଦୁଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ସେ ନିର୍ବାଚନ ହାରିବା ପରେ ଏପରି କାନ୍ଦୁ ନାହାଁନ୍ତି। ଜଣେ […]

Continue Reading

ଏହା ଆମେରିକା ଦ୍ୱାରା ଭାରତକୁ ନିର୍ବାସିତ କରା ଯାଉଥିବା ଅବୈଧ ପ୍ରବାସୀମାନଙ୍କର ଫୋଟୋ ନୁହେଁ।

ଆମେରିକା ଅବୈଧ ପ୍ରବାସୀ ମାନଙ୍କୁ ନିର୍ବାସିତ କରି ତାଙ୍କୁ ନିଜ ଦେଶ ଫେରାଇ ଦେଇଥିବା ପରେ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଭାଇରାଲ ହେଉଛି। ଏହା ମଧ୍ୟରେ ଆମେରିକା ଭାରତ ପ୍ରବାସୀ ମାନଙ୍କୁ ମଧ୍ୟ ନିର୍ବାସିତ କରି ଥିବା ଖବର ସାମନାକୁ ଆସୁଛି। ପୋଷ୍ଟ ଗୁଡ଼ିକରେ ୟୁଜର ମାନେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଟ୍ରମ୍ପଙ୍କ ବନ୍ଧୁତା ଉପରେ ଅଭିଯୋଗ ଆଣି ପ୍ରଶ୍ନ କରୁଛନ୍ତି ଯେ ଭାରତ ପ୍ରବାସୀଙ୍କୁ ହାତକଡ଼ି ବାନ୍ଧି ନିର୍ବାସିତ କରିବା କ’ଣ ଠିକ୍? ପୋଷ୍ଟରେ […]

Continue Reading

ଏହି ଫୋଟୋରେ ହାତକଡି ପିନ୍ଧା ଲୋକଙ୍କ ଆମେରିକା ଦ୍ୱାରା ଭାରତ ପଠାଯାଉଥିବା ବେଆଇନ ପ୍ରବାସୀ ନୁହଁନ୍ତି।

ଆମେରିକାର ରାଷ୍ଟ୍ରପତି ଭାବରେ ଡୋନାଲ୍ଡ ଟ୍ରମ୍ପଙ୍କ ପୁନଃନିର୍ବାଚନ ପରେ, ଅନଧିକୃତ ପ୍ରବେଶକୁ କେନ୍ଦ୍ର କରି ୨୦୫ ଜଣ ଭାରତୀୟ ପ୍ରବାସୀଙ୍କୁ ଭାରତକୁ ପଠାଇ ଦିଆଯାଇଛି। ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯାହାକୁ ଆମେରିକା ଦ୍ୱାରା ଭାରତକୁ ପଠାଯାଉଥିବା ଅବୈଧ ପ୍ରବାସୀମାନଙ୍କର ଏକ ଫୋଟୋ ବୋଲି କୁହାଯାଉଛି। ଭାଇରାଲ ଫୋଟୋରେ ଅନେକ ଲୋକଙ୍କୁ ହାତକଡି ବାନ୍ଧି ଏକ ଲଢ଼ୁଆ ବିମାନ ଭିତରେ ବସିଥିବା ଦେଖାଯାଉଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ […]

Continue Reading

କ’ଣ ଏହି ଫୋଟୋରେ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବସିବା ପାଇଁ ସ୍ଥାନ ନଦେଇ ତାଙ୍କ ଅପମାନିତ କରିଛନ୍ତି? ଜାଣନ୍ତୁ ସତ୍ୟତା

ନିକଟରେ ସୋନିଆ ଗାନ୍ଧୀ ଗଣମାଧ୍ୟମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବିଚରା (Poor Lady) ବୋଲି କହିଲା ପରେ ଏହା ଏକ ବିବାଦ ସୃଷ୍ଟି କରିଛି। ରାଷ୍ଟ୍ରପତିଙ୍କୁ ବିଚରା କହି ତାଙ୍କୁ ଅପମାନିତ କରିଛନ୍ତି ସୋନିଆ ଗାନ୍ଧୀ ବୋଲି ଅନେକ ଲୋକ ଅଭିଯୋଗ ଆଣିଛନ୍ତି। ଏହି ପ୍ରସଙ୍ଗରେ ଗୋଟିଏ ପୁରୁଣା ଫୋଟୋ ପୁଣି ଥରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଛିଡ଼ା ହୋଥିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଏଲ୍.କେ ଆଡଭାନୀ ବସିଥିବା […]

Continue Reading

ଏଡିଟେଡ୍ ଭିଡିଓକୁ ପ୍ରୟାଗରାଜରେ ବିମାନ ଅବତରଣ ସମୟରେ କରାଯାଇଥିବା ଘୋଷଣା ଦାବି ସହିତ ସେୟାର କରା ଯାଉଛି।

ମହାକୁମ୍ଭ ମେଳା ୨୦୨୫ ଆନୁଷ୍ଠାନିକ ଭାବରେ ୧୩ ଜାନୁଆରୀ ୨୦୨୫ ରେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଥିଲା। ଏହା ୨୬ ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ ଚାଲିବ। ଏହି ମେଳା ପ୍ରତି ୧୨ ବର୍ଷରେ ଥରେ ଅନୁଷ୍ଠିତ ହୁଏ ଏବଂ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀ, ସନ୍ଥ ଏବଂ ପର୍ଯ୍ୟଟକଙ୍କୁ ଆକର୍ଷିତ କରେ। ପ୍ରୟାଗରାଜ ମହାକୁମ୍ଭର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହା ମଧ୍ୟରେ, ଜଣେ ଅନ୍ତର୍ଜାତୀୟ ପାଇଲଟ୍ ମହାକୁମ୍ଭ ବିଷୟରେ ଉଡ଼ାଣ ମଧ୍ୟରେ ଘୋଷଣା କରୁଥିବାର […]

Continue Reading

ଆମେରିକା ଅବୈଧ କଲମ୍ବିଆ ପ୍ରବାସୀଙ୍କୁ ନିର୍ବାସିତ କରୁଥିବା ଫୋଟୋକୁ ଭାରତୀୟ ପ୍ରବାସୀଙ୍କ ସହିତ ହେଉଥିବା ଅତ୍ୟାଚାର ଦାବି ସହିତ ସେୟାର କରା ଯାଉଛି।

ଆମେରିକାର ରାଷ୍ଟ୍ରପତି ଭାବରେ ଡୋନାଲ୍ଡ ଟ୍ରମ୍ପଙ୍କ ପୁନଃନିର୍ବାଚନ ପରେ, ଅନଧିକୃତ ପ୍ରବେଶକୁ କେନ୍ଦ୍ର କରି ୨୦୫ ଜଣ ଭାରତୀୟ ପ୍ରବାସୀଙ୍କୁ ଭାରତକୁ ପଠାଇ ଦିଆଯାଇଥିଲା। ଏହି ପ୍ରସଙ୍ଗରେ, ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯାହାକୁ ଆମେରିକା ଦ୍ୱାରା ଭାରତକୁ ପଠାଯାଉଥିବା ଅବୈଧ ପ୍ରବାସୀମାନଙ୍କର ଏକ ଫୋଟୋ ବୋଲି କୁହାଯାଉଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭିଡିଓଟି ଆମେରିକାରୁ କଲମ୍ବିଆନ୍ ପ୍ରବାସୀଙ୍କୁ ନିର୍ବାସିତ କରାଯାଉଥିବାର ଦୃଶ୍ୟ ଅଟେ। ଫୋଟୋରେ ଥିବା […]

Continue Reading

ଏହି ଫୋଟୋ ରେ ଜବାହାରଲାଲ ନେହରୁ ମହାକୁମ୍ଭ ମେଳାରେ ପବିତ୍ର ସ୍ନାନ କରୁଥିବା ଦାବି ମିଥ୍ୟା ଅଟେ। 

ନିକଟରେ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ମହାକୁମ୍ଭ ମେଳା “ପବିତ୍ର ସ୍ନାନ” ଉପରେ ମନ୍ତବ୍ୟ ବିବାଦ ସୃଷ୍ଟି କରିଥିଲା। ଏହି ପ୍ରସଙ୍ଗରେ, ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଏକ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଚିତ୍ରଟିରେ ଜବାହରଲାଲ ନେହେରୁଙ୍କୁ ଏକ ନଦୀର ଆଣ୍ଠୁ ଗଭୀର ପାଣିରେ ଠିଆ ହୋଇଥିବାର ଦେଖାଯାଇଛି।  ଦାବି କରା ଯାଉଛି ଯେ ଏହି ଫୋଟୋ ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୂ ମହାକୁମ୍ଭ ମେଳା ସମୟରେ ପବିତ୍ର ସ୍ନାନ ନେଉଛନ୍ତି। […]

Continue Reading

ରାହୁଲ ଗାନ୍ଧୀ କ’ଣ ସତରେ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଅପମାନିତ କରିଛନ୍ତି? ଜାଣନ୍ତୁ ସତ୍ୟତା

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ଏବଂ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କ ଚୌକି ଟାଣୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ଏହି ଦାବି ସହିତ ସେୟାର କରାଯାଉଛି ଯେ, “କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଅପମାନିତ କରିଛନ୍ତି।” କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ମୂଳ ଭିଡିଓର ଏକ […]

Continue Reading

ଉତ୍ତରାଖଣ୍ଡର ଦେବିଧୁରମନ୍ଦିରର ରୀତିନୀତି ର ପୁରୁଣା ଭିଡିଓକୁ ମହାକୁମ୍ଭରେ ସାମ୍ପ୍ରଦାୟିକ ଦଙ୍ଗା ଦାବି ସହିତ ସେୟାର କରା ଯାଉଛି।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କିଛି ଲୋକ ପରସ୍ପର ଉପରେ ପଥର ପିଙ୍ଗୁଥିବା ନଜର ଆସିଛନ୍ତି। ଅନେକ ଗେରୁଆ ବସ୍ତ୍ର, ଧଳା ପୋଷାକ ଏବଂ ଆଖ-ପାଖରେ ଥିବା କୋଠା ଗୁଡ଼ିକ ଦେଖିବା ପରେ ଏପରି ବ୍ଯତୀତ ହେଉଛି ଯେ ଏହା କୌଣସି ଧର୍ମଶାଳର ଘଟଣା।  ଦାବି କରା ଯାଉଛି ଯେ ଏହି ଭିଡିଓ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭ ମେଳାର ଘଟଣା ଅଟେ। ଭିଡିଓ ସେୟାର କରି ଏପରି କୁହା ଯାଉଛି […]

Continue Reading

କ’ଣ ନିତୀଶ କୁମାର ବିଜେପି ସହିତ ମେଣ୍ଟ ଭାଙ୍ଗିବା ବିଷୟରେ କହୁଛନ୍ତି? ଜାଣନ୍ତୁ ସତ୍ୟତା।

ବର୍ତ୍ତମାନ ସୋସିଆଲ ମିଡିଆରେ ନିତୀଶ କୁମାରଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଦେଖିବାକୁ ମିଳିଛି ଯେ କିଛି ଲୋକଙ୍କ ମଧ୍ୟ ରେ ଚିଡ଼ା ହୋଇ ସେ କହୁଛନ୍ତି ଯେ ତାଙ୍କୁ ମୃତ୍ୟୁ ସ୍ଵୀକାର ଅଛି କିନ୍ତୁ ବିଜେପି ସାଙ୍ଗରେ ମେଣ୍ଟ କରିବା ସ୍ଵୀକାର ନାହିଁ। ଦାବି କରା ଯାଉଛି ଯେ ନିତୀଶ କୁମାର ନିକଟରେ ଏହି ବିବୃତ୍ତି ଦେଇଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ଏହା ୨୦୨୩ ର […]

Continue Reading

କ’ଣ ଏହି ଭିଡିଓ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସ୍ ରେ ସିଗାରେଟ୍ ପିଉଛନ୍ତି? ଜାଣନ୍ତୁ ସତ୍ୟତା।

ବର୍ତ୍ତମାନ ସୋସିଆଲ ମିଡିଆରେ ନବୀନ ପଟ୍ଟନାୟକଙ୍କର ଏକ ଭିଡିଓ ପୁଣି ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ଗୋଟିଏ ବସ୍ ରେ ଯାତ୍ରା କରୁଥିବା ବେଳେ ସିଗାରେଟ୍ ପିଉଥିବା ନଜର ଆସୁଛନ୍ତି। ଦେଖିବାକୁ ମିଳିଛି ଯେ ରାତ୍ରି ସମୟରେ ଲୋକଙ୍କ ମଧ୍ୟରେ ନବୀନ ପଟ୍ଟନାୟକ ଗୋଟିଏ ବସ୍ ରେ ଯାତ୍ରା କରୁଥିଲେ ଏବଂ ରାସ୍ତାରେ ଲୋକ ମାନେ ବିଜେଡ଼ି ପତାକା ଧରି ଚିଡ଼ା ହୋଇଥିଲେ। ଭିଡିଓ ସେୟାର କରି ଦାବି କରା ଯାଉଛି ଯେ ନବୀନ ପଟ୍ଟନାୟକ […]

Continue Reading

କ’ଣ ନ୍ୟୁୟର୍କ ଟାଇମ୍ସ ନିଜ ଖବରକାଗଜରେ ‘ମୋଦୀ ପୃଥିବୀର ସର୍ବୋତ୍ତମ ଶେଷ ଆଶା’ ବୋଲି ଏକ ସମ୍ବାଦ ପ୍ରକାଶିତ କରିଛି? ଜାଣନ୍ତୁ ସତ୍ୟତା।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମରେ ଆମେରିକାର ଦି ନ୍ୟୁୟର୍କ ଟାଇମ୍ସ ଖବରକାଗଜର ଗୋଟିଏ କ୍ଲିପ୍ ପୁଣି ଥରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଇଛି ଯେ ନ୍ୟୁୟର୍କ ଟାଇମ୍ସ ନିଜ ଖବରକାଗଜରେ ‘ମୋଦୀ ପୃଥିବୀର ସର୍ବୋତ୍ତମ ଶେଷ ଆଶା’ ବୋଲି ଏକ ସମ୍ବାଦ ପ୍ରକାଶିତ କରିଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ନ୍ୟୁୟର୍କ ଟାଇମ୍ସ ଖବରକାଗଜକୁ ଏଡିଟ୍ କରି ମିଥ୍ୟା ପ୍ରଚାର କରା ଯାଉଛି। କ’ଣ ଦାବି କରା […]

Continue Reading

ୟୁକ୍ରେନ୍ ର ଏକ ପୁରୁଣା ଭିଡିଓକୁ ଆମେରିକାରେ ଅଗ୍ନିକାଣ୍ଡ ପରେ ଲୋକେ ରାସ୍ତାକୁ ଆସିଥିବା ଦାବି ସହିତ ସେୟାର କରା ଯାଉଛି। 

ଆମେରିକାର ଲସ୍ ଆଞ୍ଜେଲସ୍‌ରେ ଅଗ୍ନିକାଣ୍ଡ ପରେ ଭିଡିଓଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ସମୟରେ, ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ରାସ୍ତାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଦାବି କରା ଯାଉଛି ଯେ ଅଗ୍ନିକାଣ୍ଡ ପରେ ଲୋକଙ୍କ ଘର ଜଳି ଯାଇଥିବାରୁ ତାଙ୍କ ପାଖରେ ରହିବା ପାଇଁ ଘର ନାହିଁ। ସେଥିପାଇଁ ଅନେକ ଲୋକ ରାସ୍ତାରେ ଦେଖିବାକୁ ମିଳିଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ କୁହା […]

Continue Reading

ଜଣେ ବ୍ୟକ୍ତି ୨ ମିନିଟରୁ ଅଧିକ ସମୟ ଧରି ଶଙ୍ଖ ବଜାଉଥିବାର ପୁରୁଣା ଭିଡିଓ କୁ ପ୍ରୟାଗରାଜର ମହାକୁମ୍ଭ ମେଳା ଭିଡିଓ ଦାବି ସହିତ ଭାଇରାଲ କରା ଯାଉଛି। 

ମହାକୁମ୍ ମେଲା ୧୩ ଜାନୁୟାରୀ ୨୦୨୫ ରେ ଆରମ୍ଭ ହୋଇଥିଲା ଏବଂ ୨୬ ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ ଜାରି ରହିବ ଏବଂ ଏହା ଉତ୍ତରପ୍ରଦେଶର ପ୍ରୟାଗରାଜ ଠାରେ ଏହା ଅନୁଷ୍ଠିତ ହେଇଛି | ଏହି ମେଲା ପ୍ରତି ୧୨ ବର୍ଷରେ ଅନୁଷ୍ଠିତ ହୁଏ ଏବଂ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀ, ସାଧୁ ଏବଂ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ ଯେଉଁମାନେ ଗଙ୍ଗା, ଯମୁନା, ଏବଂ ସରସ୍ୱତୀ ନଦୀର ପବିତ୍ର ମିଳନସ୍ଥଳରେ ଆନୁଷ୍ଠାନିକ ସ୍ନାନ ଭଳି ଆଧ୍ୟାତ୍ମିକ ଅଭ୍ୟାସରେ ଅଂଶଗ୍ରହଣ କରନ୍ତି। […]

Continue Reading

କ’ଣ ଗାନ୍ଧୀ ପରିବାର ର ପୂର୍ବପୁରୁଷ ମାନେ ମୁସ୍ଲିମ ଥିଲେ? ଜାଣନ୍ତୁ ସତ୍ୟତା।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ପୁଣି ଥରେ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି ଯେଉଁଥିରେ ଗାନ୍ଧୀ ପରିବାର ର ବଂଶାନୁକ୍ରମିକ ବିଷୟରେ କୁହା ଯାଇଅଛି। ଏହି ପୋଷ୍ଟ ଅନୁଯାୟୀ ଗାନ୍ଧୀ ପରିବାର ର ପୂର୍ବପୁରୁଷ ମାନେ ମୁସ୍ଲିମ ଏବଂ ଇଶାଇ ଥିଲେ। ଏଥିରେ ଏହା ମଧ୍ୟ ଉଲ୍ଲେଖ କରା ଯାଇଛି ଯେ ଜବାହାରଲାଲ ନେହେରୁଙ୍କ ଜେଜେବାପାଙ୍କ ନାମ ଗୟାସୁଦ୍ଦିନ ଗାଜି ଥିଲା ଏବଂ ସେ ଜଣେ ମୁସ୍ଲିମ ଥିଲେ। ରାଜୀବ ଗାନ୍ଧୀଙ୍କ ପ୍ରକୃତ ନାମ ରାଜୀବ […]

Continue Reading

+୧୪୦ ନମ୍ବରରୁ କଲ୍ ଆସି ବ୍ୟାଙ୍କ ଆକାଉଣ୍ଟ ଲୁଟ୍ ସମ୍ପର୍କରେ ଗୁଜବ ପୁଣି ଭାଇରାଲ ହେବାରେ ଲାଗିଛି। 

୧୪୦ ନମ୍ବରରୁ ଆରମ୍ଭ ହେଉଥିବା କଲ୍ ଗ୍ରହଣ ନକରିବାକୁ ପୋଲିସ ଲୋକଙ୍କୁ ସତର୍କ କରୁଥିବାର ଭିଡିଓ ପୁଣି ଭାଇରାଲ ହେଉଛି। ଦାବି କରାଯାଉଛି ଯେ ଏପରି କଲ୍ ଗ୍ରହଣ କଲେ ଆପଣଙ୍କ ବ୍ୟାଙ୍କ ବାଲାନ୍ସ ଲୁଟ ହୋଇପାରେ ଏବଂ ଆପଣଙ୍କ ମୋବାଇଲ୍ ଫୋନ୍ ହ୍ୟାକ୍ ହୋଇପାରେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ‘୧୪୦’ ନମ୍ବରରୁ କଲ୍ ଗ୍ରହଣ କଲେ ବ୍ୟାଙ୍କ ବାଲାନ୍ସ ଖାଲି ହୋଇପାରିବ ନାହିଁ। କ’ଣ ଦାବି କରା ଯାଇଛି […]

Continue Reading

ଜଣେ ସାଧୁଙ୍କର ଅଗ୍ନି ଉପରେ ବିଶ୍ରାମ କରୁଥିବା ପୁରୁଣା ଭିଡିଓକୁ ବିବିସି ନ୍ୟୁଜ୍ ଏବଂ ଚଳିତ ବର୍ଷ କୁମ୍ଭମେଳା ସହିତ ଯୋଡ଼ି ମିଥ୍ୟା ପ୍ରଚାର କରା ଯାଉଛି। 

ମହାକୁମ୍ଭ ମେଳା ୨୦୨୫ ଆନୁଷ୍ଠାନିକ ଭାବରେ ୧୩ ଜାନୁଆରୀ ୨୦୨୫ ରେ ଆରମ୍ଭ ହୋଇଥିଲା ଏବଂ ଏହା ୨୬ ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ ଚାଲିବ। ଏହି ମେଳା ପ୍ରତି ୧୨ ବର୍ଷରେ ଥରେ ଅନୁଷ୍ଠିତ ହୁଏ ଏବଂ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀ, ସନ୍ଥ ଏବଂ ପର୍ଯ୍ୟଟକଙ୍କୁ ଆକର୍ଷିତ କରେ ଯେଉଁମାନେ ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନଦୀର ପବିତ୍ର ସଙ୍ଗମରେ ସ୍ନାନ ଭଳି ଆଧ୍ୟାତ୍ମିକ ଅଭ୍ୟାସରେ ଅଂଶଗ୍ରହଣ କରନ୍ତି। ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ […]

Continue Reading

ଆଦିତ୍ୟ ଠାକରେଙ୍କ କାଫେ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ପରେ ଅସମ୍ପର୍କିତ ଭିଡିଓ ଭାଇରାଲ ହୋଇଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ଗୁପ୍ତ ସ୍ଥାନରୁ କିଛି ମହିଳା ମାନେ ବାହାରିକି ଆସୁଥିବା ବେଳେ ସେଠାରେ ଥିବା ଲୋକମାନେ ଭିଡିଓ ନେଊଁଛନ୍ତି। ଦାବି କରା ଯାଉଛି ଯେ ମୁମ୍ବାଇର ଅନ୍ଧେରି ଅଞ୍ଚଲରେ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କର କାଫେରେ ପୋଲିସ ଚଢାଉ କରିଥିବା ରୁ ସେଠାରେ ଏପରି ଅବୈଧ କାମ ଚାଲୁଥିବା ଜଣା ପଡ଼ିଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଭିଡିଓର […]

Continue Reading

YSR ଜଗନ ସରକାରଙ୍କ ସମୟରେ ତିରୁମାଲା ତିରୁପତି ଦେବସ୍ଥାନମରେ ଜନସମ୍ପର୍କ ଅଧିକାରୀ ଥିବା ଶ୍ରୀମତୀ ନିଷ୍କା ବେଗମଙ୍କ ଘରେ ED ର ଚଢାଉ ହେଇଥିବା ଦାବି ମିଥ୍ୟା ଅଟେ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଏକ ବଡ଼ ଟେବୁଲ ଉପରେ ସୁନା ଅଳଙ୍କାର ରଖାଯାଇଥିବାର ଦେଖିବାକୁ ମିଳୁଛି। ଦାବି କରା ଯାଉଛି ଯେ YSR ଜଗନ ସରକାରଙ୍କ ସମୟରେ ତିରୁମାଲା ତିରୁପତି ଦେବସ୍ଥାନମରେ ଜନସମ୍ପର୍କ ଅଧିକାରୀ ଥିବା ଶ୍ରୀମତୀ ନିଷ୍କା ବେଗମଙ୍କ ଘରେ ED ର ଚଢାଉ ହେଇଥିବା ପରେ ସେଠାରୁ ବଡ଼ ପରିମାଣର ସୁନା ଅଳଙ୍କାର ମିଳିଲା।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି […]

Continue Reading

ଡକ୍ଟର ମନମୋହନ ସିଂଙ୍କ ଶେଷ ଯାତ୍ରାରେ କଂଗ୍ରେସ ନେତାମାନେ ଯୋଗ ଦେଇ ନଥିଲେ। ଭାଇରାଲ୍ ଦାବି ମିଥ୍ୟା

ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ମୃତ୍ୟୁ ୨୬ ଡିସେମ୍ବର ୨୦୨୪ ରେ ହୋଇଥିଲା ଏବଂ ୨୮ ଡିସେମ୍ବରରେ ଦିଲ୍ଲୀର ନିଗମବୋଧ ଘାଟରେ ରାଷ୍ଟ୍ର ସମ୍ମାନ ସହିତ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଏହି ସମୟରେ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦାବି କରାଯାଉଛି ଯେ ଡକ୍ଟର ମନମୋହନ ସିଂଙ୍କ ଶେଷ ଯାତ୍ରାରେ କୌଣସି କଂଗ୍ରେସ ନେତା ଯୋଗ ଦେଇ ନଥିଲେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ୍ଡାବୀକୁ ମିଥ୍ୟା ବୋଲି ପାଇଲା। ରାହୁଲ […]

Continue Reading

କୁୱେତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ହାଲା ମୋଦି’ କାର୍ଯ୍ୟକ୍ରମରେ ଖାଲି ଚେୟାର ଥିବା ଭାଇରାଲ ଦାବି ମିଥ୍ୟା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଏବଂ ୨୨ ଡିସେମ୍ବର ରେ କୁୱେତ ଗସ୍ତ କରିଥିଲେ। ୪୩ ବର୍ଷର ବ୍ୟବଧାନ ପରେ କୁୱେତ ଗସ୍ତରେ ସେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ହୋଇଛନ୍ତି। କୁୱେତର ମହାମହିମ ଶେଖ ମେଶାଲ ଅଲ-ଅହମଦ ଅଲ-ଜାବର ଅଲ-ସବାହଙ୍କ ନିମନ୍ତ୍ରଣରେ, ପ୍ରଧାନମନ୍ତ୍ରୀ ମୋଦି ସେଠାକୁ ସରକାରୀ ଗସ୍ତ କରିଥିଲେ।  ଏହି ପ୍ରସଙ୍ଗରେ, ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦାବି କରାଯାଇଛି ଯେ କୁୱେତରେ ମୋଦିଙ୍କ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କୌଣସି […]

Continue Reading

ମନାଲୀର ଏକ ପୁରୁଣା ଟ୍ରାଫିକ୍ ଜାମ୍ ର ଫୋଟୋକୁ ବିନା ସଠିକ୍ ପ୍ରସଙ୍ଗ ସହିତ ସେୟାର କରା ଯାଉଛି।

ଡିସେମ୍ବର ଶେଷ ସପ୍ତାହରେ ଅନେକ ଲୋକ ଛୁଟି ପାଳିବା ପାଇଁ ନିଜ ସାଙ୍ଗ ଏବଂ ସହପରିବାର ଲୋକଙ୍କ ସହିତ ବୁଲିବାକୁ ଯାଇଥାନ୍ତି। ଏହି ସମୟର୍ରେ ସୋସିଆଲ ମିଡିଆରେ ଏକ ପାହାଡ଼ି ଘାଟି ରାସ୍ତାରେ ଟ୍ରାଫିକ୍ ଜାମ୍ ହୋଇଥିବାର ଫୋଟୋ ଭାଇରାଲ ହେବାରେ ଲାଗିଛି। ଏହି ଫୋଟୋଏପରି ସେୟାର କରା ଯାଉଛ ଯେ ଏହା ସମ୍ପ୍ରତ୍ତି ସମୟର ଫୋଟୋ ଅଟେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଫୋଟୋ ପୁରୁଣା ଅଟେ ଯାହାକୁ ବିନା ସଠିକ୍ […]

Continue Reading

ଅରବିନ୍ଦ କେଜ୍ରିୱାଲର ଏଡିଟ୍ଡ ଫଟୋ ବ୍ୟାନର ତିହାର ଜେଲ୍ ନିକଟରେ ଲଗା ଯାଇଛି…. ଭାଇରାଲ ଦାବି ମିଥ୍ୟା

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଦିଲ୍ଲୀର ପ୍ରସିଦ୍ଧ ତିହାର ଜେଲ୍ ନିକଟରେ ଅରବିନ୍ଦ କେଜ୍ରିୱାଲଙ୍କର ଏକ ବ୍ୟାନର ଲାଗିଥିବା ନଜର ଆସିଛି। ବ୍ୟାନର ରେ ଲେଖା ଯାଇଛି ‘କେଜ୍ରିୱାଲ ଆସିବେ’ କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦେବାକୁ ମିଥ୍ୟା ବୋଲି ପାଇଲା। ଅରବିନ୍ଦ କେଜ୍ରିୱାଲର ଏଡିଟ୍ଡ ଫଟୋ ବ୍ୟାନର ତିହାର ଜେଲ୍ ନିକଟରେ ଲଗା ଯାଇଛି।  କ’ଣ ଦାବିକରା ଯାଇଛି ପୋଷ୍ଟରେ?  ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର […]

Continue Reading

କ’ଣ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ଲୋକସଭା ବାଚସ୍ପତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାମନାରେ ହାତ ଯୋଡି ଛିଡା ହୋଇଛନ୍ତି? ଜାଣନ୍ତୁ ସତ୍ୟତା।

ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରଧାନ ମନ୍ତ୍ରୀ ମୋଦୀଙ୍କ ସହିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାସ୍ତ୍ରପତି ଏବଂ ଲୋକସଭା ବାଚସ୍ପତିଙ୍କ ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି। ଫୋଟୋରେ ଦେଖିବାକୁ ମିଳିଛି ଯେ ରାଷ୍ଟ୍ରପତି, ଉପରାସ୍ତ୍ରପତି ଏବଂ ବାଚସ୍ପତି ହାତ ଯୋଡି ଛିଡା ହୋଇଥିବା ସମୟରେ ପ୍ରଦାନମନ୍ତ୍ର ମୋଦୀ ତାକୁ ଦେଖୁଛନ୍ତି।  ଦାବି କରା ଯାଉଛି ଯେ ରାଷ୍ଟ୍ରପତି, ଉପରାସ୍ତ୍ରପତି ଏବଂ ବାଚସ୍ପତି, ମୋଦୀଙ୍କୁ ଜୁହାର ହେଉଥିବା ବେଳେ ପ୍ରଧାନମନ୍ତ୍ରୀ କେବଳ ତାଙ୍କୁ ଦେଖୁଛନ୍ତି ଯାହା ଏକ ପ୍ରକାର […]

Continue Reading

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଙ୍କ ହସ୍ପିଟାଲରେ ଦାଖଲ ହୋଇଥିବା ପୁରୁଣା ଫୋଟୋକୁ ତାଙ୍କ ମୃତ୍ୟୁର କିଛି ସମୟପୂର୍ବର ଘଟଣା ଦାବି ସହିତ ସେୟାର କରା ଯାଉଛି।

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କର ୨୬ ଡିସେମ୍ବର ୨୦୨୪ ରେ ଦେହାନ୍ତ ହୋଇଥିଲା। ଏହା ପରେ, ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଛି ଯେଉଁଥିରେ ସେ ଏକ ହସ୍ପିଟାଲରେ ଦାଖଲ ହୋଇଛନ୍ତି। ଦାବି କରାଯାଊଛି ଯେ ଏହା ଡକ୍ଟର ମନମୋହନ ସିଂଙ୍କ ଶେଷ ଫୋଟୋ। ଫୋଟୋରେ ଡକ୍ଟର ମନମୋହନ ସିଂହଙ୍କୁ ହସ୍ପିଟାଲ ବେଡରେ ଶୋଇଥିବାର ଦେଖାଯାଉଛି ଏବଂ ତାଙ୍କ ପାଖରେ ଜଣେ ଡାକ୍ତର ଠିଆ ହୋଇଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ […]

Continue Reading

ବାଂଲାଦେଶରେ ଜଣେ ହିନ୍ଦୁ ସାଧୁନକର କେଶ କାଟି ତାଙ୍କ ଧର୍ମ ପରିବର୍ତ୍ତନ କରିବା ଦାବି ମିଥ୍ୟା ଅଟେ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ରାସ୍ତା ରେ ଚାଲୁଥିବା ଜଣେ ବ୍ୟକ୍ତିଙ୍କୁ କିଛି ଲୋକ ଘେରା ପକାଇ ହଇରାଣ କରୁଥିବା ଜଣା ପଡ଼ୁଛି। ଦାବି କରା ଯାଉଛି ଯେ ଏହି ଘଟଣା ବାଂଲାଦେଶର ଅଟେ ଯେଉଁଠାରେ ସେଠିକାର ମୁସ୍ଲିମ ମାନେ ଜଣେ ହିନ୍ଦୁ ସାଧୁଙ୍କ କେଶ କାଟି ତାଙ୍କ ଧର୍ମ ପରିବର୍ତ୍ତନ କରୁଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ବାଂଲାଦେଶରେ କିଛି ଯୁବକ ମାନେ ରାସ୍ତାରେ […]

Continue Reading

ଅଭିନେତା ପଙ୍କଜ ତ୍ରିପାଠୀ ବିଜେପି ବିରୋଧରେ ପ୍ରଚାର କରିନାହାଁନ୍ତି, ଭିଡିଓକୁ ଏଡିଟ୍ କରା ଯାଇଛି।

ଦିଲ୍ଲି ବିଧାନସଭା ନିର୍ବାଚନ ପୁର୍ବରୁ ଅଭିନେତା ପଙ୍କଜ ତ୍ରିପାଠିଙ୍କ ଗୋଟିଏ ଭିଡିଓ ସୋସାଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ ବିଜେପି ବିରୁଦ୍ଧରେ ପ୍ରଚାର କରୁଥିବା ନଜର ଆସିଛନ୍ତି। ୩୨ ସେକେଣ୍ଡର ଭିଡିଓରେ ସେ ଲୋକଙ୍କୁ ବିଜିପିକୁ ଭୋଟ୍  ନ ଦେବା ପାଇଁ ଅନୁରୋଧ କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହା ଏଡିଟେଡ୍ ଭିଡିଓ ଅଟେ। ଅସଲି ଭିଡିଓରେ ପଙ୍କଜ ତ୍ରିପାଠି ଅନ୍ଲାଇନ୍ ୟୁପିଆଇ ଜାଲିୟାତି […]

Continue Reading

ବାଂଲାଦେଶରେ ମୁସଲମାନମାନେ ହିନ୍ଦୁଙ୍କ କ୍ଷେତରେ ଲାଗି ଥିବା ଫସଲରେ ପେଟ୍ରୋଲ ଢାଳି ନିଆଁ ଲଗାଇବା ଦାବି ମିଥ୍ୟା ଅଟେ।

କ୍ଷେତରେ ଜଳିଯାଇଥିବା ଫସଲ ଦେଖିବା ପରେ ଜଣେ ବ୍ୟକ୍ତିଙ୍କର କାନ୍ଦିବାର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଉଛି। ଭାଇରାଲ ଭିଡିଓ ସହିତ ଦାବି କରା ଯାଉଛି ଯେ ବାଂଲାଦେଶର ମୁସଲମାନମାନେ ପେଟ୍ରୋଲ ଢାଳି ହିନ୍ଦୁଙ୍କର କ୍ଷେତରେ ବଢିଥିବା ଫସଲକୁ ଜାଳି ଦେଇଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଭିଡିଓରେ ଦେଖା ଯାଉଥିବା ପୀଡ଼ିତ ଚାଷୀ ହିନ୍ଦୁ ନୁହଁନ୍ତି, ସେ ଜଣେ ମୁସ୍ଲିମ ଲୋକ। ଭିଡିଓ ସେୟାର କରି ଜଣେ […]

Continue Reading

ବାଂଲାଦେଶର ଜଣେ ବୃଦ୍ଧ ମୁସ୍ଲିମ ବ୍ୟକ୍ତି ୧୨ ବର୍ଷ ହିନ୍ଦୁ ଝିଅକୁ ବିବାହ କରିଥିବା ଭାଇରାଲ ଭିଡିଓ ଏକ ନାଟକୀୟ ଭିଡିଓ ଅଟେ। 

ପ୍ରାୟ ୭୨ ସେକେଣ୍ଡର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ କହିଛନ୍ତି ଯେ ସେ ୧୨ ବର୍ଷର ଝିଅକୁ ବିବାହ କରିଛନ୍ତି କାରଣ ତାଙ୍କର କୌଣସି ପିତାମାତା କିମ୍ବା କୌଣସି ସମ୍ପର୍କୀୟ ନାହାଁନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ନିଜ ପୁଅ ଏବଂ ବୋହୁ ତାଙ୍କର ଆବଶ୍ୟକତାର ଯତ୍ନ ନେଉନାହାଁନ୍ତି ଏବଂ ସେ ଦାବି କରିଛନ୍ତି ଯେ ତାଙ୍କର ପୂର୍ବ ପତ୍ନୀ ୫ ବର୍ଷ ପୂର୍ବେ ଦେହାନ୍ତ କରିଛନ୍ତି। […]

Continue Reading

ବାପା-ଝିଅର ବିବାହର ନାଟକୀୟ ଭିଡିଓକୁ ଅସଲି ଘଟଣା ଦାବି ସହିତ ସେୟାର କରା ଯାଉଛି।

ଜଣେ ବୟଷ୍କ ଲୋକଙ୍କ ନିକଟରେ ସିନ୍ଦୁର ଏବଂ ଲାଲ ସାଢି ପିନ୍ଧିଥିବା ମହିଳାଙ୍କ ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ରେ ସେ ବୟଷ୍କ ଲୋକ କହୁଛନ୍ତି ଯେ ତାଙ୍କ ନିକଟରେ ଛିଡା଼ ହୋଇଥିବା ମହିଳା ହେଉଛନ୍ତି ତାଙ୍କ ଝିଅ ଏବଂ ସେ ମହିଳା‌ କହୁଛନ୍ତି ଯେ ସେ ତାଙ୍କ ପିତାଙ୍କ ସହିତ ବିବାହ କରିଛନ୍ତି। ହିନ୍ଦୁ ରୀତିନୀତି ଏବଂ ପରମ୍ପରା ଅନୁସାରେ ଏକ ମନ୍ଦିରରେ ବିବାହ ସମ୍ପନ୍ନ ହୋଇଥିଲା। ଉତ୍ସବ ପରେ, […]

Continue Reading

ହାଥରସରେ ଦଳାଚକଟାର ପୁରୁଣା ଘଟଣାକୁ ବାଂଲାଦେଶରେ ହିନ୍ଦୁ ମହିଳାଙ୍କ ଉପରେ ହେଉଥିବା ହିଂସା ଦାବି ସହିତ ସେୟାର କରା ଯାଉଛି।

ବାଂଲାଦେଶରେ ହିନ୍ଦୁ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କ ପ୍ରତି ହେଉଥିବା ହିଂସା ଖବର ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଡାକ୍ତରଖାନାରେ ଅନେକ ମହିଳାଙ୍କ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଛି। ଭାଇରାଲ ପୋଷ୍ଟ ସହିତ ଦାବି କରାଯାଉଛି ଯେ ଏହି ଭାଇରାଲ ଭିଡିଓ ବାଂଲାଦେଶରୁ ଆସିଛି ଯେଉଁଠାରେ ମୁସଲମାନମାନେ ହିନ୍ଦୁ ମହିଳାଙ୍କୁ ଅତି ନିର୍ମମ ଭାବରେ ବଳାତ୍କାର କରିଛନ୍ତି ଏବଂ ପରେ ସେମାନଙ୍କୁ ହତ୍ୟା କରି ତାଙ୍କ ମୃତ ଶରୀର ଫୋପାଡ଼ି ଦେଇଛନ୍ତି। […]

Continue Reading

ପଞ୍ଜାବର ଜଲନ୍ଧରରେ ଗୋରୁ ଉପରେ ଆକ୍ରମଣର ଭିଡିଓକୁ ବାଂଲାଦେଶର ଘଟଣା କହି ମିଥ୍ୟା ସାମ୍ପ୍ରଦାୟିକ ଦାବି ସହିତ ସେୟାର ଯାଉଛି।

ଗତ କିଛି ମାସ ହେବ ପଡୋଶୀ ଦେଶ ବାଂଲାଦେଶରେ ଅଶାନ୍ତି ଦେଖାଦେଇଛି। ହିଂସା ଏବଂ ଅରାଜକତାର ପରିବେଶ ଏପର୍ଯ୍ୟନ୍ତ ଜାରି ରହିଛି। ସାମ୍ପ୍ରତିକ ବିକାଶ ସମୟରେ ବାଂଲାଦେଶରେ ଅନ୍ତର୍ଭୁକ୍ତ ସନାତନ ମୁଖପାତ୍ର ଚିନ୍ମୟ ଦାସଙ୍କୁ ଗିରଫ କରାଯାଇଥିଲା। ଏଥି ସହିତ ସଂଖ୍ୟାଲଘୁ ସମ୍ପ୍ରଦାୟ ବିରୁଦ୍ଧରେ ଶୋଷଣର ବୃଦ୍ଧି ମାମଲା ମଧ୍ୟ ସାମ୍ନାକୁ ଆସୁଛି।  ଏହି ପ୍ରସଙ୍ଗ ମଧ୍ୟରେ, ଏକ ହୃଦୟ ବିଦାରକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଏଥିରେ କିଛି ଲୋକ ଗାଇ କୁ ଅତି ନିର୍ମମ […]

Continue Reading

କ’ଣ ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀ ନିର୍ବାଚନ ସମୟରେ ବାଲଟ୍ ପେପର ବ୍ୟବହାର କରିବା ସମର୍ଥନ କରୁଛନ୍ତି? ଜାଣନ୍ତୁ ସତ୍ୟତା।

ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ କହୁଛନ୍ତି, “ନିର୍ବାଚନ ସମୟରେ ଅଧିକାଂଶ ଶିକ୍ଷିତ ଦେଶ ମଧ୍ୟ ବାଲଟ୍ ପେପରରେ ନାମ ପଢ଼ନ୍ତି ଏବଂ ଭୋଟ ଦିଅନ୍ତି, ଏପରିକି ଆମେରିକାରେ ମଧ୍ୟ।” ଏହି ଭିଡିଓକୁ ଏପରି ସେୟାର କରା ଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ଦିନେ ଇଭିଏମ୍ ବିରୋଧରେ ଥିଲେ କିନ୍ତୁ ଏବେ ନିର୍ବାଚନ ଜିତିବା ପାଇଁ ସେ ଏହି ମେସିନ୍ ବ୍ୟବହାର ଜାରି ରଖିବାକୁ ଚାହୁଁଛନ୍ତି। […]

Continue Reading

ବାଂଲାଦେଶରେ ଦୁଇଟି ମୁସ୍ଲିମ ସମ୍ପ୍ରଦାୟ ଦଳ ମଧ୍ୟରେ ହେଉଥିବା ସଂଘର୍ଷର ଭିଡିଓକୁ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର ଦାବି ସହିତ ସେୟାର କରା ଯାଉଛି।

ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଲୋକଙ୍କର ଏକ ବିଶାଳ ଭିଡ଼ ବାଡ଼ି ଧରି ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା କରୁଛନ୍ତି ଏବଂ ଆକ୍ରମଣ କରିବା ପାଇଁ ମଧ୍ୟ ଯାଉଛନ୍ତି ବୋଲି ଜଣ ପଡ଼ୁଛି। ଦାବି କର ଯାଉଛି ଯେ ଏହା ବାଂଲାଦେଶର ଘଟଣା ଯେଉଁଠାରେ ମୁସ୍ଲିମ ମାନେ ହିନ୍ଦୁଙ୍କ ଉପରେ ଆକ୍ରମଣ କରିବା ପାଇଁ ଯାଉଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ବାଂଲାଦେଶରେ ଦୁଇଟି ମୁସ୍ଲିମ ସମ୍ପ୍ରଦାୟ […]

Continue Reading

ମହାରାଷ୍ଟ୍ରର ବାବ୍ରି ମସଜିଦ ପ୍ରଦର୍ଶନୀ ଭିଡିଓ କୁ ବାଂଲାଦେଶର କହି ମିଥ୍ୟା ଦାବିରେ ଭାଇରାଲ  କରାଯାଉଛି।

ବାଂଲାଦେଶରେ ହିନ୍ଦୁଙ୍କ ବିରୁଦ୍ଧରେ ହେଉଥିବା ଯନ୍ତ୍ରଣା ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ପ୍ରସଙ୍ଗରେ ବର୍ତ୍ତମାନ ଗୋଟିଏ ଭିଡିଓ ଦେଖିବାକୁ ମିଳିଛି ଯେଉଁଥିରେ ରାସ୍ତା ମଝିରେ ସ୍କ୍ରିନରେ ବାବରୀ ମସଜିଦର ଇତିହାସ ପ୍ରଦର୍ଶନ ହେଉଛି।  ଦାବି କରା ଯାଉଛି ଯେ ଏହି ଭିଡିଓ ବାଂଲାଦେଶର ଏକ ସହରରେ ପ୍ରଦର୍ଶନ କରା ଯାଇଛି ଏବଂ ସେଠିକାର ମୁସ୍ଲିମ ମାନଙ୍କୁ ହିନ୍ଦୁ ବାସିନ୍ଦାଙ୍କ ବିରୁଦ୍ଧରେ ଉତ୍ତେଜିତ କରା ଯାଉଛି।  କିନ୍ତୁ ଫ୍ୟାକ୍ଟ […]

Continue Reading

ଦେବେନ୍ଦ୍ର ଫଡନାଭିସ୍ ଏବଂ ଏକନାଥ ସିନ୍ଧେ ବାବୁରି ମସ୍ଜିଦ ଭାଙ୍ଗିଲା ସମୟରେ କରସେବକ ଭାବରେ ଏକାଠି କାମ କରିଥିଲେ କି?

ବିଜେପି ହାରାଷ୍ଟ୍ର ନିର୍ବାଚନ ଜିତିବା ଦେବେନ୍ଦ୍ର ଫଡନାଭିସ୍ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ନିଯୁକ୍ତ ହୋଇ ଶପଥ ଗ୍ରହଣ କରିଛନ୍ତି ଏବଂ ଏକନାଥ ସିନ୍ଧେ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ଏକ ପୁରୁଣା ଫୋଟୋ ସେୟାର କରି ଦାବି କରା ଯାଉଛି ଯେ ଦେବେନ୍ଦ୍ର ଫଡନାଭିସ୍ ଏବଂ ଏକନାଥ ସିନ୍ଧେ ବାବୁରି ମସ୍ଜିଦ ଭାଙ୍ଗିଲା ସମୟରେ କରସେବକ ଭାବରେ ଏକାଠି କାମ କରିଥିଲେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି […]

Continue Reading

ସାଉଦି ଆରବିଆରେ ରାସ୍ତା ଜଳମଗ୍ନ ହେଇଥିବା ଭିଡିଓକୁ ଚେନ୍ନାଇର ବନ୍ୟା ପରିସ୍ଥିତି ଦାବି ସହିତ ସେୟାର କରା ଯାଉଛି। 

ଫେଙ୍ଗାଲ ବାତ୍ୟାର ପ୍ରଭାବ ତାମିଲନାଡୁ, କର୍ଣ୍ଣାଟକ ଏବଂ ପୁଡୁଚେରୀରେ ଦେଖିବାକୁ ମିଳିଥିଲା। ଲଗାତାର ପ୍ରବଳ ବର୍ଷା ସହିତ ବନ୍ୟା ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଛି। ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଜଳମଗ୍ନ ରାସ୍ତାର ଭିଡିଓ ସେୟାର କରି ଦାବି କରା ଯାଉଛି ଯେ ଏହା ଚେନ୍ନାଇର ଦୃଶ୍ୟ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ସାଉଦି ଆରବିଆରେ ରାସ୍ତା ଜଳମଗ୍ନ ହେଇଥିବା ଭିଡିଓକୁ ଚେନ୍ନାଇର ବନ୍ୟା ପରିସ୍ଥିତି ଦାବି ସହିତ ସେୟାର […]

Continue Reading

ଆନ୍ଧ୍ରପ୍ରଦେଶ ସରକାର ରାଜ୍ୟ ୱାକଫ ବୋର୍ଡ ରଦ୍ଦ କରିଛନ୍ତି କି? ଜାଣନ୍ତୁ ସତ୍ୟତା

ଆନ୍ଧ୍ର ସରକାର ୱାକଫ୍ ବୋର୍ଡ ରଦ୍ଦ କରିଥିବା ଦାବି ସହିତ ଅନେକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୋଷ୍ଟ ସେଯାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ଆନ୍ଧ୍ରପ୍ରଦେଶ ସରକାରଙ୍କ ବଡ ନିଷ୍ପତ୍ତି : ୱାକଫ ବୋର୍ଡ ଭାଙ୍ଗିଲେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ” କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ଆନ୍ଧ୍ରପ୍ରଦେଶ ସରକାର ରାଜ୍ୟ ୱାକଫ ବୋର୍ଡକୁ ରଦ୍ଦ କରିନାହାଁନ୍ତି। ବର୍ତ୍ତମାନ ଯେଉଁ ୱାକଫ୍ ବୋର୍ଡ ଅଛି […]

Continue Reading

କ’ଣ ଗୋଟିଏ ସଭାରେ ରାହୁଲ ଗାନ୍ଧୀ ଭଗବାନ ରାମଙ୍କର ପ୍ରତିମୂର୍ତି ନେବା ପାଇଁ ଅସ୍ଵୀକାର କରିଛନ୍ତି? ଜାଣନ୍ତୁ ସତ୍ୟତା। 

ରାହୁଲ ଗାନ୍ଧୀଙ୍କର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ରାହୁଲ ଗାନ୍ଧୀ କିଛି ନେତାଙ୍କ ସହିତ ମଞ୍ଚ ଉପରେ ଚିଡ଼ା ହୋଇଥିବା ସମୟରେ କିଛି ଲୋକେ ତାଙ୍କୁ ଫୁଲମାଳ ଏବଂ ଅନ୍ୟାନ୍ୟ ଉପହାର ଦେଉଛନ୍ତି।  ସେହି ସମୟରେ ସେଠାରେ ଜଣେ ବ୍ୟକ୍ତି ଗୋଟିଏ ଭଗବାନଙ୍କର ପ୍ରତିମୂର୍ତି ଧରି ଛିଡା ହୋଇଛନ୍ତି। ଭାଇରାଲ ଭିଡିଓରେ ଜଣା ପଡୁଛି ଯେ ରାହୁଲ ଗାନ୍ଧୀ ଭଗବାନଙ୍କ ପ୍ରତିମୂର୍ତି ନେବାରେ ଅସ୍ଵୀକାର କରୁଛନ୍ତି ଏବଂ […]

Continue Reading

ପଶ୍ଚିମବଙ୍ଗରେ କାଲୀ ମନ୍ଦିରରେ ବିସର୍ଜନ ପ୍ରସ୍ତୁତିର ଭିଡିଓକୁ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ନିର୍ଯାତନା ଦାବି ସହିତ ସେୟାର କରା ଯାଉଛି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଗୋଟିଏ ମନ୍ଦିରରେ କାଳୀ ମାତାଙ୍କ ମୂର୍ତ୍ତି ନଷ୍ଟ କରା ଯାଉଥିବାର ଦେଖାଯାଇଛି। ଭିଡିଓ ସହିତ ଦାବି କରାଯାଉଛି ଯେ ଏହି ଭିଡିଓ ବାଂଲାଦେଶରୁ ଆସିଛି ଯେଉଁଠାରେ ବାଂଲାଦେଶୀ ମୁସଲମାନମାନେ କାଳୀ ମନ୍ଦିର ଉପରେ ଆକ୍ରମଣ କରିଥିଲେ। ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ପ୍ରସଙ୍ଗରେ ଏହି ଭିଡିଓ ସେୟାର କରାଯାଇଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହି ଭିଡିଓ ପଶ୍ଚିମବଙ୍ଗର ଅଟେ […]

Continue Reading

ପଶ୍ଚିମବଙ୍ଗରେ ଜଣେ ଇସ୍କନ୍ ପୂଜାରୀ ମୁସଲମାନ ମାନଙ୍କୁ ଖାଦ୍ୟ ପରିବେଷଣ କରୁଥିବା ପୁରୁଣା ଫୋଟୋକୁ ସମ୍ପ୍ରତ୍ତି ସମୟରେ ବାଂଲାଦେଶରେ ସାମ୍ପ୍ରଦାୟିକ ମାମଲା ପ୍ରସଙ୍ଗରେ ସେୟାର କରା ଯାଉଛି।

ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀକୁ ନେଇ ଚାଲିଥିବା ଅଶାନ୍ତି ମଧ୍ୟରେ ବାଂଲାଦେଶରେ ଆଉ ଦୁଇଜଣ ହିନ୍ଦୁ ପୁରୋହିତଙ୍କୁ ଗିରଫ କରାଯାଇଛି ବୋଲି ଇସ୍କନ୍ କୋଲକାତା ମୁଖପାତ୍ର ରାଧରମନ୍ ଦାସ ଶନିବାର ଦାବି କରିଛନ୍ତି। ବାଂଲାଦେଶ ଏବଂ ଭାରତରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ପୂର୍ବତନ ଇସ୍କନ୍ ସଦସ୍ୟ ଚିନ୍ମୟ କୃଷ୍ଣ ଦାସଙ୍କ ମୁକ୍ତି ପାଇଁ ଲୋକମାନେ ଆହ୍ଵାନ ଦେଇଛନ୍ତି। ଏହି ପ୍ରସଙ୍ଗରେ ଜଣେ ଇସ୍କନ୍ ପୁରୋହିତ କିଛି ମୁସ୍ଲିମ ବ୍ୟକ୍ତିଙ୍କୁ ଖାଦ୍ୟ ପରିବେଷଣ କରୁଥିବା ଫୋଟୋ […]

Continue Reading

ବାଂଲାଦେଶର ତିନୋଟି ଭିନ୍ନ କଲେଜର ଛାତ୍ରମାନଙ୍କ ମଧ୍ୟରେ ସଂଘର୍ଷକୁ ବିଭ୍ରାନ୍ତିକର ସାମ୍ପ୍ରଦାୟିକ ଦାବି ସହିତ ସେୟାର କରା ଯାଉଛି।

ବର୍ତ୍ତମାନ କିଛି ଲୋକଙ୍କ ମଧ୍ୟରେ ସଂଘର୍ଷର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହା ବାଂଲାଦେଶର ଘଟଣା ଅଟେ ଯେଉଁଠାରେ ହିନ୍ଦୁ ମାନଙ୍କ ଉପରେ ଏପରି ନିର୍ଯାତନା ହେଉଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ବାଂଲାଦେଶର ତିନୋଟି ଭିନ୍ନ କଲେଜର ଛାତ୍ରମାନଙ୍କ ମଧ୍ୟରେ ସଂଘର୍ଷକୁ ବିଭ୍ରାନ୍ତିକର ସାମ୍ପ୍ରଦାୟିକ ଦାବି ସହିତ ସେୟାର କରା ଯାଉଛି। କ’ଣ ଦାବି କରା ଯାଇଛି ପୋଷ୍ଟରେ?  ଭିଡିଓ […]

Continue Reading

ଦିଲ୍ଲୀରେ ଟ୍ରାଫିକ ପୋଲିସ ଉପରେ ଆକ୍ରମଣର ପୁରୁଣା ଭିଡିଓକୁ ମୁମ୍ବାଇର ଘଟଣା ଦାବି ସହିତ ସେୟାର କରା ଯାଉଛି।

ରାସ୍ତାରେ ପୋଲିସ୍ କର୍ମଚାରୀଙ୍କୁ ଅତି ନିର୍ମମ ଭାବରେ ଆକ୍ରମଣ କରୁଥିବା ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସ୍କଲ୍ କ୍ୟାପ୍ ପିନ୍ଧିଥିବା କିଛି ଲୋକ ଟ୍ରାଫିକ ପୋଲିସ ଉପରେ ଆକ୍ରମଣ କରୁଥିବା ଦେଖାଯାଇଛି। ଦାବି କରା ଯାଇଛି ଯେ ମୁମ୍ବାଇରେ ଟ୍ରାଫିକ୍ ପୋଲିସ ମୁସ୍ଲିମଙ୍କ ବିରୁଦ୍ଧରେ ଚାଲାଣ କରିଥିବା ହେତୁ ଏହି ଘଟଣା ଘଟିଥିଲା।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ଦିଲ୍ଲୀରେ ଟ୍ରାଫିକ ପୋଲିସ ଉପରେ […]

Continue Reading

ଲୋକସଭା ବାଚସ୍ପତ୍ତି ଓମ ବିର୍ଲାଙ୍କ ଝିଅ ଅଞ୍ଜଲି ବିର୍ଲା ଜଣେ ମୁସ୍ଲିମଙ୍କୁ ବିବାହ କରିଥିବା ମିଥ୍ୟା ଦାବି ସୋସିଆଲ ମିଡିଆରେ ଭାଇରାଲ। 

୧୨ ନଭେମ୍ବର ରେ ଲୋକସଭା ବାଚସ୍ପତ୍ତି ଓମ ବିର୍ଲାଙ୍କ ଝିଅ ଅଞ୍ଜଲି ବିର୍ଲାଙ୍କର ବିବାହ ହୋଇଥିଲା। ଏହି ବିବାହ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି ଯେ ଅଞ୍ଜଲି ବିର୍ଲା ଜଣେ ମୁସ୍ଲିମଙ୍କୁ ବିବାହ କରିଛନ୍ତି। କ’ଣ ଦାବି କରା ଯାଉଛି ପୋଷ୍ଟରେ?  ଅଞ୍ଜଲି ବିର୍ଲାଙ୍କର ବିବାହର ଗୋଟିଏ ଫୋଟୋ ସେୟାର କରି ସୋସିଆଲ ମିଡିଆ ୟୁଜର ଲେଖୁଛନ୍ତି, “ଶୁଣିଲି ଓମ ବିର୍ଲା ଙ୍କ ଝିଅ ଅଞ୍ଜଳି ଜଣେ ମୁସଲମାନ ପୁଅ ଅନିଶ ରାଜାନି କୁ ବିବାହ […]

Continue Reading

ସିଦ୍ଧି ବିନାୟକ ମନ୍ଦିର ଉପରେ ୱକଫ୍ ବୋର୍ଡ ଦାବି କରୁଥିବା ଖବର ମିଥ୍ୟା ଅଟେ। ଜାଣନ୍ତୁ ସତ୍ୟତା।

ୱକଫ୍ ବୋର୍ଡ ହିନ୍ଦୁଙ୍କ ଜମି, ହିନ୍ଦୁ ଧର୍ମ ସ୍ଥଳ ଏବଂ ହିନ୍ଦୁଙ୍କର ତୀର୍ଥ ସ୍ଥାନ ଉପରେ ନିଜ ଦାବି କରୁଥିବା ଖବର ଅନେକ ଥର ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହି ପ୍ରସଙ୍ଗ ରେ ୱକଫ୍ ବୋର୍ଡ ସିଦ୍ଧି ବିନାୟକ ମନ୍ଦିର ଉପରେ ନିଜ ଦାବି କରୁଥିବା ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  ପୋଷ୍ଟରେ ଦାବି କରି କୁହା ଯାଇଛି ଯେ, “ସିଦ୍ଧି […]

Continue Reading

କ’ଣ ଏଲୋନ୍ ମସ୍କ ପ୍ରକୃତରେ ଏକ ଫୋନ୍ ଲଞ୍ଚ କରିବାକୁ ଯାଉଛନ୍ତି ଯାହା ଚାର୍ଜିଂ ଏବଂ ଇଣ୍ଟରନେଟ୍ ଆବଶ୍ୟକ କରେ ନାହିଁ? ଜାଣନ୍ତୁ ସତ୍ୟତା।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦାବି କରା ଯାଇଛି ଯେ ଏଲୋନ୍ ମସ୍କ ଟେସ୍ଲା କମ୍ପାନୀର ଏକ ମୋବାଇଲ୍ ଲଞ୍ଚ କରିବାକୁ ଯାଉଛନ୍ତି ଯେଉଁଥିରେ ଗ୍ରାହକଙ୍କୁ ଇଣ୍ଟର୍ନେଟ ଏବଂ ଚାର୍ଜିଂ ଆବଶ୍ୟକ ହେବ ନାହିଁ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିୟଥ୍ୟା ବୋଲି ପାଇଲା। ଏଲୋନ୍ ମସ୍କ କୌଣସି ଫୋନ୍ ଲଞ୍ଚ କରିବା ଦାବି କରି ନାହାଁନ୍ତି ଯାହା ଚାର୍ଜିଂ ଏବଂ ଇଣ୍ଟରନେଟ୍ ଆବଶ୍ୟକ କରିବ ନାହିଁ।  କ’ଣ […]

Continue Reading

ଉଦ୍ଧାର କାର୍ଯ୍ୟର ମକ୍ ଡ୍ରିଲ୍ ଭିଡିଓକୁ ନିକଟରେ ବୀକାନେର ରେ ଟ୍ରେନ୍ ଦୁର୍ଘଟଣା ହୋଇଥିବା ଦାବି ସହିତ ସେୟାର କରା ଯାଉଛି।

କିଛି NDFR କର୍ମଚାରୀଙ୍କ ଷ୍ଟ୍ରେଚରରେ ଲୋକଙ୍କୁ ନେଇ ଯାଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏକ ଟ୍ରେନର ଗୋଟିଏ କୋଚ୍ ଭିନ୍ନ ଟ୍ରେନର ଅନ୍ୟ କୋଚ୍ ଉପରେ ଚଢିଥିବା ଦେଖିବାକୁ ମିଳିଛି। ଭିଡିଓରେ ଏପରି ଜଣା ପଡୁଛିଯେ ଦୁଇଟି ଟ୍ରେନ ମଧ୍ୟରେ ଦୁର୍ଘଟଣା ଘଟିଛି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଦାବି କରୁଛନ୍ତି ଯେ ଏହି ଘଟଣା ବିକାନେରରେ ଘଟିଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଉଦ୍ଧାର କାର୍ଯ୍ୟର […]

Continue Reading

କ’ଣ ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମ ମନୋନୀତ ହୋଇଛି? ଜାଣନ୍ତୁ ସତ୍ୟତା।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମ ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ମନୋନ୍ନିତ ହେଇଛି। ଭିଡିଓ ରେ ଆସଲେ ତୋହେ କହୁଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ନୋବେଲ ଶାନ୍ତି ପୁରସ୍କାର ପାଇଁ ସବୁଠାରୁ ବଡ ପ୍ରତିଯୋଗୀ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମ ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ମନୋନୀତ ହୋଇନାହିଁ। ଆସଲେ ତୋହେଙ୍କର […]

Continue Reading

ତାମିଲନାଡୁର ମହା ପୁଷ୍କରମ ପାଇଁ କାଭେରୀ ନଦୀ ଜଳର ଭିଡିଓ ମିଥ୍ୟା ଦାବି ସହିତ ଭାଇରାଲ ହେଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଗୋଟିଏ ସ୍ଥାନରେ ପାଣି ମାଡ଼ି ଆସୁଥିବା ଦେଖିବାକୁ ମିଳିଛି। ଏହା ସହିତ ଦାବି କରା ଯାଉଛି ଯେ ଏହା ଏକ ଚମତ୍କାରୀ ନଦୀ ଯାହାକି ପିତୃ ପକ୍ଷର ଅମାବାସ୍ୟା ଦିନ ଠାରୁ ପ୍ରଭାବିତ ହୋଇଥାଏ ଏବଂ ଦୀପାବଳି ଅମାବାସ୍ୟା ଦିନ ବିଲୀନ ହୋଇଥାଏ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା କାବେରୀ ନଦୀର ପାଣି ଯାହା ତାମିଲନାଡୁର ମାୟିଲାଦୁଥୁରାଇରେ ମହା ପୁଷ୍କରମ୍ […]

Continue Reading

VIMSAR ମେଡିକାଲ କଲେଜର ହଷ୍ଟେଲ ଛାତ୍ରମାନଙ୍କ ଦ୍ୱାରା ଆତସବାଜିର ପୁରୁଣା ଭିଡିଓକୁ ସାମ୍ପ୍ରଦାୟିକ ମାମଲା ଦାବି ସହିତ ସେୟାର କରା ଯାଉଛି।

ଦୀପାବଳି ପରଠାରୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ଛାତ୍ର ମାନେ ହାତରେ ରକେଟ୍ ଚାଡ଼ୁଥିବା ଦେଖିବାକୁ ମିଳିଛି। ୟୁଜର ମାନେ ଦାବି କରୁଛନ୍ତି ଯେ ଓଡ଼ିଶାରେ ମୁସଲମାନ ଦୀପାବଳିରେ ହିନ୍ଦୁଙ୍କ ଉପରେ ଆକ୍ରମଣ କରିଥିବା ପରେ ସ୍ଥାନୀୟ ହିନ୍ଦୁ ଲୋକମାନେ ତାଙ୍କ ଉପରେ ଏପରି ଆକ୍ରମଣ କରିଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ୨୦୧୮ ମସିହାର ଏକ ପୁରୁଣା ଭିଡିଓ ଅଟେ ଏବଂ […]

Continue Reading

ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ଡୋନାଲ୍ଡ ଟ୍ରମ୍ପଙ୍କ ଅଭିଭାଷଣରେ ଲୋକଙ୍କ ଭିଡ଼ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମର ନାରା ଦେଇନଥିଲେ।

ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ଆବଶ୍ୟକୀୟ ୨୭୦ ଭୋଟ୍ ହାସଲ କରିଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ କମଲା ହାରିସ୍ ୨୨୪ ପାଇଛନ୍ତି। ବିଗତ ୨୦ ବର୍ଷରେ ସେ ରିପବ୍ଲିକ୍ ପାର୍ଟିର ଦ୍ଵିତୀୟ ନେତା ଯେ ଯିଏ ଦ୍ୱିତୀୟ ଅବଧି ପାଇଁ ରାଷ୍ଟ୍ରପତି ହୋଛନ୍ତି। ଏହା ପୂର୍ବରୁ ରିପବ୍ଲିକ୍ ପାର୍ଟିର ଜର୍ଜ ବୁଶ୍ ୨୦୦୧ ରୁ ୨୦୦୯ ପର୍ଯ୍ୟନ୍ତ ରାଷ୍ଟ୍ରପତି ଥିଲେ। ଏହି ପ୍ରସଙ୍ଗରେ ନିର୍ବାଚନରେ ​​ବିଜୟ ପରେ ଡୋନାଲ୍ଡ ଟ୍ରମ୍ପଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ […]

Continue Reading

ସାଉଦୀ ଆରବିଆର ଏକ ପୁରୁଣା ଭିଡିଓକୁ ନିକଟର ଦୀପାବଳି ପର୍ବ ପାଳନ ଦାବି ସହିତ ସେୟାର କରା ଯାଉଛି।

ଦୀପାବଳି ଅବସରରେ ସୋସିଆଲ ମିଡିଆରେ ବିଭିନ୍ନ ସୁନ୍ଦର ଆତସବାଜିର ଭିଡିଓ ଏବଂ ଫଟୋ ସେୟାର ହେଇଛି। ଏହା ମଧ୍ୟରେ ସୋସିଆଲ ମିଡିଆରେ ଏକ ସୁନ୍ଦର ଆତସବାଜିର ଭିଡିଓ ଭାଇରାଲ ହେବା ସହ ଏହାକୁ ସାଉଦିରେ ଦୀପାବଳି ଉତ୍ସବ ପାଳନ ହେଉଥିବା ବୋଲି ଦାବି କରାଯାଇଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ଏହା ସାଉଦୀ ଆରବିଆର ଏକ ପୁରୁଣା ଭିଡିଓ ଯାହାକୁ ସେଠାରେ ନିକଟରେ ଦୀପାବଳି ପର୍ବ ପାଳନ ଦାବି ସହିତ ସେୟାର […]

Continue Reading

ହାଇଦ୍ରାବାଦର ଏକ ବାଣ ଦୋକାନରେ ନିଆ ଲାଗିଥିବା ଘଟଣାକୁ ଦିଲ୍ଲୀର ଘଟଣା ଦାବି ସହିତ ସେୟାର କରା ଯାଉଛି। 

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ବାଣ ଦୋକାନରେ ନିଆ ଲାଗିଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ବାଣ ଦୋକାନ ଭିତରେ ଲୋକଙ୍କ ଭିଡ଼ ଥିବା ସମୟରେ ହଠାତ୍ ସେଠାରେ ଠେଲା-ପେଲା ହୋଇଥିଲା। କିଛି ସମୟ ମଧ୍ୟରେ ଦୋକାନରେ ନିଆ ଲାଗି ବାଣ ଜଳି ଯାଇଥିଲା। ଦାବି କର ଯାଉଛି ଯେ ଏହା ଦିଲ୍ଲୀର ଘଟଣା ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ଏହା ହାଇଦ୍ରାବାଦର ଏକ […]

Continue Reading